অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରାଥମିକ ଚିକିତ୍ସା (ହୃଦୟଘଷା ବା ମାଲିସ କେମିତି କରିବେ)

ପ୍ରାଥମିକ ଚିକିତ୍ସା (ହୃଦୟଘଷା ବା ମାଲିସ କେମିତି କରିବେ)

ହୃଦୟଘଷା ବା ମାଲିସ କେମିତି କରିବେ ?

  • ଲୋକକୁ ପିଠି ପଟିଆ ଶୁଆଇ ଦିଅନ୍ତୁ । ଦେଖନ୍ତୁ ସେ ଯେଉଁ ଜାଗାରେ ଶୋଇଛି ତାହା କଠିନ ହେବା ଦରକାର ।
  • ତାର ମୁଣ୍ଡକୁ ଗୋଟିଏ କଡକୁ  କରିଦିଅନ୍ତୁ, ଆପଣ ନିଜେ ଆଣ୍ଠେଇ ପଡନ୍ତୁ । ରୋଗୀର ମୁଣ୍ଡକୁ ପଛକୁ ଟାଣି  ଧରି  ଅଧଃ  ହନୁହାଡକୁ ଭିଡି ଧରନ୍ତୁ ।
  • ଆପଣଙ୍କ ହାତର ପାପୁଲି  ଛାତିର ମଝିକୁ ରଖନ୍ତୁ ଓ  ଚିତ୍ରରେ ଦେଖାଯାଇଥିବା ଭଳି ଡାହାଣ ହାତ ଉପରେ ବାମ ହାତ  ରଖନ୍ତୁ ।
  • କହୁଣି ସିଧାକରି ଛାତି  ହାଡ ଦେଢ  ଇଞ୍ଚିରୁ  ଦୁଇ  ଇଞ୍ଚ  ଦବିବାଯାଏଁ  ଚାପ  ଦିଅନ୍ତୁ । ପରେ ହାତ ନ କାଢି ଢିଲା  କରିଦିଅନ୍ତୁ । ଏହିପରି  ପ୍ରତି  ମିନିଟ୍ ରେ ୬୦ରୁ ୮୦ ଥର କରନ୍ତୁ । ଛୋଟ ପିଲାମାନଙ୍କ କ୍ଷେତ୍ରରେ ମଝି  ଆଙ୍ଗୁଠି ଓ ବୁଢା  ଆଙ୍ଗୁଠି ବ୍ୟବହାର କରି ଘଷିବା  ଉଚିତ୍ ଏବଂ  ପ୍ରତିମିନିଟ୍ ରେ ୮୦ – ୧୦୦ ଥର କରନ୍ତୁ । ଯଦି ଏହାଦ୍ଵାରା  ବି ବ୍ୟକ୍ତି  ନିଶ୍ଵାସ ନେଉ ନାହିଁ  ବା ହୃଦସ୍ପନ୍ଦନ ହେଉନାହିଁ  ତେବେ  ପାଟିରୁ ପାଟି ନିଶ୍ଵାସ ପ୍ରଶ୍ଵାସ ନେବା  ସହିତ ହୃତପିଣ୍ଡକୁ ଚାପି ଦିଅନ୍ତୁ । ଗୋଟିଏ ଥର ପାଟିରେ ପାଟି ଲଗାଇ ଶ୍ଵାସକ୍ରିୟା କରିବା ବେଳକୁ ଚାରି ଥର ଛାତିରେ ଚାପ ଦିଆ ସରିଥିବା ଉଚିତ୍ ।

ଯଦି ପାଖରେ ୨ ଜଣ ବ୍ୟକ୍ତି  ଥାଆନ୍ତି ଜଣେ ପାଟିରେ ପାଟି ଲଗାଇ ନିଶ୍ଵାସ ନେଇପାରିବେ ଓ ଅନ୍ୟ ଜଣକ  ଛାତିରେ  ଚାପ ଦେଇପାରିବେ । ଏହିପରି କାମ  ରୋଗୀ  ନିଜେ ନିଶ୍ଵାସ ନେବା ପର୍ଯ୍ୟନ୍ତ କିମ୍ବା ରୋଗୀର ହୃଦସ୍ପନ୍ଦନ  ଆସିବା ପର୍ଯ୍ୟନ୍ତ  କିମ୍ବା ନିଃସନ୍ଦେହ ଭାବେ ରୋଗୀ  ମରିଯାଇଛି ବୋଲି ଧାରଣା ହେବା ପର୍ଯ୍ୟନ୍ତ କରିଚାଲନ୍ତୁ । ହୃଦୟଘଷା  କାମ କରିବାର  ଅଧଘଣ୍ଟା ମଧ୍ୟରେ ଯଦି କିଛି ଉନ୍ନତି ନ ହୁଏ ତେବେ ଏହା ବନ୍ଦ କରିଦିଅନ୍ତୁ ।

ହୃଦୟଘଷାରୁ ଉତ୍ପନ୍ନ ଜଟିଳତା

  • ଯେତେବେଳେ ଆପଣ ଛାତିରେ ଚାପ  ଦେଉଛନ୍ତି,  ଅତ୍ୟଧିକ ଚାପ ନ ଦେବା ପାଇଁ ଚେଷ୍ଟା କରନ୍ତୁ । କାରଣ ଅଧିକ  ଚାପ  ଦେବା ଦ୍ଵାରା  ପଞ୍ଜରା  ହାଡ  ଭାଙ୍ଗିଯାଇ ଯକୃତରେ କ୍ଷତ ସୃଷ୍ଟି କରିଥାଏ ।
  • ରୋଗୀକୁ ପ୍ରଘାତ ହୋଇଛି କି ? (ହଳଦିଆ, ନିସ୍ତେଜ  ଚର୍ମ, ଦୁର୍ବଳ, ତୀବ୍ର  ନାଡିଗତି ଥିବ) ଯଦିଥାଏ ତେବେ ତା’ର  ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ । ମୁଣ୍ଡ ତଳକୁ ଓ  ପାଦ ସାମାନ୍ୟ ଉପରକୁ କରି ରଖନ୍ତୁ । ଯଦି ଅଜ୍ଞାନ ବ୍ୟକ୍ତି ଅଧିକ  ମାତ୍ରାରେ ଖଣ୍ଡିଆ  ଖାବରାର ସମ୍ଭାବନାଥାଏ ସେ ଜ୍ଞାନ ପାଇବା  ପର୍ଯ୍ୟନ୍ତ ତାକୁ  ଏପଟ  ସେପଟ କରନ୍ତୁ ନାହିଁ । ଯଦି ଅନ୍ୟ  ଜାଗାକୁ ନେବାର ଅତି ଦରକାର ତେବେ ଯତ୍ନର ସହିତ କରନ୍ତୁ । କାରଣ ତାଙ୍କର ବେକ ଯଦି  ଭାଙ୍ଗିଯାଇଥାଏ ତେବେ  ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବାଦ୍ଵାରା ସେ ହୁଏତ ଅଧିକ ଆଘାତପ୍ରାପ୍ତ  ହୋଇପାରନ୍ତି ।
  • ବ୍ୟକ୍ତିଙ୍କର ହାଡ ଭାଙ୍ଗିଯାଇଛି ବା ଖଣ୍ଡିଆ ଖାବରା ହୋଇଛନ୍ତି  କି ନାହିଁ ଦେଖନ୍ତୁ ।
  • ଏହା ଉତ୍ତାପ ଜନିତ ଆଘାତ ଯୋଗୁଁ ହୋଇପାରେ (ଝାଳହୀନତା,ପ୍ରବଳ ଜ୍ଵର, ଗରମ  ଓ ନାଲି  ଚର୍ମ, ପୃଷ୍ଠା ୧୧୫ ଦେଖନ୍ତୁ)। ଯଦି  ଏମିତି  ହୋଇଥାଏ  ତାଙ୍କୁ  ସୂର୍ଯ୍ୟାଲୋକଠାରୁ  ଦୂରେଇ  ରଖନ୍ତୁ, ମୁଣ୍ଡ  ରହିଥିବା ଉଚ୍ଚତାଠାରୁ ଉର୍ଦ୍ଧ୍ଵରେ  ଗୋଡକୁ ରଖି ଶୁଆଇ ଦିଅନ୍ତୁ ଓ ଥଣ୍ଡା  ପାଣିରେ ଦେହକୁ ପୋଛି ଦିଅନ୍ତୁ (ସମ୍ଭବହେଲେ  ବରଫା  ପାଣି  ବ୍ୟବହାର କରନ୍ତୁ ) ।

ଅଜ୍ଞାନ ବ୍ୟକ୍ତିଙ୍କ ପାଟିରେ କିଛି  ପଦାର୍ଥ  ଆଦୌ  ଦିଅନ୍ତୁ  ନାହିଁ ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 5/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate