অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନ୍ମ ନିୟନ୍ତ୍ରଣର ଅନ୍ୟାନ୍ୟ ପ୍ରଣାଳୀ

କଣ୍ଡୋମ – (ନିରୋଧ)

ଏହା ଏକ ପତଳା ରବର ଥଳୀ ଅଟେ   । ଏହାକୁ ପୁରୁଷ ମୌଥୁନ ସମୟରେ ନିଜର ଲିଙ୍ଗ ଉପରେ ପିନ୍ଧିଥାଏ   । ଏହାକୁ ପ୍ରାୟ ଗର୍ଭ ହୁଏ ନାହିଁ  । ଏହା ମଧ୍ୟ ଯୌନ ରୋଗ ସଂପ୍ରସାରଣ ବନ୍ଦ କରିଥାଏ, କିନ୍ତୁ ଗର୍ଭ ନିରୋଧ ପାଇଁ ଏହା ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ମାଧ୍ୟମ ନୁହେଁ   ।

ନିରୋଧ ପ୍ରତ୍ୟକ ଡାକ୍ତରଖାନା, ଔଷଧ ଦୋକାନମାନଙ୍କରେ ମିଳୁଅଛି  । ଏମାନଙ୍କ ମଧ୍ୟରୁ କେତେକ ଅନ୍ୟମାନଙ୍କ ଅପେକ୍ଷା ଶସ୍ତା ଅଟେ   । ଏହା କେତେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଦିଆଯାଏ   । ଏହାକୁ ଥରେ ମାତ୍ର ବ୍ୟବହାର କରିବା ସବୁଠାରୁ ଭଲ   । କୌଣସି ନିରୋଧ ବ୍ୟବହାର ନ କରିବାଠାରୁ ଥରେ ବ୍ୟବହୃତ ନିରୋଧକୁ ଧୋଇ ପୁଣି ବ୍ୟବହାର କରାଯାଇପାରେ   । ବ୍ୟବହାର କରିବାବେଳେ ପବନ ପଶି ନ ଯିବା ପାଇଁ ଏହାର ଅଗ୍ର ଭାଗକୁ ହାତରେ ଧରନ୍ତୁ   । ଭିତରେ ପବନ ଥିଲେ ଏହା ଭିତରକୁ ସଙ୍ଗମବେଳେ ଧାତୁ ନିର୍ଗତ ହେଲେ ତାହା ଫାଟିଯାଇପାରେ   ।

ଗର୍ଭାଶୟ ମଧ୍ୟସ୍ଥ ନିରୋଧକ (ଆଇ.ୟୁ.ଡି)

ପ୍ଲାଷ୍ଟିକରେ ଏହା ତିଆରି ହୋଇଥାଏ   । ଏହା ଅଭିଜ୍ଞ ସ୍ୱାସ୍ଥ୍ୟସେବୀ, ଧାଈ ଓ ଡାକ୍ତରମାନଙ୍କ ସାହାଯ୍ୟରେ ଗର୍ଭାଶୟ ଭିତରେ ସ୍ଥାପନ କରାଯାଏ  । ଗର୍ଭାଶୟରେ ଥିବା ପର୍ଯ୍ୟନ୍ତ ଏହା ଗର୍ଭ ଉଦୟ ହେବାକୁ ଦିଏ ନାହିଁ  । କେତେକ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଏହା ଗର୍ଭାଶୟରୁ ଆପେ ଆପେ  ଖସି ଯାଇଥାଏ   । ପ୍ରତ୍ୟକ ଋତୁସ୍ରାବ ପରେ ଆଇ.ୟୁ.ଡି. ଠିକ୍ ସ୍ଥାନରେ ଅଛି କି ନାହିଁ ପରୀକ୍ଷା ଦେଖି ନିଅନ୍ତୁ   । କେତେକ ସ୍ତ୍ରୀ ଲୋକମାନଙ୍କ ପାଇଁ ଏହା ଭୀଷଣ କଷ୍ଟଦାୟକ ହୁଏ, ଅସୁବିଧା ଲାଗେ, ତଥା ଭୟଙ୍କର ସମସ୍ୟା ସୃଷ୍ଟି କରେ  କିନ୍ତୁ ଅନ୍ୟାନ୍ୟ ବହୁ ମହିଳାଙ୍କ ପାଇଁ ଏହା ଆଦୌ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ   । ତେଣୁ ସେହି ସ୍ତ୍ରୀ ଲୋକମାନଙ୍କ ପାଇଁ ଆଇ.ୟୁ.ଡି. ହେଉଛି ସବୁଠୁ ଶସ୍ତା ଓ ସହଜ ପଦ୍ଧତି  ।

ଅପସାରଣ ପଦ୍ଧତି

ଏହା ହେଉଛି ମୌଥୁନ ସମୟରେ ବୀର୍ଜ୍ୟ ସ୍ଖଳନ ପୂର୍ବରୁ ପୁରୁଷ ତାଙ୍କର ଲିଙ୍ଗକୁ ବାହାର କରି ଆଣିବା, ଅବଶ୍ୟ ଏହା ଏକ ଭଲ ପଦ୍ଧତି, ଏଥିରେ କୌଣସି ଅସୁବିଧା ଦେଖା ଦେବାର ଭୟ ନ ଥାଏ କିନ୍ତୁ ଏହା ଉଭୟ ଦମ୍ପତିଙ୍କ ପାଇଁ ଆନନ୍ଦରେ ବାଧା ସୃଷ୍ଟି କରୁଥିବାରୁ ସବୁ ସମୟରେ ଠିକ୍ କାମ କରେ ନାହିଁ  । ସେଥିପାଇଁ ଏହା ସବୁବେଳେ ସୁରକ୍ଷିତ / ନିରାପଦ ନୁହେଁ  । କାରଣ ସମ୍ପୂର୍ଣ୍ଣ  ବୀର୍ଜ୍ୟ ନିର୍ଗତ ହେବା ପୂର୍ବରୁ ସାମାନ୍ୟ  ବୀର୍ଜ୍ୟ ବାହାରି ଯାଇ ମଧ୍ୟ ଗର୍ଭ ସୃଷ୍ଟି କରିଥାଏ   ।

ମହିଳାମାନଙ୍କ ପାଇଁ ଅନ୍ୟ ଏକ ପଦ୍ଧତି

ସର୍ଭିକାଲ କ୍ୟାପ ବା ଡାଏଫ୍ରାମ ଭଳି କେତେକ ବସ୍ତୁ ଆଗରୁ ଉପଲବ୍ଧ ଥିଲା  । ମହିଳାମାନଙ୍କ  ପାଇଁ ନିରୋଧ ଏକ ନୂଆ ପଦ୍ଧତି ଅଟେ   । କିନ୍ତୁ ଏବେଯାଏଁ ଆମ ଦେଶରେ ଏହା ଉପଲବ୍ଧ  ନୁହେଁ   । ଯେହେତୁ ଏହି ପଦ୍ଧତିଦ୍ଵାରା ମଧ୍ୟ ଗର୍ଭଧାରଣ ରୋକାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ଯୌନ ସଞ୍ଚାରିତ ରୋଗ ମଧ୍ୟ ପ୍ରତିରୋଧ କରାଯାଇପାରେ   । ତେଣୁ ଏହି ସବୁର ଉପଲବ୍ଧତା ଉପରେ ଗୁରୁତ୍ଵ ଦିଆଯିବା ଉଚିତ୍  ।

ଗର୍ଭ ନିରୋଧକ ପଦ୍ଧତି

ବନ୍ଧ୍ୟାକରଣ

ଯେଉଁମାନଙ୍କର ଆଉ ସନ୍ତାନ ଦରକାର ନାହିଁ ସେମାନଙ୍କ ପାଇଁ ବନ୍ଧ୍ୟାକରଣ ଅତି ସହଜ ତଥା ନିରାପଦ ବ୍ୟବସ୍ଥା  । ଉଭୟ ପୁରୁଷ ଓ ସ୍ତ୍ରୀଙ୍କୁ ଅସ୍ତ୍ରୋପ୍ରଚାର ବନ୍ଧ୍ୟାକରଣ କରାଯାଇପାରେ, ଆମ ଦେଶରେ ଏହି ଅସ୍ତ୍ରୋପ୍ରଚାର ମାଗଣାରେ ହୁଏ, ଆପଣ ଅସ୍ତ୍ରୋପ୍ରଚାର ହେବାକୁ ଚାହୁଁଥିଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରାମର୍ଶ କରନ୍ତୁ   ।

ପୁରୁଷମାନଙ୍କ ପାଇଁ

କରାଯାଉଥିବା ଅସ୍ତ୍ରୋପ୍ରଚାରକୁ  ଭାସେକଟୋମି କୁହାଯାଏ  । ଏହି ଅସ୍ତ୍ରୋପ୍ରଚାର ଡାକ୍ତରଖାନାରେ ବା ଡାକ୍ତରଙ୍କ ଅଫିସରେ କରାଯାଇପାରେ   । ଏହି ଠାରେ ଅଳ୍ପ ଟିକେ କାଟି ଦିଆଯାଏ ଫଳରେ ପୁରୁଷର ଅଣ୍ଡକୋଷକୁ ଯାଇଥିବା ନଳୀକୁ କାଟି କରି ବାନ୍ଧି ଦିଆଯାଏ  । ଅଣ୍ଡକୋଷ ବାହାର କରିଦିଆଯାଏ  ନାହିଁ  । ଏହି ଅପରେସନ ଦ୍ଵାରା ପୁରୁଷର ଯୌନ ସଙ୍ଗମ କିମ୍ବା ସେ ସମୟରେ ଆନନ୍ଦ ଅନୁଭବ କରିବାରେ କୌଣସି ଅସୁବିଧା ହୁଏ  ନାହିଁ   । ବୀର୍ଜ୍ୟ  ସ୍ଖଳନ ଠିକ୍ ସମୟରେ ହୁଏ   । ୧୫ ଥର ବୀର୍ଜ୍ୟ ସ୍ଖଳନ ଓ ୩ମାସ ପରେ ବୀର୍ଜ୍ୟରୁ ଶୁକ୍ରକୀଟ ମିଳନ୍ତି ନାହିଁ   । ଏହି ସମୟ ମଧ୍ୟରେ ସଙ୍ଗମ ହେଲେ ସ୍ତ୍ରୀ ଗର୍ଭବତୀ  ହୋଇପାରନ୍ତି   । ଏ ସମୟରେ ପୁରୁଷ ଲୋକ ନିରୋଧ ବ୍ୟବହାର କରିବା ଉଚିତ୍  ।

ନାରୀମାନଙ୍କ ପାଇଁ

କରାଯାଉଥିବା ଅସ୍ତ୍ରୋପ୍ରଚାରକୁ ଟ୍ୟୁବୋକଟୋମି କୁହାଯାଏ   ।ଏଥିରେ ନଳୀକୁ ବାନ୍ଧି ଦିଆଯାଏ   । ଅତି ସହଜରେ ଓ ଶୀଘ୍ର ମହିଳାଙ୍କୁ ଅଚେତ କରା ନ ଯାଇ ମଧ୍ୟ ଏହି ଅସ୍ତ୍ରୋପ୍ରଚାର କରାଯାଇଥାଏ   । ଗୋଟିଏ ପଦ୍ଧତି ହେଉଛି ତଳି ପେଟରେ ଅଣ୍ଡାକୋଷକୁ ଯାଇଥିବା ନଳୀକୁ କାଟି ଦେଇ ବାନ୍ଧି ଦିଆଯାଏ   ।

ଏହି ଅସ୍ତ୍ରୋପ୍ରଚାରଦ୍ଵାରା ମହିଳାଙ୍କ ଋତୁସ୍ରାବରେ କୌଣସି ବ୍ୟତିକ୍ରମ ଦେଖାଯାଏ  ନାହିଁ  ଅଥବା ତାଙ୍କର ଯୌନ ଶକ୍ତି ଉପରେ କୌଣସି ପ୍ରଭାବ ପଡେ ନାହିଁ   ବରଂ ଗର୍ଭଉଦୟର ଭୟ ନ ଥିବାରୁ  ମୌଥୁନ ଅଧିକ ଆନନ୍ଦଦାୟକ  ହୁଏ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate