অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନବଜାତ ଶିଶୁର ରୋଗ

ଶିଶୁ ଦେହରେ କୌଣସି ସମସ୍ୟା ଅଥବା ରୋଗ ଦେଖିଲେ ସଙ୍ଗେ ସଙ୍ଗେ ସେଥିପ୍ରତି ଉପଯୁକ୍ତ ଦୃଷ୍ଟି ଦେବା ଓ ଚିକିତ୍ସାର ବ୍ୟବସ୍ଥା କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   ।

ଯେଉଁ ରୋଗ ବୟସ୍କମାନଙ୍କୁ କିଛି ଦିନ ବା କେତେ ସପ୍ତାହରେ ମାରିପାରେ  । ସେହି ରୋଗ ଶିଶୁମାନଙ୍କୁ ମାରି ଦେବାକୁ ସାମାନ୍ୟ କେତେ ଘଣ୍ଟା ମାତ୍ର ଆବଶ୍ୟକ କରିଥାଏ   ।

ଶିଶୁର ଜନ୍ମ ସହିତ ହେଉଥିବା ରୋଗ

ଗର୍ଭାଶୟରେ ଶିଶୁ ବଢୁଥିବା ସମୟରେ କୌଣସି ଅସୁବିଧା ସୃଷ୍ଟି ହେଲେ ବା ଜନ୍ମ ହେବା କାଳରେ ଶିଶୁର କିଛି କ୍ଷତି ହେଲେ ଏହିପରି ହୋଇଥାଏ   । ଶିଶୁ ଜନ୍ମ ହେବା ପରେ ତାକୁ ଯତନର ସହ ପରୀକ୍ଷା କରନ୍ତୁ   । ଜେଡ଼ି ତା’ ଦେହରେ ନିମ୍ନବର୍ଣ୍ଣିତ ଅସୁବିଧାମାନଙ୍କ ମଧ୍ୟରୁ କୌଣସି ଗୋଟିଏ ମଧ୍ୟ ସମସ୍ୟା ଦେଖା ଦିଏ ତେବେ ବୁଝିବାକୁ ହେବ ଏହା ଶିଶୁପାଇଁ ବିଶେଷଭାବେ ମାରାତ୍ମକ  ।

  • ଜନ୍ମ ହେବା ସଙ୍ଗେ ସଙ୍ଗେ ଯଦି ନିଃଶ୍ଵାସ ପ୍ରଶ୍ଵାସ ନ ନିଏ   ।
  • ଯଦି ତା’ର ନାଡିର ଗତି ଜଣା ନ ପଡେ ବା ଶୁଣା ନ ଯାଏ କିମ୍ବା ଗୋଟିଏ ମିନିଟ୍ ରେ ୧୦୦ ଥରରୁ କମ୍ ଶୁଣାଯାଏ
  • ଶିଶୁଟି ନିଃଶ୍ଵାସ ପ୍ରଶ୍ଵାସ ନେବା ପରେ ଯଦି ତା’ର ମୁହଁ ଏବଂ ଦେହ ଧଳା, ନେଳିଆ ବା ହଳଦିଆ ଦେଖାଯାଏ   ।
  • ଯଦି ତାହାର ଗୋଦା ଏବଂ ହାତ ଅଚଳ ଜଣାଯାଏ, ସେ ତା’ର ଗୋଦା ହାତ ହଲାଇ ନ ପାରେ ବା ଆପଣ କଣ୍ଟାରେ ଫୋଡିଲେ କିଛି ହଲଚଲ ନ ହୁଏ   ।
  • ଯଦି ତାହାର ଗଳା ଘଡଘଡ ହେଉଛି ଓ ଜନ୍ମ ହେବାର ୧୫ ମିନିଟ୍ ପର୍ଯ୍ୟନ୍ତ ଭଲଭାବରେ ନିଃଶ୍ଵାସ ପ୍ରଶ୍ଵାସ ନେଇପାରୁ ନ ଥିବ ।

ଏହି ସମସ୍ୟାମାନଙ୍କ ମଧ୍ୟରୁ ଅଧିକାଂଶ ଜନ୍ମ ସମୟରେ ମସ୍ତିସ୍କ କ୍ଷତିଗ୍ରସ୍ତ ହୋଇ ଥିବାରୁ ଦେଖାଦେଇଥାଏ   । ସେ ଗୁଡିକ ପ୍ରାୟତଃ ସଂକ୍ରମଣରୁ ସୃଷ୍ଟି ହୋଇ ନ ଥାଏ  (ଯଦି ଶିଶୁ ଜନ୍ମ ହେବାର ୨୪ ଘଣ୍ଟା ପୂର୍ବରୁ ପାଣିଥଌ ଫାଟିଯାଇ ଥାଏ ତେବେ ତାହା ଅଲଗା କଥା) । ସେଥିପାଇଁ ସାଧାରଣ ଔଷଧମାନ କୌଣସି କାମରେ ଲାଗେ ନାହିଁ  ।

ଯଦି ପ୍ରଥମ ଦୁଇ ଦିନରେ ଶିଶୁ ପରିସ୍ରା ନ କରେ ବା ଝାଡା ନ ଫେରେ ତେବେ ଡାକ୍ତରଙ୍କ ପରାମର୍ଶ କରନ୍ତୁ   ।

ଶିଶୁ ଜନ୍ମ ହେବା ପରର ସମସ୍ୟା ବା ରୋଗ-

(ଜନ୍ମ ହେବାର ପ୍ରଥମ ଦିନଗୁଡିକରେ ବା ପ୍ରଥମ ସପ୍ତାହରେ)

ନାହି ପାଚିବା – ନାଭିରେ ପୂଜ ହେବା ଓ ଭୀଷଣ ଦୁର୍ଗନ୍ଧ ହେବା

ଏକ ମାରାତ୍ମକ ଲକ୍ଷଣ, ଧନୁଷ୍ଟଙ୍କାରର ପ୍ରାଥମିକ ଲକ୍ଷଣ ବା ରକ୍ତରେ ବ୍ୟାକଟେରିଆ ସଂକ୍ରମଣ ହେବ ପ୍ରତି ଦୃଷ୍ଟି ଦିଅନ୍ତୁ   । ନାଭି ନାଡକୁ ହାଇଡ୍ରୋଜେନ ପେରଅକସାଇଡରେ ବୁଡାଇ ଦିଅନ୍ତୁ ଓ ତା’ ପରେ ଏହା ଉପରେ ଜେନସନ୍ ଭାଇଓଲେଟ ଲଗାଇ ତାହାକୁ ଖୋଲା ରଖନ୍ତୁ  । ଯଦି ନାଭି ଚାରିପାଖରେ ଚର୍ମ ଲାଲ ଦେଖାଯାଏ ଓ ଗରମ ରୁହେ ତେବେ ତାହାକୁ ଆମ୍ପିସିଲିନଦ୍ଵାରା ଚିକିତ୍ସା କରନ୍ତୁ   ।

କମ୍ ତାପମାତ୍ରା ହେଉ ବା ଉଚ୍ଚତାପ ମାତ୍ର ହେଉ ତାହା ସଂକ୍ରମଣର ଲକ୍ଷଣ ଅଟେ   । ନବଜାତ ଶିଶୁପାଇଁ ଅଧିକ ଭୟଙ୍କର ଭାବେ ମାରାତ୍ମକ  । ଶିଶୁର ଦେହରୁ ସମସ୍ତ କପଡା ଓହ୍ଲାଇ ଦିଅନ୍ତୁ ଓ ତାହାକୁ ଥଣ୍ଡା ପାଣିରେ ପୋଛି ଦିଅନ୍ତୁ  । ଏହା ବ୍ୟତୀତ ଶିଶୁର ନିର୍ଜଳନ ଲକ୍ଷଣକୁ ମଧ୍ୟ ପରୀକ୍ଷା କରନ୍ତୁ ଯଦି ଏହି ଲକ୍ଷଣ ପ୍ରକାଶ ପାଏ, ତେବେ ଶିଶୁକୁ ସ୍ତନ୍ୟପାନ କରାନ୍ତୁ ଓ ତାହା ସଙ୍ଗେ ସଙ୍ଗେ ପୁନର୍ଜଳପେୟ ମଧ୍ୟ ପିଆନ୍ତୁ   ।

ମୂର୍ଚ୍ଛା – ମୂର୍ଚ୍ଛା ସହ ଯଦି ଜ୍ଵର ଥାଏ ତେବେ ଯେପରି କୁହାଯାଉଛି ସେହିପରି ଚିକିତ୍ସା କରନ୍ତୁ   । ନିର୍ଜଳନ ସମ୍ବନ୍ଧରେ ବାରମ୍ବାର ପରୀକ୍ଷା କରୁଥାନ୍ତୁ ଓ ନିର୍ଜଳନ ଯେପରି ନ ହୁଏ  ସେଥିପ୍ରତି ବିଶେଷ ନଜର ରଖିଥାନ୍ତୁ   । ଜନ୍ମର ପ୍ରଥମ ଦିନରେ ମୂର୍ଚ୍ଛା ଦେଖା ଦେଲେ, ଜନ୍ମ ସମୟରୁ ମସ୍ତିସ୍କ କ୍ଷତିଗ୍ରସ୍ତ ହୋଇଛି ବୋଲି ଜାଣିବାକୁ ହେବ, ଯଦି ବହୁଦିନ ପରେ ମୂର୍ଚ୍ଛା ଆରମ୍ଭ ହୁଏ  ତେବେ ଧନୁଷ୍ଟଙ୍କାରର ଲକ୍ଷଣ ଓ ମସ୍ତିସ୍କଝିଲ୍ଲୀ ସଂକ୍ରମଣର ଲକ୍ଷଣମାନ ଯତ୍ନର ସହ ପରୀକ୍ଷା କରନ୍ତୁ   ।

ଶିଶୁର ଓଜନ ନ ବଢିଲେ : ଜନ୍ମର ପ୍ରଥମ କେତେଦିନ ମାନଙ୍କରେ ଶିଶୁମାନଙ୍କର ଓଜନ ପ୍ରାୟତଃ କମ୍ ହୋଇଥାଏ, ଏହା ସାଧାରଣ କଥା  । ପ୍ରଥମ ସପ୍ତାହ ପରେ ଗୋଟିଏ ସୁସ୍ଥ ସବଳ ଶିଶୁର ଓଜନ ସପ୍ତାହକୁ ୨୦୦ ଗ୍ରାମରୁ ଅଧିକ ହୋଇଥାଏ  । ଦୁଇ ସପ୍ତାହ ପରେ ଶିଶୁର ଓଜନ ପ୍ରାୟ ଜନ୍ମବେଳେ ଯେତିକି ଓଜନ ଥିଲା ସେତିକି ହୋଇଯାଏ  । ଯଦି ଶିଶୁର ଓଜନ ନ ବଢେ ବୁଝିବାକୁ ହେବ କିଛି ଗୋଟିଏ ଭୁଲ୍ ରହିଯାଇଛି  । ଶିଶୁ ଜନ୍ମ ସମୟରେ ସୁସ୍ଥ ଦିଶୁଥିଲା ନା ନାହିଁ  ? ସେ ଠିକ୍ ରୂପେ ମା’କ୍ଷୀର ପିଇଥିଲା କି ନାହିଁ ? ଅନ୍ୟାନ୍ୟ ଅସୁବିଧା ତଥା ସଂକ୍ରମଣ ସମ୍ବନ୍ଧରେ ଯତ୍ନର ସହ ପରୀକ୍ଷା କରନ୍ତୁ, ଯଦି ଆପଣ କୌଣସି କାରଣ ଖୋଜି ପାଉ ନାହାନ୍ତି ବା ଠିକ୍ କରି ନ ପାରନ୍ତି  ତେବେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ   ।

ବାନ୍ତି : ସୁସ୍ଥ ଶିଶୁମାନେ କ୍ଷୀର ପିଇବା ସମୟରେ ବାୟୁ ତାଙ୍କର ପେଟ ଭିତରକୁ ପଶି ଯାଇଥାଏ   । ତାହା ପରେ ପରେ ବାହାରି ଆସେ ଓ ଏହି ବାୟୁସହ ଅଳ୍ପ କ୍ଷୀର ମଧ୍ୟ ବାହାରି ଆସିଥାଏ   । ଏହା ସାଧାରଣ ଘଟଣା ଅଟେ   । ତେଣୁ ଶିଶୁ ଖାଇସାରିଲା ପରେ ସେ ଢୋକିଥିବା ବାୟୁ ତା’ ପେଟରୁ ଆସ୍ତେ ଆସ୍ତେ ବାହାର କରିବା ପାଇଁ ତାକୁ କାନ୍ଧ ଉପରେ ପକାଇ ତା ପିଠିକୁ ଏହିପରି ଥାପୁଡାନ୍ତୁ   ।

ଦୁଧ ପିଆଇ ସାରିଲା ପରେ ଶିଶୁକୁ ଶୁଆଇ ଦେଲେ ଯଦି ସେ ବାନ୍ତି କରି ପକାଉଥିବ, ତେବେ ତାହାକୁ ହଠାତ୍ ଶୁଆଇ ନ ପକାଇ, ଦୁଧ ପିଆଇ ସାରିବା ପରେ କିଛି ସମୟ ପାଇଁ କୋଳରେ ବସାଇ ତା’ପରେ ଶୁଆଇ ଦିଅନ୍ତୁ  । ଯଦି ଶିଶୁର ଖୁବ୍ ଜୋରରେ ବାନ୍ତି ହେଉଥାଏ ଓ ଏହି ବାନ୍ତି ଫଳରେ ନିର୍ଜଳନ ହେବାର ସମ୍ଭାବନା ରହେ ଓ ଓଜନ କମିବାରେ ଲାଗେ ତେବେ ତାହା ରୋଗ ଅଟେ   ।

ଯଦି ଏହି ବାନ୍ତି ସହ ତରଳ ଝାଡା ହୁଏ, ତେବେ ତାହା ଅନ୍ତ୍ରରେ ସଂକ୍ରମଣ ଅଟେ, ରକ୍ତରେ ବ୍ୟାକଟେରିଆ ସଂକ୍ରମଣ ମସ୍ତିସ୍କ ଝିଲ୍ଲୀ ସଂକ୍ରମଣ ଅଥବା ଅନ୍ୟାନ୍ୟ ରୋଗ ଯୋଗୁଁ ବାନ୍ତି ହୋଇଥାଏ   ।

ବାନ୍ତିର ରଙ୍ଗ ହଳଦିଆ ବା ସବୁଜ ହୋଇଥିଲେ ଅନ୍ତ୍ର ଅବରୋଧ ହୋଇଥାଏ ବିଶେଷତଃ ଯଦି ପେଟ ଫମ୍ପାଏ ଓ ଝାଡା ନ ହୁଏ ତା’ ହେଲେ ଶିଶୁକୁ ତୁରନ୍ତ ଏକ ଡାକ୍ତରଖାନାକୁ ନେଇ ଯାଆନ୍ତୁ  ।

ଯଦି ଶିଶୁ ମା’ସ୍ତନରୁ କ୍ଷୀର ପିଇବା ବନ୍ଦ କରିଦିଏ : ଯଦି ୪ ଘଣ୍ଟା ବିତି ଗଲେ ବି ଶିଶୁ ମା’ସ୍ତନରୁ କ୍ଷୀର ପିଉ ନ ଥାଏ ତେବେ ତାହା ଏକ ଭୟଙ୍କର ଲକ୍ଷଣ, ବିଶେଷତଃ ଶିଶୁ ଯଦି ରୋଗିଣା ବା ନିଦ୍ରାଳୁ ଦେଖା ଯାଉଥାଏ, ଅହରହ କାନ୍ଦୁଥାଏ, ସାଧାରଣ ଶିଶୁଙ୍କ ଠାରୁ ଅଲଗା ପ୍ରକାରର ଚଳପ୍ରଚଳ ହେଉଥାଏ, ଅଧିକାଂଶ ରୋଗର ଏହା ଲକ୍ଷଣ ହୋଇଥାଏ, କିନ୍ତୁ ଏମାନଙ୍କ ମଧ୍ୟରୁ ଅତି ସାଧାରଣ ତଥା ଭୀଷଣଭାବେ ମାରାତ୍ମକ ହେଉଛି ଜନ୍ମର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ରକ୍ତରେ ବ୍ୟାକଟେରିଆ ସଂକ୍ରମଣ ହେବା ଓ ଧନୁଷ୍ଟଙ୍କାର ହେବା  ।

ଯେଉଁ ଶିଶୁ ଜନ୍ମର ଦୁଇଦିନରୁ ୫ ଦିନ ମଧ୍ୟରେ କ୍ଷୀର ଛାଡିଦିଏ ତାହାର ରକ୍ତରେ ବ୍ୟାକଟେରିଆ ସଂକ୍ରମଣ ହୋଇଥାଇପାରେ ।

ଯେଉଁ ଶିଶୁ ୫ ଦିନରୁ ୧୫ ଦିନ ହେବା ପର୍ଯ୍ୟନ୍ତ ମାଆ ସ୍ତନରୁ କ୍ଷୀର ଖାଇ ନ ପାରେ ତାହାକୁ ଧନୁଷ୍ଟଙ୍କାର ହୋଇଥାଇପାରେ ।

ଯଦି ଶିଶୁଟି ଭଲଭାବରେ ମା’ କ୍ଷୀର ଖାଇ ନ ପରେ ବା ରୋଗୀଣା ଦେଖାଯାଏ

ଶିଶୁକୁ ଯତ୍ନର ସହ ଭଲଭାବରେ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅନୁସାରେ ପରୀକ୍ଷା କରନ୍ତୁ   । ନିମ୍ନଲିଖିତ ଜିନିଷମାନଙ୍କ ପ୍ରତି ସତର୍କ ଦୃଷ୍ଟି ଦିଅନ୍ତୁ   ।

  • ଯଦି ଶିଶୁର ନିଃଶ୍ଵାସ ନେବାରେ କଷ୍ଟ ହେଉଥାଏ, ଯଦି ନାକ ବନ୍ଦ ହୋଇଯାଇଥାଏ ତେବେ ନାକ ଭିତରେ ଥିବା ମଇଳାକୁ ଶୋଷି ସଫା କରି ଦିଅନ୍ତୁ   । ଜୋରରେ ନିଃଶ୍ଵାସ ନେଉଥିବା ନୀଳ ରଙ୍ଗ, ଘଡ ଘଡ ହେବା ପ୍ରତ୍ୟକ ନିଃଶ୍ଵାସ ସଙ୍ଗରେ ଛାତି ପିଞ୍ଜରାର ଚମଡା ଉଠପଡ ହେଉଥିବା ନିମୋନିଆର ଲକ୍ଷଣ ନିମୋନିଆ ହୋଇଥିବା ଛୋଟ ଶିଶୁଙ୍କର ପ୍ରାୟ କାଶ ହୁଏ ନାହିଁ, ବେଳେ ବେଳେ ନିମୋନିଆ ହୋଇଥିଲେ ମଧ୍ୟ ସାଧାରଣ ଲକ୍ଷଣମାନ ପ୍ରକାଶ ପାଇ ନ ଥାଏ   । ଯଦି ଆପଣଙ୍କ ଶିଶୁକୁ ନିମୋନିଆ ହୋଇଥିବାର ସନ୍ଦେହ ହୁଏ, ତେବେ ଡ଼ାକ୍ତରରେ ବ୍ୟାକଟେରିଆ ସଂକ୍ରମଣ ହେଲେ ଯେଉଁ ଚିକିତ୍ସା କରିବା କଥା, ଏଥିପାଇଁ ସେହି ଚିକିତ୍ସା କରନ୍ତୁ   ।
  • ଶିଶୁର ଚମଡାର ରଙ୍ଗ ଯତ୍ନର ସହ ନିରୀକ୍ଷଣ କରୁଥାନ୍ତୁ  । ଯଦି ଓଠ ଓ ମୁହଁର ରଙ୍ଗ ନୀଳ ଦେଖାଯାଏ ତେବେ ତାହା ନିମୋନିଆ (କିମ୍ବା ଜନ୍ମ ହେବା ସମୟରୁ ହୃଦୟ ସମ୍ବନ୍ଧୀୟ କୌଣସି ରୋଗ ବା ଅନ୍ୟ କୌଣସି ସମସ୍ୟା)  ।

ଯଦି ଜନ୍ମର ପ୍ରଥମଦିନ ଅଥବା ୫ ଦିନ ପରେ ଶିଶୁର ଚେହେରା ଏବଂ ଆଖିର ଧଳା ଅଂଶ ହଳଦିଆ ପଡିଯାଏ  ତେବେ ତାହା ଭୟଙ୍କର ଅଟେ   । ଡାକ୍ତରଖାନାର  ସାହାଯ୍ୟ ନିଅନ୍ତୁ   । ଜନ୍ମ ହେବାର ୨ ଦିନଠାରୁ ୫ ଦିନ ମଧ୍ୟରେ ଦେହର ରଙ୍ଗ ହଳଦିଆ ଦେଖାଗଲେ ତାହା ବିଶେଷ କ୍ଷତିକାରକ ନୁହେଁ   । ଶିଶୁକୁ ପ୍ରଚୁର ପରିମାଣରେ ପାନୀୟ ଦିଅନ୍ତୁ  । ମା’ କ୍ଷୀର ସାଙ୍ଗରେ ପୁନର୍ଜଳପେୟ ଦେବା ଭଲ  । ଶିଶୁର ଦେହରୁ ସମସ୍ତ ପୋଷାକ ପତ୍ର କାଢି ଦିଅନ୍ତୁ  ଓ ଝରକା ପାଖରେ ସଫା ଆଲୁଅ ଆସୁଥିବା ସ୍ଥାନରେ ଶୁଆଇ ଦିଅନ୍ତୁ  ।

ଶିଶୁର ଦୁକୁଦୁକିରେ ହାତ ମାରନ୍ତୁ  ।

ଯଦି ମୁଣ୍ଡର କୋମଳ ଅଂଶ ଭିତରକୁ ପଶିଗଲା ଭଳି ଦିଶୁଥାଏ ତେବେ ତାହା ନିର୍ଜଳନ  ହୋଇପାରେ  ।

ଯଦି ମୁଣ୍ଡ ଉପରର କୋମଳ ଅଂଶ ଉପରକୁ ବାହାରିବା ଭଳି ଦିଶୁଥାଏ ତେବେ ତାହା ମସ୍ତିସ୍କଝିଲ୍ଲୀ ସଂକ୍ରମଣ ହୋଇଥାଇପାରେ  ।

ଗୁରୁତ୍ୱପୂର୍ଣ୍ଣ : ଯଦି ଶିଶୁଟିର  ଉଭୟ ନିର୍ଜଳନ ଓ ମସ୍ତିସ୍କଝିଲ୍ଲୀ  ଏକ ସମୟରେ ହୋଇଥାଏ ତେବେ ଦୁକୁଦୁକି ସମାନ ରହିଥାଏ ସେଥିପାଇଁ ଉଭୟ ନିର୍ଜଳନ ଓ ମସ୍ତିସ୍କଝିଲ୍ଲୀ ହୋଇଥିବାର ଅନ୍ୟାନ୍ୟ ଲକ୍ଷଣମାନଙ୍କୁ ପରୀକ୍ଷା କରି ଦେଖନ୍ତୁ   ।

ଶିଶୁର ଚଳପ୍ରଚଳ ଓ ତା’ ମୁହଁର ଭାବଭଙ୍ଗୀ ଲକ୍ଷ୍ୟ କରନ୍ତୁ

ଶରୀରର କଠିନତା ବା ଅଦ୍ଭୁତ ରକମର ଚଳପ୍ରଚଳ ଆଦି ଧନୁଷ୍ଟଙ୍କାର, ମସ୍ତିସ୍କଝିଲ୍ଲୀ, ବା ଜନ୍ମ ସମୟରୁ ମସ୍ତିସ୍କ କ୍ଷତ ବା ଜ୍ଵର ଯୋଗୁଁ ହୋଇଥାଏ, ଶିଶୁକୁ ଛୁଇଁଲେ ବା ଧରିଲା ବେଳେ ତା’ର ମାଂସପେଶୀ ଯଦି ଟାଣ ହୋଇଯାଏ, ତେବେ ତାହା ଧନୁଷ୍ଟଙ୍କାର, ତା’ର ଦାନ୍ତ ମାଢି ଖୋଳୁଛି କି ନାହିଁ, ବା ତା’ର ଗଣ୍ଠିମାନ ଠିକ୍ ରୂପେ ଚଳପ୍ରଚଳ ହେଉଛି କି ନାହିଁ ଦେଖନ୍ତୁ   ।

ଶିଶୁଟି ଯଦି ହଠାତ୍ ଖୁବ୍ ଜୋରରେ ଛଟପଟ ହେବା ସଙ୍ଗେ ସଙ୍ଗେ ଆଖି ଲେଉଟାଇ ପକାଏ ତେବେ ହୁଏତ ତାହା ଧନୁଷ୍ଟଙ୍କାର ନୁହେଁ   । ଏଭଳି ବାତ ମସ୍ତିସ୍କଝିଲ୍ଲୀ ରୋଗ ଯୋଗୁଁ ହୋଇଥାଏ   । ଏବଂ ଏହା ସହିତ ନିର୍ଜଳନ ଓ ଅଧିକ ଜ୍ଵର ହୋଇଥାଏ  । ଆପଣ ଶିଶୁର  ମୁଣ୍ଡଟିକୁ ତା’ର ଦୁଇ ଆଣ୍ଠୁ ଭିତରେ ଭାରି ପାରିବେ   । ଯଦି ଏହା କରିବାବେଳେ ଶିଶୁର ବେକ କଠିନ ହୋଇଯାଏ ଓ ସେ ଭୀଷଣ କାନ୍ଦେ, ତେବେ ତାହା ବୋଧହୁଏ ମସ୍ତିସ୍କଝିଲ୍ଲୀ ସଂକ୍ରମଣ  ।

ରକ୍ତର ବ୍ୟାକଟେରିଆ ସଂକ୍ରମଣର ଲକ୍ଷଣ ପରୀକ୍ଷା କରନ୍ତୁ  ।

ରକ୍ତରେ ବ୍ୟାକଟେରିଆ ସଂକ୍ରମଣ

ନବଜାତ ଶିଶୁମାନଙ୍କର ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବାକୁ ଉପଯୁକ୍ତ ଶକ୍ତି ନ ଥାଏ  । ଏଥିପାଇଁ ଜନ୍ମ ସମୟରେ ଯେଉଁ ବ୍ୟାକଟେରିଆ ଶିଶୁର ଚମଡା ଓ ନାଭିନାଡ ମଧ୍ୟ ଦେଇ ଶିଶୁର ଶରୀର ମଧ୍ୟକୁ ପଶି ଯାଇଥାଏ, ତାହା ରକ୍ତରେ ମିଶିକରି ସାରା ଶରୀରକୁ ବ୍ୟାପିଯାଏ, ସାରା ଶରୀରରେ ବିଛେଇ ହୋଇ ଯିବାକୁ ଏହା ମାତ୍ର ଦିନେ ବା ଦୁଇଦିନ ସମୟ ନିଏ   । ତେଣୁ ଏହି ରୋଗ ଶିଶୁ ଜୀବନର ଦ୍ଵିତୀୟ ଦିନ ପରେ ପ୍ରାୟତଃ ଆରମ୍ଭ ହୋଇଥାଏ   ।

ଲକ୍ଷଣ : ନବଜାତ ଶିଶୁମାନଙ୍କ ଦେହରେ ସଂକ୍ରମଣ ଯୋଗୁଁ ପ୍ରକାଶ ପାଉଥିବା ଲକ୍ଷଣମାନ ବଡ ପିଲାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଜଣା ପଡେ   । ଶିଶୁମାନଙ୍କ ଦେହର ଯେ କୌଣସି ଲକ୍ଷଣ ମୁଖ୍ୟତଃ ରକ୍ତରେ ସଂକ୍ରମଣଯୋଗୁଁ ଦେଖା ଦେଇଥାଏ  ।  ସମ୍ଭାବିତ ଲକ୍ଷଣମାନ ହେଉଛି   ।

ଭଲ ଭାବରେ ମା’ ସ୍ତନରୁ କ୍ଷୀର ଶୋଷିପାରେ ନାହିଁ ।

ପେଟ ଫୁଲିଯିବା

ନିଦ୍ରାଳୁ ଜଣା ପଡିବା

ଚର୍ମ ହଳଦିଆ ଦିଶିବା

ମଳିନ ଦିଶିବା

ବାତ

ବାନ୍ତି ଓ ତରଳ ଝାଡା ହେବା

ବେଳେ ବେଳେ ଶିଶୁ ନୀଳ ପଡିଯାଏ

ଏହି ଲକ୍ଷଣଗୁଡିକ ସେପଟିସେମିଆ  ଭିନ୍ନ ଅନ୍ୟ ରୋଗର ଲକ୍ଷଣ ମଧ୍ୟ ହୋଇପାରେ  କିନ୍ତୁ ଯଦି ଏକ ସମୟରେ ଉପରଲିଖିତ ଲକ୍ଷଣମାନଙ୍କ ମଧ୍ୟରୁ ଦୁଇଟି ବା ତଦୁର୍ଦ୍ଧ୍ଵ ଲକ୍ଷଣ ପ୍ରକାଶ ପାଏ, ତେବେ ତାହା କେବଳ ରକ୍ତରେ ବ୍ୟାକଟେରିଆ ସଂକ୍ରମଣରୁ ହୋଇଥାଏ   ।

ଶିଶୁକୁ କୌଣସି ମାରାତ୍ମକ ସଂକ୍ରମଣ ହେଲେ ସବୁବେଳେ ଜ୍ଵର ମଧ୍ୟ ହୋଇ ନ ଥାଏ  । ଶିଶୁର ତାପମାନ କମ୍ ବେଶୀ ବା ସାଧାରଣ ମଧ୍ୟ ରହିପାରେ   ।

ନବଜାତ ଶିଶୁ ରକ୍ତରେ ବ୍ୟାକଟେରିଆ ସଂକ୍ରମଣ ହୋଇଥିବାର ସନ୍ଦେହ କଲେ ଚିକିତ୍ସା 

  • ଆମ୍ପିସିଲିନ ଇଞ୍ଜେକ୍ସନ ୧୨୫ ମିଗ୍ରାର ଦିନକୁ ୩ ଥର ଦିଅନ୍ତୁ   । ଯଦି ସମ୍ଭବ ହୁଏ କାନାମାଇସିନ ବା ଷ୍ଟ୍ରେପଟୋମାଇସିନ ୨୫ ମି.ଗ୍ରା. ଦିନକୁ ୨ ଥର ଦିଅନ୍ତୁ  ବା ୨୦ ମି.ଗ୍ରାର ଷ୍ଟ୍ରେପାଟୋମାଇସିନ ପିଲାର ଶରୀର ଓଜନର କି.ଗ୍ରା. ପ୍ରତି ଦିନକୁ ଥରେ ଦିଅନ୍ତୁ   ।
  • ଶିଶୁ ଦେହରେ ଜଳୀୟ ଅଂଶ ପ୍ରଚୁର ପରିମାଣରେ ଥିବା ଦେଖନ୍ତୁ   । ଯଦି ସେ ମା’ ସ୍ତନ ଶୋଷି ପାରୁ ନାହିଁ ତେବେ ମା’ ସ୍ତନରୁ କ୍ଷୀର ବାହାର କରି ଚାମଚରେ ପିଆନ୍ତୁ  । ଆବଶ୍ୟକ ହେଲେ ପୁନର୍ଜଳପେୟ ଦିଅନ୍ତୁ  ।
  • ଡାକ୍ତରଖାନା ସାହାଯ୍ୟ ନିଅନ୍ତୁ   ।

ନବଜାତ ଶିଶୁର ସଂକ୍ରମଣ ଚିହ୍ନଟ କରିବା କଷ୍ଟ ହୋଇଥାଏ   । ବହୁତ ସମୟରେ ଜ୍ଵର ହୁଏ ନାହିଁ   । ଯଦି ସମ୍ଭବ ହେଉଛି ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ   । ଯଦି ଡାକ୍ତରଖାନା ପାଖରେ ନାହିଁ ଉପର ବର୍ଣ୍ଣନା ଅନୁସାରେ ଆମ୍ପିସିଲିନ ଏକ ଅତ୍ୟନ୍ତ ଦରକାରୀ ତଥା ବିପଦଶୂନ୍ୟ ଜୀବାଣୁନାଶୀ ଔଷଧ ଅଟେ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate