অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମାଶୟ ଓ ରକ୍ତ ଆମାଶୟ

ଆମାଶୟ କ'ଣ ?

ଜଣେ ବ୍ୟକ୍ତିଙ୍କୁ ତରଳ ଝାଡା ହେଲେ ତାହାକୁ ଆମାଶୟ କୁହାଯାଏ । ଯଦି ଝାଡାରେ ନାଳ ଓ ରକ୍ତ ପଡେ ତେବେ ତାହାକୁ ଆମାଶୟ କହନ୍ତି । ଆମାଶୟ ସାଧାରଣ ବା ଗୁରୁତର ହୋଇପାରେ । ଏହା ମଧ୍ୟ ତୀବ୍ର ବା ଦୀର୍ଘକାଳୀନ ହୋଇପାରେ । ବିଶେଷତଃ ପୁଷ୍ଟିହୀନ ପିଲା ମାନଙ୍କ କ୍ଷେତ୍ରରେ ଆମାଶୟ ଅତି ସାଧାରଣ ଓ ସାଘାଂତିକ ହୋଇଥାଏ ।

ଆମାଶୟର ଅନେକ କାରଣ ଅଛି । କେତେକ ସମୟରେ ସ୍ଵତନ୍ତ୍ର ଚିକିତ୍ସା ଦରକାର ପଡିଥାଏ । ସେ ଯାହା ହେଉ ଅଧିକାଂଶ କ୍ଷେତ୍ରରେ ଆମାଶୟକୁ ନିଜ ଘରେ ସଫଳତା ପୂର୍ବକ ଚିକିତ୍ସା କରାଯାଇପାରିବ । ଆପଣ ତା’ର କାରଣ ବା ନ ଜାଣିଥାନ୍ତୁ ।

ଆମାଶୟର ମୁଖ୍ୟ କାରଣ

ଉପଯୁକ୍ତ ପୁଷ୍ଟିସାଧନ ହୋଇ ନ ଥିଲେ ଏହା ପିଲାକୁ ଦୁର୍ବଳ କରିଦିଏ ଓ ଅନ୍ୟ କାରଣରୁ ହେଉଥିବା ଆମାଶୟ ହୁଏ ଏବଂ ଖରାପ ଅବସ୍ଥା ସୃଷ୍ଟି କରେ।

କ୍ଷୀର ହଜମ କରି ନ ପାରିବାର କ୍ଷମତା (ମୁଖ୍ୟତଃ ଗମ୍ଭୀର ଭାବରେ ପୁଷ୍ଟିହୀନ ପିଲା ଓ କେତେକ ବୟସ୍କଙ୍କ କ୍ଷେତ୍ରରେ) । ଏହି ପିଲାମାନେ ଏକ ସ୍ଵତନ୍ତ୍ର ଏନଯାଇମ ବଟିକା ଦରକାର କରନ୍ତି ସ୍ୱାସ୍ଥ୍ୟ କର୍ମୀଙ୍କର ପରାମର୍ଶ ନିଅନ୍ତୁ।

ଭୂତାଣୁ ସଂକ୍ରମଣ, ଅନ୍ତ - ଫ୍ଲୁ (ପ୍ରାୟ ସାଧାରଣ ଆମାଶୟ )

ପିଲାଙ୍କ ପାଇଁ ନୂଆ ଖାଦ୍ୟ ହଜମ କରିବା କଷ୍ଟକର ହୋଇଥାଏ ।

ଜୀବାଣୁ ଦ୍ଵାରା ଅନ୍ତ୍ରର ସଂକ୍ରମଣ, ଆମିବା, ବା ଜିଆଡିଆ

କେତେକ ଖାଦ୍ୟ କ୍ଷେତ୍ରରେ ଆଲର୍ଜିକ(ସାମୁଦ୍ରିକ ଖାଦ୍ୟ, ମାଛ ଇତ୍ୟାଦି), କେବେ କେବେ ପିଲାଙ୍କର ଗାଈ ବା ଅନ୍ୟ କ୍ଷୀର ପ୍ରତି ଆଲରଜିକ ସୃଷ୍ଟି ହୋଇଥାଏ ।

କୃମି ସଂକ୍ରମଣ

ଆମ୍ପିସିଲିନ ବା ଟେଟ୍ରାସାଇକ୍ଲିନ ଭଳି କେତେକ ଔଷଧର ପ୍ରଭାବ।

ଅନ୍ତବାହୀରେ ସଂକ୍ରମଣ(କାନ ସଂକ୍ରମଣ ଗଳଗ୍ରନ୍ଥି, ମିଳିମିଳା, ପରିସ୍ରା ଜନିତ ସଂକ୍ରମଣ )

ମୃଦୁ ବିଚେରକ, ବସ୍ତିଶୋଧକ, ଉତ୍ତେଜକ ବା ବିଷାକ୍ତ ପଦାର୍ଥ, କେତେକ ବିଷ ।

ମ୍ୟାଲେରିଆ (ଫାଲସିପାରମ୍ – ଭାରତର କିଛି ଅଂଶରେ)

ଅତ୍ୟଧିକ ମାତ୍ରାରେ କଞ୍ଚାଫଳ ବା ଅତ୍ୟଧିକ ଚିକ୍କଣ ଖାଦ୍ୟ ଖାଇବା।

ଖାଦ୍ୟ ବିଷାକ୍ତ

ଏଡସ୍ (ଦୀର୍ଘଦିନ ତରଳ ଝାଡା ଲାଗି ରହିବା ଏଡସ୍ ର କାରଣ ହୋଇପାରେ ।)

ଆମାଶୟର ନିବାରଣ

ଯଦିଓ ଆମାଶୟର ଅନେକ କାରଣ ଅଛି ତଥାପି ସଙ୍କରମ ଓ ପୁଷ୍ଟିହୀନତା ସବୁଠାରୁ ସାଧାରଣ କାରଣ ଅଟେ । ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟରକ୍ଷା ଦ୍ଵାରା ଅଧିକାଂଶ କ୍ଷେତ୍ରରେ ଆମାଶୟ ନିବାରଣ କରାଯାଇପାରିବ । ଠିକ୍ ଭାବରେ ଚିକିତ୍ସା କରାଗଲେ ଆମାଶୟରେ ପଡି ମୃତ୍ୟୁ ମୁଖରେ ପଡୁଥିବା ପିଲାଙ୍କ ସଂଖ୍ୟା ବହୁତ କମାଇ ଦିଆଯାଇ ପାରିବ।

  • ଭଲଭାବରେ ପରିପୋଷିତ ପିଲା ଅପେକ୍ଷା ପୁଷ୍ଟିହୀନ ପିଲା ପ୍ରାୟତଃ ବାରମ୍ବାର ଆମାଶୟ ଦ୍ଵାରା ଆକ୍ରାନ୍ତ ହୁଅନ୍ତି ଓ ମରନ୍ତି । ପୁଷ୍ଟିହୀନତାର କାରଣ ମଧ୍ୟ ଆମାଶୟ ହୋଇପାରେ । ପୁଷ୍ଟିହୀନ ହୋଇଥିଲେ ଆମାଶୟ ସାଘାଂତିକ ହୋଇଯାଏ।
  • ଏହା ଫଳରେ ଗୋଟିଏ ଅନ୍ୟଟିକୁ ଖରାପ କରିଥାଏ । ଏହି କାରଣରୁ ପୁଷ୍ଟିହୀନତା ଓ ଆମାଶୟର "କୁଚକ୍ର" କବଳରେ ପଡି ଅନେକ ପିଲା ମୃତ୍ୟୁ ମୁଖରେ ପଡିଥାନ୍ତି । ପୁଷ୍ଟିସାଧନ ଆମାଶୟର ନିବାରଣ ଓ ଚିକିତ୍ସା ଉଭୟ ପାଇଁ ଦରକାର ।
  • ଆମାଶୟର ନିବାରଣ ଉଭୟ ଉତ୍ତମ ଖାଦ୍ୟ ଓ ପରିଚ୍ଛନ୍ନତା ଉପରେ ନିର୍ଭର କରେ । ବ୍ୟକ୍ତିଗତ ତଥା ସାଧାରଣ ପରିଚ୍ଛନ୍ନତା ପାଇଁ ଅନେକ ପରାମର୍ଶ ଦିଆଯାଇଛି । ଏଥିରେ ପାଇଖାନାର ବ୍ୟବହାର, ପରିଷ୍କାର ଜଳର ମହତ୍ତ୍ଵ ଓ ଧୂଳି ତଥା ମାଛିଠାରୁ ଖାଦ୍ୟକୁ ରକ୍ଷା କରିବା ବିଷୟ ରହିଅଛି ।
  • ଏଠାରେ ଶିଶୁମାନଙ୍କୁ ଆମାଶୟରୁ ରକ୍ଷା କରିବା ପାଇଁ କେତେକ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦିଆଯାଇଛି ।

ପିଲାକୁ ବୋତଲ କ୍ଷୀର ପରିବର୍ତ୍ତେ ସ୍ତନକ୍ଷୀର ଦିଅନ୍ତୁ । ପ୍ରଥମ ୪ ମାସ କେବଳ ସ୍ତନ୍ୟପାନ କରାନ୍ତୁ । ଏହା ଆମାଶୟ ସଂକ୍ରମଣରୁ ପିଲାକୁ ରକ୍ଷା କରିଥାଏ । ଯଦି ସ୍ତନ୍ୟପାନ ସମ୍ଭବ ନହୁଏ, ତେବେ ଚାମଚରେ କ୍ଷୀର କାଢି ପିଆନ୍ତୁ । ପିଲାମାନଙ୍କ ପାଇଁ କ୍ଷୀରଖିଆ ବୋତଲ ବ୍ୟବହାର କରନ୍ତୁ ନାହିଁ, କାରଣ ଏହାକୁ ପରିଷ୍କାର ରଖିବା କଷ୍ଟ ଏବଂ ସଂକ୍ରମଣର କାରଣ ହୋଇପାରେ।

  • ଯେତେବେଳେ ପିଲାକୁ ନୂଆ ବା କଠିନ ଖାଦ୍ୟ ଦେବାକୁ ଆରମ୍ଭ କରିବେ, ଭଲକରି ମିଶାଇ ଅଳ୍ପ କରି ଦିଅନ୍ତୁ, ସେ ନୂଆ ଖାଦ୍ୟ ହଜମ କରିବା ଶିଖି ନ ଥାଏ । ତେଣୁ ଥରକରେ ଅଧିକା ଖାଇବାକୁ ଦିଆଗଲେ ଆମାଶୟ ହୋଇପାରେ ।
  • ପିଲାକୁ ପରିଷ୍କାର ରଖନ୍ତୁ ଏବଂ ପରିଷ୍କାର ଜାଗାରେ ରଖନ୍ତୁ । ସେ ଯେପରି ମୁହଁରେ ମଇଳା ଭର୍ତ୍ତି ନ କରେ ସେଥିପାଇଁ ଧ୍ୟାନ ଦିଅନ୍ତୁ।
  • ପିଲାକୁ ଅଦରକାରୀ ଔଷଧ ଦିଅନ୍ତୁ ନାହିଁ ।

ଆମାଶୟର ଚିକିତ୍ସା

ଅଧିକାଂଶ କ୍ଷେତ୍ରରେ ଆମାଶୟ ପାଇଁ ଔଷଧ ଦରକାର ହୁଏ ନାହିଁ । ଯଦି ଆମାଶୟ ଗୁରୁତର ହୁଏ, ତେବେ ସବୁଠାରୁ ବେଶୀ ବିପଦ ଶରୀରରୁ ପାଣି କମିଯିବା, ଯଦି ଆମାଶୟ ବହୁଦିନ ଲାଗି ରହେ, ତେବେ ସବୁଠାରୁ ବଡ ବିପଦ ହେଉଛି ପୁଷ୍ଟିହୀନତା । ତେଣୁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ହେଉଛି ରୋଗୀକୁ ଯଥେଷ୍ଟ ତରଳପଦାର୍ଥ ଓ ଉତ୍ତମ ଖାଦ୍ୟ ଦେବା । କାରଣ ଯାହା ହେଉନା କାହିଁକି, ଆମାଶୟ ରୋଗ ପାଇଁ ନିମ୍ନଲିଖିତ ଭାବରେ ଯତ୍ନ ନିଅନ୍ତୁ ।

ଜଳ ଶୁଷ୍କତାକୁ ଆୟତ୍ତ କରନ୍ତୁ

ତରଳ ଆମାଶୟ ହେଉଥିବା ବ୍ୟକ୍ତି ପ୍ରଚୁର ପାଣି ପିଇବା ଦରକାର । ଯଦି ଆମାଶୟ ସାଘାଂତିକ ହୋଇଥାଏ କିମ୍ବା ଜଳୀୟ ଅଂଶ ଅଭାବର ଲକ୍ଷଣ ଦେଖାଦିଏ, ତେବେ ତାଙ୍କୁ ପୁନର୍ଜଳ ପାନୀୟ ଦିଅନ୍ତୁ । ପିଇବାକୁ ଇଚ୍ଛା କରୁନଥିଲେ ମଧ୍ୟ ବୁଝାଇସୁଝାଇ ପିଆଇବାକୁ ଚେଷ୍ଟା କରନ୍ତୁ । ଅଳ୍ପ ସମୟ ବ୍ୟବଧାନରେ ତାଙ୍କୁ ଅଳ୍ପ ଅଳ୍ପ କରି ପିଆନ୍ତୁ ।

ପୁଷ୍ଟିକର ଖାଦ୍ୟ

ଖାଇବାପରେ ସକ୍ଷମ ଆସିଗଲେ ଆମାଶୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଖାଦ୍ୟ ଦିଅନ୍ତୁ । ଏହା ବିଶେଷତଃ ଛୋଟ ପିଲା ବା ପୁଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ନିହାତି ଦରକାର ।

  • ଆମାଶୟ ହୋଇଥିବା ଶିଶୁପାଇଁ ସ୍ତନ୍ୟପାନ ଚାଲୁରଖିବା ଉଚିତ୍ ।
  • ଗୋଟିଏ ଛୋଟ ବା କମ୍ ଓଜନର ପିଲା ବା ଯେକୌଣସି ପତଳା ବା ଦୁର୍ବଳ ବ୍ୟକ୍ତିଙ୍କ କ୍ଷେତ୍ରରେ ଆମାଶୟ ହୋଇଥାଉ ବା ସେ ଭଲ ଥାଆନ୍ତୁ, ଯଥେଷ୍ଟ ପରିମାଣର ଶରୀର ନିର୍ମାଣକାରୀ ପୁଷ୍ଟିସାର ଓ ଶକ୍ତିଦାୟକ ଖାଦ୍ୟ ଖାଇବା ଉଚିତ୍ । ଅତ୍ୟନ୍ତ ଦୁର୍ବଳତା ବାନ୍ତି ହୋଇ ଖାଇବା ବନ୍ଦ କରିଥିଲେ, ସମ୍ଭବ ହେବା ସଙ୍ଗେ ସଙ୍ଗେ ହିଁ ଖାଇବା ଆରମ୍ଭ କରିବା ଉଚିତ୍ । ଅବଶ୍ୟ ବେଶୀ ଖାଦ୍ୟ ଦେବା ଦ୍ଵାରା ବାରମ୍ବାର ଝାଡା ହୋଇପାରେ ମାତ୍ର ଏହା ତା’ର ଜୀବନ ରକ୍ଷା କରିପାରିବ ।
  • ଯଦି କୌଣସି କମ୍ ଜୋର ପିଲାକୁ ଆମାଶୟ ବହୁତ ଦିନ ଲାଗି ରହୁଛି ବା ବାରମ୍ବାର ହେଉଛି ତେବେ ତାକୁ ପ୍ରୋଟିନଯୁକ୍ତ ଖାଦ୍ୟ ଦିଅନ୍ତୁ ଏହା କରିବାଦ୍ଵାରା ଅନ୍ୟ କୌଣସି ଚିକିତ୍ସାର ଆବଶ୍ୟକତା ପଡି ନ ଥାଏ ।
  • ଜଣେ ବଡ ପିଲା ବା ବୟସ୍କ ବ୍ୟକ୍ତି ଯଦି ସ୍ୱାସ୍ଥ୍ୟବାନ ହୋଇଥିବେ ଏବଂ ସେ ଆମାଶୟ ରୋଗରେ ଆକ୍ରାନ୍ତ ହୁଅନ୍ତି, ତେବେ ତରଳ ପଦାର୍ଥ ଯଥା ଚା’ ମାଂସରସ ଓ ପୁନର୍ଜଳପାନୀୟ ଦ୍ଵାରା ଶୀଘ୍ର ଭଲ ହୋଇଯାଇପାରିବେ, କିନ୍ତୁ ଯଦି ଆମାଶୟ ୧ ଦିନକୁ ଅଧିକ ଲାଗିରହେ ତେବେ ସେ ଅନ୍ୟାନ୍ୟ ଖାଦ୍ୟ ଖାଇବା ଉଚିତ୍ ।

ଆମାଶୟ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ

ଯେତେବେଳେ ଜଣେ ବ୍ୟକ୍ତି ବାନ୍ତି କରୁଛନ୍ତି ବା ଖାଇବାକୁ ଇଚ୍ଛା କରୁନାହାଁନ୍ତି, ତେବେ ସେ ନିମ୍ନଲିଖିତ ଜିନିଷ ପିଇବା ଉଚିତ୍ ।

  • ଚା
  • ପେଜ
  • କୁକୁଡା ମାଂସ, ମାଂସ, ଅଣ୍ଡା ବା ଶିମ୍ବ ଝୋଳ
  • ମିଠା ପାନୀୟ
  • ପୁନର୍ଜଳ ପାନୀୟ ସ୍ତନକ୍ଷୀର

ଖାଇବାକୁ ସମର୍ଥ ହେବା ସଙ୍ଗେ ସଙ୍ଗେ ବାମ, ପଟେ ଲେଖା ଯାଇଥିବା ପାନୀୟ ସହିତ ନିମ୍ନଲିଖିତ ଖାଦ୍ୟ କିମ୍ବା ସେସବୁର ମିଶ୍ରଣ ଖାଇବା ଉଚିତ୍ ।

ଶକ୍ତିଦାୟକ ଖାଦ୍ୟ

ଶରୀର ନିର୍ମାଣକାରୀ ଖାଦ୍ୟ

  • ପାଚିଲା ବା ସିଝା କଦଳୀ
  • ଭାତ
  • ଭଙ୍ଗା ଗହମ ବା ଅନ୍ୟାନ୍ୟ ସିଝା ହୋଇଥିବା ଶସ୍ୟ ତଟକା ମକା (ଭଲ ଭାବରେ ସିଝାହୋଇଥିବା)
  • ଆଳୁ
  • ଅମୃତଭଣ୍ଡା
  • ବିଭିନ୍ନ ପ୍ରକାର ଡାଲି
  • ଶିମ୍ବ, ମଟର (ଭଲ ଭାବରେ ରନ୍ଧା ହୋଇଥିବା)
  • କ୍ଷୀର (ସମୟ ସମୟରେ ଏହା ସମସ୍ୟା ସୃଷ୍ଟି କରିପାରେ)
  • ଅଣ୍ଡା (ସିଝା)
  • କୁକୁଡା ମାଂସ (ସିଝା ବା ଭଜା )
  • ମାଂସ ଚର୍ବୀ ନ ଥାଇ ଓ ତେଲରେ ଭଲ ଭାବରେ ରନ୍ଧା ହୋଇଥିବା) ମାଛ (ଭଲଭାବରେ ରନ୍ଧା ହୋଇଥିବା)

ସ୍ତନ୍ୟପାନ ଶିଶୁପାଇଁ ଉତ୍ତମ ଖାଦ୍ୟ

ସ୍ତନ୍ୟପାନ ଶିଶୁପାଇଁ ସବୁଠାରୁ ଉତ୍ତମ ଖାଦ୍ୟ । ଆମାଶୟ ହୋଇଥିବା ଛୁଆକୁ ସ୍ତନ୍ୟପାନ ଚାଲୁ ରଖନ୍ତୁ । ଏହା ଆମାଶୟର କାରଣ ହେବନାହିଁ ଏବଂ ପିଲାକୁ ଶୀଘ୍ର ଭଲ ହୋଇଯିବାରେ ସାହାଯ୍ୟ କରିବ ।

ଆମାଶୟ ହୋଇଥିବା ପିଲାପାଇଁ ଗାଈ, ମଇଁଷି ବା ଛେଳି କ୍ଷୀର ପ୍ରୋଟିନ ଯୋଗାଇଥାଏ । କିନ୍ତୁ ପିଲାଟି ଯଦି ଅତିଶୟ ପୁଷ୍ଟିହୀନ ହୋଇଥାଏ ତେବେ କ୍ଷୀର ହଜମ କରିବା ତା’ପାଇଁ ସମସ୍ଯା ହୋଇପାରେ ବା ଏହା ଆମାଶୟ ବଢିଯିବାର କାରଣ ହୋଇପାରେ। ଯଦିଏପରି ହୁଏ,ତେବେ କ୍ଷୀର ବା କ୍ଷୀରଯୁକ୍ତ ଖାଦ୍ୟ ଦେବା କମାଇଦିଅନ୍ତୁ । କିନ୍ତୁ ମନେରଖିବା ଉଚିତ ଯେ ପୁଷ୍ଟିହୀନ ପିଲାକୁ ଆମାଶୟ ହେଲେ ସେ ଅଧିକ ପ୍ରୋଟିନ ଦରକାର କରିଥାଏ । ତେଣୁ କ୍ଷୀର କମ୍ ଦିଆଗଲେ ରନ୍ଧା ହୋଇ ମିଳାଇଯାଇଥିବା ଖାଦ୍ୟ ଯଥା ଡାଲି,ଶିମ୍ବ,ଅଣ୍ଡାର କେଶର,କୁକୁଡାମାଂସ ବା ଖାଲି ମାଂସ ଦିଆଯିବା ଉଚିତ୍। ଶିମ୍ବର ଚୋପା ଛଡାହୋଇ ଭଲଭାବରେ ସିଝାଇ ଦିଆଯାଇଥିଲେ ତାହା ହଜମ କରିବାକୁ ସହଜ ହୋଇଥାଏ।

ପିଲା ସୁସ୍ଥ ହେବାମାତ୍ରେ ସେ ସାଧାରଣତଃ ଅଧିକ କ୍ଷୀର ଖାଇବାକୁ ସକ୍ଷମ ହେବ । ଏହାଦ୍ଵାରା ତାକୁ ଆମାଶୟ ହେବ ନାହିଁ ।

ଔଷଧ

ଅଧିକାଂଶ କ୍ଷେତ୍ରରେ ଆମାଶୟ ପାଇଁ ଔଷଧ ଦରକାର ହୋଇ ନ ଥାଏ । କିନ୍ତୁ କେତେକ କ୍ଷେତ୍ରରେ ଠିକ୍ ଔଷଧ ବ୍ୟବହାର କରିବା ପ୍ରୟୋଜନୀୟ । ସେ ଯାହାହେଉ ଆମାଶୟ ପାଇଁ ବ୍ୟବହାର କରାଯାଉଥିବା ଔଷଧ ବହୁତ କମ୍ କାମ କରିଥାଏ, ସେମାନଙ୍କ ମଧ୍ୟରୁ କେତେକ ପ୍ରକୃତରେ କ୍ଷତିକାରକ ।

ଆମାଶୟ କ୍ଷେତ୍ରରେ ସ୍ଵତନ୍ତ୍ର ଚିକିତ୍ସା

ଯଦିଓ ପ୍ରଚୁର ପରିମାଣର ତରଳ ପଦାର୍ଥ ଓ ପୁଷ୍ଟିକର ଖାଦ୍ୟ ଦେଇ ଅଧିକାଂଶ ଆମାଶୟର ଚିକିତ୍ସା କରାଯାଇପାରିବ, ତଥାପି କେତେକ କ୍ଷେତ୍ରରେ ସ୍ଵତନ୍ତ୍ର ଚିକିତ୍ସା ଦରକାର ପଡିଥାଏ ।

ଚିକିତ୍ସା କରିବା ସମୟରେ ମନେ ରଖିବା ଦରକାର ଯେ,କେତେକ ଆମାଶୟ, ବିଶେଷତଃ ଛୋଟପିଲାମାନଙ୍କ କ୍ଷେତ୍ରରେ କେବଳ ଅନ୍ତ୍ରର ସଂକ୍ରମଣ ଯୋଗୁଁ ହୋଇ ନ ଥାଏ । ସବୁବେଳେ କାନ, ଗଳା ଓ ମୂତ୍ରାଶୟ ପରୀକ୍ଷା କରିନିଅନ୍ତୁ, ଯଦି କୌଣସି ସଂକ୍ରମଣ ଜଣାପଡେ, ତେବେ ଚିକିତ୍ସା କରିବା ଉଚିତ୍ । ମିଳିମିଳାର ଲକ୍ଷଣ ପ୍ରତି ଲକ୍ଷ୍ୟ ରଖନ୍ତୁ ।

ଯଦି ଥଣ୍ଡାର ଲକ୍ଷଣ ସହ ପିଲାକୁ ସାଧାରଣ ଆମାଶୟ ହୁଏ ତେବେ ପ୍ରାୟତଃ “ଅନ୍ତ୍ରନଳୀ ଫ୍ଲୁ” ବା ସଂକ୍ରାମକ ରୋଗର ଭୂତାଣୁ ଦ୍ଵାରା ହୋଇଥାଏ । ଏଥିପାଇଁ ସ୍ଵତନ୍ତ୍ର ଚିକିତ୍ସା ଦରକାର ନାହିଁ । ପ୍ରଚୁର ପରିମାଣରେ ତରଳ ପଦାର୍ଥ ଦିଅନ୍ତୁ । କେତେକ ଜଟିଳ ପରିସ୍ଥିତିରେ ଠିକ୍ ଭାବରେ ଚିକିତ୍ସା ପାଇଁ ଆପଣଙ୍କୁ ମଳ ଓ ଅନ୍ୟାନ୍ୟ ଜିନିଷର ପରୀକ୍ଷା ଦରକାର ପଡିପାରେ । କିନ୍ତୁ ସାଧାରଣ ଭାବରେ ଆପଣ କେତେକ ନିର୍ଦ୍ଧିଷ୍ଟ ପ୍ରଶ୍ନ ପଚାରି ଝାଡାକୁ ଦେଖି ଓ ଅନ୍ୟ କେତେକ ଲକ୍ଷଣ ଦେଖି ଏହା ଜାଣିପାରିବେ। ଲକ୍ଷଣ ଅନୁସାରେ ଚିକିତ୍ସା ସମ୍ବନ୍ଧୀୟ କେତେକ ନିର୍ଦ୍ଦେଶ ଦିଆଗଲା।

  1. ଜ୍ଵର ନ ହୋଇ ହଠାତ୍ ଓ ସାଧାରଣ ଆମାଶୟ (ଭୂତାଣୁଜନିତ ତରଳ ଝାଡା)
    • ପ୍ରଚୁର ପରିମାଣର ତରଳ ପଦାର୍ଥ ପିଅନ୍ତୁ । ସାଧାରଣ ଭାବରେ କିଛି ଚିକିତ୍ସା ଦରକାର ପଡେନାହିଁ ।
    • ଏହାର ଚିକତ୍ସା ପାଇଁ କେଓଲିନ ସହିତ ପେକଟିନ ଅଦରକାରୀ କାରଣ ଏହା ସଂକ୍ରମଣ ସହିତ ଲଢିପାରେ ନାହିଁ କିମ୍ବା ଶରୀରରେ ଜଳୀୟ ଅଂଶର ଅଭାବକୁ ଠିକ୍ କରିପାରେ ନାହିଁ।
    • ଯଦି ପେଟ ଯନ୍ତ୍ରଣା ବହୁତ ହୁଏ, ତେବେ ଅଙ୍ଗଶୂଳରୋଧୀ ଔଷଧ, ବେଲାଡୋନା ସାହାଯ୍ୟ କରିପାରେ।
  2. ବାନ୍ତି ସହିତ ଆମାଶୟ (ବହୁତ କାରଣ ହୋଇପାରେ)
    • ଯଦି ଆମାଶୟ ସହିତ ବାନ୍ତି ବି ହୁଏ, ତେବେ ବିଶେଷତଃ ଛୋଟପିଲାମାନଙ୍କ କ୍ଷେତ୍ରରେ ଜଳୀୟ ଅଂଶ କମିଯିବାର ବିପଦ ଥାଏ । ପୁନର୍ଜଳ ପାନୀୟ, ଚା, ଫଳରସ ବା ସେ ଚାହୁଁଥିବା ଯେ କୌଣସି ତରଳ ପଦାର୍ଥ ଦେବା ନିହାତି ଦରକାର । ପ୍ରତି ୫ ରୁ ୧୦ ମିନିଟ୍ ରେ କିଛି ତରଳ ପଦାର୍ଥ ଦିଅନ୍ତୁ । ଯଦି ବାନ୍ତି ବନ୍ଦ ନ ହୁଏ ତେବେ ପ୍ରୋମେଥାଜାଇନ ବା ଫେନୋବାର୍ବିଟାଲ ଭଳି ଔଷଧ ବ୍ୟବହାର କରିପାରନ୍ତି ।
    • ଯଦି ବାନ୍ତିକୁ ଆୟତ୍ତ କରି ନପାରନ୍ତି ବା ଦେହରୁ ଜଳୀୟଅଂଶ ବେଶୀ ପରିମାଣରେ କମିକମି ଯାଏ ତେବେ ପ୍ରଥମେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
  3. ଜ୍ଵର ନହୋଇ ନାଳ ଓ ରକ୍ତ ସହ ଆମାଶୟ
    • ମେଟ୍ରୋନିଡାଜୋଲ ବା ଡିଲୋକ୍ସାନାଇଡ ଫୁରେଟ ଔଷଧ ବ୍ୟବହାର କରନ୍ତୁ । ପରାମର୍ଶ ଦିଆଯାଇଥିବା ମାତ୍ରା ଅନୁଯାୟୀ ଔଷଧ ଦିଅନ୍ତୁ । ଚିକିତ୍ସାର ୪ ଦିନ ପରେ ବି ଯଦି ଭଲ ନ ହୁଏ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
  4. ରକ୍ତ ସହ ବା ରକ୍ତହୀନ ତୀବ୍ର ଆମାଶୟ ଓ ଜ୍ଵର (ଜୀବାଣୁଜନିତ ଆମାଶୟ ? ଟାଇଫଏଡ ? ମ୍ୟାଲେରିଆ ? )
    • ଦେହରେ ଜଳୀୟ ଅଂଶ କମିଯିବାର ଚିକିତ୍ସା ଆରମ୍ଭ କରିବା ପରେ ମଧ୍ୟ ଯଦି ଆମାଶୟରେ ପୀଡିତ ବ୍ୟକ୍ତିଙ୍କୁ ୬ ଘଣ୍ଟାରୁ ଅଧିକ ସମୟ ଧରି ଜ୍ଵର ହୁଏ ଓ ସେ ବହୁତ ଅସୁସ୍ଥ ଦେଖାଯାଆନ୍ତି, ତେବେ ଆମ୍ପିସିଲିନ ବ୍ୟବହାର ପାଇଁ ଦିଅନ୍ତୁ । ଯଦି ଆମ୍ପିସିଲିନ ନ ମିଳେ କୋଟ୍ରାଇମୋକ୍ସାଜୋଲ ଦିଅନ୍ତୁ।
    • ଯଦି ଆମ୍ପିସିଲିନ ବା ଟେଟ୍ରାସାଇକ୍ଲିନ ଦେବାପରେ ମଧ୍ୟ ବ୍ୟକ୍ତିର ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୁଏ ନାହିଁ । ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ଆନ୍ତ୍ରିକଜ୍ଵର ର ଲକ୍ଷଣ ଦେଖାଯାଏ ତେବେ ଅନୁମୋଦିତ ମାତ୍ରାରେ କ୍ଲୋରାମଫେନିକଲ ଦିଅନ୍ତୁ ।
    • ଯେଉଁ ଅଞ୍ଚଳରେ ଫାଳସିପାରମ ମ୍ୟାଲେରିଆ ସାଧାରଣ,ସେଠାରେ ଅନ୍ୟ ମ୍ୟାଲେରିଆ ଔଷଧ ଆମାଶୟ ହୋଇଥିବା ବ୍ୟକ୍ତିଙ୍କୁ, ବିଶେଷତଃ ଯେଉଁମାନଙ୍କର ପ୍ଲୀହା ବଢିଯାଏ,ତାଙ୍କୁ କ୍ଳୋରୋକୁଇନ ସହିତ ଚିକିତ୍ସା କରିବା ଉଚିତ୍ ।
  5. ନାଳ ରକ୍ତ ବିନା ଆମାଶୟ (ହଳଦିଆ ରଙ୍ଗ, ଫେଣଯୁକ୍ତ ଓ ଦୁର୍ଗନ୍ଧମୟ) ଜିଆଡିଆ ୩୪୭ ପୃଷ୍ଠା ଦେଖନ୍ତୁ )
    • ଜିଆଡିଆ କୁହାଯାଉଥିବା ସୂକ୍ଷ୍ମ ପରଜୀବୀ ଏହାର କାରଣ ହୋଇପାରେ ବା ସମ୍ଭବତଃ ଏହା ପୁଷ୍ଟିହୀନତା ଯୋଗୁ ହୋଇଥାଇପାରେ। ଉଭୟ କ୍ଷେତ୍ରରେ ଚିକିତ୍ସା ପାଇଁ କେବଳ ପରିମାଣର ତରଳ ପଦାର୍ଥ, ପୁଷ୍ଟିକର ଖାଦ୍ୟ ଓ ଯଥେଷ୍ଟ ବିଶ୍ରାମ ଆବଶ୍ୟକ। ଜିଆଡିଆ ସଂକ୍ରମଣ ସାଘାଂତିକ ହୋଇଥିଲେ ମେଟ୍ରୋନିଡାଜୋଲ ଔଷଧ ଦ୍ଵାରା ଚିକିତ୍ସା କରାଯାଇପାରେ ।
  6. ଦୀର୍ଘଦିନ ସ୍ଥାୟୀ ଆମାଶୟ (ଦୀର୍ଘଦିନ ରହିବା ବା ବାରମ୍ବାର ହେଉଥିବା ଆମାଶୟ)
    • ଅଧିକାଂଶ କ୍ଷେତ୍ରରେ ଏହାର ସାଧାରଣ କାରଣ ହେଉଛି ପୁଷ୍ଟିହୀନତା – କ୍ଵଚିତ କ୍ଷେତ୍ରରେ ବା କମ୍ କ୍ଷେତ୍ରରେ ଏହା ଏମିବା ସଂକ୍ରମଣ ଦ୍ଵାରା ହୋଇଥାଏ । ପିଲାକୁ ଯେପରି ଅଧିକ ପୁଷ୍ଟିକର ଖାଦ୍ୟ, ବିଶେଷତଃ ପ୍ରୋଟିନଯୁକ୍ତ ଖାଦ୍ୟ ମିଳେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
  7. ପେଜପରି ଆମାଶୟ (ହଇଜା)
    • ଚାଉଳଧୂଆ ପାଣି ବା ପେଜ ପରି ଝାଡା, ହଇଜାର ଲକ୍ଷଣ ଅଟେ । ହଇଜା ପ୍ରାୟତଃ ମହାମାରୀ (ଏକା ସମୟରେ ବହୁତ ଲୋକ ଆକ୍ରାନ୍ତ ହେବା) ରୂପରେ ଆସିଥାଏ ଏବଂ ବଡପିଲା ଓ ବୟସ୍କଙ୍କ ପାଇଁ ଖୁବ୍ ଖରାପ । ସଂପୃକ୍ତ ଅଧିକାରୀଙ୍କୁ ତୁରନ୍ତ ଖବର ଜଣାଇବା ଉଚିତ୍ । ସବୁଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଯୋଗାଯୋଗ ସ୍ଥାପନ କରନ୍ତୁ ।

ବାନ୍ତି ହେଲେ ଜଳୀୟ ଅଂଶ କମିଯିବାର ସମ୍ଭାବନା ଅଧିକ ହୋଇଯାଏ। ଲଗାତାର ଭାବରେ ଜଳୀୟ ଅଂଶ ଅଭାବର ଚିକିତ୍ସା କରନ୍ତୁ । ଟେଟ୍ରାସାଇକ୍ଲିନ ଔଷଧ ସାଧାରଣ ମାତ୍ରାର ଦୁଇଗୁଣ ଦିଅନ୍ତୁ ବା କ୍ଲୋରାମଫେନିକଲ ଔଷଧର ସାଧାରଣ ମାତ୍ରା ଦିଅନ୍ତୁ । କେଟ୍ରାଇମୋକ୍ସାଜୋଲ ମଧ୍ୟ ଦିଆଯାଇପାରିବ। ପାଣି କମିଯିବା ଯୋଗୁ ହିଁ ହଇଜା ରୋଗରେ ମୃତ୍ୟୁ ଘଟିଥାଏ ।

ଆମାଶୟ ହୋଇଥିବା ପିଲାଙ୍କର ଚିକିତ୍ସା

ବିଶେଷତଃ ଛୋଟପିଲା ଓ ଶିଶୁମାନଙ୍କ ପାଇଁ ଆମାଶୟ ଖୁବ୍ ବିପଦଯୁକ୍ତ । ଅଧିକାଂଶ ସମୟରେ ଔଷଧ ଦରକାର ପଡି ନ ଥାଏ, କିନ୍ତୁ ପାଣି କମିଯିବା ଦ୍ଵାରା ଶିଶୁ ଶୀଘ୍ର ମୃତ୍ୟୁମୁଖରେ ପଡିଯାଇପାରେ ତେଣୁ ସେଥିପ୍ରତି ସ୍ଵତନ୍ତ୍ର ଯତ୍ନ ନିଆଯିବା ଉଚିତ୍ ।

  • ସ୍ତନ୍ୟପାନ ଚାଲୁ ରଖନ୍ତୁ ଓ ପୁନର୍ଜଳ ପାନୀୟରୁ ବୁନ୍ଦା ବୁନ୍ଦା କରି ଦିଅନ୍ତୁ ।
  • ଯଦି ବାନ୍ତି ଗୋଟିଏ ସମସ୍ୟା, ତେବେ ଥରଥର କରି ଅଳ୍ପ ଅଳ୍ପ ସ୍ତନ୍ୟପାନ କରାନ୍ତୁ । ପ୍ରତି ୫ରୁ ୧୦ ମିନିଟ୍ ଅନ୍ତରରେ ପୁନର୍ଜଳ ପାନୀୟର ବୁନ୍ଦା ମଧ୍ୟ ଦିଅନ୍ତୁ।
  • ଯଦି ମାଆ କ୍ଷୀର ମିଳେ ନାହିଁ ତେବେ ଅଳ୍ପ ଅଳ୍ପ ମାତ୍ରାରେ ଅନ୍ୟ ପରିପୂରକ କ୍ଷୀର ଦେବାକୁ ଚେଷ୍ଟା କରନ୍ତୁ । ଏ କ୍ଷେତ୍ରରେ କ୍ଷୀରର ଅଧାଭାଗରେ ଗରମପାଣି ମିଶାନ୍ତୁ । ଯଦି କ୍ଷୀରଦ୍ଵାରା ଆମାଶୟ ବଢିବା ବା ପରି ଜଣାପଡେ ତେବେ ଅନ୍ୟାନ୍ୟ ଖାଦ୍ୟସାର ଦିଅନ୍ତୁ । (କୁକୁଡା ମାଂସ, ଚର୍ବିହୀନ ମାଂସ, ଚୋପା ଛଡାଯାଇ ମିଳା ହୋଇଥିବା ଶିମ୍ବ, ଅଣ୍ଡା ଆଦିକୁ ମହୁ, ଚିନି, ଗୁଡ ବା ଭଲଭାବରେ ରନ୍ଧା ହୋଇଥିବା ଭାତ ବା ଅନ୍ୟାନ୍ୟ ସୂତାଳିଆ ଖାଦ୍ୟ ଓ ଗରମ ପାଣିରେ ମିଶାନ୍ତୁ )।
  • ଯଦି ପିଲାଟି ୧ ମାସରୁ କମ୍ ହୋଇଥିବ ତେବେ ଔଷଧ ଦେବାପୂର୍ବରୁ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଖୋଜି ଆଣନ୍ତୁ । ଯଦି ସ୍ୱାସ୍ଥ୍ୟକର୍ମୀ ନ ମିଳନ୍ତି ଓ ପିଲା ଅଧିକ ଦୁର୍ବଳ ହୋଇଯାଏ,ତେବେ ଆମ୍ପିସିଲିନ ମିଶା ‘ଶିଶୁ ସିରପ୍’ ଦିଅନ୍ତୁ । ଅନ୍ୟାନ୍ୟ ଜୀବାଣୁ ବିରୋଧୀ ଔଷଧ ବ୍ୟବହାର ନ କରିବା ଭଲ।

ଆମାଶୟର କେଉଁ ଅବସ୍ଥାରେ ଡାକ୍ତରୀ ସାହାଯ୍ୟ ଆବଶ୍ୟକ

ବିଶେଷତଃ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ଆମାଶୟ ଓ ତରଳ ଝାଡା ବହୁତ ବିପଦପୂର୍ଣ୍ଣ ହୋଇପାରେ । ନିମ୍ନଲିଖିତ ପରିସ୍ଥିତିରେ ଡାକ୍ତରୀ ସାହାଯ୍ୟ ନେବା ଉଚିତ୍ :-

  • ଯଦି ଆମାଶୟ ୪ ଦିନରୁ ଅଧିକ ଲାଗି ରୁହେ ଓ ଭଲ ହୁଏ ନାହିଁ – ବା ଛୋଟ ପିଲାଙ୍କଠାରେ ଗୁରୁତର ଆମାଶୟ ୧ ଦିନରୁ ଅଧିକ ରୁହେ ।
  • ଯଦି ବ୍ୟକ୍ତିଙ୍କଠାରେ ଜଳୀୟ ଅଂଶର ଅଭାବ ଦେଖାଯାଏ ଓ ଅବସ୍ଥା ଅଧିକ ଖରାପ ହୁଏ ।
  • ଯଦି ପିଲାଟି ଯାହା ପିଏ ସବୁ ବାନ୍ତି କରିଦିଏ ବା ଆଦୌ ପିଏନାହିଁ ।
  • ଯଦି ପିଲା ଗୋଦା ହାତ ଛାଟିଆ ଆରମ୍ଭ କରେ ବା ତା’ର ଗୋଡ ବା ମୁହଁ ଫୁଲିଯାଏ।
  • ଆମାଶୟ ଆରମ୍ଭ ହେବା ପୂର୍ବରୁ ବ୍ୟକ୍ତି ଯଦି ଅତ୍ୟନ୍ତ ପୁଷ୍ଟିହୀନ, ଦୁର୍ବଳ ଓ ରୋଗିଣା ହୋଇଥାଏ (ବିଶେଷତଃ ଛୋଟ ପିଲା ଓ ବୃଦ୍ଧ ଲୋକ)।
  • ଯଦିଓ ଆମାଶୟ କମ୍ ହୁଏ କିନ୍ତୁ ଝାଡାରେ ଅଧିକ ରକ୍ତ ପଡେ ତେବେ ବିପଦଯୁକ୍ତ ହୋଇ ଥାଇପାରେ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/14/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate