অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୁବୋ (ଗ୍ରନ୍ଥୀ ସ୍ଫୀତି)

ବୁବୋ (ଗ୍ରନ୍ଥୀ ସ୍ଫୀତି)

ଲକ୍ଷଣ

  • ପୁରୁଷଙ୍କଠାରେ ଜଙ୍ଘ ସନ୍ଦିରେ ଥିବା ବହଳ ଦାଗରୁ ପୂଜ ବାହାରିଥାଏ   ।
  • ସ୍ତ୍ରୀ ଲୋକଙ୍କର ପୁରୁଷଙ୍କ ଭଳି ପୂଜ ବାହାରିଥାଏ ଏବଂ ମଳଦ୍ଵାରରେ ମଧ୍ୟ ଘା’ ହୋଇଥାଏ  ।

ଚିକିତ୍ସା

  • ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ କରନ୍ତୁ   ।
  • ବୟସ୍କଙ୍କୁ ଟେଟ୍ରାସାଇକ୍ଲିନ ୨୫୦ ମି.ଗ୍ରା. ୨ଟି ବଟିକା ଦିନକୁ ୪ ଥର ୧୪ ଦିନ ଦିଅନ୍ତୁ   ।
  • ରୋଗ ଭଲ ନ ହେବା ଯାଏଁ ଯୌନ କ୍ରିୟା ପରିହାର କରନ୍ତୁ   ।

ମନ୍ତବ୍ୟ

ବୁବୋ ମଧ୍ୟ ସାନକ୍ରଏଡର ଲକ୍ଷଣ ହୋଇଥାଇପାରେ  ।

ଯୌନ ସଂଚାରିତ ରୋଗ ନ ବ୍ୟାପିବାର ପ୍ରତିଷେଧକ ବ୍ୟବସ୍ଥା

  1. ଯାହା ସହିତ ଯୌନ ସମ୍ପର୍କ ରଖୁଛନ୍ତି ସାବଧାନ ରୁହନ୍ତୁ   ।

ବହୁ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖିବା ଦ୍ଵାରା ଏହି ରୋଗ ହେବାର ଅଧିକ ସୁଯୋଗ ଥାଏ   । ମୁଖ୍ୟତଃ ବେଶ୍ୟା ମାନେ ବହୁତ ବିପଦଦାୟକ   । ସଂକ୍ରମଣରୁ ଦୂରେଇ ରହିବାପାଇଁ  ଗୋଟିଏ ବିଶ୍ଵାସନୀୟ ଯୌନ ସାଥି ସହିତ ସମ୍ପର୍କ ରଖନ୍ତୁ   । ଯଦି ଆପଣ ଅଧିକ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖୁଛନ୍ତି ତାହାହେଲେ ନିରୋଧ ବ୍ୟବହାର କରନ୍ତୁ   । (ନିରୋଧ ବ୍ୟବହାର କଲେ ଯୌନ ରୋଗରୁ ମୁକ୍ତି ମିଳେ ମାତ୍ର ତାହା ସମ୍ପୂର୍ଣ୍ଣ ପ୍ରତିରୋଧକ ନୁହେଁ ) ।

  1. ତୁରନ୍ତ ଚିକିତ୍ସିତ ହୁଅନ୍ତୁ  ।

ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ  ଯୌନରୋଗ ହୋଇଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସିତ ହେବା ଉଚିତ୍  । ଫଳରେ ଅନ୍ୟ ଲୋକଙ୍କୁ ରୋଗ ସଂକ୍ରମଣ ହୁଏ  ନାହିଁ   । ଚିକିତ୍ସା କରିବାର ୩ ଦିନ ପର୍ଯ୍ୟନ୍ତ କୌଣସି ଲୋକ ଯୌନକ୍ରିୟାରେ ଲିପ୍ତ ହେବା ଉଚିତ୍ ନୁହେଁ  (ଦୁର୍ଭାଗ୍ୟ ଜନକ ଯେ ଏଡସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଯୁକ୍ତ ଚିକିତ୍ସା ନାହିଁ) ।

  1. ଅନ୍ୟଲୋକଙ୍କୁ ଚିକିତ୍ସିତ ହେବାପାଇଁ  କହନ୍ତୁ  ।

ଯେତେବେଳେ କୌଣସି ସ୍ତ୍ରୀ ବା ପୁରୁଷ ଲୋକର ଯୌନରୋଗ ଅଛି ବୋଲି ଜଣାପଡେ  ସେ ଯାହା ସହିତ ଯୌନ ସମ୍ପର୍କ ରଖିଥିଲେ ତାଙ୍କୁ ଏ ବିଷୟରେ କହିବା ଉଚିତ୍ କାରଣ ସେମାନେ ମଧ୍ୟ ଚିକିତ୍ସିତ ହୋଇପାରିବେ  । ଏହା ଗୁରୁତ୍ଵପୂର୍ଣ୍ଣ ଯେ ପୁରୁଷ, ସ୍ତ୍ରୀ ଉଭୟ ଅଜାଣତରେ ତାଙ୍କ ଦେହର ରୋଗ ଅନ୍ୟଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି, ତାଙ୍କର ଛୁଆ ସଂକ୍ରମିତ ହୋଇ ଅନ୍ଧ ହୋଇଯାଇପାରେ  ଓ ସେ ନିଜେ ବନ୍ଧ୍ୟା ହୋଇଯାଇପାରନ୍ତି  ।

  1. ଅନ୍ୟକୁ ସାହାଯ୍ୟକରନ୍ତୁ   ।

ଯଦି ଆପଣଙ୍କର ସାଙ୍ଗ ବା ବନ୍ଧୁ ଯୌନରୋଗରେ ପୀଡିତ ତାହାହେଲେ ସେମାନେ ଚିକିତ୍ସିତ ହେବାପାଇଁ ପ୍ରବର୍ତ୍ତାନ୍ତୁ  ଏବଂ ସେମାନେ ସମ୍ପୂର୍ଣ୍ଣ ଭଲ ହେବା ପର୍ଯ୍ୟନ୍ତ ଯୌନ ସମ୍ପର୍କ ବର୍ଜନ କରନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate