অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହଇଜା

ହଇଜା ମାରାତ୍ମକ ରୋଗ

ଏହା ଏକ ଅତ୍ୟନ୍ତ ସଂକ୍ରାମକ ତଥା ମାରାତ୍ମକ ରୋଗ ଅଟେ । ବିଶେଷତଃ ମେଳା ବା ପର୍ବ ପର୍ବାଣୀ ପରେ ଯେଉଁଠାରେ ଢଙ୍କା ଯାଇ ନ ଥିବା ଖାଦ୍ୟ ବିକ୍ରିହୁଏ, ଏହା ସେଠାରେ ମହାମାରୀ ରୂପରେ ଦେଖାଦିଏ । ଏହା ମୁଖ୍ୟତଃ ମାଛିଦ୍ଵାରା ମଳରୁ ମୁଖ ପର୍ଯ୍ୟନ୍ତ ବ୍ୟାପେ ।

ଲକ୍ଷଣ

  • ରୋଗୀ ଚାଉଳଧୂଆ ପାଣି ପରି ବାରମ୍ବାର ତରଳଝାଡା ହୁଏ, ଝାଡାରେ ଥିବା ଛୋଟ ଛୋଟ ଦାନାଗୁଡିକ ଅନ୍ତନାଳୀର ଛୋଟ ଛୋଟ ଖଣ୍ଡ ଅଟନ୍ତି ।
  • ଏହାଦ୍ଵାରା ରୋଗୀର ଶରୀରରେ ଜଳୀୟ ଅଂଶ କମିଯାଏ ଏବଂ ରୋଗୀ ମରିଯିବାର ସମ୍ଭାବନା ଥାଏ ।
  • ରୋଗୀକୁ ମଧ୍ୟ ସାମାନ୍ୟ ଜ୍ଵର ହୋଇଥାଇପାରେ ।
  • ହଇଜା ହେବାର ଦିନେ ଦୁଇଦିନପରେ ଲକ୍ଷଣ ଜଣାପଡିଥାଏ । (ଦୂଷିତ ପାଣି, ଦୂଷିତ ଖାଦ୍ୟ ଖାଇବାର ଦିନେ ବା ଦୁଇଦିନ ପରେ)
  • ରୋଗୀର ହଠାତ୍ ଚାଉଳଧୂଆ ପାଣିପରି ଝାଡା ହୁଏ କିନ୍ତୁ ତଳିପେଟରେ କିଛି ଯନ୍ତ୍ରଣା ଅନୁଭବ କରେ ନାହିଁ । ଏହା ସାଧାରଣତଃ ବାନ୍ତି ପରେ ହୋଇଥାଏ ।
  • ତରଳ ଝାଡା ପୂର୍ବରୁ ରୋଗୀକୁ ଅଧିକ ଶୋଷ ଲାଗିଥାଏ । ପରେ ରୋଗୀ ଦୁର୍ବଳ ଅନୁଭବ କରିଥାଏ । ଛିଡା ହେଲେ ପଡିଯାଏ । ହୃଦ୍ ସ୍ପନ୍ଦନ ବଢିଯାଏ ଓ ଚରମ ଧୋକଡା ହୋଇଯାଏ। ଆଖି ଭିତରକୁ ପଶିଯାଏ । ଶେଷରେ ରୋଗୀ ମରିଯାଏ ।

ଚିକିତ୍ସା

ହଇଜା ଅତ୍ୟନ୍ତ ବିପଜ୍ଜନକ ଅଟେ । ବିନା ଡାକ୍ତରୀ ସାହାଯ୍ୟରେ ରୋଗୀ ମୃତ୍ୟୁ ବରଣକରିପାରେ। ଶରୀରରେ ଜଳୀୟ ଅଂଶ କମିଯିବା କାରଣରୁ ହଇଜାରେ ମୃତ୍ୟୁ ହୁଏ, ରୋଗୀର ଚିକିତ୍ସା ତଥା ଜଳୀୟ ଅଂଶ କମିବାର ପ୍ରତିଷେଧ ପାଇଁ ।

  • ଟେଟ୍ରାସାଇକ୍ଲିନ ଦିଅନ୍ତୁ ।
  • ଦିନରେ ଅନେକଥର ପୁନର୍ଜଳ ପାନୀୟ ଦିଅନ୍ତୁ ।
  • ପୌଷ୍ଟିକ ଆହାରକୁ ତରଳ ଖାଦ୍ୟ ଆକାରରେ ଦିଅନ୍ତୁ ।
  • ଶୋଇବା ପାଇଁ ଗୋଟିଏ ବିଶେଷ ବିଛଣା କରନ୍ତୁ ।

ଗୋଟିଏ ଖଟ ବା ବିଛଣାରେ ଗୋଟିଏ କଣା କରନ୍ତୁ ଯେଉଁଠାରେ ରୋଗୀର ମଳଦ୍ଵାର ରହିବ। କଣା ତଳେ ଗୋଟିଏ ବାଲ୍ଟି ରଖନ୍ତୁ ଓ କଣାରେ ଗୋଟିଏ ରବର ନଳୀ ଲଗାନ୍ତୁ । ନଳୀ ବାଲ୍ଟିରେ ଲାଗିବା ଉଚିତ୍ । ଏହାଦ୍ଵାରା ରୋଗୀର ଝାଡା ସିଧା ବାଲ୍ଟିକୁ ଚାଲିଯିବ । ଘରଠାରୁ ବା ପିଇବା ପାଣି ଥିବା ସ୍ଥାନଠାରୁ ଦୂରରେ ଗୋଟିଏ ଗାତ ଖୋଳନ୍ତୁ । ଯେତେବେଳେ ବାଲ୍ଟି ପୁରିଯିବ ତାକୁ ନେଇ ଗାତରେ ଢାଳି ଦିଅନ୍ତୁ । ବାଲ୍ଟି ଧୋଇବା ପାଇଁ ବ୍ୟବହାର କରୁଥିବା ପାଣିକୁ ଗାତରେ ଢାଳନ୍ତୁ । କୌଣସି ମାଛି ବସିବା ପୂର୍ବରୁ ସଙ୍ଗେ ସଙ୍ଗେ ଗାତକୁ ଢାଙ୍କି ଦିଅନ୍ତୁ । ଡାକ୍ତରୀ ସାହାଯ୍ୟ ନିଅନ୍ତୁ

ପ୍ରତିଷେଧକ

ହଇଜା ଅତି ସହଜରେ ବଢେ। ଅପରିଷ୍କୃତ ପାଣି ଓ ଖାଦ୍ୟ ନ ଖାଇବା ପାଇଁ ଯଥେଷ୍ଟ ଯତ୍ନ ନେବାକୁ ହୁଏ। ବ୍ୟକ୍ତିଗତ ତଥା ସାମୁହିକ ସ୍ୱାସ୍ଥ୍ୟଶରକ୍ଷା ପାଇଁ ୧୨ ଅଧ୍ୟାୟରେ ଦିଆଯାଇଥିବା ପରାମର୍ଶ ଅନୁସରଣ କରନ୍ତୁ ।

  • ଯଦି ଆପଣଙ୍କ ଘରେ, ଗାଁରେ ବା ସମ୍ପ୍ରଦାୟରେ ହଇଜା ହୋଇଥାଏ, ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଜଣାନ୍ତୁ। ଯାହାଦ୍ଵାରା ସେମାନେ ଏହାର ସଂକ୍ରମଣ ରୋକି ପାରିବେ।
  • ଆପଣଙ୍କ ପରିବାର, ଗାଁ ବା ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରତି ୬ ମାସରେ ହଇଜା ବିରୁଦ୍ଧରେ ଟୀକା ଦିଅନ୍ତୁ,ବିଶେଷତଃ ଯଦି ସେଠାରେ ମହାମାରୀ ଥାଏ ।
  • ଯେଉଁଠାରେ ମାଛି ନ ଥାନ୍ତି ସେହି କୋଠରୀରେ ହଇଜା ରୋଗୀଙ୍କୁ ରଖନ୍ତୁ ।
  • ରୋଗୀର ଯତ୍ନ ନେବା ବ ଝାଡାପୂର୍ଣ୍ଣ ବାଲ୍ଟିକୁ ବୋହିନେବା ପରେ ହାତକୁ ଭଲଭାବରେ ଧୁଅନ୍ତୁ ।
  • ରୋଗୀ ଦ୍ଵାରା ବ୍ୟବହାର କରାଯାଉଥିବା କପ୍, ବାସନ ଇତ୍ୟାଦି ଅଲଗା ରଖନ୍ତୁ । କୌଣସି ବ୍ୟକ୍ତିଙ୍କୁ ସେ ସବୁ ବ୍ୟବହାର ପାଇଁ ଦିଅନ୍ତୁ ନାହିଁ ।
  • ସମସ୍ତ ପିଇବା ପାଣିକୁ ଗରମ କରନ୍ତୁ । ବିଶେଅତଃ ଯଦି ଆପଣଙ୍କ ଗାଁରେ ହଇଜା ହୋଇଥାଏ ।
  • ସମସ୍ତ ପ୍ରକାର ଖାଦ୍ୟ ତଥା ପିଇବା ପାଣି ଢାଙ୍କି ରଖନ୍ତୁ, ଯାହାଦ୍ଵାରା ସେଠାରେ ମାଛି ବସି ପାରିବେ ନାହିଁ ।

ରାସ୍ତା କଡରେ ଏବଂ ଦୋକାନରେ ଖୋଲାଭାବରେ ବିକ୍ରି ହେଉଥିବା ଖାଦ୍ୟ ନ ଖାଇବା ପାଇଁ ଯତ୍ନ ନିଅନ୍ତୁ। ପ୍ରାୟତଃ ଏସବୁ ଖାଦ୍ୟ ଢଙ୍କା ହୋଇ ନ ଥାଏ ଏବଂ ହଇଜାର କାରଣ ହୁଏ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate