ଆମେ ଯେତେ ବଡ଼ ହୋଇ ଚାଲୁ ସେତିକି ଆମେ କାମରେ ବ୍ୟସ୍ତ ହୋଇଯାଉ। ବ୍ୟସ୍ତବହୁଳ ଜୀବନରେ ଚିନ୍ତା ମଧ୍ୟ ସେମିତି ବଢ଼ିଚାଲେ। ଯେତେବେଳେ ଆମେ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ହେଉ ବିଭିନ୍ନ ଶାରୀରିକ ସମସ୍ୟା ଆରମ୍ଭ ହେବାରେ ଲାଗେ। ତେବେ ଏସବୁ ସମସ୍ୟାକୁ ସହଜେ ସମାଧାନ କରିବାର ଏକ ସୁନ୍ଦର ରାସ୍ତା ହେଉଛି ପ୍ରତିଦିନ ଅନୁଲୋମ ବିଲୋମ ପ୍ରାଣାୟାମର ଅଭ୍ୟାସ। ତେବେ ଆସନ୍ତୁ ଜାଣିବା ଏହି ପ୍ରାଣାୟାମ କଲେ ଆମ ମସ୍ତିଷ୍କ ଶାନ୍ତ ରହିବା ସହ ଆଉ କେଉଁ ପ୍ରକାର ଶାରୀରିକ ଉପକାର ମିଳେ।
ଚଟାଣରେ ଏକ ଆସନ ପକାଇ ପଦ୍ମାସନ କିମ୍ବା ଅର୍ଦ୍ଧପଦ୍ମାସନରେ ବସନ୍ତୁ। ଯେଉଁମାନଙ୍କ ଆର୍ଥ୍ରାଇଟିସ ସମସ୍ୟା ରହିଛି ସେମାନେ କାଠ ଚୌକିରେ ଗୋଡ଼ ତଳକୁ ରଖି ବସିପାରିବେ।
ବାମ ହାତର ପାପୁଲିକୁ ତଳ ମୁହାଁ କରି ବାମ ଗୋଡ଼ର ଆଣ୍ଠୁ ଉପରେ ରଖନ୍ତୁ। ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ ଡାହାଣ ନାକକୁ ବନ୍ଦ ରଖନ୍ତୁ। କହୁଣୀକୁ ବେଶୀ ଉପରକୁ ଟେକିବେ ନାହିଁ। ଏହାପରେ ବାମ ପାଖ ନାମ ବାଟେ ଦୀର୍ଘ ଶ୍ୱାସ ନିଅନ୍ତୁ ଓ ଡାହାଣ ପାଖ ନାକ ଉପରୁ ଆଙ୍ଗୁଠି କାଢ଼ି ଶ୍ୱାସ ଛାଡ଼ନ୍ତୁ।
ଏହାପରେ ବାମ ପାଖ ନାକରେ ତର୍ଜନୀ ଆଙ୍ଗୁଠି ରଖି ଡାହାଣ ନାକରେ ଦୀର୍ଘ ଶ୍ୱାସ ନିଅନ୍ତୁ ଏବଂ ବାମ ପାଖ ନାକରେ ଶ୍ୱାସ ଛାଡ଼ନ୍ତୁ।
ଆରମ୍ଭରୁ ଏହାକୁ ତିନି ମିନିଟ୍ କରି ପରେ ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଅଭ୍ୟାସ କରନ୍ତୁ। ପ୍ରାଣାୟାମ କରିବା ସମୟରେ ଆଖିକୁ ବନ୍ଦ ରଖନ୍ତୁ।
ନିୟମିତ ଏହି ପ୍ରାଣାୟାମର ଅଭ୍ୟାସ ଦ୍ୱାରା ଶରୀରରେ ଥିବା ବାତ, କଫ ଏବଂ ପିତ ଦୋଷ ଜନିତ ସମସ୍ୟା ଦୂର ହୁଏ।
ଆଧାର
ଓଡିଶା ରେପୋଟର
Last Modified : 1/10/2020