অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭ ନିରୋଧ ପାଇଁ ଘରୋଇ ବ୍ୟବସ୍ଥା

ଗର୍ଭ ନିରୋଧ  ପାଇଁ ଘରୋଇ ବ୍ୟବସ୍ଥା

ପ୍ରତ୍ୟକ ଜାଗାରେ ଗର୍ଭନିରୋଧ କରିବା ପାଇଁ ତଥା ଗର୍ଭପାତ କରିବା ପାଇଁ ସେ ଅଞ୍ଚଳର ଘରୋଇ ବ୍ୟବସ୍ଥା ରହିଅଛି  । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ବ୍ୟବସ୍ଥାମାନଙ୍କ ମଧ୍ୟରୁ ଅଧିକାଂଶ ଠିକ୍ କାମ କରନ୍ତି ନାହିଁ  ଓ ବେଳେ ବେଳେ ଭୀଷଣ କ୍ଷତିକାରକ/ମାରାତ୍ମକ ହୋଇଥାନ୍ତି, ଉଦାହରଣସ୍ୱରୂପ କେତେକ ସ୍ତ୍ରୀ ଲୋକ ଭାବିଥାନ୍ତି ଯେ, ମୌଥୁନ ପରେ ଯୋନିକୁ ଧୋଇଦେଲେ  ବା ପରିସ୍ରା କଲେ ଗର୍ଭ ଉଦୟ ହେବାର ସମ୍ଭାବନା ନ ଥାଏ   । କିନ୍ତୁ ଏହା ସତ୍ୟ ନୁହେଁ   ।

ସ୍ତନ୍ୟପାନ : ଯେତେଦିନ  ମହିଳା ତାଙ୍କ ଶିଶୁକୁ ସ୍ତନ୍ୟପାନ କରାଉଥାନ୍ତି ସେତେଦିନ ପର୍ଯ୍ୟନ୍ତ ଗର୍ଭ ହେବାର ସମ୍ଭାବନା କମ୍ ଥାଏ   । ବିଶେଷତଃ ଯେତେଦିନ ପର୍ଯ୍ୟନ୍ତ ଶିଶୁ କେବଳ ମା’ ସ୍ତନରୁ ନିର୍ଗତ କ୍ଷୀର ଖାଇ ଜୀବନ ଧାରଣ କରୁଥାଏ ସେତେଦିନ ପର୍ଯ୍ୟନ୍ତ ଗର୍ଭ ସାଧାରଣତଃ ହୁଏ ନାହିଁ   । ଏ ମହିଳାଙ୍କର ଗର୍ଭବତୀ ହେବାର ସମ୍ଭାବନା ଶିଶୁକୁ ୪ ମାସରୁ ୬ ମାସ ହେବା ଭିତରେ ଅଧିକ ଥାଏ କାରଣ ଏହି ସମୟରେ ଶିଶୁ ମା’ କ୍ଷୀର ସାଙ୍ଗକୁ ଅନ୍ୟାନ୍ୟ ଖାଦ୍ଯ ଖାଇବାକୁ ଆରମ୍ଭ କରେ   । ମାଆଟି ଗର୍ଭବତୀ ନ ହେବା ପାଇଁ ଅଧିକ ନିଶ୍ଚିତ ହେବାକୁ ଶିଶୁକୁ ୩ ମାସ / ୪ ମାସ ହେବାବେଳେ ଅନ୍ୟାନ୍ୟ ଜନ୍ମ ନିରୋଧକ ପଦ୍ଧତି ଗ୍ରହଣ କରିବା ଉଚିତ୍  । ଯେତେଶୀଘ୍ର ସମ୍ଭବ ଯେ କୌଣସି ପଦ୍ଧତି ଅବଲମ୍ବନ କରିବା ଉଚିତ୍  । (ଶିଶୁକୁ ୬ ମାସରୁ କମ୍ ହୋଇଥିଲେ ଜନ୍ମ ନିରୋଧକ ବଟିକା ଛାଡି ଅନ୍ୟ ଯେ କୌଣସି ପଦ୍ଧତି ଗ୍ରହଣ କରିପାରନ୍ତି, କାରଣ ଏହି ବଟିକାମାନ ସ୍ତ୍ରୀ ଲୋକମାନଙ୍କର କ୍ଷୀର କମାଇ ଦେଇଥାଏ ) ।

ସ୍ପଞ୍ଜ ଉପାୟ

ଏହା ଏକ ଘରୋଇ ବ୍ୟବସ୍ଥା  । ଏହା କ୍ଷତି କାରକ ନୁହେଁ  ଏବଂ ସମୟେ ସମୟେ ଭଲ କାମ କରିଥାଏ   । ଏହି ପଦ୍ଧତି ଗର୍ଭନିରୋଧକ କରି ପାରିବ ବୋଲି ଆପଣ ପୁରାପୁରି ନିଶ୍ଚିତ ହୋଇଯିବା ଉଚିତ୍ ନୁହେଁ, ପୁନଶ୍ଚ ଯେତେବେଳେ ଅନ୍ୟ କୌଣସି ପଦ୍ଧତି ଆପଣଙ୍କୁ ମିଳୁ ନ ଥାଏ, ସେତେବେଳେ ଏହି ପଦ୍ଧତିର ଆଶ୍ରୟ ନିଆଯାଇପାରେ   ।

ଏଥିପାଇଁ ଆପଣ ଗୋଟିଏ ସ୍ପଞ୍ଜ ଏବଂ ଭିନେଗାର, ଲେମ୍ବୁ ବା ଲୁଣ ଦରକାର କରିବେ   । ସମୁଦ୍ରରୁ ମିଳୁଥିବା ସ୍ପଞ୍ଜ ବା କୃତ୍ରିମ  ସ୍ପଞ୍ଜ ଯେ କୌଣସିଟା  ହେଲେ ଚଳିବ  । ଯଦି ସ୍ପଞ୍ଜ ମିଳୁ ନାହିଁ  ତେବେ ତୁଳା ବା ନରମ ଲୁଗାର ଗୋଟିଏ ଗୋଲାକାର ପୁଡିଆ ତିଆରି କରନ୍ତୁ   ।

  • ମିଶ୍ରଣ କରନ୍ତୁ  ଗୋଟିଏ କପ୍ ପାଣିରେ ଦୁଇ ତେଣୁଳ ଚାମଚ ଭିନେଗାର କିମ୍ବା ଏକ ଚାମଚ ପାଣିରେ ଏକ ଚାମଚ ଲୁଣ ବା ଏକ ଚାମଚ ଲେମ୍ବୁରସ ସହିତ ଏକ କପ୍ ପାଣି   ।
  • ଏହି ମିଶ୍ରଣରେ ସ୍ପଞ୍ଜକୁ ବୁଡାନ୍ତୁ   ।
  • ମୌଥୁନ କରିବାର କିଛି ସମୟ ପୂର୍ବରୁ ଅତି ବେଶୀ ହେଲେ ଏକ ଘଣ୍ଟା ମଧ୍ୟ ଏହି ସ୍ପଞ୍ଜକୁ ଯୋନିର ଖୁବ୍ ଭିତରେ ରଖି ଦିଅନ୍ତୁ   ।
  • ମୌଥୁନ ପରେ ୬ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ପଞ୍ଜକୁ କାଢନ୍ତୁ ନାହିଁ  । ୬ ଘଣ୍ଟା ପରେ ତାହାକୁ କାଢି  ଆଣନ୍ତୁ   । ଯଦି ଏହାକୁ କାଢିବାକୁ ଅସୁବିଧା ହେଉଛି, ଆର ଥରକୁ ଏଥିରେ ଗୋଟିଏ ରିବନ ବା ଦଉଡି ବାନ୍ଧି ଦିଅନ୍ତୁ   । ଯାହା ଫଳରେ ଆପଣ ସହଜରେ ରିବନ ବା ଦଉଡିକୁ ଟାଣି ସ୍ପଞ୍ଜକୁ ବାହାର କରିପାରିବେ   ।
  • ସ୍ପଞ୍ଜଟିକୁ ସାଫା କରି ପୁନର୍ବାର ବ୍ୟବହାର କରିପାରିବେ   । ଏହିଭଳି ଗୋଟିଏ ସ୍ପଞ୍ଜ ବହୁବାର ବ୍ୟବହାର କରାଯାଇପାରେ   ।
  • ଆପଣ ଏକକାଳୀନ ଏହି ମିଶ୍ରଣଟିକୁ ପ୍ରସ୍ତୁତ କରି ଗୋଟିଏ ରଖି ପାରନ୍ତି   ।

ପ୍ରାକୃତିକ ପଦ୍ଧତି

ତାଳ / ଲୟ ପଦ୍ଧତି

ଏହି ପଦ୍ଧତି ଯେ ନିଶ୍ଚିତରୂପେ ଗର୍ଭ ନିରୋଧ କରିପାରିବ ତାହା କହି ହେବ ନାହିଁ, କିନ୍ତୁ ଏହାର ଏତିକି ଉପକାର ଯେ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡେ ନାହିଁ  । ଏହି ପଦ୍ଧତିଟି କେବଳ ସେହି ମହିଳାଙ୍କ ପାଇଁ ଉପଯୋଗୀ ହୁଏ ଯେଉଁମାନଙ୍କର ଋତୁସ୍ରାବ ନିୟମିତ ହେଉଥାଏ, ହାରାହାରି ୨୮ ଦିନ ପରେ   । ଏହା ସହିତ ପ୍ରତି ମାସରେ ଗୋଟିଏ ସପ୍ତାହ ମୌଥୁନ ନ କରିବା ପାଇଁ ପତି ପତ୍ନୀ ଦୁହେଁ  ସମ୍ମତ ହେବା ଉଚିତ୍ ।

ପ୍ରାୟତଃ  ଗୋଟିଏ ମହିଳା ଟା’ର ମାସିକ ଚକ୍ରର ମାତ୍ର ୮ଦିନ ମଧ୍ୟରେ ଗର୍ଭବତୀ ହେବାର ସମ୍ଭାବନା ବେଶୀ ଥାଏ  । ଏହାକୁ ତାଙ୍କର ‘ଫଳ କାରକ ଦିନ’ କୁହାଯାଏ   । ଏହି ୮ ଦିନ ତାଙ୍କର ମାସିକ ଚକ୍ରର ମଧ୍ୟବର୍ତ୍ତୀ ସମୟ – ଋତୁସ୍ରାବ ଆରମ୍ଭ ହେବାଠାରୁ ପ୍ରଥମ ୧୦ ଦିନ ପରେ ଗର୍ଭବତୀ ନ ହେବାକୁ ଇଚ୍ଛା କରୁଥିବା ମହିଳା ତାଙ୍କ ସ୍ଵାମୀଙ୍କ ସହ ଏହି ୮ ଦିନ ସହବାସରୁ ବିରତ ହେବା ଉଚିତ୍  । ମାସର ଅନ୍ୟ ଦିନମାନଙ୍କରେ ତାଙ୍କର ଗର୍ଭବତୀ ହେବାର ସମ୍ଭାବନା ବିଶେଷ ନ ଥାଏ   ।

ଏ ସଂକ୍ରାନ୍ତରେ ସନ୍ଦେହ ମୋଚନ ପାଇଁ ମହିଳାମାନେ ଗୋଟିଏ କ୍ୟାଲେଣ୍ଡରରେ କେଉଁ ୮ଦିନ ମୌଥୁନ ନ କରିବା ଉଚିତ୍ ତାହା ଚିହ୍ନ ଦେଇ ପାରିବେ   ।

ଉଦାହରଣ ସ୍ୱରୂପ ଆପଣଙ୍କର ମାସିକ ଋତୁସ୍ରାବ ମେ ମାସ ୫ ତାରିଖରେ ଆରମ୍ଭ ହେଲେ, ଏହିପରି ଚିହ୍ନ ଦିଅନ୍ତୁ  ।

ତା’ ପରେ ୧୦ ଦିନ ଗଣନ୍ତୁ   । ୧୧ ଦିନ ଠାରୁ ଟା’ ପରର ୮ ଦିନ ପର୍ଜଯାବତା ତାରିଖ ତଳେ ଗାର ଦିଅନ୍ତୁ   । ଏହି ଫଳକାରକ ୮ ଦିନ ମଧ୍ୟରେ ମୌଥୁନ କରନ୍ତୁ  ନାହିଁ  ।

ମନେକର ଆପଣଙ୍କର ପରବର୍ତ୍ତୀ  ମାସିକ ଋତୁ ସ୍ରାବ ଜୁନ୍ ୧ ତାରିଖରେ ହେଲା, ଠିକ୍ ସେହିଭଳି ଭାବରେ ଚିହ୍ନ ଦିଅନ୍ତୁ   ।

ଏବେ ପୁଣି  ଠିକ୍ ସେହି ପ୍ରକାର ୧ ଜୁନ୍ ଠାରୁ ୧୦ ଦିନ ଗଣନ୍ତୁ  ଏବଂ ଦଶମ ଦିନଠାରୁ ୮ ଦିନ ଚିହ୍ନ ଦିଅନ୍ତୁ ଏବଂ ଏହି ୮ ଦିନରେ ଆପଣ ମୌଥୁନ କରନ୍ତୁ ନାହିଁ   ।

ଯଦି ପତି ପତ୍ନୀ ଉଭୟେ ମାସିକ କ୍ରମରୁ ସାବଧାନତାର ସହ ନିର୍ଦ୍ଧାରିତ ୮ ତାରିଖ ଦିନମୌଥୁନରୁ ବିରତ  ହୁଅନ୍ତି ତେବେ  ବର୍ଷ ବର୍ଷ ଧରି ସେମାନଙ୍କର ସନ୍ତାନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ, କିନ୍ତୁ ଖୁବ୍ କମ୍ ସଂଖ୍ୟକ ଦମ୍ପତ୍ତି ବହୁ ଡେରି ପର୍ଯ୍ୟନ୍ତ ଏହି ପଦ୍ଧତିକୁ କୃତିତ୍ଵର ସହ ପାଳନ କରିଥାନ୍ତି   । ଏହି ପଦଧନତି ସହିତ ନିରୋଧ ବା ଡାଏଫ୍ରାମ ମିଶ୍ରଣ ନ ହେଲେ ଏହାକୁ ନିଶ୍ଚିତ ମନେ କରି ହୁଏ  ନାହିଁ  ।

ଲାଳ ପଦ୍ଧତି :

ଏହା ତାଳ ବା ଲୟ ପଦ୍ଧତିଠାରୁ କେତେକାଂଶରେ ପୃଥକ୍ ଏବଂ ବିଭିନ୍ନ ଧର୍ମ ଗୋଷ୍ଠି  ଦ୍ଵାରା ଏହାକୁ ଉତ୍ସାହିତ କରାଯାଇଥାଏ, ଏହା କେତେକ ଲୋକଙ୍କ ପାଇଁ ଖୁବ୍ ଭଲ କାମ କରେ   । ପୁଣି ଆଉ କେତେକଙ୍କ ପାଇଁ ଏହା ଫଳପ୍ରଦ ହୁଏ  ନାହିଁ   । ସାଧାରଣଭାବେ ଏହାକୁ ଗର୍ଭନିରୋଧ ପାଇଁ ନିଶ୍ଚିତ  ଉପାୟ ବୋଲି ବିବେଚନା କରାଯାଇ ପାରିବ ନାହିଁ  । କିନ୍ତୁ ଏହା ଆଦୌ ଖର୍ଚ୍ଚ ବହୁଳ ନୁହେଁ  ବା ଏଥିରେ ଭୟ କରିବାର କିଛି ନାହିଁ  । କେବଳ ଅକସ୍ମାତ ଗର୍ଭବତୀ ହୋଇଯିବା ବ୍ୟତୀତ  ଅନ୍ୟ କୌଣସି ଭୟ ନ ଥାଏ  ।

ମହିଳା ଜଣକ ତାଙ୍କର ମାସିକ ଋତୁସ୍ରାବ ହେଉହିବା ଦିନମାନଙ୍କୁ ଛାଡି ଦେଲେ ଅନ୍ୟ ସବୁଦିନ ତାଙ୍କ ଯୋନିରୁ କ୍ଷରିତ ଲାଳକୁ ପରୀକ୍ଷା କରିବା ଉଚିତ୍  । ଯୋନିରୁ କିଛି ଲାଳ କାଢି ସଫା ହାତରେ ବୁଢା ଆଙ୍ଗୁଠି ଓ ବିଶି ଆଙ୍ଗୁଠି  ମଧ୍ୟରେ ମଧ୍ୟରେ ତାହାକୁ ସମ୍ପ୍ରସାରିତ କରିବାକୁ ଚେଷ୍ଟା  କରିବେ   ।

ଯେତେଦିନ ଏହି ଲାଳ ଅଠାଭଳି ରହିବ  ସେତେଦିନ ପର୍ଯ୍ୟନ୍ତ ଆପଣଙ୍କର ଗର୍ଭବତୀ ହେବାର ସମ୍ଭାବନା ନାହିଁ, ଆପଣ ନିଶ୍ଚିତରେ ମୌଥୁନ କରିପାରନ୍ତି  ।

ଯଦି ଲାଳ ପଚା ଅଣ୍ଡା ଭଳି ଚିକ୍କଣ ଓ ପତଳା ରୁହେ ଏବଂ ବୁଢା ଆଙ୍ଗୁଠି  ଓ ବିଶି ଆଙ୍ଗୁଠି ମଧ୍ୟରେ ରଖିଲେ ତାହା ସମ୍ପସାରିତ ହୋଇଯାଏ ତେବେ ଆପଣ ମୌଥୁନ କଲେ ଆପଣଙ୍କର ଗର୍ଭବତୀ ହେବାର ସମ୍ଭାବନା ରହିଥାଏ  । ତେଣୁ ଲାଳ ପତଳା କିମ୍ବା ସଂପ୍ରସାରିତ ହୋଇ ପାରୁଥିବା ଦିନଗୁଡିକରେ ମୌଥୁନ କରନ୍ତୁ  ନାହିଁ   ।

ଆପଣଙ୍କ ମାସିକ ଋତୁଚକ୍ରର ମଧ୍ୟବର୍ତ୍ତୀ କେତେଦିନ ପାଇଁ ଲାଳ ଏହିପରି ସଂପ୍ରସାରିତ ହୋଇଥାଏ   । ଯଦି ଆପଣ ତାଳ ବା ଲୟ ପଦ୍ଧତି ଅବଲମ୍ବନ କରୁଥାନ୍ତି  ତେବେ ଏହା ହେଉଛି ସେହି ଦିନଗୁଡିକ ଯେଉଁଦିନ ଗୁଡିକରେ ଆପଣ ଆପଣଙ୍କ ସ୍ଵାମୀଙ୍କ ସହ ମୌଥୁନ କରିବା ଉଚିତ୍ ନୁହେଁ  । ଅଧିକ ନିଶ୍ଚିତ ହେବାପାଇଁ  ତାଳ ପଦ୍ଧତି ଓ ଲାଳ ପଦ୍ଧତିକୁ ଏକତ୍ର ବ୍ୟବହାର କରନ୍ତୁ  ଏବଂ ଆହୁରି ନିଶ୍ଚିତ ହେବାପାଇଁ ନିମ୍ନରେ ଦେଖନ୍ତୁ   ।

ମିଶ୍ର ପଦ୍ଧତି :

ଆପଣ ନିଶ୍ଚିତ ଭାବରେ ଗର୍ଭବତୀ ନ ହେବା ପାଇଁ  ଚାହୁଁଥିଲେ, ଦୁଇଟିଯାକ ପଦ୍ଧତିକୁ ଏକତ୍ର କରାଯାଇ ଅନୁସରଣ କଲେ ତାହା ଅଧିକ ଫଳପ୍ରଦ ହେବ  । ତାଳ ପଦ୍ଧତି ବା ଲାଳ ପଦ୍ଧତି ସହ ନିରୋଧ, ଡାଏଫ୍ରାମ, ଫେଣ ବା ସ୍ପଞ୍ଜ ଆଦିକୁ ମିଶ୍ରଣ କରାଇଲେ  ତାହା ଯେ କୌଣସି ଗୋଟିକିଆ ପଦ୍ଧତିଠାରୁ ଅଧିକ ନିରାପଦ  । ଠିକ୍ ସେହିପରି ଯଦି ଜଣେ ପୁରୁଷ ନିରୋଧ ବ୍ୟବହାର କରନ୍ତି  ଓ ଜଣେ ନାରୀ ଡାଏଫ୍ରାମ ବା ଫେଣ ବ୍ୟବହାର କରନ୍ତି, ତେବେ ଗର୍ଭବତୀ ହେବାର ସମ୍ଭାବନା ଖୁବ୍ କମ୍ ରୁହେ  ।

ଇଞ୍ଜେକ୍ସନ  ଏବଂ ଇମ୍ ପ୍ଲାଣ୍ଟସ ହରମୋନ ନିରୋଧକ ଅଟେ   । ଏହା ଗର୍ଭଧାରଣକୁ  ରୋକିଥାଏ  । ନେଟ୍ – ଏନ୍ ପ୍ରତିମାସରେ ନିଆଜିବା ଉଚିତ୍  ଓ ଡେପୋପ୍ରୋଭେରା  ପ୍ରତି ୩ ମାସରେ ନେବା ଉଚିତ୍  ।

ଇମପ୍ଲାଣ୍ଟ – ଏହା ୫ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ ରୋକିଥାଏ  । ଏହି ପଦ୍ଧତି ଆପଣେଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ   । ଯେଉଁ ମହିଳାମାନଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ବିଶୃଙ୍ଖଳା ଥାଏ, ଏହାକୁ ବ୍ୟବହାର  କରିବା ଉଚିତ୍ ନୁହେଁ   ।

ସତର୍କତା

ମାସିକ ଋତୁସ୍ରାବ ଏହି ସବୁ ପଦ୍ଧତିରେ ସାଧାରଣ ଅଟେ   । ଏଥିପାଇଁ  ଡାକ୍ତରୀ ପରାମର୍ଶ କରନ୍ତୁ  ଓ ନିୟମିତ ଶରୀର ଯାଞ୍ଚ କରନ୍ତୁ   । ଏପର୍ଯ୍ୟନ୍ତ ଏହି ପଦ୍ଧତି ଭାରତ ବର୍ଷରେ ବିଶେଷ ବ୍ୟବହାର ହୋଇନାହିଁ  ।

ପରିବାରର ବଳ ସନ୍ତାନମାନଙ୍କ ସଂଖ୍ୟା ଉପରେ ନିର୍ଭର କରେନାହିଁ, ସନ୍ତାନମାନଙ୍କୁ ମିଳୁଥିବା ଉପଯୁକ୍ତ ଖାଦ୍ୟ ଉପରେ ଏହା ନିର୍ଭର କରେ, ନିଜର ପରିବାରକୁ ନିୟନ୍ତ୍ରଣ  କରିବା ପାଇଁ ବିଚାର କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

aa

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate