ଠିକ୍ ରୂପେ ପ୍ରୟୋଗ କରାଗଲେ, ଜୀବାଣୁନାଶୀ ଗୁଡିକ ଅତ୍ୟନ୍ତ ଉପକାରୀ ଓ ଦରକାରୀ । ସୂକ୍ଷ୍ମ ଜୀବାଣୁ ମାନଙ୍କଦ୍ଵାରା ହାଉଥିବା କେତେକ ନିର୍ଦ୍ଧିଷ୍ଟ ପ୍ରକାରର ସଂକ୍ରମଣ ଓ ରୋଗ ବିରୁଦ୍ଧରେ ଏଗୁଡିକ କାର୍ଯ୍ୟ କରିଥାନ୍ତି । ଅତି ଜଣାଶୁଣା କେତେକ ଜୀବାଣୁନାଶୀ ହେଉଛି ପେନିସିଲିନ୍, ଟେଟ୍ରାସାଇକ୍ଲିନ, ଆମ୍ପିସିଲିନ୍, ଆମୋକ୍ସାସିଲିନ୍, ଷ୍ଟ୍ରେପଟୋମାଇସିନ୍ କ୍ଲୋରମଫେନିକଲ୍ ଇତ୍ୟାଦି । ଏହି ପୁସ୍ତକରେ ସଲଫା ବା ସଲ୍ ଫୋନାମାଇଡସ୍ ଆଦି ଔଷଧଗୁଡିକୁ ମଧ୍ୟ ଜୀବାଣୁନାଶୀ ରୂପେ ଗ୍ରହଣ କରାଯାଇଛି ।
ବିଭିନ୍ନ ଜୀବାଣୁନାଶୀ ଭିନ୍ନଭିନ୍ନ ଉପାୟରେ ନିର୍ଦ୍ଧିଷ୍ଟ ସଂକ୍ରମଣର ପ୍ରତିରୋଧ କରିଥାନ୍ତି । ସମସ୍ତ ଜୀବାଣୁନାଶୀ ଗୁଡିକର ବ୍ୟବହାର ବିପଦଜନକ, କିନ୍ତୁ କେତେକ ଜୀବାଣୁନାଶୀ ଅନ୍ୟମାନଙ୍କ ଅପେକ୍ଷା ଅଧିକ ବିପଦଜନକ । ସଠିକ୍ ଜୀବାଣୁନାଶୀ ବାଛିବା ଓ ପ୍ରୟୋଗ କରିବାରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
ବିଭିନ୍ନ ପ୍ରକାର ଜୀବାଣୁନାଶୀ ରହିଛି ଓ ପ୍ରତ୍ୟକ ଜୀବାଣୁନାଶୀ ବିଭିନ୍ନ ନାଁରେ ବିକ୍ରୀ କରାଯାଉଛି । ଏହା ଅନେକ ସମୟରେ ଦ୍ଵନ୍ଦରେ ପକାଇଥାଏ ସେ ଯାହା ବି ହେଉ, ଅତି ଗୁରୁତ୍ୱପୂର୍ଣ୍ଣ ଜୀବାଣୁନାଶୀ ଗୁଡିକୁ କେତୋଟି ପ୍ରଧାନ ବିଭାଗରେ ବିଭକ୍ତ କରାଯାଇଛି ।
ଜୀବାଣୁନାଶୀ ଶ୍ରେଣୀ |
ନିର୍ଦ୍ଧିଷ୍ଟ ନାଁ ଗୁଡିକର ଉଦାହରଣ |
ପେନିସିଲିନ୍ |
ଭେରିପେନ୍ |
ଆମୋକ୍ସିସିଲିନ୍ |
ଆମୋକ୍ସିଭାନ୍ |
ଟେଟ୍ରାସାଇକ୍ଲିନ୍ |
ଟେରାମାଇସିନ୍ |
ସଲ୍ ଫୋନାମାଇଡସ୍ |
ଓରିଶଲ୍ |
କୋଟ୍ରାଇମୋକ୍ସାଜୋଲ୍ |
ବ୍ୟାକଟ୍ରିମ୍ |
କ୍ଲୋରମଫେନିକାଲ୍ |
କ୍ଳୋରୋମାଇସେଟିନ୍ |
ଏରିଥ୍ରୋମାଇସିନ୍ |
ଏରିଥ୍ରୋସିନ୍ |
ଆମ୍ପିସିଲିନ୍ସ |
ଆମ୍ପିଲିନ୍ |
ଷ୍ଟ୍ରେପଟୋମାଇସିନ୍ |
ଆମ୍ବିଷ୍ଟ୍ରିନ-ଏସ୍ |
ସେଫାଲୋସ୍ପୋରିନ୍ସ ଓ ଆମୋକ୍ସିସିଲିନ୍ |
ସେପୋରନ୍, ସେଫେକ୍ସିନ |
ଟିପ୍ପଣୀ- ଆମ୍ପିସିଲିନ୍, ପେନିସିଲିନ୍ ଶ୍ରେଣୀ ଅନ୍ତର୍ଭୁକ୍ତ ।କିନ୍ତୁ ଏହା ଅନ୍ୟାନ୍ୟ ସାଧାରଣ ପେନିସିଲିନ୍ ଅପେକ୍ଷା ଅଧିକ ଶ୍ରେଣୀର ଜୀବାଣୁନାଶକ ଅଟେ ।
ଯଦି ଆପଣଙ୍କ ନିକଟରେ କୌଣସି ଗୋଟିଏ କମ୍ପାନୀନାଁର ଜୀବାଣୁନାଶୀ ଅଛି, କିନ୍ତୁ ତାହା କେଉଁ ଶ୍ରେଣୀର ଔଷଧ ଆପଣ ଜାଣିନାହାଁନ୍ତି, ତେବେ ଔଷଧ ଡବା ବା ଶିଶି ଉପରେ ଥିବା ସୂକ୍ଷ୍ମ ଓ କ୍ଷୁଦ୍ର ଲେଖାକୁ ପଢନ୍ତୁ । ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ପାଖରେ ପାରାକସିନ୍ ‘ଏସ’ ଅଛି, କିନ୍ତୁ ଏଥିରେ କେଉଁ ଶ୍ରେଣୀର ଔଷଧ ରହିଛି ଆପଣ ଜାଣନ୍ତି ନାହିଁ, ତେବେ ଡବା ଉପରେ ଅତି ଛୋଟ ଅକ୍ଷରର ଲେଖାକୁ ପଢିଲେ ଜାଣିବେ ଯେ ତାହା ‘କ୍ଲୋରମଫେନିକଲ୍’ ।
ସବୁଜ ପୃଷ୍ଠାର କ୍ଲୋରମଫେନିକଲ୍ ଦେଖନ୍ତୁ । ଆପଣ ଜାଣିବାକୁ ପାଇବେ ଯେ ଏହି ଔଷଧ କେତେକ ଗୁରୁତର ଅସୁସ୍ଥତା, ଯଥା- ଟାଇଫଏଡ ଭଳି ରୋଗ ପାଇଁ ଉଦ୍ଦିଷ୍ଟ ଏବଂ ଏହା ନବଜାତ ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ ।
ଜୀବାଣୁନାଶୀର ନିର୍ଦ୍ଧିଷ୍ଟ ଗୁଣ ଓ ପ୍ରୟୋଗ ନଜାଣି ବ୍ୟବହାର କରନ୍ତୁ ନାହିଁ, ଏହା କେଉଁ ରୋଗକୁ କାଟୁ କରେ ଜାଣି, ଏହାର ଯଥାର୍ଥ ମାତ୍ରା ଓ ଉପଯୁକ୍ତ ସତର୍କତା ଅବଲମ୍ବନ କରି, ଏହାକୁ ନିର୍ଭୟରେ ପ୍ରୟୋଗ କରନ୍ତୁ ।
ଜୀବାଣୁନାଶୀଗୁଡିକର ବ୍ୟବହାର, ମାତ୍ରା, ସତର୍କତା ଇତ୍ୟାଦି ବିଷୟରେ, ଏହି ପୁସ୍ତକର ସବୁଜ ପୃଷ୍ଠାମାନଙ୍କରେ, ଆବଶ୍ୟକୀୟ ତଥ୍ୟ ଦିଆଯାଇଛି ।
ଦ୍ରଷ୍ଟବ୍ୟ- ଅଧିକାଂଶ ଜୀବାଣୁନାଶୀ ସ୍ୟୁଡଲ ‘X’ ଅନ୍ତର୍ଗତ, ଯାହା ଅର୍ଥ ଏହା କେବଳ ଡାକ୍ତରଙ୍କ ବ୍ୟବସ୍ଥାପତ୍ର ଅନୁସାରେ ବିକ୍ରି ହେବ
ଅଧିକାଂଶ ସାଧାରଣ ସଂକ୍ରମଣ କ୍ଷେତ୍ରରେ ଜୀବାଣୁନାଶୀ ଦିନେ ବା ଦୁଇଦିନ ମଧ୍ୟରେ ଫଳପ୍ରଦ ହୋଇଥାଏ, ଯଦି ଆପଣ ବ୍ୟବହାର କରୁଥିବା ଜୀବାଣୁନାଶୀ ଦ୍ଵାରା କୌଣସି ଫଳ ନ ମିଳିଲା, ତେବେ ସମ୍ଭବତଃ –
ପ୍ରତ୍ୟକ ଔଷଧର ପ୍ରୟୋଗ ସୀମିତ ହେବା ଉଚିତ୍ । ବିଶେଷକରି ଜୀବାଣୁନାଶୀ ପ୍ରୟୋଗ କ୍ଷେତ୍ରରେ, ନିମ୍ନଲିଖିତ କାରଣଗୁଡିକ ଯୋଗୁଁ, ଏହା ଅଧିକ ସତ୍ୟ ।
ଜୀବାଣୁନାଶୀ କେବଳ ବୀଜାଣୁମାନଙ୍କୁ ନଷ୍ଟ କରେ ନାହିଁ, ବରଂ ଶରୀରରେ ବିଷକ୍ରିୟା କରି ଅଥବା ଅନୁର୍ଜତା ସୃଷ୍ଟି କରାଇ ଶରୀରର କ୍ଷତି କରିଥାଏ। ଦରକାର ନ ଥାଇ ଜୀବାଣୁନାଶୀ ବ୍ୟବହାର କରି ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁ ବରଣ କରଥାନ୍ତି।
ଦେହ ଭିତରର ସମସ୍ତ ବୀଜାଣୁ କ୍ଷତିକାରକ ନୁହଁନ୍ତି । ସାଧାରଣଭାବେ କାର୍ଯ୍ୟକ୍ଷମ କରାଇବା ପାଇଁ କେତେକ ବୀଜାଣୁଙ୍କର ଆବଶ୍ୟକତା ରହିଛି । ଅଧିକାଂଶ ସମୟରେ ଜୀବାଣୁନାଶୀ, ହାନିକାରକ ବୀଜାଣୁଙ୍କ ସହିତ, ସାହାଯ୍ୟକାରୀ ବୀଜାଣୁଙ୍କୁ ମଧ୍ୟ ନଷ୍ଟ କରିଦିଏ । କେତେକ କ୍ଷେତ୍ରରେ ଛୁଆମାନଙ୍କୁ ଜୀବାଣୁନାଶୀ ଦିଆଯିବାଦ୍ଵାରା ସେମାନଙ୍କ ପାଟି ଭିତରେ ଧଳାଧଳା ଛତୁଜାତୀୟ ସଂକ୍ରମଣ ଦେଖାଯାଇଥାଏ । ଏହା ଜିଭରେ ଛତିଆ ବସିବା ପରି ଦେଖାଯାଏ । କାରଣ ଛତୁଜାତୀୟ ସଂକ୍ରମଣକୁ ନିୟନ୍ତ୍ରଣ କରୁଥିବା ବୀଜାଣୁମାନଙ୍କୁ ଜୀବାଣୁନାଶୀ ନଷ୍ଟ କରିଦିଏ ।
ସେହି କାରଣରୁ ହିଁ ଜଣେ ଯଦି ଆମ୍ପିସିଲିନ୍ ବା ଅନ୍ୟାନ୍ୟ ଅଧିକ ପ୍ରଭାବଶାଳୀ ଶାକାଣୁନାଶୀ ଅନେକ ଦିନ ଧରି ବ୍ୟବହାର କରନ୍ତି, ତାଙ୍କୁ ହୁଏତ ତରଳଝାଡା ହୋଇପାରେ । ଜୀବାଣୁନାଶୀ ହୁଏତ ହଜମରେ ସାହାଯ୍ୟ କରୁଥିବା ବୀଜାଣୁଙ୍କୁ ମାରିଦେଇପାରେ, ଯାହାଦ୍ୱାରା କି କ୍ଷ୍ୟୁଦ୍ରାନ୍ତ୍ରରେ ଥିବା ବୀଜାଣୁଙ୍କର ପ୍ରାକୃତିକ ଭାରସାମ୍ୟତା ନଷ୍ଟ ହୋଇଥାଏ ଓ ଫଳରେ ତରଳଝାଡା ହୋଇଥାଏ ।
ଦୀର୍ଘକାଳୀନ ଭିତ୍ତିରେ, ପ୍ରତିଜୀବାଣୁନାଶୀର ସୀମିତ ପ୍ରୟୋଗର କାରଣ ହେଉଛି, ଜୀବାଣୁନାଶୀ ବ୍ୟବହାର ଅଧିକ ହେଲେ, ତାହାର ପ୍ରଭାବ କମିଯାଏ । ଯେତେବେଳେ ଏକପ୍ରକାର ଜୀବାଣୁନାଶୀର ବୀଜାଣୁ ମାରିବାପାଇଁ ଥରକୁଥର ପ୍ରୟୋଗ କରାଯାଏ, ସେ କ୍ଷେତ୍ରରେ ବୀଜାଣୁଗୁଡିକ ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି ଏବଂ ଏପରିକି ଶେଷକୁ ନଷ୍ଟ ବି ହୁଅନ୍ତି ନାହିଁ । ସେମାନେ ସେହି ପ୍ରତିଜୀବାଣୁର ପ୍ରତିରୋଧ କରିବାକୁ ସକ୍ଷମ ହୋଇଯାଆନ୍ତି । ସେହି କାରଣରୁ ଟାଇଫଏଡ ପରି କେତେକ ରୋଗର ଚିକିତ୍ସା ଆଗ ଅପେକ୍ଷା ଅଧିକ କଷ୍ଟକର ହୋଇଯାଉଛି ।
କେତେକ ସ୍ଥାନରେ ଟାଇଫଏଡର ବୀଜାଣୁ, ଏହି ରୋଗର ସର୍ବୋତ୍କୃଷ୍ଟ ଔଷଧ କ୍ଲୋରମଫେନିକଲ୍ ପ୍ରତିରୋଧି ହୋଇଗଲାଣି । ଏବେ ପୃଥିବୀ ସାରା ସାଧାରଣ ସଂକ୍ରମଣରେ ଯେଉଁଠି ଅନ୍ୟ ଜୀବାଣୁନାଶୀମାନେ ନିରାପଦ ଓ ଭଲ କାମ କରିବେ କିମ୍ବା ଯେଉଁରୋଗ ପାଇଁ ଆଦୌ ଜୀବାଣୁନାଶୀ ଦରକାର ନାହିଁ ସେଠି ମଧ୍ୟ ଅଯଥାରେ କ୍ଲୋରମଫେନିକଲ୍ ବ୍ୟବହାର କରାଯାଉଛି । ଅତି ସାମାନ୍ୟ ସଂକ୍ରମଣ ପାଇଁ ଜୀବାଣୁନାଶୀର ବହୁଳ ପ୍ରୟୋଗ ହେତୁ, କେତେକ ବିଶେଷ ରୋଗର ବୀଜାଣୁ ଜୀବାଣୁନାଶୀ ବା ପ୍ରତିଜୀବାଣୁ ପ୍ରତିରୋଧି ହୋଇଗଲାଣି । କାରଣ ଅତି ସାଧାରଣ ସଂକ୍ରମଣରେ ମଧ୍ୟ ଜୀବାଣୁନାଶୀକୁ ଅଯଥାରେ ବ୍ୟବହାର କରାଯାଉଛି । ସଂପ୍ରତି ବ୍ୟବହାର କରାଯାଉଥିବା ମାତ୍ରାକୁ ସୀମିତ କରାଗଲେ ହିଁ ଜୀବନ ରକ୍ଷାପାଇଁ ପ୍ରତିଜୀବାଣୁର ବ୍ୟବହାର ଚାଲୁରହିପାରିବ । ଏହା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଲୋକମାନଙ୍କର ବିଜ୍ଞ ବ୍ୟବହାର ଉପରେ ନିର୍ଭର କରେ ।
ଅତି ସାଧାରଣ ସଂକ୍ରମଣ ପାଇଁ ପ୍ରତିଜୀବାଣୁର ପ୍ରୟୋଗ ଅନାବଶ୍ୟକ ଓ ଅନୁଚିତ ମଧ୍ୟ । ସାବୁନ ଓ ପାଣି, ଗରମ ସେକ, ଜେନସିଆନ ଭାଓଲେଟ ର ଲେପନ ଇତ୍ୟାଦି ଦ୍ଵାରା ସାଧାରଣ ଚରମ ସଂକ୍ରମଣର ଚିକିତ୍ସା କରାଯାଇ ସାଧାରଣ ସଂକ୍ରମଣର ଚିକିତ୍ସା କରାଯାଇ ପାରିବ । ପ୍ରଚୁର ପରିମାଣର ତରଳପଦାର୍ଥ ପିଇବା, ଭଲ ଖାଦ୍ୟ ଖାଇବା ଓ ପ୍ରଚୁର ବିଶ୍ରାମ ନେବା ଦ୍ଵାରା ଶ୍ଵାସକ୍ରିୟା ସମ୍ବନ୍ଧୀୟ ସାଧାରଣ ସଂକ୍ରମଣର ଚିକିତ୍ସା କରାଯାଇପାରିବ । ଅଧିକାଂଶ ତରଳଝାଡା ପାଇଁ ପ୍ରତିଜୀବାଣୁର ଆବଶ୍ୟକତା ଆଦୌ ନାହିଁ, ବରଂ ଏହା ହାନିକାରକ, ପ୍ରଚୁର ତରଳପଦାର୍ଥ ପିଇବା ଓ ଇଚ୍ଛାକଲାମାତ୍ରେ ଶିଶୁକୁ ଯଥେଷ୍ଟ ଖାଦ୍ୟ ଖାଇବାକୁ ଦେବା, ଏ କ୍ଷେତ୍ରରେ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ।
ଶରୀର ଆପେ ଆପେ ଯେଉଁସବୁ ସଂକ୍ରମଣର ମୁକାବିଲା ସୁଚାରୁରୂପେ କରିପାରିବେ, ସେ ପାଇଁ ପ୍ରତିଜୀବାଣୁ ପ୍ରୟୋଗ କରନ୍ତୁ ନାହିଁ । ଅତ୍ୟାବଶ୍ୟକ ସମୟରେ ବ୍ୟବହାର କରିବା ପାଇଁ ଅପେକ୍ଷା କରନ୍ତୁ । |
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 1/26/2020