ସ୍ୱାସ୍ଥ୍ୟର ସଂଜ୍ଞା ହେଉଛି ସଂପୂର୍ଣ୍ଣ ସାମାଜିକ, ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସୁସ୍ଥତା । କେବଳ ରୋଗର ଅନୁପସ୍ଥିତିକୁ ସ୍ୱାସ୍ଥ୍ୟ କୁହାଯାଇପାରିବ ନାହିଁ । ଏଥିପାଇଁ ଏକ ଗତିଶୀଳ ଭାରସାମ୍ୟ ମାନବ ଓ ତା’ ର ପାରିପାର୍ଶ୍ଵିକ ଅବସ୍ଥା ଉପରେ ନିର୍ଭର କରିବାକୁ ପଡେ ।
ସୁସ୍ଥ ଲୋକ |
ତା’ର ପରିବେଶ |
ରୋଗ ନିରୋଧକ ଶକ୍ତି |
ସଫାସୁତୁରା ଯାଗା |
ପୁଷ୍ଟିକର ଖାଦ୍ୟ |
ଉପଯୁକ୍ତ ଶୌଚ |
ପ୍ରାକୃତିକ ରୋଗ ନିରୋଧକ |
ଅଳିଆ ଆବର୍ଜନାର ଉପଯୁକ୍ତ ପରିଚାଳନା |
ଅର୍ଜିତ ରୋଗ ନିରାଧକ |
ବିଷୁଦ୍ଧ ପିଇବାପାଣି |
ଏହା ମଧ୍ୟରୁ ଯେ କୌଣସି ଗୋଟିଏ ଏପଟ ସେପଟ ହେଲେ ରୋଗ ହୋଇଥାଏ । ଆଉ ମଧ୍ୟ ବିଭିନ୍ନ ଦେଶରେ ବା ସ୍ଥଳ ବିଶେଷରେ ରୋଗ ହେବାର ବିଭିନ୍ନ କାରଣ ଥାଏ ।
ବିଭିନ୍ନ ଦେଶ ଓ ବିଭିନ୍ନ ପୃଷ୍ଠଭୂମିର ଲୋକମାନେ ରୋଗ ହେବାର ଭିନ୍ନ ଭିନ୍ନ କାରଣ ଦର୍ଶୀଇଥାନ୍ତି ।
ଛୋଟ ଛୁଆଟିକୁ ପତଳା ଝାଡା ବା ଡାଇରିଆ ହୁଏ । କିନ୍ତୁ କାହିଁକି?
ଲୋକମାନେ ନିଜ ନିଜ ଅନୁଭୂତି ଓ ଦୃଷ୍ଟି କୋଣ ଅନୁସାରେ ରୋଗର କାରଣ ନିର୍ଣ୍ଣୟ କରିଥାନ୍ତି ତେବେ କେଉଁଟି ରୋଗର ସଠିକ କାରଣ?
ସମ୍ଭବତଃ ପ୍ରତ୍ୟେକ ସଂପୂର୍ଣ୍ଣ ବା ଆଂଶିକ ଭାବେ ଠିକ । କାରଣ -
ବିଭିନ୍ନ କାରଣ ସମାବେଶରୁ ରୋଗ ଉତ୍ପତ୍ତି ହୋଇଥାଏ । |
ହୁଏତ ଉପର ଲିଖିତ ପ୍ରତ୍ୟେକ କାରଣ ଛୁଆଟିକୁ ତରଳ ଝାଡା ବା ଡାଇରିଆ ହେବା ପାଇଁ ଆଂଶିକଭାବେ ଠିକ୍ ।
ରୋଗର ନିରାକରଣ ଓ ସଫଳ ଚିକିତ୍ସା ପାଇଁ ନିଜ ଅଞ୍ଚଳରେ ହେଉଥିବା ପ୍ରତ୍ୟେକ ରୋଗ ଓ ଯେଉଁସବୁ କାରଣରୁ ରୋଗ ହେଉଛି ସେଗୁଡିକୁ ଯେତେଦୂର ସମ୍ଭବ ଭଲଭାବେ ବୁଝିବାକୁ ପଡିବ ।
ମନେରଖନ୍ତୁ : ଅଣ – ସଂକ୍ରାମକ ରୋଗଗୁଡିକ ପାଇଁ ଜୀବାଣୁ ପ୍ରତିଷେଧକ ଔଷଧ ବା ଜୀବାଣୁନାଶୀ ବା ଆଣ୍ଟିବାଇଓଟିକ୍ସ ଅଦରକାରୀ ଅଟେ । |
ଅଣ – ସଂକ୍ରାମକ ରୋଗଗୁଡିକର ଉଦାହରଣ
ଶରୀର ଅଧ୍ୟସ୍ଥ କୌଣସି ତ୍ରୁଟିଗତ କାରଣରୁ ହେଉଥିବା |
ବାହ୍ୟକାରଣ ଯୋଗୁଁ ହେଉଥିବା ଶାରୀରିକ ଅସୁସ୍ଥତା |
ଶରୀରର ଆବଶ୍ୟକୀୟ ଉପାଦାନ ଅଭାବରୁ ହେଉଥିବା ଅସୁସ୍ଥତା |
ଗଣ୍ଠିବାତ ବା ଋଉମାଟିଜିମ, ହୃଦରୋଗ ବା ହାର୍ଟଆଟାକ, ଅପସ୍ମାର ବା ଏପିଲେପଟିକ ଫିଟସ ଆଘାତ ବା ଷ୍ଟ୍ରୋକ, ମୋତିଆ ବିନ୍ଦୁ ବା ମାଇଗ୍ରେନ ବା କାଟାରାକଟ, କର୍କଟ ରୋଗ ବା କ୍ୟାନ୍ସର |
ଅନୁର୍ଜତା ବା ଆଲର୍ଜି, ଶ୍ଵାସ ବା ଅଜମା, ବିଷ, ସାପ କାମୁଡା, ଧୂମପାନଜନିତ କାଶ, ପାକସ୍ଥଳୀ ଘା’,ମଦ୍ୟପାନ ଜନିତ ରୋଗ ।
|
ପୁଷ୍ଟି ହୀନତା, ରୌଦ୍ରଊତ୍ତାପ, ପେଲେଗ୍ରା, ରକ୍ତହୀନତା ବା ଆନିମିଆ, ଗଳଗଣ୍ଡ ଯକୃତ ସୁତ୍ରଣ ବା ସିରୋସିସ୍ ଅଫ ଦି ଲିଭର । |
ଜନ୍ମଗତ ଅସୁସ୍ଥତା ଗ୍ରହଣ ଖଣ୍ଡିଆ ଟେରା ଅନ୍ୟାନ୍ୟ ବିକୃତି |
କେତେ ପ୍ରକାରର ଅପସ୍ମାର ଛୁଆଙ୍କର ବିକାଶହୀନତା ଜନ୍ମଚିହ୍ନ |
ମାନସିକ ସ୍ତରରେ ଜନ୍ମନେଉଥିବା ଅସୁସ୍ଥତା (ମାନସିକ ରୋଗ) କିଛି ଅନିଷ୍ଟ ହେବାର ଅମୂଳକ ଭୟ ବା ପାରାନୋଇଆ ସ୍ନାୟବିକ ଅସ୍ଥିରତା ବା ଉତ୍କଣ୍ଠା ଆଶରୀରି ଭୟ ( ଗୁଣିଗାରେଡି) ଅଣ – ନିୟନ୍ତ୍ରିତ ଭୟ |
ଶାରୀରର କ୍ଷତି ସାଧନ କରୁଥିବା କୀଟାଣୁ ବା ଅନ୍ୟାନ୍ୟ ଜୀବ ବା ଅର୍ଗାନିଜିମ ମାନଙ୍କ ଦ୍ଵାରା ସଂକ୍ରାମକ ରୋଗ ହୋଇଥାଏ । ବିଭିନ୍ନ ଉପାୟରେ ଏହା ବ୍ୟାପିଥାଏ ।
ଜୀବାଣୁ ଅନେକ ରୋଗ ସଂକ୍ରମଣର କାରଣ ହୋଇଥାନ୍ତି । ଏହା ଏତେ ଛୋଟ ଯେ ଏହାକୁ ଖାଲି ଆଖିରେ ଦେଖି ହୁଏ ନାହିଁ । ମାଇକ୍ରୋସ୍କୋପ ସାହାଯ୍ୟରେ ଉଭୟ ଜୀବାଣୁ ଓ ଭୂତାଣୁକୁ ଦେଖିହୁଏ ।
ଜୀବାଣୁ ଜନିତ ସଂକ୍ରମଣ ପାଇଁ ଜୀବାଣୁ ନାଶୀ ( ପେନିସିଲିନ, ଟେଟ୍ରାସାଇକ୍ଲିନ୍ ଇତ୍ୟାଦି) ଉତ୍ତମ କାମ କରିଥାଏ । ଭୂତାଣୁ ଜନିତ ସଂକ୍ରମଣ ପାଇଁ ଯଥା – ଥଣ୍ଡା, ଫ୍ଲୁ, ଗାଲୁଆ, ହାଡଫୁଟି ଇତ୍ୟାଦିରେ ଏହି ଜୀବାଣୁନାଶୀ କାମ କରି ନ ଥାଏ । କାରଣ ଶାରୀରର ରୋଗ ପ୍ରତିରୋଧ ଶକ୍ତି ଏହାକୁ ମାରିଦିଏ ଏଣୁ ଭୂତାଣୁ ସଂକ୍ରମଣ ପାଇଁ ଜୀବାଣୁନାଶୀ ବ୍ୟବହାର କରନ୍ତୁ ନାହିଁ ।
ସଂକ୍ରାମକ ରୋଗଗୁଡିକ ଉଦାହରଣ
ଯେଉଁ ଜୀବ ରୋଗ ଉତ୍ପନ୍ନ କରେ |
ରୋଗର ନାମ |
ଏହା କିପରି ବ୍ୟାପେ ବା ଶରୀର ମଧ୍ୟକୁ ପ୍ରବେଶ କରେ |
ମୁଖ୍ୟ ଔଷଧ |
କୀଟାଣୁ ବା ସୂକ୍ଷ୍ମ ଜୀବାଣୁ ପ୍ରକାରର) |
ଯକ୍ଷ୍ମା |
ବାୟୁଦ୍ଵାରା ( କାଶିଳାବେଳେ ) |
ଜୀବାଣୁନାଶୀ ବା ଆଣ୍ଟିବାଇଓଟିକସ |
ଧନୁଷ୍ଟାଙ୍କର |
ଦୂଷିତ ଘା’ |
||
କେତେକ ତରଳଝାଡା |
ମଇଳା ଆଙ୍ଗୁଠି, ପାଣି ଓ ମାଛି |
||
ନିମୋନିଆ |
ବାୟୁଦ୍ଵାରା ( କାଶିଲାବେଳେ ) |
||
କେତେକ ପ୍ରମେହ ବା ଗନେରିଆ ଉପଦଂଶ ବା ସିଫିଲିସ୍ |
ଯୌନ ସଂସର୍ଗ |
||
କାନବିନ୍ଧା |
ଥଣ୍ଡାଦ୍ଵାରା |
||
ସଂକ୍ରମଣ ଘା’ |
ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସିବା ହେତୁ |
||
ପୂଜେଇଥିବା ଘା’ |
ସିଧାସଳଖ ସଂସ୍ପର୍ଶରୁ |
||
ଭୂତାଣୁ ( କୀଟାଣୁଠାରୁ ସୂକ୍ଷ୍ମ ଜୀବାଣୁ ) |
ଶର୍ଦ୍ଦି, ଇନ୍ନଫ୍ଲୁଏନଜା, ମିଳିମିଳା, ଗାଲୁଆ, ହାଡଫୁଟି, ଶୈଶବାୟ- ପକ୍ଷାଘାତ । ଭୂତାଣୁ ଜନିତ ତରଳ ଝାଡା, |
ରୋଗୀଠାରୁ ପବନ, କାଶ ଓ ମାଛିମାନଙ୍କ ଦ୍ଵାରା |
ଯନ୍ତ୍ରଣାନିବାରକ ( ଭୂତାଣୁ ନିପାତ ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ ଏଥିପାଇଁ ଜୀବାଣୁନାଶୀ ସାହାଯ୍ୟ କରେ ନାହିଁ ) । ପ୍ରତିରୋଧକ ଟୀକା ଭୂତାଣୁ ସଂକ୍ରମଣପ୍ରତିରୋଧ କରିଥାଏ । |
ଜଳାତଙ୍କ |
କୌଣସି ପଶୁ କାମୁଡିବାଦ୍ଵାରା |
||
ଭାତୁଡି |
ସ୍ପର୍ଶଜନିତ |
||
ଫଇସ |
ଯାଦୁ ପାଦ କୁଣ୍ଡାଇ ହେବା |
ସ୍ପର୍ଶ ଓ ରୋଗୀର ଲୁଗାପଟା ବ୍ୟବହାରଜନିତ |
ସଲଫର ଓ ଭିନେଗାର ମଲମ, ଅନଡି – ସାଇଲେନିକ, ବେନୋଇକ ସାଲିସିଲିକି, ଗ୍ରିସୋଫୁଲଭିନ୍ |
ଅନ୍ତଃ ପରଜୀବୀ ବା ଇଣ୍ଟରନାଲ୍ ପାରାସାଇଟିସ ( ଶରୀର ମଧ୍ୟସ୍ଥ ହାନିକାରକ ଜୀବ) |
ଅନ୍ତ୍ରସ୍ତ: କୃମି, ଏମବିକ ( ଡିସେଣ୍ଟରି ) |
ମଳଠାରୁ ମୁହଁ ଅପରିଚନତାଯୋଗୁଁ |
ବିଭିନ୍ନ ପ୍ରକାରର ନିର୍ଦ୍ଦିଷ୍ଟ ଔଷଧ |
ରକ୍ତ: ମ୍ୟାଲେରିଆ |
ମଶା କାମୁଡିବା ଯୋଗୁଁ |
କ୍ଳୋରୋକୁଇନ୍ |
|
ବାହ୍ୟ ପରଜୀବୀ ( ଶରୀର ଉପରେ ବାସକରୁଥିବା ହାନିକାରକ ଜୀବ) |
ଉକୁଣୀ ଡାଆଁସ ବା କୁକୁରମାଛି ଓଡଶ |
ରୋଗୀ ବା ତାର ଲୁଗାପଟା ସଂସ୍ପର୍ଶରେ ଆସିବାଦ୍ଵାରା |
କୀଟନାଶକ ଔଷଧ, ଲିଣ୍ଡେନ |
ବେଳେବେଳେ ଏକାପରି ଲାଗୁଥିବା କେତବେକ ରୋଗ ସମସ୍ୟାରେ ପକାଇଥାନ୍ତି, କିନ୍ତୁ ସେଗୁଡିକ ଭିନ୍ନଭିନ୍ନ କାରଣରୁ ହୋଇଥିବା ସେଗୁଡିକର ଉପଶମ ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ପଦ୍ଧତି ପ୍ରୟୋଗ କରିବାକୁ ପଡିଥାଏ । ଉଦାହରଣ ସ୍ୱରୂପ :
ପ୍ରତ୍ୟେକ ରୋଗପାଇଁ ପୃଥକ ଆଧୁନିକ ଚିକିତ୍ସା ଆବଶ୍ୟକ । ତେଣୁ ସେଗୁଡିକର ସଠିକ ଚିକିତ୍ସା ପାଇଁ ସେଗୁଡିକୁ ପୃଥକ ଭାବେ ଜାଣିବା ଦରକାର ।
ପ୍ରଥମରୁ ଅନେକ ଅସୁସ୍ଥତା ଏକାପରି ଲାଗେ । କିନ୍ତୁ ଆପଣ ଯଦି ସଠିକ ପ୍ରଶ୍ନ ପଚାରି ଓ ଠିକ୍ ରୂପେ ପର୍ଯ୍ୟବେକ୍ଷଣ କରି, ରୋଗର ସୂଚନା ଜାଣିପାରିବେ ଏବଂ ଲକ୍ଷଣ ଗୁଡିକ ଚିହ୍ନି ପାରିବେ, ତେବେ ଜଣେ, କେଉଁ ରୋଗଦ୍ଵାରା ଆକ୍ରାନ୍ତ ତାହା ଆପଣ ଜାଣିପାରିବେ ।
ଜୀବାଣୁ, କୀଟାଣୁ ବା ଔଷଧ ଇତ୍ୟାଦି ବାହାରିବାର ବହୁପୂର୍ବରୁ ଲୋକମାନେ ସେମାନଙ୍କର ବିଭିନ୍ନ ଅସୁସ୍ଥତା ପାଇଁ ଅନେକ ଗୁଡିକ ରୋଗର ନାଁ ବ୍ୟବହାର କରିଆସୁଥିଲେ । ଯେଉଁ ସବୁ ରୋଗ ଯୋଗୁଁ ଆପାତତଃ ସମାନ ପ୍ରକାରର ଅସୁସ୍ଥତା ହୋଇଥିଲା, ଯଥା - ପ୍ରବଳ ଜ୍ଵର ବା’ ଦେହର ପାର୍ଶ୍ଵ ଯନ୍ତ୍ରଣା, ସେଗୁଡିକର ଗୋଟିଏ ନାଁ ଦିଆଯାଇଥିଲା । ପୃଥିବୀର ବିଭିନ୍ନ ଜାଗାରେ ସେହି ନାଁ ଗୁଡିକ ଏବେ ବି ପ୍ରଚଳିତ ଅଛି । ସହରର – ପ୍ରଶିକ୍ଷକ ପ୍ରାପ୍ତ ଚିକିତ୍ସାକ ମାନେ ସେସବୁ ନାଁ ଜାଣନ୍ତି ନାହିଁ । ତେଣୁ ବେଳେବେଳେ ଲୋକମାନେ ଭାବନ୍ତି ଯେ, ତାଙ୍କୁ ହୋଇଥିବା ରୋଗର ଚିକିତ୍ସା ଡାକ୍ତର କରୁନାହାଁନ୍ତି । ଫଳତଃ ସେମାନେ ସେମାନଙ୍କର ଘରୋଇ ଅସୁସ୍ଥତା ଗୁଡିକର ଚିକିତ୍ସା ଚେରମୂଳ ଓ ଘରୋଇ ଚିକିତ୍ସା ପଦ୍ଧତି ଅନୁସରଣ କରିପାରନ୍ତି।
ପ୍ରକୃତ ପକ୍ଷେ, ଏହିସବୁ ଘରୋଇ ଅସୁସ୍ଥତା ବା ଗାଉଁଲୀ ରୋଗଗୁଡିକ ଡାକ୍ତର ଶାସ୍ତ୍ରରେ ଅନ୍ତର୍ଭୁକ୍ତ । କେବଳ ସେଗୁଡିକର ନା ଗୁଡିକ ଅଲଗା ପ୍ରକାରର ।
ଅଧିକାଂଶ ଅସୁସ୍ଥତା ପାଇଁ ଘରୋଇ ଚିକିତ୍ସା ଭଲ କାଟୁ କରେ । କିନ୍ତୁ ଅନ୍ୟ କେତେକ ଅସୁସ୍ଥତା ପାଇଁ ଆଧୁନିକ ଔଷଧ ଯଥେଷ୍ଟ ବେଶୀ ଉପାଦେୟ ଓ ପ୍ରାଣରକ୍ଷାକାରୀ । ସାଂଘାତିକ ଭାବେ ସଂକ୍ରମିତ ରୋଗ ଯଥା: ନିମୋନିଆ, ଟାଇଫଏଡ, ଯକ୍ଷ୍ମା, ଯୌନ ସଂସର୍ଗ ଜନିତ ରୋଗ ତଥା ପ୍ରସବ ପରବର୍ତ୍ତୀ ସଂକ୍ରମଣ ଇତ୍ୟାଦି ଅସୁସ୍ଥତା ପାଇଁ ଏହା ବିଶେଷ ଭାବେ କାମ କରେ । କେଉଁ କେଉଁ ରୋଗ ପାଇଁ କି ପ୍ରକାରର ଆଧୁନିକ ଔଷଧ ଦରକାର ଓ ତାହା ନିହାତି ଦରକାର କି ନାହିଁ, ପ୍ରଶିକ୍ଷକପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦ୍ଵାରା ବିଭିନ୍ନ ରୋଗ ପାଇଁ ଦିଆଯାଇଥିବା ନା ଗୁଡିକୁ ଜାଣିରଖିବା ନିହାତି ଆବଶ୍ୟକ ।
ଯଦି ରୋଗ ସାଂଘାତିକ ହୋଇଥାଏ ଓ ସେ ରୋଗ ଚିହ୍ନିବାରେ ଆପଣ ଅନିଶ୍ଚିତ ହୁଅନ୍ତି, ତେବେ ଆଧୁନିକ ଚିକିତ୍ସା ପଦ୍ଧତିର ସାହାଯ୍ୟ ନିଅନ୍ତୁ ।
ମୂର୍ଚ୍ଛା ବା ଅଚେତ୍ ହୋଇଯିବାକୁ ଉତ୍ତର ଭାରତରେ ଦୌରା କହନ୍ତି । କେତେକ ସମୟରେ ଯଦି ଜଣକର ହଠାତ୍ ନିଶ୍ଵାସ ରୁନ୍ଧି ହୋଇଯାଏ ବା ଛାତିରେ କଷ୍ଟ ହୁଏ ତାକୁ ମଧ୍ୟ ଦୌରା କହନ୍ତି । ଏହି ଲକ୍ଷଣ ଗୁଡିକ କୌଣସି ଗୋଟିଏ ରୋଗରେ ନ ହୋଇ ଏକାଧିକ ରୋଗର କାରଣ ହୋଇଥାଏ ।
ଦୌରା ବୋଲି କୁହାଯାଉଥିବା ବିଭିନ୍ନ ରୋଗ
ଦକ୍ଷିଣ ଭାରତର ଅନେକ ଗାଁ ର ଲୋକମାନେ ପିଥମ୍ ନାମକ ଅଂଶବିଶେଷ ଥିବା ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ଵାରା ପିଥମ ରୋଗ ହୁଏ ବୋଲି ବିଶ୍ଵାସ କରନ୍ତି । ଯେଉଁମାନେ ସନ୍ତାନ ପ୍ରସବ ପରେ ବା ଔଷଧାଦି ସେବନ କରୁଥିବା ସମୟ ମଧ୍ୟରେ ସେମାନଙ୍କ ନିଷେଧ କରାଯାଇଥିବା କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଖାଆନ୍ତି, ସେମାନଙ୍କୁ ପିଥମ୍ ରୋଗ ହୋଇଥାଏ ବୋଲି କୁହାଯାଏ । ବାଇଗଣ, ଶୁଖୁଆ, ଚିନାବାଦାମ ଓ ଖାଇବା ତେଲ ଇତ୍ୟାଦି ପିଥମ୍ ଅଂଶବିଶେଷ ହୋଇଥିବାର ଧାରଣା ଥାଏ । ଯଦିଓ ଏହିସବୁ ଖାଦ୍ୟ କୌଣସି ହାନି କରି ନଥାନ୍ତି ଓ କେତେକ ସମୟରେ ଶାରୀରିକ ଆବଶ୍ୟକତା ପୂରଣ କରିଥାନ୍ତି, ତଥାପି ବି ପିଥମ୍ ହେବା ଭୟରେ ଅଧିକାଂଶ ଲୋକ ଏ ସବୁକୁ ସ୍ପର୍ଶ କରନ୍ତି ନାହିଁ ।
ପିଥମ ନାମରେ ଅବିହିତ କେତେକ ରୋଗ:
ହଠାତ ଭୟ ପାଇବା ବା ଗୁଣିଗାରେଡି ଯୋଗୁଁ ଅଥବା ଦୃଷ୍ଟି ଆତ୍ମା ଯୋଗୁଁ ଉପୋନ୍ମାଦ ବା ହିଷ୍ଟ୍ରିଆ ହୁଏ ବୋଲି କେତେକ ଗ୍ରାମବାସୀ ବିଶ୍ଵାସ କରଥାନ୍ତି । ଉପୋନ୍ମାଦ ବା ହିଷ୍ଟ୍ରିଆ ହୋଇଥିବା ଜଣେ ଲୋକ ଭୀଷଣ ଭାବେ ଦୁର୍ବଳମନା ଓ ଆତଙ୍କଗ୍ରସ୍ତ ହୋଇଯାଏ । ସେ ହୁଏତ ଥରିବ, ଅଜବ ବ୍ୟବହାର କରିବ, ଶୋଇପାରିବ ନାହିଁ, ତା’ର ଓଜନ କମି କମି ଯିବ ଓ ଏପରିକି ସେ ମରିଯିବ ।
ହିଷ୍ଟ୍ରିଆ ପାଇଁ ଆବଶ୍ୟକୀୟ ଡାକ୍ତରୀ ବ୍ୟାଖ୍ୟା
ଚିକିତ୍ସା
ଅତ୍ୟଧିକ ଆତଙ୍କ ବା ଦୃତ ଶ୍ଵାସକ୍ରିୟା ସଂଯୁକ୍ତ ହିଷ୍ଟ୍ରିଆ (ଅତ୍ୟଧିକ ବାୟୁ ସଞ୍ଚାରଣ )
ଲକ୍ଷଣ
ଚିକିତ୍ସା
କର୍କଟ ରୋଗ
ଚର୍ମର ଉଗ୍ର ସଂକ୍ରମଣ ବା ଗ୍ୟାଙ୍ଗ୍ରିନ୍ କୁ ଲୋକେ ସାଧାରଣତଃ କର୍କଟରୋଗ କହିଥାନ୍ତି ।
ଶରୀରରେ ଯେକୌଣସି କଠିନ। ଯନ୍ତ୍ରଣାହୀନ, ବିକମ୍ବରେ ବଢୁଥିବା ଆବୁ କର୍କଟ ରୋଗ ହୋଇପାରେ । ଏହା ବହୁତ ମାରାତ୍ମକ ଓ ଏଥିପାଇଁ ଶଲ୍ୟ ଚିକିତ୍ସା ଆବଶ୍ୟକ ହୋଇପାରେ । ସନ୍ଦେହ ହେଲା ମାତ୍ରେ ଡାକ୍ତରୀ ସହାୟତା ନିଅନ୍ତୁ । |
କୁଷ୍ଠ
ମେକ୍ସିକୋର ଗ୍ରାମବାସୀ ମାନେ ଖୋଲା ଏବଂ ବଢିଥିବା ଘା’ କୁ କୁଷ୍ଠ କହିଥାନ୍ତି । ଏହା ଦ୍ଵାରା ଦ୍ଵନ୍ଦ୍ଵ ସୃଷ୍ଟି ହୁଏ। ସାଧାରଣତଃ ସ୍ୱାସ୍ଥ୍ୟକର୍ମୀମାନେ କୁଷ୍ଠର ସଂପୂର୍ଣ୍ଣ ଲକ୍ଷଣ ଦେଖି ଏହାକୁ କୁଷ୍ଠ କହିଥାନ୍ତି ଯେଉଁ ଘା’ ଗୁଡିକ କୁଷ୍ଠ ନାମରେ ନାମିତ ସେଗୁଡିକ ହେଲା-
ଠିକ ରୂପେ କହିବାକୁ ଗଲେ ସାଧାରଣ ଶାରୀରିକ ଉତ୍ତାପଠାରୁ ଅଧିକ ଉତ୍ତାପ ଦେହରେ ରହିଲେ ଜ୍ଵର ହୋଇଛି ବୋଲି କୁହାଯାଏ । କିନ୍ତୁ ଭାରତରେ ଅଧିକ ଉତ୍ତାପ ସୃଷ୍ଟିକାରୀ ଅନେକଗୁଡିକ ରୋଗକୁ ଜ୍ଵର ବୋଲି କୁହାଯାଏ ।
ଏହିସବୁ ରୋଗର ନିରାକରଣ ଓ ସଫଳଚିକିତ୍ସା ପାଇଁ ଗୋଟିକ ଠାରୁ ଅନ୍ୟଟିକୁ ପୃଥକ ଭାବେ ଜାଣିବା ଅତି ଆବଶ୍ୟକ ।
ଏଠାରେ ଜ୍ଵରର ଲକ୍ଷଣଯୁକ୍ତ କେତେକ ଭୂୟାନକ ରୋଗର ଉଦାହରଣ ଦିଆଯାଇଛି । ନିମ୍ନଦତ୍ତ ଗ୍ରାଫ ଗୁଡିକରେ ଜ୍ଵରର ସ୍ଵତନ୍ତ୍ର ପ୍ରଭାବ (ଉତ୍ତାପ ବୃଦ୍ଧି ଓ କ୍ଷୟ) ଦର୍ଶାଯାଇଛି ।
ମ୍ୟାଲେରିଆ
ହଠାତ୍ ଦେହର ଉତ୍ତାପ ବଢିଯାଏ ଓ କମ୍ପ ଆରମ୍ଭ ହୁଏ । ଅଳ୍ପ କେତେଘଣ୍ଟାପର୍ଯ୍ୟନ୍ତ ଏହା ରହେ । ଉତ୍ତାପ କମିବା ସହ ଦେହରୁ ଝାଳ ବୋହିଜାଏ । ଏହାପ୍ରତି ଦୁଇ ବା ତିନି ଦିନରେ ଠାରେ ଆକ୍ରମଣ ହୁଏ ।
ଜ୍ଵର ଛାଡିଯାଇ ପୁଣି ହେବ । ଭିତରେ ରୋଗୀ ଭଲ ଥିଲାପରି ଦେଖାଯାଏ । ଥରେ ଜ୍ଵର ହୋଇ ଛାଡିଗଲା ପରେ ରୋଗୀକୁ ଦୁଇ ତିନିଦିନ ପର୍ଯ୍ୟନ୍ତ ଭଲ ଲାଗେ ।
ଆନ୍ତ୍ରିକ ଜ୍ଵର
ଥଣ୍ଡା ହେବା ଭଳି ଆରମ୍ଭ ହୁଏ । ପ୍ରତ୍ୟେକ ଦିନ ଉତ୍ତାପ ବଢିବଢି ଯାଏ । ସେହି ଅନୁପାତରେ ନାଡିର ସ୍ପନ୍ଦନ କମିଆସେ ।
ବେଳେ ବେଳେ ତରଳ ଝାଡା ଓ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଏ । ଥରିବା ଓ ପ୍ରଳାପ କରିବା ଆଦି ଲକ୍ଷଣ ଦେଖାଯାଏ । ରୋଗୀ ଭୀଷଣ ଅସୁସ୍ଥ ହୋଇଯାଏ ।
ଯକୃତ ପ୍ରଦାହ
ରୋଗୀର ଭୋକ ମରିଯାଏ । ଖାଇବାକୁ ବା ଧୂମପାନ କରିବାକୁ ଇଛା ହୁଏ ନାହିଁ । ଓକାର ଉଠି ବାନ୍ତି କରିବାକୁ ଇଛା ହୁଏ ।
ଆଖି ଓ ଦେହର ରଙ୍ଗ ହଳଦିଆ ଦେଖାଯାଏ, ଝାଡା ଧଳା ଦେଖାଯାଏ ।
ବେଳେବେଳେ ଲିଭର ବା ଯକୃତ ବଢିଯାଇ କଷ୍ଟ ହୁଏ । ସାମାନ୍ୟ ଜ୍ଵର ହୁଏ; ରୋଗୀ ବହୁତ ଦୁର୍ବଳ ହୋଇଯାଏ ।
ନିମୋନିଆ
ଶ୍ଵାସକ୍ରିୟା ଦ୍ରୁତ ହୁଏ । ଅଣନିଶ୍ଵାସୀ ହେଲା ପରି ଲାଗେ ।
ଉତ୍ତାପ ଖୁବ୍ ଶୀଘ୍ର ବଢିଯାଏ । କଫ ହଳଦିଆ, ଶାଗୁଆ ବା ରକ୍ତ ବର୍ଣ୍ଣର ହୁଏ ।
ଛାତିରେ ଯନ୍ତ୍ରଣା ହୋଇପାରେ । ରୋଗୀ ଭୀଷଣ ଅସୁସ୍ଥ ହୋଇଯାଏ ।
ବାତଜ୍ଵର ବା ରିଉମାଟିକ୍ ଜ୍ଵର
ସାଧାରଣତଃ ୧୯ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ହୋଇଥାଏ, ଗଣ୍ଠି ଦରଜ ଗୁଏ । ଭୀଷଣ ଜ୍ଵର ହୁଏ ।
ବିଭିନ୍ନ ସମୟରେ ଟନସିଲ୍ ରେ ଘା’ ହେବା ପରି ଏହା ହୋଇଥାଏ ।
ବେଳେବେଳେ ଶ୍ଵାସକ୍ରିୟା କମିଯାଇ ଛାତିରେ ଯନ୍ତ୍ରଣା ହୁଏ । ରୋଗୀ ଗୋଡ ହାତ ଛଟାଛଟି କରେ ।
ଯକ୍ଷ୍ମା
କ୍ଳାନ୍ତି ସହିତ ଧୀରେ ଧୀରେ ଆରମ୍ଭ ହୁଏ । ଓଜନ କମିଯାଏ ଓ କାଶ ହୁଏ । ସନ୍ଧ୍ୟାବେଳେ ଜ୍ଵର ହୁଏ । ସକାଳୁଆ ଜ୍ଵର କମିଯାଏ । ରାତିରେ ଝାଳ ବୋହିପାରେ । ମାସମାସ ଧରି ଲାଗି ରହେ ।
ପ୍ରସୂତି ଜ୍ଵର
ପ୍ରସବର ଦିନେ ବା କିଛିଦିନ ପରେ ଆରମ୍ଭ ହୁଏ । ସାମାନ୍ୟ ଜ୍ଵର ଆରମ୍ଭ ହୋଇ କ୍ରମେ ଉତ୍ତାପ ବଢିଯାଏ । ଯୋନିରୁ ଦୁର୍ଗନ୍ଧଯୁକ୍ତ ତରଳ ପଦାର୍ଥ ନିର୍ଗତ ହୁଏ, କଷ୍ଟହୁଏ ଓ ଯୋନିରୁ ବେଳେବେଳେ ରକ୍ତସ୍ରାବ ହୁଏ ।
ଏହିସବୁ ରୋଗ ବିପଦଜନକ ହୋଇଥାଏ । ଏଠାରେ ଉଲ୍ଲେଖ କରାଯାଇଥିବା ରୋଗଗୁଡିକ ଛଡା ଆହୁରି ଅଧିକ ରୋଗ ( ପ୍ରାୟତଃ ଯେଉଁଗୁଡିକ ଗ୍ରୀଷ୍ମ ପ୍ରବାହ ବା ଟ୍ରିପକାଲ୍ ଦେଶମାନଙ୍କର ଦେଖାଯାଏ । ଏହିପରି ସମାନ ଲକ୍ଷଣ ଓ ଜ୍ଵର ସହ ହୋଇଥାଏ । ଏଗୁଡିକ ମଧ୍ୟରେ ପ୍ରଭେଦ ବାରିବା ସହଜ ନୁହେଁ। ଅଧିକାଂଶ ଭୟାନନକ ଓ ସାଂଘାତିକ । ଯଦି ସମ୍ଭବ ଡାକ୍ତଋ ସାହାଯ୍ୟ ନିଅନ୍ତୁ ।
ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 12/21/2019