ଜଣେ ସୁସ୍ଥ ଲୋକର ଶରୀରର ଉତ୍ତାପ ସାଧାରଣତଃ ସେଣ୍ଟିଗ୍ରେଡରୁ ସେଣ୍ଟିଗ୍ରେଡ ମଧ୍ୟରେ ଥାଏ । ସେଣ୍ଟିଗ୍ରେଡରୁ ଅଧିକ ହେଲେ ବ୍ୟକ୍ତିକୁ ଜ୍ଵର ହୋଇଛି ବୋଲି କୁହାଯାଇଥାଏ ।
ଯେତେବେଳେ ଶରୀର ଶରୀର ବାହ୍ୟ ଜୀବାଣୁ ମାନଙ୍କ ସହିତ ଯୁଦ୍ଧ କରେ ଜ୍ଵର, ହୋଇଥାଏ । ଶରୀରର କୋଷ ଗୁଡିକ ଏହି ବହିଃ ଶତ୍ରୁମାନଙ୍କୁ ମାରିଦେବା ପାଇଁ ଚେଷ୍ଟା କରେ । ଏହି ଅବସ୍ଥାରେ କୋଷଗୁଡିକରୁ କିଛି ବାହାରିଥାଏ, ଯାହା ଶରୀରର ଉତ୍ତାପକୁ ବଢାଇଦିଏ । ଜ୍ଵର ଏକ ରୋଗ ନୁହେଁ, ଏହା ରୋଗର ଲକ୍ଷଣ ଅଟେ । ଜ୍ଵର ହେଲେ ଶରୀରରେ କୌଣସି ରୋଗ ହୋଇଛି ବୋଲି ଜଣାପଡିଥାଏ ।
ଜ୍ଵରର ପ୍ରାଧାନ୍ୟତା
ଜଣେ ବ୍ୟକ୍ତି ରୋଗରେ କେତେ ପରିମାଣରେ ଆକ୍ରାନ୍ତ ତାହା ଜ୍ଵରରୁ ହିଁ ଜଣାପଡିଥାଏ । ଜ୍ଵରର ପ୍ରକାର ଭେଦ ରୋଗର ଅବସ୍ଥାକୁ ବୁଝାଇଥାଏ ।
ଜ୍ଵର ସାମାନ୍ୟ ହୋଇପାରେ ବା ଅଧିକ ହୋଇପାରେ । ନିମ୍ନରେ କେତେ ଗୁଡିଏ ଉଦାହରଣ ଦିଆଗଲା ।
ସଂକ୍ରମିତ ଘା’, ବଥ ଓ ବ୍ରଣ, ଦାନ୍ତ ମୂଳ ବ୍ରଣ, ମଧ୍ୟ କର୍ଣ୍ଣ ସଂକ୍ରମଣ, ଥଣ୍ଡା
ଯକ୍ଷ୍ମା,ଆଣ୍ଠୁଗଣ୍ଠି ଆମବାତଜ୍ଵର, ମୂତ୍ରାଶୟ, ସୂତିକା ଜ୍ଵର
ଇନଫ୍ଲୁଏଞ୍ଜା, ମିଳିମିଳା, ହାଡଫୁଟି, ନିମୋନିଆ, ଆନ୍ତ୍ରିକ ଜ୍ଵର, ମ୍ୟାଲେରିଆ, ଟନସିଲ ବା ଗଳା ସଂକ୍ରମଣ, ଡିପଥେରିଆ, ମସ୍ତିସ୍କଝିଲ୍ଲୀ ସଂକ୍ରମଣ
ଅସୁସ୍ଥ ବ୍ୟକ୍ତିକୁ ଜ୍ଵର ଅଧିକ ଯନ୍ତ୍ରଣା ଦେଇଥାଏ । ପିଲା ମାନଙ୍କର ଜ୍ଵର ଯୋଗୁଁ ମୂର୍ଚ୍ଛା ହୋଇଥାଏ । ହୃଦରୋଗୀ ମାନଙ୍କ ପାଇଁ ଏହି ଜ୍ଵର ହୃତସ୍ପନ୍ଦନ ବଢାଇ ଦେଇଥାଏ । ଜ୍ଵର ହୋଇ ଝାଳ ବାହାରି ଯିବା ଦ୍ଵାରା ଶରୀରରୁ ଲବଣ ଓ ପାଣି କ୍ଷୟ ହୋଇ ଜଳ ଶୁଷ୍କତା କରିଥାଏ । ପ୍ରବଳ ଜ୍ଵରରେ ଲୋକେ ବିଳିବିଳେଇ ଥାନ୍ତି ।
ଯଦି କୌଣସି ବ୍ୟକ୍ତିକୁ ଜ୍ଵର ହୋଇଛି
ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା ଅଟେ । ଏହା ମୁଖ୍ୟତଃ ଚିନ୍ତା, ଅଧକପାଳି ଓ ମାରାତ୍ମକ ରୋଗ ଯୋଗୁଁ ହୋଇଥାଏ ଜଣେ ମୁଣ୍ଡ ବଥା ହୋଇଥିବା ବ୍ୟକ୍ତିର ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ ।
ମୁଣ୍ଡ ବିନ୍ଧା କିପରି ଭଲ ହୁଏ ?
ସାମାନ୍ୟ ମୁଣ୍ଡ ବିନ୍ଧା ବିଶ୍ରାମ ଓ ଆସ୍ପିରିନ ଖାଇବାଦ୍ଵାରା ଭଲ ହୋଇଯାଇଥାଏ । ଏଥି ସହିତ ଗରମ ପାଣିରେ ଓଦା ହୋଇଥିବା କନାରେ ବେକ ପଛପଟେ ସେକ ଦେଲେ ବା ଘଷିଲେ ମୁଣ୍ଡ ବିନ୍ଧା ଭଲ ହୋଇଯାଏ ।
ଅଧକପାଳିରେ ମୁଣ୍ଡର ଗୋଟିଏ ପାଖରେ ସବୁବେଳେ ବ୍ୟଥା ହୋଇଥାଏ । ଯାହାଦ୍ଵାରା ଗୋଟିଏ ଆଖି ବା ଗୋଟିଏ କାନାରେ ଅଧିକ ଯନ୍ତ୍ରଣା ହୋଇଥାଏ । ଏହା ବାରମ୍ବାର କିମ୍ବା ମାସେ ବା ବର୍ଷେ ପରେ ହୋଇଥାଏ । ଗୋଳମାଳ, ଉଜ୍ଜ୍ଵଳ ଆଲୋକ, ଚିନ୍ତା, ଆଲକୋହଲ, ରାଗ, ଉତ୍ତେଜନା ଏହାର କାରଣ ଅଟେ । ଏକ ପ୍ରକାର ଅଧକପାଳିରେ ଆଖି ଜାଲ ଜାଲୁଆ ଦିଶିବା ଠାରୁ ଆରମ୍ଭ ହୋଇଥାଏ । ଏଥି ସହିତ ବାନ୍ତିରେ ଆଖି ନାଲି ପଡିଯାଏ । ଅରୁଚି ଲାଗେ, ନିଡୁଆ ଲାଗେ । ଅଧକପାଳି ବହୁତ ଯନ୍ତ୍ରଣାଦାୟକ କିନ୍ତୁ ବିପଦପୂର୍ଣ୍ଣ ନୁହେଁ ।
ଅଧକପାଳି ବନ୍ଦ କରିବା ପାଇଁ ଲକ୍ଷଣରୁ ହିଁ ଏହା କରନ୍ତୁ :-
ସତର୍କତା
ଚିନ୍ତାଜନକ ମୁଣ୍ଡବ୍ୟଥା ମୁଣ୍ଡର ଦୁଇ ପାଖରେ ହୋଇଥାଏ, ଯାହା କିଛି ଘଣ୍ଟା ବା ଦିନ ଧରି ଲାଗିରୁହେ । ଏହା ବିଶେଷ କରି ବ୍ୟକ୍ତି ଚିନ୍ତିତ ଥିବାବେଳେ ବା ବ୍ୟଗ୍ର ଥିବା ବେଳେ ବା ଶୋଇପାରୁ ନ ଥିବା ବେଳେ ହୋଇଥାଏ । ମୁଣ୍ଡ ଘଷିବାଦ୍ଵାରା ଭଲ ହୋଇଯାଏ ।
ଏହା ମୁଖ୍ୟତଃ ଆଖିର ଅଧିକ ବ୍ୟବହାର ଯୋଗୁଁ ହୋଇଥାଏ । ଏହାଦ୍ଵାରା ଆଖିର ଚାରିପଟେ ଓ ବେଳେବେଳେ ମୁଣ୍ଡ ପଛ ପାଖରେ ଯନ୍ତ୍ରଣା ହୁଏ । ବିଶ୍ରାମ ନେବାଦ୍ଵାରା ଏହା ଭଲ ହୋଇଯାଏ ।
ସକାଳୁ ଉଠିବାଦ୍ଵାରା ଏହା ହୋଇଥାଏ । ଉତ୍ତେଜନା ଓ ଚିନ୍ତାଦ୍ଵାରା ଏହା ଅଧିକ ମାରାତ୍ମକ ହୋଇଥାଏ ।
ସକାଳର ମଧ୍ୟଭାଗରେ ଚାଲିବାଦ୍ଵାରା ଏହା ହୋଇଥାଏ ।
ମୁଣ୍ଡରେ ଅଧିକ ଯନ୍ତ୍ରଣା ଓ ବେକରେ ଯନ୍ତ୍ରଣା ମୁଣ୍ଡ ନୂଆଁଇଲେ ଅଧିକ ହୁଏ ।
ଏହା ଘଣ୍ଟା ଘଣ୍ଟା ଧରି ଲାଗିରୁହେ । ରାତିରେ ବ୍ୟକ୍ତି ନିଦରୁ ଉଠିପଡେ, ବାନ୍ତି ହୁଏ, ମୁଣ୍ଡ କାମ କରେ ନାହିଁ, ଯଦି ଔଷଧ ଖାଇବା ଦ୍ଵାରା ଏହା ଭଲ ନହୁଏ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
କାଶ ଏକ ସାଧାରଣ ସମସ୍ୟା ଅଟେ । ଏହା ଏକ ଗୋଟିଏ ଅସୁସ୍ଥତା ନୁହେଁ, କିନ୍ତୁ ଅନ୍ୟ ଅସୁସ୍ଥତାର ଲକ୍ଷଣ ଅଟେ । ଯାହା ଗଳା ଓ ଫୁସଫୁସ୍ କୁ ସଂକ୍ରମିତ କରିଥାଏ । ଯେତେବେଳେ ଫୁସୁଫୁସ୍ ଓ ବାୟୁନଳୀ ସଂକ୍ରମିତ ହୁଏ, କାଶ ହୋଇଥାଏ । ନାକରେ ଧୁଳି ପଶିଯିବାଦ୍ଵାରା ସିଗାରେଟ ଧୂଆଁ, ରାସାୟନିକ ପଦାର୍ଥଦ୍ଵାରା ମଧ୍ୟ କାଶ ହୋଇଥାଏ । କାଶ ଶରୀରକୁ ରକ୍ଷା କରିଥାଏ । କାଶ ଦ୍ଵାରା ଶ୍ଵାସନଳୀ ସଫା ହୋଇଯାଏ ଓ ଗଳା ଓ ଫୁସୁଫୁସ୍ ରେ ଥିବା ଜୀବାଣୁ କଫ ମାଧ୍ୟମରେ ବାହାରି ଆସନ୍ତି । ତେଣୁ କାଶରେ କଫ ପଡିଲେ ଔଷଧ ଖାଇବା ଉଚିତ୍ ନୁହେଁ ବରଂ ଏପରି କିଛି କରନ୍ତୁ ଯାହାଦ୍ଵାରା କଫ ବାହାରି ଆସିବ ।
କଫକୁ ନରମ କରିବା ପାଇଁ ଅଧିକ ପାଣି ପିଇବା ଉଚିତ୍ । ଗରମ ପାଣି ବାଷ୍ପ ଆଘ୍ରାଣ କରିବା ଦ୍ଵାରା କଫ ତରଳ ହୋଇ ବାହାରି ଆସେ । ଗୋଟିଏ ଗରମ ପାଣି ବାଲ୍ଟି ଆଗରେ ରଖି ଏକ ଚୌକିରେ ବସନ୍ତୁ । ମୁଣ୍ଡରେ ଏକ କପଡା ପକାଇ ଦିଅନ୍ତୁ ଓ ଗରମ ପାଣିରୁ ବାହାରୁଥିବା ବାଷ୍ପ ୧୫ ମିନିଟ୍ ଶୁଘଂନ୍ତୁ । ଦିନକୁ ଏହିପରି ଅଧିକଥର କରନ୍ତୁ । କେତେକ ବ୍ୟକ୍ତି ଏହି ଗରମ ପାଣିରେ ଇୟୁକାଲିପଟାସ ପତ୍ର ଭେପରନ ବା ବେଞ୍ଜୋଇନ ପକାଇଥାନ୍ତି ।
ଅନ୍ୟାନ୍ୟ ଘରୋଇ ଚିକିତ୍ସା
କାଶ ନିବାରଣ ପାଇଁ ଧୂମପାନ କରନ୍ତୁ ନାହିଁ । କାଶରୁ ମୁକ୍ତି ପାଇବା ପାଇଁ ଅସୁସ୍ଥତାର ଚିକିତ୍ସା କରନ୍ତୁ ଯେଉଁଥି ପାଇଁ କାଶ ହେଉଅଛି । ତରଳ ପଦାର୍ଥ ଅଧିକ ପିଅନ୍ତୁ । |
ଜଣେ ବ୍ୟକ୍ତିର କଫରେ ଅଳ୍ପ ପରିମାଣର ରକ୍ତ ପଡିପାରେ ବା ଅଧିକ ପରିମାଣରେ ପଡିପାରେ । ତେଣୁ ଯଦି ଏହିପରି ଜଣେ ଅଭିଯୋଗ କରେ ଆପଣ ନିଶ୍ଚିତ ହେବା ଉଚିତ୍ ଯେ, ରକ୍ତ କଫରେ ପଡୁଛି କିନ୍ତୁ ରକ୍ତ ବାନ୍ତି ହେଉନାହିଁ ଯଦି ଫୁସୁଫୁସ୍ ରୁ ରକ୍ତ ଆସୁଥାଏ ତେବେ ରୋଗୀ ଗଳା କୁଣ୍ଡାଇ ହେବାର ଅଭିଯୋଗ କରେ । ଯଦି ରକ୍ତ ପାକସ୍ଥଳୀରୁ ଆସୁଥାଏ ତେବେ ରୋଗୀକୁ ବାନ୍ତି ଲାଗେ ଓ ତଳିପେଟରେ ଯନ୍ତ୍ରଣା ଅନୁଭବ କରିଥାଏ । କଫରେ ରକ୍ତ ପଡିବା ଏକ ଅସୁସ୍ଥତା ନୁହେଁ, କିନ୍ତୁ ରୋଗର ଏକ ଲକ୍ଷଣ ଅଟେ ।
ଯେଉଁ ବ୍ୟକ୍ତିଙ୍କର କାଶରେ ରକ୍ତ ପଡେ ସେ ତୁରନ୍ତ ଛାତି ରଞ୍ଜନରଶ୍ମି କରିବା ଉଚିତ୍ । ଇତ୍ୟବସରରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ଯଦି କାଶରେ କମ୍ ପରିମାଣରେ ରକ୍ତ ପଡୁଥାଏ, ରୋଗୀ ନିଜ ଶରୀର ପରୀକ୍ଷାକରିବା ଉଚିତ୍ ଯଦି ରକ୍ତର ପରିମାଣ ଏକ ବା ଦୁଇ ଗ୍ଲାସ ହୁଏ ତେବେ ବିଶ୍ରାମ ନେବା ଉଚିତ୍ ଓ କୋଡିନ ଖାଇବା ଉଚିତ୍ ଯଦି କାଶରେ ୩ରୁ ୪ ଗ୍ଲାସ ରକ୍ତ ଗୋଟିଏ ଦିନରେ ପଡେ ଏହା ବିପଦଜନକ, ତୁରନ୍ତ ଡାକ୍ତରୀ ସାହାଯ୍ୟ ନେବା ଆବଶ୍ୟକ । ରୋଗୀର ରକ୍ତ ସଞ୍ଚାରଣ ଆବଶ୍ୟକ ହୋଇଥାଏ ।
Last Modified : 8/8/2019