ଓଠ ଉପରେ ତଥା ପାଟି ଭିତରେ ଥଣ୍ଡା ଯୋଗୁଁ ଛୋଟ ଛୋଟ ଧଳା ଘା’ ସୃଷ୍ଟି ହୁଏ, ଏହାକୁ ଥଣ୍ଡା ଘା’କୁହାଯାଏ । ଯଦି ଲୋକକୁ ଜ୍ଵର ହୁଏ ବା ଖୁବ୍ ଜୋରରେ ସର୍ଦ୍ଦି ହୁଏ, ତେବେ ଏହି ଘା’ ବାହାରି ଥାଏ । କିଛି ଦିନ ପର୍ଯ୍ୟନ୍ତ ରହି ତାହା ଆପେ ଆପେ ଦୂରେଇ ଯାଏ । ଏଥିରେ ବରଫ ଦେଲେ ସାହାଯ୍ୟ ମିଳିଥାଏ । ଫିଟିକିରି, କର୍ପୂର ବା ପିତା ଗଛର ରସ ଲଗାଇଲେ ସାହାଯ୍ୟ ମିଳିପାରେ। ଔଷଧ ନ ଲଗାଇଲେ ଭଲ ।
ପାଟି ଭିତରେ ବା ଜିଭ ଉପରେ ଦୀର୍ଘକାଳୀନ ଘା’ ଯାହା ସାଧାରଣ ଚିକିତ୍ସା ବା ପୁଷ୍ଟିକର ଖାଦ୍ୟ ଦ୍ଵାରା ଭଲ ହେଉ ନଥାଏ । ତେବେ ତାହା ହୁଏତ କ୍ୟାନସର ହୋଇପାରେ । ଯେଉଁମାନେ ଗୁଆ ଚୋବାନ୍ତି ବା ପାନରେ କଡା ଧୂଆଁ ପତ୍ର ମିଶାଇ ଖାଆନ୍ତି ସେହିମାନଙ୍କ ମୁଖରେ ସାଧାରଣତଃ କ୍ୟାନସର ହେବାର ସମ୍ଭାବନା ଥାଏ । ଏହା ହୋଇଥିଲେ ସ୍ୱାସ୍ଥ୍ୟସେବୀଙ୍କ ସହ ପରାମର୍ଶ କରନ୍ତୁ ।
ଅଧିକ ଖାଇଲେ କିମ୍ବା ତେଲିଆ ଖାଦ୍ୟ ଖାଇଲେ ଅତ୍ୟଧିକ ମଦ ବା କଫି ପିଇଲେ ଅମ୍ଳ ବଦହଜମି ଓ ଛାତିପୋଡାଜଳା ହୋଇଥାଏ । ଏଗୁଡିକ ପାକସ୍ଥଳୀରୁ ଅଧିକ ଅମ୍ଳ ଝରାଇଥାନ୍ତି, ଯେଉଁକାରଣରୁ ପାକସ୍ଥଳୀ ବା ଛାତି ଜଳିଗଲା ପରି ଲାଗେ । କିଛି ଲୋକ ବଦହଜମି ନ କହି ହୃତପିଣ୍ଡର ଅସୁବିଧାରୁ ଛାତି ଜଳି ଯାଉଛି ବୋଲି କୁହନ୍ତି । ଯଦି ଶୋଇବା ଅବସ୍ଥାରେ ମଧ୍ୟ ଅଧିକ ଯନ୍ତ୍ରଣା ହୁଏ ତେବେ ଏହା ଛାତି ପୋଡା ହୋଇପାରେ।
ପାଚକ ଘା’ ପାକସ୍ଥଳୀ ବା କ୍ଷୁଦ୍ରାନ୍ତ୍ରରେ ଏକ ପୁରାତନ ଘା’ ଅଟେ । ଏହା ଅତ୍ୟଧିକ ଅମ୍ଳ କାରଣରୁ ହୋଇଥାଏ । ଏହା ଦୀର୍ଘକାଳ ସ୍ଥାୟୀ ଭାବରେ ରହିଥାଏ ଏବଂ ପାକସ୍ଥଳୀରେ ବହୁତ କଷ୍ଟ ଦେଇଥାଏ । ଯେତେବେଳେ ବ୍ୟକ୍ତି ଖାଦ୍ୟ ଖାଏ ବା କ୍ଷୀର ବା ଅଧିକ ପାଣି ପିଏ, ଯନ୍ତ୍ରଣା କମିଯାଏ, ଖାଇସାରିବାର ୨-୩ ଘଣ୍ଟା ପରେ ହୋଇଥାଏ । ବ୍ୟକ୍ତି ଗୋଟିଏ ବକ୍ତ ଖାଦ୍ୟ ନ ଖାଇଲେ ବା ମଦପିଇବା ପରେ ବା ମସଲାଯୁକ୍ତ ଖାଦ୍ୟ ଖାଇଲେ କଷ୍ଟ ହୋଇଥାଏ । ରାତିରେ ଅତ୍ୟଧିକ କଷ୍ଟ ହୋଇଥାଏ ନିର୍ଦ୍ଧିଷ୍ଟ ପରୀକ୍ଷା ବିନା ପାକସ୍ଥଳୀରେ ଘା ହୋଇଛି କି ନାହିଁ ଜାଣିବା କଷ୍ଟକର ଅଟେ ।
ଯଦି ଘା’ ସାଂଘାତିକ ହୋଇଅଛି ତାହାହେଲେ ବାନ୍ତି ହୋଇପାରେ । ବେଳେବେଳେ କଫି ରଙ୍ଗପରି ରକ୍ତ ବାନ୍ତିରେ ପଡିପାରେ । ଘା’ ରୁ ରକ୍ତ ବାହାରି ଝାଡା ସହିତ ମିଶି ପଦାକୁ ଆସିଥାଏ । ସାଧାରଣତଃ ତାହା ଆଲକାତରା ଭଳି କଳା ଦେଖାଯାଏ ।
କିଛି ଘା’ କଷ୍ଟହୀନ ବା ସ୍ଥିର ଓ ବାନ୍ତିରେ ରକ୍ତ ପଡିବାର ଲକ୍ଷଣ ଦେଖାଯାଏ ବା ଝାଡା କଳାରଙ୍ଗ ହୋଇ କାଠୁଆ ହୋଇଥାଏ। ଏହି ସମୟରେ ଡାକ୍ତରଖାନାରେ ଚିକିତ୍ସିତ ହେବା ଉଚିତ୍ । ରକ୍ତ ପଡିବାଦ୍ଵାରା ବ୍ୟକ୍ତି ଶୀଘ୍ର ମରିଯିବାର ସମ୍ଭାବନା ଥାଏ। ଡାକ୍ତରୀ ସାହାଯ୍ୟ ତୁରନ୍ତ ନେବା ଆବଶ୍ୟକ।
ଏଗୁଡିକ ଘା କୁ ଅଧିକ ବଢାଇବାରେ ସାହାଯ୍ୟ କରେ |
ଏଗୁଡିକ କର ନାହିଁ |
ଆବଶ୍ୟକ ଅନୁଯାୟୀ ଅଧିକ ଖାଇଲେ |
ଅଳ୍ପ ଖାଦ୍ୟ ଓ ଅଧା ପେଟ କରି କିଛି କିଛି ବ୍ୟବଧାନରେ ଖାଇବା ଉଚିତ୍ |
ମଦ୍ୟପାନ |
ସିଝା ପନିପରିବା |
କଫି |
ପ୍ରଚୁର ପାଣିପିଇବା |
ଧୂମପାନ |
ସିଝା ଅଣ୍ଡା |
ମସଲା ଓ ଲଙ୍କା |
ସିଝା ଆଳୁ |
ଚର୍ବି ଓ ତୈଳାକ୍ତ ଖାଦ୍ୟ |
|
ସୋଡା, କୋଇଲା |
|
ଆସ୍ପିରିନ, କର୍ଟିକୋଷ୍ଟିରଏଡ |
|
ଜଣେ ବ୍ୟକ୍ତି ନିଜର ଇଚ୍ଛା ଅନୁସାରେ ଅତ୍ୟଧିକ ଖାଇଲେ ପାକସ୍ଥଳୀର ଘା’ ଅଧିକ ବଢିଯାଏ । ଯଦି ସମ୍ଭବ ତାହାହେଲେ ବ୍ୟକ୍ତିଙ୍କୁ କିଛି କିଛି ବ୍ୟବଧାନରେ ଅଳ୍ପ ଅଳ୍ପ କରି ଖାଇବାକୁ କୁହନ୍ତୁ।
ଘା’ ତୁରନ୍ତ ଚିକିତ୍ସା କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ ଚିକିତ୍ସା ନ କରିବାଦ୍ଵାରା ଅଧିକ ରକ୍ତସ୍ରାବ ହୋଇଥାଏ ଓ ଏପରିକି ପେରିଟୋନାଇଟସ ରୋଗ ମଧ୍ୟ ହୋଇପାରେ । ଅତ୍ୟଧିକ ଖାଦ୍ୟ, ମଦ ବା କଫି ବା ଧୂମପାନ ଭଳି ପାକସ୍ଥଳୀରେ ଅମ୍ଳ ଉତ୍ପାଦନ କରୁଥିବା ପଦାର୍ଥଠାରୁ ସର୍ବଦା ଦୂରେଇ ରହିବା ଉଚିତ୍।
Last Modified : 8/13/2019