অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମସ୍ତିସ୍କଝିଲ୍ଲୀ ପ୍ରବାହ

ମସ୍ତିସ୍କଝିଲ୍ଲୀ ପ୍ରବାହ

ଉପକ୍ରମ

ଏହି ମସ୍ତିସ୍କଝିଲ୍ଲୀ ଏକ ସାଘାଂତିକ ସଂକ୍ରମଣ । ପିଲାମାନଙ୍କଠାରେ ଏହା ଅଧିକ ହୋଇଥାଏ । ଏହା ଅନ୍ୟ କୌଣସି ଏକ ରୋଗଯଥା ; ମିଳିମିଳା, ଗାଲୁଆ, ଧଇଁକାଶ, କାନରେ ସଂକ୍ରମଣ ଇତ୍ୟାଦିର ଜଟିଳତା ହିସାବରେ ଆରମ୍ଭ ହୋଇପାରେ । ଯକ୍ଷ୍ମାରୋଗ ହୋଇଥିବା ମାଆଙ୍କର ଛୁଆକୁ ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀ ପ୍ରଦାହ ଜୀବନର ପ୍ରଥମ କିଛି ମାସରେ ହୋଇପାରେ ।

ଲକ୍ଷଣ

  • ଜ୍ଵର
  • ଅତ୍ୟଧିକ ମୁଣ୍ଡବିନ୍ଧା
  • କଠିନ ବେକ : ପିଲା ବହୁତ ରୁଗ୍ଣ ଦେଖାଯାଏ ଏବଂ ମୁଣ୍ଡ ଓ ବେକକୁ ପଛକରି ପଡିରହେ ଏହିପରି ଭାବରେ
  • ପିଠି ବହୁତ ଟାଣ ହୋଇ ଯାଇଥିବାରୁ ମୁଣ୍ଡକୁ ଆଣ୍ଠୁତଳେ ରଖାଯାଇ ପାରିବ ନାହିଁ ।
  • ଏକବର୍ଷରୁ କମ୍ ବୟସର ପିଲାମାନଙ୍କର ମୁଣ୍ଡର କୋମଳ ଅଂଶ ଉପରକୁ ବାହାରିଆସେ ।
  • ବାନ୍ତି ପ୍ରାୟ ସବୁବେଳେ ହେବ ।
  • ପିଲା ବହୁତ ଶୋଇବ ବା ଚିଡ଼ିଚିଡା ହୋଇପାରେ ।
  • ପିଲା ଖାଇବାକୁ ମନା କରିବ ।
  • କେତେକ ସମୟରେ ସଂକୋଚନ ବା ଅଦ୍ଭୁତ ବ୍ୟବହାର କରିପାରେ ।
  • ପିଲାର ଅବସ୍ଥା ଖରାପରୁ ଖରାପ ହୋଇଯିବ । ଶେଷରେ ସେ ନିଜର ଚେତା ହରାଇ ବସେ ।
  • ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀ ପ୍ରଦାହ ଧୀରେ ଧୀରେ ପ୍ରକାଶପାଏ, କେତେଦିନ ବା କେତେ ସପ୍ତାହ ଧରି । ଅନ୍ୟପ୍ରକାରର ମସ୍ତିସ୍କଝିଲ୍ଲୀ ପ୍ରଦାହ ଖୁବ୍ ଶୀଘ୍ର ପ୍ରକାଶ ପାଇଥାଏ, କେତେ ଘଣ୍ଟା ବା ଦିନ ମଧ୍ୟରେ ।

ଚିକିତ୍ସା

ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ – ପ୍ରତ୍ୟକ ମିନିଟ୍ ମୁଲ୍ୟବାନ । ସମ୍ଭବ ହେଲେ ରୋଗୀକୁ ଡାକ୍ତରଖାନା ନେଇଯାଆନ୍ତୁ, କିନ୍ତୁ ସେ ସମୟ ମଧ୍ୟରେ,

  • ୫୦୦ ମି.ଗ୍ରାର ଆମ୍ପିସିଲିନ ୪ ଘଣ୍ଟା ଅନ୍ତରରେ ଦିଅନ୍ତୁ ବା ଏକ ଲକ୍ଷ୍ୟ ୟୁର କ୍ରାଇଷ୍ଟାଲିନ ପେନିସିଲିନ ପ୍ରତି ୪ ଘଣ୍ଟାରେ ଦିଅନ୍ତୁ ଯଦି ସମ୍ଭବ କ୍ଳୋରାମଫେନିକଲ ଦିଅନ୍ତୁ ।
  • ଯଦି ସେଣ୍ଟିଗ୍ରେଡରୁ ଅଧିକ ଜ୍ଵର ଥାଏ, ଓଦା ଲୁଗା କିମ୍ବା ଆସ୍ପିରିନ ବା ଏସିଟାମିନୋଫେନ ବ୍ୟବହାର କରି ଏହାକୁ କମାଇବାକୁ ଚେଷ୍ଟା କରନ୍ତୁ ।
  • ଯଦି ମା’ଙ୍କୁ ଯକ୍ଷ୍ମା ହୋଇଥାଏ ବା ଯଦି ପିଲାକୁ ଯକ୍ଷ୍ମା, ମସ୍ତିସ୍କଝିଲ୍ଲୀ ପ୍ରଦାହ ହୋଇଥିବାରୁ ଅନ୍ୟକାରଣ ଆପଣ ସନ୍ଦେହ କରନ୍ତି, ତେବେ ୦.୨ ମି.ଲି.ର ଷ୍ଟ୍ରେପଟୋମାଇସିନ ଇଞ୍ଜେକ୍ସନ ପ୍ରତି ୫ କିଲୋ ଓଜନ ବଢିବାରେ ଦିଅନ୍ତୁ ଓ ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ମସ୍ତିସ୍କଝିଲ୍ଲୀ ଯକ୍ଷ୍ମା ହୋଇ ନ ଥାଏ, ଆମ୍ପିସିଲିନ ବା ପେନିସିଲିନ ବ୍ୟବହାର କରନ୍ତୁ ।

ନିବାରଣ

ଯକ୍ଷ୍ମା ଜନିତ ମସ୍ତିସ୍କଝିଲ୍ଲୀର ନିବାରଣ ପାଇଁ ଯକ୍ଷ୍ମା ହୋଇଥିବା ମାଆର ନବଜାତ ଶିଶୁକୁ ସମୟରେ ବି.ସି.ଜି ଟୀକା ଦେବା ଦରକାର ।

 

ଆଧାରଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate