ପତଞ୍ଜଳୀ ଋଷିଙ୍କ ଯୋଗସୂତ୍ର ଅନୁସାରେ ଯୋଗ ଆଠ ପ୍ରକାରର ବା ଯୋଗ ସାଧନା ନିମ୍ନଲିଖିତ ଆଠଟି ଚରଣ ଦେଇ ସମ୍ପନ୍ନ ହୁଏ।
ପ୍ରଥମ ଚାରିଟି ଚରଣ - ଯଥାକ୍ରମେ ଯମ, ନିୟମ, ଆସନ, ପ୍ରାଣାୟାମ ହେଉଛି ବାହ୍ୟ ଶୁଦ୍ଧିର କ୍ରିୟା ଓ ପରବର୍ତ୍ତୀ ଚାରିଟି ଚରଣ-ପ୍ରତ୍ୟାହାର, ଧ୍ୟାନ, ଧାରଣା, ସମାଧି ହେଉଛି ଆଭ୍ୟନ୍ତରୀଣ ଶୁଦ୍ଧିର ଗହନ ଅଭ୍ୟାସ। ପ୍ରଥମ ଚାରିଟି ଚରଣ ସୁଗମ ଓ ପରବର୍ତ୍ତୀ ଚାରିଟି ଚରଣ କଷ୍ଟସାଧ୍ୟ।
ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ । ଏହା ହେଉଛି ଇନ୍ଦ୍ରିୟମାନଙ୍କର ସଂଯମ, ଆମର ଯେଉଁ ପଞ୍ଚଇନ୍ଦ୍ରିୟ ଯଥା- ଶବ୍ଦ (କାନ), ସ୍ପର୍ଶ (ଚର୍ମ), ରୂ (ଚକ୍ଷୁ), ରସ (ଜିହ୍ୱା) ଓ ଗନ୍ଧ (ନାକ) ଅଛି, ସେମାନଙ୍କର ଉଚିତ ବିବେକାନୁମୋଦିତ ବ୍ୟବହାର । ଏଣୁ ସାଧକର ଦରବାର ଶୁଦ୍ଧ ବୁଦ୍ଧି, ସଂକଳ୍ପିତ ମନ ଓ ସଂଯତ ଇନ୍ଦ୍ରିୟ । ଯମର ବିଭିନ୍ନ ବିଭାଗ ହେଉଛି ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ । ଅହିଂସା କେବଳ କାହାପ୍ରତି ଶାରୀରିକ ଆଘାତ ନ କରିବା ନୁହେଁ, ବଚନରେ କାହାକୁ ଆଘାତଦେବା ଓ ମନରେ କାହାର ଅନିଷ୍ଟ ଚିନ୍ତା ନ କରିବା । ସତ୍ୟାଚରଣ ମଧ୍ୟ ଚିନ୍ତା ବଚନ ଓ କର୍ମରେ କରିବାକୁ ପଡିବ । ଆସ୍ତେୟ ହେଉଛି ଯାହା ନିଜର ନୁହେଁ ତାହାକୁ ଗ୍ରହଣ ନ କରିବା । ଅର୍ଥାତ ଅନ୍ୟର ଜିନିଷ ପ୍ରତି ଲୋଭ ନ କରିବା ଅପରିଗ୍ରହ ହେଉଛି ଆବୋରି ନ ଧରିବା, ଅନାସକ୍ତ ଭାବ । ଏହି ଦୁଇ ଜୀବନ ପ୍ରଣାଳୀ ହେଉଛି ଯେତିକି ଦରକାର ସେତିକି ସଂଗ୍ରହ କରିବା ଓ ଯଦି ସଂଗୃହୀତ ଦ୍ରବ୍ୟରୁ କିଛି ବଳେ ତାହାକୁ ଅନ୍ୟକୁ ବିତରଣ କରିବା । ବ୍ରହ୍ମଚର୍ଯ୍ୟର ଆକ୍ଷରିକ ଅର୍ଥ ହେଉଛି ଯେ ବ୍ରହ୍ମରେ ଚାରଣ କରନ୍ତି - ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତି ଓ କାମନାକୁ ଭଗବତ ଅଭିମୁଖୀ କରାଇ ସମସ୍ତ କାର୍ଯ୍ୟ, ଭାବନା ଓ ବାକ୍ୟ ତାଙ୍କୁ ଅର୍ପଣ କରନ୍ତି ।
ଯୋଗର ଦ୍ୱିତୀୟ ଅଙ୍ଗ ନିୟମ ହେଉଛି ଶୃଙ୍ଖଳା ଓ ଭକ୍ତି ମାଧ୍ୟମରେ ବ୍ୟକ୍ତିଗତ ଜୀବନ ଅତିବାହିତ କରିବା ଏହାର ବିଭାଗମାନ ତପଃ, ଈଶ୍ୱର ପ୍ରଣିଧାନ, ସ୍ୱାଧ୍ୟାୟ, ଶୌଚ ଓ ସନ୍ତୋଷ ।
ଶାରୀରିକ ତପ - (କ) ଦେବତା, ବ୍ରାହ୍ମଣ, ଗୁରୁ ଓ ମହାପୁରଷଙ୍କୁ ପୂଜା ଓ ଯଥୋଚିତ ସମ୍ମାନ । (ଖ) ବାହ୍ୟ ଓ ଅନ୍ତକରଣର ଶୁଦ୍ଧତା । କାରଣ ଦେହୋଦେବାଳୟ ପ୍ରୋକ୍ତୋଜୀବୋ ଦେବ ସନାତନଃ । ଦେହ ହେଉଛି ଦେବାଳୟ ଓ ଏହା ମଧ୍ୟରେ ବାସ କରୁଥିବା ଜୀବାତ୍ମା ହେଉଛନ୍ତି ଦେବତା । (ଗ) ବ୍ୟବହାରରେ ଶାଳୀନତା (ସଦାଚାର) (ଘ) ବ୍ରହ୍ମଚର୍ଯ୍ୟ (ଙ) ଅହିଂସା ବାଚିକ ତପ ୫ ପ୍ରକାର । (କ) କାହାପ୍ରତି ଉତ୍ତେଜନାପୂର୍ବକ ବାକ୍ୟ ନ କହିବା । (ଖ) ସତ୍ୟ (ଗ) ପ୍ରାୟ (ଘ) ଅନ୍ୟର ମଂଗଳ ନିମିତ୍ତ (ଙ) ଶାସ୍ତ୍ରାନୁମୋଦିତ ବାକ୍ୟ ବହିବ । ମାନସିକ ତପ ୫ ପâକାର - (କ) ମନ ସର୍ବଦା ପâସନ୍ନ ରହିବା (ଖ) ମୌନତା ଯଥା ସମ୍ଭବ ଅବଲମ୍ବନ କରିବା (ଗ) ସୌମ୍ୟଭା ରହିବା (ଘ) ଆତ୍ମାରେ ନିଗ୍ରହ ରହିବା (ଙ) ଭାବାନାଶୁଦ୍ଧ ହେବା ।
ସନ୍ତୋଷ ହେଉଛି ମନର ଏକ ଅବସ୍ଥା ଯାହା ସାଧନା ମାଧ୍ୟମରେ ଆସେ । ଆତ୍ମସନ୍ତୋଷ ବିନା ସାଧନାରେ ଅଗâଗତି ହୋଇପାରିବନାହିଁ । ଆତ୍ମବିଶ୍ୱାସ ରହିଲେ ଆତ୍ମସନ୍ତୋଷ ହେବ ଏବଂ ଆତ୍ମ ସନ୍ତୋଷରୁ ଆତ୍ମତ୍ୟାଗ ଓ ତା'ପରେ ଆତ୍ମସାକ୍ଷାତକାର ହୋଇପାରିବ । ଏଣୁ ପ୍ରଥମେ ସାଧକର ନିଜ ଉପରେ ବିଶ୍ୱାସ ରହିବା ଦରକାର । ଯାହାକିଛି ଅତୀତରେ ହୋଇଯାଇଛି, ବର୍ତ୍ତମାନ ହେଉଛି ଅଥବା ଭବିଷ୍ୟତରେ ହେବ, ସେଥିପ୍ରତି କୌଣସି ସୁଖଦୁଃଖ ଭାବ ନରଖି ତାହା ଭଗବାନଙ୍କର ନିଜପ୍ରତି କରୁଣା ଭାବି ସାଧକ ଅଗ୍ରସର ହେବା ଦରକାର । ହତାଶଭାବ ହେଉଛି ଭଗବାନଙ୍କ ବିରୋଧରେ ଅପରାଧ । ସନ୍ତୋଷ ରହିଲେ ହତାଶଭାବ ଦୂରେଇଥାଏ ।
ଯୋଗର ତୃତୀୟ ଅଙ୍ଗ ହେଉଛି ଆସନ । ପତଞ୍ଜଳୀଙ୍କ ଅନୁସାରେ ଏହି ପ୍ରକିୟା ଯୋଗୀକୁ ସ୍ଥିର ଓ ସୁଖରେ ବସିବାକୁ ସାହାଯ୍ୟ କରେ ।
ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟମ ଏହା କେବଳ ଶ୍ୱାସକ୍ରିୟାରେ ଏକ ବ୍ୟାୟାମ ନୁହେଁ । ଏହା ନିଜର ଭାବକୁ ଦୃଢ କରେ ଓ ମନକୁ ନିୟନ୍ତ୍ରଣକୁ ଆଣେ । ମନ ଉପରେ ସକାରାତ୍ମକ ପ୍ରଭାବ ବିସ୍ତାର କରେ । ଏହା ପ୍ରାଣଶକ୍ତି ନିୟନ୍ତ୍ରଣର ବିଶେଷ କୌଶଳ, ଯାହାଦ୍ୱାରା ମନ ଇନ୍ଦ୍ରିୟ ମାନଙ୍କ ଠାରୁ ମୁକ୍ତ ହୋଇ, ଅନ୍ତର୍ମୁଖୀ ହୁଏ ।
ପଞ୍ଚମ ଅଙ୍ଗ ହେଉଛି ପ୍ରତ୍ୟାହାର । ପ୍ରତ୍ୟାହାରର ଆକ୍ଷରିକ ଅର୍ଥ ହେଲା ପ୍ରତି (ନୁହେଁ) + ଆହାର (ଖାଦ୍ୟ) ଯାହା ଶରୀର ମନ ଓ ଆତ୍ମାର ଉପଯୁକ୍ତ ଖାଦ୍ୟ ନୁହେଁ ତାହାକୁ ଗ୍ରହଣ ନକରିବା । ଏହା ବିଶେଷତଃ ଇନ୍ଦ୍ରିୟ ବାସନାର ତ୍ୟାଗ ଉପରେ ପ୍ରତିଷ୍ଠିତ । କାରଣ ତ୍ୟାଗଦ୍ୱାରା ହିଁ ଅମୃତତ୍ୱ ପ୍ରାପ୍ତ ହୋଇପାରିବ । ଏହି ଇନ୍ଦ୍ରିୟ ନିଗ୍ରହ ତିନୋଟି ସୋପାନ ଦେଇ ଅତିକ୍ରମ କରାହୁଏ । ଶମ, ଦମ, ଉପରତି । ଶମ ହେଉଛି ଇନ୍ଦ୍ରିୟମାନଙ୍କର ନିବାରଣ । ଉଚିତ ମାର୍ଗରେ ପରିଚାଳିତ କରିବାକୁ ପ୍ରବର୍ତ୍ତାଇବା, ଦମ ଇନ୍ଦ୍ରିୟ ନିୟନ୍ତ୍ରଣ ଓ ଉପରତି ନିରାକରଣ । ଇନ୍ଦ୍ରିୟ ନିରାକରଣ ଅର୍ଥ ସାଧକ ଦେଖିକରି ଦେଖିାରିବେ ନାହିଁ । ଶୁଣି ମଧ୍ୟ ଶୁଣି ପାରିବେ ନାହିଁ ଇତ୍ୟାଦି ।
ଧାରଣା
ଷଷ୍ଠ ଅଙ୍ଗ ହେଉଛି ଧାରଣା । ଏହା ଏକାଗ୍ରତାକୁ ବୁଝାଏ । ବିକ୍ଷିପ୍ତ ମନକୁ କୌଣସି ଏକ ବସ୍ତୁ ଉପରେ କେନ୍ଦ୍ରିତ କରିବାକୁ ଧାରଣା କୁହାଯାଏ ।
ଧ୍ୟାନ
ସପ୍ତମ ଅଙ୍ଗ ଧ୍ୟାନ ଅଟେ । ଏକ ବିଷୟବସ୍ତୁର ଜ୍ଞାନ ନିରନ୍ତର ଏକଭାବେ ପ୍ରବାହିତ ହେଲେ ତାହାକୁ ଧ୍ୟାନ କୁହାଯାଏ । ଏହି ଅବସ୍ଥାରେ କେବଳ ବିଷୟ ବସ୍ତୁର ଜ୍ଞାନ ରହେ ।
ସମାଧି
ସମାଧି ଅବସ୍ଥା ହେଉଛି ଯୋଗର ଉଚ୍ଚତମ ଅବସ୍ଥା । ଯଦି ମନ ଏକ ରୂପ ଉପରେ ନିବିଷ୍ଟ ରହେ ତାକୁ କହନ୍ତି ସମ୍ପ୍ରଜ୍ଞାତ ସମାଧି ଓ ନିରାକାର ଉପରେ ମନ ନିବିଷ୍ଟ ହେଲେ ଅସମ୍ପ୍ରଜ୍ଞାତ ସମାଧି କୁହାଯାଏ । ଯୋଗର ଅନ୍ତିମ ଲକ୍ଷ୍ୟ - ମୁକ୍ତି ।
ଆଧାର: ଓଡିଶା ରିପୋଟର
Last Modified : 2/19/2020