অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯୋଗ ଦୂରାଏ ଶାରୀରିକ ପ୍ରଦାହ

ଅଣ- ଔଷଧୀୟ ଚିକିତ୍ସା ପଦ୍ଧତି

ଯୋଗ ଓ ଆକ୍ୟୁପଙ୍କଚର ଭଳି କେତେକ ଲୋକପ୍ରିୟ ଅଣ- ଔଷଧୀୟ ଚିକିତ୍ସା ପଦ୍ଧତି ଦ୍ଵାରା ପିଠି ଓ ବେକ ଯନ୍ତ୍ରଣା ଅଷ୍ଚିଓଆର୍ଥ୍ରିଟିସ୍ ଏବଂ ମାଇଗ୍ରେନ୍ ଭଳି ସ୍ଥାୟୀ ରୋଗ ଦୂର ହୋଇପାରେ ବୋଲି ଗବେଷକମାନେ ମତ ଦେଇଛନ୍ତି । ଆମେରିକାର ଲକ୍ଷ ଲକ୍ଷ ଲୋକ ଶାରୀରିକ ପ୍ରଦାହ ଭାଗ କରିଥାଆନ୍ତି । ଔଷଧ ଖାଇବା ଦ୍ଵାରା ଏଗୁଡ଼ିକର ପାର୍ଶ୍ଵ ପ୍ରତିକ୍ରିୟା ଶରୀର ଉପରେ ପଡିଥାଏ । ସେଥିପାଇଁ ସେମାନେ ବିକଳ୍ପ ଚିକିତ୍ସା ପଦ୍ଧତି ଅନୁସରଣ କରନ୍ତି ।

ପ୍ରାଥମିକ ସ୍ଵାସ୍ଥ୍ୟ ସାହାୟକଙ୍କ

ଏଥିରେ ପ୍ରାଥମିକ ସ୍ଵାସ୍ଥ୍ୟ ସାହାୟକଙ୍କ ସାହାଯ୍ୟ ନିଆଯାଇଥାଏ । ଏମାନେ ରୋଗୀଙ୍କୁ ଦେଖାଶୁଣାକରିଥାଆନ୍ତି । ଯନ୍ତ୍ରଣା କିପରି ଦୂର କରିବାକୁ ହେବ ସେଥିପାଇଁ ସେମାନେ ଉଦାମ କରନ୍ତି । ଆମେରିକାର ନ୍ୟାସନାଲ୍ ସେଣ୍ଟର ଫର କମ୍ପ୍ଲିମେଣ୍ଟାରି ଆଣ୍ଡ ଇଣ୍ଟିଗ୍ରେଟିଭ ର  ରିଚାର୍ଡ ଏଲ ନାହିନ୍ କହନ୍ତି “ଜଟିଳ ଯନ୍ତ୍ରଣା ଭୋଗୁଥିବା ବହୁ ଆମେରିକୀୟ ଔଷଧ ଖାଇ ସଂପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିପାରନ୍ତି ନାହିଁ । ଫଳରେ ବହୁ ଲୋକ ଅଣ- ଔଷଧୀୟ ବ୍ୟବସ୍ଥା ଅବଲମ୍ବନ କରିଥାଆନ୍ତି । ତେବେ ଶାରୀରିକ ପ୍ରଦାହର ଶିକାର ଲୋକ ଏବଂ ପ୍ରାଥମିକ ସାହାୟତା ଯୋଗାଇଦେଉଥିବା ଲୋକମାନଙ୍କୁ ଅଣ- ଔଷଧୀୟ ଚିକିତ୍ସା ସାହାୟତା ଯୋଗାଇଦେବା ଆମର ଲକ୍ଷ୍ୟ” । ଆକ୍ୟୁପଙ୍କଚର ଏବଂ ଯୋଗ ଦ୍ଵାରା ପିଠି ଯନ୍ତ୍ରଣା ଆରୋଗ୍ୟ ହେଉଥିବା ବେଳେ ଟାଇ ଚି ଦ୍ଵାରା ଆଣ୍ଠୁରେ ସୃଷ୍ଟି ହେଉଥିବା ଅଷ୍ଟିଓ ଆର୍ଥ୍ରିଟିସ୍ ଭଲ ହୋଇଥାଏ , ସେହିଭଳି ମସାଜ ଥେରାପି, ସ୍ପାଇନାଲ ମାନିଯୁଲେଶନ୍ ଏବଂ ଅଷ୍ଟିଓଥେରାପି କେତେକାଂଶରେ ପିଠି ଯନ୍ତ୍ରଣା ଭଲ କରିଥାଏ । ଏହି ଗବେଷଣାମୂଳକ ନିବନ୍ଧ ଜର୍ନାଲ୍ ମାୟୋ ପ୍ରସିଡିଙ୍ଗସରେ ପ୍ରକାଶିତ ହୋଇଛି ।

ଆଧାର

ଧରିତ୍ରୀ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate