অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା(ଆପେଣ୍ଡିସାଇଟିସ୍, ପେରିଟୋନାଇଟସ୍)

ଏହିସବୁ ସାଘାଂତିକ ଅବସ୍ଥା ପାଇଁ ଅନେକ ସମୟରେ ଅସ୍ତ୍ରୋପ୍ରଚାର ଦରକାର ପଡେ ତେଣୁ ଖୁବ୍ ଶୀଘ୍ର ଡାକ୍ତରୀ  ସାହାଯ୍ୟ ଗ୍ରହଣ କରନ୍ତୁ  ।

ପେଟର ନିମ୍ନଭାଗରେ ଦକ୍ଷିଣ ପାର୍ଶ୍ଵକୁ ବୃହଦାନ୍ତ୍ର ସହିତ ଲାଗିକରି ଆଙ୍ଗୁଳି ଆକାରର ମୁଣାଟିକୁ ଆପେଣ୍ଡିକସ୍ କହନ୍ତି  ଓ  ତାହା ସଂକ୍ରମିତ ହେଲେ ତାକୁ ଆପେଣ୍ଡିସାଇଟସ୍ କହନ୍ତି । ବେଳେବେଳେ ଏହି  ଆପେଣ୍ଡିକସ୍ ମୁଣାଟି ଫାଟିଯାଇ   ପେରିଟୋନାଇଟସ୍ ହୁଏ ।

ଅନ୍ତ୍ରକୁ  ଧରି  ରଖିଥିବା ମୁଣାର ସାଘାଂତିକ ସଂକ୍ରମଣକୁ ପେରିଟୋନାଇଟସ୍ କହନ୍ତି । ଆପେଣ୍ଡିକସ୍ ବା ଅନ୍ତ୍ରର ଅନ୍ୟ  କୌଣସି  ଅଂଶ  ଫାଟିଯିବା  ବା  ଛିଣ୍ଡିଯିବାଦ୍ଵାରା  ଏହା  ହୋଇଥାଏ।

ଆପେଣ୍ଡିସାଇଟସ୍ ର ଲକ୍ଷଣ

  • ପେଟରେ ଅବିରାମ କଷ୍ଟ ଓ ଏହି କଷ୍ଟ କ୍ରମେ ତୀବ୍ରରୁ ତୀବ୍ରତର  ହେବା, ଆପେଣ୍ଡିସାଇଟସ୍ ର  ପ୍ରଧାନ ଲକ୍ଷଣ ।
  • ଏହି କଷ୍ଟ ନାହିମୂଳରୁ ଆରମ୍ଭ  ହୋଇ  ପେଟର  ଦକ୍ଷିଣ  ପାର୍ଶ୍ଵର  ନିମ୍ନ  ଅଂଶକୁ ବ୍ୟାପେ  ।
  • ବାନ୍ତି, କୋଷ୍ଠବଦ୍ଧତା  ହୋଇପାରେ,ଭୋକ ହୁଏତ କମିଯାଇପାରେ ବା ସାମାନ୍ୟ ଜ୍ଵର ହୋଇପାରେ ।

ଆପେଣ୍ଡିସାଇଟସ୍ ବା  ପେରିଟୋନାଇଟସ୍ ର  ପରୀକ୍ଷା

  • ରୋଗୀକୁ କାଶିବାକୁ କୁହନ୍ତୁ । ଏଥିରେ  ସେ  ଯଦି ଯନ୍ତ୍ରଣା ଅନୁଭବ କରେ ବାମ ଜଙ୍ଘ ସନ୍ଧିର ଉପର ଭାଗର  ତଳିପେଟକୁ ସାମାନ୍ୟ  କଷ୍ଟ ହେବା  ପର୍ଯ୍ୟନ୍ତ ଧୀରେ ଅଥଚ ଜୋରରେ ଚିପି  ଧରନ୍ତୁ ।
  • ତା’ପରେ  ସଙ୍ଗେ  ସଙ୍ଗେ  ହାତ ବାହାର  କରି  ଆଣନ୍ତୁ, ଏହାପରେ  ଯଦି  ତୀବ୍ର ଯନ୍ତ୍ରଣା  ହୁଏ, ତେବେ ତାହା  ସମ୍ଭବତଃ  ଆପେଣ୍ଡିସାଇଟସ୍  ବା ପେରିଟୋନାଇଟସ୍  ଅଟେ  ।
  • ଯଦି  ବାମ ଜଙ୍ଘ ସନ୍ଦିସ୍ଥିତ ଅଂଶରେ  କୌଣସି  ଯନ୍ତ୍ରଣା ହେଲା  ନାହିଁ, ତେବେ  ଦକ୍ଷିଣ ଜଙ୍ଘସ୍ଥିତ ଅଞ୍ଚଳରେ ସେହି  ସମାନ ପରୀକ୍ଷା କରନ୍ତୁ  ।

ଯଦି କାହାରିକୁ ଆପେଣ୍ଡିସାଇଟସ୍ ବା ପେରିଟୋନାଇଟସ୍  ହୋଇଥାଏ

ଖୁବ୍ ଶୀଘ୍ର ଡାକ୍ତରୀ  ସାହାଯ୍ୟ  ଗ୍ରହଣ କରନ୍ତୁ । ଯଦି ସମ୍ଭବ ହୁଏ, ଅସ୍ତ୍ରୋପ୍ରଚାର ସୁବିଧା ଥିବା ଭଳି ଏକ ଜାଗାଊ ତାଙ୍କୁ  ନେଇ ଯାଆନ୍ତୁ ।

ପାଟିବାଟେ  କୌଣସି  ଜିନିଷ  ଖାଇବାକୁ  ଦିଅନ୍ତୁ  ନାହିଁ  ଓ  ପେଟ  ସଫା  କରିବାକୁ  ପିଚକାରୀ  ପ୍ରଣାଳୀ  ପ୍ରୟୋଗ  କରନ୍ତୁ  ନାହିଁ  । ଯଦି  ଅସୁସ୍ଥ  ବ୍ୟକ୍ତିଙ୍କଠାରେ  ଜଳୀୟ  ଅଂଶ  କମିଯିବାର  ଲକ୍ଷଣ  ଦେଖନ୍ତି ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 2/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate