ଲକ୍ଷଣ ପୁରୁଷଙ୍କଠାରେ ଜଙ୍ଘ ସନ୍ଦିରେ ଥିବା ବହଳ ଦାଗରୁ ପୂଜ ବାହାରିଥାଏ । ସ୍ତ୍ରୀ ଲୋକଙ୍କର ପୁରୁଷଙ୍କ ଭଳି ପୂଜ ବାହାରିଥାଏ ଏବଂ ମଳଦ୍ଵାରରେ ମଧ୍ୟ ଘା’ ହୋଇଥାଏ । ଚିକିତ୍ସା ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ କରନ୍ତୁ । ବୟସ୍କଙ୍କୁ ଟେଟ୍ରାସାଇକ୍ଲିନ ୨୫୦ ମି.ଗ୍ରା. ୨ଟି ବଟିକା ଦିନକୁ ୪ ଥର ୧୪ ଦିନ ଦିଅନ୍ତୁ । ରୋଗ ଭଲ ନ ହେବା ଯାଏଁ ଯୌନ କ୍ରିୟା ପରିହାର କରନ୍ତୁ । ମନ୍ତବ୍ୟ ବୁବୋ ମଧ୍ୟ ସାନକ୍ରଏଡର ଲକ୍ଷଣ ହୋଇଥାଇପାରେ । ଯୌନ ସଂଚାରିତ ରୋଗ ନ ବ୍ୟାପିବାର ପ୍ରତିଷେଧକ ବ୍ୟବସ୍ଥା ଯାହା ସହିତ ଯୌନ ସମ୍ପର୍କ ରଖୁଛନ୍ତି ସାବଧାନ ରୁହନ୍ତୁ । ବହୁ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖିବା ଦ୍ଵାରା ଏହି ରୋଗ ହେବାର ଅଧିକ ସୁଯୋଗ ଥାଏ । ମୁଖ୍ୟତଃ ବେଶ୍ୟା ମାନେ ବହୁତ ବିପଦଦାୟକ । ସଂକ୍ରମଣରୁ ଦୂରେଇ ରହିବାପାଇଁ ଗୋଟିଏ ବିଶ୍ଵାସନୀୟ ଯୌନ ସାଥି ସହିତ ସମ୍ପର୍କ ରଖନ୍ତୁ । ଯଦି ଆପଣ ଅଧିକ ଲୋକଙ୍କ ସହିତ ଯୌନ ସମ୍ପର୍କ ରଖୁଛନ୍ତି ତାହାହେଲେ ନିରୋଧ ବ୍ୟବହାର କରନ୍ତୁ । (ନିରୋଧ ବ୍ୟବହାର କଲେ ଯୌନ ରୋଗରୁ ମୁକ୍ତି ମିଳେ ମାତ୍ର ତାହା ସମ୍ପୂର୍ଣ୍ଣ ପ୍ରତିରୋଧକ ନୁହେଁ ) । ତୁରନ୍ତ ଚିକିତ୍ସିତ ହୁଅନ୍ତୁ । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଯୌନରୋଗ ହୋଇଥିବା ବ୍ୟକ୍ତି ତୁରନ୍ତ ଚିକିତ୍ସିତ ହେବା ଉଚିତ୍ । ଫଳରେ ଅନ୍ୟ ଲୋକଙ୍କୁ ରୋଗ ସଂକ୍ରମଣ ହୁଏ ନାହିଁ । ଚିକିତ୍ସା କରିବାର ୩ ଦିନ ପର୍ଯ୍ୟନ୍ତ କୌଣସି ଲୋକ ଯୌନକ୍ରିୟାରେ ଲିପ୍ତ ହେବା ଉଚିତ୍ ନୁହେଁ (ଦୁର୍ଭାଗ୍ୟ ଜନକ ଯେ ଏଡସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ଉପଯୁକ୍ତ ଚିକିତ୍ସା ନାହିଁ) । ଅନ୍ୟଲୋକଙ୍କୁ ଚିକିତ୍ସିତ ହେବାପାଇଁ କହନ୍ତୁ । ଯେତେବେଳେ କୌଣସି ସ୍ତ୍ରୀ ବା ପୁରୁଷ ଲୋକର ଯୌନରୋଗ ଅଛି ବୋଲି ଜଣାପଡେ ସେ ଯାହା ସହିତ ଯୌନ ସମ୍ପର୍କ ରଖିଥିଲେ ତାଙ୍କୁ ଏ ବିଷୟରେ କହିବା ଉଚିତ୍ କାରଣ ସେମାନେ ମଧ୍ୟ ଚିକିତ୍ସିତ ହୋଇପାରିବେ । ଏହା ଗୁରୁତ୍ଵପୂର୍ଣ୍ଣ ଯେ ପୁରୁଷ, ସ୍ତ୍ରୀ ଉଭୟ ଅଜାଣତରେ ତାଙ୍କ ଦେହର ରୋଗ ଅନ୍ୟଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି, ତାଙ୍କର ଛୁଆ ସଂକ୍ରମିତ ହୋଇ ଅନ୍ଧ ହୋଇଯାଇପାରେ ଓ ସେ ନିଜେ ବନ୍ଧ୍ୟା ହୋଇଯାଇପାରନ୍ତି । ଅନ୍ୟକୁ ସାହାଯ୍ୟକରନ୍ତୁ । ଯଦି ଆପଣଙ୍କର ସାଙ୍ଗ ବା ବନ୍ଧୁ ଯୌନରୋଗରେ ପୀଡିତ ତାହାହେଲେ ସେମାନେ ଚିକିତ୍ସିତ ହେବାପାଇଁ ପ୍ରବର୍ତ୍ତାନ୍ତୁ ଏବଂ ସେମାନେ ସମ୍ପୂର୍ଣ୍ଣ ଭଲ ହେବା ପର୍ଯ୍ୟନ୍ତ ଯୌନ ସମ୍ପର୍କ ବର୍ଜନ କରନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ