অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଯକୃତ ସଂକ୍ରମଣ

ହେପାଟାଇଟିସ ଗୋଟିଏ ଭୂତାଣୁ ଜନିତ ସଂକ୍ରମଣ ଅଟେ । ଯାହା ଯକୃତରେ କ୍ଷତି କରେ । ହେପାଟାଇଟିସ ଦ୍ଵାରା ଦେହରେ ଅଳ୍ପ ବା ଆଦୌ ଉତ୍ତାପ ବଢେ ନାହିଁ । ସାଧାରଣତଃ କୋମଳ ଶିଶୁଙ୍କ ଠାରେ ଏହା ସାମାନ୍ୟ ଓ ବୟସ୍କ ବ୍ୟକ୍ତିଙ୍କ ଠାରେ ଏହା ମାରାତ୍ମକ ହୋଇଥାଏ। ଏହା ମହାମାରୀ ରୂପ ମଧ୍ୟ ଧାରଣ କରିପାରେ।

ଲକ୍ଷଣ

ସାଧାରଣରେ ବ୍ୟକ୍ତି ବା ପିଲା ୨ ସପ୍ତାହ ପୀଡିତ ରୁହନ୍ତି ଓ ୧ରୁ ୩ ମାସ ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କରନ୍ତି । ଏ ପ୍ରକାର ରୋଗୀ ଅନ୍ୟକୁ ରୋଗ ବାଣ୍ଟିବାରେ ସାହାଯ୍ୟ କରିଥାନ୍ତି ।

ଚିକିତ୍ସା

  • ହେପାଟାଇଟିସ ବିରୁଦ୍ଧରେ ଆଣ୍ଟିବାଇଓଟିକ କାମ କରେ ନାହିଁ ।
  • ବସ୍ତୁତଃ କିଛି ଔଷଧ ଯକୃତକୁ ଅଧିକ ବିପଦପୂର୍ଣ୍ଣ କରିଥାଏ। ଏ କ୍ଷେତ୍ରରେ ଔଷଧ ବ୍ୟବହାର କରିବା ଉଚିତ୍ ନୁହେଁ ।
  • ପୀଡିତ ଥିବା ବ୍ୟକ୍ତି ବିଶ୍ରାମ ନେବା ଓ ଅଧିକ ତରଳ ପଦାର୍ଥ ଖାଇବା ଉଚିତ୍ । ଯଦି ସେ ଖାଇବାକୁ ମନା କରନ୍ତି, ତାଙ୍କ କମଳାରସ, ଅମୃତଭଣ୍ଡା ଓ ଅନ୍ୟ ଫଳ, ଆଖୁରସ, ଛୁଇଁ ଜାତୀୟ ଡାଲି, ବା ପନିପରିବା ଦିଅନ୍ତୁ । ଏହାଦ୍ଵାରା ଶରୀରକୁ ଭିଟାମିନ୍ ଠିକ୍ ଭାବେ ମିଳିଥାଏ ।
  • ବ୍ୟକ୍ତି ଜଣକ ରୋଗରେ ପୀଡିତ ଥିବା ସମୟରେ ତାଙ୍କୁ ସନ୍ତୁଳିତ ଶକ୍ତିଦାୟକ ପୁଷ୍ଟିସାର ଖାଦ୍ୟ ଦିଅନ୍ତୁ । ଚର୍ବିଜାତୀୟ ଓ ଅତ୍ୟଧିକ ପୁଷ୍ଟିସାର ଥିବା ଖାଦ୍ୟ ଦିଅନ୍ତୁ ନାହିଁ । କାରଣ ଯକୃତ ଅଧିକ କାର୍ଯ୍ୟକରି, ପରବର୍ତ୍ତୀ ସମୟରେ ନଷ୍ଟ ହୋଇଯିବ। ମଦ ୬ ମାସ ପର୍ଯ୍ୟନ୍ତ ଖାଇବା ଉଚିତ୍ ନୁହେଁ ।

ପ୍ରତିଷେଧକ

  • ହେପାଟାଇଟସ ଭୂତାଣୁ ଗୋଟିଏ ବ୍ୟକ୍ତିର ମଳଦ୍ଵାର ପାଣି ଓ ଖାଦ୍ୟ ସହିତ ମିଶି ଅନ୍ୟ ଲୋକର ପାଟିକୁ ଯାଏ । ହେପାଟାଇଟିସ ରୋଗରେ ପୀଡିତ ଥିବା ବ୍ୟକ୍ତିର ଝାଡାକୁ ପୋଡିଦେବା ବା ପୋତିଦେବା ଉଚିତ୍ ଏବଂ ସେ ନିଜେ ସଫା ରହିବା ଉଚିତ୍ । ପୀଡିତ ଥିବା ବ୍ୟକ୍ତିର ଯତ୍ନ ନେଉଥିବା ବ୍ୟକ୍ତି ଚିକିତ୍ସା କରି ସାରିବା ପରେ ନିଜର ହାତ ସିଝା ପାଣିରେ ଭଲଭାବରେ ସଫା କରିବା ଉଚିତ୍ । ପାଣି ୧୫ ମିନିଟ୍ ପର୍ଯ୍ୟନ୍ତ ସିଝାଇବା ଉଚିତ୍ ।
  • ଛୋଟ ଶିଶୁମାନେ କ୍ଵଚିତ କୌଣସି ଲକ୍ଷଣ ନ ଥାଇ ହେପାଟାଇଟିସରେ ପଡିଥାନ୍ତି । କିନ୍ତୁ ସେମାନେ ଅନ୍ୟକୁ ରୋଗ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି । ଏହା ଗୁରୁତ୍ଵପୂର୍ଣ୍ଣ ଯେ, ଘରର ପ୍ରତ୍ୟକ ବ୍ୟକ୍ତି ସଫା ରହିବାର ପ୍ରତ୍ୟକ ନିୟମ ଯତନର ସହିତ ମାନିବା ଉଚିତ୍।
  • ହେପାଟାଇଟିସରୁ ଭଲ ହେବାର ୩ ସପ୍ତାହ ପରେ ମଧ୍ୟ ଏହି ରୋଗ ଅନ୍ୟକୁ ସୁଯୋଗ ଥାଏ । ଏହି ରୋଗ ଅନ୍ୟକୁ ନ ହେବାପାଇଁ ଅଲଗା ପାତ୍ର ଖାଇବା ପାଇଁ ବ୍ୟବହାର କରନ୍ତୁ । ଯୌନ ସମ୍ପର୍କଠାରୁ ଦୂରେଇ ରୁହନ୍ତୁ । ଯଦି ଯୌନ ସମ୍ପର୍କ ରଖୁଛନ୍ତି ତାହାହେଲେ ନିରୋଧ ବ୍ୟବହାର କରନ୍ତୁ ।
  • ହେପାଟାଇଟିସରୁ ଭଲ ହେବାପାଇଁ ଏବେ ବଜାରରେ ଟୀକା ଉପଲବ୍ଧ ଅଟେ । ଏଥିପାଇଁ ୩ ଟି ଟୀକା ଦରକାର । ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରନ୍ତୁ ।

ସତର୍କତା

ଇଞ୍ଜେକ୍ସନ ଛୁଞ୍ଚିଦ୍ଵାରା ଯକୃତ ସଂକ୍ରମଣ ବ୍ୟାପିପାରେ। ଏଣୁ ସିରିଞ୍ଜ ଓ ଛୁଞ୍ଚି ଭଲଭାବରେ ବିଶୋଧନ ହେବା ଉଚିତ୍ । ପ୍ରତ୍ୟକଥର ବ୍ୟବହାର ପୂର୍ବରୁ ସିରିଞ୍ଜ ଓ ଛୁଞ୍ଚିକୁ ଭଲଭାବେ ବିଶୋଧନ କରିବା ଉଚିତ୍ ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 7/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate