ସ୍ୱାସ୍ଥ୍ୟର ଯତ୍ନ ବିଷୟକ କେତେକ କଥା ଆମେ ଆମାଶୟଜନିତ ମୃତ୍ୟୁ ସମ୍ବନ୍ଧୀୟ କେତେକ କାରଣ ବିଷୟରେ ଆଲୋଚନା କଲେ । ଏହିପରି ଭାବେ\ ଆପଣ ଦେଖିପାରିବେ ଯେ, ଖାଦ୍ୟ ଉତ୍ପାଦନ, ଜମି ବଣ୍ଟନ, ଶିକ୍ଷା ଓ ଲୋକମାନଙ୍କର ପରସ୍ପର ପ୍ରତି ଉତ୍ତମ ବା ମନ୍ଦବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ । ଯଦି ଆପଣ ସମାଜ ଦୀର୍ଘକାଳୀନ ମଙ୍ଗଲ ଚାହୁଁଥାଆନ୍ତି, ତେବେ ଏଥିଲାଗି ଲୋକମାନଙ୍କୁ ଯୋଗ୍ୟ କରାନ୍ତୁ, ଯେପରି ସେମାନେ ଏହିପରି ବଡ ପ୍ରଶ୍ନର ଉତ୍ତର ଦେଇପାରିବେ । ସ୍ୱାସ୍ଥ୍ୟର ଅର୍ଥ “ ରୋଗାକ୍ରାନ୍ତ ନ ହେବା” ଅପେକ୍ଷା ଅଧିକ ବ୍ୟାପ୍ତ । ଏହାର ଅର୍ଥ ହେଲା, ଶାରୀରିକ ମାନସିକ ଓ ସାମାଜିକ ସୁସ୍ଥତା । ସୁସ୍ଥ ବାତାବରଣ ଏପରି ଏକ ସ୍ଥାନ ,କେଉଁଠାରେ ଲୋକମାନଙ୍କର ପରସ୍ପର ପ୍ରତି ବିଶ୍ଵାସ ଥାଏ । ନିଜର ଦୈନନ୍ଦିନ ଆବଶ୍ୟକତା ପୁରନ୍ବ କରିବାପାଇଁ ସେମାନେ ମିଳିମିଶି କାମ କରିଥାନ୍ତି ଓ ସୁଖଦୁଃଖରେ ପରସ୍ପରର ସାଥୀ ହୁଅନ୍ତି, ତଥ୍ୟ ଉତ୍ତମ ଜୀବନଯାପନ କରିବାରେ ପ୍ରତ୍ୟେକ ଅପରକୁ ସାହାଯ୍ୟ କରନ୍ତି । ଦୈନନ୍ଦିନ ସମସ୍ୟାର ସମାଧାନ ଦିଗରେ ଯଥାସାଧ୍ୟ ଚେଷ୍ଟା କରନ୍ତୁ । କିନ୍ତୁ ଯେପରି ଭୁଲି ନ ଯାଆନ୍ତିଯେ, ଆପଣଙ୍କର ମୁଖ୍ୟ ଲକ୍ଷ ହେଲା, ଆପଣ ସମାଜକୁ ଏପରି ଗଢି ତୋଳିବାରେ ସାହାଯ୍ୟ କରିବେ, ଯେପରି ଏହାର ପ୍ରତ୍ୟେକ ସଦସ୍ୟ ସୁଖ, ସମୃଦ୍ଧି ଓ ଶାନ୍ତିରେ ରହିବେ । ସ୍ୱାସ୍ଥ୍ୟକର୍ମୀ ଭାବରେ ଆପଣଙ୍କର ଗୁରୁଦାୟିତ୍ଵ ରହିଛି । କେଉଁଠାରୁ ଆପଣ ଆରମ୍ଭ କରିବା ଉଚିତ୍ ? ଆପଣଙ୍କର ସମାଜକୁ ଭଲଭାବରେ ନିରୀକ୍ଷଣ କରନ୍ତୁ । ଯେହେତୁ ଆପଣ ଆପଣଙ୍କ ସମାଜରେ ବଢିଛନ୍ତି ଏବଂ ସେଠାକାର ଲୋକମାନଙ୍କୁ ଉତ୍ତମରୂପେ ଜାଣିଛନ୍ତି, ଆପଣ ନିଶ୍ଚିତ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜାଣିଥିବେ । ସେମାନଙ୍କର ଅନ୍ତନିହିତ ସ୍ଥିତି ସମ୍ପର୍କରେ ମଧ୍ୟ ଆପଣ ଅବଗତ ଅଛନ୍ତି, ମାତ୍ର ସମାଜର ସମ୍ପୁର୍ଣ୍ଣ ଚିତ୍ର ଦେଖିବାକୁ ହେଲେ ଆପଣ ତା’ କୁ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ପଡିବ । ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ ଭାବରେ, ଆପଣଙ୍କର ଜଣାଶୁଣା, ଲୋକମାଙ୍କର ବା ଆପଣଙ୍କ ନିକଟକୁ ଯେଉଁମାନେ ଆସନ୍ତି ସେମାନଙ୍କର ଯତ୍ନ ନେବା ଆପଣଙ୍କର କର୍ତ୍ତବ୍ୟ ନୁହେଁ । ସବୁ ଲୋକଙ୍କ ପ୍ରତି ଧ୍ୟାନ ଦେବା ଆପଙ୍କର କର୍ତ୍ତବ୍ୟ । ଲୋକମାନଙ୍କ ନିକଟକୁ ଯାଆନ୍ତୁ । ସେମାନଙ୍କର ଘର, କ୍ଷେତ ସେମାନେ ଏକତ୍ର ହେଉଥିବା ସ୍ଥାନ ଓ ବିଦ୍ୟାଳୟ ଆଦି ପରିଦର୍ଶନ କରନ୍ତୁ । ସେମାନଙ୍କର ଆନନ୍ଦ ଓ ଚିନ୍ତାଧାରାକୁ ବୁଝନ୍ତୁ । ସେମାଙ୍କର ଅଭ୍ୟାସ ଗୁଡିକ ନିରାକଷଣ କରାନ୍ତୁ ଏବଂ ଦୈନନ୍ଦିନ ଜୀବନରେ କେଉଁ ଜିନିଷଗୁଡିକ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଅଥବା ଅବନତି ଘଟାଉଛି , ତାହା ମଧ୍ୟ ଲକ୍ଷ କରନ୍ତୁ । ଆପଣ କିମ୍ବା ଆପଣଙ୍କର ସମାଜ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଯତ୍ନ ସହକାରେ ଏହା ଚିନ୍ତା କରିବା ଦରକାର ଯେ, ଏହି କାର୍ଯ୍ୟକ୍ରମ ପାଇଁ କେଉଁ କେଉଁ ଜିନିଷ ଆବଶ୍ୟକ ଓ ତା’ର ରୂପରେଖ କିପରି ହେବ । ଏହା କରିବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ ସମସ୍ତ ବିଷୟ ପ୍ରତି ବିଚାର କରିବାକୁ ପଡିବ । ଅନୁଭବ ଆବଶ୍ୟକତା – ଲୋକେ ଯାହା ଅନୁଭବ କରନ୍ତି, ତାହାହିଁ ସବୁଠାରୁ ବଡ ସମସ୍ୟା ପ୍ରକୃତ ଆବଶ୍ୟକତା – ଏହି ସମସ୍ୟାଗୁଡିକୁ ଦୂର କରିବା ପାଇଁ ଲୋଜେ ଯେଉଁ ଦୀର୍ଘ ସ୍ଥାୟୀ ପଦକ୍ଷେପ ନେଇ ପାରନ୍ତି । ଇଛା – ଯାହା ଆବଶ୍ୟକ ପଦକ୍ଷେପ ନେବା ଓ ଯୋଜନା କରିବାରେ ଲୋକଙ୍କର ତତ୍ପରତାକୁ ବୁଝାଏ । ସମ୍ବଳ – ସ୍ଥିରୀକୃତ କାର୍ଯ୍ୟକ୍ରମକୁ ଆଗେଇ ନେବାରେ, ବ୍ୟକ୍ତିସମୂହ, ଦକ୍ଷତା, ମୌଳିକ ଉପକରଣମାନ ଓ ( କିମ୍ବା) ଧନ ଆଦିର ଆବଶ୍ୟକ ରହିଛି । ଉପରୋକ୍ତ ପ୍ରତ୍ୟେକଟି ଜିନିଷ କେତେ ଦରକାରୀ, ତାହା ଜାଣିବା ପାଇଁ ଗୋଟିଏ ସରଲ ଉଦାହରଣ ନିଆଯାଉ । ମନେ କରନ୍ତୁ, ଖୁବ୍ ଧୁମପାନ କରୁଥିବା ଜଣେ ବ୍ୟକ୍ତି କାଶ ହେଇଥିବାର ଅଭିଯୋଗ ଘେନି ଆପଣଙ୍କ ନିକଟ ଆସିଛି ଓ ତାହାର କାଶ କ୍ରମଶଃ ବଢିବାରେ ଲାଗିଛି । ଆବଶ୍ୟତାଗୁଡିକୁ ଖୋଜି ବାହାର କରିବା ସ୍ୱାସ୍ଥ୍ୟକର୍ମୀ ଭାବରେ ପ୍ରଥମେ ଆପଣ ଲୋକମାନଙ୍କ ଅତି ଗୁରୁତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ସେମାନଙ୍କର ସବୁଠାରୁ ବଡ ଚିନ୍ତାଗୁଡିକୁ ଖୋଜି ବାହାର କରିବେ । ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଓ ପ୍ରଭାବଶାଳୀ ଚିନ୍ତାସବୁ ପ୍ରକୃତରେ ଗୁରୁତ୍ଵ କି ନୁହେଁ, ଏହା ଜାଣିବାକୁ ହେଲେ ଗୋଟିଏ ପ୍ରଶ୍ନ ତାଲିକା ତିଆରି କରିବା ଆବଶ୍ୟକ । ଆଗ ପୃଷ୍ଠା ଦୁଇଟିରେ କେତେକ ପ୍ରଶ୍ନ, ଦିଆଯାଇଛି, ଯାହାସବୁ ଆପଣ ପ୍ରଚରିବାକୁ ଇଛା କରି ଥାଆନ୍ତି । କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ ଯେଉଁଗୁଡିକ ଗୁରୁତ୍ଵପୂର୍ଣ୍ଣ ସେହିସବୁ ପ୍ରଶ୍ନ ସମ୍ବନ୍ଧରେ ଚିନ୍ତା କରନ୍ତୁ । ଏଭଳି ପ୍ରଶ୍ନ କରନ୍ତି ଯେଉଁଗୁଡିକ କେବଳ ଆପଣଙ୍କୁ ସୂଚନା ଦେବାରେ ସାହାଯ୍ୟ କରେ ନାହିଁ , ଅଧିକନ୍ତୁ ତାହାସବୁ ଲୋକମାନଙ୍କର ପରସ୍ପର ପ୍ରତି ପ୍ରଶ୍ନ କରିବାରେ ଯୋଗ୍ୟ କରିଦିଏ । ପ୍ରଶ୍ନ ତାଳିକାଟିକୁ ଅଧିକ ଦୀର୍ଘ ଜଟିଳ କରିବେ ନାହିଁ, ବିଶେଷତଃ ଆପଣ ଯେଉଁ ତାଳିକାଟିକୁ ଘରକୁ ଘର ନେଇଯିବେ । ମନେ ରଖନ୍ତୁ, ଲୋକମାନେ ସଂଖ୍ୟା ନୁହଁନ୍ତି ଏବଂ ସେମାନଙ୍କୁ କେହି ସଂଖ୍ୟା ହିସାବରେ ଗ୍ରହଣ କରନ୍ତୁ, ଏହା ସେମାନେ ପସନ୍ଦ କରନ୍ତି । ସୂଚନା ସଂଗ୍ରହ କରିବା ସମୟରେ ଆପଣ ନିଶ୍ଚିତ ହେବା ଉଚିତ୍ ଯେ ଆପଣଙ୍କର ପ୍ରଥମ ଆଗ୍ରହ ହେଉଛି ଲୋକମାନଙ୍କର ଆବଶ୍ୟକତା ଓ ଭାବନା । ପ୍ରଶ୍ନ ତାଲିକାଗୁଡ଼ିକୁ ଆପଣ ସଙ୍ଗରେ ନ ନେବାହିଁ ଅଧିକ ଉତ୍ତମ ହେବ । କିନ୍ତୁ ଆପଣଙ୍କ ସମାଜର ଆବଶ୍ୟକତାକୁ ବିଚାର କରି, କେତେକ ମୌଳିକ ପ୍ରଶ୍ନ ଆପଣ ମନ ମଧ୍ୟରେ ରଖିବା ଆବଶ୍ୟକ । ଅନୁଭୂତ ଆବଶ୍ୟକତା ଦୈନନ୍ଦିନ ଜୀବନରେ କେଉଁ ଜିନିଷ ଗୁଡିକ ( ବର୍ତ୍ତମାନ ଜୀବନ – ନିବାହ: କାର୍ଯ୍ୟ କରିବାର ଢଙ୍ଗ ଓ ବିଶ୍ଵାସ ଆଦି) ଲୋକେ ଭାବନ୍ତି ଯେ, ତାହାସବୁ ସେମାନଙ୍କ ଜୀବନକୁ ସୁସ୍ଥ କରି ପାରିବ। ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ବ୍ୟତୀତ ସାଧାରଣତଃ ଆଉ କେଉଁ ସମସ୍ୟା, ଚିନ୍ତା ଓ ଆବଶ୍ୟକତା ଗୁଡିକ ଅଧିକ ଗୁରୁତ୍ଵପୂର୍ଣ୍ଣ ମନେ କରନ୍ତି ? ବାସଗୃହ ଓ ପରିଚ୍ଚନ୍ନତା ଭିନ୍ନ ଭିନ୍ନ ଘରସବୁ କେଉଁଥିରେ ତିଆରି ହୋଇଛି କାନ୍ଥ? ଆଉ ଚଟାଣ? ଘରକୁ ସଫା ସୁତରା ରଖାଯାଏ କି? ଚଟାଣରେ ରୋଷେଇ ହୁଏ ନା ଅନ୍ୟ କେଉଁଠିରେ ? ଧୂଆଁ କିପରି ବାହାରକୁ ଯାଏ? ଲୋକମାନେ ରାତିରେ କେଉଁଥିରେ ଶୁଅନ୍ତି ? ମାଛି, ଡାଆଁଶ, ଛାରପୋକ, ମୂଷା ଆଦି କି କି ସମସ୍ୟା ସୃଷ୍ଟି କରନ୍ତି ? କେଉଁ ପ୍ରକାରେ? ସେମାନଙ୍କୁ ଆୟତ୍ତ କରିବାକୁ ଲୋକେ କି ଉପାୟସବୁ ଅବଲମ୍ଭନ କରନ୍ତି? ସେମାନଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ଆଉ କ’ଣ କରାଯାଇପାରେ? ଖାଦ୍ୟ ପଦାର୍ଥ ସଂରକ୍ଷଣ କରାଯାଏ କି? ଏହା ଅଧିକ ଭଲ ଭାବେ କିପରି ସଂରକ୍ଷଣ କରାଯାଇ ପାରିବ? କେଉଁ ଜାତିର ଜନ୍ତୁ( କୁକୁର,କୁକୁଡା, ଘୁଷୁରୀ ଆଦି) ମାନଙ୍କୁ ଘର ଭିତରକୁ ଆସିବାକୁ ଦିଆଯାଏ ? ସେମାନେ କି କି ସମସ୍ୟା ସୃଷ୍ଟି କରନ୍ତି ? ପଶୁ ମାନଙ୍କର ପ୍ରଧାନ କ’ଣ ? ସେମାନେ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ କି ପ୍ରକାର କୁ- ପ୍ରଭାବ ପକାନ୍ତି? ଏହି ସବୁ ରୋଗଗୁଡିକ ପାଇଁ କି କି ବ୍ୟବସ୍ଥା କରାଯାଉଛି? କେଉଁଠାରୁ ଲୋକେ ପାଣି ପାଆନ୍ତି ? ତାହା ପିଇବା ନିରାପଦ କି? ଏଥିପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି ? କେତେ ସଂଖ୍ୟା ପରିବାରରେ ଶୌଚଳୟ ଅଛି? କେତେ ଜଣ ତାକୁ ଠିକ୍ ରୂପେ ବ୍ୟବହାର କରନ୍ତି? ଗାଆଁ କ’ଣ ପରିଷ୍କାର ଆଟେ? ଲୋକେ ଅଳିଆ – ଆବର୍ଜନା କେଉଁଠାରେ ପକାନ୍ତି? କାହିଁକି? ଜନସଂଖ୍ୟା ସେମାଜରେ କେତେ ଲୋକ ବାସ କରନ୍ତି? କେତେଜଣେଙ୍କର ବୟସ୧୫ ବର୍ଷରୁ କମ୍ ? କେତେଜଣ ଲେଖିପାଢି ଜାଣନ୍ତି? ପ୍ରାରମ୍ଭିକ ଶିକ୍ଷା କିଭଳି? ପିଲାମାନେ ଯାହା ଶିଖିବା ଦରକାର, ଏହା କ’ଣ ସେମାନଙ୍କୁ ଶିଖାଯାଏ । କେତେ ସଂଖ୍ୟା ଶିଶୁ ଏବର୍ଷ ଜନ୍ମ ହୋଇଛନ୍ତି? କେତେଜଣେ ଲୋକଙ୍କର ମୃତ୍ୟୁ ହୋଇଛି ? କେଉଁ କାରଣରୁ? କେତେ ବୟସରେ?ସେମାନଙ୍କର ମୃତ୍ୟୁକୁ କ’ଣ ରୋକାଯାଇ ପାରିଥାଆନ୍ତା? ଲୋକସଂଖ୍ୟା ବଢୁଛି ନା କମୁଛି ? ଏହା କୌଣସି ସମସ୍ୟା ସୃଷ୍ଟି କରେ କି? ବିଭିନ୍ନ ବ୍ୟକ୍ତି ଗଲା ବର୍ଷ କେତେଥର ପୀଡିତ ହୋଇଥିଲେ? ପ୍ରତ୍ୟକ ବ୍ୟକ୍ତି କେତେଦିନ ଧରି ପୀଡିତ ଥିଲେ? ସେମାନଙ୍କୁ କି ପ୍ରକାର ରୋଗ ହୋଇଥିଲା ? କାହିଁକି? କେତେ ଲୋକଙ୍କର ଦୀର୍ଘସ୍ଥାୟୀ ରୋଗ ଅଛି ? ସେଗୁଡିକ କ’ଣ? ପ୍ରତି ଦମ୍ପତ୍ତିଙ୍କର କେତେ ସଂଖ୍ୟା ସନ୍ତାନ- ସନ୍ତତି ଅଛନ୍ତି? ତେତେ ଶିଶୁ ମରିଛନ୍ତି? କେଉଁ କାରଣରୁ? କେତେ ବୟସରେ ? ମୁଖ୍ୟ କାରଣଗୁଡିକ କ’ଣ ? ଅଧିକ ସନ୍ତାନ କିମ୍ବା କମ୍ ବ୍ୟବଧାନରେ ସନ୍ତାନ ଣ ହେବାକୁ କେତେଜଣ ପିତାମାତା ଆଗ୍ରହୀ? କେଉଁ କାରଣରୁ ? ଦେଖନ୍ତି। ପୁଷ୍ଟି କେତେଜଣ ମାଆ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରନ୍ତି? କେତେ ବୟସପର୍ଯ୍ୟନ୍ତ? ଯେଉଁମାନେ ସ୍ତନ୍ୟପାନ କରାନ୍ତି ନାହିଁ, ସେମାନଙ୍କର ଶିଶୁମାନେ ଏମାନଙ୍କ ଅପେକ୍ଷା ସ୍ୱାସ୍ଥ୍ୟବାନ କି? କାହିଁକି? ଲୋକମାନଙ୍କର ମୁଖ୍ୟ ଖାଦ୍ୟ କ’ଣ ? ତାହା କେଉଁଠାରୁ ଆସେ ? ଯେଉଁସବୁ ଖାଦ୍ୟ ପଦାର୍ଥ ମିଳେ, ଲୋକେ ତା’ର ସଦୁପୋଯୋଗ କରନ୍ତି କି? କେତେଣ ଶିଶୁଙ୍କର ଓଜନ ଆବଶ୍ୟକତାଠାରୁ କମ୍ ଅଥବା କେତେଜଣଙ୍କଠାରେ ପୃଷ୍ଟି ହୀନତାର ଲକ୍ଷଣ ଦେଖାଯାଏ ? ପିତାମାତା ଓ ସ୍କୁଲପିଲାମାନେ ପୃଷ୍ଟିର ଆବଶ୍ୟକତା ସମ୍ବନ୍ଧରେ କ’ଣ ସବୁ ଜାଣନ୍ତି? କେତେ ଲୋକ ପ୍ରଚୁର ଧୂମପାନ କରନ୍ତି? କେତେଜଣ ପ୍ରାୟ ମଦ୍ୟପାନ କରନ୍ତି? ଏହା ସେମାନଙ୍କ ଉପରେ ବା ପରିବାର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ ? ଜମି ଏବଂ ଖାଦ୍ୟ ପ୍ରତି ପରିବାରକୁ ନିଜ ନିଜ ଜମିରୁ ଯଥେଷ୍ଟ ଖାଦ୍ୟ ମିଳୁଛି କି? ପିରିବାର ବଢିବାରେ ଲାଗିଲେ, କେତେଦିନଯାଏଁ ତାହା ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ଯୋଘାଇ ପାରିବ ? କ୍ଷେତଜମି କିପରି ଭାବରେ ବଣ୍ଟନ କରାଯାଇଛି / କେତେଜଣ ଲୋକଙ୍କର ନିଜର କମି ଅଛି? ସେହି କମିଗୁଡିକରୁ ଅଧିକ ଉତ୍ପାଦନ କରିବାପାଇଁ କି ପ୍ରକାର ଉଦ୍ୟମ କରାଯାଉଛି ? ସଫଳ ଓ ଖାଦ୍ୟକୁ କିପରି ସୁରକ୍ଷିତ ରକ୍ଷାଯାଏ? ସେଗୁଡିକର କ’ଣ ଅଧିକ କ୍ଷତି କିମ୍ବା ନଷ୍ଟ ହୁଏ କି? କାହିଁକି? ସ୍ୱାସ୍ଥ୍ୟକାର୍ଯ୍ୟ, ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟର ଯତ୍ନ ନେବାରେ ସ୍ଥାନୀୟ ଧାଈ ଓ ଚିକିତ୍ସାକମାନେ କି ଭୂମିକା ଗ୍ରହଣ କରନ୍ତି? କେଉଁ ପ୍ରକାରେର ପରମ୍ପରାଗତ ଉପଚାର ଏବଂ ଔଷଧ ବ୍ୟବହାର କରାଯାଏ ? ଏଥିମଧ୍ୟରୁ କେଉଁଗୁଡିକ ଅଧିକ ମହତ୍ତ୍ଵପୂର୍ଣ୍ଣ ? କେଉଁଗୁଡିକ ହାନି କାରକ ବା ବିପଜ୍ଜନକ ଅଟନ୍ତି ? କି କି ସ୍ୱାସ୍ଥ୍ୟସେବା ନିକଟରେ ମିଳେ? ସେଗୁଡିକ କେତେଦୂର ଭଲ ସେଥିଲାଗି କେତେ ଖର୍ଚ୍ଚ ହୁଏ? ସେଗୁଡିକ କେତେକ ପରିମାଣରେ ବ୍ୟବହୁତ ହୁଏ ? କେତେଜଣ ଶିଶୁଙ୍କୁ ଟଙ୍କା ଦିଆଯାଇଛି? କେଉଁ ରୋଗ ପାଇଁ ? ରୋଗ ନିବାରଣ ପାଇଁ କି ଉପାୟ ଗ୍ରହଣ କରାଯାଇଛି ? ଆଉ କ’ଣ ସବୁ ନିଆଯାଇପାରେ ? ସେଗୁଡିକ କେତେଦୂର ଗୁରୁତ୍ଵପୂର୍ଣ୍ଣ ? ସ୍ଵାବଲମ୍ବନ ଆପଣଙ୍କ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ପ୍ରଭାବ, ଅଧିକ ପ୍ରଭାବ ପକାଉଥିବା ମୁଖ୍ୟ ପଦାର୍ଥଗୁଡିକ କ’ଣ ? ବର୍ତ୍ତମାନ ଓ ଭବିଷ୍ୟତରେ ମଧ୍ୟ? ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେଉଁ ସାମାନ୍ୟ ସମସ୍ୟା ଗୁଡିକର ଯତ୍ନ ଲୋକେ ନିଜେ ନେଇପାରିବେ ? ବାହାରର ସହାୟତା ଓ ଡାକ୍ତରୀ ସାହାଯ୍ୟ ଉପରେ ସେମାନେ ନିର୍ଭର କରିବା ଆବଶ୍ୟକ କି? ଲୋକମାନେ ନିଜର ଯତ୍ନ ନେବାପାଇଁ, କିଛି ଅଧିକ ସୁରକ୍ଷିତ, ଅଧିକ ପ୍ରଭାବଶାଳୀ ଓ ସମ୍ପୁର୍ଣ୍ଣ ଉପାୟ କାଢିବାରେ ଇଛୁକ କି? କାହିଁକି ? କି ଉପାୟରେ ସେମାନେ ଅଧିକ କିଛି ଶିଖି ପାରିବେ ? ଏହା କରିବା ଦିଗରେ କି କି ଅସୁବିଧାମାନ ଦେଖାଦିଏ ? ଧନୀ ବ୍ୟକ୍ତିଙ୍କ ନିକଟରେ କି ଅଧିକାର ରହିଛି – ଆଉ ଗରୀବଲୋକଙ୍କ ନିକଟରେ? ପୁରୁଷ ନାରୀମାନଙ୍କ ପାଖରେ ? ଆଉ ପିଲାମାନେ ହାତରେ ? ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଶ୍ରେଣୀଙ୍କ ପ୍ରତି କିପରି ବ୍ୟବହାର କରାଯାଏ ? କାହିଁକି ? ତାହା କ’ଣ ଯଥାର୍ଥ ଅଟେ ? କେଉଁଥିରେ ପରିବର୍ତ୍ତନ ଆବଶ୍ୟକ ? କିଏ ବଦଳାଇବ ? କିପରି? ସାମୁହିକ ଆବଶ୍ୟକତା ନିମିତ୍ତ ଲୋକମାନେ କ’ଣ ମିଳିମିଶି କାର୍ଯ୍ୟ କରନ୍ତି ? ଅସୁବିଧା ସମୟରେ ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି କି? ଆପଣଙ୍କ ଗ୍ରାମକୁ ଏକ ଉତ୍ତମ ଓ ସ୍ୱାସ୍ଥ୍ୟପ୍ରଦ ଅଞ୍ଚଳରେ ପରିଣତ କରିବା ପାଇଁ କ’ଣ କ’ଣ କରାଯାଇପାରେ ? ଏଥିପାଇଁ ଆପଣ ଓ ଆପଙ୍କ ଲୋକମାନେ କେଉଁଠାରୁ ଆରମ୍ଭ କରିବା ଉଚିତ୍ । ସ୍ଥାନୀୟ ସମ୍ଭଳର ବ୍ୟବହାର ଆବଶ୍ୟକତା ପୁରଣ ଦିଗରେ ସ୍ଥାନୀୟ ସମ୍ଭଳର ବ୍ୟବହାର । କୌଣସି ସମସ୍ୟାକୁ ଆପଣ କିପରି ସମାଧାନ କରିବେ, ତାହା ନିକଟବର୍ତ୍ତୀ ସ୍ଥାନମାନଙ୍କରୁ ମିଳୁଥିବା ସମ୍ବଳ ଉପରେ ନିର୍ଭର କରେ । କେତେଗୁଡିକ କାର୍ଯ୍ୟପାଇଁ ବାହାରର ସମ୍ବଳ ଦରକାର ପଡେ ( ଯଥା – ମୌଳିକ ଉପାଦାନ, ଧନ କିମ୍ବା ବାହାରୁ ଆସୁଥିବା ଲୋକେ ) । ଉଦାହରଣ ସ୍ୱରୂପ, ଟୀକା ଦେବାର କାର୍ଯ୍ୟକ୍ରମ ସଫଳ ହେବ, ଯଦି ଟୀକା ଦେବାର ସାମଗ୍ରୀ ପ୍ର୍ରାୟ ବିଦେଶରୁ ଅଣାଯାଇ ପାରିବ ? ଆଉ କେତେକ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ବଳର ବିନା ସହାୟତାରେ କରାଯାଇପାରେ । ଗୋଟିଏ ପରିବାରର ଲୋକେ କିମ୍ବା କେତେକ ପଡୋଶୀ ମିଳି, ନିକଟରେ ମିଳୁଥିବା ଉପକରଣ ସହାୟତାରେ, ଗୋଟିଏ ପୋଖରୀର ଚାରିକଡେ ତାରି କଡେ ତାରବାଡ କିମ୍ବା ଗୋଟିଏ ସାଧାରଣ ଶୌଚାଳୟ ତିଆରି କରିପାରିବେ । କେତେକ ବାହାର ଯଥା; ଟୀକା ଓ କେତେକ ଗୁରୁତ୍ଵପୂର୍ଣ୍ଣ ଔଷଧ, ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇ ପାରେ । ଏସବୁ ପାଇବା ପାଇଁ ଆପଣଙ୍କୁ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡିବ, ମାତ୍ର ସାଧାରଣଭାବେ ଆପଣଙ୍କ ଲୋକଙ୍କ ପାଇଁ ଏହାହିଁ ସର୍ବୋତ୍ତମ ହେବ ଯେ ସେମାନେ : ଯେତେଦୂର ସମ୍ଭବ, ସ୍ଥାନୀୟ ସମ୍ବଳର ବ୍ୟବହାର କରନ୍ତୁ । ଆପଣ ଓ ଆପଣଙ୍କ ସମାଜର ଲୋକମାନେ ଯେତେ ଆତ୍ମନିର୍ଭରଶୀଳ ହେବେ, ବାହାରର ସହାୟତା ଉପରେ ଆପଣମାନେ ସେତିକି କମ୍ ନିଭର କରିବେ । ପରିମାଣ ସ୍ୱରୂପ ଆପଣଙ୍କ ସମାଜ ସେତିକି ଅଧିକ ସୁସ୍ଥ ଓ ଦୃଢ ହୋଇପାରିବ । ସ୍ଥାନୀୟ ସମ୍ବଳଗୁଡିକ ନିକଟରେ ମିଳୁଥିବାରୁ ନିର୍ଭରଯୋଗ୍ୟ ଅଟନ୍ତି । ଏଗୁଡିକ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେଇଥାନ୍ତି । ଉଦାହରଣ ସ୍ୱରୂପ, ଆପଣମାନେ ଶିଶୁମାନଙ୍କୁ ବୋତଲରେ କ୍ଷୀର ପାନ କରାଇବାକୁ ଣ ଦେଇ ସ୍ତନ୍ୟପାନ କରାଇବାକୁ ମାଆମାନଙ୍କୁ ଉତ୍ସାହିତ କରାନ୍ତୁ । ଏହାଦ୍ଵାରା ଆପଣ ଏକ ଉଚ୍ଚ ସ୍ତରର ସ୍ଥାନୀୟ ସମ୍ବଳ ( ମାଆର କ୍ଷୀର) ମଧ୍ୟମରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରାଇପାରିବେ । ଏହା ଫଳରେ ଶିଶୁମାନଙ୍କୁ ସଂକ୍ରାମକ ରୋଗ ଓ ମୃତ୍ୟୁ କବଳରୁ ରକ୍ଷା କରାଯାଇ ପାରିବ । ସ୍ୱାସ୍ଥ୍ୟ କାର୍ଯ୍ୟ ସମୟରେ ସର୍ବଦା ଗୋଟିଏ କଥା ମନେ ରଖିବେ : ଲୋକମାନଙ୍କର ସ୍ୱାସ୍ଥ୍ୟର ମୁଲ୍ୟବାନ ସମ୍ବଳ ଲୋକମାନେ ହିଁ ନିଜେ । କ’ଣ କରିବାକୁ ହେବ ଓ କେଉଁଠାରୁ ଆରମ୍ଭ କରିବାକୁ ପଡିବ ନିଷ୍ପତ୍ତି ନେବା ଆବଶ୍ୟକତା ଓ ସମ୍ଭଳଗୁଡିକୁ ଭଲଭାବେ ଜାଣିବା ପରେ, ଆପଣ ଓ ଆପଣଙ୍କର ସମାଜର ନିଷ୍ପତ୍ତ ନେବେ ଯେ, କେଉଁ ଜିନିଷଟି ଅଧିକ ଗୁରୁତ୍ଵପୂର୍ଣ୍ଣ ଓ କେଉଁଗୁଡିକ ପ୍ରଥମେ ଆରମ୍ଭ କରିବାକୁ ହେବ । ଲୋକମାନଙ୍କୁ ସୁସ୍ଥ ରଖିବାପାଇଁ ଭିନ୍ନ ପ୍ରକାର କାର୍ଯ୍ୟ କରିପାରନ୍ତି ଏପରି କେତେକ କାର୍ଯ୍ୟ ଅଛି, ଯେଉଁଗୁଡିକ ବର୍ତ୍ତମାନ ପାଇଁ ଜରୁରୀ । ଅନ୍ୟ କେତେକ କାର୍ଯ୍ୟ ଲୋକମାନଙ୍କୁ ଓ ସମଗ୍ର ସମାଜକୁ ସୁସ୍ଥ ରହିବାରେ ସାହାଯ୍ୟ କରିବ। ଅଧିକାଂଶ ଗ୍ରାମରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଗୁଡିକରେ ପୁଷ୍ଟିହୀନତା ଏକ ମୁଖ୍ୟ ଅଂସ ଗ୍ରହଣ କରିଥାଏ । ଯେତେଦିନଯାଏଁ ଲୋକମାନଙ୍କୁ ପେଟପୂରା ଖାଇବାକୁ ଣ ମିଳିଛି, ସେତେଦିନଯାଏଁ ସେମାନେ ସୁସ୍ଥ ରହି ପାରିବେ ନାହିଁ । କୌଣସି ସମସ୍ୟା ପାଇଁ ଆପଣ ଯାହାକିଛି କରନ୍ତୁନୀ କାହିଁକି, ଯଦି ସେଠାକାର ଲୋକମାନେ ପେଟପୁରା ଖାଇବାକୁ ଣ ପାଆନ୍ତି ଓ ପିଲାମାନଙ୍କଠେରେ ପୁଷ୍ଟିହୀନତା, ତେବେ ଯଥେଷ୍ଟ ପୁଷ୍ଟି ଯୋଗାଇବା ଆପଣଙ୍କର ଚିନ୍ତା ହେବା ଉଚିତ୍ । ଏଠାରେ କିଛି ଉଦାହରଣ ଦିଆଯାଉ, ଯେଉଁଗୁଡିକ ଲୋକମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଇବାରେ ଯଥେଷ୍ଟ ସାହାଯ୍ୟ କରିବ । ଏଭଳି କେତେଗୁଡିକ କାର୍ଯ୍ୟ ଅଛି, ଯେଉଁଗୁଡିକର ଫଳାଫଳ ଶୀଘ୍ର ମିଳିଥାଏ । ଅନ୍ୟ କେତେକ କାର୍ଯ୍ୟଗୁଡିକର ଫଳାଫଳ ବିଳମ୍ବରେ ଜଣାଯାଏ । ଆପଣ ଚିନ୍ତା କରି ଦେଖନ୍ତୁ ଯେ, ଏଗୁଡିକ ମଧ୍ୟରୁ କେଉଁ କାର୍ଯ୍ୟସବୁ ଆପଣଙ୍କ ଅଞ୍ଚଳ ପାଇଁ ଅଧିକ ପ୍ରଭାବଶାଳୀ ହୋଇପପାରେ । ଫସଲକୁ ବଦଳାଇବା ଆଉ ଏକ ଫସଲ କରିବା ପୂର୍ବରୁ ଦେଖନ୍ତୁ ଯେପରି ମାଟିରେ ଶକ୍ତି ଫେରି ଆସେ – ଯଥା, ବିନ୍, ମଟର, ମସୁର, ଚିନାବାଦାମ ବା ଅନ୍ୟ କୌଣସି ଫସଲ, ଯେଉଁଥିରେ ମଞ୍ଜି ମଧ୍ୟରେ ଥାଏ । କୌଣସି ନୂତନ ପସ୍ଥାର ପରୀକ୍ଷା । ପୂର୍ବଲିଖିତ ସନସ୍ତ ପରାମର୍ଶ ଆପଣଙ୍କ କ୍ଷେତ୍ରରେ ଉପୟୁକ୍ତ ଣ ହୋଇପାରେ । ସେଥି ମଧ୍ୟରୁ କେତୋଟିକୁ ଯଦି ଆପଙ୍କର ବାତାବରଣ ଓ ସମ୍ବଳ ଅନୁଯାୟୀ ବଦଳାଇ ଦିଆଯାଏ , ତେବେ କେତେକ କାର୍ଯ୍ୟ କରିବେ । ଆପଣ ସେଗୁଡିକ ବ୍ୟବହାର କରି ପ୍ରାୟ ଜାଣି ପାରିବେ ଯେ, ତାହା ଆପଣଙ୍କ ଜମି ପାଇଁ ଉପୟୁକ୍ତ କି ନୁହେଁ। ଆପଣ କେତେବେଳେ ନୂଆ କିଛି ଉପାୟକୁ ପରୀକ୍ଷା କରୁଛନ୍ତି, ତେବେ ସର୍ବଦା ଅଳ୍ପରୁ ଆରମ୍ଭ କରାନ୍ତୁ । ଯଦି ଆପଣ ଅଳ୍ପରୁ ଆରମ୍ଭ କରି ପରୀକ୍ଷାରେ ଅସଫଳ ହୁଅନ୍ତି କିମ୍ବା ସେଥିରେ କିଛିତା ପରିବର୍ତ୍ତନ କରିବାକୁ ଅଛି କେତେ ଆପଣ ବେଶୀ କିଛି କରାଇବେ ନାହିଁ । ଯଦି ତାହା ଠିକ୍ ଭାବେ କାର୍ଯ୍ୟକରେ, ତେବେ ତାକୁ ଦେଖି ଲୋକେ ବଡ ଧରଣର କାର୍ଯ୍ୟ ଆରମ୍ଭ କରି ପାରିବେ । ଯଦି କୌଣସି ପରୀକ୍ଷା ଅସଫଳ ହୁଏ ତେବେ ନିରାଶ ହୁଅନ୍ତୁ ନାହିଁ । ତାକୁ ସାମାନ୍ୟ ଅଦଳବଦଳ କରି ଆପଣ ପୁଣି ଥରେ ପ୍ରୟୋଗ କରି ପାରନ୍ତି ମନେ ରକନ୍ତି, ଆପଣ ସଫଳ ହେଲେ ଯେତିକି ଶିକ୍ଷା କରିବେ ଅସଫଳହେଲେ ମଧ୍ୟ ସେତିକି ଶିକ୍ଷା କରିବେ । କିନ୍ତୁ ଅଳ୍ପରୁ ଆରମ୍ଭ କରନ୍ତୁ । ଏଠାରେ ଗୋଟିଏ ନୂଆ ବିଚାର ପ୍ରୟୋଗ କରିବାର ଉଦାହରଣ ଦିଆଯାଇଛି । ଆପଣ ଜାଣନ୍ତି ଯେ, ସୋୟାବିନ୍ ଭଳି କେତେକ ଶିମ୍ବ ଜାତୀୟ ଶସ୍ୟ, ଶରୀର ଗଠନ କରିବାରେ ସାହାଯ୍ୟ କରେ । କିନ୍ତୁ ଏହା କ'ଣ ଆପଣଙ୍କ ଅଞ୍ଚଳରେ ଚାଷ କରାଯାଇ ପାରିବ । ଯଦି ବି ଚାଷ ହୋଇପାରେ, ଲୋକେ ଏହାକୁ ଖାଇବାକୁ ପସନ୍ଦ କରିବେ କି? ଗୋଟିଏ ଛୋଟ ଚାଷ ଜମି; କିମ୍ବା ମାଟି ଓ ପାଣିରେ ଭିନ୍ନତା ଥାଇ ଦୁଇ ତିନୋଟି ଛୋଟ ଜମିରେ ବିନ୍ ଚାଷ କରିବା ଆରମ୍ଭ କରନ୍ତୁ । ଯଦି ବିନ୍ ଚାଷ ଭଲ ହୁଏ, ତେବେ ଭିନ୍ ଉପାୟରେ ତାକୁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରନ୍ତୁ ଓ ଲୋକେ ତାହାକୁ ଖାଇପାରୁଛନ୍ତି ନାହିଁ ଦେଖନ୍ତୁ । ଯଦି ଖାଇପାରୁଛନ୍ତି, ତେବେ ଯେଉଁ ଜମିରୁ ସବୁଠାରୁ ବେଶୀ ଭଲ ବିନ୍ ଚାଷ ହେଉଛି, ସେହି ଜମିରେ ଫସଲ କରି ଅଧିକ ଉତ୍ପାଦନ କରନ୍ତୁ । ଆହୁରି ଅଧିକ ଫସଲ ପାଇବାପାଇଁ ଭିନ୍ନ ଭିନ୍ନ ସ୍ଥିତିର ଜମି ଗୁଡିକରେ ଚାଷ କରିବା ପାଇଁ ଚେଷ୍ଟା କରନ୍ତୁ । ଏପରି କେତେକ ପେରିସ୍ଥିତି ଅଛି, ଯେଉଁଗୁଡିକକୁ ଆପଣ ବାରମ୍ବାର ବଦଳାଇବାକୁ ଚାହାଁନ୍ତି । ଉଦାହରଣ ସ୍ୱରୂପ, ଭୂମିର ପ୍ରକାର, ସାରର ବୃଦ୍ଧିଜଳର ପରିମାଣ କୁଇମ୍ବା ବିଭିନ୍ନ ପ୍ରକାରର ମଞ୍ଜି । ଅଧିକ ଭଲଭାବେ ଫଳାଫଳକୁ ଜାଣିବା ପାଇଁ ଏକ ସମୟରେ କେବଳ ଗୋଟିର ପଦାର୍ଥକୁ ବଦଳାନ୍ତୁ ମାତ୍ର ଅନ୍ୟଗୁଡିକୁ ପୂର୍ବଭଳି ରଖନ୍ତୁ । ଉଦାହରଣଣ ସ୍ୱରୂପ , ବିନ୍ ଚାଷରେ ଗୋବର କ୍ଷତ କିଭଳି ସାହାଯ୍ୟ କରେ, ଆପଣ ଜାଣିବାକୁ ଚାହାଁନ୍ତି । ଏଥିପାଇଁ ଆପଣ ସମାନ ପରିମାଣରେ ଜଳ ଓ ସୂର୍ଯ୍ୟକିରଣ ଯାଉଥିବା କେତେକ ଛୋଟ ଛୋଟ ଜମିରେ ସମାନ ମଞ୍ଜି ଚାଷ କରନ୍ତୁ । କିନ୍ତୁ ଚାଷ କରିବା ଚାଷ କରିବା ପୂର୍ବରୁ ପ୍ରତ୍ୟେକ ଜମିରେ ଭିନ୍ନ ପରିମାଣର କ୍ଷତ ଦିଅନ୍ତୁ । ନିମ୍ନ ଚିତ୍ର ଦେଖନ୍ତୁ : ଏହି ପରୀକ୍ଷାରୁ ଜଣାଯାଏ ଯେ, ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ଷତ ଫସଲକୁ ସାହାଯ୍ୟ କରେ, ମାତ୍ର କ୍ଷତ ପରିମାଣ ଅଧିକ ହେଲେ ଫସଲର କ୍ଷତି ହୁଏ । ଏହା କେବଳ ଏକ ଉଦାହରଣ । ଆପଣଙ୍କ ପରୀକ୍ଷା ଅଲଗା ଅଲଗା ପରିମାଣ ଦେଇପାରେ । ନିଜେ ପରୀକ୍ଷା କରି ଦେଖନ୍ତୁ । ବ୍ୟକ୍ତି ଏବଂ ଭୂମି ମଧ୍ୟରେ ସମତା ରକ୍ଷା କରିବାପାଇଁ କାର୍ଯ୍ୟ କରିବା । ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ, ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା ପାଇଁ ଆପଣ ସବୁମନ୍ତେ ଚେଷ୍ଟା କରିବା ଉଚିତ୍ । ଯଦି ଆପଣଙ୍କର ଚେଷ୍ଟା ଫଳରେ ଅଳ୍ପ ଶିଶୁମ ମୃତ୍ୟୁ ମୁଖରେ ପଡିନ୍ତି, ତେବେ ଆପଣଙ୍କର ସମାଜ ଓ ଭବିଷ୍ୟତରେ ଜନ୍ମ ଲାଭ କରିବାକୁ ଥିବା ଶିଶୁମାନଙ୍କ କଲ୍ୟାଣ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ । ଶିଶୁମାନଙ୍କର ମୃତ୍ୟୁହାର କମାଇବା ଅର୍ଥ ହେଲା, ଜନ୍ମ ସଂଖ୍ୟା ବୃଦ୍ଧି । କିଛି କାଳ ପରେ ଏହା ଲୋକମାନଙ୍କର କ୍ଷୁଧାର କାରଣ ହୋଇପାରତେ କାରଣ ଚାଷ ଜମି ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇପାରେ । ଜମିକୁ ଅଧିକ ଭଲଭାବରେ ଚାଷ କରି, ଅଧିକ ଉତ୍ପାଦନ କରି, ବୃଦ୍ଧି ପାଉଥିବା ଜନ୍ମ ସଂଖ୍ୟାକୁ ଆଉ କିଛି ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇ ପାରେ । କିନ୍ତୁ ଲୋକଙ୍କର ପରିବାର ଯଦି କ୍ରମାଗତ ବୃଦ୍ଧି ପାଏ, ପୁଣି ଯଦି ସେମାନଙ୍କ ପିଲାମାନଙ୍କର ପରିବାର ମଧ୍ୟ ବଡ ହୁଏ, ତେବେ ଦିନ ଆସିବ ଯେଉଁଦିନ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଜମି ସମର୍ଥ ହେବନାହିଁ । ପିଲାମାନଙ୍କର ମୃତ୍ୟୁକୁ ବର୍ତ୍ତମାନ ନିବାରଣ କରି, ଭବିଷ୍ୟତରେ ଯଦି ସେମାନଙ୍କୁ ଭୋକିଲା ରଖାଯାଏ, ତେବେ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ହେବ । ଯଦି ବାପ ମା’ ମାନେ କ୍ରମାଗତଭାବେ ପରିବାରକୁ ବୃଦ୍ଧି କରିବାରେ ଲାଗନ୍ତି ତେବେ ଏହା ନିଶ୍ଚୟ ଘଟିବ । ଏହା ପୃଥିବୀର ଅଧିକାଂଶ ଭାଗରେ ଘଟୁଛି । ପରିବାରକୁ ସୀମିତ ରଖିବା କେତେ ଜରୁରୀ, ଏହା ଲୋକମାନଙ୍କୁ ବୁଝାଇବା ଆପଣଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ଯଦି ଆପଣଙ୍କ ଗାଁର ଲୋକମାନଙ୍କର ଆରମ୍ଭର ହିଁ ସେମାନଙ୍କ ସନ୍ତାନସନ୍ତତିମାନଙ୍କୁ ଭରଣ ପୋଷଣ କରିବା ପାଇଁ ଯଥେଷ୍ଟ ଜମି ନ ଥାଏ, ତେବେ ଏହି କଥାଟିର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପରିଚ୍ଛେଦ ୨୪ ରେ ପରିବାର ନିୟୋଜନର ଭିନ୍ନ ଭିନ୍ନ ଉପାୟର ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆପଣଙ୍କ ଆଞ୍ଚଲ ପାଇଁ ଯେଉଁଟି ସମ୍ଭବ ଓ ଲୋକେ ଯେଉଁଟିକୁ ପସନ୍ଦ କରନ୍ତି, ସେହି ଉପାୟଟିକୁ ବାଛନ୍ତୁ ପିତାମାତା ଓ ଧାଈମାନଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ ଓ ଏଥିପାଇଁ ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଅନ୍ତୁ । ବଡ ପରିବାର ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ, ଲୋକମାନେ ଆପଣଙ୍କ ନିକଟକୁ ଆସିବେ । ଆପଙ୍କର ନିକଟକୁ ଏଭଳି ମାଆ ଆସି ପାରନ୍ତି, ଯାହାର ପ୍ରତିବର୍ଷ ପିଲାଟି ଜନ୍ମ ହେଉଥାଏ, ରକ୍ତହୀନତା ଥାଏ ଓ ଥକକି ପଡିଲାଭଳି ଦିଶୁଥାଏ ଏବଂ ଯାହାର ସ୍ତନ୍ୟରେ ଶିଶୁମାନଙ୍କୁ ଦେବା ପାଇଁ ଯଥେଷ୍ଟ କ୍ଷୀର ନ ଥାଏ । ଆପଣ ଏଭଳି କେତେ ଶିଶୁମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ, ଯେଉଁମାନଙ୍କର ମୁଖମଣ୍ଡଳରେ ପୁଷ୍ଟିହୀନତା ଓ ଦାରିଦ୍ରାର ଚିହ୍ନ ସ୍ପଷ୍ଟ ଜଣାଯାଉଥିବ, ସେମାନଙ୍କ ବାପ- ମା’ଙ୍କୁ ପରିବାର ନିୟୋଜନ କରିବାକୁ କରନ୍ତି । ଯଦି କୌଣସି ସ୍ତ୍ରୀ ଅଧିକ ପିଲାପିଲି ଚାହେଁନାହିଁ, ତଥାପି ସେ ଏ ବିଷୟରେ ମୁହିଁ ଖୋଲି କିଛି କହିବାକୁ ଚାହେଁନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ଆପଣ କିଛି ନ ପଚାରିଛନ୍ତି । ଭବିଷ୍ୟତରେ କ୍ଷୁଧାରୁ ରକ୍ଷା ପାଇବା ପାଇଁ ପରିବାର ନିୟୋଜନ ହେଉଛିସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପାୟ । ଯଦି ଲୋକମାନେ ପରିବାରକୁ ସୀମିତ ରଖିବା ଏବଂ ଭୂମି ଓ ଧନକୁ ସମବଣ୍ଟନ କରିବା ନ ଶିଖିବେ, ତା’ ହେଲେ ଅନ୍ୟ ଯେତେ ଉପାୟ] ଥିଲେ ମଧ୍ୟ ତାହା ଲୋକମାନଙ୍କୁ କ୍ଷୁଧାରୁ ରକ୍ଷା କରିପାରିବ ନାହିଁ । ଯଦି ଆପଣ ପିଲାମାନଙ୍କୁ ଅକାଳମୃତ୍ୟୁ ମୁଖରୁ ବଞ୍ଚାଇ, ଲୋକମାନଙ୍କର ସହାୟତା କରନ୍ତିତେବେ ଆପଣ ସେମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାରୁ ମଧ୍ୟ ରକ୍ଷା କରିବା ଉଚିତ୍, ଯାହା ଫଳରେ ସେମାନେ ନିଜର ସନ୍ତାନ – ସନ୍ତତିମାନଙ୍କୁ ବସ୍ତ୍ର, ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଦେବାରେ ସମର୍ଥ ହୋଇପାରିବେ । ନିବାରଣ ଓ ଚିକିତ୍ସା ମଧ୍ୟରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟ କରିବା ନିବାରଣ ଓ ଚିକିତ୍ସା ମଧ୍ୟରେ ସମତାର ଅର୍ଥ ହେଲା, ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା । ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ ଆପଣ ଲୋକମାନଙ୍କ ନିକଟକୁ ଯିବା ଉଚିତ୍ । ସେମାନଙ୍କ ସହିତ ଓ ସେମାନେ କଲାଭଳି କାର୍ଯ୍ୟ କରିବା ଉଚିତ୍ ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ଗୁଡିକୁ ପୂରଣ କରିବା ପାଇଁ ଉପାୟ କରିବା ଉଚିତ୍ । ରୋଗ ଓ ପୀଡାର ମୁକ୍ତ ପାଇବା ଲୋକମାନଙ୍କର ପ୍ରାୟ ସବୁଠାରୁ ବଡ ଚିନ୍ତାର ବିଷୟ ହୋଇଥାଏ । ଏଥିପାଇଁ ରୋଗୀମାନଙ୍କର ସେବା କରିବା, ଆପଣଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । କିନ୍ତୁ ଏହା ସହିତ ଭବିଷ୍ୟତ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ । ଲୋକମାନଙ୍କର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କେଉଁ କାର୍ଯ୍ୟ କିପରି କରିବାକୁ ହେବ, ତାହା ମଧ୍ୟ କହିଦିଅନ୍ତୁ । ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ ଯେ, ଅନେକ ରୋଗ ଓ ଯନ୍ତ୍ରଣାକୁ ଦୂର କରାଯାଇପାରିବ ଯଦି ସେମାନେ ନିଜେ ପ୍ରତିଷେଧକ ଉପାୟମାନ ଗ୍ରହଣ କରନ୍ତି । ସାବଧାନ ରହନ୍ତୁ । ସମୟେ ସମୟେ ସ୍ୱାସ୍ଥ୍ୟ କର୍ମକର୍ତ୍ତା ଓ ଯୋଜନାକାରୀମାନେ ଅନେକ ଆଗେଇ ଯାଆନ୍ତି । ଭବିଷ୍ୟତରେ ହେବାକୁ ଥିବା ରୋଗମାନଙ୍କର ପ୍ରତିଷେଧ ବିଷୟ ଭାବିଲାବେଳେ ସେମାନେ ବର୍ତ୍ତମାନର ରୋଗ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ । ଏହିପରି ସେମାନେ ଯଦି ଲୋକମାନଙ୍କର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବାରେ ଅବହେଳା କରନ୍ତି, ତେବେ ଲୋକେ ସେମାନଙ୍କର ସହଯୋଗ କରନ୍ତି ନାହିଁ । ସେମାନେ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟରେ ଅସଫଳ ହୁଅନ୍ତି । ନିବାରଣ ଓ ଚିକିତ୍ସା ମିଳିମିଶି କାର୍ଯ୍ୟ କରନ୍ତି । ସାଧାରଣ ରୋଗଗୁଡିକ ଆରମ୍ଭରୁ ଚିକିତ୍ସା କଲେ ତାହା ଭୀକ୍ଷଣ ଆକାର ଧାରଣ କରିପାରେ ନାହିଁ । ଯଦି ଆପଣ ସାଧାରଣ ରୋଗଗୁଡିକ ଆରମ୍ଭରୁ ଚିହ୍ନି ସେଗୁଡିକର ଚିକିତ୍ସା ବିଷୟରେ ଶିକ୍ଷା ଦିଅନ୍ତୁ, ତେବେ ଅନାବଶ୍ୟକ ଯନ୍ତ୍ରଣାରୁ ଲୋକମାନଙ୍କୁ ରକ୍ଷା କରାଯାଇ ପାରିବ । ତୁରନ୍ତ ଚିକିତ୍ସା, ନିର୍ବାରଣର ଏକ ପଦ୍ଧତି ଅଟେ । ଆପଣ ଲୋକମାନଙ୍କର ସହଯୋଗ ଯଦି ଚାହିଁଥାନ୍ତି, ତେବେ ଆପଣଙ୍କ ଲୋକମାନେ ଯେଉଁ ସ୍ତରର ସେହିଠାରୁ ହିଁ କାର୍ଯ୍ୟ ଆରମ୍ଭ କରନ୍ତୁ । ନିବାରଣ ଓ ଚିକିତ୍ସା ର ସମତା ପାଇଁ ଏପରି କାର୍ଯ୍ୟ କରନ୍ତୁ, ଯାହା ଲୋକମାନେ ଗ୍ରହଣ କରିବେ । ଯେଉଁ ସନ୍ତୁଳନଟି ଆପଣ ନିର୍ଦ୍ଧାରଣ କରିବେ, ତାହା ଲୋକଙ୍କର ରୋଗ, ଚିକିତ୍ସା ଓ ସ୍ୱାସ୍ଥ୍ୟପ୍ରତି ଲୋକମାନଙ୍କର ଦୃଷ୍ଟି କୋଣକୁ ବିଚାରକୁ ନେବା ଉଚିତ୍ । ଆପଣ ଲୋକମାନଙ୍କର ସହାୟତା କରିବା ସଙ୍ଗେ ସଙ୍ଗେ ସେମାନେ ଭିବିଷ୍ୟତ କଥା ଚିନ୍ତା କରିବାର ଲାଗିବେ ଓ ସେମାନଙ୍କର ଦୃଷ୍ଟି କେଣ ବଦଳିଯିବ ଏବଂ ଅଧିକ ରୋଗଗୁଡିକ ରୋକାଯିବା ଫଳରେ ଆପଣ ଦେଖିବେ ଯେ, ସନ୍ତୁଳନ ଆପେ ଆପେ ନିବାରଣମୁଖୀ ହେବ । ଯେଉଁ ମା’ର ସନ୍ତାନ ରୋଗାକ୍ରାନ୍ତ, ତା’କୁ ଆପଣ ଏହା କହି ପାରିବେ ନା ହିଁ ଯେ, ଚିକିତ୍ସା ଅପକ୍ଷା ନିବାରଣ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ । ଆପଣ ଏହା କହିଲେ ମଧ୍ୟ ସେ ଶିଶୁବ ନାହିଁ । କିନ୍ତୁ ତା’ର ସନ୍ତାନର ଯତ୍ନ ନେଲାବେଳେ ଆପଣ ଏହା ଜାଣି ପାରିବେ ଯେ, ଚିକିତ୍ସା ଭଳି ନିବାରଣ ମଧ୍ୟ ଜରୁରୀ । ନିବାରଣ ଉଦ୍ଦେଶ୍ୟରେ କାର୍ଯ୍ୟକରନ୍ତୁ – ଏଥିପାଇଁ ଜବରଦସ୍ତି କରନ୍ତୁ ନାହିଁ । ଚିକିତ୍ସାର ପ୍ରୟୋଗ, ନିବାରଣ ଦରଜାରୂପେ କରନ୍ତୁ । ଲୋକମାନଙ୍କ ସହ ନିରାରଣ ସମ୍ବନ୍ଧୀୟ କଥାଭାଷା ହେବାର ପ୍ରକୃଷ୍ଟ ସମୟ ହେଉଛି, ଯେତେବେଳେ ସେମାନେ ଚିକିତ୍ସା ପାଇଁ ଆସନ୍ତି । ଉଦାହରଣସ୍ୱରୂପ, ଯଦି ଆପଣଙ୍କ ନିକଟକୁ ଜଣେ ସ୍ତ୍ରୀଲୋକ, ପେଟରେ କୃମି ହୋଇଥିବା ନିଜର ଶିଶୁକୁ ଘେନି ଆସେ, ତେବେ ତା’ର ଚିକିତ୍ସା ବିଷୟରେ ସାବଧାନତାର ସହ ତାଙ୍କୁ ବୁଝାଇ ଦିଅନ୍ତୁ । ଏହା କହିବା ସହ ଆମା ଓ ଶିଶୁଙ୍କୁ ପେଟରେ କିପରି କୃମି ହୁଏ । ତାହା ମଧ୍ୟ ବୁଝାଇ ଦିଅନ୍ତୁ ( ପରିଛେଦ ୨୯ ଦେଖନ୍ତୁ । ସମୟେ ସମୟେ ସେମାନଙ୍କର ଘରକୁ ମଧ୍ୟ ଯାଆନ୍ତୁ, ମାତ୍ର ସେମାନଙ୍କର ଦୋଷାଦୋଷ ଖୋଜନ୍ତୁ ନାହିଁ । ବରଂ ରୋଗ ଜବଳରୁ କିପରି ରକ୍ଷା କରାଯାଇପାରେ ଏକଥା କହି ଦିଅନ୍ତୁ । ନିବାରଣ ଶିକ୍ଷା ଦେବାର ଏକ ସୁଯୋଗ ଭାବି ଚିକିତ୍ସାର ଉପଯୋଗ କରନ୍ତୁ । ଔଷଧଗୁଡିକ ଉଚିତ ଓ ସୀମିତ ବ୍ୟବହାର ଔଷଧର ଉଚିତ ଓ ସୀମିତ ପ୍ରୟୋଗ ବିଷୟରେ ବୁଝାଇବା, ବିବାରଣର ସବୁଠାରୁ କଠିନ ଓ ମହତ୍ତ୍ଵପୂର୍ଣ୍ଣ ଅଂସ ଅଟେ । କେତେକ ଆଧୁନିକ ଔଷଧ ଖୁବ ଆବଶ୍ୟକ ଓ ଜୀବନଦାୟୀନୀ ଅଟନ୍ତି । ମାତ୍ର ପ୍ରାୟ ଅଧିକାଂଶ ରୋଗପାଇଁ କୌଣସି ଔଷଧ ଆବଶ୍ୟକତା ଣ ଥାଏ । ବିଶ୍ରାମ ନେବା ଓ ସୁଷମ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ସାଧାରଣ ଘରୋଇ ଚିକିତ୍ସାଦ୍ଵାରା ମାନବ ଶରୀର ଯେ କୌଣସି ରୋଗ ବିରଦ୍ଧରେ ଲଢିପାରେ। ଦରକାର ନ ଥିବା ସମୟରେ ମଧ୍ୟ ଲୋକମାନେ ଆପଣଙ୍କ ନିକଟକୁ ଆସିପାରନ୍ତି । ଆପଣ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଔଷଧ ସେମାନଙ୍କୁ ଦେଇ ପାରନ୍ତି କିନ୍ତୁ ସୁସ୍ଥ ହୋଇଗଲା ପରେ, ସେମାନେ ଭାବିବେ ଯେ, ଆପଣ ଓ ଆପଣଙ୍କର ଔଷଧ ହିଁ ତାଙ୍କୁ ଭଲ କରି ଦେଇଛି । ପ୍ରକୃତରେ ସେମାନଙ୍କର ଶରୀର, ରୋଗ ସହିତ ଲଢି ଆପେ ଭଲ ହୋଇଛି । ଅନାବଶ୍ୟକ ଔଷଧ ଉପରେ ନିର୍ଭର କରିବାକୁ ଉପଦେଶ ଦେବା ବଦଳରେ କାହିଁକି ସେହି ସବୁ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ, ତାହା ସେମାନଙ୍କୁ ବୁଝାଇଦେବା ଉଚିତ୍ । ରୋଗୀ ନିଜେ ରୋଗରୁ ମୁକ୍ତି ପାଇବା ପାଇଁ କ’ଣ କରିବାରିବ, ଏହା ମଧ୍ୟ ସେମାନଙ୍କୁ ବୁଝାଇ ଦିଅନ୍ତୁ । ଏହି ଉପାୟରେ ଆପଣ ସେହି ବ୍ୟକ୍ତି ଜାଣିବାକୁ ଦେଉଛନ୍ତି ଯେ, ସେ ବାହାରର ସମ୍ବଳ ( ଔଷଧ) ଅପେକ୍ଷାସ୍ଥାନୀୟ ସମ୍ବଳ ( ରୋଗୀ ନିଜେ) ଉପରେ ନିର୍ଭର କରିବା ଉଚିତ୍ । ଏହା କରିବାଦ୍ଵାରା ଆପଣ ସେହି ବ୍ୟକ୍ତି ଏକ ପ୍ରକାର ରକ୍ଷା ମଧ୍ୟ କରୁଛନ୍ତି କାରଣ ଏପରି କୌଣସି ଔଷଧ ନାହିଁ ଯାହାର ପ୍ରୟୋଗ ଦ୍ଵାରା କିଛି ନା କିଛି କ୍ଷତି ନ ହୁଏ । ତିନୋଟି ସାଧାରଣ ରୋଗ ଅଛି, ଯେଉଁଗୁଡିକ ପାଇଁ ଔଷଧ ଆବଶ୍ୟକ ହୁଏ ନାହିଁ, ତଥାପି ଲୋକେ ଔଷଧ ମାଗି ଥାଆନ୍ତି । ସେଗୁଡିକ ହେଲା, (୧) ସାମାନ୍ୟ ସର୍ଦ୍ଦି (୨) ହାଲୁକା କାଶ ଓ (୩) ଆମାଶୟ । ବିଶ୍ରାମ ନେଇ ଅଧିକ ପରିମାଣରେ ପାଣି ପିଇ ଓ ଅଧିକ ଆସ୍ପିରିନ୍ ଖାଇ ସର୍ଦ୍ଦି ଥଣ୍ଡାର ସବୁଠାରୁ ଉତ୍ତମ ଚିକିତ୍ସା କରାଯାଇପାରେ । ପେନସିଲିନ୍ ଚେଟ୍ରାସାଇକ୍ଳିନ୍ ଓ ଏହିପରି ଅନ୍ୟାନ୍ୟ ଜୀବାଣୁନାଶୀ ଔଷଧ ଏଥିପାଇଁ ଆଦୌ ସାହାଯ୍ୟ କରନ୍ତି ନାହିଁ ହାଲୁକା କାଶ, ଏପରିକି ତୀବ୍ର କାଶ, ଯେଉଁଥିରେ କି ବହଳିଆ କଫ ବାହାରେ , ସେ କ୍ଷେତ୍ରରେ ଅଧିକ ପରିମାଣରେ ପାଣି ପିଇ ଓ ଅଧିକ ଆସ୍ପିରିନ୍ ଖାଇ ସର୍ଦ୍ଦି ଥଣ୍ଡା ସବୁଠାରୁ ଉତ୍ତମ ଚିକିତ୍ସା କରାଯାଇପାରେ । ପେନ୍ ସିଲିନ୍, ଟେଟ୍ରାସାଇକ୍ଲିନ୍ ଓ ଏହିପରି ଅନ୍ୟାନ୍ୟ ଜୀବାଣୁନାଶୀ ଔଷଧ ଏଥିପାଇଁ ଆଦୌ ସାହାଯ୍ୟ କରନ୍ତି ନାହିଁ । ହାଲୁକା କାଶ, ଏପରିକି ତୀବ୍ର କାଶ, ଯେଉଁଥିରେ କି ବହଳିଆ କଫ ବାହାରେ, ସେ କ୍ଷେତ୍ରରେ ଅଧିକ ପରିମାଣରେ ପାଣି ପିଇଲେ କଫ ପତଳା ହୋଇଥାଏ, କାଶିବାରେ ଶୀଘ୍ର ଓ ଅଧିକ ଆରାମ ଆସିଥାଏ ଯାହାକି କଫ ସିରପ ଦ୍ଵାରା ହୁଏ ନାହିଁ । ଗରମ ପାଣିରେ ବାଷ୍ଠରେ ଶ୍ଵାସ ନେବାରେ ମଧ୍ୟ ଅଧିକ ଚଞ୍ଚଲଆରମ ମିଳିଥାଏ ଲୋକମାନଙ୍କୁ କଫ ସିରପ ବା ଏହିଭଳି ଅନ୍ୟ କୌଣସି ଔଷଧ ଅଧୀନ ହେବାକୁ ଦିଅନ୍ତୁ ନାହିଁ, ଯାହାର ଆବଶ୍ୟକତା ସେମାନଙ୍କ ପାଇଁ ଆଦୌ ନାହିଁ । ପିଲାମାନଙ୍କର ଆମାଶୟ ରୋଗ ଔଷଧ ବ୍ୟବହାରରେ ଭଲ ହୁଏ ନାହିଁ । ଅଧିକାଂଶ ସାଧାରଣଭାବେ ବ୍ୟବହୃତ ଔଷଧ ( ଯଥା – ନିଓମାଇସିନ୍, ଷ୍ଟ୍ରେପଟୋମାଇସିନ୍, କେଓଲିନ୍ – ପେକଟିନ୍ ଲୋମୋଟିଳ, ଏଣ୍ଟ୍ରୋଭାୟୋଫର୍ମ, କ୍ଳୋରାମଫେନିକଲ୍ ) ଲାଭ ଦେବା ପରିବର୍ତ୍ତେ କ୍ଷତି ପହଞ୍ଚାଇ ପାରେ । ରୁଗଣ ପିଲାଟିକୁ ଯଥେଷ୍ଟ ପରିମାଣର ତରଳ ପଦାର୍ଥ ଓ ସୁଷମ ଖାଦ୍ୟ ମିଳିବା ଉଚିତ୍ । ଶିଶୁ ସ୍ୱାସ୍ଥ୍ୟର ଚାବିକାଠି ହେଲା, ତା’ର ମାଆ ଔଷଧ ନୁହେଁ । ଯଦି ଆପଣ ଏ କଥା ମା’ ମାନଙ୍କୁ ବୁଝାଇ ଦେଇ ପାରିବେ ଓ କ’ଣ କରିବାକୁ ହେବ, ଶିକ୍ଷା ଦେଇ ପାରିବେ, ତେବେ ଅନେକ ଶିଶୁଙ୍କୁ ଅକାଳ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରିବ । ଡାକ୍ତର ଓ ସାଧାରଣ ଲୋକେ ଔଷଧର ବହୁଳ ବ୍ୟବହାର କରନ୍ତି, ଅନେକଗୁଡିକ କାରଣରୁ ଏହା ଦୁର୍ଭାଗ୍ୟଜନକ ଅଟେ । ଏହା ଫଳରେ ଅର୍ଥର ଅପଚୟ ଘଟେ । ଏହା ଲୋକମାନଙ୍କୁ ଏଭଳି ଏକ ଜିନିଷ ଉପରେ ନିର୍ଭରଶୀଳ କରାଇଦିଏ, ଯାହାର କି ଆଦୌଆବଶ୍ୟକତା ନ ଥାଏ । ପ୍ରତ୍ୟେକ ଔଷଧ ବ୍ୟବହାରରେ କିଛିନା କିଛି ବିପଦ ରହିଥାଏ । ଏପରି ଅନାବଶ୍ୟକ ଔଷଧ ଲୋକମାନଙ୍କର କ୍ଷତି କରିବାର ସବୁବେଳେ ସମ୍ଭାବନା ଥାଏ । ଅଧିକନ୍ତୁ, ଯଦି ସାଧାରଣ ରୋଗଗୁଡିକ ପାଇଁ କୌଣସି ଏକ ଔଷଧ ଧାରାବାହୀକ ବ୍ୟବହାର କରାଯାଏ, ତେବେ ସଘାତିକ ରୋଗ ବିରୁଦ୍ଧରେ ଲଢିବା ପାଇଁ ସେହି ଔଷଧ ତା’ର ଶକ୍ତି ହରାଇ ବସେ । ଧାରାବାହୀକ ଶକ୍ତି ହରାଉଥିବା ଔଷଧର ସବୁଠଉଁ ଶ୍ରେଷ୍ଟ ଉଦାହରଣ ହେଲା, କ୍ଳୋରାମ ଫେନିକାଳ । ବିପଦପୂର୍ଣ୍ଣ ଏହି ଜୀବାଣୁନାଶୀ ଔଷଧର ଏତେ ଅଧିକ ପ୍ରୟୋଗ କରାଯାଉଛି ଯେ, ବର୍ତ୍ତମାନ ଏହା ପୃଥିବୀର କେତେକ ଭାଗରେ ଟାଇଫଏଡ ଭଳି ବିପଦପୂର୍ଣ୍ଣ ସଂକ୍ରାମଣ ଜ୍ଵର ଉପରେ ମଧ୍ୟ ପ୍ରଭାବ ପକାଇ ପାରୁନାହିଁ । କ୍ଲୋରମ୍ ଫେନିକଲର କ୍ରମାଗତ ବ୍ୟବହାର ହେତୁ ଏହାର ପ୍ରଭାବ ଟାଇଫଏଡ୍ ଉପରେ ରହେନାହିଁ । ଏହିସବୁ କାରଣରୁ ଔଷଧର ବ୍ୟବହାର ସୀମିତ କରାଯିବା ଉଚିତ୍ । ମାତ୍ର କିପରି? କଠୋର ନିୟମ ଓ କେବଳ ଡାକ୍ତରଙ୍କୁ ଔଷଧର ପ୍ରୟୋଗ ବିଷୟରେ ନିଷ୍ପତ୍ତି ଦେବାର ଅଧିକାର ଦିଆଗଲେ ମଧ୍ୟ ଔଷଧ ଅନାବଶ୍ୟକ ବ୍ୟବହାର ରୋକାଯାଇ ପାରୁନାହିଁ । ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଲୋକେ ଜାଣିବେ ଯେ, ଔଷଧ ସୀମିତ ଓ ଉଚିତ୍ ବ୍ୟବହାର ଦ୍ଵାରା କି ଲାଭ ମିଳେ । ଔଷଧ ଉଚିତ୍ ଓ ସୀମିତ ବ୍ୟବହାର ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା ସ୍ୱାସ୍ଥ୍ୟକର୍ମୀଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ। ଯେଉଁ ସ୍ଥାନମାନଙ୍କରରେ ଆଧୁନିକ ଔଷଧର ବହୁଳ ବ୍ୟବହାର ହେଉଛି, ସେଠାରେ ଏହା ଅଧିକ ଜରୁରୀ ? ଏହାକୁ କ’ଣ ଇଞ୍ଜେକସନ୍ ଦେବା ଦରକାର ନାହିଁ ? ନାଁ, ୟା’କୁ କେବଳ ଥଣ୍ଡା ହୋଇଛି, ତାହା ଆପେ ଆପେ ଭଲ ହୋଇଯିବ । ତାହାର ବିଶ୍ରାମ, ସୁଷମ ଖାଦ୍ୟ ଓ ଯଥେଷ୍ଟ ପରିମାଣର ପାଣି ଦରକାର । ଶକ୍ତିଶାଳୀ ଔଷଧରେ ତାହାର କିଛି ଲାଭ ହେବ ନାହିଁ ବରଂ କ୍ଷତି ହେବାର ଆଶଙ୍କା ଅଛି । ଯେତେବେଳେ ଔଷଧର ଆବଶ୍ୟକତା ନାହିଁ, କାହିଁକି ନାହିଁ ବୁଝାଇବାକୁ ସମୟନିଅନ୍ତୁ । ପ୍ରଗତି ବିଷୟରେ ଜାଣିବା ସମୟେ ସମୟେ ଆପଣଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟରେ ଏହା ଜାଣିବା ଖୁବ୍ ସହାୟକ ହୋଇଥାଏଯେ, ଲୋକମାନେ କ’ଣ ଓ କେତେ କାର୍ଯ୍ୟ କରିଛନ୍ତି । ସମାଜର ସ୍ୱାସ୍ଥ୍ୟ ତଥ୍ୟ କଲ୍ୟାଣକୁ ଉନ୍ନତ କରିବାକୁ କି କି ପରିବର୍ତ୍ତନ କରାଯାଇଛି ? ଆପଣଙ୍କୁ ସ୍ୱାସ୍ଥ୍ୟସମ୍ବନ୍ଧୀୟ କାର୍ଯ୍ୟର ମାସିକ ବା ବାର୍ଷିକ ହିସାବ ରହିବାକୁ ପଡିବ । ଉଦାହରଣ ସ୍ୱରୂପ, କେତୋଟି ପରିବାରରେ ଶୌଚଳୟ ଅଛି ? କେତେଜଣ ଚାଷୀ, ସେମାନଙ୍କର ଜମି ଓ ଫସଲର ଉନ୍ନତି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି? କେତେ ଜଣ ମାଆ ଓ ଶିଶୁ (ପାଞ୍ଚରୁ କମ୍ ) କାର୍ଯ୍ୟକ୍ରମ ରେ ଭାଗ ନିଅନ୍ତି ( ଅର୍ଥାତ୍ ନିୟମିତ ଯାଞ୍ଚ ଓ ଶିଖିବା)? ସମ୍ପାଦିତ କାର୍ଯ୍ୟର ମୂଲ୍ୟାୟନ କରିବାରେ ଏହିଭଳି ପ୍ରଶ୍ନ ଆପଣଙ୍କୁ ସାହାଯ୍ୟ କରିବ । ମାତ୍ର ଏହିସବୁ କାର୍ଯ୍ୟର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଛି, ଏହା ଜାଣିବା ପାଇଁ ଆପଣଙ୍କୁ ଅନ୍ୟ କେତେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଯଥା: ଶୌଚଳୟ ତିଆରି ହେବା ପରେ, କେତେଜଣ ଶିଶୁଙ୍କୁ ଆମାଶୟ ବା କୃମିରୋଗ ହୋଇଛି? ଶୌଚଳୟ ହେବା ପୂର୍ବରୁ ସେମାନଙ୍କର ସଂଖ୍ୟା କେତେ ଥିଲା? ଏହି ଋତୁରେ କେତେ ଫସଲ ହୋଇଛି? ( ମକା, ବିନ୍ ବା ଅନ୍ୟ ପ୍ରକାରର ଶସ୍ୟ)? ଯେତେବେଳେ ଉନ୍ନତି ଚାଷ ପ୍ରଣାଳୀର ପ୍ରୟୋଗ କରାଯାଇ ଣ ଥିଲା, ସେତେବେଳେ କେତେ ଫସଲ ହେଉଥିଲା? କେତେଜଣ ଶିଶୁଙ୍କର ଓଜନ ସାଧାରଣ ଅଟେ ଓ ସେମାନଙ୍କର ଓଜନ ଯଥାଯଥ ବୃଦ୍ଧି ପାଉଛି କି ନାହିଁ ଯେତେବେଳେ ପାଞ୍ଚ ବର୍ଷ ବୟସରୁ କମ୍ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଆରମ୍ବ ହୋଇ ଣ ଥିଲା, ସେତେବେଳେ ପରିସ୍ଥିତି କ’ଣ ଥିଲା ? କୌଣସି କାର୍ଯ୍ୟକ୍ରମର ସଫଳତା ଜାଣିବା ପାଇଁ ହେଲେ, ଆପଣଙ୍କୁ ସେହି କାର୍ଯ୍ୟକ୍ରମର ପୂର୍ବାପର ବିଷୟର କେତେକ ସମ୍ବାଦ ସଂଗ୍ରହ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯଦି ଆପଣ ମାଆ ମାନଙ୍କୁ ଜଣାଇବାକୁ ଚାହାନ୍ତି ଯେ, ସନ୍ତ୍ୟପାନ ଶିଶୁମାନଙ୍କର ଉତ୍ତମ ଖାଦ୍ୟ, ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେ ସମୟରେ କେତେ ସଂଖ୍ୟକ ମାଆ ସେମାନଙ୍କ ଶିଶୁ ସ୍ତନ୍ୟପାନ କରାନ୍ତି ଏ ବିଷୟରେ ଜାଣି ରଖନ୍ତୁ । ତା’ ପରେ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ ଓ ପ୍ରତିବର୍ଷର ଏକ ହିସାବ ରଖନ୍ତୁ । ଏହି ଉପାୟରେ ଆପଣଙ୍କର ଶିକ୍ଷା କାର୍ଯ୍ୟକ୍ରମ କେତେଦୂର ପ୍ରଭାବଶାଳୀ ହୋଇ ପାରିଛି, ତାହା ଆପଣ ଜାଣିପାରିବେ । ଆପଣ କୌଣସି ଲକ୍ଷ୍ୟ ମଧ୍ୟ କାର୍ଯ୍ୟ କରି ପାରନ୍ତି । ଉଦାହରଣ ସ୍ୱରୂପ, ସ୍ୱାସ୍ଥ୍ୟ କମିଟି ଓ ଆପଣ ଏକ ଲକ୍ଷ୍ୟ ରାଖୀ କାର୍ଯ୍ୟ କରି ପାରନ୍ତି ଯେ, ଏହି ବର୍ଷ ସେସ ସୁଦ୍ଧା ଶତକଡା ୮୦ ଭାଗ ପରିବାରଙ୍କର ନିଜ ନିଜର ଶୌଚଳୟ ଥିବା ଉଚିତ୍ । ପ୍ରତି ମାସରେ ଆପଣ ଗୋଟିଏ ହିସାବ ରଖନ୍ତୁ ଯଦି ଛଅ ମାସ ପରେ ଆପଣ ଦେଖନ୍ତି ଯେ, ମାତ୍ର ଏକ – ତୃତ୍ରୀୟାଂଶ ଲୋକଙ୍କର ଶୌଚଳୟ ଅଛି, ତେବେ ଆପଣଙ୍କର ଲକ୍ଷ୍ୟ ପୂରଣ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଲକ୍ଷ୍ୟ ରଖିବାଦ୍ଵାରା, ପ୍ରାୟତଃଲୋକମାନେ କଠିନ ପରିଶ୍ରମ କରିଥାନ୍ତି ଏବଂ ଏହା ଫଳରେ କାର୍ଯ୍ୟଟି ଶୀଘ୍ର ଓ ଅଧିକପରିମାଣରେ ହୋଇଥାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିଜ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିବା ପାଇଁ ପୂର୍ବପର୍ତ୍ତୀ, ମଧ୍ୟବର୍ତ୍ତୀ ଓ ପରିବର୍ତ୍ତୀ ସମୟର କେତେକ ସୂଚନା ଆପଣଙ୍କୁ ଖୁବ୍ ସହାୟତା କରିଥାଏ । କିନ୍ତୁ ମନେ ରଖନ୍ତୁ- ଆପଣଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଂଶକୁ କେବେହେଁ ମାପଯାଇ ପାରିବ ନାହିଁ । ତାହାର ଏହିସବୁ ଜିନିଷ ସହ ସମ୍ବନ୍ଧ ରହିଛି, ଆପଣ ଓ ଆପଣଙ୍କ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ଲୋକମାନେ ଏକତ୍ର ମିଳି କୌଣସି କାର୍ଯ୍ୟ କରିବା ଓ ଶିଖିବା, ଦୟା ଦାୟିତ୍ଵ, ଭଡାଦାରୀ ଓ ଆସାର ବୃଦ୍ଧି, ଏହିସବୁ ଜିନିଷକୁ ଆପଣ କଦାପି ମାପି ପାରିବେ ନାହିଁ । ମାତ୍ର ଯେତେବେଳେ ଆପଣ ପରିବର୍ତ୍ତିତ ବିଷୟଗୁଡିକ ଉପରେ ଚିନ୍ତା କରିବେ, ସେତେବେଳେ ଏହିସବୁ ଜିନିଷ ଗୁଡିକର ମୂଲ୍ୟାଙ୍କନ ମଧ୍ୟ ଭଲଭାବେ କରିପାରିବେ । ଏକତ୍ର ଶିଖିବା ଓ ଶିକ୍ଷା ଦେବା ଶିକ୍ଷଣ ଭୂମିକା ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟ ଉପରେ କୁ- ପ୍ରଭାବ ପକାଉ ଥିବା ଜିନିଷଗୁଡିକ ଯେତେବେଳେ ଆପଣ ଜାଣିବେ, ସେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଆଗରେ କେତେ ଅସମ୍ଭବ କାର୍ଯ୍ୟ ରହିଛି, ତା’ ହୃଦୟଙ୍ଗମ କରିପାରିବ । ସତରେ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଲୋକଙ୍କର ବିନା ସହାୟତାରେ ଆପଣ ନିଜେ ଲୋକମାନଙ୍କର ସ୍ୱାସ୍ଥ୍ୟ ବିଷୟକ ଭଲମନ୍ଦ କଥା ବୁଝିବେ । ଯେତେବେଳେ ଲୋକମାନେ ନିଜ ସମାଜର ସ୍ୱାସ୍ଥ୍ୟର ଦାୟିତ୍ଵ ନିଜ ହାତରେ ନେବାପାଇଁ ପ୍ରସ୍ତୁତ ରହିବେ, କେବଳ ସେତିକିବେଳେ ହିଁ କିଛି ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସମାଜର କଲ୍ୟାଣ କେବଳ କୌଣସି ଏକ ବ୍ୟକ୍ତି କାର୍ଯ୍ୟରେ ଲିପ୍ତ ରହିବାରେ ନିର୍ଭର କରେ ନାହିଁ ବରଂ ସବୁ ଲୋକେ ସମ୍ମିଳିତ ହେବା ଉପରେ ବର୍ଭର କରେ । ଏହା କରିବାକୁ ହେଲେ, ଦାୟିତ୍ଵ ଓ ଜ୍ଞାନରେ ସମସ୍ତେ ଭାଗୀଦାର ହେବା ଉଚିତ୍ । ଏହି କାରଣରୁ ଆପଣଙ୍କର ପ୍ରଥମ କାର୍ଯ୍ୟ ହେଉଛି ଶିକ୍ଷା ଦେବା – ପିଲାମାନଙ୍କୁ ସେମାନଙ୍କର ବାପ- ମା’ଙ୍କୁ, କୃଷକମାନଙ୍କୁ, ସ୍କୁଲ ଶିକ୍ଷକମାନଙ୍କୁ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ, ଅର୍ଥାତ୍ ଯେଉଁମାନଙ୍କୁ ଆପଣ ପଢାଇ ପାରିବେ । ଶିକ୍ଷାରୂପକ କଳାର ଜ୍ଞାନ ଜଣେ ବ୍ୟକ୍ତିଙ୍କ ପକ୍ଷରେ ଖୁବ୍ ମହତ୍ତ୍ଵପୂର୍ଣ୍ଣ । ଶିକ୍ଷା ଦେବାର ଅର୍ଥ ହେଲା, ଲୋକ ଲୋକମାନଙ୍କୁ ଉନ୍ନତ କରିବାରେ ସହାୟତା କରିବା ଓ ନିଜେ ମଧ୍ୟ ଉନ୍ନତ ହେବ । ଯେଉଁ ଶିକ୍ଷକ ନିଜର ବିଚାରଧାରାକୁ ଅନ୍ୟମାନଙ୍କୁ ମସ୍ତିଷ୍କରେ ଲଦିବାକୁ ଚେଷ୍ଟା କରେ, ସେ ଜଣେ ଉତ୍ତମ ଶିକ୍ଷଣ ନୁହେଁ । ମାତ୍ର ସେ ଅନ୍ୟମାନଙ୍କର ରୀତିନୀତି, ବିଚାର ଓ ଜ୍ଞାନକୁ ଆଧାର କରି ସେମାନଙ୍କୁ ଆଗକୁ ଯିବାରେ ଶିକ୍ଷା ଦିଏ, ଫଳରେ କି ସେମାନେ ନିଜେ ନୂଆ ନୂଆ ପ୍ରୟୋଗ କରିପାରନ୍ତି, ସେ’ ହିଁ ଜଣେ ଉତ୍ତମ ଶିକ୍ଷକ । ଶିକ୍ଷା ଦେବା ଓ ଶିଖିବା କେବଳ ବିଦ୍ୟାଳୟ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରର ଚାରିକାନ୍ଥ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ । ଏହିପାଇଁ ଯେ କୌଣସି ସ୍ଥାନ ନିର୍ଦ୍ଧାରଣ କରାଯାଇପାରେ – ଘର, ଚାଷ ଜମି କିମ୍ବା ରାସ୍ତାଘାଟ ସ୍ୱାସ୍ଥ୍ୟକର୍ମୀ ଭାବରେ, ଶିକ୍ଷା ଦେବାର ପ୍ରକୃଷ୍ଟ ଅବସର ଆପଣଙ୍କୁ ସେତିକିବେଳେ ମିଳିଥାଏ, ଯେତେବେଳେ ଆପଣ କୌଣସି ରୋଗୀର ଚିକିତ୍ସା କରୁଥିବେ । ମାତ୍ର ଆପଣଙ୍କ ବିଚାରଧାରାକୁ ଆଦାନ ପ୍ରଦାନ କରିବା, ଜ୍ଞାନକୁ ବଣ୍ଟନ’ ଜରିବା, ଲୋକମାନଙ୍କୁ ବାଟ ଦେଖାଇବା , ସେମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମାଣାର ଭାବ ଜନ୍ମାଇବା ଓ ଏକତ୍ର ମିଳି କାର୍ଯ୍ୟ କରିବା ସମ୍ବନ୍ଧରେ ପରାମର୍ଶ ଦେବାର ସୁଯୋଗକୁ କଦାପି ଛାଡିବାର ନୁହେଁ । ଉପରୋକ୍ତ କାର୍ଯ୍ୟମାନ କରିବା ନିମିତ୍ତ ପରିବର୍ତ୍ତୀ ପୃଷ୍ଠାମାନଙ୍କରେ କେତେକ ମତ ଦିଆଯାଇଛି, ସେଗୁଡିକ ଆପଣଙ୍କୁ ସାହାଯ୍ୟ କରିପାରେ । ଏହା କେବକଳ ସୂଚନା ଅଟେ । ଆପଣଙ୍କର ନିଜର ମଧ୍ୟ କିଛି ବିଚାର ଥିବ । ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ