ମାଆକୁ ପ୍ରସବନିମନ୍ତେ ପ୍ରସ୍ତୁତ କରିବା ପ୍ରସବ ସମୟ ଯେତେ ନିକଟ ହେଉଥିବ, ମାଆକୁ ସେତେ ଅଧିକ ଥର ଦେଖା ଶୁଣା କରିବା ଆବଶ୍ୟକ । ଖାଇବାପରେ ଘଣ୍ଟାଏ ଲେଖାଏଁ ଦିନକୁ ୨ ଥର ମା’ ଶୋଇବା ଆବଶ୍ୟକ । ଯଦି ତାଙ୍କର ଅନ୍ୟ ପିଲାମାନେ ଥାଆନ୍ତି ତେବେ ପୂର୍ବରୁ ପ୍ରସବ ବେଦନା କେତେ ସମୟ ଧରି ହୋଇଥିଲା ଓ ଅନ୍ୟାନ୍ୟ କିଛି ଅସୁବିଧା ଦେଖା ଦେଇଥିଳୀ କି ନାହିଁ, କିପରି ସହଜରେ ବିନା କଷ୍ଟରେ ପ୍ରସବ ହୋଇ ପାରିବ ସେ ସଂକ୍ରାନ୍ତରେ ପରାମର୍ଶ ଦିଅନ୍ତୁ । ପ୍ରଥମ ବାର ପ୍ରସବ କରିବାକୁ ଥିଲେ ତାଙ୍କର କିଛି ଅସୁବିଧା ଅଛି କି ନାହିଁ ପଚାରି ବୁଝନ୍ତୁ । ତାଙ୍କୁ ଧୀରେ ଧୀରେ ଲମ୍ବା ନିଃଶ୍ଵାସ ନେବାକୁ ଅଭ୍ୟାସ କରିବାକୁ କୁହନ୍ତୁ । କାରଣ ପ୍ରସବ ପୀଡା ସମୟରେ ଏହିପରି କରିବାକୁ ପଡିଥାଏ । ଏହି ସଂକୋଚନ ମଧ୍ୟରେ ବିଶ୍ରାମର ମହତ୍ତ୍ଵ ମଧ୍ୟ ତାଙ୍କୁ ବୁଝାଇ ଦିଅନ୍ତୁ । ଏହିପରି ନିଶ୍ଵାସ ନେଲେ ଗର୍ଭସ୍ଥ ଶିଶୁଟି ରକ୍ତ ଓ ଅମ୍ଳଜାନ ଅଧିକ ପରିମାଣରେ ପାଇଥାଏ । ଯଦି କୌଣସି କାରଣରୁ ଆପଣଙ୍କର ସନ୍ଦେହ ହୁଏ ଯେ ପ୍ରସବ ସମୟରେ ବିଶେଷ କିଛି ସମସ୍ୟା ଦେଖାଦେବ ଓ ଯାହାକୁ ସମ୍ଭାଳିବା ପାଇଁ ଆପଣଙ୍କୁ କଷ୍ଟ ହେବ, ତେବେ ମା’କୁ ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନା ଯାଇ ପ୍ରସବ କରିବାକୁ ପରାମର୍ଶ ଦିଅନ୍ତୁ । ନିଃସନ୍ଦେହ ରୁହନ୍ତୁ ଯେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ବେଳକୁ ସେ ଯେପରି ଡାକ୍ତରଖାନାରେ ରହିଥାନ୍ତି । ପ୍ରସବ ନିମିତ୍ତ ପ୍ରସ୍ତୁତି ପ୍ରସବ ଏକ ପ୍ରାକୃତିକ ଘଟଣା ଅଟେ । ଯଦି ମାଆ ସୁସ୍ଥ ସବଳ ଥାନ୍ତି ଓ ଗର୍ଭାବସ୍ଥାରେ କୌଣସି ଗୁରୁତର ସମସ୍ୟା ଦେଖା ନ ଦିଏ ତେବେ ଶିଶୁ ଅନ୍ୟ ଲୋକର ବିନା ସାହାଯ୍ୟରେ ଜନ୍ମ ହୋଇ ପାରିବ । ସାଧାରଣ ପ୍ରସବରେ ଧାଈ ବା ପରିଚାରିକା ଯେତେ କମ୍ ପରିଚର୍ଯ୍ୟା କରନ୍ତି, ସେତିକି ସୁରୁଖୁରୁରେ ସମସ୍ତ କାମ ଚାଲେ । ପ୍ରସବ ସମୟରେ ମଧ୍ୟ ଅସୁବିଧା ଦେଖା ଦେଇଥାଏ ଏବଂ ବେଳେ ବେଳେ ମାଆ ଓ ଶିଶୁର ଜୀବନ ସଙ୍କଟାପନ୍ନ ଥାଏ । ଯଦି ପ୍ରସବ କଷ୍ଟକର ହେବା ବା ଭୟଙ୍କର ହେବାର ଆଶଙ୍କା ହେଉଥାଏ ତେବେ ପ୍ରସବ କାଳରେ ଅଭିଜ୍ଞ ଧାଈ ବା ଅଭିଜ୍ଞ ଡାକ୍ତର ଉପସ୍ଥିତ ରହିବା ବିଧେୟ । ଏଭଳି କ୍ଷତିକାରକ ଲକ୍ଷଣ ଯେଉଁଥିରେ କି ଡାକ୍ତର ବା ଅଭିଜ୍ଞ ଧାଈଙ୍କର ପ୍ରସବ ସମୟରେ ଉପସ୍ଥିତି ଗୁରୁତ୍ଵପୂର୍ଣ୍ଣ ମନେହୁଏ । ନିର୍ଦ୍ଧିଷ୍ଟ ସମୟର ୩ ସପ୍ତାହ ପୂର୍ବରୁ ପ୍ରସବ ବେଦନା ହେଲେ ଯଦି ଗର୍ଭବତୀଙ୍କର ପ୍ରସବ ଯନ୍ତ୍ରଣା ପୂର୍ବରୁ ରକ୍ତସ୍ରାବ ହୁଏ । ଯଦି ଗର୍ଭାଶୟ ବିଷାକ୍ତ ହୋଇଥିବା ଲକ୍ଷଣ ପ୍ରକାଶ ପାଏ । ଯଦି ସ୍ତ୍ରୀ ଲୋକଟିର କୌଣସି ଦୂରାରୋଗ୍ୟ, କ୍ଷତିକାରକ ବେମାରୀ ଥାଏ ଯଦି ସ୍ତ୍ରୀ ଲୋକଟିର ଅତ୍ୟଧିକ ରକ୍ତଶୂନ୍ୟତା ଥାଏ ଓ ଦେହର କୌଣସି ଅଙ୍ଗ ଖଣ୍ଡିଆ ହେଲେ ସହଜରେ ରକ୍ତ ଜମାଟ ବାନ୍ଧେ ନାହିଁ ଓ ହୃତପିଣ୍ଡ ଅସୁବିଧା ଥାଏ । ଯଦି ତାଙ୍କର ହାର୍ନିଆ ଥାଏ । ଯଦି ତାଙ୍କର ଯାଆଁଳା ସନ୍ତାନ ହୋଇଛନ୍ତି ବୋଲି ସନ୍ଦେହ ହୁଏ । ଯଦି ଶିଶୁଟି ଗର୍ଭାଶୟରେ ଠିକ୍ ଢଙରେ ନ ଥାଏ । ଯଦି ଅତି ସାଘାଂତିକ ଅସୁବିଧା ଥାଏ କିମ୍ବା ଅନ୍ୟ ଶିଶୁ ଜନ୍ମବେଳେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲେ ଯଦି ପାଣି ଥଳୀଟି ଫାଟିଯାଏ ଓ ନିର୍ଦ୍ଧିଷ୍ଟ କେତେଘଣ୍ଟା ଭିତରେ ପ୍ରସବ ଯନ୍ତ୍ରଣା ଆରମ୍ଭ ନ ହୁଏ (ଯଦି ଦେହରେ ଜ୍ଵର ଥାଏ ତେବେ ବିପଦ ଆହୁରି ଭୟଙ୍କର ଅଟେ ।) ଯାଇ ଗର୍ଭବତୀ ମହିଳା ୨୦ ବଯସରୁ କମ୍ ଓ ୪୦ ବର୍ଷ ବଯସରୁ ବେଶୀ ହୋଇଥାନ୍ତି ଯଦି ସେ ୫ ବା ୬ଟି ପିଲା ଜନ୍ମ କରିଥାନ୍ତି ମହିଳା ଯଦି ଗେଡା ହୋଇଥାନ୍ତି ଯଦି ପିଲା ୯ ମାସ ହେବାର ୨ ସପ୍ତାହ ପରେ ମଧ୍ୟ ଜନ୍ମ ହୁଏ ନାହିଁ ପ୍ରସବ ସମୟ ନିକଟ ହେବା କାଳର ଲକ୍ଷଣମାନ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାର କିଛିଦିନ ପୂର୍ବରୁ ଶିଶୁଟି ଗର୍ଭାଶୟରେ ତଳଆଡକୁ ଚାଲି ଆସିଥାଏ । ଏହା ଫଳରେ ମାଆକୁ ନିଃଶ୍ଵାସ ନେବାରେ ଅଧିକ ସୁବିଧା ହୁଏ କିନ୍ତୁ ମୂତ୍ରାଶୟ ଉପରେ ଓଜନ ବଢିବା ଫଳରେ ବାରମ୍ବାର ପରିସ୍ରା ଲାଗେ (ପ୍ରଥମ ପ୍ରସବରେ ଏହି ଲକ୍ଷଣ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାର ଦୁଇରୁ ୪ ସପ୍ତାହ ପୂର୍ବରୁ ଦେଖା ଦେଇଥାଏ ) । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅଳ୍ପ ନାଳ ଜାତୀୟ ପଦାର୍ଥ ନିର୍ଗତ ହୋଇଥାଏ । ପ୍ରସବ ଯନ୍ତ୍ରଣାର ଦୁଇ ତିନି ଦିନ ପୂର୍ବରୁ ମଧ୍ୟ ଏହିପରି ଜେଲି ନିର୍ଗତ ହୋଇପାରେ । ବେଳେବେଳେ ଏଥି ସହିତ ସାମାନ୍ୟ ପରିମାଣରେ ରକ୍ତସ୍ରାବ ମଧ୍ୟ ହୋଇଥାଏ । ଏହା ସାଧାରଣ କଥା ଅଟେ । ସଂକୋଚନ : ଶିଶୁ ଜନ୍ମ ଅନେକ ଦିନ ପୂର୍ବରୁ ପ୍ରସବ ଯନ୍ତ୍ରଣା ଦେଖା ଦେଇପାରେ, ଆରମ୍ଭବରେ ଏହି ସଂକୋଚନ ବହୁ ସମୟ ବ୍ୟବଧାନରେ ହୁଏ । କେତେ ମିନିଟ୍ ଏପରିକି କେତେ ଘଣ୍ଟା ମଧ୍ୟ । ଯେତେବେଳେ ଏହି ସଂକୋଚନ ଖୁବ୍ ଜୋରରେ ନିୟମିତ ଭାବେ ବାରମ୍ବାର ହୁଏ, ତେବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଛି ବୋଲି ଜଣାପଡେ । କେତେକ ସ୍ତ୍ରୀ ଲୋକଙ୍କର ଶିଶୁ ଜନ୍ମର କିଛି ସପ୍ତାହ ପୂର୍ବରୁ ଅଭ୍ୟାସ ରୂପରେ ସଂକୋଚନ ହୁଏ । ଏହା ସାଧାରଣ ଅଟେ । କ୍ଵଚିତ କେତେକ କ୍ଷେତ୍ରରେ ମହିଳାଙ୍କର ମିଛ ପ୍ରସବ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଯେତେବେଳେ ଏହି ସଂକୋଚନ ଦ୍ରୁତ ଓ ଲଗାତାର ହୁଏ ସେତେବେଳେ ଏହା ଦେଖା ଦେଇଥାଏ । ତାହାପରେ ପ୍ରସବ ପୂର୍ବରୁ କେତେ ଘଣ୍ଟା ବା କେତେଦିନ ପୂର୍ବରୁ ବନ୍ଦ ହୋଇଯାଏ, ଏପରି ପରିସ୍ଥିତିରେ ଚଲାବୁଲା କରିବା ବା ଗୁହ୍ୟ ଦ୍ଵାରରେ ଏନେମା ବ୍ୟବହାର କଲେ ଲାଭ ମିଳିଥାଏ । ଯଦି ସଂକୋଚନ ଭ୍ରମାତ୍ମକ ହୋଇଥାଏ ତେବେ ଏହା ବନ୍ଦ ହୋଇଯାଏ । ଯଦି ଏହା ବାସ୍ତବ ହୋଇଥାଏ ତେବେ ପ୍ରସବ ହୋଇଯାଏ ।ଏହି ଯନ୍ତ୍ରଣା ବିଶେଷ କରି ପ୍ରଥମ ଶିଶୁ ପ୍ରସବବେଳେ ଦେଖାଦେଇଥାଏ । ପ୍ରସବ ଆରମ୍ଭ ହେଲା ପରେ ପ୍ରାୟତଃ ଶିଶୁକୁ ସୁରକ୍ଷିତ ରଖିଥିବା ପାଣିଥଳୀ ଫାଟିଯାଏ ଓ ଖୁବ୍ ଜୋରରେ ପାଣି ନିଗିଡିଯିବାରେ ଲାଗେ । ଯଦି ସଙ୍କୋଚନ ପୂର୍ବରୁ ଥଳୀଟି ଫାଟିଯାଏ ତେବେ ଏହାର ଅର୍ଥ ହେଉଛି ଯେ ପ୍ରସବ ବେଦନା ଆରମ୍ଭ ହୋଇଛି । ପାଣି ଥଳୀଟି ଫାଟିଯିବା ପରେ ମା’କୁ ପୂରାପୂରି ସଫା ରଖିବା ଉଚିତ୍ । ଆଗ ଓ ପଛକୁ ଚାଲିଲେ ଶୂଳ ବାରମ୍ବାର ଆସେ ଓ ପ୍ରସବ ଶୀଘ୍ର ହୁଏ । ପାଣିଥଳି ଫାଟିବାର ୧୨ ଘଣ୍ଟା ଭିତରେ ଯଦି ପ୍ରସବ ଯନ୍ତ୍ରଣା ନ ଆସେ ତେବେ ଡାକ୍ତରୀ ପରାମର୍ଶ ନିଅନ୍ତୁ । ପ୍ରସବ ସମୟର ବିଭିନ୍ନ ପର୍ଯ୍ୟାୟ ପ୍ରସବର ତିନୋଟି ବିଭାଗ ବା ତିନୋଟି ପର୍ଯ୍ୟାୟ ପ୍ରଥମ ପର୍ଯ୍ୟାୟଟି ଖୁବ୍ ଜୋରରେ ସଙ୍କୋଚନ ହେବାଠାରୁ ଶିଶୁଟି ପ୍ରସବ ନାଳୀରେ ପହଞ୍ଚିବା ପର୍ଯ୍ୟନ୍ତ ଅବସ୍ଥାକୁ ବୁଝାଏ ଶିଶୁଟି ପ୍ରସବନଳୀରୁ ଆସି ଜନ୍ମ ହେବା ପର୍ଯ୍ୟନ୍ତ ଘଟଣାକୁ ଦ୍ଵିତୀୟ ପର୍ଯ୍ୟାୟ କୁହାଯାଏ । ଶିଶୁ ଜନ୍ମ ହେବା ପରେ ଫୁଲ ପଡିବା ପର୍ଯ୍ୟନ୍ତ ଘଟଣାକୁ ପ୍ରସବର ତୃତୀୟ ପର୍ଯ୍ୟାୟ କୁହାଯାଏ । ପ୍ରସବର ପ୍ରଥମ ପର୍ଯ୍ୟାୟ ମା’ର ପ୍ରଥମ ସନ୍ତାନ ହେଉଥିଲେ ଏହି ପର୍ଯ୍ୟାୟ ୧ ଘଣ୍ଟାରୁ ୨ ଘଣ୍ଟା ବା ତଦୁର୍ଦ୍ଧ ସମୟ ଲାଗିଥାଏ । ପରବର୍ତ୍ତୀ ସନ୍ତାନମାନଙ୍କ ଜନ୍ମ ସମୟରେ ଏହା ୭ ଘଣ୍ଟାରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଲାଗିରହେ, କେତେକ ସ୍ତ୍ରୀ ଲୋକଙ୍କ କ୍ଷେତ୍ରରୁ ମଧ୍ୟ ଏହାର ପରିବର୍ତ୍ତନ ଘଟିଥାଏ । ପ୍ରସବର ପ୍ରଥମ ପର୍ଯ୍ୟାୟରେ ମା’କୁ ଶୀଘ୍ର ଜନ୍ମ କରିବାପାଇଁ ବ୍ୟସ୍ତ କରିବା ଉଚିତ୍ ନୁହେଁ । ପ୍ରାକୃତିକ ନିୟମ ଅନୁସାରେ ଧୀରେ ଧୀରେ ଅଗ୍ରଗତି କରିବା ଏହି ପର୍ଯ୍ୟାୟର ଲକ୍ଷଣ । ମା’ ଅଗ୍ରଗତି ସମ୍ବନ୍ଧରେ ମଧ୍ୟ ଜାଣି ନ ପାରନ୍ତି ଓ ବ୍ୟସ୍ତ ମଧ୍ୟ ହୋଇ ପାରନ୍ତି । ତାଙ୍କୁ ଆଶ୍ଵସ୍ତି ହେବାପାଇଁ ସାନ୍ତ୍ଵନା ଦିଅନ୍ତୁ । ତାଙ୍କୁ କୁହନ୍ତୁ ଅଧିକାଂଶ ସ୍ତ୍ରୀ ଲୋକଙ୍କର ଏପରି ହୋଇଥାଏ । ଯେତେବେଳେ ଯାଏ ଶିଶୁ ପ୍ରସବ ନଳୀ ଆସି ନ ଥାଏ ମାଆ ତାହାକୁ ଜବରଦସ୍ତ ବାହାର କରିବାପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ । ଯେତେବେଳେ ଶିଶୁଟି ପ୍ରସବ ନଳୀକୁ ଚାଲି ଆସିବ ଓ ନିଜେ ଜାଣି ପାରିବେ ଓ ସେତେବେଳେ ସେ ବଳ ପ୍ରୟୋଗ କରି ପାରନ୍ତି . । ପ୍ରସବ କଷ୍ଟ ସମୟରେ ମାଆ ବାରମ୍ବାର ପରିସ୍ରା କରିବା ଦରକାର, ଯଦି ସ୍ତ୍ରୋ ଲୋକର ବହୁ ସମୟ ଧରି ଝାଡା ନ ହୁଏ ତେବେ ପ୍ରସବ କ୍ରିୟାକୁ ସରଳ କରିବାକୁ ତାଙ୍କୁ ଏନେମା ଦିଆଯିବା ଆବଶ୍ୟକ । ପ୍ରସବ ସମୟରେ ମା’ ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥ ବାରମ୍ବାର ପିଇବା ଆବଶ୍ୟକ । ଦେହରେ ଯଦି ପାଣି କମ୍ ହୁଏ, ତେବେ ପ୍ରସବ ବିଳମ୍ବ ହୁଏ, ପ୍ରତ୍ୟକ ସଙ୍କୋଚନ ପରେ ପୁର୍ନ୍ନଜଳପେୟ, ଚା ବା ଫଳ ରସ ଦିଅନ୍ତୁ । ପ୍ରସବ ସମୟରେ ମା’ ଗୋଟିଏ ଯାଗାରେ ପଡି ନ ରହି ଏପଟ ସେପଟ କଡ ଲେଉଟାଇବା ଏବଂ ଟିକେ ଚଳ ପ୍ରଚଳ ହେବା ଉଚିତ୍ । ସମ୍ଭବ ହେଲେ କିଛି କିଛି ସମୟ ଅନ୍ତରରେ ଅଳ୍ପ କେତେ ପାଦ ଚାଲିଳେ ଭଲ ବିଶ୍ରାମବେଳେ, ଯନ୍ତ୍ରଣା ସମୟରେ ସେ ବାମ କଡରେ ଶୋଇବା ଉଚିତ୍ । ଏହି ବାମ କଡରେ ଶୋଇଲେ ଉଭୟ ମା’ ଓ ଶିଶୁ ପାଇଁ ହିତକର ହୁଏ । ମା’ ଅଧିକ ସମୟ ପାଇଁ ଚିତ୍ ହୋଇ ଶୋଇବା ଅନୁଚିତ୍ । ପ୍ରସବର ପ୍ରଥମ ପର୍ଯ୍ୟାୟରେ ଧାଈ ବା ପରିଚାରିକା କ’ଣ କରିବା ଉଚିତ୍ । ମା’ର ପେଟ, ଜନନାଙ୍ଗ, ପିଚା ଓ ଗୋଡକୁ ଗରମ ପାଣି ଓ ସାବୁନରେ ପରିଷ୍କାରଭାବେ ସଫା କରିଦେବା ଉଚିତ୍ । ବିଛଣାଟି ଗୋଟିଏ ଖୋଲା ଜାଗାରେ ରହିବା ଉଚିତ୍, ଯେଉଁଠି କି ପରିଷ୍କାର ଦେଖିବା ଭଳି ପ୍ରଚୁର ଆଲୋକ ପଡି ପାରୁଥିବ । ବିଛଣା ଉପରେ ଶୁଖିଲା ଚଦର, ତଉଲିଆ ଓ ଖବର କାଗଜ ପକାନ୍ତୁ ଓ ଯେତେଥର ଏହା ଅପରିଷ୍କାର ତଥା ଓଦା ହୋଇଯାଉଥିବ ତାକୁ ବଦଳାଇ ଦିଅନ୍ତୁ । ନାଭି କାଟିବା ପାଇଁ ଖୋଲା ହୋଇ ନ ଥିବା ଗୋଟିଏ ବ୍ଲେଡ ସଜାଡି ରଖିଥାନ୍ତୁ କିନ୍ତୁ ଗୋଟିଏ କତୁରୀକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟନ୍ତା ପାଣିରେ ଫୁଟାଇ ରଖନ୍ତୁ । କତୁରୀଟି ଫୁଟନ୍ତା ପାଣିରେ ମୁହଁ ଘୋଡା ହୋଇଥିବା ଏକ ପାତ୍ର ଭିତରେ ରହିଥାଉ । କେବଳ ଯେତେବେଳେ ଆବଶ୍ୟକ ପଡିବ ତାହା ସେଥିରୁ କଢାଯିବ । ଧାଈମାନେ ଏହି ସମୟରେ ମା’ର ପେଟ ଉପରେ ମାଲିସ୍ କରିବା ବା ଗର୍ଭସ୍ଥ ଶିଶୁକୁ ଠେଲା ଠେଲି କରିବା ଉଚିତ୍ ନୁହେଁ । ଏପରିକି ମା’କୁ ତା’ର ଶିଶୁକୁ ତଳକୁ ଠେଲି ଦେବା ପାଇଁ କହିବା ଉଚିତ୍ ନୁହେଁ । ଯଦି ମା’ ଖୁବ୍ ଜୋରରେ ଡରିଯାଇଥାଏ ଓ ତାଙ୍କୁ ଭୀଷଣ କଷ୍ଟ ହେଉଥାଏ, ତାଙ୍କୁ ପ୍ରତ୍ୟକ ସଙ୍କୋଚନ ସମୟରେ ଧୀରେ ଧୀରେ ସାଧାରଣଭାବେ ଲମ୍ବା ନିଃଶ୍ଵାସ ନେବାକୁ କୁହନ୍ତୁ, ଏବଂ ଦୁଇ ସଙ୍କୋଚନ ମଧ୍ୟରେ ସାଧାରଣ ଭାବେ ନିଃଶ୍ଵାସ ନେବାକୁ କୁହନ୍ତୁ । ଏହା ତାଙ୍କୁ ଯନ୍ତ୍ରଣା କମାଇବାରେ ତଥା ଶାନ୍ତ ହେବାରେ ସାହାଯ୍ୟ କରିଥାଏ । ମା’କୁ ସାନ୍ତ୍ଵନା ଦିଅନ୍ତୁ ଯେ ଏହି ସବୁ ଜୋର ଯନ୍ତ୍ରଣା କିଛି କ୍ଷତିକାରକ ନୁହେଁ ବରଂ ଶିଶୁକୁ ବାହାରକୁ ବାହାର କରିବାରେ ସାହାଯ୍ୟ କରେ । ପ୍ରସବର ଦ୍ଵିତୀୟ ପର୍ଯ୍ୟାୟ ଯେଉଁଥିରେ କି ଶିଶୁ ଜନ୍ମ ହୁଏ । ବେଳେବେଳେ ପାଣି ଥଳୀ ଫାଟି ଗଲା ପରେ ଏହି ପର୍ଯ୍ୟାୟ ସାଧାରଣତଃ ସରଳତାର ଅଟେ ଓ ଓ ଅଳ୍ପ ସମୟ ଆବଶ୍ୟକ କରେ । ସଙ୍କୋଚନ ସମୟରେ ମା’ ନିଜର ପୂରା ବଳ ପ୍ରୟୋଗ କରି ଶିଶୁକୁ ବାହାର କରିବା ପାଇଁ ଚେଷ୍ଟା କରିଥାଏ । ତେଣୁ ଏହି ସଙ୍କୋଚନ ମଧ୍ୟରେ ସେ ଅତ୍ୟଧିକ କ୍ଲାନ୍ତ ହୋଇ ପଡନ୍ତି ଓ ଅର୍ଦ୍ଧ ନିଦ୍ରିତ ହୋଇ ପଡି ରହନ୍ତି । ଏହା ସାଧାରଣ ଘଟଣା । ପ୍ରସାବ କରିବା ପାଇଁ ମା’ ଖୁବ୍ ଜୋରରେ ନିଃଶ୍ଵାସ ନେବା ଓ ପେଟ ଭିତରେ ମାଂସପେଶୀ ସାହାଯ୍ୟରେ ଜୋରରେ କୁନ୍ଥେଇବା ଉଚିତ୍, ଯେପରିକି ସେ କଠିନ ଝାଡା ଫେରନ୍ତି, ଯଦି ଶିଶୁଟି ପାଣିଥଳୀ ଫାଟିଯିବା ପରେ ଧୀରେ ଧୀରେ ବାହାରିବା ଆରମ୍ଭ କରେ ମା’ ନିଜର ଆଣ୍ଠୁକୁ ଏହିପରି ଭାବରେ ଯୋଡି ଦେବା ଦରକାର । ଯଦି ନିମ୍ନ ଅବସ୍ଥାରେ ଥାଆନ୍ତି – ଯେତେବେଳେ ମା’ର ପ୍ରଜନନ ଦ୍ଵାର ସଂପ୍ରସାରିତ ହୋଇଯାଏ ସେତେବେଳେ ଧାଈ ବା ସହାୟିକା ପ୍ରସାବ ନିମିତ୍ତ ଆବଶ୍ୟକୀୟ ସମସ୍ତ ଜିନିଷ ପ୍ରସ୍ତୁତ କରି ରଖିଥିବା ଉଚିତ୍ । ଏହି ସମୟରେ ମା’ ଶିଶୁକୁ ଖୁବ୍ ଜୋରରେ ଠେଲିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ । ମୁଣ୍ଡଟି ଆସ୍ତେ ଆସ୍ତେ ବାହାରିବା ଦରକାର । ଏହା ଫଳରେ ପ୍ରଜନନଦ୍ଵାର କଟିଯିବାର ଆଶଙ୍କା କମ୍ ଥାଏ । ସାଧାରଣ ପ୍ରସବରେ ଧାଈ, ମା’ ଦେହ ଭିତରେ ନିଜର ହାତ ଅଥବା ଆଙ୍ଗୁଠି ଭରିବାର ଆବଶ୍ୟକତା ନ ଥାଏ । ପ୍ରସବ ପରେ ମା’ ଦେହରେ କ୍ଷତିକାରକ ସଂକ୍ରମଣ ହେବାର ଏହା ହେଉଛି ପ୍ରଧାନ କାରଣ । ପ୍ରସବ ସମୟରେ ଗ୍ଲୋଭ୍ସ ପିନ୍ଧନ୍ତୁ । ଏହାଦ୍ଵାରା ଧାଈ, ମା ଓ ଶିଶୁର ସ୍ୱାସ୍ଥ୍ୟରକ୍ଷା ହୁଏ । ଏହି ଗ୍ଲୋଭ୍ସ ପିନ୍ଧିବା ଆଜିକାଲି ଅତି ଜରୁରୀ । ଯେତେବେଳେ ମୁଣ୍ଡ ପଦାକୁ ଆସୁଛି ଧାଈ ସେତେବେଳେ ନିଜ ହାତରେ ସାମାନ୍ୟ ଆଶ୍ରା ଦେଇପାରନ୍ତି, କିନ୍ତୁ ପିଲାଟିକୁ ଆଦୌ ଟାଣିବା ଉଚିତ୍ ନୁହେଁ । ମୁଣ୍ଡ ବାହାରି ଆସିବା ପରେ ସଙ୍ଗେ ସଙ୍ଗେ ଶିଶୁର ଗ୍ରୀବା ଚାରିପଟେ ନାଭି ନାଦ ଗୁଡାଇ ହୋଇଛି କି ନାହିନ ପରୀକ୍ଷା କରି ନିଅନ୍ତୁ । ଯଦି ଏମିତି ହୋଇଛି ତେବେ ଶିଶୁର ମୁଣ୍ଡ ବାଟେ ତାକୁ ଠେଲିଦେବାକୁ ଚେଷ୍ଟା କରନ୍ତୁ । ଯଦି ଏମିତି ନ ହେଲା ଏବଂ ଗ୍ରୀବା ଚାରିପଟେ ଏକରୁ ଅଧିକ ଘେରା ଗୁଡାଇ ହୋଇଛି ତେବେ ଭଲ ଭାବେ ବାନ୍ଧି ଦେଲେ ଏ ସବୁରୁ ରକ୍ତସ୍ରାବ ବନ୍ଦ ହୁଏ । ଠେଲିବାର ସମସ୍ତ ଶକ୍ତି ମା’ ପାଖରୁ ଆସିବା ଉଚିତ୍ । ଧାଈ, ଶିଶୁର ମୁଣ୍ଡ ଧରି ଟାଣିବା ଆଦୌ ଉଚିତ୍ ନୁହେଁ । କାରଣ ଟାଣିବା ଦ୍ଵାରା ଶିଶୁର ଅଶେଷ କ୍ଷତି ହୋଇଥାଏ । ମା’ର ପ୍ରଥମ ପ୍ରସବରେ ପ୍ରସବ ରାସ୍ତାକୁ କତୁରୀରେ କାଟି ମେଲା କରିବାକୁ ପଡିଥାଏ । ଶିଶୁର ମୁଣ୍ଡ ବାହାରୁଥିବା ସମୟରେ ଏମିତି କରାଯାଏ । ଏହାଦ୍ଵାରା ସାଘାଂତିକ କ୍ଷତରୁ ରକ୍ଷା ମିଳିଥାଏ । ଏହି କଟା ଯାଗାକୁ ଫୁଲ ପଡିବା ପରେ ସିଲାଇ କରାଯାଇଥାଏ । ପ୍ରସବର ତୃତୀୟ ପର୍ଯ୍ୟାୟ ଶିଶୁ ଜନ୍ମ ହେବାଠାରୁ ଆରମ୍ଭ କରି ଫୁଲ ପଡିସାରିବା ମଧ୍ୟରେ ଏହି ପର୍ଯ୍ୟାୟ ସୀମିତ, ପ୍ରାୟ ଶିଶୁ ଜନ୍ମ ହେବାର ୫ ମିନିଟ୍ ରୁ ୧ ଘଣ୍ଟା ମଧ୍ୟରେ ଫୁଲ ପଡିଥାଏ । ଏହା ଭିତରେ ଶିଶୁର ଖୁବ୍ ଯତ୍ନ ନିଅନ୍ତୁ । ଯଦି ଏହି ସମୟରେ ଭୀଷଣ ରକ୍ତସ୍ରାବ ହୁଏ କିମ୍ବା ଫୁଲ ପଡେ ନାହିଁ ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । ଜନ୍ମ ସମୟରେ ଶିଶୁର ଯତ୍ନ ଶିଶୁ ଜନ୍ମ ହେବାର ଠିକ୍ ପରେ ପରେ : ଶିଶୁର ମୁଣ୍ଡକୁ ତଳକୁ ତଳକୁ କରନ୍ତୁ । ଯାହା ଫଳରେ ତା’ର ପାଟି, ନାକ ଓ ଗଳାରେ ଥିବା ଲାଳମାନ ଶୋଷିବା ଯନ୍ତ୍ର ସାହାଯ୍ୟରେ ସଫା କରିବା ସହଜ ହେବ । ସେ ନିଃଶ୍ଵାସ ନେବା ପର୍ଯ୍ୟନ୍ତ ଏହିପରି ରଖିଥାନ୍ତୁ ନାଭିଟି ବନ୍ଧା ନ ହୋଇଥିବା ପର୍ଯ୍ୟନ୍ତ ଶିଶୁକୁ ମା’ଠାରୁ ତଳେ ରଖନ୍ତୁ । ଏହିପରି ଭାବରେ ଶିଶୁଟି ଅଧିକ ରକ୍ତ ପାଇଥାଏ ଓ ବଳଶାଳୀ ହୋଇଥାଏ । ଯଦି ଶିଶୁ ସଙ୍ଗେ ସଙ୍ଗେ ନିଃଶ୍ଵାସ ନେଉନାହିଁ, ତେବେ ତା’ର ପିଠିକୁ ତଉଲିଆ ବା ଅନ୍ୟ କୌଣସି କପଡାରେ ଘଷନ୍ତୁ । ଏହା ସତ୍ତ୍ୱେ ଯଦି ନିଃଶ୍ଵାସ ନ ନେଉଛି ତେବେ ତା’ର ନାକ ଓ ପାଟିରେ ଥିବା ଲାଳକୁ ଲାଳଶୋଷା ଯନ୍ତ୍ର ସାହାଯ୍ୟରେ କାଢି ଦିଅନ୍ତୁ, କିମ୍ବା ଗୋଟିଏ ପରିଷ୍କାର କପଡା ନିଜ ଆଙ୍ଗୁଠି ଉପରେ ଗୁଡାଇ ଧୀରେ ଧୀରେ ତା’ ପାଟି ଓ ନାକରୁ ଲାଳ କାଢନ୍ତୁ । ଯଦି ଶିଶୁ ଜନ୍ମ ହେବାର ଗୋଟିଏ ମିନିଟ୍ ଭିତରେ ମଧ୍ୟ ନିଃଶ୍ଵାସ ନେଉନାହିଁ ତେବେ ତୁରନ୍ତ ଶିଶୁ ମୁହଁରେ ମୁହଁ ଲଗାଇ ଶ୍ଵାସକ୍ରିୟା ଆରମ୍ଭ କରନ୍ତୁ । ଶିଶୁକୁ ଗୋଟିଏ ସଫା କପଡାରେ ଘୋଡାଇ ଦିଅନ୍ତୁ ।ଶିଶୁକୁ ଯେପରି ଥଣ୍ଡା ନ ଲାଗେ ସେଥିପ୍ରତି ନଜର ଦିଅନ୍ତୁ । ବିଶେଷତଃ ଯଦି ଶିଶୁ ନିର୍ଦ୍ଧାରିତ ଜନ୍ମ ସମୟ ପୂର୍ବରୁ ଜନ୍ମ ହୋଇଥାଏ । ତେବେ ଏହା ଏକାନ୍ତ ଜରୁରୀ ଅଟେ । ନାଭି ନାଡ କିପରି କାଟିବ ଯେତେବେଳେ ଶିଶୁ ଜନ୍ମ ହୁଏ ସେତେବେଳେ ନାଭି ନାଡଟି ଖୁବ୍ ଫୁଲିଯାଇ ଥାଏ, ଧପ୍ ଧପ୍ ପଡୁଥାଏ ଓ ନୀଳ ରଙ୍ଗ ଦେଖାଯାଏ । ଅପେକ୍ଷା କରନ୍ତୁ କିଛି ସମୟ ପରେ ନାଭି ନାଡଟି ପତଳା ଓ ଧଳା ରଙ୍ଗ ହୋଇଯାଏ । ଆଉ ଧପ୍ ଧପ୍ ପଡେ ନାହିଁ । ବର୍ତ୍ତମାନ ଦୁଇ ଜାଗାରେ ଶୁଖିଲା କପଡାପଟି, ସୂତା ଦଉଡି ବା ରିବନରେ ବାନ୍ଧି ଦିଅନ୍ତୁ । ଏଗୁଡିକ ଯେପରି ସଙ୍ଗେ ସଙ୍ଗେ ଇସ୍ତ୍ରୀ ହୋଇଥିବ ବା କୌଣସି ପାତ୍ରରେ ଗରମ ହୋଇଥିବ । ଦୁଇ ଗଣ୍ଠି ମଧ୍ୟରେ ଏହିପରି କାଟି ଦିଅନ୍ତୁ । ମହତ୍ତ୍ଵପୂର୍ଣ୍ଣ ନାଭି ନାଡକୁ ଅବ୍ୟବହୃତ ନୂଆ ବ୍ଲେଡରେ କାଟନ୍ତୁ । ବ୍ଲେଡ ଖୋଲିବା ପୂର୍ବରୁ ଆପଣଙ୍କ ହାତକୁ ଭଲ ଭାବରେ ପରିଷ୍କାର କରନ୍ତୁ । ଯଦି ଆପଣଙ୍କ ପାଖରେ ନୂଆ ବ୍ଲେଡ ନାହିଁ ତେବେ ସଙ୍ଗେ ସଙ୍ଗେ ଗରମ ପାଣିରେ ଫୁଟିଥିବା କତୁରୀ ବ୍ୟବହାର କରିପାରନ୍ତି । ନବଜାତ ଶିଶୁର ଶରୀରର ଏକଦମ୍ ପାଖରୁ ନାଭି ନାଡ କାଟନ୍ତୁ । କେବଳ ଶରୀରଠାରୁ ଦୁଇ ସେ.ମି. ଲମ୍ବା ରହିବାକୁ ଦିଅନ୍ତୁ । ଏହା ଫଳରେ ଶିଶୁକୁ ଧନୁଷ୍ଟଙ୍କାର ହେବାର ସମ୍ଭାବନା କମ୍ ହୁଏ । କଟାଯାଇଥିବା ନାଭିର ଯତ୍ନ ସଙ୍ଗେ ସଙ୍ଗେ କଟା ଯାଇଥିବା ନାଭି ନାଡକୁ ସଂକ୍ରମଣ କବଳରୁ ରକ୍ଷା କରିବା ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଉଛି ଏହାକୁ ଶୁଖିଲା ରଖିବା । ଏହାକୁ ଶୁଖିଲା ରଖିବା ପାଇଁ ଏଥିରେ ଯେପରି ପବନ ବାଜେ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ଯଦି ଘର ପରିଚ୍ଛନ୍ନ ଅଛି ଓ ଘରେ ଆଦୌ ମାଛି ନାହାନ୍ତି, କଟାଯାଇଥିବା ନାଭିକୁ ପବନ ବାଜିବା ପାଇଁ ଖୋଲା ରଖନ୍ତୁ । ଯଦି ଘରେ ଧୁଳି ଓ ମାଛି ଥାଆନ୍ତି ତେବେ ନାଭି ନାଡକୁ ଘୋଡାଇ ରଖନ୍ତୁ । ପରିଷ୍କୃତ ଜୀବାଣୁମୁକ୍ତ ଗଜକନାକୁ ଫୁଟନ୍ତା ପାଣିରେ ପଡିଥିବା କତୁରୀ ସାହାଯ୍ୟରେ କାଟି, ଏହି ଗଜ ଦ୍ଵାରା ନାଭି ନାଡକୁ ଘୋଡାଇ ଦେବା ଆବଶ୍ୟକ । ଯଦି ଆପଣଙ୍କ ପାଖରେ ପରିଷ୍କୃତ ଗଜ ନ ଥାଏ, ଆପଣ ନାଭିକୁ ଏକ ସଦ୍ୟ ସଫା ହୋଇ ତଥା ଇସ୍ତ୍ରୀ ହୋଇ ଆସିଥିବା କପଡାରେ ଘୋଡାଇ ପାରନ୍ତି । କିନ୍ତୁ ପେଟ ଉପରେ ପଟି ବାନ୍ଧିବା ଉଚିତ୍ ନୁହେଁ, ଯଦି ଆପଣ ନାଭିକୁ ଘୋଡାଇବାକୁ ଚାହୁଁଛନ୍ତି ତେବେ ପତଳା, ହାଲକା, ଜାଲଭଳି କପଡା ବାନ୍ଧିଲେ ଭଲ, ଏବଂ ଏହାକୁ ଏପରି ଢିଲା କରି ବାନ୍ଧନ୍ତୁ ଯେ ନାଭି ନାଡରେ ପବନ ବାଜି ପାରିବ ଓ ନାଭି ଅଳିନ୍ଦକୁ ଶୁଖିଲା ରଖିପାରିବ । ଖୁବ୍ ଜୋରରେ ଜାବୁଡି କରି ବାନ୍ଧନ୍ତୁ ନାହିଁ । ଶିଶୁର ଚଡିଟି ଯେପରି ନାଭି ପାଖକୁ ନ ଲାଗେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ କାରଣ ନାଭି ନାଡଟିରେ ଆଦୌ ମୂତ୍ର ନ ଲାଗିବା ଉଚିତ୍ । ନବଜାତ ଶିଶୁକୁ ସଫାକରିବା ବିଧି ଶିଶୁର ଦେହସାରା ଭରନିକସ୍ ନାମକ ଧଳା ରଙ୍ଗର ମହମଭଳି ଏକ ଆସ୍ତରଣ ଲାଗିଥାଏ । ଏହା ସଂକ୍ରମଣ ବିହୀନ ଅଟେ । ଏହାକୁ କାଢି ଦିଅନ୍ତୁ ନାହିଁ ଅଳ୍ପ କିଛି କାଢିଦେଲେ ଚଳିବ । ଏହା ଆପେ ଆପେ ୨/୩ ଦିନ ମଧ୍ୟରେ ଝଡିଯିବ । ଉଷୁମ ପାଣିରେ ଗୋଟିଏ ସାଉଂଳିଆ କପଡା ଦ୍ଵାରା ଆସ୍ତେ ଆସ୍ତେ ଶିଶୁ ଶରୀରରେ ଲାଗିଥିବା ରକ୍ତ ବା ଅନ୍ୟାନ୍ୟ ଦ୍ରବ୍ୟକୁ ପୋଛି ଦିଅନ୍ତୁ । ଶିଶୁଟିକୁ ତା’ର ନାଭି ନ ପଡିବା ପର୍ଯ୍ୟନ୍ତ ଗାଧୋଇ ନ ଦେବା ଭଲ, (ସାଧାରଣତଃ ୫ ଦିନରୁ ୮ ଦିନ ମଧ୍ୟରେ) ଅବଶ୍ୟ ଉଷୁମ ପାଣିରେ କନା ଭିଯାଇ ଚିପୁଡି ପୋଛିଲେ ଚଳିବ, ତା’ପରେ ନାଭି ନାଡ ପଡିଗଲା ପରେ ପ୍ରତିଦିନ ତାକୁ ଉଷୁମ ପାଣି ଓ ମୃଦୁ ସାବୁନ ଲଗାଇ ଗାଧୋଇ ଦିଅନ୍ତୁ । ନବଜାତ ଶିଶୁକୁ ତୁରନ୍ତ ସ୍ତନ୍ୟପାନ କରାନ୍ତୁ ନାଭି କଟା ହେବା ପରେ ଶିଶୁକୁ ତା’ର ମାଆର ସ୍ତନ୍ୟପାନ କରାନ୍ତୁ । ଯଦି ଶିଶୁଟି ମା’ର କ୍ଷୀର ପିଇବାରେ ଲାଗିଥାଏ ତେବେ ଏହାଦ୍ଵାରା ଫୁଲ ପଡିବା ସହଜ ହୁଏ ଏବଂ ଅଧିକ ରକ୍ତସ୍ରାବ ହୁଏ ନାହିଁ । ଫୁଲ ପଡିବା (ପ୍ରସବ ପରବର୍ତ୍ତୀ ଅବସ୍ଥା) ଶିଶୁ ଜନ୍ମ ହେବାର ୫ ମିନିଟ୍ ରୁ ୧ ଘଣ୍ଟା ମଧ୍ୟରେ ଫୁଲ ପଡିଥାଏ । ବେଳେବେଳେ ଏହା ବହୁତ ସମୟ ପର୍ଯ୍ୟନ୍ତ ମଧ୍ୟ ଡେରି କରିଥାଏ । ଫୁଲ ବାହାରକୁ ଆସିବାର ଲକ୍ଷଣ ଗର୍ଭାଶୟ କଠିନ ଜଣାପଡେ ତଳି ପେଟ ଏହିଭଳି ଉପରକୁ ଉଠେ ନାଡ ଲମ୍ବା ହୋଇଯାଏ ଅଳ୍ପ ରକ୍ତ ବାହାରେ ଫୁଲ ପରୀକ୍ଷା ଯେତେବେଳେ ଫୁଲ ପଡେ ତାହାକୁ ହାତରେ ଧରି ପରୀକ୍ଷା କରି ଦେଖନ୍ତୁ ଯେ ଏହା ସମ୍ପୂର୍ଣ୍ଣ ଆସିଅଛି ନା ଆଂଶିକଭାବେ ପଡିଅଛି । ଯଦି ଏହା ଛିଡି ଯାଇଥାଏ ଓ ଏଥିରୁ କିଛି ଅଂଶ ପେଟ ଭିତରେ ରହିଯାଇଥାଏ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ ଫୁଲର କିଛି ଅଂଶ ଗର୍ଭାଶୟ ଭିତରେ ରହିଗଲେ ଭୀଷଣ ରକ୍ତସ୍ରାବ ଓ ଅନ୍ୟାନ୍ୟ ସଂକ୍ରମଣ କରାଯାଇଥାଏ । ଯେତେବେଳେ ଫୁଲ ପଡିବାରେ ବିଳମ୍ବ ହୁଏ : ଯଦି ମାଆର ବହୁତ ରକ୍ତକ୍ଷୟ ନ ହୋଇଛି ତେବେ କିଛି କରନ୍ତୁ ନାହିଁ, ନାଭି ନାଡକୁ ଧରି ଟାଣନ୍ତୁ ନାହିଁ । ଏହା ଭୟଙ୍କର ଭାବେ ରକ୍ତସ୍ରାବ କରାଇଥାଏ । ଯଦି ମାଆ ଅଧିକ ରକ୍ତ ହରାଇଥାନ୍ତି, ତେବେ ପେଟ ଉପରେ ହାତ ଦେଇ ଗର୍ଭାଶୟକୁ ପରୀକ୍ଷା କରନ୍ତୁ । ମୂତ୍ରାଶୟରେ ପରିସ୍ରା ଭର୍ତ୍ତି ନାହିଁ ତ ? ଏମିତି ହେଲେ ଗର୍ଭାଶୟରୁ ଅଧିକ ରକ୍ତସ୍ରାବ ହୁଏ । ଯଦି ଏହା କଲା ପରେ ବା ଗର୍ଭାଶୟ ନରମ ଜଣା ପଡେ ତେବେ ଏହିପରି କରନ୍ତୁ । ଯଦି ଏହା ପରେ ବି ଫୁଲ ନ ପଡେ ଏବଂ ଯେତେଥର ରକ୍ତସ୍ରାବ ହେଉଥାଏ ତେବେ ନିମ୍ନଲିଖିତ ଅନୁସାରେ ରକ୍ତ ବନ୍ଦ ପାଇଁ ଚେଷ୍ଟା କରନ୍ତୁ । ତତ୍ ସଙ୍ଗେ ସଙ୍ଗେ ଡାକ୍ତରୀ ସହାୟତା ନିଅନ୍ତୁ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ