ସ୍ୱାସ୍ଥ୍ୟ ସମସ୍ୟା କହିଲେ ଆମେ ଶାରୀରିକ ସମସ୍ୟା ଦିଗ ପ୍ରତି ଦୃଷ୍ଟିପାତ କରିଥାଉ । ମାତ୍ର ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଆବହମାନ କାଳରୁ ଗୌଣ ହୋଇ ରହିଛି । ଏକବିଂଶ ଶତାବ୍ଦୀରେ ମାନସିକ ସ୍ଵାସ୍ଥ୍ୟ ସମସ୍ୟା ଆଧୁନିକ ମଣିଷ ପାଇଁ ଆହ୍ଵାନ ସୃଷ୍ଟି କରିଛି । ବର୍ତ୍ତମାନ ସମୟରେ ଏହାକୁ ପ୍ରତିହତ କରିବା ଲାଗି ଆମ ଦେଶରେ ସଚେତନତାର ଅଭାବ ରହିଛି । ପାରମ୍ପରିକ ଗୁଣି ଗାରେଡ଼ି ଉପରେ ବିଶ୍ୱାସ, ଲୋକଲଜ୍ଜା ବା ସାମାଜିକ ବାସନ୍ଦ ହେତୁ ବହୁ ଲୋକ ମନୋଚିକିତ୍ସକଙ୍କ ସହିତ ପରାମର୍ଶ କରିବା ପାଇଁ କୁଣ୍ଡା ପ୍ରକାଶ କରୁଛନ୍ତି । ତେଣୁ ଏହି ରୋଗ ଦ୍ଵାରା ଆକ୍ରାନ୍ତ ହେଉଥବା ବ୍ୟକ୍ତି ଠିକଣା ସମୟରେ ଅଭିଜ୍ଞ ଚିକିତ୍ସକଙ୍କ ନିକଟରେ ପହଞ୍ଚିପାରୁ ନାହାନ୍ତି ।
ମାନସିକ ରୋଗ ମଧରେ ଡିପ୍ରେସନ୍ ବା ବିଷାଦ ରୋଗ ସଦ୍ୟତମ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି । ଫଳରେ "ଡବ୍ଲ୍ୟୁଏଚ୍3' ବା ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହି ରୋଗର ଭୟାବହତା ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ଵର ୩୦୦ ମିଲିୟନ୍ ଲୋକ ଏବେ ଏହି ରୋଗରେ ଆକ୍ରାନ୍ତ ଏବଂ ୨୦୦୫-୨୦୧୫ ମଧ୍ୟରେ ଏହା ୧୮% ବୃଦ୍ଧି ପାଇ ମାନବ ସମାଜ ପାଇଁ ଏକ ଆହ୍ଵାନ ସୃଷ୍ଟି କରିଛି । ତେଣୁ ଏହି ରୋଗରୁ କିପରି ନିରାକରଣ ମିଳିବ ସେ ସମ୍ବନ୍ଧରେ ଆଲୋଚନା ହେବା ଆବଶ୍ୟକ । ଏପ୍ରିଲ ୭ ତାରିଖ ‘ବିଶ୍ଵ ସ୍ଵାସ୍ଥ୍ୟ ଦିବସ' । ପ୍ରତିବର୍ଷ ପାଳିତ ହୋଇ ଆସୁଥବା ଏହି ଦିବସର ଚଳିତବର୍ଷ ବିଷୟ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍ । ଆମ ସମାଜକୁ କବଳିତ କରିବାର କାରଣ ଓ ନିରାକରଣ ସମ୍ବନ୍ଧରେ ସମ୍ୟାକ୍ ପର୍ଯ୍ୟାଲୋଚନା କରିବା, ସଚେତନ ହେବା ଏବଂ ନିକଟବର୍ତ୍ତୀ ଲୋକଙ୍କୁ ସଚେତନ କରାଇବା ଅପରିହାର୍ଯ୍ୟ ହୋଇପଡ଼ିଛି ।
ଅବକ୍ଷାଦ ବା ଡିପ୍ରେସନ୍ ଏକ ସାଧାରଣ ମାନସିକ ରୋଗ ଏବଂ ଏହାର ଲକ୍ଷଣଗୁଡ଼ିକ ହେଲା ବ୍ୟକ୍ତି ପ୍ରତିଯୋଗିତାରୁ ହାରି ଦୁଃଖ ପ୍ରକାଶ କରିବା, ରଚନାତ୍ମକ କାର୍ଯ୍ୟରେ ମନ ନ ଲାଗିବା, ନିଜକୁ ହୀନ ମନେକରିବା, ଭୋକ ନ ହେବା, ମନୋରଞ୍ଜନ କାର୍ଯ୍ୟରେ ଭାଗ ନେବା ପାଇଁ ଅନିଚ୍ଛା ପ୍ରକାଶ କରିବା,
କିଛି କାମ କରିବା ପାଇଁ ଇଚ୍ଛା ନ ହେବା, ପୁରଣ ଶକ୍ତ କମିଯିବା, ନିଜକୁ ଆଘାତ କରିବା ପାଇଁ ଇଚ୍ଛା ହେବା, ଛୋଟଛୋଟ କଥାରେ ବହୁତ ବ୍ୟସ୍ତ ବା ବିବ୍ରତ ହୋଇଯିବା, ହଠାତ୍ ଅଣନିଃଶ୍ଵାସୀ ହୋଇପଡ଼ିବା, ମରିଯିବାର ଭୟ ହେବା, ଛାତି ଧଡ଼ ଧଡ଼ ହେବା, ଝାଳ ଅଧିକ ପରିମାଣରେ ବାହାରିବା ଇତ୍ୟାଦି । ତୁଳନାତ୍ମକ ଦୃଷ୍ଟିରୁ ଚିନ୍ତା କଲେ, ମହିଳାମାନଙ୍କୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେବାର ଦେଖିବାକୁ ମିଳେ । ବିଷାଦ ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ଏହା ପରିବାରର ନଜରକୁ ଆସିଥାଏ । ତେଣୁ ପରିବାର ଲୋକଙ୍କ ଗୁରୁ ଦାୟିତ୍ଵ ହେଲା ସେମାନେ ଯଥା ସାଧ୍ୟ ତା’ ସହିତ ଗପିବା, ସେହ ଆଦର କରିବା ଓ ତା’ର ଦୁଃଖ ସମ୍ବନ୍ଧରେ ବୁଝିବା ଉଚିତ ।
କେତେକ ସାମାଜିକ ସମସ୍ୟା ମଧ୍ୟ ମଣିଷକୁ ଆମ୍ବହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥାଏ । ଯଥାଯୌତୁକ ନିର୍ଯାତନା, ପରୀକ୍ଷାରେ ଫେଲ୍ ହେବା, ବୈବାହିକ ସମସ୍ୟା, କିଶୋରାବସ୍ଥାରେ ପ୍ରେମଜନିତ ଅସଫଳତା, ସମାଜରୁ ଅଲଗା ହୋଇ ରହିବା, ଯୁବପିଢ଼ିମାନଙ୍କର ବେକାରି ସମସ୍ୟା, ଆର୍ଥିକ ସମସ୍ୟା, ମାତ୍ରାଧକ ବିଳାସମୟ ଜୀବନର ଇଚ୍ଛା, ବଳାକାର, ଶୋଷଣ, ମାତ୍ରାଧକ ରଣଭର, ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି, ଅପ୍ରତ୍ୟାଶିତ ସାମାଜିକ ଅପଯଶ । ବିଷାଦ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଜଣକ ଦୁଃଖ କାରଣରୁ ସହଜରେ ପ୍ରକାଶ କରିପାରେ ନାହିଁ । ସେ ଭୟଭୀତ ହୋଇଥାଏ ଯେ, ମୋର ଦୁଃଖର କାରଣ ଜାଣିଲେ କିଏ କାଳେ ଥଟ୍ଟା କରିବ, କିଏ କାଳେ ଫାଇଦା ନେବ, କିଏ କାଳେ ତାକୁ ହୀନ ଚକ୍ଷୁରେ ଦେଖୁବ, ଏହି ଅଜଣା ଭୟରେ ସେ ଆକ୍ରାନ୍ତ ହୋଇଥାଏ ।
‘ଡିପ୍ରେସନ୍ ଲୋଟ୍ ଅସ୍ ଟକ୍ ହେଉଛି ଅମୋଘ ଔଷଧ, ଯାହା ବିଷାଦ ରୋଗ କ୍ଷେତ୍ରରେ ଭଲ କାମ ଦେଇଥାଏ । ଯଦି ଏହି ବିଷାଦ ରୋଗ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିରହେ, ତେବେ ମନୋଚିକିତ୍ସକଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ଆବଶ୍ୟକ । କାରଣ ବହୁ ଲୋକ ବିଷାଦ ରୋଗ କାରଣରୁ "ଆତ୍ମହତ୍ୟା' କରିଥାନ୍ତି । ଏବେ ଯୁବ ଓ ମଧ୍ୟମ ବର୍ଗଙ୍କ ମଧ୍ୟରେ
କରିବାର ଦେଖୁବାକୁ ମିଳୁଛି। ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି, ସେମାନଙ୍କ ମଧ୍ୟରୁ
ଅଧିକାଂଶ ବ୍ୟକ୍ତି ବିଷାଦ ରୋଗ ଯୋଗୁ ହିଁ କରିଥାନ୍ତି । ତେଣୁ ପ୍ରାରମ୍ଭିକ ଅବସ୍ଥାରେ ସଚେତନତା ଓ ଚିକିତ୍ସା ଦ୍ଵାରା ଏଥରୁ ମୁକ୍ତ ମିଳିବା ନିଶ୍ଚିତ । ଏହି ରୋଗର ନିରାକରଣ ପାଇଁ ପଥ ଚୟନ ପୂର୍ବକ ସଚେତନତା ଓ ଉପଯୁକ୍ତ ପରାମର୍ଶ ଦେଲେ ଜନସାଧାରଣଙ୍କର ମଙ୍ଗଲ ଦେବ ।
ଆମେ ସମସ୍ତେ ମନେରଖିବା ଉଚିତ୍ ଦୁଃଖ ଯେତେ ଅଧିକ ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ ଏବଂ ସବୁ ସମସ୍ୟା ସମାଧାନ ରହିଛି କିନ୍ତୁ ଆତ୍ମହତ୍ୟା ନୁହେଁ ।
ଆଧାର: କନକ ଟିଭି
Last Modified : 7/23/2020