ଏହାର ସଂକ୍ରମଣ ଏକପ୍ରକାର ଜୀବାଣୁ ଦ୍ଵାରା ହୁଏ, ଯାହା ଶରୀରର ଲସିକା ପ୍ରକ୍ରିୟା ଉପରେ ପ୍ରଭାବ ପକାଏ। ଏହା ଏକ ପ୍ରକାର ମଶାଦ୍ଵାରା ବ୍ୟାପେ। ସଂକ୍ରମିତ ବ୍ୟକ୍ତିକୁ କାମୁଡି, ମଶା ରକ୍ତ ମାଧ୍ୟମରେ ଜୀବାଣୁକୁ ଟାଣି ନିଏ ଏମ ସୁସ୍ଥ ବ୍ୟକ୍ତିଙ୍କୁ କାମୁଡିବା ସମୟରେ ତା ଦେହରେ ଛାଡିଦିଏ । ଲକ୍ଷଣ କୁଣ୍ଡିଆ ଓ ଥଣ୍ଡା ସହିତ ଜ୍ଵର ହେବା । ବିଶେଷତଃ ଗୋଡ ଓ ବାହୁର ଚମଡାର ଯନ୍ତ୍ରଣା ବଢିଯିବା । ନିମ୍ନ ଅଙ୍ଗଗୁଡିକ ଫୁଲିଯିବା । ଲସିକା ଗ୍ରନ୍ଥୀ ବଡ ହୋଇଯାଏ । ଲସିକା ଗ୍ରନ୍ଥୀ ଫୁଲି ଯାଏ ଓ ସେଥିରେ ଯନ୍ତ୍ରଣା ହୁଏ। ପ୍ରଭାବିତ ଅଙ୍ଗ ଯଥା ଗୋଡ, ଲିଙ୍ଗ ଓ ଅଣ୍ଡାକୋଷ ସ୍ଥାୟୀ ଭାବରେ ବଢିଯିବା । ଚିକିତ୍ସା ହେଟ୍ରାଜାନ ବଟିକା ଖାଆନ୍ତୁ । ଆସ୍ପିରିନ ବଟିକା ଜ୍ଵର ଓ ବ୍ୟଥା କମାଇବାରେ ସାହାଯ୍ୟ କରେ । ଫୁଲା କମାଇବା ପାଇଁ ଗୋଡରେ ପଟି ବାନ୍ଧନ୍ତୁ । ଏହା ଗୋଡର ସ୍ଥାୟୀ ଫୁଲାକୁ କମାଇବାପାଇଁ ମଧ୍ୟ ସାହାଯ୍ୟ କରେ । ରାତିରେ ପଟିକୁ ଖୋଲିଦିଅନ୍ତୁ। ପ୍ରତିଷେଧକ ମ୍ୟାଲେରିଆପାଇଁ ମଶାକାମୁଡା ବିରୁଦ୍ଧରେ ନିଆଯାଉଥିବା ସମସ୍ତ ପ୍ରତିଷେଧକ ଏଠାରେ ମଧ୍ୟ ନିଅନ୍ତୁ । ଆନ୍ତ୍ରିକ ଜ୍ଵର ଆନ୍ତ୍ରିକ ଜ୍ଵର ମଳଦ୍ଵାର ଦ୍ଵାରା ସଂକ୍ରମିତ ହୁଏ ଏବଂ ଏହା ଶରୀରର ସବୁ ଅଂଶରେ ପ୍ରଭାବ ପକାଏ । ଏହା ପ୍ରାୟତଃ ମହାମାରୀ ରୂପରେ ଆସେ । ଏହା ମଳରୁ ମୁହଁ ପର୍ଯ୍ୟନ୍ତ ଅପରିଷ୍କାର ପାଣି ଓ ଖାଦ୍ୟଦ୍ଵାରା ବ୍ୟାପେ । ବିଭିନ୍ନ ସମୟରେ ସଂକ୍ରମଣ ଦ୍ଵାରା ହେଉଥିବା ଜ୍ଵର ମଧ୍ୟରୁ ଆନ୍ତ୍ରିକ ଜ୍ଵର ସବୁଠାରୁ ବିପଜ୍ଜନକ । ଲକ୍ଷଣ ପ୍ରଥମ ସପ୍ତାହ ଏହା ସର୍ଦ୍ଦି ବା ଇନଫ୍ଲୁ ଏଞ୍ଜା ସଦୃଶ ଆରମ୍ଭ ହୁଏ । ମୁଣ୍ଡବ୍ୟଥା ଓ ଗଳା ଖସ୍ ଖସ୍ ହୁଏ । ବା ତହିଁରୁ ଅଧିକ ଉତ୍ତାପ ହେବା ପର୍ଯ୍ୟନ୍ତ ଜ୍ଵର ପ୍ରତିଦିନ ଅଳ୍ପ ଅଳ୍ପ ବଢେ । ପ୍ରତି ଅଧଘଣ୍ଟାରେ ନାଡି ଓ ଉତ୍ତାପ ଦେଖନ୍ତୁ । ଜ୍ଵର ତୁଳନାରେ ନାଡି ପ୍ରାୟ ଧୀର ହୋଇଯାଏ ଯଦି ଜ୍ଵର ବଢିବା ସମୟରେ ନାଡି ଧୀର ହୋଇଯାଏ ତେବେ ବ୍ୟକ୍ତିକୁ ଆନ୍ତ୍ରିକଜ୍ଵର ହୋଇଥାଏ, ପରୀକ୍ଷା କରାନ୍ତୁ । କେତେକ ସମୟରେ ବାନ୍ତି, ତରଳଝାଡା ଓ କୋଷ୍ଠବଦ୍ଧତା ଦେଖାଯାଏ । ଶରୀର ଦୁର୍ବଳ ହୋଇଯାଏ ନାକରୁ ରକ୍ତ ପଡିଥାଏ । ଦ୍ଵିତୀୟ ସପ୍ତାହ ଅଧିକ ଜ୍ଵର ତୁଳନାରେ ନାଡି ଧୀର ହୁଏ ଶରୀରରେ କିଛି ଗୋଲାପୀ ଚିହ୍ନ ଦେଖାଦେଇପାରେ କମ୍ପ ହୁଏ ମସ୍ତିଷ୍କ ବିକୃତି (ବ୍ୟକ୍ତି ସ୍ପଷ୍ଟଭାବରେ କିଛି ଚିନ୍ତା କରିପାରିବେ ନାହିଁ) ଦେଖାଦିଏ ଦୁର୍ବଳତା, ଓଜନ କମିଯିବା ଓ ଶରୀରରୁ ଜଳୀୟ ଅଂଶ କମିଯିବା ତୃତୀୟ ସପ୍ତାହ ଯଦି ଅନ୍ୟ କୌଣସି ସମସ୍ୟା ନ ଉପୁଜେ ତେବେ ଜ୍ଵର ତଥା ଅନ୍ୟାନ୍ୟ ଲକ୍ଷଣ ଧୀରେ ଧୀରେ କମିବାକୁ ଲାଗେ । ଜଟିଳତା ଏହା ସାଧାରଣତଃ ରୋଗର ତୃତୀୟ ବା ଚତୁର୍ଥ ସପ୍ତାହରେ ଦେଖାଦିଏ । ଯେତେବେଳେ ରୋଗୀ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗେ । ଅନ୍ତ୍ରରୁ ରକ୍ତ ପଡିବା ଝାଡାରେ ରକ୍ତ ପଡିବା ଏବଂ ରୋଗୀ ମରିଯିବା ତଳି ପେଟରେ ଭିଷଣ ଯନ୍ତ୍ରଣା ହେବା ଯଦି ଏହି ସବୁ ଲକ୍ଷଣ ଦେଖନ୍ତି ତେବେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେବା ଉଚିତ୍ । ଚିକିତ୍ସା ଡାକ୍ତରୀ ସାହାଯ୍ୟ ନିଅନ୍ତୁ କ୍ଲୋରମଫେନିକାଲ ୩-୫ ଗ୍ରା./ଦିନ(ବୟସ୍କ) ବା ୫୦ ମି.ଗ୍ରା. / କି.ଗ୍ରା. /ଦିନ (ପିଲା) ଅତି କମ୍ ରେ ୨ ସପ୍ତାହ ଦିଅନ୍ତୁ। ଏହି ମାତ୍ର ଚିକିତ୍ସାର ୫ ଦିନ ପରେ ବୟସ୍କ କ୍ଷେତ୍ରରେ ୨ ଗ୍ରାମ ଓ ପିଲା ୩୦ ମି.ଗ୍ରା. କମାଯାଇ ପାରିବ । ଯଦି କ୍ଲୋରାମଫେନିକାଲ ନ ଥାଏ, ଆମ୍ପିସିଲିନ ବ୍ୟବହାର କରନ୍ତୁ ବା ଆମ୍ପିସିଲିନ ୪ରୁ ୬ ଗ୍ରା./ଦିନ ୪ ଥର (ବୟସ୍କ) ୧୦୦ ମି.ଗ୍ରା. କି.ଗ୍ରା. ଦିନ (ପିଲା) ଯଦି ଆମ୍ପିସିଲିନ ମଧ୍ୟ ନ ଥାଏ, ତେବେ କୋଟ୍ରାଇମୋକ୍ସାଜୋଲ ବ୍ୟବହାର କରନ୍ତୁ । ଥଣ୍ଡା ଓ ଓଦା କନା ଦ୍ଵାରା ଜ୍ଵରକୁ କମାନ୍ତୁ । ଶରୀରରେ ଜଳୀୟ ଅଂଶ ବଢାଇବାପାଇଁ ପ୍ରଚୁର ପରିମାଣରେ ତରଳ ଖାଦ୍ୟ, ଝୋଳ, ଫଳରସ ଏବଂ ପୁନର୍ଜଳପାନୀୟ ଦିଅନ୍ତୁ ଯଦି ଦରକାର ହୁଏ ତରଳ ଆକାରରେ ପୌଷ୍ଟିକ ଆହାର ଦିଅନ୍ତୁ । ଜ୍ଵର ପୁରାପୁରି ଛାଡିବା ପର୍ଯ୍ୟନ୍ତ ବ୍ୟକ୍ତି ବିଛଣାରେ ବିଶ୍ରାମ ନେବା ଉଚିତ । ଯଦି ବ୍ୟକ୍ତିଙ୍କର ଝାଡାରେ ରକ୍ତ ପଡୁଥାଏ ବା ପେରିଟୋନିଟିସ୍ ବା ନିମୋନିଆର ଲକ୍ଷଣ ଦେଖାଯାଏ ତେବେ ଅତିଶୀଘ୍ର ଡାକ୍ତରଖାନା ନିଅନ୍ତୁ । ଆନ୍ତ୍ରିକଜ୍ଵରର ପ୍ରତିଷେଧକ ଆନ୍ତ୍ରିକଜ୍ଵରର ପ୍ରତିଷେଧ ପାଇଁ ଖାଦ୍ୟ ଓ ପାଣିକୁ ମନୁଷ୍ୟର ଝାଡାଦ୍ଵାରା ଦୂଷିତ ନ ହେବା ପାଇଁ ନିଶ୍ଚିତ ଯତ୍ନ ନେବାକୁ ହେବ । ବ୍ୟକ୍ତି ତଥା ସାମୁହିକ ସ୍ୱାସ୍ଥ୍ୟରକ୍ଷା ପାଇଁ ୧୨ ଅଧ୍ୟାୟର ପରାମର୍ଶ ଅନୁସରଣ କରନ୍ତୁ । ପାଇଖାନା ତିଆରି ଓ ବ୍ୟବହାର କରନ୍ତୁ । ପାଇଖାନା ସବୁ ପିଇବାପାଣି ଥିବା ସ୍ଥାନଠାରୁ ଦୂରରେ ରହିବା ବିଷୟ ନିଶ୍ଚିତ ଧ୍ୟାନ ଦିଅନ୍ତୁ । ବିଶେଷ କରି ମେଳା ବା ଅନ୍ୟାନ୍ୟ ଉତ୍ସବ ସମୟରେ ମାଛି କିମ୍ବା ଅନ୍ୟାନ୍ୟ କୀଟ ବସିଥିବା ଖାଦ୍ୟ ଖାଆନ୍ତୁ ନାହିଁ । ଆନ୍ତ୍ରିକ ଜ୍ଵର ମେଳା ବା ଅନ୍ୟାନ୍ୟ ଦୁର୍ବିପାକ ପରେ ହୁଏ । ଏଣୁ ଏହି ସମୟରେ ପରିଚ୍ଛନ୍ନତା ପାଇଁ ସ୍ଵତନ୍ତ୍ର ଯତ୍ନ ନେବା ନିହାତି ଦରକାର । ପିଇବା ପାଣି ନିଶ୍ଚିତ ପରିଷ୍କାର ହେବା ପ୍ରତି ଦୃଷ୍ଟି ଦିଅନ୍ତି । ଯଦି ଆପଣଙ୍କ ଗ୍ରାମରେ ଆନ୍ତ୍ରିକ ଜ୍ଵର ହୋଇଥାଏ ପିଇବା ପାଣିକୁ ସିଝାଇ ପିଆନ୍ତୁ । ଅପରିଷ୍କୃତ ଖାଦ୍ୟ ଓ ପାଣିର କାରଣ ସମ୍ବନ୍ଧରେ ଜାଣନ୍ତୁ । ଆନ୍ତ୍ରିକ ଜ୍ଵରର ବିସ୍ତାର କମାଇବାପାଇଁ ରୋଗ ହୋଇଥିବା ବ୍ୟକ୍ତି ଗୋଟିଏ ଅଲଗା କୋଠରୀରେ ରହିବା ଉଚିତ୍ । ସେ ବ୍ୟବହାର କରୁଥିବା ବାସନ ଇତ୍ୟାଦିରେ ଅନ୍ୟ କେହି ବ୍ୟକ୍ତି ଖାଇବା ବା ପିଇବା ଉଚିତ୍ ନୁହେଁ । ତାଙ୍କର ଝାଡା ପୋତି ଗଭୀର ଖାତରେ ପୋତି ଦିଆଯିବା ଦରକାର । ଯେଉଁ ବ୍ୟକ୍ତି ରୋଗୀର ଯତ୍ନ ନେଉଥିବ ସେ ତାଙ୍କର ହାତ ଭଲଭାବରେ ଧୋଇଦେବା ଉଚିତ୍ । ଆନ୍ତ୍ରିକ ଜ୍ଵରରୁ ଭଲ ହେବାପରେ ମଧ୍ୟ କେତେକ ବ୍ୟକ୍ତିଙ୍କଠାରେ ରୋଗର ଜୀବାଣୁ ଥାଏ ଏବଂ ଏହା ଅନ୍ୟ ନିକଟକୁ ବଢିପାରେ । ଏହି କାରଣ ଯୋଗୁଁ ଆନ୍ତ୍ରିକ ଜ୍ଵର ହୋଇଥିବା ବ୍ୟକ୍ତି ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଅଧିକ ଯତ୍ନ ନେବା ଉଚିତ୍ ଏବଂ ଖାଦ୍ୟ ଦ୍ରବ୍ୟ ଦିଆଯାଉଥିବା ସ୍ଥାନ ଅର୍ଥାତ ଭୋଜନାଳୟ ଇତ୍ୟାଦିରେ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଆନ୍ତ୍ରିକଜ୍ଵରର ଉପଶମ ପାଇଁ ବେଳେବେଳେ ଆମ୍ପିସିଲିନ ଦରକାର ହୁଏ । ବିଶେଷତଃ ଖରାଦିନେ ଆନ୍ତ୍ରିକଜ୍ଵର ବିରୁଦ୍ଧରେ ପ୍ରତି ୬ ମାସରେ ଥରେ ଇଞ୍ଜେକ୍ସନ ନିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ