ଗ୍ଲୋବର ଦୁଇ ପାର୍ଶ୍ଵରେ ମାନସିକ ଲକ୍ଷଣ ଗୁଡିକ ସାଧାରଣ ଜନସଂଖ୍ୟାରେ ସମାନ । ଏହି ଲକ୍ଷଣ ଗୁଡିକ ହେଲା ଚିନ୍ତା, ଥକା ଲାଗିବା, ରାତିରେ ନିଦ ନହେବା ଆଦି ବୟସ୍କ ମାନଙ୍କର ଅଧାରୁ ଅଧିକ ଲୋକଙ୍କୁ କିଛି ସମୟରେ ପ୍ରଭାବିତ କରୁଥିବା ବେଳେ ପ୍ରତି ସାତ ଜଣରେ ଜଣେ ବ୍ୟକ୍ତି ଚିହ୍ନଟ ହୋଇପାରୁଥିବା ନିଉରୋଟିକ ଡ଼ିସଅଡର କିଛି ପ୍ରକାରକୁ ଅନୁଭବ କରନ୍ତି ।
ବିଶ୍ଵ ବ୍ୟାଂକ ରିପୋର୍ଟ (1993)ରେ କୁହାଯାଇଛି ଯେ ନିଉରୋ ସାଇକାଟ୍ରିକ ଡିସଅର୍ଡର ଯୋଗୁ ଡିସେବିଲିଟି ଆଡଜଷ୍ଟେଡ ଲାଇଫ ଇୟର (ଡିଏଏଲବାଇ) କ୍ଷତି, ଡାଇରିଆ, ମ୍ୟାଲେରିଆ , ଓମେନ ଇନଫେଷ୍ଟେସନ ଏବଂ ଟୁବେରକୁଲୋସିସ ଠାରୁ ମଧ୍ୟ ଅଧିକ । ଆକଳନ ଅନୁସାରେ 2020 ସୁଦ୍ଧା ମାନସିକ ଡିସଅର୍ଡର ପାଇଁ ଦୈନିକ କ୍ଷତି ବୈଶ୍ଵକ ଭାରର 15 ପ୍ରତିଶତ ହେବ ବୋଲି ଆଶା କରାଯାଉଛି ।
ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ଅନେକ ଏପିଡେମିଓଲଜିକାଲ ଅଧୟନ ହୋଇଛି । ଏଥିରେ କୁହାଯାଇଛି ଯେ ସମଗ୍ର ବିଶ୍ଵରେ ସାଇକାଟ୍ରିକ ଡିସଅର୍ଡରର ଘଟଣା ପ୍ରାୟ ସମାନ । ଏହି ଅଧ୍ୟୟନରେ ମିଳିଥିବା ତଥ୍ୟ ଅନୁସାରେ ପ୍ରତି ଏକହଜାରରେ ଏଭଳି ଡିସଅର୍ଡର ସଂଖ୍ୟା 18 ରୁ 207 ଓ ମଧ୍ୟମା ପ୍ରତି 1000ରେ 65 । 4 ଏବଂ କୌଣସି ସମଯରେ 2 ରୁ 3 ପ୍ରତିଶତ ପର୍ଯ୍ୟନ୍ତ ଜନସଂଖ୍ୟା ଗୁରୁତର, ମାନସିକ ଡିସଅର୍ଡର ବା ଏପିଲେପସିରୁ ପୀଡିତ । ଅଧିକାଂଶ ରୋଗୀ ଗାଁରେ ଆଧୁନିକ ମାନସିକ ସ୍ଵାସ୍ଥ୍ୟ ସେବାରୁ ଦୂରରେ ରହନ୍ତି । ବୟସ୍କ ରୋଗୀ ମାନଙ୍କ ମଧ୍ୟ ରୁ ସାଧାରଣ ଓପିଡିକୁ ଆସୁଥିବା (10 / 4ରୁ 53 ପ୍ରତିଶତ) ପର୍ଯ୍ୟନ୍ତ ରୋଗୀ ମାନସିକ ବେମାରୀ ସମ୍ପର୍କରେ ଚିହ୍ନଟ ହୋଇଯାନ୍ତି । ତେବେ ଏହି ରୋଗୀ ମାନେ ସାଧାରଣ ଭାବେ ହଜି ଯାଆନ୍ତି କାରଣ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ବା ସାଧାରଣ ପ୍ରାକ୍ଟିସନର ତାଙ୍କୁ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କିତ ଇତିହାସ ମାଗେ ନାହିଁ । ଏହି ରୋଗୀ ମାନଙ୍କର ଠିକ ଭାବେ ଚିହ୍ନଟ ନ ହେବା କାରଣରୁ ଅନାବଶ୍ୟକ ତଦନ୍ତ ଓ ଚିକିତ୍ସା କରାଯାଏ ଯାହା ପାଇଁ ସ୍ଵାସ୍ଥ୍ୟ ଉପଲବ୍ଧକାରୀଙ୍କୁ ଖୁବ ଖର୍ଚ୍ଚ ଦେବାକୁ ପଡେ ।
ଗୋଷ୍ଠୀ ମଧ୍ୟରେ ମାନସିକ ରୋଗର ଭୀଷଣ ଭାରକୁ ଦେଖି ଓ ଦେଶରେ ମାନସିକ ସ୍ଵାସ୍ଥ୍ୟ ସେବା ପାଇଁ ଥିବା ଅପର୍ଯ୍ୟାପ୍ତ ଭିତ୍ତି ଭୂମିକୁ ଦେଖି ଭାରତ ସରକାର 1982 ମସିହାରେ ନ୍ୟାସନାଲ ମେଣ୍ଟାଲ ହେଲଥ ପ୍ରୋଗ୍ରାମ ( ଏନଏମଏଚପି) ଆରମ୍ଭ କରିଥିଲେ ।
ଏନଏଚଏମପିର ତିନୋଟି କମ୍ପୋନେଣ୍ଚ ରହିଛି :
କାର୍ଯ୍ୟ କ୍ରମର ବିଭିନ୍ନ କମ୍ପୋନେଣ୍ଟକୁ ପ୍ରାଯୋଜନ କରିବା ପାଇଁ ବିଶ୍ଵ ବ୍ୟାଂକ ଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସହ ଯୋଗାଯୋଗ କରାଗଲା । ପ୍ରାରମ୍ଭିକ ପାଞ୍ଚ ବର୍ଷ ପାଇଁ କର୍ମଚାରୀ ମାନଙ୍କର ଦରମା, ଉପକରଣ, ବାହନ, ଔଷଧ, ଷ୍ଟେସନାରୀ, ପ୍ରଶିକ୍ଷଣ ଆଦି ପାଇଁ ଭାରତ ସରକାରଙ୍କ ପକ୍ଷରୁ ରାଜ୍ୟ ସରକାର ଓ ନୋଡାଲ ଇନଷ୍ଟିଚ୍ୟୁଟକୁ ପ୍ରଦାନ କରାଗଲା। ପାଞ୍ଚବର୍ଷ ପରେ ସେମାନେ ନିଜେ ଏହାର ପରିଚାଳନା କରିବେ । ମାନସିକ ସ୍ଵାସ୍ଥ୍ୟ ଆଇନ 1986ର ସଠିକ କ୍ରିୟlନ୍ଵୟନ ହେଉଛି କି ନାହିଁ ତାକୁ ଦେଖିବା ପାଇଁ ଭାରତ ସରକାର ମାନସିକ ସ୍ଵାସ୍ଥ୍ୟ ପ୍ରାଧିକରଣ ଗଠନ କରିଛନ୍ତି । ଉପରେ କୁହାଯାଇଥିବା ସମସ୍ତ କାର୍ଯ୍ୟ ପାଇଁ ରାଜ୍ୟ ମାନସିକ ସ୍ଵାସ୍ଥ୍ୟ ପ୍ରାଧିକରଣ ଗଠନ କରିବାକୁ ଉପଲବ୍ଧ କରାଏ।
ମାନସିକ ଡାକ୍ତରଖାନାର ସ୍ଥିତି ଓ ମାନସିକ ରୋଗ ପାଇଁ ସେ ତ୍ଵରିତ ସେବା ପ୍ରଦାନ କରିବାକୁ ସୁନୁଶ୍ଚିତ କରିବା ପାଇଁ କରାଯାଇଥିବା ଯ଼ୁଗ୍ମ ଅଧ୍ୟୟନ ଗୁଡିକର ସୁପାରିଶ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଜାତୀୟ ମାନବିକ ଅଧିକାର କମିଶନ ତଦାରଖ କରେ ।
ଆଧାର - ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର
Last Modified : 4/23/2020