অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିବାର ନିୟୋଜନ ଓ ଜନ୍ମ ନିୟନ୍ତ୍ରଣ

ଉପକ୍ରମ

କେତେକ ବାପା ମା’ ଅଧିକ ପିଲା ଜନ୍ମ କରିବାକୁ ଭଲ ପାଇଥାନ୍ତି ଯାହାଦ୍ଵାରା ଅଧିକାଂଶ ପିଲା କମ୍ ବୟସରେ ମରିଯାଆନ୍ତି  । ବାପା ମା’ ଭାବନ୍ତି ଅଧିକ ପିଲା ଜନ୍ମ କଲେ ସେମାନେ ତାଙ୍କୁ କାମରେ ସାହାଯ୍ୟ କରିବେ ଓ ବୁଢା ବୟସରେ ତାଙ୍କର ଦେଖାଶୁଣା କରିବେ  ।

ଅଧିକାଂଶ ବାପା ମା’ ବଡ ପରିବାର ହେବାଦ୍ଵାରା ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି  

ଯଥା –

  • ପିଲାମାଙ୍କର ଆବଶ୍ୟକତା ଯଥା – ଖାଦ୍ୟ, ଶିକ୍ଷା, ବସ୍ତ୍ର, ବାସଗୃହ, ମେଡିକାଲ୍ ସେବା, ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇଯାଏ   ।
  • ପୁଷ୍ଟିକାରକ  ଖାଦ୍ୟ ଠିକ୍ ଭାବରେ ସବୁ ପିଲା ପାଇପାରନ୍ତି ନାହିଁ   । ଯାହାଦ୍ୱାରା ପିଲାମାନଙ୍କଠାରେ କୁପୋଷଣ ଦେଖାଯାଏ ଓ ପିଲା ଶୀଘ୍ର ଅସୁସ୍ଥ ହୋଇଯାଆନ୍ତି ଓ ମରିଯାଆନ୍ତି  ।
  • ପିଲା ଅଧିକ ପାଠ ପଢିପାରନ୍ତି ନାହିଁ  । କମ୍ ବୟସରୁ ପାଠପଢା ଛାଡି ବାପା ମା’ଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଚାଷ ଓ ଘର କାମରେ ସାହାଯ୍ୟ କରନ୍ତି   ।
  • କମ୍ ବୟସରେ ମା’ ବାରମ୍ବାର ଗର୍ଭଧାରଣ ଓ ପିଲା ଜନ୍ମ କରିବାଦ୍ଵାରା ପିଲା କମ୍ ଓଜନ ଓ ଦୁର୍ବଳ ହୋଇଥାଆନ୍ତି  ।
  • ଅଧିକ ଲୋକ ହେବାଦ୍ଵାରା ସମସ୍ତଙ୍କୁ  ଠିକ୍ ଯାଗା ମିଳିବ ନାହିଁ  ଯାହା ସମସ୍ତଙ୍କର ଆବଶ୍ୟକତାକୁ ପୂରଣ କରିପାରିବ  । ପିଲା ଭୋକ  ଉପାସରେ  ମରିଯିବେ   ।

କମ୍ ବୟସରେ ଗର୍ଭଧାରଣ କରିବାଦ୍ଵାରା ଏହା ଗର୍ଭପାତ ଆଡକୁ ଗତି କରିଥାଏ, ମରୁତ ପିଲା ଜନ୍ମ ହୋଇଥାନ୍ତି, ଅଧିକ ରକ୍ତ ସ୍ରାବ ହୁଏ, ଉଚ୍ଚ ରକ୍ତଚାପ ଦେଖାଦିଏ, ସମୟ ପୂର୍ବରୁ  ପିଲା ଜନ୍ମ ହୋଇଥାଏ  (ପିଲା ଗର୍ଭରେ ୯ ମାସ ନ ରହି ଜନ୍ମ ନେଇଥାଏ ବା ପିଲା ସ୍ୱଳ୍ପ ଓଜନ ହୋଇଥାଏ)  ।

ସ୍ୱଳ୍ପ ଓଜନ ପିଲା ବଞ୍ଚିବା ବହୁତ କମ୍  । ମା’ ଓ ଶିଶୁ ଉଭୟଙ୍କ ଜୀବନ ବିପଦପୂର୍ଣ୍ଣ ହୋଇଥାଏ   । କମ୍ ବୟସରେ ଗର୍ଭଧାରଣ କରିବାଦ୍ଵାରା ମା’ ମାନଙ୍କର ମୃତ୍ୟୁହାର ଅଧିକ ଅଟେ   । ଏହାର ଏକ ମୁଖ୍ୟ କାରଣ ହେଲା ମା’ର ଶରୀର ଗର୍ଭଧାରଣ ପାଇଁ ପୂର୍ଣ୍ଣ ଭାବରେ ବିକଶିତ ହୋଇ ନ ଥାଏ, ଯାହା ପିଲା ଜନ୍ମ ସମୟରେ ବା ଗର୍ଭଧାରଣ ସମୟରେ ବିଭିନ୍ନ ଜଟିଳତା ସୃଷ୍ଟି କରି  ମା;କୁ ମୃତ୍ୟୁ ମୁଖରେ ପକାଇଥାଏ   ।

ଯେଉଁ ମା’ର ଶିଶୁ ୩ ବର୍ଷରୁ କମ୍ ଅନ୍ତରରେ ଜନ୍ମ ନିଅନ୍ତି ସେହି ମା’ ଦୁର୍ବଳ ହୋଇଯାଏ ଓ ପିଲାକୁ ସେ ଉପଯୁକ୍ତ ପରିମାଣର କ୍ଷୀର ଦେଇପାରେ ନାହିଁ  । ଏପରିକି  ସେ ପିଲାମାନଙ୍କର ଠିକ୍ ଯତ୍ନ ନେଇପାରେ ନାହିଁ   । ଏହିପରି ୪ଥର ଗର୍ଭଧାରଣ ପରେ ମା’ ମରିଯାଇପାରେ  ।

ଯେଉଁ ମା’ ୩୫ ବର୍ଷ ପର୍ଯ୍ୟନ୍ତ ଗର୍ଭଧାରଣ କରୁଥାଏ ତା’ର ପିଲା ବିକଳାଙ୍ଗ ହୋଇ ଜନ୍ମ ହେବାର ବହୁତ ସମ୍ଭାବନା ଥାଏ   । ପିଲା ଜନ୍ମ ସମୟରେ ଏହି ମା’ ମରିଯିବାର ବହୁତ ସମ୍ଭାବନା  ଥାଏ  ।

ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇପାରିଲେ କ୍ଷୁଧାକୁ ଅଳ୍ପ ବହୁତେ ନିବାରଣ କରାଯାଇପାରିବ   । ଏହା ଅର୍ଥ ନୁହେଁ ଯେ ଗରିବ ଲୋକମାନଙ୍କୁ ସେମାନଙ୍କର କମ୍ ପିଲା ଜନ୍ମ କରିବା ପାଇଁ ବାଧ୍ୟ କରାଯିବ   । ଏହା ବଦଳରେ ଗରିବ ପିଲାମାନେ ଯେପରି ଠିକ୍ ଭାବରେ ସମସ୍ତ ସୁବିଧା ପାଇପାରିବେ, ତାହାର ଯତ୍ନ ନିଆଜିବା ଉଚିତ୍  । ଯାହାଦ୍ଵାରା ଗରିବ ପରିବାର ମଧ୍ୟ କମ୍ ପିଲାପାଇଁ ଇଚ୍ଛା କରିବେ   ।

ପରିବାର ଛୋଟ ଓ ବଡ କରିବାରେ କେତେକ ବଳିଷ୍ଠ କାରଣ

  • ମହିଳାମାନଙ୍କପାଇଁ ଉନ୍ନତ ସ୍ୱାସ୍ଥ୍ୟ ଶିକ୍ଷା ଓ ନିଯୁକ୍ତି ସୁବିଧା ଛୋଟ ପରିବାର ପାଇଁ ପ୍ରବର୍ତ୍ତାଇଥାଏ   ।
  • ବିବାହ ବୟସ ବୃଦ୍ଧି : ଯେଉଁ ମହିଳା ଯେତେ ଶୀଘ୍ର ବିଭା ହୁଏ ସେ ଅଧିକ ପିଲା ଜନ୍ମ କରିବାରେ ସମ୍ଭାବନା ଥାଏ, ପୁଣି କମ୍ ବୟସରେ ଗର୍ଭଧାରଣଦ୍ଵାରା ମା’ ବିଭିନ୍ନ ଜଟିଳତା ସହିତ ମୃତ୍ୟୁ ମୁଖରେ ପଡିଥାଏ   ।
  • ପୁରୁଷମାନଙ୍କଦ୍ଵାରା ଉନ୍ନତ ମହିଳା ବିକାଶ ଓ ଦାୟିତ୍ଵ ବୋଧତା : ଯେଉଁ ମହିଳାମାନେ ସମ୍ମାନ ଓ ମର୍ଯ୍ୟଦା ସହିତ ବଞ୍ଚନ୍ତି ସେମାନେ ପୁଅ ପାଇବା ଆଶାରେ ଅଧିକ ପିଲା ଜନ୍ମ କରି ନ ଥାନ୍ତି   ।
  • ସ୍ଵାମୀ ବା ପୁରୁଷ ଏଥିପାଇଁ ଅଧିକ ଦାୟିତ୍ଵ ନେବା ଉଚିତ୍ ଏବଂ ସ୍ଵାମୀ ସ୍ତ୍ରୀ ଉଭୟ କେତୋଟି ପିଲାର ଜନକ ବା ଜନନୀ ହେବେ ତାହା ସ୍ଥିର କରିବା ଉଚିତ୍  ।
  • ସ୍ୱାସ୍ଥ୍ୟ ସେବା ଓ ଗର୍ଭ ନିରୋଧକ ବାବଦରେ ଜ୍ଞାନ, ପ୍ରାପ୍ତି, ସହଜ ଲବ୍ଧତା  ଜାଣିବା ନିହାତି ଆବଶ୍ୟକ   । ଏହା ପରିବାରକୁ ସୀମିତ କରିବାରେ ସାହାଯ୍ୟ କରିଥାଏ   ।
  • ବୃଦ୍ଧ ଅବସ୍ଥାରେ ସାମାଜିକ ନିରାପତ୍ତା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଟେ   । କାରଣ ଗରିବ ଲୋକମାନଙ୍କର ଅଧିକ ସନ୍ତାନ ତାଙ୍କ ପାଇଁ ସାମାଜିକ ନିରାପତ୍ତା ଦେଇଥାଏ   ।

ମୋଟ ଉପରେ ଜୀବନର ଗୁଣ ପରିବର୍ତ୍ତନ କରିବାପାଇଁ ଯେ କୌଣସି ଉଦ୍ୟମ ଫଳବତୀ ହୋଇପାରିବ ଯଦି ଧନ ଓ ନିଯୁକ୍ତି ଏବଂ ପ୍ରାଥମିକ ଆବଶ୍ୟକତା  ଯଥା – ମାନସିକ, ଶାରୀରିକ ଓ ସାମାଜିକ ଅବସ୍ଥାର ଠିକ୍ ରୂପେ ଆବଣ୍ଟନ କରାଯାଇପାରିବ

ପରିବାର ନିୟୋଜନ ଓ ଜନ୍ମ ନିୟନ୍ତ୍ରଣ

ନିଜ ପରିବାରକୁ ଛୋଟ ରଖିବାପାଇଁ ପିତାମାତା ଭିନ୍ନ ଭିନ୍ନ କାରଣରୁ ନିଷ୍ପତ୍ତି ନେଇଥାନ୍ତି  । କେତେକ ଯୁବକ ପିତାମାତା ଏହା ଭାବନ୍ତି ଯେ ଯେତେବେଳେ ପର୍ଯ୍ୟନ୍ତ ସେମାନେ ଭଲ ଭବାରେ କାମ କରି ନିଜର ପିଲାମାନଙ୍କ ପାଇଁ ଅଧିକ ସଞ୍ଚୟ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କର ସନ୍ତାନ ହେବା ଉଚିତ୍ ନୁହେଁ  । ଆଉ କେତେକ ପିତାମାତା ଭାବନ୍ତି ଯେ ସେମାନଙ୍କର ଅଳ୍ପ ସନ୍ତାନ ଯଥେଷ୍ଟ  । ଅଧିକ ସନ୍ତାନ ହେବାପାଇଁ ସେମାନଙ୍କର  ଇଚ୍ଛା ନ ଥାଏ । ଅନ୍ୟ କେତେକ ପିତାମାତା  ସେମାନଙ୍କ ସନ୍ତାନ ଜନ୍ମରେ ବହୁବର୍ଷ ବ୍ୟବଧାନ ରଖିବାକୁ ଇଚ୍ଛା କରନ୍ତି   । କାରଣ ଏହା ଫଳରେ ଉଭୟ ମା’ ଓ ଶିଶୁ ସୁସ୍ଥ ସବଳ ରହିଥାନ୍ତି   ।

ପରିବାର ନିୟୋଜନ ଅର୍ଥ ହେଉଛି ଯେତିକିଟି ସନ୍ତାନ ଆପଣ ଚାହୁଁଛନ୍ତି ସେତିକିଟି ସନ୍ତାନ ହେବା ଓ ତାହା  ପୁଣି ଯେତେବେଳେ ଆପଣ ଇଚ୍ଛା କରିବେ କେବଳ ସେତିକିବେଳେ  ।

ଯେତେବେଳେ ପୁରୁଷ ଓ ସ୍ତ୍ରୀ ସ୍ଥିର କରନ୍ତି ଯେ ସେମାନଙ୍କର ଇଚ୍ଛା ନ କରିବା ପର୍ଯ୍ୟନ୍ତ ସନ୍ତାନ ଦରକାର ନାହିଁ, ସେତେବେଳେ ସେମାନେ ଜନ୍ମ ନିୟନ୍ତ୍ରଣ ପ୍ରଣାଳୀମାନଙ୍କ ମଧ୍ୟରୁ ଯେ କୌଣସିଟିକୁ ଗ୍ରହଣ କରି ସ୍ତ୍ରୀକୁ ଗର୍ଭବତୀ ହେବାରୁ ରକ୍ଷା କରି ପାରନ୍ତି  । ଏହିଗୁଡିକ ହେଉଛି ଜନ୍ମ ନିୟନ୍ତ୍ରଣର ପ୍ରଣାଳୀ   ।

ଯେଉଁ ଦମ୍ପତି ଶିଶୁ ଜନ୍ମ କରିବା ପାଇଁ ଇଚ୍ଛା କରୁଛନ୍ତି ଅଥଚ ସେମାନେ ଜନ୍ମ ଦେବା ପାଇଁ ସକ୍ଷମ ହୋଇପାରୁ ନାହାଁନ୍ତି  ସେମାନେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍  ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

 

Last Modified : 8/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate