অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫିଟ ରହିବା ପାଇଁ ଉପଚାର

ଫିଟ ରହିବା ପାଇଁ ଉପଚାର

ଦୌଡି ଡିଆଁ

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟା ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା ଯତ୍ନଶୀଳ ହୋଇପାରୁ ନାହାନ୍ତି । ଫଳରେ ମେଦବହୁଳତା ଓ ଏହାସହ ଜଡିତ ରୋଗର ଶିକାର ହେଉଛନ୍ତି । ଏକ୍ଷେତ୍ରରେ ମହିଳାମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ଯଦି ଏଥିପାଇଁ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ, ତେବେ ଆପଣ ଦୌଡି ଡିଅ ବା ସ୍କିପିଂ କରିପାରିବେ । ଆସନ୍ତୁ ଜାଣିବା ସ୍କିପିଂ କରିଲେ କ’ଣ କ’ଣ ସୁଫଳ ମିଳେ ।

ଲାଭ

  1. ସ୍କିପିଂ କରିବା ଦ୍ୱାରା ସବୁ ଅଙ୍ଗର ବ୍ୟାୟାମ ହେଉଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ । ଏହାସହ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ କମିଯାଏ ।
  2. ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରାଏ । ଯାହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମସ୍ତିସ୍କ ସୁସ୍ଥ ରହେ ।
  3. ଦୌଡି ଡିଆଁ ସମୟରେ ଉଭୟ ହାତ ଓ ଗୋଡର ସଞ୍ଚାଳନ ଭଲଭାବେରେ ହୋଇଥାଏ । ଯାହାଦ୍ୱାରା ହାତ, ଗୋଡର ମାଂଶପେଶୀ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ମିଳେ ।
  4. ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରୁ ଥିବାରୁ ଶରୀରର କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ବାହାର କରିବାରେ ସାହାଯ୍ୟ କରେ ।
  5. ଦୌଡି ଡିଆଁ ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ରକ୍ଷା ମିଳେ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ସ୍କିଫି

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟ ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା  ଯତ୍ନଶୀଳ ହୋଇ ପାରୁ ନାହାନ୍ତି  । ଫଳରେ ଅନେକେ ,ମେଦବହୁଳତା ଏବଂ ଏହାସହ ଜଡିତ ଅନ୍ୟାନ୍ୟ ରୋଗର  ଶିକାର ହେଉଥାବାର ଦେଖିବାକୁ ମିଳୁଛି ।  ଏ କ୍ଷେତ୍ରରେ ନିଜକୁ ଫିଟ୍ ରଖିବା  ଲାଗି ଏକ୍ସରସାଇଜର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଯଦି ଏଥିପାଇଁ ସମୟ କମ୍। ତେବେ ଆପଣ ସ୍କିଫିଂ କରିପାରିବେ | ଜାଣି ରଖନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ

ଉପକାରିତା

  • ସିଫି କରିବା ସମୟରେ ଶରୀରର ପ୍ରତ୍ୟେକ ଅଙ୍ଗର ବ୍ୟାୟାମ ହେଉଥବା ଯୋଗୁ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହିତ ତ୍ଵଚାରେ ମଧ୍ୟ ଚମକ ଆସିଥାଏ । ଏହା ଦ୍ଵାରା ପେଟର ଚର୍ବି ହ୍ରାସ ପାଇଥାଏ ।
  • ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ । ତେଣୁ ସିଫିକୁ ଏକ ଭଲ କାର୍ଡିଓ ବ୍ୟାୟାମ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।
  • ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରେ । ଫଳରେ ମସ୍ତିଷ୍ଠ ସୁସ୍ଥ ରହିବା ଯୋଗୁ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ଏବଂ ଷ୍ଟ୍ରେସ୍ ଲେଭଲ ମଧ୍ୟ କମିଥାଏ ।
  • ସିଫି କରିବା ସମୟରେ ଉଭୟ ହାତ ଓ ଗୋଡ଼ର ୱାର୍କଆଉଟ୍ ହୋଇଯାଇଥାଏ । ଏହାଦ୍ଵାରା କାନ୍ଧ, ହାତ, ପେଣ୍ଡାର ମାଂସପେଶୀ ସୁଢ଼ଳ ଏବଂ ମଜଭୁତ ହୋଇଥାଏ । ଏହା ସହିତ ଆଣ୍ଠୁ ବିନ୍ଧାରୁ ମଧ୍ୟ କେତେକାଂଶରେ ଆରାମ ମିଳିଥାଏ ।
  • ଏହି ବ୍ୟାୟାମ କରିବା ସମୟରେ ପର୍ଯ୍ୟାପ୍ତ ପରିମାଣରେ ଝାଳ ବାହାରୁଥବା ଯୋଗୁ ଶରୀରର କ୍ୟାଲୋରି ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ। ଚର୍ବି ଅଂଶକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଏହି ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପହଞ୍ଚୁଥବା ଯୋଗୁ ଶ୍ଵାସକ୍ରିୟା ଜନିତ ସମସ୍ୟା ଦୂରହେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।
  • ତେବେ ସ୍କିଫି କରିବା ପୂର୍ବରୁ ଅତି କମ୍ ରେ ୫ ମିନିଟ୍ ଯେକୌଣସି ହାଲୁକା ବ୍ୟାୟାମ କରିପାରିବେ । ଏହାଦ୍ଵାରା ଶରୀରର ମାଂସପେଶୀ ସକ୍ରିୟ ହୋଇଯାଇଥାଏ । ଫଳରେ ସିଫି କରିବାବେଳେ ଶୀଘ୍ର କ୍ଲାନ୍ତି ଅନୁଭୂତ ହୁଏ  ନାହିଁ ।
  • ସିଫି କରିବାବେଳେ ଜୋର୍‌ରେ କିମ୍ବା ଅଧିକ ଉଚ୍ଚକୁ ଡେଇଁବା ଆବଶ୍ୟକ ନାହିଁ । ଡେଇଁବା ସମୟରେ ଧୀରେ ଧୀରେ ବେଗ ବଢାନ୍ତୁ । ଆଉ ସ୍କିଫି ବନ୍ଦ କରିବା ବେଳକୁ ପୁଣିଥରେ ବେଗ ଧୀରେ ଧୀରେ କମାଇ ଦିଅନ୍ତୁ । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସ୍କିଫି ସର୍ବଦା ଖାଲି ପେଟରେ କରିବା ଆବଶ୍ୟକ ।

ଆଧାର: ଯୋଗଲୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate