অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଋତୁସ୍ରାବ ସମୟ

ମହିଳାମାନଙ୍କର ମାସିକ ଋତୁସ୍ରାବ

ଅଧିକାଂଶ ଝିଅଙ୍କର ୧୧ ବର୍ଷ ବୟସରୁ ୧୬ ବର୍ଷ ମଧ୍ୟରେ ମାସିକ ଋତୁସ୍ରାବ ହୋଇଥାଏ   । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଝିଅଟି ବଡ ହୋଇଗଲା ଓ ସେ ଏଣିକି ଗର୍ଭବତୀ ହୋଇପାରେ   ।

ମାସିକ ଧର୍ମ ସାଧାରଣତଃ ୨୮ ଦିନ ବ୍ୟବଧାନରେ ହୋଇଥାଏ ଓ ଏହା ୩ ଦିନରୁ ୬ ଦିନ ପର୍ଯ୍ୟନ୍ତ ରହିଥାଏ   । ତଥାପି କେତେକ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଥାଏ   । ଏହି ବ୍ୟବଧାନ ଖୁବ୍ କମ୍ ରେ ୨୨ଦିନ ଓ ଖୁବ୍ ବେଶୀରେ ୩୫ ଦିନ ହୋଇପାରେ   । ପ୍ରତି ଋତୁସ୍ରାବରେ ପ୍ରାୟ ୧/୪ ଗ୍ଲାସ ରକ୍ତକ୍ଷୟ ହୋଇଥାଏ  ।

ଋତୁସ୍ରାବ କିପରି ଘଟେ ?

ଋତୁଚକ୍ର ଏକ ମାସିକ ଚକ୍ର ଯେଉଁଥିରେ ଜରାୟୁ ନିଜକୁ ପ୍ରସ୍ତୁତ କରେ ଡିମ୍ବ ସହିତ ମିଳିତ ହେବାପାଇଁ ଓ ଯାହାଫଳରେ ଗର୍ଭଧାରଣ ହୋଇଥାଏ   ।

ଯଦି ଶୂକ୍ରାଣୁ ଓ ଡିମ୍ବାଣୁର ମିଳନ ନ ଘଟେ ବା ଫର୍ଟିଲାଇଜେସନ ନ ହୁଏ ତେବେ ଡିମ୍ବାଶୟ ମଧ୍ୟରୁ ଡିମ୍ବାଣୁ  ଆପେ ଆପେ ଖଣ୍ଡ ଖଣ୍ଡ ହୋଇ ଦୂଷିତ ରକ୍ତ ଭାବେ ଯୋନିଦ୍ଵାରା ଦେଇ ବାହାରି ଆସେ   । ଏହି ରକ୍ତ ସ୍ରାବ ସାଧାରଣତଃ ୩/୪ ଦିନ ଧରି ହୁଏ   । ଏହା ପୁନଃ ପ୍ରଜନନ ପ୍ରକ୍ରିୟାର ଏକ ଅଂଶ ବିଶେଷ ଯାହା ଏକ କିଶୋରୀକୁ ମାତୃତ୍ଵର ସ୍ଥାନ ଦେଇଥାଏ   । ଋତୁସ୍ରାବ ମସ୍ତିସ୍କରୁ କ୍ଷରିତ କେତେକ ହରମୋନ  ଦ୍ଵାରା ହୋଇଥାଏ  ଯାହା ବିଜକୋଷ ଓ ଗର୍ଭାଶୟ ଉପରେ ପ୍ରଭାବ ପକାଇଥାଏ   ।

ବିଜକୋଷ ଉପରେ ହରମୋନର ପ୍ରଭାବ

ଏହି ହରମୋନ ବିଜକୋଷରେ ଥିବା ଡିମ୍ବବୃଦ୍ଧି ଓ ପ୍ରାପ୍ତ ବୟସ୍କ କରିଥାଏ   । କିନ୍ତୁ ଏହି ଡିମ୍ବ ମଧ୍ୟରୁ ଗୋଟିଏ ଡିମ୍ବ ବିଜକୋଷରୁ ବାହାରି ଶୂକ୍ରାଣୁ ସହିତ ମିସିଥାଏ   । ଏହାକୁ ଓଭୁଲେସନ କୁହାଯାଏ   । ଏହା ପରବର୍ତ୍ତୀ ମାସର ଋତୁସ୍ରାବଠାରୁ ୧୪ ଦିନ ପୂର୍ବରୁ ହୁଏ   । ଏହି ଓଭୁଲେସନ ସମୟରେ ମହିଳା ଗର୍ଭଧାରଣ କରିପାରେ   । କୀକ ମହିଳା ତଳିପେଟରେ ଏହି ଓଭୁଲେଅନ ସମୟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି   । ଏହା ମୁଖ୍ୟତଃ ବିଜକୋଷରୁ କ୍ଷରିତ ଏକ ତରଳପଦାର୍ଥ ଦ୍ଵାରା ହୋଇଥାଏ   । କିନ୍ତୁ ଏହା ବିପଦଜନକ ନୁହେଁ ଓ କିଛି ସମୟ ପରେ ଏହା ଆପେ ଆପେ ଭଲ ହୋଇଯାଏ   ।

ଜରାୟୁ ଉପରେ ହରମୋନର ପ୍ରଭାବ

ହରମୋନ ଜରାୟୁର ଆଭ୍ୟନ୍ତରଣୀୟ ପରଦାକୁ ମୋଟାକରିଦିଏ   ଏବଂ ଶିରା ପ୍ରଶିରା ବିସ୍ଫାରିତ ହୁଅନ୍ତି   । ଏହାଦ୍ଵାରା ଜରାୟୁ ଗର୍ଭଧାରଣ ପାଇଁ ନିଜକୁ ପ୍ରସ୍ତୁତ କରେ   । ଯଦି ଫର୍ଟିଲାଇଜେସନ ନ ହୁଏ ଏହି ଶରୀର ରକ୍ତବାହୀ ନାଡି ସଙ୍କୋଚିତ ହୋଇ ଫାଟି ଯାଆନ୍ତି   । ଯାହାଦ୍ୱାରା ଜରାୟୁ ମଧ୍ୟକୁ ରକ୍ତ ପାଏ ନାହିଁ  ଓ ଏହା ରକ୍ତସ୍ରାବ ମାଧ୍ୟମରେ ବାହାରକୁ ବାହାରିଯାଇଥାଏ   । ଏହି ଋତୁସ୍ରାବର ରଙ୍ଗ ଗାଢ ନାଲି ହୋଇଥାଏ   । ଏହା ତରଳ ଅଟେ  ଏବଂ ଏହି ରକ୍ତ ଜମାଟବାନ୍ଧେ ନାହିଁ   ।

ଋତୁସ୍ରାବ ସମୟରେ ଜଣେ ନିଜକୁ ଭଲ ଭାବରେ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ୍, ଯଥେଷ୍ଟ ଶୋଇବା ଉଚିତ୍, ଏଥି ସହିତ ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବା ଉଚିତ୍  । ପ୍ରତିଦିନ ଗାଧୋଇବା ଦ୍ଵାରା କିଛି କ୍ଷତି ହୋଇ ନ ଥାଏ   । ସେ ପୂର୍ବପରି ନିୟମିତ ତାଙ୍କ କାମ କରିପାରିବେ ଓ ଯାହା ଖାଆନ୍ତି ତାହା ଖାଇପାରିବେ   । ଋତୁସ୍ରାବ ସମୟରେ ଯୌନ କ୍ରିୟା କ୍ଷତିକାରକ ନୁହେଁ   । ଋତୁସ୍ରାବ ସମୟରେ ଗର୍ଭାଶୟ, ସଂକ୍ରମଣ ପ୍ରତି ବିଶେଷ ସମ୍ବେଦନଶୀଳ ଥାଏ   । ଏହି ସମୟରେ ମଇଳା କପଡା ବ୍ୟବହାର କରିବାଦ୍ଵାରା ବା ଏହି ସ୍ଥାନକୁ ପରିଷ୍କାର ନ କରିବାଦ୍ଵାରା ସଂକ୍ରମଣର ସମ୍ଭାବନା ଥାଏ   । କିଶୋରୀମାନଙ୍କର ଅନିୟମିତ ଯନ୍ତ୍ରଣା ସହିତ ଋତୁସ୍ରାବ  ହୋଇଥାଏ   । ଏହା କ୍ଷତିକାରକ ନୁହେଁ  । ଋତୁସ୍ରାବର ୭ରୁ ୧୦ ଦିନ କେତେକ ମହିଳା ଅଶ୍ଵସ୍ଥିକର ଅନୁଭବ କରିଥାନ୍ତି ଓ ଆବେଗିକ ଓ ଶାରୀରିକ ପରିବର୍ତ୍ତନର ସମ୍ମୁଖୀନ ହୋଇଥାନ୍ତି   । ମହିଳାମାନେ ଏଥିପାଇଁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ୍ ନୁହେଁ   ।

ଆବେଗିକ ପରିବର୍ତ୍ତନ

ଶାରୀରିକ ପରିବର୍ତ୍ତନ

ଚିଡିଚିଡା

ତଳିପେଟରେ ଅଶ୍ଵସ୍ଥିକର

ବ୍ୟଗ୍ରତା

ଯନ୍ତ୍ରଣା

ମାନସିକ ଚାପ

ସ୍ତନ ଫୁଲିବା,ନରମ ଲାଗିବା ଓ ଯନ୍ତ୍ରଣା

ଦୁଃଖ

ଓଜନ ବୃଦ୍ଧିର ଅନୁଭବ

ଶରୀର ଦୁର୍ବଳତା

ଦେହ ଫୁଲିଯିବା

ନିଦ ନ ହେବା

ମୁଣ୍ଡ ବିନ୍ଧିବା

ମାନସିକ ଦ୍ଵନ୍ଦ

ପିଠିରେ ଯନ୍ତ୍ରଣା

ଖାଦ୍ୟପାଇଁ ଇଚ୍ଛାପ୍ରକାଶ କରିବା

 

ବାନ୍ତି ଲାଗିବା

 

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ  ଆସୋସିଏସନ

 

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate