অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାନ୍ତି

ବାନ୍ତି କେତେକ ଗୁରୁତର ସମସ୍ୟା

ବହୁତ ଲୋକ, ବିଶେଷତଃ ଛୋଟପିଲାମାନଙ୍କର, କେବେକେବେ ପେଟ ଖରାପ ହୋଇଥାଏ ଓ ବାନ୍ତି, ହୁଏ । ପ୍ରାୟତଃ  ଏହାର କିଛି କାରଣ ଜଣାପଡେ  ନାହିଁ । କେବେ କେବେ ଅଳ୍ପ ପେଟ କାମୁଡା, ଅନ୍ତ୍ରନଳୀ ବଥା ବା ଜ୍ଵର ହୋଇପାରେ । ଏହିପରି  ସାମାନ୍ୟ ବାନ୍ତି ଜଟିଳ ହୁଏ ନାହିଁ ଓ ଆପେ ଆପେ ଭଲ  ହୋଇଯାଏ । ବାନ୍ତି, କେତେକ  ସାମାନ୍ୟ ଓ କେତେକ ଗୁରୁତର ସମସ୍ୟାର ଲକ୍ଷଣ ଅଟେ । ତେଣୁ  ବ୍ୟକ୍ତିକୁ ଭଲଭାବେ ପରୀକ୍ଷା କରାଇ ନେବା ଉଚିତ୍ । ପେଟ ବା ଅନ୍ତ୍ରନଳୀର ଅସୁବିଧା ଯଥା, କିଛି  ସଂକ୍ରମଣ,  ଦୂଷିତ ଖାଦ୍ୟ  ଦ୍ଵାରା ବିଷାକ୍ତ ହେବା ବା ତୀବ୍ର ତଳିପେଟ ଯନ୍ତ୍ରଣା (ଉଦାହରଣସ୍ୱରୂପ, ଆପେଣ୍ଡିସାଇଟସ୍ କିମ୍ବା ଅନ୍ତ୍ରରେ କିଛି ଲାଗିଯିବା ଯୋଗୁ ପ୍ରାୟତଃ  ବାନ୍ତି ହୋଇଥାଏ । ଅବଶ୍ୟ ଅତ୍ୟଧିକ ଜ୍ଵର ଓ ଯନ୍ତ୍ରଣା ଦାୟକ ରୋଗରେ  ବାନ୍ତି ହୋଇପାରେ, ବିଶେଷତଃ ମ୍ୟାଲେରିଆ, ଯକୃତପ୍ରଦାହ, ଗଳଗ୍ରନ୍ଥି ପ୍ରଦାହ, କାନ ବ୍ୟଥା, ମସ୍ତିସ୍କଝିଲ୍ଲୀ ପ୍ରଦାହ, ମୂତ୍ରନଳୀ ସଂକ୍ରମଣ ପୃଷ୍ଠା, ପିତ୍ତକୋଷ  ଯନ୍ତ୍ରଣା ବା  ଅଧକପାଳି ମୁଣ୍ଡବ୍ୟଥା ଇତ୍ୟାଦି ।

ବାନ୍ତିର  ବିପଦଜନକ ଲକ୍ଷଣ – ଡାକ୍ତରୀ ସାହାଯ୍ୟ ସଙ୍ଗେ ସଙ୍ଗେ ନିଅନ୍ତୁ ।

  • ଜଳ  ଶୁଷ୍କତା  ଓ  ଆପଣ ଏହାକୁ  ଆୟତ୍ତ  କରିପାରୁନାହାଁନ୍ତି  ।
  • ସାଘାଂତିକ  ବାନ୍ତି  ଯାହାକି ୨୪ ଘଣ୍ଟାରୁ  ଅଧିକ  ସମୟ  ରହେ  ।
  • ପ୍ରବଳ  ବାନ୍ତି,  ବିଶେଷତଃ ବାନ୍ତି  ଯଦି  ଘନ  ସବୁଜ  ବା  ପିଙ୍ଗଳବର୍ଣ୍ଣର  ହୋଇଥାଏ  ଓ  ସେଥିରୁ  ଝାଡା  ପରି  ଗନ୍ଧ  ବାହାରୁଥାଏ ।
  • ଅନ୍ତ୍ରରେ  ଯନ୍ତ୍ରଣା ଲାଗି ରହିବା, ବିଶେଷତଃ  ବ୍ୟକ୍ତି  ଯଦି  ଝାଡା  ବସିପାରନ୍ତି  ନାହିଁ  ବା  ପେଟର  କୁଳୁକୁଳୁ  ଶବ୍ଦ  ହେଉନାହିଁ,  ଅବରୋଧ  ଓ  ଆପେଣ୍ଡିସାଇଟସ୍ ଦେଖନ୍ତୁ ।
  • ରକ୍ତବାନ୍ତି  ।
  • ସାଧାରଣ  ବାନ୍ତିକୁ  ବନ୍ଦ  କରିବାପାଇଁ ।
  • ପ୍ରବଳ  ବାନ୍ତି  ହେଉଥିବାବେଳେ  କିଛି  ଖାଆନ୍ତୁ  ନାହିଁ   ।
  • ବିନା  କ୍ଷୀରରେ  ଚା’ରୁ  କିଛି  ଢୋକ  ପିଅନ୍ତୁ   । ଅଦା  ବା  ଲେମ୍ବୁରସ ମିଶାଇଲେ  ଭଲ  ।
  • ଥଣ୍ଡା  ପାନୀୟ  ବା  ଅଦାରସ  ଢୋକନ୍ତୁ  । କେତେକ  ପ୍ରକାର  ଚେରମୂଳର  ଚା’  ଯଥା  କାମୋଇଲ  ମଧ୍ୟ  ସାହାଯ୍ୟ  କରିପାରେ  ।
  • ଜଳୀୟ ଅଂଶ କମିଗଲେ ଅଳ୍ପମାତ୍ରାରେ ବାରମ୍ବାର  ଥଣ୍ଡା  ପାନୀୟ, ଚା ବା ପୁନର୍ଜଳପାନୀୟର  ଢୋକ ଦିଅନ୍ତୁ ।
  • ଯଦି ବାନ୍ତି ଶୀଘ୍ର ବନ୍ଦ ହେଉନାହିଁ,ବାନ୍ତି ଆୟତ୍ତ କରିବା ଔଷଧ ଯଥା,ପ୍ରୋମେଥାଜାଇନ ଔଷଧ,ଡାଇଫେନହାଇଡ୍ରାମାଇନ  ବା ଫେନୋବାରବିଟାଲ୍ ବ୍ୟବହାର କରନ୍ତୁ ।

ଏଗୁଡିକ ବଟିକା,  ସିରପ୍, ଇଞ୍ଜେକ୍ସନ  ଏବମ  ମଳଦ୍ଵାରଦେ ପ୍ରବେଶ କରାଇପାରିବା ଭଳି ନରମ ବଟିକା  ଆକାରରେ  ମିଳେ । ବଟିକା ବା ସିରପ୍  ମଧ୍ୟ ମଳ ଦ୍ଵାର ମଧ୍ୟ  ଦିଆଯାଇପାରେ । ବଟିକାକୁ  ଗୁଣ୍ଡକରି ଅଳ୍ପ ପାଣିରେ ମିଳାନ୍ତୁ । ଗୋଟିଏ  ଝାଡା କରାଇବା ଜନ୍ତ୍ର ବା ବିନା ଛୁଞ୍ଚିବାଲା ସିରିଞ୍ଜରେ ଦିଅନ୍ତୁ ।

ମୁହଁବାଟେ  ଖିଆଗଲାବେଳେ  ଔଷଧକୁ  ଖୁବ୍ ଅଳ୍ପ  ପାଣି  ସହ  ଖାଇବା  ଦରକାର  ଏବଂ  ୫ ମିନିଟ୍ ପର୍ଯ୍ୟନ୍ତ  କିଛି  ଖାଇବା ଉଚିତ୍ ନୁହେଁ । ପରାମର୍ଶ  ଦିଆଯାଇଥିବା  ମାତ୍ରା ଠାରୁ  ଅଧିକ ଦିଅନ୍ତୁ  ନାହିଁ । ଜଳୀୟ ଅଂଶ କମିଯିବାର  ଭରଣା  ହେବା  ନଯାଏ ବା ବ୍ୟକ୍ତି ପରିଶ୍ରା ଆରମ୍ଭ  ନକରିବା ଯାଏ  ଦ୍ଵିତୀୟ ପାନ ଦିଅନ୍ତୁ  ନାହିଁ । ଯଦି  ପ୍ରବଳ ବାନ୍ତି  ଓ ଝାଡା  ହେବା ଯୋଗୁଁ  ମୁହଁ  ବା  ମଳଦ୍ଵାର  ବାଟେ  ଔଷଧ ଦେବା ସମ୍ଭବ  ହୁଏ  ନାହିଁ  ତେବେ ବାନ୍ତି  ବନ୍ଦ କରୁଥିବା  ଉପରୋକ୍ତ  ଯେ  କୌଣସି  ଗୋଟିଏ  ଇଞ୍ଜେକ୍ସନ ଦିଅନ୍ତୁ  । ପ୍ରୋମେଥାଜାଇନ ସବୁଠାରୁ ଭଲ କାମ କରିପାରେ । ଅଧିକ ନ ଦେବାପାଇଁ  ଯତ୍ନ  ନିଅନ୍ତୁ ।

ଜଳ ଶୁଷ୍କତା

ଶରୀରର  ସାଧାରଣତଃ  ଜଳୀୟ ଅଂଶ  ମୂତ୍ର, ଝାଡା, ଝାଳ ଓ ନିଶ୍ଵାସ  ପ୍ରଶ୍ଵାସରେ  କ୍ଷୟ  ହୋଇଥାଏ  । ଏହା  ବ୍ୟକ୍ତି  ପାଣିପିଇବା ଦ୍ଵାରା ଓ ଖାଦ୍ୟ ଖାଇବାଦ୍ଵାରା ଭରଣ  ହୋଇଥାଏ । ଯେତେବେଳେ  ଶରୀର  ଆବଶ୍ୟକ ତୁଳନାରେ କମ୍ ଜଳୀୟ ଅଂଶ ଗ୍ରହଣ କରେ ସେତେବେଳେ ଶରୀରରେ ଜଳ  ଶୁଷ୍କତା  ଦେଖାଦେଇଥାଏ । ଏହା ବାନ୍ତି, ଜ୍ଵର ଓ ଅନ୍ୟାନ୍ୟ  ଅସୁସ୍ଥତା ସମୟରେ ଅଧିକ ମାରାତ୍ମକ  ହୋଇଥାଏ । ଯେକୌଣସି  ବୟସର  ବ୍ୟକ୍ତିକୁ ଏହା ହୋଇପାରେ । କିନ୍ତୁ ଏହା ପିଲା ମାନଙ୍କ ପାଇଁ  ଅତି  ବିପଦପୂର୍ଣ୍ଣ । ମା’କ୍ଷୀର  ଖାଉଥିବା  ପିଲାଙ୍କର  ସାରହାରଣତଃ ୪ ମାସ  ପର୍ଯ୍ୟନ୍ତ  ବାହାର  ତରଳ ପାନୀୟ  ଆବଶ୍ୟକ  ହୋଇ ନ ଥାଏ । କିନ୍ତୁ  ଖରାଦିନେ  ବା  ଶୁଷ୍କ  ଜଳବାୟୁରେ  ଶିଶୁ  ପାଣି ଆବଶ୍ୟକ  କରିଥାଏ । ଶିଶୁର ଏହି ପିଇବା  ପାଣି  ପରିଷ୍କାର ଓ ବିଶୁଦ୍ଧ ହେବା ଉଚିତ୍ । ଯଦି  ସମ୍ଭବ  ପାଣି  ଫୁଟାଇ  ପିଆଇବା  ଉଚିତ୍ । ଯେତେବେଳେ  ଜଣେ  ଶିଶୁକୁ  ବାନ୍ତି ବା  ଆମାଶୟ  ହୁଏ ସେ ତା’ ଶରୀରରୁ ଅଧିକ  ଜଳୀୟ  ଅଂଶ  ନଷ୍ଟ  କରିଥାଏ । ଏଣୁ  ସେ  ଅଧିକ  ପାଣି  ଆବଶ୍ୟକ  କରିଥାଏ ।

ତରଳ ଝାଡା ହେଉଥିବା ପିଲା ଜଳଶୁଷ୍କତାର ସମ୍ମୁଖୀନ ହେଉଥିଲେ କଣ କରିବେ ?

  • ତରଳ  ଝାଡା ହେଉଥିବା ପିଲା  ଜଳଶୁଷ୍କତାର ସମ୍ମୁଖୀନ  ହୋଇଥାଏ ।
  • ଜଣେ  ସ୍ୱାସ୍ଥ୍ୟକର୍ମୀ ହିସାବରେ  ଆପଣ ସମସ୍ତଙ୍କୁ  ବିଶେଷତଃ  ମା’ମାନଙ୍କୁ ଜଳଶୁଷ୍କତାର ଲକ୍ଷଣ ଚିହ୍ନାଇବା  ଆବଶ୍ୟକ  ଅଟେ । ଏଥି  ସହିତ ଏହାର  ଚିକିତ୍ସା  ମଧ୍ୟ ଜଣାଇବା  ଉଚିତ୍  ।

ଜଳଶୁଷ୍କତାର  ଲକ୍ଷଣ

ତଳେ ଦିଆଯାଇଥିବା ଶରଣୀରେ ଜଳଶୁଷ୍କତାରେ ଆକ୍ରାନ୍ତ ହୋଇ ନଥିବ  ପିଲାଙ୍କର ଲକ୍ଷଣ ଦିଆଯାଇଛି । ଏଥିସହିତ  ମୃଦୁ ଜଳଶୁଷ୍କତା ଓ ଉଗ୍ର ଜଳଶୁଷ୍କତାର ଲକ୍ଷଣ ମଧ୍ୟ  ଦିଆଯାଇଛି । ଜଳଶୁଷ୍କତା ଜାଣିବା ପାଇଁ କେତେଗୁଡିଏ ପ୍ରଶ୍ନ  ମାଧ୍ୟମରେ  ଆପଣ ଏହା ପରୀକ୍ଷା କରିପାରିବେ ।

  • ତରଳଝାଡାର  ତୁରନ୍ତ  ଚିକିତ୍ସା  କରନ୍ତୁ ।
  • ଅଧିକ  ତରଳ  ପାନୀୟ  ପିଇବାକୁ  ଦିଅନ୍ତୁ  ବା  ପେଜ, ପାରିବା  ସିଝାପାଣି  ପିଇବାକୁ  ଦିଅନ୍ତୁ ।
  • ଖାଇବାକୁ  ଦେବା  ବନ୍ଦ  କରନ୍ତୁ  ନାହିଁ । ଯେତେବେଳେ  ପିଲା  ଖାଇପାରୁଛି  ଅଧିକ  ଖାଇବାକୁ  ଦିଅନ୍ତୁ ।
  • ଶିଶୁର  ସ୍ତନ୍ୟପାନ  ବନ୍ଦ  କରନ୍ତୁ  ନାହିଁ । ପୁନର୍ଜଳ  ପାନୀୟ  ପିଇବାକୁ  ଦିଅନ୍ତୁ  ।

ସତର୍କତା :

  • ଚିନି ମିଶାଇବା ପୂର୍ବରୁ ପାନୀୟକୁ ଚାଖନ୍ତୁ  ଯେପରି ଏହା  ଲୁହଠାରୁ କମ୍ ଲୁଣିଆ ଲାଗେ । ଏହି ପାନୀୟରେ ଅଧାକପ୍  ଫଳ  ରସ,  ନଡିଆପାଣି, ପାଚିଲା କଦଳୀ  ମିଶାନ୍ତୁ  । ଏହା ଶରୀରକୁ  ପୋଟାସିୟମ  ଯୋଗାଇଥାଏ ।
  • ଏହାକୁ  ୫ – ୭ ମିନିଟ୍ ଫୁଟାନ୍ତୁ । ଯାହାଦ୍ଵାରା  ଏହା  ପେଜ  ଭଳି  ହୋଇଯିବ । ଏହା  ଥଣ୍ଡା  ହୋଇଗଲା ପରେ  ପିଲାକୁ ପିଇବାକୁ ଦିଅନ୍ତୁ ।
  • ପ୍ରତିଥର ପାନୀୟକୁ  ଚାଖନ୍ତୁ । ଯେପରି  ଏହା  ଗନ୍ଧେଇ ନ ଯାଏ ।

ଗୁରୁତ୍ଵପୂର୍ଣ୍ଣ

ଏହି  ସବୁ  ଉପାୟ  ଆପଣଙ୍କ ଅଞ୍ଚଳରେ ଅବଲମ୍ବନ କରନ୍ତୁ । ଯଦି  ଆପଣଙ୍କ ଅଞ୍ଚଳରେ  ଲିଟର ବା  ଚାମଚ  ମିଳୁନାହିଁ  ତେବେ  ସ୍ଥାନୀୟ  ମାପ  ହିସାବରେ  କରନ୍ତୁ । ପ୍ରତି  ୫ ମିନିଟ୍ ରେ  ଏହା  ଖାଇବାକୁ  ଦିଅନ୍ତୁ । ଜଣେ  ବୟସ୍କ  ବ୍ୟକ୍ତି ୩ଲିଟର  ପାନୀୟ  ଦିନକୁ  ଆବଶ୍ୟକ  କରିଥାଏ । ଛୋଟ  ପିଲା  ଦିନକୁ  ୧ ଲିଟର ପାଣି  ଆବଶ୍ୟକ  କରିଥାଏ ।

ସାବଧାନତା

  • ଯଦି  ପାନୀୟ ଖରାପ ହୋଇଯାଏ  ବା  ରୋଗୀଠାରେ  ବିପଦପୂର୍ଣ୍ଣ  ଲକ୍ଷଣ  ଦେଖିବାକୁ  ମିଳେ  ତେବେ  ଡାକ୍ତରୀ  ସହାୟତା ନିଅନ୍ତୁ । ସମୟ  ସମୟରେ   ପାନୀୟ  ଶିରା ମାଧ୍ୟମରେ  ଦେବାକୁ  ପଡିଥାଏ ।
  • କେତେକ  ଜାଗାରେ  ଓ.ଆର.ଏସ୍  ପ୍ୟାକେଟ  ମିଳିଥାଏ । ସେ  ଯାହାହେଉ  ଘରୋଇ  ପାନୀୟ  ମଧ୍ୟ  ତରଳ  ଝାଡା  ରୋକିବାରେ  ଉପଯୁକ୍ତ କାମ  କରିପାରିବ ।

ଜଳଶୁଷ୍କତାର  ପ୍ରତିଷେଧକ ଓ ଚିକିତ୍ସା

  • ଯେଉଁ ବ୍ୟକ୍ତିର  ଅଧିକ  ପରିମାଣରେ  ଜଳୀୟଅଂଶ  ଦେହରୁ  ବାହାରିଯାଏ  ସେ  ଅଧିକ  ପାନୀୟ  ପିଇବା ଉଚିତ୍  । ଯେଉଁ  ଅସୁସ୍ଥ  ବ୍ୟକ୍ତି ଅଧିକ  ପାଣି ପିଇପାରିବେ ନାହିଁ  ସେ ଟିକେ  ଟିକେ  ବହୁତ  ଥର  ପାଣି  ପିଇବା ଉଚିତ୍ ।
  • ବାନ୍ତି  ସହିତ ବା  ବାନ୍ତି  ବିନା  ତରଳ  ଝାଡା  ଜନିତ  ଜଳଶୁଷ୍କତା  ଦେଖାଦେଲେ  ତରଳ  ପାନୀୟ  ଅଧିକ  ପରିମାଣରେ  ପିଇବା ଉଚିତ୍ ।
  • ପୁନର୍ଜଳ  ପାନୀୟ  ମଧ୍ୟ  ଜଳଶୁଷ୍କତାକୁ ରୋକିଥାଏ ।
  • ପିଲାକୁ  ୪ ରୁ  ଘଣ୍ଟା  ବ୍ୟବଧାନରେ  ପୁନର୍ଜଳ  ପାନୀୟ  ଦେବା  ଉଚିତ୍ । ପିଲା  ବା  ବଡ  ବାନ୍ତି  କରୁଥିଲେ  ମଧ୍ୟ  ଚାମଚରେ  ଏହା  ପିଆଇବା  ଉଚିତ୍ ।  ଯଦି  ବାନ୍ତି ବନ୍ଦ ନ ହୁଏ ତେବେ  ଡାକ୍ତରୀ ସହାୟତା  ନିଅନ୍ତୁ ।
  • ଯଦି  ଜଣେ  ଅଧିକ  ପାନୀୟ  ଚାହୁଁଛି  ତେବେ  ଦିଅନ୍ତୁ ।
  • ଯଦି  ଆଖିରେ  ପିତା  ସ୍ପିତ  ହୋଇଯାଏ, ତେବେ ପୁନର୍ଜଳ  ପାନୀୟ  ବା  ତରଳ  ପାନୀୟ  ବନ୍ଦ  କରିଦିଅନ୍ତୁ । ଯଦି  ତରଳ  ଝାଡା  ଲାଗିରୁହେ  ତେବେ  ଆଖିର  ସ୍ଫିତି  ଭଲ ହୋଇଗଲା  ପରେ  ପାନୀୟ  ଦିଅନ୍ତୁ ।
  • ଯଦି  ପିଲା  ବାନ୍ତି  କରେ,  ବାନ୍ତିର  ୧୦ ମିନିଟ୍ ଯାଏ  ପିଇବାକୁ  ଦିଅନ୍ତୁ  ନାହିଁ  ଓ  ପରେ  ଦିଅନ୍ତୁ ।
  • ୪ରୁ  ୬ ଘଣ୍ଟା ପରେ  ପିଲାର  ଜଳଶୁଷ୍କତା  ପୁନର୍ବାର  ପରୀକ୍ଷା  କରନ୍ତୁ ।
  • ମା’କୁ  କୁହନ୍ତୁ ।
  • ଯେତେଦୂର  ସମ୍ଭବ  ଅଧିକ  ପାନୀୟ  ପିଲାକୁ ପିଇବାକୁ  ଦେବାପାଇଁ ।
  • ପିଲାକୁ  ଉତ୍ତମ  ଖାଦ୍ୟ  କମ୍ ପରିମାଣର  ଦେବା  ପାଇଁ ।
  • ସ୍ତନ୍ୟ  ପାନ  ବନ୍ଦ  ନ କରିବା  ପାଇଁ ।
  • ପିଲାକୁ  ସ୍ୱାସ୍ଥ୍ୟକେନ୍ଦ୍ରକୁ  ନିଅନ୍ତୁ । ଯଦି ଅଧିକ  ଥର  ପତଳା  ଝାଡା ହୁଏ, ଅଧିକ  ଶୋଷ  ହୁଏ, ଆଖି  କୋରଡ  ହୋଇଯାଏ ଜ୍ଵର ହୁଏ ।
  • ସାଧାରଣ  ଭାବରେ  ଖାଇବା  ପିଇବାରେ ନାହିଁ
  • ଭଲ  ହୁଏ  ନାହିଁ

ଯେତେବେଳେ ସମ୍ଭବ ମହୁ ବା ଗୁଡକୁ ଚିନି  ବଦଳରେ  ବ୍ୟବହାର କରନ୍ତୁ । ମହୁରେ  କିଛି  ପରିମାଣର ଚିନି ଥାଏ  ଯାହାକୁ  ଶରୀର  ସହଜରେ  ବ୍ୟବହାର  କରିପାରେ। ଆପଣ  ମଧ୍ୟ ମହୁ ବଦଳରେ ଗ୍ଲୁକୋଜ  ପାଉଡର  ବ୍ୟବହାର  କରିପାରିବେ । ଏହା  ଉଗ୍ର ପୁଷ୍ଟିହୀନତାରେ  ଆକ୍ରାନ୍ତ  ପିଲାଙ୍କ  ପାଇଁ  ଭଲ କାମ ଦେଇଥାଏ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 4/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate