ପ୍ରାଥମିକ ଚିକିତ୍ସା (ନାକରୁ ରକ୍ତସ୍ରାବ କିପରି ବନ୍ଦ କରିବେ)
ନାକରୁ ରକ୍ତ ସ୍ରାବ ହେଲେ କ'ଣ କରିବେ ?
- ଧୀରସ୍ଥିର ହୋଇ ବସନ୍ତୁ ।
- ଦଶମିନିଟ ପର୍ଯ୍ୟନ୍ତ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ନାକକୁ ଚିପି ଧରନ୍ତୁ ।
- ଏହା ଯଦି ରକ୍ତସ୍ରାବ ନିୟନ୍ତ୍ରଣ ନକରେ, ମେଞ୍ଚାଏ ତୁଳାକୁ ବିଣ୍ଡା କରି, ତା’ର କିଛି ଅଂଶ ବାହାରକୁ ରଖି ନାକପୁଡା ଭିତରେ ଭର୍ତ୍ତି କରନ୍ତୁ । ଯଦି ସମ୍ଭବ ହୁଏ ସେହି ତୁଳାକୁ ହାଇଡ୍ରୋଜେନ ପେରକସାଇଡ, ଭେସ୍ ଲିନ୍, କାର୍ଡନ କାକଟସ୍ ରସ ବା ଏପିନେଫ୍ରାଇନ ସହିତ ଲିଡୋକେନ ମିଶାଇ ଭିଜାଇ ଦିଅନ୍ତୁ।
- ତା’ପରେ ପୁଣିଥରେ ନାକକୁ ଭଲଭାବେ ଚାପି ଧରନ୍ତୁ । ୧୦ ମିନିଟ୍ ବା ରକ୍ତସ୍ରାବ ବନ୍ଦ ହେବା ପର୍ଯ୍ୟନ୍ତ ସେହିପରି ଧରନ୍ତୁ । ମୁଣ୍ଡକୁ ସିଧା ଉପରକୁ ରଖନ୍ତୁ ।
- ରକ୍ତସ୍ରାବ ବନ୍ଦ ହେବାର କିଛି ଘଣ୍ଟା ପର୍ଯ୍ୟନ୍ତ ତୁଳା ବିଣ୍ଡାକୁ ବାହାର କରନ୍ତୁ ନାହିଁ ଓ ତା’ପରେ ଅତି ଯତ୍ନର ସହିତ ତୁଳା ବିଣ୍ଡାକୁ ବାହାର କରି ନିଅନ୍ତୁ ।
- ନାକ ଖୋଳନ୍ତୁ ନାହିଁ ବା ଜମାଟ ବାନ୍ଧିଥିବା ରକ୍ତକୁ ବାହାର କରନ୍ତୁ ନାହିଁ ଏହାଦ୍ଵାରା ପୁଣିଥରେ ରକ୍ତସ୍ରାବ ହେବ ।
ବିଶେଷତଃ ବୃଦ୍ଧଲୋକମାନଙ୍କ କ୍ଷେତ୍ରରେ ନାକର ପାଶ୍ଚାତ ଭାଗରୁ ରକ୍ତସ୍ରାବ ହୋଇଥାଏ ଓ ନାକକୁ ଚିପି ଧରିବା ଦ୍ଵାରା ବନ୍ଦ ହୁଏ ନାହିଁ । ଏ କ୍ଷେତ୍ରରେ ଦାନ୍ତ ମଝିରେ ସୋଲ, ଜହ୍ନି ବା ମକା ଭୁଣ୍ଡି ଛାପି ରଖି ସାମ୍ନାକୁ ଝୁଙ୍କି ଧୀରସ୍ଥିର ହୋଇ ବସି ରହନ୍ତୁ ଓ ରକ୍ତସ୍ରାବ ବନ୍ଦ ନ ହେବା ପର୍ଯ୍ୟନ୍ତ ନ ଢୋକିବାକୁ ଚେଷ୍ଟା କରନ୍ତୁ । (ପାଟି ମେଲା ରହିବାଦ୍ଵାରା ଢୋକି ହୁଏ ନାହିଁ ଓ ରକ୍ତ ଜମାଟ ବାନ୍ଧିବା ପାଇଁ ସୁଯୋଗ ମିଳିଥାଏ ।)
ପ୍ରତିଷେଧକ
- ଯଦି ଜଣେ ବ୍ୟକ୍ତିର ନାକରୁ ବାରମ୍ବାର ରକ୍ତ ବାହାରେ, ତେବେ ଦିନକୁ ଦୁଇଥର ଅଳ୍ପ କିଛି ଭେସଲିନ୍ ତାଙ୍କ ନାକ ପୁଡା ଭିତରେ ଲେପନ କରନ୍ତୁ କିମ୍ବା ପାଣିରେ ଅଳ୍ପ ଲୁଣ ମିଶାଇ ଏହାକୁ ନାକରେ ଶୁଙ୍ଘନ୍ତୁ ।
- କମଳା, ଟମାଟୋ ବା ଅନ୍ୟାନ୍ୟ ଫଳ ଖାଇବାଦ୍ଵାରା ରକ୍ତବାହୀ ଶୀରା ମଜବୁତ ହୋଇ ନାକରୁ ରକ୍ତ ପଡିବା କମିଯାଏ ।
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏ
Last Modified : 5/29/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.