অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହଜମ ପ୍ରଣାଳୀ

ହଜମ ପ୍ରଣାଳୀର ଅଂଶ ବିଶେଷ

ଏହା ପାଟି, ପାକସ୍ଥଳୀ, କ୍ଷୁଦ୍ରାନ୍ତ, ବୃହଦନ୍ତ୍ର, ମଳାଶୟ ଓ ମଳଦ୍ଵାରକୁ ନେଇ ଗଠିତ । ଲାଳବାହୀ ଗ୍ରନ୍ଥି, ଯକୃତ,ପିତ୍ତଥଳି,ଅଗ୍ନାଶୟ ହଜମ ପ୍ରଣାଳୀର ଅଂଶ ବିଶେଷ। ରେଫରେନ୍ସ : କମ୍ୟୁନିଟ ହେଲଥ ୱାରକର, ଡବ୍ଲ୍ୟୁ, ଏଚ୍.ଓ ।

କାର୍ଯ୍ୟ

ହଜମ ପ୍ରଣାଳୀର ଦାୟିତ୍ଵ ହେଲା ଖାଦ୍ୟକୁ ହଜମ କରାଇ ଖାଦ୍ୟ ଉପାଦାନକୁ ଶୋଷଣ କରି ଅବଶିଷ୍ଟ ଅଂଶକୁ ଝାଡା ଆକାରରେ ବାହାର କରିଦେବା ।

ପାଟି, ଓଠ, ଦାନ୍ତ, ଦାନ୍ତମାଢି ଓ ଜିଭକୁ ନେଇ ଗଠିତ। ପାଟିଦ୍ଵାରା ଖାଦ୍ୟ ଖିଆଯାଏ ଓ ଖାଦ୍ୟକୁ ଦାନ୍ତରେ ଚୋବାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଏ । ତାହା ଲାଳ ସହିତ ମିଶି କୋମଳ ହୋଇଥାଏ ଏବଂ ସହଜରେ ଗିଳି ହୋଇଯାଏ। ଅସୁସ୍ଥତା ଯୋଗୁ ଏହି ଅଂଶ କାମ ନ କରିବାଦ୍ଵାରା ଖାଦ୍ୟ ଭଲ ଭାବରେ ଚୋବାଇ ହୁଏ ନାହିଁ । ପୋଷଣ ସ୍ତରରେ ପ୍ରଭାବ ପକାଇ ଥାଏ । ଖାଦ୍ୟ ପାଟିରୁ ନଳୀ ଦେଇ ପାକସ୍ଥଳୀକୁ ଯାଏ । ପାକସ୍ଥଳୀରୁ ଅମ୍ଳ କ୍ଷରଣ ହୋଇଥାଏ। ଯକୃତରେ ପିତ୍ତ ତିଆରିହୋଇ ପିତ୍ତଥଳୀରେ ସଞ୍ଚୟ ହୁଏ ଓ ଅଗ୍ନାଶୟରୁ ଏନଜାଇମ ବାହାରେ। ଏଗୁଡିକ ସବୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ପିତ୍ତ ଚର୍ବିଜାତୀୟ ଖାଦ୍ୟ ହଜମରେ ସାହାଯ୍ୟ କରେ । ପାକସ୍ଥଳୀରେ ଖାଦ୍ୟ ୨-୪ ଘଣ୍ଟା ରହିବା ପରେ ଏହା କ୍ଷୁଦ୍ରାନ୍ତ୍ରକୁ ଯାଇଥାଏ ।

କ୍ଷୁଦ୍ରାନ୍ତ୍ରରୁ ବାହାରୁ ଥିବା ଏନଜାଇମ ଖାଦ୍ୟକୁ ପୁନର୍ବାର ହଜମ କରିବାରେ ସାହାଯ୍ୟ କରେ। ଭିଟାମିନ, ଖଣିଜ ପଦାର୍ଥ ଓ ଅନ୍ୟ ପୁଷ୍ଟିସାରଗୁଡିକ ଏଠାରେ ଶୋଷିତ ହୋଇଥାଏ । ଯେଉଁ ଖାଦ୍ୟଗୁଡିକ ହଜମ ଓ ଶୋଷଣ ହୁଏ ନାହିଁ ତାହା ବୃହଦନ୍ତ୍ରକୁ ଯାଏ । କ୍ଷୁଦ୍ରାନ୍ତ୍ର ସଂକ୍ରମଣ ବା ଅସୁସ୍ଥତାରେ ଆକ୍ରାନ୍ତ ହୋଇଥିଲେ ତାହା ଖାଦ୍ୟକୁ ଶୋଷଣ କରି ପାରେ ନାହିଁ, ଯାହା ମନ୍ଦପୁଷ୍ଟିର କାରଣ ହୁଏ । ବୃହଦନ୍ତ୍ରରେ ଥିବା ଉପାଦାନ ମଳରେ ପରିଣତ ହୁଏ। ପାଣି ବା ତରଳ ପଦାର୍ଥ ଶୋଷଣ ହୋଇ ଯିବାଦ୍ଵାରା ମଳ କଠିନ ହୋଇଥାଏ । ମଳଦ୍ଵାର ଦେଇ ଏହି ମଳ ଶରୀରରୁ ନିଷ୍କାସନ ହୁଏ। କିନ୍ତୁ ଅନ୍ତ୍ରନଳୀରେ ପ୍ରଦାହ ହୋଇଥିଲେ ମଳ ତରଳ ହୁଏ ।

ଦାନ୍ତ, ମାଢି ଓ ପାଟି

ଦାନ୍ତ ଓ ମାଢିର ଯତ୍ନ

ଦାନ୍ତ ଓ ମାଢିର ଯତ୍ନ ନେବା ନିହାତି ଗୁରୁତ୍ଵପୂର୍ଣ୍ଣ ଅଟେ, କାରଣ : -

  • ଖାଦ୍ୟ ଚୋବାଇବା ଦାନ୍ତଗୁଡିକ ଶାକ୍ତ ଓ ସୁସ୍ଥ ହେବା ଆବଶ୍ୟକ।
  • ଉତ୍ତମ ଯତ୍ନ ଦ୍ଵାରା ଦାନ୍ତରେ ହେଉଥିବା ଛୋଟ ଛୋଟ କଣା ଓ ମାଢିକ୍ଷୟକୁ ରୋକାଯାଇ ପାରିବ।
  • ପରିଷ୍କାର ନକଲେ ଦାନ୍ତ ଦୁର୍ବଳ ହୁଏ ଓ ଦନ୍ତ କ୍ଷୟ ହୁଏ । ଏହି ଦନ୍ତ କ୍ଷୟ ଯୋଗୁଁ ଅନ୍ୟାନ୍ୟ ମାରାତ୍ମକ ସଂକ୍ରମଣ ହୋଇଥାଏ ଓ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ।

ଦାନ୍ତ ତଥା ମାଢିକୁ ସୁସ୍ଥ ରଖିବା ପାଇଁ

  1. ଅଧିକ ମିଠା ଖାଆନ୍ତୁ ନାହିଁ ।
  2. ଅଧିକ ପରିମାଣରେ ମିଠା ଜିନିଷ ଯଥା, ଆଖୁ, ଖଣ୍ଡମିଶ୍ରି, ପିଠା, ଚିନୀ ପଡିଥିବା ଚା, ମିଠା ସର୍ବତ, ମୃଦୁ ପାନୀୟ ଯଥା – କଫି ଆଦି ଖୁବ୍ ଶୀଘ୍ର ଦାନ୍ତ ନଷ୍ଟ କରି ଦେଇଥାଏ । ଯଦି ପିଲାମାନଙ୍କର ଦାନ୍ତ ସୁନ୍ଦର ଓ ମଜବୁତ ହେବା ଚାହୁଁଛନ୍ତି ତେବେ ସେମାନଙ୍କୁ ମିଠା ଜିନିଷ ଖାଇବାକୁ ତଥା ମିଠା ସରବତ ପିଇବାରେ ଅଭ୍ୟସ୍ତ କରାନ୍ତୁ ନାହିଁ ।

  3. ପ୍ରତିଦିନ ଦାନ୍ତକୁ ଭଲଭାବରେ ସଫା କରନ୍ତୁ
  4. ଯେ କୌଣସି ମିଠା ଜିନିଷ ଖାଇଲାପରେ ଦାନ୍ତକୁ ଭଲ ଭାବରେ ସଫା କରନ୍ତୁ। ପିଲାମାନଙ୍କର ଦାନ୍ତ ଉଠିବା ଠାରୁ ସେମାନଙ୍କର ଦାନ୍ତ ସଫା ରଖନ୍ତୁ । ପରେ ପିଲା ବଡ ହୋଇଗଲେ ସେ ନିଜେ ଯେପରି ତା’ର ଦାନ୍ତ ଘଷି ପାରିବ ତାକୁ ଶିଖାନ୍ତୁ । ଠିକ୍ ରୂପେ ଦାନ୍ତ ଘଷି ପାରୁଛି ନା ନାହିଁ ତଦାରଖ କରନ୍ତୁ ।

    • କେତେକ ଶିଶୁ ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ବର୍ଷକୁ ଥରେ ବା ଦୁଇଥର ଶିଶୁର ଦାନ୍ତରେ ଫ୍ଲୋରାଇଡ ଲଗାଯାଇଥାଏ, ଯଦି ଆପଣଙ୍କ ନିକଟରେ ଏହି ସୁବିଧା ଅଛି ତେବେ ଆପଣଙ୍କ ଶିଶୁ ଯେପରି ଏହି ସୁଯୋଗରୁ ବଞ୍ଚିତ ନ ହୁଏ ସେଥିପ୍ରତି ଦ୍ରୁଷ୍ଟି ଦିଅନ୍ତୁ ।

କିନ୍ତୁ ଫ୍ଲୋରାଇଡ ଟୁଥ ପେଷ୍ଟ ବ୍ୟବହାର କରନ୍ତୁ ନାହିଁ । ଆମର ପାଣିରେ ଯଥେଷ୍ଟ ଫ୍ଲୋରାଇଡ ଅଛି । ଅତ୍ୟଧିକ ଫ୍ଲୋରାଇଡର ବ୍ୟବହାର ଫ୍ଲୋରୋସିସ ନାମକ ଏକ ରୋଗ ସୃଷ୍ଟି କରିଥାଏ, ଯାହାର କିଛି ଚିକିତ୍ସା ନାହିଁ ।

ଚେତାବନୀ : ଅଧିକ ପରିମାଣର ଫ୍ଲୋରାଇଡ ଗିଳି ଦେଲେ ତାହା ବିଷ ହୋଇଯାଏ, ତେଣୁ ଖୁବ୍ ସାବଧାନତା ସହ ଫ୍ଲୋରାଇଡ ବ୍ୟବହାର କରନ୍ତୁ ଓ ତାହା ଯେପରି ପିଲାମାନଙ୍କର ହାତ ପାଆନ୍ତାରେ ନ ରହେ ସେଥିପ୍ରତି ଦ୍ରୁଷ୍ଟି ଦିଅନ୍ତୁ ।

  • ଅଁଳା, କମଳା, ଲେମ୍ବୁ, ପିଜୁଳି, ଟମାଟୋ, ଗଜାବୁଟ ଆଦିରେ ଥିବା ଭିଟାମିନ୍ ମାଢିକୁ ଦୃଢ କରିଥାଏ ତେଣୁ ଏହିଭଳି ଖାଦ୍ୟ ଖାଆନ୍ତୁ । ମାଣ୍ଡିଆ ଓ ବଜାରରେ ଅଧିକ ପରିମାଣରେ କାଲସିୟମ ଥାଏ ଯାହାକି ଦାନ୍ତକୁ ଅଧିକ ମଜବୁତ କରିଥାଏ, ଯଦି ସମ୍ଭବ ହେଉଛି ଆପଣଙ୍କ ଖାଦ୍ୟ ସହ ପ୍ରତିଦିନ କିଛି କିଛି କ୍ଷୀର ପିଅନ୍ତୁ ।

ଯଦି ଆପଣଙ୍କ ପାଖରେ ଦାନ୍ତଘଷା ପେଷ୍ଟ ନାହିଁ । ସମାନ ପରିମାଣର ଲୁଣ ଓ ବାଇକାର୍ବୋନେଟ ସୋଡା ମିଶାଇ ଦାନ୍ତଘଷା ଗୁଣ୍ଡା ତିଆରି କରନ୍ତୁ । ପ୍ରଥମେ ବ୍ରସକୁ ଓଦା କରି ଦିଅନ୍ତୁ ଓ ତା’ ଉପରେ ପାଉଡର ପକାଇ ଦାନ୍ତ ଘଷନ୍ତୁ ।

ଲୁଣ ସହିତ ବାଇକାର୍ବୋନେଟ ସୋଡା ମିଶାଇ ଯେଉଁ ଦାନ୍ତ ଘଷା ପାଉଡର ତିଆରି କରାଯାଏ ତାହା ବଜାରରେ ବିକ୍ରି ହେଉଥିବା ଦାନ୍ତ ଘଷା ପେଷ୍ଟ ପରି ଦାନ୍ତକୁ ସଫା କରିଥାଏ । ଯଦି ଆପଣଙ୍କ ପାଖରେ ବାଇକାର୍ବୋନେଟ ସୋଡା ନ ଥାଏ ତେବେ କେବଳ ଲୁଣରେ ଦାନ୍ତ ଘଷିଲେ ଚଳିବ ।

ଅଧିକ ଖଣ୍ଡିଆ ହେବାରୁ ତଥା ଦାନ୍ତମୂଳ ଫୁଲି ବିନ୍ଧିବାରୁ ରକ୍ଷା ପାଇବାକୁ ହେଲେ ମିଠା ଜିନିଷ ଖାଆନ୍ତୁ ନାହିଁ ଓ ପ୍ରତିଥର ଖାଇ ସାରିବା ପରେ ଦାନ୍ତକୁ ସଫା କରନ୍ତୁ । ଯଦି ସମ୍ଭବ ହେଉଛି ଜଣେ ଦନ୍ତ ଚିକିତ୍ସକଙ୍କୁ ଦାନ୍ତ ଦେଖାଇ ଦିଅନ୍ତୁ । ସେ ଏହି ଦାନ୍ତକୁ ସଫା କରି ସେହି କ୍ଷୟ ଅଂଶକୁ ପୂର୍ଣ୍ଣ କରି ଦେଇଥାନ୍ତି । ଏହା ଦ୍ଵାରା ଦାନ୍ତ ଦୀର୍ଘସ୍ଥାୟୀ ହୋଇଥାଏ।

ଆଧାର ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/14/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate