ସଂକ୍ରମଣର ବିପଦ ଗୁଳି ବା ଛୁରୀ ଜନିତ ଯେ କୌଣସି ଗଭୀର କ୍ଷତର ଗୁରୁତର ଭାବରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ତେଣୁ ପେନିସିଲିନ ବା ଆମ୍ପିସିଲିନ ଆଦି ପ୍ରତିଜୀବାଣୁ ଖୁବ୍ ଶୀଘ୍ର ପ୍ରୟୋଗ କରାଯିବା ଉଚିତ୍ । ଏପରି କ୍ଷେତ୍ରରେ, ଯେଉଁ ବ୍ୟକ୍ତି ଧନୁଷ୍ଟଙ୍କାର ପ୍ରତିଷେଧକ ନନେଇଥିବେ ତାଙ୍କୁ ଖୁବ୍ ଶୀଘ୍ର ଧନୁଷ୍ଟଙ୍କାର ପ୍ରତିବିଷ ସହିତ ଧନୁଷ୍ଟଙ୍କାର ପ୍ରତିଷେଧକ ଟୀକା ଦେବା ବି ଦରକାର ପଡିପାରେ । ଯଦି ସମ୍ଭବ ହୁଏ, ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ହାତ ବା ଗୋଡରେ ଗୁଳିଜନିତ କ୍ଷତ ଯଦି କ୍ଷତରୁ ରକ୍ତସ୍ରାବ ହେଉଥାଏ, ତେବେ ୧୧୧ ପୃଷ୍ଠାରେ ଦର୍ଶାଇ ଦିଆଯାଇଥିବା ପରି ରକ୍ତସ୍ରାବକୁ ନିୟନ୍ତ୍ରଣ କରନ୍ତୁ । ଯଦି ବିପଦଜନକ ଭାବେ ରକ୍ତସ୍ରାବ ହେଉ ନ ଥାଏ, ତେବେ କିଛି ସମୟ ପାଇଁ ରକ୍ତସ୍ରାବ ହେବାକୁ ଦିଅନ୍ତୁ । ସିଝାପାଣି ଓ ସାବୁନଦ୍ଵାରା କ୍ଷତଟିକୁ ପରିଷ୍କାର କରନ୍ତୁ ଓ ଗୋଟିଏ ପରିଷ୍କାର କ୍ଷତପଟିଦ୍ଵାରା କ୍ଷତଟିକୁ ବାନ୍ଧି ଦିଅନ୍ତୁ। ବନ୍ଧୁକ ଗୁଳି ଜନିତ କ୍ଷତର ଉପରଭାଗର ଚାରିପଟ ହିନ କେବଳ ପରିଷ୍କାର କରନ୍ତୁ । ସାଧାରଣତଃ, କ୍ଷତଜନିତ କଣାରେ କିଛି ଭର୍ତ୍ତି ନକରିବା ବହୁତ ଭଲ । ପ୍ରତି ଜୀବାଣୁ ଓ ଜୀବାଣୁନାଶୀ ପ୍ରୟୋଗ କରନ୍ତୁ । ସତର୍କତା ଯଦି ଗୁଳି ହାଡରେ ବାଜିଥିବାର ସମ୍ଭାବନା ଥାଏ, ତେବେ ହୁଏତ ହାଡ ଭାଙ୍ଗି ଯାଇଥାଇପାରେ । କ୍ଷତଯୁକ୍ତ ଅଙ୍ଗପ୍ରତ୍ୟଙ୍ଗ ଉପରେ ଚାପ ପଡିଲେ (ଉଦାହରଣ ସ୍ୱରୂପ, ଆଘାତପ୍ରାପ୍ତ ଗୋଡ ସାହାଯ୍ୟରେ ଠିଆହେବା) ହୁଏତ ଭାଙ୍ଗି ଯାଇଥିବା ଅଂଶ, ଅଧିକ ସାଘାଂତିକ ହୋଇପାରେ ଓ ଜଟିଳ ହୋଇଯାଇପାରେ । ଯଦି ଭାଙ୍ଗିଯାଇଥିବାର ଆଶଙ୍କା କରାଯାଏ ତେବେ ଉକ୍ତ ଅଙ୍ଗକୁ ଗୋଟିଏ ପଟାରେ ବାନ୍ଧି ଦିଅନ୍ତୁ ଏବଂ ପରେ ପରେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି ହାଡ ଭାଙ୍ଗିଯାଇଛି ବୋଲି ସନ୍ଦେହ କରନ୍ତି, ତେବେ ଉକ୍ତ ଅଂଶକୁ ଘଷାଘଷି କରନ୍ତୁ ନାହିଁ, ଏହା ଦ୍ଵାରା ଭାଙ୍ଗି ଯାଇଥିବା ଅଂଶ ଅଧିକ ଭାଙ୍ଗିଯାଏ ଓ ଆରୋଗ୍ୟଲାଭ କରିବା କଷ୍ଟ ସାଧ୍ୟ ହୁଏ । ଯେତେବେଳେ କ୍ଷତ ସାଘାଂତିକ ହୋଇଥାଏ, କ୍ଷତାକ୍ତ ଅଂଶକୁ ହୃତପିଣ୍ଡର ଉଚ୍ଚତା ଠାରୁ ଊର୍ଦ୍ଧ୍ଵରେ ରଖନ୍ତୁ ଓ ସେହି ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ନିଶ୍ଚଳ ହୋଇ ରହିବାକୁ କୁହନ୍ତୁ । ଏହି ଉପାୟରେ କ୍ଷତଟି ଶୀଘ୍ର ଭଲ ହୋଇଯାଏ ଓ ସଂକ୍ରମଣ ହେବାର କମ୍ ଆଶଙ୍କା ଥାଏ । କ୍ଷତାକ୍ତ ଗୋଡଦ୍ଵାରା ଚାଲିବା ଓ ଗୋଡକୁ ଝୁଲାଇ ବସିବାଦ୍ଵାରା କ୍ଷତ ଭଲ ହେବାରେ ବିଳମ୍ବ ହୁଏ ଓ ସହଜରେ ସଂକ୍ରମଣ ହୋଇଥାଏ । ଛାତିରେ ଗଭୀର କ୍ଷତ ଛାତିରେ କ୍ଷତ ବହୁତ ବିପଦଜନକ ହୋଇପାରେ, ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଯଦି କ୍ଷତଟି ଫୁସ୍ ଫୁସ୍ ପର୍ଯ୍ୟନ୍ତ ହୋଇଥାଏ ଓ ଶ୍ଵାସକ୍ରିୟା ସମୟରେ ଯଦି ସେହି କ୍ଷତବାଟେ ପବନ ଭିତରକୁ ଟାଣିହୋଇ ଯାଉଥାଏ, ତେବେ ଖୁବ୍ ଶୀଘ୍ର କ୍ଷତଟିକୁ ଘୋଡାଇ ଦିଅନ୍ତୁ, ଯେମିତିକି ସେହିବାଟ ଦେଇ ପବନ ଆଉ ପଶିପାରିବ ନାହିଁ, ଗଜ, ପ୍ୟାଡ ବା ପରିଷ୍କାର କ୍ଷତପଟି ଉପରେ ଭେସଲିନ୍ ବା ଶାକସବ୍ଜି ତୈଳ ବୋଳି, ଉକ୍ତ କ୍ଷତ ଉପରେ ଦେଇ ଚିତ୍ରରେ ଦର୍ଶାଯାଇଥିବା ପରି ବାନ୍ଧି ଦିଅନ୍ତୁ । ଯଦି ଆପଣଙ୍କ ନିକଟରେ ଭେସଲିନ୍ ବା ଶାକସବ୍ଜି ତୈଳ ନ ଥାଏ, ତେବେ କେତେ ଖଣ୍ଡ ସଫା କପଡାକୁ ନେଇ, ଉକ୍ତ କ୍ଷତ ଉପରେ ଦେଇ ଜୋରରେ ବାନ୍ଧି ଦିଅନ୍ତୁ । ଏହା ଏକ ଗୁରୁତର ଅବସ୍ଥା । ତେଣୁ ଯଥାଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଇତି ମଧ୍ୟରେ କ୍ଷତାକ୍ତ ବ୍ୟକ୍ତିଙ୍କୁ ଯେପରିଭାବେ ରଖିଲେ ସବୁଠାରୁ ଅଧିକ ଆରାମ ଲାଗୁଥିବ, ସେପରି ଅବସ୍ଥାରେ ରଖନ୍ତୁ । ଯସ୍ୟ ପ୍ରଘାତରେ ଲକ୍ଷଣ ଦେଖନ୍ତି, ତେବେ ତା’ର ଉପଯୁକ୍ତ ଚିକିତ୍ସା କରନ୍ତୁ । ପ୍ରତିଜୀବାଣୁ ଓ ଯନ୍ତ୍ରଣା ନିବାରକ ଔଷଧ ଦିଅନ୍ତୁ । ପରିଷ୍କାର କ୍ଷତପଟିଦ୍ଵାରା କ୍ଷତଟିକୁ ବାନ୍ଧି ଦିଅନ୍ତୁ । ଆଘାତ ପ୍ରାପ୍ତ ବ୍ୟକ୍ତିଙ୍କୁ ଅଧା ବସିବା ସ୍ଥିତିରେ ରଖନ୍ତୁ । ପ୍ରତିଜୀବାଣୁ ଔଷଧ (ପେନିସିଲିନ) ଦିଅନ୍ତୁ । ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ । ରୋଗୀକୁ କିଛି ଖାଇବାକୁ ବା ପିଇବାକୁ ଦିଅନ୍ତୁ ନାହିଁ । ମୁଣ୍ଡରେ ଗୁଳି କ୍ଷତ ତଳିପେଟରେ ଗଭୀର କ୍ଷତ ପେଟ ବା ଅନ୍ତ୍ରକୁ ଆଘାତ କରିଥିବା ଯେ କୌଣସି କ୍ଷତ ଅତି ବିପଦଜନକ । ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । କିନ୍ତୁ ଇତି ମଧ୍ୟରେ କ୍ଷତଟିକୁ ଗୋଟିଏ ପରିଷ୍କାର କ୍ଷତପଟିଦ୍ଵାରା ବାନ୍ଧି ଦିଅନ୍ତୁ । ଯଦି ଅଳ୍ପ ଆଂଶିକଭାବେ କ୍ଷତର ବାହାରକୁ ବାହାରିଆସିଥାଏ, ତେବେ ଲୁଣ ମିଶାଫୁଟା ପାଣିରେ ଖଣ୍ଡିଏ ସଫା କପଡା ଭିଯାଇ ଉକ୍ତ ସ୍ଥାନଟିକୁ ଘୋଡାଇ ଦିଅନ୍ତୁ । ଅନ୍ତ୍ରକୁ ଭିତରକୁ ପୁରାଇଦେବାକୁ ଚେଷ୍ଟା କରନ୍ତୁ ନାହିଁ । ଏହି ଢଙ୍କାଯାଇଥିବା କପଡାଟି ଯେମିତି ସବୁବେଳେ ଓଦା ରୁହେ । ଆଘାତପ୍ରାପ୍ତ ବ୍ୟକ୍ତିଙ୍କଠାରେ ପ୍ରଘାତର ଲକ୍ଷଣ ଦେଖିଲେ, ତାଙ୍କର ଗୋଡକୁ ତାଙ୍କ ମୁଣ୍ଡ ଉଚ୍ଚତାଠାରୁ ଉର୍ଦ୍ଧ୍ଵରେ ରଖନ୍ତୁ । ନା ଖାଦ୍ୟ ନା ପାଣି : ଏ ସବୁ ମୁହଁବାଟେ ଖାଇବାକୁ ଆଦୌ ଦିଅନ୍ତୁ ନାହିଁ । ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ଯଦି ଶୋଷ କରୁଥାଏ, ତେବେ ଖଣ୍ଡିଏ କପଡାକୁ ପାଣିରେ ଭିଯାଇ ତାକୁ ଚୁଚୁମିବାକୁ ଦିଅନ୍ତୁ କିମ୍ବା ତା’ର ଓଠକୁ ଖାଲି ଓଦା କରି ଦିଅନ୍ତୁ । ଯଦି ପାକସ୍ଥଳୀ ଫୁଲିଯାଏ ଓ ଆଘାତପ୍ରାପ୍ତ ବ୍ୟକ୍ତି କେତେଦିନ ଝାଡା ଯାଇ ନ ଥାନ୍ତି, ତଥାପି ବି ମାଲାଦ୍ଵାରବାଟେ ପିଚକାରୀ ପ୍ରକ୍ରିୟା ପ୍ରୟୋଗ କରନ୍ତୁ ନାହିଁ । ଯଦି ଅନ୍ତ୍ର ଖଣ୍ଡିଆ ହୋଇଥାଏ, ତେବେ ପିଚକାରୀ ପ୍ରକ୍ରିୟା ଓ ମଳ ପରିଷ୍କାର କରିବା ପ୍ରକ୍ରିୟା ଅନୁସରଣ କରିବାଦ୍ଵାରା ସେହି ବ୍ୟକ୍ତି ମରିଯାଇ ପାରନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଅପେକ୍ଷା କରନ୍ତୁ ନାହିଁ । ଖୁବ୍ ଶୀଘ୍ର ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ଡାକ୍ତରଖାନାକୁ ନେଇ ଯାଆନ୍ତୁ । ତାଙ୍କ ପାଇଁ ଅସ୍ତ୍ରୋପ୍ରଚାର ଦରକାର । ଅନ୍ତ୍ରକୁ ଆଘାତପ୍ରାପ୍ତ କରିଥିବା କ୍ଷତ ପାଇଁ ଔଷଧ (ଆପେଣ୍ଡିସାଇଟସ୍ କିମ୍ବା ପେରିଟୋନାଇଟସ୍ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ) ଡାକ୍ତରୀ ସାହାଯ୍ୟ ପାଇବା ପର୍ଯ୍ୟନ୍ତ ନିମ୍ନମତ୍ତେ କରନ୍ତୁ : ପ୍ରତି ୪ ଘଣ୍ଟାରେ ୧ ଗ୍ରାମ ଆମ୍ପିସିଲିନ (୪ଟି ୨୫୦ ମି.ଗ୍ରା. ଆମ୍ପ୍ୟୁଲସ) ଇଞ୍ଜେକ୍ସନ ଦିଅନ୍ତୁ । ଯଦି ଆମ୍ପିସିଲିନ ନମିଳେ ତେବେ ପେନିସିଲିନ ଦିଅନ୍ତୁ । (ପ୍ରଥମେ ୫ ନିୟୁତ ଓ ପରେ ପ୍ରତି ୪ ଘଣ୍ଟା ଅନ୍ତରରେ ୧ ନିୟୁତ ଲେଖାଏଁ) ପେନିସିଲିନ ସହିତ ଷ୍ଟ୍ରେପଟୋମାଇସିନ ଦିନକୁ ୨ ଥର ଦିଅନ୍ତୁ । ଯଦି ଏହିସବୁ ଜୀବାଣୁନାଶୀ ଇଞ୍ଜେକ୍ସନ ରୂପେ ପାଉ ନାହାନ୍ତି ତେବେ ଆମ୍ପିସିଲିନ ବା ପେନିସିଲିନ ସହିତ କ୍ଲୋରମଫେନିକଲ ବା ଟେଟ୍ରାସାଇକ୍ଲିନ ପାଟିରେ ଅଳ୍ପ ପାଣି ସହିତ ଖୁଆନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ