অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିପଦପୂର୍ଣ୍ଣ ମା’ ଓ ଶିଶୁ

ସ୍ୱାସ୍ଥ୍ୟକର୍ମୀ  ଓ ଧାଈମାନଙ୍କପାଇଁ ପଦେ

କେତେକ ମହିଳାଙ୍କର ପ୍ରସବ କଷ୍ଟକର ହୋଇଥାଏ  ଓ ପ୍ରସବ ପରେ ମଧ୍ୟ ବିଭିନ୍ନ ଜଟିଳତା ଦେଖାଦେଇଥାଏ   । ଏପରିକି କେତେକ ଶିଶୁ ଜନ୍ମ ସମୟରେ ଅସୁସ୍ଥ ଇ ସ୍ୱଳ୍ପ ଓଜନର ହୋଇଥାନ୍ତି  । ଏ କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ଧାଈମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ   । ଧାଈ ଓ ସ୍ୱାସ୍ଥ୍ୟ କର୍ମୀଙ୍କର ସେବା ଉଭୟ ମା’ ଓ ଶିଶୁକୁ ରୋଗ ଦୁଃଖରୁ ବଞ୍ଚାଇପାରିବ  ।

ସ୍ୱଳ୍ପ ଓଜନ ଶିଶୁଙ୍କପାଇଁ ଏକ ବିଶେଷ ବ୍ୟବସ୍ଥା

କଙ୍ଗାରୁଙ୍ଗ

ଯେଉଁ ଶିଶୁ ୨.୫ କି.ଗ୍ରା. ରୁ କମ୍ ବା ୫ ପାଉଣ୍ଡରୁ କମ୍ ଓଜନର ହୋଇ ଜନ୍ମ ହୋଇଥାଏ, ଷେ ବିଶେଷ ଯତ୍ନ ଆବଶ୍ୟକ କରିଥାଏ  ଯଦି ସମ୍ଭବ ଶିଶୁକୁ ଡାକ୍ତରଖାନା ନେଇଯିବା ଉଚିତ୍  । କାରଣ ଏମାନଙ୍କୁ ଇନକ୍ୟୁବେଟରରେ ରଖିବାକୁ ପଡିଥାଏ   । ସେ ଯାହାହେଉ ଯେଉଁ ଶିଶୁ ସ୍ୱାସ୍ଥ୍ୟବାନ ଥାଏ ତାକୁ ମା’ ମଧ୍ୟ ଏହି ଇନକ୍ୟୁବେଟର ପରି ଶିଶୁକୁ ଉତ୍ତାପ ଯୋଗାଇଦେଇପାରିବ  । ନିମ୍ନରେ କେତେଗୁଡିଏ ପଦ୍ଧତି ଦିଆଗଲା :

  • ଶିଶୁକୁ ଲାଙ୍ଗଳା କରି ଦିଅନ୍ତୁ  । ନିଜ ଛାତି ସହିତ ଲଗାଇ ଧରନ୍ତୁ  ।
  • ଶିଶୁ ଯେତେଥର ଚାହେଁ ସ୍ତନ୍ୟପାନ କରିବା ଆବଶ୍ୟକ  । ଯଦି ଶିଶୁ ଅଧିକ କ୍ଷୀର ନ ଖାଉଛି ତେବେ ପ୍ରତି ୨ ଘଣ୍ଟାରେ ଥରେ  ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍  ।
  • ଶିଶୁର ମୁହଁ ପ୍ରତିଦିନ ଧୋଇବା ଉଚିତ୍
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଶିଶୁ ଦେହର ଉତ୍ତାପ କେବେ ବି କମ୍ ହେବା ଉଚିତ୍ ନୁହେଁ   । ଯଦି ଶିଶୁର ଦେହ ଥଣ୍ଡା ଜଣାପଦେ ତେବେ ଶିଶୁକୁ ପୋଷାକ ପିନ୍ଧାଇଦିଅନ୍ତୁ  ଓ ମୁଣ୍ଡରେ ଟୋପି ପିନ୍ଧାଇ ଦିଅନ୍ତୁ  ।
  • ଯେତେବେଳେ ମା’ ଗାଧୋଇବାକୁ ବା ଅନ୍ୟ କାମ କରିବାକୁ ଯାଏ ଘରର ଅନ୍ୟ ସଦସ୍ୟ, ପିଲାକୁ ଏହିପରି ଛାତିରେ ଲଗାଇ ରଖିବା ଉଚିତ୍  ।
  • ଶିଶୁ ପ୍ରତିଦିନ ଡାକ୍ତରଖାନା ଯାଇ ଯାଞ୍ଚ ହେବା ଉଚିତ୍ ଓ ସମସ୍ତ ଟିକା ନେବା ଉଚିତ୍  ।
ଲୌହ ଓ ଭିଟାମିନ୍ ‘ଘ’ ଦିଅନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate