ଅତି ପ୍ରବଳ ଜ୍ଵର
ଅତି ପ୍ରବଳ ଜ୍ଵରର ପ୍ରକୋପକୁ ଖୁବ୍ ଶୀଘ୍ର କମାଇ ଦିଆନଗଲେ ଏହା ବିପଦଜନକ ହୋଇଥାଏ । ଛୋଟ ଛୁଆଙ୍କ କ୍ଷେତ୍ରରେ ବିଶେଷ କରି ୬ ମାସରୁ ୬ ବର୍ଷ ବୟସ ମଧ୍ୟରେ ପ୍ରବଳ ଜ୍ଵର ଅତ୍ୟନ୍ତ ବିପଦଜନକ । ଏହା ମୂର୍ଚ୍ଛାରୋଗ କିମ୍ବା ସ୍ଥାୟୀଭାବେ ମସ୍ତିସ୍କ ନଷ୍ଟ (ଯଥା – ପକ୍ଷାଘାତ, ମାନ୍ଦାମସ୍ତିସ୍କ, ଅପସ୍ମାର ଇତ୍ୟାଦି) କରାଇ ଦେଇପାରେ ।
ଜ୍ଵର ଖୁବ୍ ବଢି ଗଲେ (ଫାରେନହିଟରୁ ଉର୍ଦ୍ଧ୍ଵ କିମ୍ବା ସେଣ୍ଟିଗ୍ରେଡରୁ ଉର୍ଦ୍ଧ୍ଵ) ତାହାକୁ ଅତିଶୀଘ୍ର କମାଇବା ଦରକାର : -
- ଜ୍ଵର ହୋଇଥିବା ବ୍ୟକ୍ତିଙ୍କ ଉପରେ ଥଣ୍ଡା ପାଣି ଢାଳନ୍ତୁ, କିଛି କପଡା ଥଣ୍ଡା ପାଣିରେ ଭିଯାଇ ତାଙ୍କ ମଠା, ବାହୁ ଓ ଗୋଡରେ ପକାନ୍ତୁ, କପଡା ଗୁଡିକୁ ଥଣ୍ଡା ରଖିବାପାଇଁ ପଙ୍ଖା କରନ୍ତୁ ଓ କପଡାଗୁଡିକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ । କପଡା ନମିଳିଲେ କଦଳୀ ଗଛର ବାହୁଙ୍ଗା ବ୍ୟବହାର କରାଯାଇପାରେ । ଜ୍ଵରର ଉତ୍ତାପକୁ ଖସିବା ପର୍ଯ୍ୟନ୍ତ ଏପରି କରନ୍ତୁ । ଅତି ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ହୁଏତ କମ୍ପ ସୃଷ୍ଟି କରାଇପାରେ ଓ ଜ୍ଵର ବଢାଇ ଦେଇପାରେ।
- ଜ୍ଵର ହୋଇଥିବା ବ୍ୟକ୍ତିଙ୍କର ପ୍ରଚୁର ପାଣି ଓ ଶକ୍ତି ଅପଚୟ ହୁଏ, ତେଣୁ ଶକ୍ତି ସଞ୍ଚୟ ପାଇଁ ପ୍ରଚୁର ପରିମାଣର ଚିନି ବା ଗୁଡ ମିଶା ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ।
- ଜ୍ଵର କମିବା ପାଇଁ ଔଷଧ ଦିଅନ୍ତୁ । ଏଥିପାଇଁ ପାରାସିଟାମଲ୍ ଭଲ କାମ କରେ ।
ଜ୍ଵରର ମାତ୍ରା
ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ (୫୦୦ ମି.ଗ୍ରା. ପାରାସିଟାମଲ୍ ବ୍ୟବହାରକରି )
୧୨ ବର୍ଷ ବୟସରୁ ଉର୍ଦ୍ଧ୍ଵ
|
ପ୍ରତି ୮ ଘଣ୍ଟାରେ ଗୋଟିଏ ବଟିକା
|
୭ବର୍ଷରୁ ୧୨ ବର୍ଷ ପିଲାଙ୍କ ପାଇଁ
|
ପ୍ରତି ୬ ଘଣ୍ଟାରେ ଫାଳେ ବଟିକା
|
୩ବର୍ଷରୁ ୭ ବର୍ଷର ପିଲାଙ୍କ ପାଇଁ
|
ପ୍ରତି ୬ ଘଣ୍ଟାରେ ଚଉଠେ ବଟିକା
|
୧ରୁ ୩ ବର୍ଷ ପିଲାଙ୍କ ପାଇଁ
|
ପ୍ରତି ୮ ଘଣ୍ଟାରେ ଚଉଠେ ବଟିକା
|
ମନ୍ତବ୍ୟ : ଏସିଟାମିନୋଫେନ ୧୨ବର୍ଷରୁ କମ୍ ପିଲାଙ୍କ ପାଇଁ ଆସ୍ପିରିନ ଠାରୁ ଅଧିକ ନିରାପଦ ଅଟେ । ଯାହାକୁ ଥଣ୍ଡା, ଫ୍ଲୁ ବା ମିଳିମିଳା ହୋଇଥାଏ ।
ବର୍ଷକରୁ କମ୍ ବୟସର ଶିଶୁଙ୍କୁ ଲାଙ୍ଗଳାକରି ରଖିଲେ ଜ୍ଵର ଆପେ ଆପେ ଛାଡିଯାଏ । ଏହି ଶିଶୁଙ୍କୁ ପାରାସିଟାମଲ୍ ସିରପ୍ ବା ଚାମଚରେ ଅଧା ଚାମଚ ପ୍ରତି ଘଣ୍ଟାରେ ଥରେ ଦିଆଯାଇପାରରିବ ।
ଜ୍ଵର ହେଉଥିବା ବ୍ୟକ୍ତି ଯଦି ବଟିକା ଢୋକି ପାରୁ ନଥିବେ ତେବେ ତାହାକୁ ଚୂର୍ଣ୍ଣ କରି ସେଥିରେ କିଛି ପାଣି ମିଶାଇ ପିଚକାରୀ ମାଧ୍ୟମରେ ବା ଛୁଞ୍ଚି ଲାଗି ନ ଥିବା ସିରିଞ୍ଜ ମାଧ୍ୟମରେ ମଳଦ୍ଵାର ବାଟେ ଭିତରକୁ ପ୍ରବେଶ କରାଇପାରିବେ ।
ଯଦି ପ୍ରବଳ ଜ୍ଵର ଶୀଘ୍ର କମି ନଯାଏ ଓ ମୂର୍ଚ୍ଛା ରୋଗ ଆରମ୍ଭ ହୋଇଯାଏ, ତେବେ ଅବିରତ ଭାବେ ପାଣି ଦ୍ଵାରା ଦେହକୁ ଥଣ୍ଡା ରଖନ୍ତୁ ଓ ସଙ୍ଗେ ସଙ୍ଗେ ଡାକ୍ତରୀ ସାହାଯ୍ୟ ଗ୍ରହଣ କରନୁ ।
|
ପ୍ରଘାତ (ସକ୍)
ପ୍ରଘାତ ଯୋଗୁଁ ରକ୍ତଚାପ ବିପଦଜନକ ଭାବେ କମିଯାଇ ଆସନ୍ନମୃତ୍ୟୁର ଅବସ୍ଥା ସୃଷ୍ଟି ହୁଏ । ସାଘାଂତିକ ଭାବରେ ପୋଡିଯିବା, ଭୀଷଣ ଯନ୍ତ୍ରଣା, ଭୀଷଣ ରକ୍ତଚାପ, ଅତିଶୟ ଅସୁସ୍ଥତା, ଦେହରେ ଜଳୀୟ ଅଂଶର ଅଭାବ, ଭୟାନକ ପ୍ରତ୍ୟୁର୍ଯ୍ୟତା କିମ୍ବା ହୃଦରୋଗ ଇତ୍ୟାଦି କାରଣଗୁଡିକ ଯୋଗୁଁ ଏହା ହୋଇପାରେ । ଶରୀରର ଆଭ୍ୟନ୍ତରୀଣରେ ଭୀଷଣ ରକ୍ତକ୍ଷୟ ହେଲେ ବାହାରକୁ ଦେଖାଯାଏ ନାହିଁ । କିନ୍ତୁ ଏହା ଯୋଗୁଁ ମଧ୍ୟ ପ୍ରଘାତ ହୋଇଥାଏ । ଯେଉଁ ରୋଗୀ ପ୍ରଘାତ ଅବସ୍ଥାରେ ଥିବ କିମ୍ବା ଧୀରେ ଧୀରେ ପ୍ରଘାତ ଆଡକୁ ଗତି କରୁଥିବ ସେ ପ୍ରକାର ରୋଗୀଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାନ୍ତୁ ।
ପ୍ରଘାତର ଲକ୍ଷଣ
- ଦୁର୍ବଳତା, ନାଡୀର ଦୁର୍ବଳ ଓ ଦ୍ରୁତ ଗତି (ପ୍ରତି ମିନିଟରେ ୧୦୦ରୁ ଅଧିକ ଥର)
- ବାନ୍ତି ବାନ୍ତି ଲାଗିବା
- ଥଣ୍ଡା ଓଦାଳିଆ ଚର୍ମ
- ଥଣ୍ଡା ପାଗରେ ବି ଅତ୍ୟଧିକ ଝାଳ ବାହାରିବା
- ଭୀଷଣ ଶୋଷ ଲାଗିବା, ରକ୍ତଚାପ ଅତି କମ୍ ହୋଇଯିବା
- ମାନସିକ ବିଚଳନ, ମାନସିକ ଭ୍ରମ ବା ଚେତାଶୂନ୍ୟତା
ପ୍ରଘାତର ପ୍ରତିରୋଧ ବା ଚିକିତ୍ସା
ପ୍ରଘାତର ପ୍ରଥମ ଲକ୍ଷଣ ଦେଖିଲେ ବା ପ୍ରଘାତ ଜନିତ କୌଣସି ବିପଦର ଆଶଙ୍କା ଥିଲେ । ନିମ୍ନମତେ ସେହି ବ୍ୟକ୍ତିଙ୍କୁ ଶୁଆଇ ଦିଅନ୍ତୁ, ଯେପରିକି ତାଙ୍କ ଗୋଡ ମୁଣ୍ଡ ରହିଥିବା ଉଚ୍ଚତା ଠାରୁ ଉପରକୁ ରହିବ।
ପ୍ରଘାତ ଯଦି ମୁଣ୍ଡରେ ଆଘାତ ଜନିତ କାରଣରୁ ହୋଇଥାଏ, ତେବେ ଗୋଡ ଉପରକୁ ଟେକି ଶୁଆଇ ଦିଅନ୍ତୁ ନାହିଁ । ତକିଆକୁ ଆଉଜି ଆଣ୍ଠୁ ପାଖରୁ ଗୋଡଭାଙ୍ଗି ବସାଇ ରଖନ୍ତୁ ।
- ନୀରବତା ରକ୍ଷା କରନ୍ତୁ ଓ ସାନ୍ତ୍ଵନା ଦିଅନ୍ତୁ ।
- ଯଦି ସେହି ବ୍ୟକ୍ତିଙ୍କୁ ଥଣ୍ଡା ଲାଗୁଥାଏ, ତେବେ ତାଙ୍କୁ ଚଦରରେ ଘୋଡାଇ ଦିଅନ୍ତୁ ।
- ଯଦି ତାଙ୍କର ଚେତା ଥାଏ, ତାଙ୍କୁ ଗରମ ବା ଉଷୁମ ପାଣି ପିଇବାକୁ ଦିଅନ୍ତୁ । ଯଦି ଆଘାତ ଜନିତ (ଦୁର୍ଘଟଣା, ଛୁରୀଆଘାତ)ଇତ୍ୟାଦି କାରଣରୁ ଏହା ହୋଇଥାଏ, ତେବେ କିଛି ପିଇବାକୁ ଦିଅନ୍ତୁ ନାହିଁ, ହୁଏତ ଏଥିପାଇଁ ଅସ୍ତ୍ରୋପ୍ରଚାର ଦରକାର ପଡିପାରେ । ତେଣୁ ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ନିଅନ୍ତୁ ।
- ଯଦି ତାଙ୍କୁ କଷ୍ଟ ହେଉଥାଏ, ତେବେ ଆସ୍ପିରିନ ବା ଅନ୍ୟ ଯେ କୌଣସି କଷ୍ଟ ଉପଶମକାରୀ ଔଷଧ ଦିଅନ୍ତୁ । କିନ୍ତୁ ନିଦ୍ରାକାରକ ଔଷଧ ଯଥା – କୋଡିନ ଦିଅନ୍ତୁ ନାହିଁ ।
- ଯଦି ପ୍ରଘାତ ଅନୁର୍ଜତା କାରଣ ଯୋଗୁଁ ହୋଇଥାଏ, ତେବେ ଆଡ୍ରେନାଲିନ ୦.୫ ମି.ଲି. ବୟସ୍କଙ୍କୁ ଓ ୦.୨୫ ମି.ଲି. ପିଲାମାନଙ୍କୁ ଚର୍ମ ତଳେ ଦେବା ଉଚିତ୍ । ଯଦି ରକ୍ତଚାପ ଅତି କମିଥିବ ତେବେ ଆଇ.ଭି. ଯଥା ଡେକ୍ସଟ୍ରୋଜ ସେଲାଇନ ଯଦି ମିଳେ, ତେବେ ଉଚିତ୍ ଏବଂ ଡାକ୍ତରୀ ଚିକିତ୍ସାର ସାହାଯ୍ୟ ନେବା ଉଚିତ୍ ।
ଯଦି ବ୍ୟକ୍ତି ଜଣଙ୍କ ଚେତା ହରାଇଥାନ୍ତି
- ଯଦି ସେ ବାନ୍ତି କରନ୍ତି, ସଙ୍ଗେ ସଙ୍ଗେ ତାଙ୍କ ମୁହଁ ସଫା କରିଦିଅନ୍ତୁ । ସେ ଯେମିତି ଗୋଟିଏ କଡରେ ମୁଣ୍ଡ ତଳକୁ କରି ଶୁଅନ୍ତୁ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଯାହାଦ୍ଵାରା କି ସେ ବାନ୍ତିକୁ ତାଙ୍କ ପ୍ରଶ୍ଵାସରେ ଫୁସ୍ ଫୁସ୍ କୁ ନେବେ ନାହିଁ ।
- ଚେତା ଫେରି ନଆସିବା ପର୍ଯ୍ୟନ୍ତ ପାଟିବାଟେ ତାଙ୍କୁ କୌଣସି ଜିନିଷ ଦିଅନ୍ତୁ ନାହିଁ ।
- ଯଦି ଆପଣ ବା ନିକଟରେ ଥିବା ଅନ୍ୟ କୌଣସି ବ୍ୟକ୍ତି ଶିରାରେ ଦ୍ରବଣ ଦେବା ପ୍ରଣାଳୀ ଜାଣି ଥାଆନ୍ତି, ତେବେ ତାହାକୁ ଖୁବ୍ ଶୀଘ୍ର ଦିଅନ୍ତୁ ।
ଖୁବ୍ ଶୀଘ୍ର ଡାକ୍ତରୀ ସାହାଯ୍ୟ ଗ୍ରହଣ କରନ୍ତୁ ।
ଚେତାଶୂନ୍ୟ ହେବାର ସାଧାରଣ କାରଣ ଗୁଡିକ ହେଉଛି :
- ମଦ୍ୟପାନ
- ମୂର୍ଚ୍ଛା (ଭୟ ବା ଦୁର୍ବଳତା ଇତ୍ୟାଦି ଯୋଗୁଁ)
- ମୁଣ୍ଡରେ ଆଘାତ
- ଉତ୍ତାପ ଜନିତ ଆଘାତ
- ପ୍ରଘାତ
- ଆଘାତ
- ବିଷଜନିତ
- ହୃଦରୋଗ
- ବହୁମୂତ୍ର ରୋଗ
- ଅପସ୍ଥାର
ଜଣେ ଯଦି ଚେତା ହରାଇଥାନ୍ତି ଓ ଏହାର କାରଣ ଆପଣ ଜାଣିନଥାନ୍ତି, ତେବେ ଖୁବ୍ ଶୀଘ୍ର ନିମ୍ନଦତ୍ତ ବିଷୟ ଗୁଡିକ ପରୀକ୍ଷା କରିନିଅନ୍ତୁ ।
- ତାଙ୍କର ଶ୍ଵାସକ୍ରିୟା ଠିକ୍ ରୂପେ ହେଉଛି କି? ଯଦି ହେଉଥାଏ, ତେବେ ମୁଣ୍ଡକୁ ପଛକୁ କରି ହନୁହାଡ ଓ ଦାନ୍ତକୁ ଛାପି ଜିଭକୁ ବାହାର କରି ଆଣନ୍ତୁ । ନାକ, ପାଟି ଓ ତଣ୍ଟିକୁ ସଫା କରିଦିଅନ୍ତୁ, କାରଣ ନିଶ୍ଵାସ ପାଇଁ ଏହିସବୁ ସ୍ଥାନରେ ଅବରୋଧ ସୃଷ୍ଟି ହୋଇପାରେ । ଯଦି ତଣ୍ଟିରେ କିଛି ଲାଗିଥାଏ,ବାହାର କରି ଆଣନ୍ତୁ । ଏହା ସତ୍ତ୍ୱେ ବିଯଦି ତାଙ୍କରଶ୍ଵାସକ୍ରିୟା ସମ୍ପାଦନ ନହୁଏ, ତେବେ ସଙ୍ଗେ ସଙ୍ଗେ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରାନ୍ତୁ।
- ତାଙ୍କର ପ୍ରଚୁର ରକ୍ତକ୍ଷୟ ହେଉଛି କି ? ଯଦି ହେଉଥାଏ,ତାକୁ ନିୟନ୍ତ୍ରଣ କରନ୍ତୁ ।
- ତାଙ୍କର ନାଡି ଚାଲୁଛିତ କିମ୍ବା ହୃଦଯନ୍ତ୍ର ଏପର୍ଯ୍ୟନ୍ତ ଚାଲୁଛି କି ନାହିଁ ? ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ,ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ ।
ପ୍ରଘାତ ହୋଇଛି କି?
ଉତ୍ତାପ ଜନିତ ଆଘାତ (ଝାଳହୀନତା, ପ୍ରବଳ ଜ୍ଵର, ଗରମ ଓ ନାଲି ଚର୍ମ)।
ଶ୍ଵାସକ୍ରିୟା ବନ୍ଦ ହୋଇଗଲେ କ’ଣ କରିବେ : ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା । ଶ୍ଵାସକ୍ରିୟା ବନ୍ଦ ହୋଇଯିବାର ସାଧାରଣ କାରଣ ଗୁଡିକ ହେଉଛି : -
- ତଣ୍ଟିରେ କୌଣସି ପଦାର୍ଥ ଲାଗିଯାଇଥାଏ ।
- ଚେତା ହରାଇଥିବା ଲୋକର ଜିଭ, ମୁଣ୍ଡା ଖଙ୍କାର ଦ୍ଵାରା ତଣ୍ଟି ଅବରୋଧ ହୋଇଥାଏ ।
- ଜଣେ ଯଦି ପାଣିରେ ବୁଡିଯାଇଥାଏ, ଧୂଆଁଦ୍ଵାରା ଶ୍ଵାସରୁଦ୍ଧ ହୋଇଯାଇଥାଏ ବା ଶରୀରରେ ବିଷ ପ୍ରବେଶ କରିଥାଏ ।
- ଜଣେ ଯଦି ଛାତି କିମ୍ବା ମୁଣ୍ଡରେ ଆଘାତପ୍ରାପ୍ତ ହୋଇଥିବେ ।
- ଯଦି ହୃଦସ୍ପନ୍ଦନ ବନ୍ଦ ହୋଇଯାଏ ।
ଯଦି ଶ୍ଵାସକ୍ରିୟା ଚାରିମିନିଟ ପର୍ଯ୍ୟନ୍ତ ବନ୍ଦ ହୋଇଯାଏ, ତେବେ ଜଣେ ଲୋକ ମରିଯିବ ।
ଜଣଙ୍କର ଶ୍ଵାସକ୍ରିୟା ବନ୍ଦ ହେବା ସଙ୍ଗେ ସଙ୍ଗେ ହିଁ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରନ୍ତୁ ।
|
ଯେତେଶୀଘ୍ର ପାରନ୍ତି ନିମ୍ନଦତ୍ତ ସମସ୍ତ ପଦ୍ଧତି ଅନୁସରଣ କରନ୍ତୁ :
- ପ୍ରଥମ ପଦକ୍ଷେପ :
ପାଟି ବା ତଣ୍ଟିରେ କିଛି ଲାଗିଥିଲେ ଶୀଘ୍ର ବାହାର କରିନିଅନ୍ତୁ । ଜିଭକୁ ବାହାରକୁ ଟାଣି ଆଣନ୍ତୁ । ଯଦି ତଣ୍ଟିରେ ଖଙ୍କାର ଲାଗିଥାଏ,ଶୀଘ୍ର ସଫା କରିଦିଅନ୍ତୁ ।
- ଦ୍ଵିତୀୟ ପଦକ୍ଷେପ :
ଖୁବ୍ ଶୀଘ୍ର ସେହି ବ୍ୟକ୍ତିଙ୍କୁ ମୁହଁ ଉପରକୁ କରି ଶୁଆଇ ଦିଅନ୍ତୁ । ମୁଣ୍ଡକୁ ପଛପଟକୁ ନୂଆଁଇ ମାଢିକୁ ଉପରକୁ ଟେକନ୍ତୁ ।
- ତୃତୀୟ ପଦକ୍ଷେପ :
ଆପଣଙ୍କ ଆଙ୍ଗୁଠିଦ୍ଵାରା ତାଙ୍କ ନାକକୁ ଚିପିଧରି, ମୁହଁକୁ ପୁରା ଖୋଲିଦେଇ ତା’ ଉପରେ ଆପଣଙ୍କ ମୁହଁକୁ ଲଗାନ୍ତୁ ଓ ତାଙ୍କ ଫୁସ୍ ଫୁସ୍ ଭିତରକୁ ଖୁବ୍ ଜୋରରେ ଫୁଙ୍କନତୁ, ଯେପରି କି ତାଙ୍କର ଛାତି ଫୁଲିଉଠିବ । ପବନ ବାହାରକୁ ବାହାରି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ପୁଣି ଥରେ ଫୁଙ୍କନତୁ । ଏକ ମିନିଟରେ ପ୍ରାୟ ୧୫ ଥର ପର୍ଯ୍ୟନ୍ତ ଏପରି କରନ୍ତୁ । ନବଜାତ ଶିଶୁଙ୍କ କ୍ଷେତ୍ରରେ ଖୁବ୍ ଆସ୍ତେ, ଏକ ମିନିଟ୍ ରେ ପ୍ରାୟ ୨୫ ଥର ପର୍ଯ୍ୟନ୍ତ ଏପରି କରନ୍ତୁ କିମ୍ବା ଆପଣଙ୍କ ପାଟିରେ ଯେତିକି ବାୟୁଥିବ ସେତିକି ଶିଶୁର ଫୁସ୍ ଫୁସ୍ ଭିତରକୁ ଦିଅନ୍ତୁ ପ୍ରାୟ ମିନିଟ୍ କୁ ୪୦ ଥର । ଆପଣ ନିଜର ଫୁସ୍ ଫୁସ୍ ରୁ ବାୟୁ ଦିଅନ୍ତୁ ନାହିଁ, ଆପଣଙ୍କ ଗାଲରୁ ହିଁ କେବଳ ପବନ ଦିଅନ୍ତୁ । ଯଦି ଶକ୍ତଭାବେ ପବନ ଦେବେ ତେବେ ତା’ର ଫୁସ୍ ଫୁସ୍ ଫାଟି ଯିବ ।
ଜଣେ ନିଜେ ନିଜେ ଶ୍ଵାସକ୍ରିୟା କରିବା ପର୍ଯ୍ୟନ୍ତ ବା ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆପଣ ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା କରନ୍ତୁ । କେତେକ କ୍ଷେତ୍ରରେ ଆପଣଙ୍କୁ ଏହିପରି ଗୋଟିଏ ଘଣ୍ଟା କିମ୍ବା ଅଧିକ ସମୟ ଧରି କରିବାକୁ ପଡିଥାଏ ।
ତାଙ୍କର ପ୍ରଚୁର ରକ୍ତକ୍ଷୟ ହେଉଛି କି ? ଯଦି ହେଉଥାଏ ତା’କୁ ନିୟନ୍ତ୍ରଣ କରନ୍ତୁ । କୌଣସି କ୍ଷତର ରକ୍ତସ୍ରାବ କିପରି ନିୟନ୍ତ୍ରଣ କରିବେ ।
- ଆଘାତପ୍ରାପ୍ତ ଅଂଶକୁ ଉପରକୁ ଉଠାଇ ରଖନ୍ତୁ ।
- ଗୋଟିଏ ସଫାକନାଦ୍ଵାରା (ସଫା କନା ନଥିଲେ ଆପଣଙ୍କ ହାତ ଦ୍ଵାରା) ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ କ୍ଷତଟିକୁ ଚାପିଧରନ୍ତୁ ସେଥିପାଇଁ ହୁଏତ ୧୫ ମିନିଟ୍ ବା ବେଳେବେଳେ ଘଣ୍ଟାଏ ବା ତା’ ଠାରୁ ଅଧିକ ସମୟ ଲାଗେ ।
- ଯଦି କ୍ଷତଟିକୁ ଚାପିଧରିବା ଦ୍ଵାରା ରକ୍ତସ୍ରାବ ବନ୍ଦ ନହୁଏ ଓ ଯଦି ସେହି ବ୍ୟକ୍ତିଙ୍କର ପ୍ରଚୁର ରକ୍ତକ୍ଷୟ ହୁଏ, ତେବେ ନିମନମତତେ କରନ୍ତୁ ।
- କ୍ଷତକୁ ଚାପି ଧରନ୍ତୁ
- କ୍ଷତାକ୍ତ ଅଙ୍ଗକୁ ଯେତେ ସମ୍ଭବ ଉଚ୍ଚରେ ରଖନ୍ତୁ
- କ୍ଷତ ଓ ଶରୀର ମଧ୍ୟସ୍ଥ ହାତ ବା ଗୋଡରେ କ୍ଷତସ୍ଥାନର ନିକଟତମ ଅଂଶରେ ବାନ୍ଧି ଦିଅନ୍ତୁ।
- ବାନ୍ଧିବା ପାଇଁ ଚଉଡା ହୋଇଥିବା କପଡା କିମ୍ବା ଓସାରିଆ ପଟି ବ୍ୟବହାର କରନ୍ତୁ । ସାରୁ ଦଉଡି, ବଳା ରାସୀ ବା ତାର ବ୍ୟବହାର କରନ୍ତୁ ନାହିଁ ।
ସତର୍କତା
- ଯଦି ଭୀଷଣ ଭାବେ ରକ୍ତସ୍ରାବ ହେଉଥାଏ ଓ ଚାପିଧରିବା ଦ୍ଵାରା ତାହା ନିୟନ୍ତ୍ରିତ ହେଉ ନଥାଏ, ତେବେ କେବଳ କ୍ଷତସ୍ଥାନକୁ ବାନ୍ଧି ଦିଅନ୍ତୁ ।
- ରକ୍ତ ସଞ୍ଚାଳନ ପାଇଁ ପ୍ରତି ଅଧଘଣ୍ଟାରେ, ଗଣ୍ଠି ଟିକିଏ ହୁଗୁଳା କରି ଦିଅନ୍ତୁ ଓ ଆଉ ବାନ୍ଧିବା ଦରକାର କି ନାହିଁ ଅନୁଧ୍ୟାନ କରନ୍ତୁ । ଅଧିକ ସମୟ ବାନ୍ଧି ରଖିବା ଦ୍ଵାରା ହାତଗୋଡ ଅକାମୀ ହୋଇଯାଏ । ଯାହାଦ୍ଵାରା ଶେଷକୁ ହାତ କିମ୍ବା ଗୋଡକୁ କାଟିବାକୁ ପରିପାରେ ।
- ରକ୍ତସ୍ରାବ ବନ୍ଦକରିବା ପାଇଁ କାଦୁଅ, ଗୋବର, କିରୋସିନ୍, ଚୂନ ବା କଫି ଆଦୌ ବ୍ୟବହାର କରନ୍ତୁ ନାହିଁ ।
- ଯଦି ରକ୍ତସ୍ରାବ ଓ ଆଘାତ ଭୀଷଣ ହୋଇଥାଏ, ତେବେ ପ୍ରଘାତର ପ୍ରତିରୋଧ ପାଇଁ ଗୋଡ ଉପରକୁ ଓ ମୁଣ୍ଡ ତଳକୁ କରି ରଖନ୍ତୁ ।
- ତାଙ୍କର ନାଡି ଚାଲୁଛି କିମ୍ବା ହୃଦଯନ୍ତ୍ର ଚାଲୁଛି କି ନାହିଁ, ଯଦି ହୃଦଯନ୍ତ୍ର ବନ୍ଦ ହୋଇଯାଇଥିବ ତେବେ ହୃଦୟଘଷା କାମ ଆରମ୍ଭ କରନ୍ତୁ ।
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ