ଟିକା ଅନେକ ଭୟାନକ ରୋଗ ନିବାରଣ କରିଥାଏ । ଯଦି ସ୍ୱାସ୍ଥ୍ୟକର୍ମୀ ଆପଣଙ୍କ ଗାଁରେ ଟିକା ଦେଇ ନାହାଁନ୍ତି ତେବେ ପିଲାକୁ ଟିକା ଦେବାପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଅନ୍ତୁ । ଅସୁସ୍ଥ ଥିବା ସମୟରେ ଟିକା ଦେବା ଅପେକ୍ଷା ସୁସ୍ଥ ଥିବା ସମୟରେ ଟିକା ଦେଇଦେବା ଉତ୍ତମ । ଟିକା ସାଧାରଣତଃ ମାଗଣାରେ ଦିଆଯାଇଥାଏ ।
ପିଲାମାନଙ୍କ ପାଇଁ ଅତ୍ୟାବଶ୍ୟକୀୟ ଟିକା ହେଲା,
ଡିପଥେରିଆ, ହୁପିଙ୍ଗକାଶ, ଧନୁଷ୍ଟଙ୍କାର ର ସମ୍ପୂର୍ଣ୍ଣ ପ୍ରତିରୋଧ ପାଇଁ ଗୋଟିଏ ପିଲାକୁ ୩ ଗୋଟି ଟିକା ଦରକାର । ଏହା ଜନ୍ମର ୩ ମାସରୁ ୯ ମାସ ମଧ୍ୟରେ ୧ ମାସ ବ୍ୟବଧାନରେ ଦେବା ଉଚିତ୍ ।
୩ମାସ ପାଇଁ ପ୍ରତି ମାସରେ ପୋଲିଓ ଟିକାର ଠୋପା ଦରକାର ହୋଇଥାଏ । କେତେକ ଦେଶରେ ପିଲା ଜନ୍ମ ହେବା ସଙ୍ଗେ ସଙ୍ଗେ ଓ ଅନ୍ୟ କେତେକ ଦେଶରେ ପିଲା ୨ ମାସର ହେଲେ ପୋଲିଓ ଟିକା ଦିଆଯାଏ । ଠୋପା ଦେବାର ୨ ଘଣ୍ଟା ପୂର୍ବରୁ ଓ ପରେ ସ୍ତନ୍ୟପାନ କରାନ୍ତୁ ।
ଡି.ପି.ଟି. ପୋଲିଓର ବୁଷ୍ଟର ମାତ୍ରା ଜନ୍ମର ୧୮ ମାସରୁ ୨୪ ମାସ ମଧ୍ୟରେ ଦେବା ଆବଶ୍ୟକ
୧୨ ବର୍ଷ ବୟସର ପିଲା ଓ ବୟସ୍କଙ୍କ ପାଇଁ ଧନୁଷ୍ଟଙ୍କାର ରୋଗ ଟିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପ୍ରଥମ ୩ ମାସ ପାଇଁ ପ୍ରତି ମାସରେ ଗୋଟିଏ ଟିକା, ୧ ବର୍ଷ ପରେ ଆଉ ଗୋଟିଏ ଓ ତା’ ପରେ ପ୍ରତି ୧୦ ବର୍ଷରେ ଗୋଟିଏ ଲେଖାଏଁ, ପ୍ରତ୍ୟକ ଲୋକ ଧନୁଷ୍ଟଙ୍କାର ପାଇଁ ଟୀକା ନେବା ଉଚିତ୍ । ବିଶେଷତଃ ଗର୍ଭବତୀ ମହିଳାମାନେ ଏହି ଟିକା ନେବା ଉଚିତ୍ । ଯାହାଦ୍ଵାରା ତାଙ୍କର ଛୁଆ ଧନୁଷ୍ଟଙ୍କାରରୁ ରକ୍ଷା ପାଇପାରିବ ।
ଏହା ଜନ୍ମର ୯ ମାସରେ ଥରେ ନେବାକୁ ପଡେ । ଗୋଟିଏ ଇଞ୍ଜେକ୍ସନ ଦିଅନ୍ତୁ । ପିଲାକୁ ରକ୍ଷା କରିପାରିବ ।
ବର୍ଷାଋତୁରେ କୌଣସି ଟିକା ଦିଅନ୍ତୁ ନାହିଁ । ଏହା ପୋଲିଓ ସଂକ୍ରମଣର ସମୟ । ଏ ସମୟରେ ଗୋଟିଏ ଟିକା ମଧ୍ୟ ଅଙ୍ଗ – ପ୍ରତ୍ୟଙ୍ଗର ଏକୁଇଁଗିଆ (ପାରାଲିସିସ୍)ର କାରଣ ହୋଇଯାଇପାରେ ।
ଆପଣଙ୍କ ପିଲାକୁ ଠିକ୍ ସମୟରେ ଟିକା ଦିଅନ୍ତୁ । ଦରକାର ହେଉଥିବା ସମସ୍ତ ଟିକା ଯେପରି ସେମାନେ ନିଅନ୍ତି ସେଥିପ୍ରତି ଧ୍ୟାନ ରଖନ୍ତୁ । |
ଏହି ପରିଚ୍ଛେଦରେ ଆମେ, ସ୍ୱାସ୍ଥ୍ୟରକ୍ଷା, ସଫାଇ ଓ ଟିକାଦ୍ଵାରା ଆନ୍ତ୍ରିକ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ପାଇବା ବିଷୟରେ ଆଲୋଚନା କରିଅଛୁ । ପୁଷ୍ଟିକର ଖାଦ୍ୟ ଖାଇ ସୁସ୍ଥ ଶରୀର ଗଠନଠାରୁ ଆରମ୍ଭ କରି ଆଧୁନିକ ଔଷଧର ବ୍ୟବହାର ସମ୍ବନ୍ଧରେ ପରାମର୍ଶ ପାଇବେ ।
ସ୍ୱାସ୍ଥ୍ୟ ଉପରେ କୁ-ପ୍ରଭାବ ପକାଉଥିବା ପରିସ୍ଥିତିକୁ ବଦଳାଇବା ପାଇଁ ଲୋକମାନଙ୍କୁ କିପରି ଭାବରେ ଏକତ୍ର କାମ କରିବାକୁ ପଡିବ ତାହା ଏହି ବହିର “ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇ ପଦରେ” ବର୍ଣ୍ଣନା କରାଯାଇଛି ।
ଅବଶିଷ୍ଟ ପରିଚ୍ଛେଦମାନଙ୍କରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେତେକ ନିର୍ଦ୍ଧିଷ୍ଟ ସମସ୍ୟାର ଆଲୋଚନା କରାଯାଇଛି । ଏହିସବୁ ନିର୍ଦ୍ଦେଶାବଳୀକୁ ଅବଲମ୍ବନ କରି ଆପଣଙ୍କ ଘର ଓ ଗାଁକୁ ଅଧିକ ସ୍ୱାସ୍ଥ୍ୟପ୍ରଦ ସ୍ଥାନ କରିପାରିବେ ।
ଏହା ଧ୍ୟାନରେ ରଖନ୍ତୁ ଯେ, ସାଘାଂତିକ ରୋଗ ତଥା ମୃତ୍ୟୁରୁ ରକ୍ଷା ପାଇବାର ସବୁଠାରୁ ଭଲ ଉପାୟ ହେଉଛି ଚଞ୍ଚଳ ତଥା ଉପଯୁକ୍ତ ଚିକିତ୍ସା ।
ଚଞ୍ଚଳ ତଥା ଉପଯୁକ୍ତ ଚିକିତ୍ସା ପ୍ରତିରୋଧମୂଳକ ଔଷଧର ଏକ ମହତ୍ତ୍ଵପୂର୍ଣ୍ଣ ଅଂଶ । |
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 8/22/2019