অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜନନାଙ୍ଗରେ ଘା

ଜନନାଙ୍ଗରେ ଭାତୁଡି (କଣ୍ଡିଲୋମୋଟା ଆକୁମମିନାଟା)

ଜନନାଙ୍ଗରେ ଏକ ଯନ୍ତ୍ରଣାହୀନ ଘା’ ସିଫିଲିସ୍ ର ଏକ ଲକ୍ଷଣ ହୋଇପାରେ   । କିନ୍ତୁ ଏକରୁ ଅଧିକ ଘା’ ଯୌନ ସଂଚାରିତ ରୋଗର ଲକ୍ଷଣ ହୋଇପାରେ   ।

ଏକ ଭୂତାଣୁଦ୍ଵାରା ଯୌନକ୍ରିୟା ମାଧ୍ୟମରେ ହୋଇଥାଏ   । ଏଗୁଡିକ ଶରୀରର ଅନ୍ୟାନ୍ୟ ଅଙ୍ଗରେ ହୋଇଥିବା ଭାତୁଡି ଭଳି ଦେଖାଯାଏ   ।

ଲକ୍ଷଣ

କଠିନ, ଛୋଟ, ଧଳା ବା ଧୂସର ରଙ୍ଗର  ଚକଡା ଚର୍ମରେ ଦେଖାଯାଏ  । ପୁରୁଷଙ୍କ କ୍ଷେତ୍ରରେ ଏହା ସାଧାରଣତଃ ଅଣ୍ଡରେ ହୋଇଥାଏ   । କିନ୍ତୁ ଏହା ମଧ୍ୟ ମଳଦ୍ଵାରରେ ହୋଇପାରେ  । ସ୍ତ୍ରୀ ମାନଙ୍କର ଯୋନି ଅଧରରେ, ଯୋନି ଭିତରେ ଓ ମଳଦ୍ଵାର ଚାରିପାଖରେ  ହେବାର ଦେଖାଯାଏ  ।

ଚିକିତ୍ସା

ବାଇକ୍ଳୋରୋଏସିଟିକ ଏସିଡ୍  ବା ପୋଡାଫିଲିନ ପ୍ରଲେପ ଦେଲେ ଭଲ ହୋଇଥାଏ  । (ଯଦି ସମ୍ଭବ ପ୍ରଥମ  କିଛି ଭେସଲିନ ଭାତୁଡିରେ ଲଗାଇବା ଉଚିତ୍ ଯାହାଦ୍ଵାରା ଏହା ପାଖ ଚର୍ମକୁ ସଂକ୍ରମଣ କରେନାହିଁ   । ପୋଡାଫିଲିନ ଲଗାଇବାର ୬ ଘଣ୍ଟା ପରେ ସଫା କରିଦେବା ଉଚିତ୍  । ଏହି ରୋଗରୁ ଭଲ ହେବା ହେବା ପାଇଁ ବିଭିନ୍ନ ପ୍ରକାର ଚିକିତ୍ସା ଆବଶ୍ୟକ  ।

ପ୍ରତିଷେଧକ

ଯୌନକ୍ରିୟା ସମୟରେ ନିରୋଧ ବ୍ୟବହାର କରିବାଦ୍ଵାରା ଏହି ରୋଗ ସଂକ୍ରମଣରୁ ରକ୍ଷା ମିଳିଥାଏ  ।

ସାନକ୍ରଏଡ

ଲକ୍ଷଣ

  • ଜନନାଙ୍ଗ ବା ମଳଦ୍ଵାରରେ ଯନ୍ତ୍ରଣାଦାୟକ ଘା’  ।
  • ଜଙ୍ଘସନ୍ଧିରେ ପ୍ରଦାହ

ଚିକିତ୍ସା

  • କୋଟ୍ରାଇମୋକ୍ସାଜୋଲ ବା ଏଲିଥ୍ରୋମାଇସିନ ୭ ଦିନ ପାଇଁ  ।
  • ସିଫିଲିସ୍ ର ଏକା ସମୟରେ ଚିକିତ୍ସା କରନ୍ତୁ   ।
ଯଦି ଲସିକା ଗ୍ରନ୍ଥୀ ପ୍ରଦାହ ହୁଏ, ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate