অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜାଣିବା କଥା (ବିଭାଗ-୨ )

ସ୍ୱାସ୍ଥ୍ୟର ଯତ୍ନ ବିଷୟକ କେତେକ କଥା

ଆମେ ଆମାଶୟଜନିତ ମୃତ୍ୟୁ ସମ୍ବନ୍ଧୀୟ କେତେକ କାରଣ ବିଷୟରେ ଆଲୋଚନା କଲେ । ଏହିପରି ଭାବେ\ ଆପଣ ଦେଖିପାରିବେ  ଯେ, ଖାଦ୍ୟ ଉତ୍ପାଦନ, ଜମି ବଣ୍ଟନ, ଶିକ୍ଷା ଓ ଲୋକମାନଙ୍କର ପରସ୍ପର ପ୍ରତି ଉତ୍ତମ ବା ମନ୍ଦବ୍ୟବହାର ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ ।

ଯଦି ଆପଣ ସମାଜ ଦୀର୍ଘକାଳୀନ ମଙ୍ଗଲ ଚାହୁଁଥାଆନ୍ତି, ତେବେ ଏଥିଲାଗି ଲୋକମାନଙ୍କୁ ଯୋଗ୍ୟ କରାନ୍ତୁ, ଯେପରି ସେମାନେ ଏହିପରି ବଡ ପ୍ରଶ୍ନର ଉତ୍ତର ଦେଇପାରିବେ ।

ସ୍ୱାସ୍ଥ୍ୟର ଅର୍ଥ “ ରୋଗାକ୍ରାନ୍ତ ନ ହେବା” ଅପେକ୍ଷା ଅଧିକ ବ୍ୟାପ୍ତ । ଏହାର ଅର୍ଥ ହେଲା, ଶାରୀରିକ ମାନସିକ ଓ ସାମାଜିକ ସୁସ୍ଥତା । ସୁସ୍ଥ ବାତାବରଣ ଏପରି ଏକ ସ୍ଥାନ ,କେଉଁଠାରେ ଲୋକମାନଙ୍କର ପରସ୍ପର ପ୍ରତି ବିଶ୍ଵାସ ଥାଏ । ନିଜର ଦୈନନ୍ଦିନ ଆବଶ୍ୟକତା ପୁରନ୍ବ କରିବାପାଇଁ ସେମାନେ ମିଳିମିଶି କାମ କରିଥାନ୍ତି ଓ ସୁଖଦୁଃଖରେ ପରସ୍ପରର ସାଥୀ ହୁଅନ୍ତି, ତଥ୍ୟ ଉତ୍ତମ ଜୀବନଯାପନ କରିବାରେ ପ୍ରତ୍ୟେକ ଅପରକୁ ସାହାଯ୍ୟ କରନ୍ତି ।

ଦୈନନ୍ଦିନ ସମସ୍ୟାର ସମାଧାନ ଦିଗରେ ଯଥାସାଧ୍ୟ ଚେଷ୍ଟା କରନ୍ତୁ । କିନ୍ତୁ ଯେପରି ଭୁଲି ନ ଯାଆନ୍ତିଯେ, ଆପଣଙ୍କର ମୁଖ୍ୟ ଲକ୍ଷ ହେଲା, ଆପଣ ସମାଜକୁ ଏପରି ଗଢି ତୋଳିବାରେ ସାହାଯ୍ୟ କରିବେ, ଯେପରି ଏହାର ପ୍ରତ୍ୟେକ ସଦସ୍ୟ ସୁଖ, ସମୃଦ୍ଧି ଓ ଶାନ୍ତିରେ ରହିବେ ।

ସ୍ୱାସ୍ଥ୍ୟକର୍ମୀ ଭାବରେ ଆପଣଙ୍କର ଗୁରୁଦାୟିତ୍ଵ ରହିଛି । କେଉଁଠାରୁ ଆପଣ ଆରମ୍ଭ କରିବା ଉଚିତ୍ ?

ଆପଣଙ୍କର ସମାଜକୁ ଭଲଭାବରେ ନିରୀକ୍ଷଣ କରନ୍ତୁ ।

ଯେହେତୁ ଆପଣ ଆପଣଙ୍କ ସମାଜରେ ବଢିଛନ୍ତି ଏବଂ ସେଠାକାର ଲୋକମାନଙ୍କୁ ଉତ୍ତମରୂପେ ଜାଣିଛନ୍ତି, ଆପଣ ନିଶ୍ଚିତ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜାଣିଥିବେ । ସେମାନଙ୍କର ଅନ୍ତନିହିତ ସ୍ଥିତି ସମ୍ପର୍କରେ ମଧ୍ୟ ଆପଣ ଅବଗତ ଅଛନ୍ତି, ମାତ୍ର ସମାଜର ସମ୍ପୁର୍ଣ୍ଣ ଚିତ୍ର ଦେଖିବାକୁ ହେଲେ ଆପଣ ତା’ କୁ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ପଡିବ ।

ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀ ଭାବରେ, ଆପଣଙ୍କର ଜଣାଶୁଣା, ଲୋକମାଙ୍କର ବା ଆପଣଙ୍କ ନିକଟକୁ ଯେଉଁମାନେ ଆସନ୍ତି ସେମାନଙ୍କର ଯତ୍ନ ନେବା ଆପଣଙ୍କର କର୍ତ୍ତବ୍ୟ ନୁହେଁ । ସବୁ ଲୋକଙ୍କ ପ୍ରତି ଧ୍ୟାନ ଦେବା ଆପଙ୍କର କର୍ତ୍ତବ୍ୟ । ଲୋକମାନଙ୍କ ନିକଟକୁ ଯାଆନ୍ତୁ । ସେମାନଙ୍କର ଘର, କ୍ଷେତ ସେମାନେ ଏକତ୍ର ହେଉଥିବା ସ୍ଥାନ ଓ ବିଦ୍ୟାଳୟ ଆଦି ପରିଦର୍ଶନ କରନ୍ତୁ । ସେମାନଙ୍କର ଆନନ୍ଦ ଓ ଚିନ୍ତାଧାରାକୁ ବୁଝନ୍ତୁ ।  ସେମାଙ୍କର ଅଭ୍ୟାସ ଗୁଡିକ ନିରାକଷଣ କରାନ୍ତୁ ଏବଂ ଦୈନନ୍ଦିନ ଜୀବନରେ କେଉଁ ଜିନିଷଗୁଡିକ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଅଥବା ଅବନତି ଘଟାଉଛି , ତାହା ମଧ୍ୟ ଲକ୍ଷ କରନ୍ତୁ ।

ଆପଣ କିମ୍ବା ଆପଣଙ୍କର ସମାଜ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଯତ୍ନ ସହକାରେ  ଏହା ଚିନ୍ତା କରିବା ଦରକାର ଯେ, ଏହି କାର୍ଯ୍ୟକ୍ରମ ପାଇଁ କେଉଁ କେଉଁ ଜିନିଷ ଆବଶ୍ୟକ ଓ ତା’ର ରୂପରେଖ କିପରି ହେବ ।

ଏହା କରିବାକୁ ହେଲେ ଆପଣଙ୍କୁ ନିମ୍ନଲିଖିତ ସମସ୍ତ ବିଷୟ ପ୍ରତି ବିଚାର କରିବାକୁ ପଡିବ ।

  1. ଅନୁଭବ ଆବଶ୍ୟକତା – ଲୋକେ ଯାହା ଅନୁଭବ କରନ୍ତି, ତାହାହିଁ ସବୁଠାରୁ ବଡ ସମସ୍ୟା
  2. ପ୍ରକୃତ ଆବଶ୍ୟକତା – ଏହି ସମସ୍ୟାଗୁଡିକୁ ଦୂର କରିବା ପାଇଁ ଲୋଜେ ଯେଉଁ ଦୀର୍ଘ ସ୍ଥାୟୀ ପଦକ୍ଷେପ ନେଇ ପାରନ୍ତି ।
  3. ଇଛା – ଯାହା ଆବଶ୍ୟକ ପଦକ୍ଷେପ ନେବା ଓ ଯୋଜନା କରିବାରେ ଲୋକଙ୍କର ତତ୍ପରତାକୁ ବୁଝାଏ ।
  4. ସମ୍ବଳ – ସ୍ଥିରୀକୃତ କାର୍ଯ୍ୟକ୍ରମକୁ ଆଗେଇ ନେବାରେ, ବ୍ୟକ୍ତିସମୂହ, ଦକ୍ଷତା, ମୌଳିକ ଉପକରଣମାନ ଓ ( କିମ୍ବା) ଧନ ଆଦିର ଆବଶ୍ୟକ ରହିଛି ।

ଉପରୋକ୍ତ ପ୍ରତ୍ୟେକଟି ଜିନିଷ କେତେ ଦରକାରୀ, ତାହା ଜାଣିବା ପାଇଁ ଗୋଟିଏ ସରଲ ଉଦାହରଣ ନିଆଯାଉ । ମନେ କରନ୍ତୁ, ଖୁବ୍ ଧୁମପାନ କରୁଥିବା ଜଣେ ବ୍ୟକ୍ତି କାଶ ହେଇଥିବାର ଅଭିଯୋଗ ଘେନି ଆପଣଙ୍କ ନିକଟ ଆସିଛି ଓ ତାହାର କାଶ କ୍ରମଶଃ ବଢିବାରେ ଲାଗିଛି ।

ଆବଶ୍ୟତାଗୁଡିକୁ ଖୋଜି ବାହାର କରିବା

ସ୍ୱାସ୍ଥ୍ୟକର୍ମୀ ଭାବରେ ପ୍ରଥମେ ଆପଣ ଲୋକମାନଙ୍କ ଅତି ଗୁରୁତ୍ଵପୂର୍ଣ୍ଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ସେମାନଙ୍କର ସବୁଠାରୁ ବଡ ଚିନ୍ତାଗୁଡିକୁ ଖୋଜି ବାହାର କରିବେ । ଗୁରୁତ୍ଵପୂର୍ଣ୍ଣ ସମସ୍ୟା ଓ ପ୍ରଭାବଶାଳୀ ଚିନ୍ତାସବୁ ପ୍ରକୃତରେ ଗୁରୁତ୍ଵ  କି ନୁହେଁ, ଏହା ଜାଣିବାକୁ ହେଲେ ଗୋଟିଏ ପ୍ରଶ୍ନ ତାଲିକା ତିଆରି କରିବା ଆବଶ୍ୟକ ।

ଆଗ ପୃଷ୍ଠା ଦୁଇଟିରେ କେତେକ ପ୍ରଶ୍ନ, ଦିଆଯାଇଛି, ଯାହାସବୁ ଆପଣ ପ୍ରଚରିବାକୁ ଇଛା କରି ଥାଆନ୍ତି । କିନ୍ତୁ ଆପଣଙ୍କ ଅଞ୍ଚଳ ପାଇଁ ଯେଉଁଗୁଡିକ ଗୁରୁତ୍ଵପୂର୍ଣ୍ଣ ସେହିସବୁ ପ୍ରଶ୍ନ ସମ୍ବନ୍ଧରେ ଚିନ୍ତା କରନ୍ତୁ । ଏଭଳି ପ୍ରଶ୍ନ କରନ୍ତି ଯେଉଁଗୁଡିକ କେବଳ ଆପଣଙ୍କୁ ସୂଚନା ଦେବାରେ ସାହାଯ୍ୟ କରେ ନାହିଁ , ଅଧିକନ୍ତୁ ତାହାସବୁ ଲୋକମାନଙ୍କର ପରସ୍ପର ପ୍ରତି ପ୍ରଶ୍ନ କରିବାରେ ଯୋଗ୍ୟ କରିଦିଏ ।

ପ୍ରଶ୍ନ ତାଳିକାଟିକୁ ଅଧିକ ଦୀର୍ଘ ଜଟିଳ କରିବେ ନାହିଁ, ବିଶେଷତଃ ଆପଣ ଯେଉଁ ତାଳିକାଟିକୁ ଘରକୁ ଘର ନେଇଯିବେ । ମନେ ରଖନ୍ତୁ, ଲୋକମାନେ ସଂଖ୍ୟା ନୁହଁନ୍ତି ଏବଂ ସେମାନଙ୍କୁ କେହି ସଂଖ୍ୟା ହିସାବରେ ଗ୍ରହଣ କରନ୍ତୁ, ଏହା ସେମାନେ ପସନ୍ଦ କରନ୍ତି । ସୂଚନା ସଂଗ୍ରହ କରିବା ସମୟରେ ଆପଣ ନିଶ୍ଚିତ ହେବା ଉଚିତ୍ ଯେ ଆପଣଙ୍କର ପ୍ରଥମ ଆଗ୍ରହ ହେଉଛି ଲୋକମାନଙ୍କର ଆବଶ୍ୟକତା ଓ ଭାବନା । ପ୍ରଶ୍ନ ତାଲିକାଗୁଡ଼ିକୁ  ଆପଣ ସଙ୍ଗରେ ନ ନେବାହିଁ ଅଧିକ ଉତ୍ତମ ହେବ । କିନ୍ତୁ ଆପଣଙ୍କ ସମାଜର ଆବଶ୍ୟକତାକୁ ବିଚାର କରି, କେତେକ ମୌଳିକ ପ୍ରଶ୍ନ ଆପଣ ମନ ମଧ୍ୟରେ ରଖିବା ଆବଶ୍ୟକ ।

ଅନୁଭୂତ ଆବଶ୍ୟକତା

  • ଦୈନନ୍ଦିନ ଜୀବନରେ କେଉଁ ଜିନିଷ ଗୁଡିକ ( ବର୍ତ୍ତମାନ ଜୀବନ – ନିବାହ: କାର୍ଯ୍ୟ କରିବାର ଢଙ୍ଗ ଓ ବିଶ୍ଵାସ ଆଦି) ଲୋକେ ଭାବନ୍ତି ଯେ, ତାହାସବୁ ସେମାନଙ୍କ ଜୀବନକୁ ସୁସ୍ଥ କରି ପାରିବ।
  • ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ବ୍ୟତୀତ ସାଧାରଣତଃ ଆଉ କେଉଁ ସମସ୍ୟା, ଚିନ୍ତା ଓ ଆବଶ୍ୟକତା ଗୁଡିକ ଅଧିକ ଗୁରୁତ୍ଵପୂର୍ଣ୍ଣ ମନେ କରନ୍ତି ?

ବାସଗୃହ ଓ ପରିଚ୍ଚନ୍ନତା

  • ଭିନ୍ନ ଭିନ୍ନ ଘରସବୁ କେଉଁଥିରେ ତିଆରି ହୋଇଛି କାନ୍ଥ? ଆଉ ଚଟାଣ? ଘରକୁ ସଫା ସୁତରା ରଖାଯାଏ କି? ଚଟାଣରେ ରୋଷେଇ ହୁଏ ନା ଅନ୍ୟ କେଉଁଠିରେ ? ଧୂଆଁ କିପରି ବାହାରକୁ ଯାଏ? ଲୋକମାନେ ରାତିରେ କେଉଁଥିରେ ଶୁଅନ୍ତି ?
  • ମାଛି, ଡାଆଁଶ, ଛାରପୋକ, ମୂଷା ଆଦି କି କି ସମସ୍ୟା ସୃଷ୍ଟି କରନ୍ତି ? କେଉଁ ପ୍ରକାରେ? ସେମାନଙ୍କୁ ଆୟତ୍ତ କରିବାକୁ ଲୋକେ କି ଉପାୟସବୁ ଅବଲମ୍ଭନ କରନ୍ତି? ସେମାନଙ୍କ କବଳରୁ ରକ୍ଷା ପାଇବାକୁ ହେଲେ ଆଉ କ’ଣ କରାଯାଇପାରେ?
  • ଖାଦ୍ୟ ପଦାର୍ଥ ସଂରକ୍ଷଣ କରାଯାଏ କି? ଏହା ଅଧିକ ଭଲ ଭାବେ କିପରି ସଂରକ୍ଷଣ କରାଯାଇ ପାରିବ?
  • କେଉଁ ଜାତିର ଜନ୍ତୁ( କୁକୁର,କୁକୁଡା, ଘୁଷୁରୀ ଆଦି) ମାନଙ୍କୁ ଘର ଭିତରକୁ ଆସିବାକୁ ଦିଆଯାଏ ? ସେମାନେ କି କି ସମସ୍ୟା ସୃଷ୍ଟି କରନ୍ତି ?
  • ପଶୁ ମାନଙ୍କର ପ୍ରଧାନ କ’ଣ ? ସେମାନେ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ କି ପ୍ରକାର କୁ- ପ୍ରଭାବ ପକାନ୍ତି?
  • ଏହି ସବୁ ରୋଗଗୁଡିକ ପାଇଁ କି କି ବ୍ୟବସ୍ଥା କରାଯାଉଛି?
  • କେଉଁଠାରୁ ଲୋକେ ପାଣି ପାଆନ୍ତି ? ତାହା ପିଇବା ନିରାପଦ କି? ଏଥିପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କରାଯାଇଛି ?
  • କେତେ ସଂଖ୍ୟା ପରିବାରରେ ଶୌଚଳୟ ଅଛି? କେତେ ଜଣ ତାକୁ ଠିକ୍ ରୂପେ ବ୍ୟବହାର କରନ୍ତି?
  • ଗାଆଁ କ’ଣ ପରିଷ୍କାର ଆଟେ? ଲୋକେ ଅଳିଆ – ଆବର୍ଜନା କେଉଁଠାରେ ପକାନ୍ତି? କାହିଁକି?

ଜନସଂଖ୍ୟା

  • ସେମାଜରେ କେତେ ଲୋକ ବାସ କରନ୍ତି? କେତେଜଣେଙ୍କର ବୟସ୧୫ ବର୍ଷରୁ କମ୍ ?
  • କେତେଜଣ ଲେଖିପାଢି ଜାଣନ୍ତି? ପ୍ରାରମ୍ଭିକ ଶିକ୍ଷା କିଭଳି? ପିଲାମାନେ ଯାହା ଶିଖିବା ଦରକାର, ଏହା କ’ଣ ସେମାନଙ୍କୁ ଶିଖାଯାଏ ।
  • କେତେ ସଂଖ୍ୟା ଶିଶୁ ଏବର୍ଷ ଜନ୍ମ ହୋଇଛନ୍ତି? କେତେଜଣେ ଲୋକଙ୍କର ମୃତ୍ୟୁ ହୋଇଛି ? କେଉଁ କାରଣରୁ? କେତେ ବୟସରେ?ସେମାନଙ୍କର ମୃତ୍ୟୁକୁ କ’ଣ ରୋକାଯାଇ ପାରିଥାଆନ୍ତା? ଲୋକସଂଖ୍ୟା  ବଢୁଛି ନା କମୁଛି ? ଏହା କୌଣସି ସମସ୍ୟା ସୃଷ୍ଟି କରେ କି?
  • ବିଭିନ୍ନ ବ୍ୟକ୍ତି ଗଲା ବର୍ଷ କେତେଥର ପୀଡିତ ହୋଇଥିଲେ? ପ୍ରତ୍ୟକ ବ୍ୟକ୍ତି  କେତେଦିନ ଧରି ପୀଡିତ ଥିଲେ? ସେମାନଙ୍କୁ କି ପ୍ରକାର ରୋଗ ହୋଇଥିଲା ? କାହିଁକି?
  • କେତେ ଲୋକଙ୍କର ଦୀର୍ଘସ୍ଥାୟୀ ରୋଗ ଅଛି ? ସେଗୁଡିକ କ’ଣ?
  • ପ୍ରତି ଦମ୍ପତ୍ତିଙ୍କର କେତେ ସଂଖ୍ୟା ସନ୍ତାନ- ସନ୍ତତି ଅଛନ୍ତି? ତେତେ ଶିଶୁ ମରିଛନ୍ତି? କେଉଁ କାରଣରୁ? କେତେ ବୟସରେ ? ମୁଖ୍ୟ କାରଣଗୁଡିକ କ’ଣ ? ଅଧିକ ସନ୍ତାନ କିମ୍ବା କମ୍ ବ୍ୟବଧାନରେ ସନ୍ତାନ ଣ ହେବାକୁ କେତେଜଣ ପିତାମାତା ଆଗ୍ରହୀ? କେଉଁ କାରଣରୁ ? ଦେଖନ୍ତି।

ପୁଷ୍ଟି

  • କେତେଜଣ ମାଆ ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରନ୍ତି? କେତେ ବୟସପର୍ଯ୍ୟନ୍ତ? ଯେଉଁମାନେ ସ୍ତନ୍ୟପାନ କରାନ୍ତି ନାହିଁ, ସେମାନଙ୍କର ଶିଶୁମାନେ ଏମାନଙ୍କ ଅପେକ୍ଷା ସ୍ୱାସ୍ଥ୍ୟବାନ କି?
  • କାହିଁକି? ଲୋକମାନଙ୍କର ମୁଖ୍ୟ ଖାଦ୍ୟ କ’ଣ ? ତାହା କେଉଁଠାରୁ ଆସେ ?
  • ଯେଉଁସବୁ ଖାଦ୍ୟ ପଦାର୍ଥ ମିଳେ, ଲୋକେ ତା’ର ସଦୁପୋଯୋଗ କରନ୍ତି କି?
  • କେତେଣ ଶିଶୁଙ୍କର ଓଜନ ଆବଶ୍ୟକତାଠାରୁ କମ୍
  • ଅଥବା କେତେଜଣଙ୍କଠାରେ ପୃଷ୍ଟି ହୀନତାର  ଲକ୍ଷଣ ଦେଖାଯାଏ ? ପିତାମାତା ଓ ସ୍କୁଲପିଲାମାନେ ପୃଷ୍ଟିର ଆବଶ୍ୟକତା ସମ୍ବନ୍ଧରେ କ’ଣ ସବୁ ଜାଣନ୍ତି?
  • କେତେ ଲୋକ ପ୍ରଚୁର ଧୂମପାନ କରନ୍ତି? କେତେଜଣ ପ୍ରାୟ ମଦ୍ୟପାନ କରନ୍ତି? ଏହା ସେମାନଙ୍କ ଉପରେ ବା ପରିବାର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ ?

ଜମି ଏବଂ ଖାଦ୍ୟ

  • ପ୍ରତି ପରିବାରକୁ ନିଜ ନିଜ ଜମିରୁ  ଯଥେଷ୍ଟ ଖାଦ୍ୟ ମିଳୁଛି କି? ପିରିବାର ବଢିବାରେ ଲାଗିଲେ, କେତେଦିନଯାଏଁ ତାହା ସେମାନଙ୍କୁ ଯଥେଷ୍ଟ ଖାଦ୍ୟ ଯୋଘାଇ ପାରିବ ?
  • କ୍ଷେତଜମି କିପରି ଭାବରେ ବଣ୍ଟନ କରାଯାଇଛି / କେତେଜଣ ଲୋକଙ୍କର ନିଜର କମି ଅଛି?
  • ସେହି କମିଗୁଡିକରୁ ଅଧିକ ଉତ୍ପାଦନ କରିବାପାଇଁ କି ପ୍ରକାର ଉଦ୍ୟମ କରାଯାଉଛି ?
  • ସଫଳ ଓ ଖାଦ୍ୟକୁ କିପରି ସୁରକ୍ଷିତ ରକ୍ଷାଯାଏ? ସେଗୁଡିକର କ’ଣ ଅଧିକ କ୍ଷତି କିମ୍ବା ନଷ୍ଟ ହୁଏ କି? କାହିଁକି?

ସ୍ୱାସ୍ଥ୍ୟକାର୍ଯ୍ୟ, ସ୍ୱାସ୍ଥ୍ୟ

  • ସ୍ୱାସ୍ଥ୍ୟର ଯତ୍ନ ନେବାରେ ସ୍ଥାନୀୟ ଧାଈ ଓ ଚିକିତ୍ସାକମାନେ କି ଭୂମିକା ଗ୍ରହଣ କରନ୍ତି? କେଉଁ ପ୍ରକାରେର ପରମ୍ପରାଗତ ଉପଚାର ଏବଂ ଔଷଧ ବ୍ୟବହାର କରାଯାଏ ? ଏଥିମଧ୍ୟରୁ କେଉଁଗୁଡିକ ଅଧିକ ମହତ୍ତ୍ଵପୂର୍ଣ୍ଣ ? କେଉଁଗୁଡିକ ହାନି କାରକ ବା ବିପଜ୍ଜନକ ଅଟନ୍ତି ?
  • କି କି ସ୍ୱାସ୍ଥ୍ୟସେବା ନିକଟରେ ମିଳେ? ସେଗୁଡିକ କେତେଦୂର ଭଲ ସେଥିଲାଗି କେତେ ଖର୍ଚ୍ଚ ହୁଏ? ସେଗୁଡିକ କେତେକ ପରିମାଣରେ ବ୍ୟବହୁତ ହୁଏ ?
  • କେତେଜଣ ଶିଶୁଙ୍କୁ ଟଙ୍କା ଦିଆଯାଇଛି? କେଉଁ ରୋଗ ପାଇଁ ?
  • ରୋଗ ନିବାରଣ ପାଇଁ କି ଉପାୟ ଗ୍ରହଣ କରାଯାଇଛି ? ଆଉ କ’ଣ ସବୁ ନିଆଯାଇପାରେ ? ସେଗୁଡିକ କେତେଦୂର ଗୁରୁତ୍ଵପୂର୍ଣ୍ଣ ?

ସ୍ଵାବଲମ୍ବନ

  • ଆପଣଙ୍କ ଲୋକମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ପ୍ରଭାବ, ଅଧିକ ପ୍ରଭାବ ପକାଉଥିବା ମୁଖ୍ୟ ପଦାର୍ଥଗୁଡିକ କ’ଣ ? ବର୍ତ୍ତମାନ ଓ ଭବିଷ୍ୟତରେ ମଧ୍ୟ?
  • ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେଉଁ ସାମାନ୍ୟ ସମସ୍ୟା ଗୁଡିକର ଯତ୍ନ ଲୋକେ ନିଜେ ନେଇପାରିବେ ? ବାହାରର ସହାୟତା ଓ ଡାକ୍ତରୀ ସାହାଯ୍ୟ ଉପରେ ସେମାନେ ନିର୍ଭର କରିବା ଆବଶ୍ୟକ କି?
  • ଲୋକମାନେ ନିଜର ଯତ୍ନ ନେବାପାଇଁ, କିଛି ଅଧିକ ସୁରକ୍ଷିତ, ଅଧିକ ପ୍ରଭାବଶାଳୀ ଓ ସମ୍ପୁର୍ଣ୍ଣ ଉପାୟ କାଢିବାରେ ଇଛୁକ କି?  କାହିଁକି ? କି ଉପାୟରେ ସେମାନେ ଅଧିକ କିଛି ଶିଖି ପାରିବେ ? ଏହା କରିବା ଦିଗରେ କି କି ଅସୁବିଧାମାନ ଦେଖାଦିଏ ?
  • ଧନୀ ବ୍ୟକ୍ତିଙ୍କ ନିକଟରେ କି ଅଧିକାର ରହିଛି – ଆଉ ଗରୀବଲୋକଙ୍କ ନିକଟରେ? ପୁରୁଷ ନାରୀମାନଙ୍କ ପାଖରେ ? ଆଉ ପିଲାମାନେ ହାତରେ ? ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଶ୍ରେଣୀଙ୍କ ପ୍ରତି କିପରି ବ୍ୟବହାର କରାଯାଏ ? କାହିଁକି ? ତାହା କ’ଣ ଯଥାର୍ଥ ଅଟେ ? କେଉଁଥିରେ ପରିବର୍ତ୍ତନ ଆବଶ୍ୟକ ? କିଏ ବଦଳାଇବ ? କିପରି?
  • ସାମୁହିକ ଆବଶ୍ୟକତା ନିମିତ୍ତ ଲୋକମାନେ କ’ଣ ମିଳିମିଶି କାର୍ଯ୍ୟ କରନ୍ତି ? ଅସୁବିଧା ସମୟରେ ସେମାନେ ପରସ୍ପରକୁ ସାହାଯ୍ୟ କରନ୍ତି କି?
  • ଆପଣଙ୍କ ଗ୍ରାମକୁ ଏକ ଉତ୍ତମ ଓ ସ୍ୱାସ୍ଥ୍ୟପ୍ରଦ ଅଞ୍ଚଳରେ ପରିଣତ କରିବା ପାଇଁ କ’ଣ କ’ଣ କରାଯାଇପାରେ ? ଏଥିପାଇଁ ଆପଣ ଓ ଆପଙ୍କ ଲୋକମାନେ କେଉଁଠାରୁ ଆରମ୍ଭ କରିବା ଉଚିତ୍ ।

ସ୍ଥାନୀୟ ସମ୍ଭଳର ବ୍ୟବହାର

ଆବଶ୍ୟକତା ପୁରଣ ଦିଗରେ ସ୍ଥାନୀୟ ସମ୍ଭଳର ବ୍ୟବହାର ।

  • କୌଣସି ସମସ୍ୟାକୁ ଆପଣ କିପରି ସମାଧାନ କରିବେ, ତାହା ନିକଟବର୍ତ୍ତୀ ସ୍ଥାନମାନଙ୍କରୁ ମିଳୁଥିବା ସମ୍ବଳ ଉପରେ ନିର୍ଭର କରେ ।
  • କେତେଗୁଡିକ କାର୍ଯ୍ୟପାଇଁ ବାହାରର ସମ୍ବଳ ଦରକାର ପଡେ ( ଯଥା – ମୌଳିକ ଉପାଦାନ, ଧନ କିମ୍ବା ବାହାରୁ ଆସୁଥିବା ଲୋକେ ) । ଉଦାହରଣ ସ୍ୱରୂପ, ଟୀକା ଦେବାର କାର୍ଯ୍ୟକ୍ରମ ସଫଳ ହେବ, ଯଦି ଟୀକା ଦେବାର ସାମଗ୍ରୀ ପ୍ର୍ରାୟ ବିଦେଶରୁ ଅଣାଯାଇ ପାରିବ ?
  • ଆଉ କେତେକ କାର୍ଯ୍ୟକ୍ରମ ସ୍ଥାନୀୟ ସମ୍ବଳର ବିନା ସହାୟତାରେ କରାଯାଇପାରେ । ଗୋଟିଏ ପରିବାରର ଲୋକେ କିମ୍ବା କେତେକ ପଡୋଶୀ ମିଳି, ନିକଟରେ ମିଳୁଥିବା ଉପକରଣ ସହାୟତାରେ, ଗୋଟିଏ ପୋଖରୀର ଚାରିକଡେ ତାରି କଡେ ତାରବାଡ କିମ୍ବା ଗୋଟିଏ ସାଧାରଣ ଶୌଚାଳୟ ତିଆରି କରିପାରିବେ ।
  • କେତେକ ବାହାର ଯଥା; ଟୀକା ଓ କେତେକ ଗୁରୁତ୍ଵପୂର୍ଣ୍ଣ ଔଷଧ, ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇ ପାରେ । ଏସବୁ ପାଇବା ପାଇଁ ଆପଣଙ୍କୁ ଯଥାସାଧ୍ୟ ଚେଷ୍ଟା କରିବାକୁ ପଡିବ, ମାତ୍ର ସାଧାରଣଭାବେ ଆପଣଙ୍କ ଲୋକଙ୍କ ପାଇଁ ଏହାହିଁ ସର୍ବୋତ୍ତମ ହେବ ଯେ ସେମାନେ :
  • ଯେତେଦୂର ସମ୍ଭବ, ସ୍ଥାନୀୟ ସମ୍ବଳର ବ୍ୟବହାର କରନ୍ତୁ ।

  • ଆପଣ ଓ ଆପଣଙ୍କ ସମାଜର ଲୋକମାନେ ଯେତେ ଆତ୍ମନିର୍ଭରଶୀଳ ହେବେ, ବାହାରର ସହାୟତା ଉପରେ ଆପଣମାନେ ସେତିକି କମ୍ ନିଭର କରିବେ । ପରିମାଣ ସ୍ୱରୂପ ଆପଣଙ୍କ ସମାଜ ସେତିକି ଅଧିକ ସୁସ୍ଥ ଓ ଦୃଢ ହୋଇପାରିବ ।
  • ସ୍ଥାନୀୟ ସମ୍ବଳଗୁଡିକ ନିକଟରେ ମିଳୁଥିବାରୁ ନିର୍ଭରଯୋଗ୍ୟ ଅଟନ୍ତି । ଏଗୁଡିକ ଅଳ୍ପ ଖର୍ଚ୍ଚରେ ଅଧିକ ଲାଭ ଦେଇଥାନ୍ତି । ଉଦାହରଣ ସ୍ୱରୂପ, ଆପଣମାନେ ଶିଶୁମାନଙ୍କୁ ବୋତଲରେ କ୍ଷୀର ପାନ କରାଇବାକୁ ଣ ଦେଇ ସ୍ତନ୍ୟପାନ କରାଇବାକୁ ମାଆମାନଙ୍କୁ ଉତ୍ସାହିତ କରାନ୍ତୁ । ଏହାଦ୍ଵାରା ଆପଣ ଏକ ଉଚ୍ଚ ସ୍ତରର ସ୍ଥାନୀୟ ସମ୍ବଳ ( ମାଆର କ୍ଷୀର) ମଧ୍ୟମରେ ଆତ୍ମନିର୍ଭରଶୀଳତା ବୃଦ୍ଧି କରାଇପାରିବେ । ଏହା ଫଳରେ ଶିଶୁମାନଙ୍କୁ ସଂକ୍ରାମକ ରୋଗ ଓ ମୃତ୍ୟୁ କବଳରୁ ରକ୍ଷା କରାଯାଇ ପାରିବ ।

ସ୍ୱାସ୍ଥ୍ୟ କାର୍ଯ୍ୟ ସମୟରେ ସର୍ବଦା ଗୋଟିଏ କଥା ମନେ ରଖିବେ :

ଲୋକମାନଙ୍କର ସ୍ୱାସ୍ଥ୍ୟର ମୁଲ୍ୟବାନ ସମ୍ବଳ ଲୋକମାନେ ହିଁ ନିଜେ ।

କ’ଣ କରିବାକୁ ହେବ ଓ କେଉଁଠାରୁ ଆରମ୍ଭ କରିବାକୁ ପଡିବ ନିଷ୍ପତ୍ତି ନେବା

ଆବଶ୍ୟକତା ଓ ସମ୍ଭଳଗୁଡିକୁ ଭଲଭାବେ ଜାଣିବା ପରେ, ଆପଣ ଓ ଆପଣଙ୍କର ସମାଜର ନିଷ୍ପତ୍ତ ନେବେ ଯେ, କେଉଁ ଜିନିଷଟି ଅଧିକ ଗୁରୁତ୍ଵପୂର୍ଣ୍ଣ ଓ କେଉଁଗୁଡିକ ପ୍ରଥମେ ଆରମ୍ଭ କରିବାକୁ ହେବ । ଲୋକମାନଙ୍କୁ ସୁସ୍ଥ ରଖିବାପାଇଁ ଭିନ୍ନ ପ୍ରକାର କାର୍ଯ୍ୟ କରିପାରନ୍ତି ଏପରି କେତେକ କାର୍ଯ୍ୟ ଅଛି, ଯେଉଁଗୁଡିକ ବର୍ତ୍ତମାନ ପାଇଁ ଜରୁରୀ । ଅନ୍ୟ କେତେକ କାର୍ଯ୍ୟ ଲୋକମାନଙ୍କୁ ଓ ସମଗ୍ର ସମାଜକୁ ସୁସ୍ଥ ରହିବାରେ ସାହାଯ୍ୟ କରିବ।

ଅଧିକାଂଶ ଗ୍ରାମରେ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଗୁଡିକରେ ପୁଷ୍ଟିହୀନତା ଏକ ମୁଖ୍ୟ ଅଂସ ଗ୍ରହଣ କରିଥାଏ । ଯେତେଦିନଯାଏଁ ଲୋକମାନଙ୍କୁ ପେଟପୂରା ଖାଇବାକୁ ଣ ମିଳିଛି, ସେତେଦିନଯାଏଁ ସେମାନେ ସୁସ୍ଥ ରହି ପାରିବେ ନାହିଁ । କୌଣସି ସମସ୍ୟା ପାଇଁ ଆପଣ ଯାହାକିଛି କରନ୍ତୁନୀ କାହିଁକି, ଯଦି ସେଠାକାର ଲୋକମାନେ ପେଟପୁରା ଖାଇବାକୁ ଣ ପାଆନ୍ତି ଓ ପିଲାମାନଙ୍କଠେରେ ପୁଷ୍ଟିହୀନତା, ତେବେ ଯଥେଷ୍ଟ ପୁଷ୍ଟି ଯୋଗାଇବା ଆପଣଙ୍କର ଚିନ୍ତା ହେବା ଉଚିତ୍ ।

ଏଠାରେ କିଛି ଉଦାହରଣ ଦିଆଯାଉ, ଯେଉଁଗୁଡିକ ଲୋକମାନଙ୍କୁ  ଉତ୍ତମ ପୁଷ୍ଟି ଯୋଗାଇବାରେ ଯଥେଷ୍ଟ ସାହାଯ୍ୟ କରିବ । ଏଭଳି କେତେଗୁଡିକ କାର୍ଯ୍ୟ ଅଛି, ଯେଉଁଗୁଡିକର ଫଳାଫଳ ଶୀଘ୍ର ମିଳିଥାଏ । ଅନ୍ୟ କେତେକ କାର୍ଯ୍ୟଗୁଡିକର ଫଳାଫଳ ବିଳମ୍ବରେ ଜଣାଯାଏ । ଆପଣ ଚିନ୍ତା କରି ଦେଖନ୍ତୁ ଯେ, ଏଗୁଡିକ ମଧ୍ୟରୁ କେଉଁ କାର୍ଯ୍ୟସବୁ ଆପଣଙ୍କ ଅଞ୍ଚଳ ପାଇଁ ଅଧିକ ପ୍ରଭାବଶାଳୀ ହୋଇପପାରେ  ।

ଫସଲକୁ ବଦଳାଇବା

ଆଉ ଏକ ଫସଲ କରିବା ପୂର୍ବରୁ ଦେଖନ୍ତୁ ଯେପରି ମାଟିରେ ଶକ୍ତି ଫେରି ଆସେ – ଯଥା, ବିନ୍, ମଟର, ମସୁର, ଚିନାବାଦାମ ବା ଅନ୍ୟ କୌଣସି ଫସଲ, ଯେଉଁଥିରେ ମଞ୍ଜି ମଧ୍ୟରେ ଥାଏ ।

କୌଣସି ନୂତନ ପସ୍ଥାର ପରୀକ୍ଷା ।

ପୂର୍ବଲିଖିତ ସନସ୍ତ ପରାମର୍ଶ ଆପଣଙ୍କ କ୍ଷେତ୍ରରେ ଉପୟୁକ୍ତ ଣ ହୋଇପାରେ । ସେଥି ମଧ୍ୟରୁ କେତୋଟିକୁ ଯଦି ଆପଙ୍କର ବାତାବରଣ ଓ ସମ୍ବଳ ଅନୁଯାୟୀ ବଦଳାଇ ଦିଆଯାଏ , ତେବେ କେତେକ କାର୍ଯ୍ୟ କରିବେ । ଆପଣ ସେଗୁଡିକ ବ୍ୟବହାର କରି ପ୍ରାୟ ଜାଣି ପାରିବେ ଯେ, ତାହା ଆପଣଙ୍କ ଜମି ପାଇଁ ଉପୟୁକ୍ତ କି ନୁହେଁ।

ଆପଣ କେତେବେଳେ ନୂଆ କିଛି ଉପାୟକୁ ପରୀକ୍ଷା କରୁଛନ୍ତି, ତେବେ ସର୍ବଦା ଅଳ୍ପରୁ ଆରମ୍ଭ କରାନ୍ତୁ । ଯଦି ଆପଣ ଅଳ୍ପରୁ ଆରମ୍ଭ କରି ପରୀକ୍ଷାରେ ଅସଫଳ ହୁଅନ୍ତି କିମ୍ବା ସେଥିରେ କିଛିତା ପରିବର୍ତ୍ତନ କରିବାକୁ ଅଛି କେତେ ଆପଣ ବେଶୀ କିଛି କରାଇବେ ନାହିଁ । ଯଦି ତାହା ଠିକ୍ ଭାବେ କାର୍ଯ୍ୟକରେ, ତେବେ ତାକୁ ଦେଖି ଲୋକେ ବଡ ଧରଣର କାର୍ଯ୍ୟ ଆରମ୍ଭ କରି  ପାରିବେ ।

ଯଦି କୌଣସି ପରୀକ୍ଷା ଅସଫଳ ହୁଏ ତେବେ ନିରାଶ ହୁଅନ୍ତୁ ନାହିଁ । ତାକୁ ସାମାନ୍ୟ ଅଦଳବଦଳ କରି ଆପଣ ପୁଣି ଥରେ ପ୍ରୟୋଗ କରି ପାରନ୍ତି ମନେ ରକନ୍ତି, ଆପଣ ସଫଳ ହେଲେ ଯେତିକି ଶିକ୍ଷା କରିବେ ଅସଫଳହେଲେ ମଧ୍ୟ ସେତିକି ଶିକ୍ଷା କରିବେ । କିନ୍ତୁ ଅଳ୍ପରୁ ଆରମ୍ଭ କରନ୍ତୁ ।

ଏଠାରେ ଗୋଟିଏ ନୂଆ ବିଚାର ପ୍ରୟୋଗ କରିବାର ଉଦାହରଣ ଦିଆଯାଇଛି ।

ଆପଣ ଜାଣନ୍ତି ଯେ, ସୋୟାବିନ୍ ଭଳି କେତେକ ଶିମ୍ବ ଜାତୀୟ ଶସ୍ୟ, ଶରୀର ଗଠନ କରିବାରେ ସାହାଯ୍ୟ କରେ । କିନ୍ତୁ ଏହା କ'ଣ ଆପଣଙ୍କ ଅଞ୍ଚଳରେ ଚାଷ କରାଯାଇ ପାରିବ । ଯଦି ବି ଚାଷ ହୋଇପାରେ, ଲୋକେ ଏହାକୁ ଖାଇବାକୁ ପସନ୍ଦ କରିବେ କି?

ଗୋଟିଏ ଛୋଟ ଚାଷ ଜମି; କିମ୍ବା ମାଟି ଓ ପାଣିରେ ଭିନ୍ନତା ଥାଇ ଦୁଇ ତିନୋଟି ଛୋଟ ଜମିରେ ବିନ୍ ଚାଷ କରିବା ଆରମ୍ଭ କରନ୍ତୁ । ଯଦି ବିନ୍ ଚାଷ ଭଲ ହୁଏ, ତେବେ ଭିନ୍ ଉପାୟରେ ତାକୁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରନ୍ତୁ ଓ ଲୋକେ ତାହାକୁ ଖାଇପାରୁଛନ୍ତି ନାହିଁ ଦେଖନ୍ତୁ । ଯଦି ଖାଇପାରୁଛନ୍ତି, ତେବେ ଯେଉଁ ଜମିରୁ ସବୁଠାରୁ ବେଶୀ ଭଲ ବିନ୍ ଚାଷ ହେଉଛି, ସେହି ଜମିରେ ଫସଲ କରି ଅଧିକ ଉତ୍ପାଦନ କରନ୍ତୁ । ଆହୁରି ଅଧିକ ଫସଲ ପାଇବାପାଇଁ ଭିନ୍ନ ଭିନ୍ନ ସ୍ଥିତିର ଜମି ଗୁଡିକରେ ଚାଷ କରିବା ପାଇଁ ଚେଷ୍ଟା କରନ୍ତୁ ।

ଏପରି କେତେକ ପେରିସ୍ଥିତି ଅଛି, ଯେଉଁଗୁଡିକକୁ ଆପଣ ବାରମ୍ବାର ବଦଳାଇବାକୁ ଚାହାଁନ୍ତି । ଉଦାହରଣ ସ୍ୱରୂପ, ଭୂମିର ପ୍ରକାର, ସାରର ବୃଦ୍ଧିଜଳର ପରିମାଣ କୁଇମ୍ବା ବିଭିନ୍ନ ପ୍ରକାରର ମଞ୍ଜି । ଅଧିକ ଭଲଭାବେ ଫଳାଫଳକୁ ଜାଣିବା ପାଇଁ ଏକ ସମୟରେ କେବଳ ଗୋଟିର ପଦାର୍ଥକୁ ବଦଳାନ୍ତୁ ମାତ୍ର ଅନ୍ୟଗୁଡିକୁ ପୂର୍ବଭଳି ରଖନ୍ତୁ । ଉଦାହରଣଣ ସ୍ୱରୂପ , ବିନ୍ ଚାଷରେ ଗୋବର କ୍ଷତ କିଭଳି ସାହାଯ୍ୟ କରେ, ଆପଣ ଜାଣିବାକୁ ଚାହାଁନ୍ତି । ଏଥିପାଇଁ ଆପଣ ସମାନ ପରିମାଣରେ ଜଳ ଓ ସୂର୍ଯ୍ୟକିରଣ ଯାଉଥିବା କେତେକ ଛୋଟ ଛୋଟ ଜମିରେ ସମାନ ମଞ୍ଜି ଚାଷ କରନ୍ତୁ । କିନ୍ତୁ ଚାଷ କରିବା ଚାଷ କରିବା ପୂର୍ବରୁ ପ୍ରତ୍ୟେକ ଜମିରେ ଭିନ୍ନ ପରିମାଣର କ୍ଷତ ଦିଅନ୍ତୁ । ନିମ୍ନ ଚିତ୍ର ଦେଖନ୍ତୁ :

ଏହି ପରୀକ୍ଷାରୁ ଜଣାଯାଏ ଯେ, ଏକ ନିର୍ଦ୍ଦିଷ୍ଟ ପରିମାଣର କ୍ଷତ  ଫସଲକୁ ସାହାଯ୍ୟ କରେ, ମାତ୍ର କ୍ଷତ ପରିମାଣ ଅଧିକ ହେଲେ ଫସଲର କ୍ଷତି ହୁଏ । ଏହା କେବଳ ଏକ ଉଦାହରଣ । ଆପଣଙ୍କ ପରୀକ୍ଷା ଅଲଗା ଅଲଗା ପରିମାଣ ଦେଇପାରେ । ନିଜେ ପରୀକ୍ଷା କରି ଦେଖନ୍ତୁ ।

ବ୍ୟକ୍ତି ଏବଂ ଭୂମି ମଧ୍ୟରେ ସମତା ରକ୍ଷା କରିବାପାଇଁ କାର୍ଯ୍ୟ କରିବା ।

ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ, ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନ ରକ୍ଷା ପାଇଁ ଆପଣ ସବୁମନ୍ତେ ଚେଷ୍ଟା କରିବା ଉଚିତ୍ । ଯଦି ଆପଣଙ୍କର ଚେଷ୍ଟା ଫଳରେ ଅଳ୍ପ ଶିଶୁମ ମୃତ୍ୟୁ ମୁଖରେ ପଡିନ୍ତି, ତେବେ ଆପଣଙ୍କର ସମାଜ ଓ ଭବିଷ୍ୟତରେ ଜନ୍ମ ଲାଭ କରିବାକୁ ଥିବା ଶିଶୁମାନଙ୍କ କଲ୍ୟାଣ ବିଷୟରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ । ଶିଶୁମାନଙ୍କର ମୃତ୍ୟୁହାର କମାଇବା ଅର୍ଥ ହେଲା, ଜନ୍ମ ସଂଖ୍ୟା ବୃଦ୍ଧି । କିଛି କାଳ ପରେ ଏହା ଲୋକମାନଙ୍କର କ୍ଷୁଧାର କାରଣ ହୋଇପାରତେ କାରଣ ଚାଷ ଜମି ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ  ଖାଦ୍ୟ ଯୋଗାଇବାରେ ସମର୍ଥ ହୋଇପାରେ ।

ଜମିକୁ ଅଧିକ ଭଲଭାବରେ ଚାଷ କରି, ଅଧିକ ଉତ୍ପାଦନ କରି, ବୃଦ୍ଧି ପାଉଥିବା ଜନ୍ମ ସଂଖ୍ୟାକୁ ଆଉ କିଛି ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଇ  ପାରେ । କିନ୍ତୁ ଲୋକଙ୍କର ପରିବାର ଯଦି କ୍ରମାଗତ ବୃଦ୍ଧି ପାଏ, ପୁଣି ଯଦି ସେମାନଙ୍କ ପିଲାମାନଙ୍କର ପରିବାର ମଧ୍ୟ ବଡ ହୁଏ, ତେବେ ଦିନ ଆସିବ ଯେଉଁଦିନ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଜମି ସମର୍ଥ ହେବନାହିଁ ।

ପିଲାମାନଙ୍କର ମୃତ୍ୟୁକୁ ବର୍ତ୍ତମାନ ନିବାରଣ କରି, ଭବିଷ୍ୟତରେ ଯଦି ସେମାନଙ୍କୁ ଭୋକିଲା ରଖାଯାଏ, ତେବେ ଏହା ଅତ୍ୟନ୍ତ କ୍ଷୋଭର ବିଷୟ ହେବ । ଯଦି ବାପ ମା’ ମାନେ କ୍ରମାଗତଭାବେ ପରିବାରକୁ ବୃଦ୍ଧି କରିବାରେ ଲାଗନ୍ତି ତେବେ ଏହା ନିଶ୍ଚୟ ଘଟିବ । ଏହା ପୃଥିବୀର ଅଧିକାଂଶ ଭାଗରେ ଘଟୁଛି ।

ପରିବାରକୁ ସୀମିତ ରଖିବା କେତେ ଜରୁରୀ, ଏହା ଲୋକମାନଙ୍କୁ ବୁଝାଇବା ଆପଣଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ଯଦି ଆପଣଙ୍କ ଗାଁର ଲୋକମାନଙ୍କର ଆରମ୍ଭର ହିଁ ସେମାନଙ୍କ ସନ୍ତାନସନ୍ତତିମାନଙ୍କୁ ଭରଣ ପୋଷଣ କରିବା ପାଇଁ ଯଥେଷ୍ଟ ଜମି ନ ଥାଏ, ତେବେ ଏହି କଥାଟିର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ପରିଚ୍ଛେଦ ୨୪ ରେ ପରିବାର ନିୟୋଜନର ଭିନ୍ନ ଭିନ୍ନ ଉପାୟର ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆପଣଙ୍କ ଆଞ୍ଚଲ ପାଇଁ ଯେଉଁଟି ସମ୍ଭବ ଓ ଲୋକେ ଯେଉଁଟିକୁ ପସନ୍ଦ କରନ୍ତି, ସେହି ଉପାୟଟିକୁ ବାଛନ୍ତୁ ପିତାମାତା ଓ ଧାଈମାନଙ୍କୁ ଏହି ବିଷୟରେ ସୂଚନା ଦିଅନ୍ତୁ ଓ ଏଥିପାଇଁ ଆବଶ୍ୟକ ସାମଗ୍ରୀ ସେମାନଙ୍କୁ ଯୋଗାଇ ଦିଅନ୍ତୁ ।

ବଡ ପରିବାର ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ନେଇ, ଲୋକମାନେ ଆପଣଙ୍କ ନିକଟକୁ ଆସିବେ । ଆପଙ୍କର ନିକଟକୁ ଏଭଳି ମାଆ ଆସି ପାରନ୍ତି, ଯାହାର ପ୍ରତିବର୍ଷ ପିଲାଟି ଜନ୍ମ ହେଉଥାଏ, ରକ୍ତହୀନତା ଥାଏ ଓ ଥକକି ପଡିଲାଭଳି ଦିଶୁଥାଏ ଏବଂ ଯାହାର ସ୍ତନ୍ୟରେ ଶିଶୁମାନଙ୍କୁ ଦେବା ପାଇଁ ଯଥେଷ୍ଟ କ୍ଷୀର ନ ଥାଏ । ଆପଣ ଏଭଳି କେତେ ଶିଶୁମାନଙ୍କୁ ମଧ୍ୟ ଦେଖିବାକୁ ପାଇବେ, ଯେଉଁମାନଙ୍କର ମୁଖମଣ୍ଡଳରେ ପୁଷ୍ଟିହୀନତା ଓ ଦାରିଦ୍ରାର ଚିହ୍ନ ସ୍ପଷ୍ଟ ଜଣାଯାଉଥିବ, ସେମାନଙ୍କ ବାପ- ମା’ଙ୍କୁ ପରିବାର ନିୟୋଜନ କରିବାକୁ କରନ୍ତି । ଯଦି କୌଣସି ସ୍ତ୍ରୀ ଅଧିକ ପିଲାପିଲି ଚାହେଁନାହିଁ, ତଥାପି ସେ ଏ ବିଷୟରେ ମୁହିଁ ଖୋଲି କିଛି କହିବାକୁ ଚାହେଁନାହିଁ ଯେ ପର୍ଯ୍ୟନ୍ତ ତାଙ୍କୁ ଆପଣ କିଛି ନ ପଚାରିଛନ୍ତି ।

ଭବିଷ୍ୟତରେ କ୍ଷୁଧାରୁ ରକ୍ଷା ପାଇବା ପାଇଁ ପରିବାର ନିୟୋଜନ ହେଉଛିସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଉପାୟ । ଯଦି ଲୋକମାନେ ପରିବାରକୁ ସୀମିତ ରଖିବା ଏବଂ ଭୂମି ଓ ଧନକୁ ସମବଣ୍ଟନ କରିବା ନ ଶିଖିବେ, ତା’ ହେଲେ ଅନ୍ୟ ଯେତେ ଉପାୟ] ଥିଲେ ମଧ୍ୟ ତାହା ଲୋକମାନଙ୍କୁ କ୍ଷୁଧାରୁ ରକ୍ଷା କରିପାରିବ ନାହିଁ ।

ଯଦି ଆପଣ ପିଲାମାନଙ୍କୁ ଅକାଳମୃତ୍ୟୁ ମୁଖରୁ ବଞ୍ଚାଇ, ଲୋକମାନଙ୍କର ସହାୟତା କରନ୍ତିତେବେ ଆପଣ ସେମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାରୁ ମଧ୍ୟ ରକ୍ଷା କରିବା ଉଚିତ୍, ଯାହା ଫଳରେ ସେମାନେ ନିଜର ସନ୍ତାନ – ସନ୍ତତିମାନଙ୍କୁ ବସ୍ତ୍ର, ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ ଦେବାରେ ସମର୍ଥ ହୋଇପାରିବେ ।

ନିବାରଣ ଓ ଚିକିତ୍ସା ମଧ୍ୟରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟ କରିବା

ନିବାରଣ ଓ ଚିକିତ୍ସା ମଧ୍ୟରେ ସମତାର ଅର୍ଥ ହେଲା, ବର୍ତ୍ତମାନର ଆବଶ୍ୟକତା ଓ ଭବିଷ୍ୟତର ଆବଶ୍ୟକତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ।

ଜଣେ ସ୍ୱାସ୍ଥ୍ୟକର୍ମୀ ଭାବରେ ଆପଣ ଲୋକମାନଙ୍କ ନିକଟକୁ ଯିବା ଉଚିତ୍ । ସେମାନଙ୍କ ସହିତ ଓ ସେମାନେ କଲାଭଳି କାର୍ଯ୍ୟ କରିବା ଉଚିତ୍ ଏବଂ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ଗୁଡିକୁ ପୂରଣ କରିବା ପାଇଁ ଉପାୟ  କରିବା ଉଚିତ୍ । ରୋଗ ଓ ପୀଡାର ମୁକ୍ତ ପାଇବା ଲୋକମାନଙ୍କର ପ୍ରାୟ ସବୁଠାରୁ ବଡ ଚିନ୍ତାର ବିଷୟ ହୋଇଥାଏ । ଏଥିପାଇଁ ରୋଗୀମାନଙ୍କର ସେବା କରିବା, ଆପଣଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ ।

କିନ୍ତୁ ଏହା ସହିତ ଭବିଷ୍ୟତ ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତୁ । ଲୋକମାନଙ୍କର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ କେଉଁ କାର୍ଯ୍ୟ କିପରି କରିବାକୁ ହେବ, ତାହା ମଧ୍ୟ କହିଦିଅନ୍ତୁ । ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ ଯେ, ଅନେକ ରୋଗ ଓ ଯନ୍ତ୍ରଣାକୁ ଦୂର କରାଯାଇପାରିବ ଯଦି ସେମାନେ ନିଜେ ପ୍ରତିଷେଧକ ଉପାୟମାନ ଗ୍ରହଣ କରନ୍ତି ।

ସାବଧାନ ରହନ୍ତୁ । ସମୟେ ସମୟେ ସ୍ୱାସ୍ଥ୍ୟ କର୍ମକର୍ତ୍ତା ଓ  ଯୋଜନାକାରୀମାନେ ଅନେକ ଆଗେଇ ଯାଆନ୍ତି । ଭବିଷ୍ୟତରେ ହେବାକୁ ଥିବା ରୋଗମାନଙ୍କର ପ୍ରତିଷେଧ ବିଷୟ ଭାବିଲାବେଳେ ସେମାନେ ବର୍ତ୍ତମାନର ରୋଗ ପ୍ରତି ଅଧିକ ଧ୍ୟାନ ଦେଇ ପାରନ୍ତି ନାହିଁ । ଏହିପରି ସେମାନେ ଯଦି ଲୋକମାନଙ୍କର ବର୍ତ୍ତମାନର ଆବଶ୍ୟକତାକୁ ପୂରଣ କରିବାରେ ଅବହେଳା କରନ୍ତି, ତେବେ ଲୋକେ ସେମାନଙ୍କର ସହଯୋଗ କରନ୍ତି ନାହିଁ । ସେମାନେ ସ୍ୱାସ୍ଥ୍ୟରକ୍ଷା କାର୍ଯ୍ୟରେ ଅସଫଳ ହୁଅନ୍ତି । ନିବାରଣ ଓ ଚିକିତ୍ସା ମିଳିମିଶି କାର୍ଯ୍ୟ କରନ୍ତି । ସାଧାରଣ ରୋଗଗୁଡିକ ଆରମ୍ଭରୁ ଚିକିତ୍ସା କଲେ ତାହା ଭୀକ୍ଷଣ ଆକାର ଧାରଣ କରିପାରେ ନାହିଁ । ଯଦି ଆପଣ ସାଧାରଣ ରୋଗଗୁଡିକ ଆରମ୍ଭରୁ ଚିହ୍ନି ସେଗୁଡିକର ଚିକିତ୍ସା ବିଷୟରେ ଶିକ୍ଷା ଦିଅନ୍ତୁ, ତେବେ ଅନାବଶ୍ୟକ ଯନ୍ତ୍ରଣାରୁ ଲୋକମାନଙ୍କୁ ରକ୍ଷା କରାଯାଇ ପାରିବ ।

ତୁରନ୍ତ ଚିକିତ୍ସା, ନିର୍ବାରଣର ଏକ ପଦ୍ଧତି ଅଟେ ।

ଆପଣ ଲୋକମାନଙ୍କର ସହଯୋଗ ଯଦି ଚାହିଁଥାନ୍ତି, ତେବେ ଆପଣଙ୍କ ଲୋକମାନେ ଯେଉଁ ସ୍ତରର ସେହିଠାରୁ ହିଁ କାର୍ଯ୍ୟ ଆରମ୍ଭ କରନ୍ତୁ ।

ନିବାରଣ ଓ ଚିକିତ୍ସା ର ସମତା ପାଇଁ ଏପରି କାର୍ଯ୍ୟ କରନ୍ତୁ, ଯାହା ଲୋକମାନେ ଗ୍ରହଣ କରିବେ । ଯେଉଁ ସନ୍ତୁଳନଟି ଆପଣ ନିର୍ଦ୍ଧାରଣ କରିବେ, ତାହା ଲୋକଙ୍କର ରୋଗ, ଚିକିତ୍ସା ଓ ସ୍ୱାସ୍ଥ୍ୟପ୍ରତି ଲୋକମାନଙ୍କର ଦୃଷ୍ଟି କୋଣକୁ ବିଚାରକୁ ନେବା ଉଚିତ୍ । ଆପଣ ଲୋକମାନଙ୍କର ସହାୟତା କରିବା ସଙ୍ଗେ ସଙ୍ଗେ ସେମାନେ ଭିବିଷ୍ୟତ କଥା ଚିନ୍ତା କରିବାର ଲାଗିବେ ଓ ସେମାନଙ୍କର ଦୃଷ୍ଟି କେଣ ବଦଳିଯିବ ଏବଂ ଅଧିକ ରୋଗଗୁଡିକ ରୋକାଯିବା ଫଳରେ ଆପଣ ଦେଖିବେ ଯେ, ସନ୍ତୁଳନ ଆପେ ଆପେ ନିବାରଣମୁଖୀ ହେବ ।

ଯେଉଁ ମା’ର ସନ୍ତାନ ରୋଗାକ୍ରାନ୍ତ, ତା’କୁ ଆପଣ  ଏହା କହି ପାରିବେ ନା

ହିଁ ଯେ, ଚିକିତ୍ସା ଅପକ୍ଷା ନିବାରଣ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ । ଆପଣ ଏହା କହିଲେ ମଧ୍ୟ ସେ ଶିଶୁବ ନାହିଁ । କିନ୍ତୁ ତା’ର ସନ୍ତାନର ଯତ୍ନ ନେଲାବେଳେ ଆପଣ ଏହା ଜାଣି ପାରିବେ ଯେ, ଚିକିତ୍ସା ଭଳି ନିବାରଣ ମଧ୍ୟ ଜରୁରୀ ।

ନିବାରଣ  ଉଦ୍ଦେଶ୍ୟରେ କାର୍ଯ୍ୟକରନ୍ତୁ – ଏଥିପାଇଁ ଜବରଦସ୍ତି କରନ୍ତୁ ନାହିଁ ।

ଚିକିତ୍ସାର ପ୍ରୟୋଗ, ନିବାରଣ ଦରଜାରୂପେ କରନ୍ତୁ । ଲୋକମାନଙ୍କ  ସହ ନିରାରଣ ସମ୍ବନ୍ଧୀୟ କଥାଭାଷା ହେବାର ପ୍ରକୃଷ୍ଟ ସମୟ ହେଉଛି, ଯେତେବେଳେ ସେମାନେ ଚିକିତ୍ସା ପାଇଁ ଆସନ୍ତି । ଉଦାହରଣସ୍ୱରୂପ, ଯଦି ଆପଣଙ୍କ ନିକଟକୁ  ଜଣେ ସ୍ତ୍ରୀଲୋକ, ପେଟରେ କୃମି ହୋଇଥିବା ନିଜର  ଶିଶୁକୁ ଘେନି ଆସେ, ତେବେ ତା’ର ଚିକିତ୍ସା ବିଷୟରେ ସାବଧାନତାର ସହ ତାଙ୍କୁ ବୁଝାଇ ଦିଅନ୍ତୁ । ଏହା କହିବା ସହ ଆମା ଓ ଶିଶୁଙ୍କୁ ପେଟରେ କିପରି କୃମି ହୁଏ । ତାହା ମଧ୍ୟ ବୁଝାଇ ଦିଅନ୍ତୁ ( ପରିଛେଦ ୨୯ ଦେଖନ୍ତୁ । ସମୟେ ସମୟେ ସେମାନଙ୍କର ଘରକୁ ମଧ୍ୟ ଯାଆନ୍ତୁ, ମାତ୍ର ସେମାନଙ୍କର ଦୋଷାଦୋଷ ଖୋଜନ୍ତୁ ନାହିଁ । ବରଂ ରୋଗ ଜବଳରୁ କିପରି ରକ୍ଷା କରାଯାଇପାରେ ଏକଥା କହି ଦିଅନ୍ତୁ ।

ନିବାରଣ ଶିକ୍ଷା ଦେବାର ଏକ ସୁଯୋଗ ଭାବି ଚିକିତ୍ସାର ଉପଯୋଗ କରନ୍ତୁ ।

ଔଷଧଗୁଡିକ ଉଚିତ ଓ ସୀମିତ ବ୍ୟବହାର

ଔଷଧର ଉଚିତ ଓ ସୀମିତ ପ୍ରୟୋଗ ବିଷୟରେ ବୁଝାଇବା, ବିବାରଣର ସବୁଠାରୁ କଠିନ ଓ ମହତ୍ତ୍ଵପୂର୍ଣ୍ଣ ଅଂସ ଅଟେ । କେତେକ ଆଧୁନିକ ଔଷଧ ଖୁବ ଆବଶ୍ୟକ ଓ ଜୀବନଦାୟୀନୀ ଅଟନ୍ତି । ମାତ୍ର ପ୍ରାୟ ଅଧିକାଂଶ ରୋଗପାଇଁ କୌଣସି ଔଷଧ ଆବଶ୍ୟକତା ଣ ଥାଏ । ବିଶ୍ରାମ ନେବା ଓ ସୁଷମ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ସାଧାରଣ ଘରୋଇ ଚିକିତ୍ସାଦ୍ଵାରା ମାନବ ଶରୀର ଯେ କୌଣସି ରୋଗ ବିରଦ୍ଧରେ ଲଢିପାରେ।

ଦରକାର ନ ଥିବା ସମୟରେ ମଧ୍ୟ ଲୋକମାନେ ଆପଣଙ୍କ ନିକଟକୁ ଆସିପାରନ୍ତି । ଆପଣ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଔଷଧ ସେମାନଙ୍କୁ ଦେଇ ପାରନ୍ତି କିନ୍ତୁ ସୁସ୍ଥ ହୋଇଗଲା ପରେ, ସେମାନେ ଭାବିବେ ଯେ, ଆପଣ ଓ ଆପଣଙ୍କର ଔଷଧ ହିଁ ତାଙ୍କୁ ଭଲ କରି ଦେଇଛି । ପ୍ରକୃତରେ ସେମାନଙ୍କର ଶରୀର, ରୋଗ ସହିତ ଲଢି ଆପେ ଭଲ ହୋଇଛି ।

ଅନାବଶ୍ୟକ ଔଷଧ ଉପରେ ନିର୍ଭର କରିବାକୁ ଉପଦେଶ ଦେବା ବଦଳରେ କାହିଁକି ସେହି ସବୁ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ, ତାହା ସେମାନଙ୍କୁ ବୁଝାଇଦେବା ଉଚିତ୍ । ରୋଗୀ ନିଜେ ରୋଗରୁ ମୁକ୍ତି ପାଇବା ପାଇଁ କ’ଣ କରିବାରିବ, ଏହା ମଧ୍ୟ ସେମାନଙ୍କୁ ବୁଝାଇ ଦିଅନ୍ତୁ ।

ଏହି ଉପାୟରେ ଆପଣ ସେହି ବ୍ୟକ୍ତି ଜାଣିବାକୁ ଦେଉଛନ୍ତି ଯେ, ସେ ବାହାରର ସମ୍ବଳ ( ଔଷଧ) ଅପେକ୍ଷାସ୍ଥାନୀୟ ସମ୍ବଳ ( ରୋଗୀ ନିଜେ) ଉପରେ ନିର୍ଭର କରିବା ଉଚିତ୍ । ଏହା କରିବାଦ୍ଵାରା ଆପଣ ସେହି ବ୍ୟକ୍ତି ଏକ ପ୍ରକାର ରକ୍ଷା ମଧ୍ୟ କରୁଛନ୍ତି କାରଣ ଏପରି କୌଣସି ଔଷଧ ନାହିଁ ଯାହାର ପ୍ରୟୋଗ ଦ୍ଵାରା କିଛି ନା କିଛି କ୍ଷତି ନ ହୁଏ ।

ତିନୋଟି ସାଧାରଣ ରୋଗ ଅଛି, ଯେଉଁଗୁଡିକ ପାଇଁ ଔଷଧ ଆବଶ୍ୟକ ହୁଏ ନାହିଁ, ତଥାପି ଲୋକେ ଔଷଧ ମାଗି ଥାଆନ୍ତି । ସେଗୁଡିକ ହେଲା, (୧) ସାମାନ୍ୟ ସର୍ଦ୍ଦି (୨) ହାଲୁକା କାଶ ଓ (୩) ଆମାଶୟ ।

ବିଶ୍ରାମ ନେଇ ଅଧିକ ପରିମାଣରେ ପାଣି ପିଇ ଓ  ଅଧିକ ଆସ୍ପିରିନ୍ ଖାଇ ସର୍ଦ୍ଦି ଥଣ୍ଡାର ସବୁଠାରୁ ଉତ୍ତମ ଚିକିତ୍ସା କରାଯାଇପାରେ । ପେନସିଲିନ୍ ଚେଟ୍ରାସାଇକ୍ଳିନ୍ ଓ ଏହିପରି ଅନ୍ୟାନ୍ୟ ଜୀବାଣୁନାଶୀ ଔଷଧ ଏଥିପାଇଁ ଆଦୌ ସାହାଯ୍ୟ କରନ୍ତି ନାହିଁ

ହାଲୁକା କାଶ, ଏପରିକି ତୀବ୍ର କାଶ, ଯେଉଁଥିରେ କି ବହଳିଆ କଫ ବାହାରେ , ସେ କ୍ଷେତ୍ରରେ ଅଧିକ ପରିମାଣରେ ପାଣି  ପିଇ ଓ ଅଧିକ ଆସ୍ପିରିନ୍ ଖାଇ ସର୍ଦ୍ଦି ଥଣ୍ଡା ସବୁଠାରୁ ଉତ୍ତମ ଚିକିତ୍ସା କରାଯାଇପାରେ । ପେନ୍ ସିଲିନ୍, ଟେଟ୍ରାସାଇକ୍ଲିନ୍ ଓ ଏହିପରି ଅନ୍ୟାନ୍ୟ ଜୀବାଣୁନାଶୀ ଔଷଧ ଏଥିପାଇଁ ଆଦୌ ସାହାଯ୍ୟ କରନ୍ତି ନାହିଁ ।

ହାଲୁକା କାଶ, ଏପରିକି ତୀବ୍ର କାଶ, ଯେଉଁଥିରେ କି ବହଳିଆ କଫ ବାହାରେ, ସେ କ୍ଷେତ୍ରରେ ଅଧିକ ପରିମାଣରେ ପାଣି ପିଇଲେ କଫ ପତଳା ହୋଇଥାଏ, କାଶିବାରେ ଶୀଘ୍ର ଓ ଅଧିକ ଆରାମ ଆସିଥାଏ ଯାହାକି କଫ ସିରପ ଦ୍ଵାରା ହୁଏ ନାହିଁ । ଗରମ ପାଣିରେ ବାଷ୍ଠରେ ଶ୍ଵାସ ନେବାରେ ମଧ୍ୟ ଅଧିକ ଚଞ୍ଚଲଆରମ ମିଳିଥାଏ ଲୋକମାନଙ୍କୁ କଫ ସିରପ ବା ଏହିଭଳି ଅନ୍ୟ କୌଣସି ଔଷଧ ଅଧୀନ ହେବାକୁ ଦିଅନ୍ତୁ ନାହିଁ, ଯାହାର ଆବଶ୍ୟକତା ସେମାନଙ୍କ ପାଇଁ ଆଦୌ ନାହିଁ ।

ପିଲାମାନଙ୍କର ଆମାଶୟ ରୋଗ ଔଷଧ ବ୍ୟବହାରରେ ଭଲ ହୁଏ ନାହିଁ । ଅଧିକାଂଶ ସାଧାରଣଭାବେ ବ୍ୟବହୃତ ଔଷଧ ( ଯଥା – ନିଓମାଇସିନ୍, ଷ୍ଟ୍ରେପଟୋମାଇସିନ୍, କେଓଲିନ୍ – ପେକଟିନ୍ ଲୋମୋଟିଳ, ଏଣ୍ଟ୍ରୋଭାୟୋଫର୍ମ, କ୍ଳୋରାମଫେନିକଲ୍ ) ଲାଭ ଦେବା ପରିବର୍ତ୍ତେ କ୍ଷତି ପହଞ୍ଚାଇ ପାରେ । ରୁଗଣ ପିଲାଟିକୁ ଯଥେଷ୍ଟ ପରିମାଣର ତରଳ ପଦାର୍ଥ ଓ ସୁଷମ ଖାଦ୍ୟ ମିଳିବା ଉଚିତ୍ । ଶିଶୁ ସ୍ୱାସ୍ଥ୍ୟର ଚାବିକାଠି ହେଲା, ତା’ର ମାଆ ଔଷଧ ନୁହେଁ । ଯଦି ଆପଣ ଏ କଥା ମା’ ମାନଙ୍କୁ ବୁଝାଇ ଦେଇ ପାରିବେ ଓ କ’ଣ କରିବାକୁ  ହେବ, ଶିକ୍ଷା ଦେଇ ପାରିବେ, ତେବେ ଅନେକ ଶିଶୁଙ୍କୁ ଅକାଳ ମୃତ୍ୟୁ ମୁଖରୁ ରକ୍ଷା କରାଯାଇ ପାରିବ ।

ଡାକ୍ତର ଓ ସାଧାରଣ ଲୋକେ ଔଷଧର ବହୁଳ ବ୍ୟବହାର କରନ୍ତି, ଅନେକଗୁଡିକ କାରଣରୁ ଏହା ଦୁର୍ଭାଗ୍ୟଜନକ ଅଟେ ।

  • ଏହା ଫଳରେ ଅର୍ଥର ଅପଚୟ ଘଟେ ।
  • ଏହା ଲୋକମାନଙ୍କୁ ଏଭଳି ଏକ ଜିନିଷ ଉପରେ ନିର୍ଭରଶୀଳ କରାଇଦିଏ, ଯାହାର କି ଆଦୌଆବଶ୍ୟକତା ନ ଥାଏ ।
  • ପ୍ରତ୍ୟେକ ଔଷଧ ବ୍ୟବହାରରେ କିଛିନା କିଛି ବିପଦ ରହିଥାଏ । ଏପରି ଅନାବଶ୍ୟକ ଔଷଧ ଲୋକମାନଙ୍କର କ୍ଷତି କରିବାର ସବୁବେଳେ ସମ୍ଭାବନା ଥାଏ ।
  • ଅଧିକନ୍ତୁ, ଯଦି ସାଧାରଣ ରୋଗଗୁଡିକ ପାଇଁ କୌଣସି ଏକ ଔଷଧ ଧାରାବାହୀକ ବ୍ୟବହାର କରାଯାଏ, ତେବେ ସଘାତିକ ରୋଗ ବିରୁଦ୍ଧରେ ଲଢିବା ପାଇଁ ସେହି ଔଷଧ ତା’ର ଶକ୍ତି ହରାଇ ବସେ ।

ଧାରାବାହୀକ ଶକ୍ତି ହରାଉଥିବା ଔଷଧର ସବୁଠଉଁ ଶ୍ରେଷ୍ଟ ଉଦାହରଣ  ହେଲା, କ୍ଳୋରାମ ଫେନିକାଳ । ବିପଦପୂର୍ଣ୍ଣ ଏହି ଜୀବାଣୁନାଶୀ ଔଷଧର ଏତେ ଅଧିକ ପ୍ରୟୋଗ କରାଯାଉଛି ଯେ, ବର୍ତ୍ତମାନ ଏହା ପୃଥିବୀର କେତେକ  ଭାଗରେ ଟାଇଫଏଡ ଭଳି ବିପଦପୂର୍ଣ୍ଣ  ସଂକ୍ରାମଣ ଜ୍ଵର ଉପରେ ମଧ୍ୟ ପ୍ରଭାବ ପକାଇ ପାରୁନାହିଁ । କ୍ଲୋରମ୍ ଫେନିକଲର କ୍ରମାଗତ ବ୍ୟବହାର ହେତୁ ଏହାର ପ୍ରଭାବ ଟାଇଫଏଡ୍ ଉପରେ ରହେନାହିଁ ।

ଏହିସବୁ କାରଣରୁ ଔଷଧର ବ୍ୟବହାର ସୀମିତ କରାଯିବା ଉଚିତ୍ ।

ମାତ୍ର କିପରି? କଠୋର ନିୟମ ଓ କେବଳ ଡାକ୍ତରଙ୍କୁ ଔଷଧର ପ୍ରୟୋଗ ବିଷୟରେ ନିଷ୍ପତ୍ତି ଦେବାର ଅଧିକାର ଦିଆଗଲେ ମଧ୍ୟ ଔଷଧ ଅନାବଶ୍ୟକ ବ୍ୟବହାର ରୋକାଯାଇ ପାରୁନାହିଁ । ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଲୋକେ ଜାଣିବେ ଯେ, ଔଷଧ ସୀମିତ ଓ ଉଚିତ୍  ବ୍ୟବହାର ଦ୍ଵାରା କି ଲାଭ ମିଳେ ।

ଔଷଧ ଉଚିତ୍ ଓ ସୀମିତ ବ୍ୟବହାର ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେବା ସ୍ୱାସ୍ଥ୍ୟକର୍ମୀଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ।

ଯେଉଁ ସ୍ଥାନମାନଙ୍କରରେ ଆଧୁନିକ ଔଷଧର ବହୁଳ ବ୍ୟବହାର ହେଉଛି,  ସେଠାରେ ଏହା ଅଧିକ ଜରୁରୀ ?

ଏହାକୁ କ’ଣ ଇଞ୍ଜେକସନ୍ ଦେବା ଦରକାର ନାହିଁ ?

ନାଁ, ୟା’କୁ କେବଳ ଥଣ୍ଡା ହୋଇଛି, ତାହା ଆପେ ଆପେ ଭଲ ହୋଇଯିବ । ତାହାର ବିଶ୍ରାମ, ସୁଷମ ଖାଦ୍ୟ ଓ ଯଥେଷ୍ଟ ପରିମାଣର ପାଣି ଦରକାର । ଶକ୍ତିଶାଳୀ ଔଷଧରେ ତାହାର କିଛି ଲାଭ ହେବ ନାହିଁ ବରଂ କ୍ଷତି ହେବାର ଆଶଙ୍କା ଅଛି ।

ଯେତେବେଳେ ଔଷଧର ଆବଶ୍ୟକତା ନାହିଁ, କାହିଁକି ନାହିଁ ବୁଝାଇବାକୁ ସମୟନିଅନ୍ତୁ ।

ପ୍ରଗତି ବିଷୟରେ ଜାଣିବା

ସମୟେ ସମୟେ ଆପଣଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟରେ ଏହା ଜାଣିବା ଖୁବ୍ ସହାୟକ ହୋଇଥାଏଯେ, ଲୋକମାନେ କ’ଣ ଓ କେତେ କାର୍ଯ୍ୟ କରିଛନ୍ତି । ସମାଜର ସ୍ୱାସ୍ଥ୍ୟ ତଥ୍ୟ କଲ୍ୟାଣକୁ ଉନ୍ନତ କରିବାକୁ କି କି ପରିବର୍ତ୍ତନ କରାଯାଇଛି ?

ଆପଣଙ୍କୁ ସ୍ୱାସ୍ଥ୍ୟସମ୍ବନ୍ଧୀୟ କାର୍ଯ୍ୟର ମାସିକ ବା ବାର୍ଷିକ ହିସାବ ରହିବାକୁ ପଡିବ । ଉଦାହରଣ ସ୍ୱରୂପ,

  • କେତୋଟି ପରିବାରରେ ଶୌଚଳୟ ଅଛି ?
  • କେତେଜଣ ଚାଷୀ, ସେମାନଙ୍କର ଜମି ଓ ଫସଲର ଉନ୍ନତି ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରନ୍ତି?
  • କେତେ ଜଣ ମାଆ ଓ ଶିଶୁ (ପାଞ୍ଚରୁ କମ୍ ) କାର୍ଯ୍ୟକ୍ରମ ରେ ଭାଗ ନିଅନ୍ତି ( ଅର୍ଥାତ୍ ନିୟମିତ ଯାଞ୍ଚ ଓ ଶିଖିବା)?

ସମ୍ପାଦିତ କାର୍ଯ୍ୟର ମୂଲ୍ୟାୟନ କରିବାରେ ଏହିଭଳି ପ୍ରଶ୍ନ ଆପଣଙ୍କୁ ସାହାଯ୍ୟ କରିବ । ମାତ୍ର ଏହିସବୁ କାର୍ଯ୍ୟର ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପଡିଛି, ଏହା ଜାଣିବା ପାଇଁ  ଆପଣଙ୍କୁ ଅନ୍ୟ କେତେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଯଥା:

  • ଶୌଚଳୟ ତିଆରି ହେବା ପରେ, କେତେଜଣ ଶିଶୁଙ୍କୁ ଆମାଶୟ ବା କୃମିରୋଗ ହୋଇଛି? ଶୌଚଳୟ ହେବା ପୂର୍ବରୁ ସେମାନଙ୍କର ସଂଖ୍ୟା କେତେ ଥିଲା?
  • ଏହି ଋତୁରେ କେତେ ଫସଲ ହୋଇଛି? ( ମକା, ବିନ୍ ବା ଅନ୍ୟ ପ୍ରକାରର ଶସ୍ୟ)? ଯେତେବେଳେ ଉନ୍ନତି ଚାଷ ପ୍ରଣାଳୀର ପ୍ରୟୋଗ  କରାଯାଇ ଣ ଥିଲା, ସେତେବେଳେ କେତେ ଫସଲ ହେଉଥିଲା?
  • କେତେଜଣ ଶିଶୁଙ୍କର ଓଜନ ସାଧାରଣ ଅଟେ ଓ ସେମାନଙ୍କର ଓଜନ ଯଥାଯଥ ବୃଦ୍ଧି ପାଉଛି କି ନାହିଁ ଯେତେବେଳେ ପାଞ୍ଚ ବର୍ଷ ବୟସରୁ କମ୍ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ ଆରମ୍ବ ହୋଇ ଣ ଥିଲା, ସେତେବେଳେ ପରିସ୍ଥିତି କ’ଣ ଥିଲା ?

କୌଣସି କାର୍ଯ୍ୟକ୍ରମର ସଫଳତା ଜାଣିବା ପାଇଁ ହେଲେ, ଆପଣଙ୍କୁ ସେହି କାର୍ଯ୍ୟକ୍ରମର ପୂର୍ବାପର ବିଷୟର କେତେକ ସମ୍ବାଦ ସଂଗ୍ରହ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯଦି ଆପଣ ମାଆ ମାନଙ୍କୁ ଜଣାଇବାକୁ ଚାହାନ୍ତି ଯେ, ସନ୍ତ୍ୟପାନ ଶିଶୁମାନଙ୍କର ଉତ୍ତମ ଖାଦ୍ୟ, ତେବେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସେ ସମୟରେ କେତେ ସଂଖ୍ୟକ ମାଆ ସେମାନଙ୍କ ଶିଶୁ ସ୍ତନ୍ୟପାନ କରାନ୍ତି ଏ ବିଷୟରେ ଜାଣି ରଖନ୍ତୁ । ତା’ ପରେ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ ଓ ପ୍ରତିବର୍ଷର ଏକ ହିସାବ ରଖନ୍ତୁ । ଏହି ଉପାୟରେ ଆପଣଙ୍କର ଶିକ୍ଷା କାର୍ଯ୍ୟକ୍ରମ କେତେଦୂର ପ୍ରଭାବଶାଳୀ ହୋଇ ପାରିଛି, ତାହା ଆପଣ ଜାଣିପାରିବେ ।

ଆପଣ କୌଣସି ଲକ୍ଷ୍ୟ ମଧ୍ୟ କାର୍ଯ୍ୟ କରି ପାରନ୍ତି । ଉଦାହରଣ ସ୍ୱରୂପ, ସ୍ୱାସ୍ଥ୍ୟ କମିଟି ଓ ଆପଣ ଏକ ଲକ୍ଷ୍ୟ ରାଖୀ କାର୍ଯ୍ୟ କରି ପାରନ୍ତି ଯେ, ଏହି ବର୍ଷ ସେସ ସୁଦ୍ଧା ଶତକଡା ୮୦ ଭାଗ ପରିବାରଙ୍କର ନିଜ ନିଜର ଶୌଚଳୟ ଥିବା ଉଚିତ୍ । ପ୍ରତି ମାସରେ ଆପଣ ଗୋଟିଏ ହିସାବ ରଖନ୍ତୁ ଯଦି ଛଅ ମାସ ପରେ ଆପଣ ଦେଖନ୍ତି ଯେ, ମାତ୍ର ଏକ – ତୃତ୍ରୀୟାଂଶ ଲୋକଙ୍କର ଶୌଚଳୟ ଅଛି, ତେବେ ଆପଣଙ୍କର ଲକ୍ଷ୍ୟ ପୂରଣ ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।

ଲକ୍ଷ୍ୟ ରଖିବାଦ୍ଵାରା, ପ୍ରାୟତଃଲୋକମାନେ କଠିନ ପରିଶ୍ରମ କରିଥାନ୍ତି ଏବଂ ଏହା ଫଳରେ କାର୍ଯ୍ୟଟି ଶୀଘ୍ର ଓ ଅଧିକପରିମାଣରେ ହୋଇଥାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନିଜ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରିବା ପାଇଁ ପୂର୍ବପର୍ତ୍ତୀ, ମଧ୍ୟବର୍ତ୍ତୀ ଓ ପରିବର୍ତ୍ତୀ ସମୟର କେତେକ ସୂଚନା ଆପଣଙ୍କୁ ଖୁବ୍ ସହାୟତା କରିଥାଏ ।

କିନ୍ତୁ ମନେ ରଖନ୍ତୁ- ଆପଣଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଂଶକୁ କେବେହେଁ ମାପଯାଇ ପାରିବ ନାହିଁ । ତାହାର ଏହିସବୁ ଜିନିଷ ସହ ସମ୍ବନ୍ଧ ରହିଛି, ଆପଣ ଓ ଆପଣଙ୍କ ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ଲୋକମାନେ ଏକତ୍ର ମିଳି କୌଣସି କାର୍ଯ୍ୟ କରିବା ଓ ଶିଖିବା, ଦୟା ଦାୟିତ୍ଵ, ଭଡାଦାରୀ ଓ ଆସାର ବୃଦ୍ଧି, ଏହିସବୁ ଜିନିଷକୁ ଆପଣ କଦାପି ମାପି ପାରିବେ ନାହିଁ । ମାତ୍ର ଯେତେବେଳେ ଆପଣ ପରିବର୍ତ୍ତିତ ବିଷୟଗୁଡିକ ଉପରେ ଚିନ୍ତା କରିବେ, ସେତେବେଳେ ଏହିସବୁ ଜିନିଷ ଗୁଡିକର ମୂଲ୍ୟାଙ୍କନ ମଧ୍ୟ ଭଲଭାବେ କରିପାରିବେ ।

ଏକତ୍ର ଶିଖିବା ଓ ଶିକ୍ଷା ଦେବା ଶିକ୍ଷଣ ଭୂମିକା ସ୍ୱାସ୍ଥ୍ୟକର୍ମୀ ।

ସ୍ୱାସ୍ଥ୍ୟ ଉପରେ କୁ- ପ୍ରଭାବ ପକାଉ ଥିବା ଜିନିଷଗୁଡିକ ଯେତେବେଳେ ଆପଣ ଜାଣିବେ, ସେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଆଗରେ କେତେ ଅସମ୍ଭବ କାର୍ଯ୍ୟ ରହିଛି, ତା’ ହୃଦୟଙ୍ଗମ କରିପାରିବ । ସତରେ ଏହା ସେତେବେଳେ ସମ୍ଭବ ହେବ, ଯେତେବେଳେ ଲୋକଙ୍କର ବିନା ସହାୟତାରେ ଆପଣ ନିଜେ ଲୋକମାନଙ୍କର ସ୍ୱାସ୍ଥ୍ୟ ବିଷୟକ ଭଲମନ୍ଦ କଥା ବୁଝିବେ ।

ଯେତେବେଳେ ଲୋକମାନେ ନିଜ ସମାଜର ସ୍ୱାସ୍ଥ୍ୟର ଦାୟିତ୍ଵ ନିଜ ହାତରେ ନେବାପାଇଁ ପ୍ରସ୍ତୁତ ରହିବେ, କେବଳ ସେତିକିବେଳେ ହିଁ କିଛି ପରିବର୍ତ୍ତନ ହୋଇପାରେ ।

ଆପଣଙ୍କ ସମାଜର କଲ୍ୟାଣ କେବଳ କୌଣସି ଏକ ବ୍ୟକ୍ତି କାର୍ଯ୍ୟରେ  ଲିପ୍ତ ରହିବାରେ ନିର୍ଭର କରେ ନାହିଁ ବରଂ ସବୁ ଲୋକେ ସମ୍ମିଳିତ ହେବା ଉପରେ ବର୍ଭର କରେ । ଏହା କରିବାକୁ ହେଲେ, ଦାୟିତ୍ଵ ଓ ଜ୍ଞାନରେ ସମସ୍ତେ ଭାଗୀଦାର ହେବା ଉଚିତ୍ ।

ଏହି କାରଣରୁ ଆପଣଙ୍କର ପ୍ରଥମ କାର୍ଯ୍ୟ ହେଉଛି ଶିକ୍ଷା ଦେବା – ପିଲାମାନଙ୍କୁ ସେମାନଙ୍କର ବାପ- ମା’ଙ୍କୁ, କୃଷକମାନଙ୍କୁ, ସ୍କୁଲ ଶିକ୍ଷକମାନଙ୍କୁ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ, ଅର୍ଥାତ୍ ଯେଉଁମାନଙ୍କୁ ଆପଣ ପଢାଇ ପାରିବେ ।

ଶିକ୍ଷାରୂପକ କଳାର ଜ୍ଞାନ ଜଣେ ବ୍ୟକ୍ତିଙ୍କ ପକ୍ଷରେ ଖୁବ୍ ମହତ୍ତ୍ଵପୂର୍ଣ୍ଣ । ଶିକ୍ଷା ଦେବାର ଅର୍ଥ ହେଲା, ଲୋକ ଲୋକମାନଙ୍କୁ ଉନ୍ନତ କରିବାରେ ସହାୟତା କରିବା ଓ ନିଜେ ମଧ୍ୟ ଉନ୍ନତ ହେବ । ଯେଉଁ ଶିକ୍ଷକ ନିଜର ବିଚାରଧାରାକୁ ଅନ୍ୟମାନଙ୍କୁ ମସ୍ତିଷ୍କରେ ଲଦିବାକୁ ଚେଷ୍ଟା କରେ, ସେ ଜଣେ ଉତ୍ତମ ଶିକ୍ଷଣ ନୁହେଁ । ମାତ୍ର ସେ ଅନ୍ୟମାନଙ୍କର ରୀତିନୀତି, ବିଚାର ଓ ଜ୍ଞାନକୁ ଆଧାର କରି ସେମାନଙ୍କୁ ଆଗକୁ ଯିବାରେ ଶିକ୍ଷା ଦିଏ, ଫଳରେ କି ସେମାନେ ନିଜେ ନୂଆ ନୂଆ ପ୍ରୟୋଗ କରିପାରନ୍ତି, ସେ’ ହିଁ ଜଣେ ଉତ୍ତମ ଶିକ୍ଷକ ।

ଶିକ୍ଷା ଦେବା ଓ ଶିଖିବା କେବଳ ବିଦ୍ୟାଳୟ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରର ଚାରିକାନ୍ଥ ମଧ୍ୟରେ ସୀମିତ ହେବା ଉଚିତ୍ ନୁହେଁ । ଏହିପାଇଁ ଯେ କୌଣସି ସ୍ଥାନ ନିର୍ଦ୍ଧାରଣ କରାଯାଇପାରେ – ଘର, ଚାଷ ଜମି କିମ୍ବା ରାସ୍ତାଘାଟ ସ୍ୱାସ୍ଥ୍ୟକର୍ମୀ ଭାବରେ, ଶିକ୍ଷା ଦେବାର ପ୍ରକୃଷ୍ଟ ଅବସର ଆପଣଙ୍କୁ ସେତିକିବେଳେ ମିଳିଥାଏ, ଯେତେବେଳେ ଆପଣ କୌଣସି ରୋଗୀର ଚିକିତ୍ସା କରୁଥିବେ । ମାତ୍ର ଆପଣଙ୍କ ବିଚାରଧାରାକୁ  ଆଦାନ ପ୍ରଦାନ କରିବା, ଜ୍ଞାନକୁ ବଣ୍ଟନ’ ଜରିବା, ଲୋକମାନଙ୍କୁ ବାଟ ଦେଖାଇବା , ସେମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମାଣାର ଭାବ ଜନ୍ମାଇବା ଓ ଏକତ୍ର ମିଳି କାର୍ଯ୍ୟ କରିବା ସମ୍ବନ୍ଧରେ ପରାମର୍ଶ ଦେବାର ସୁଯୋଗକୁ କଦାପି ଛାଡିବାର ନୁହେଁ ।

ଉପରୋକ୍ତ କାର୍ଯ୍ୟମାନ କରିବା ନିମିତ୍ତ ପରିବର୍ତ୍ତୀ ପୃଷ୍ଠାମାନଙ୍କରେ କେତେକ ମତ ଦିଆଯାଇଛି, ସେଗୁଡିକ ଆପଣଙ୍କୁ ସାହାଯ୍ୟ କରିପାରେ । ଏହା କେବକଳ ସୂଚନା ଅଟେ । ଆପଣଙ୍କର ନିଜର ମଧ୍ୟ କିଛି ବିଚାର ଥିବ ।

ଆଧାର - ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ

Last Modified : 4/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate