ଉପକ୍ରମ କର୍ଣ୍ଣ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହାକି ଶୁଣିବାରେ ସାହାଯ୍ୟ କରେ । ବାହାରର ଶବ୍ଦ କର୍ଣ୍ଣନଳୀ ଦେଇ କାନ ମଧ୍ୟରେ ପ୍ରବେଶ କରେ ଏବଂ ସ୍ନାୟୁ ମାଧ୍ୟମରେ ମସ୍ତିସ୍କକୁ ପ୍ରେରିତ ହୁଏ । ତା’ପରେ ମସ୍ତିସ୍କ ଏହି ଶବ୍ଦକୁ ବ୍ୟାଖ୍ୟା କରେ । ତେଣୁ ଆମ୍ଭେ ଜାଣିପାରୁ ଯେ, ଏହି ଶବ୍ଦ କୌଣସି ଜନ୍ତ୍ର କିମ୍ବା ପକ୍ଷୀ ବା ଅନ୍ୟ କେଉଁଠାରୁ ଆସିଅଛି । କୌଣସି କ୍ଷତ ବା ସଂକ୍ରମଣ କର୍ଣ୍ଣନଳୀର ଆଂଶିକ ବା ସମ୍ପୂର୍ଣ୍ଣ କମ୍ ଶୁଣିବାର କାରଣ ହୋଇପାରେ । ଯଦି ସ୍ନାୟୁ କ୍ଷତିଗ୍ରସ୍ତ ହୋଇଥାଏ ତାହାହେଲେ ମଧ୍ୟ ଶୁଣିବାରେ ଅସୁବିଧା ହୋଇଥାଏ । ଏହା ଇଉଷ୍ଟାଚିଆନ ନଳୀଦ୍ଵାରା କଣ୍ଠ ଓ ନାଶା ସହିତ ସଂଯୋଗ ହୋଇଅଛି । କଣ୍ଠ ଓ ନାଶା ସଂକ୍ରମିତ ହୋଇଥିଲେ ତାହା ଏହି ନଳୀ ମାଧ୍ୟମରେ କାନକୁ ପ୍ରସାରିତ ହୋଇପାରେ (ଉଦାହରଣ ସ୍ୱରୂପ, ଗୋଟିଏ ଶିଶୁ ଥଣ୍ଡାରେ ଆକ୍ରାନ୍ତ ହେବାପରେ କର୍ଣ୍ଣ ଭିତର ସଂକ୍ରମଣ ହୋଇଯାଏ ।) କର୍ଣ୍ଣ ମସ୍ତିଷ୍କର ପାଖାପାଖି ଥାଏ । ଯଦି କାନ ସଂକ୍ରମିତ ହୋଇଥାଏ, ଯଦି ତାହାର ଚିକିତ୍ସା କରାଯାଇ ନ ଥାଏ ତାହା ମସ୍ତିଷ୍କକୁ ପ୍ରସାରିତ ହୋଇପାରେ । (ଯଥା – କାନର ସଂକ୍ରମଣକୁ ଚିକିତ୍ସା ନ କଲେ ଏହା ମେନିନଜାଇଟିସ କରାଇଥାଏ) । କର୍ଣ୍ଣର ସାଧାରଣ ଅସୁବିଧା କଠିନ କର୍ଣ୍ଣ ମଳ କର୍ଣ୍ଣମଳ କାନର ଗୋଟିଏ ନିୟମିତ ନିଃସୃତ ପଦାର୍ଥ ଅଟେ । ଏହା ସଂକ୍ରମଣ ଦାଉରୁ କାନକୁ ରକ୍ଷା କରେ । ଏହା ସାଧାରଣତଃ ଶୁଷ୍କହୋଇ କାନ ବାହାରକୁ ବାହାରି ଆସେ । ବେଳେବେଳେ ଏହା କଠିନ ହୋଇ କର୍ଣ୍ଣନଳୀକୁ ବନ୍ଦ କରିଦିଏ । ଗୋଟିଏ ଡିଆସିଲି କାଠି/ସମକକ୍ଷ କାଠିରେ ମୋଟା କନା ଗୁଡାଇ କାନ ଭୀତରେ ଥିବା କର୍ଣ୍ଣମଳକୁ ସଫା କରିବାକୁ ଚେଷ୍ଟା କଲେ ଏହା ଅଧିକ ଭିତରକୁ ଚାଲିଯାଏ ଓ କର୍ଣ୍ଣନଳୀକୁ ବନ୍ଦ କରିଦିଏ ଯେତେବେଳେ ଏହା ଘଟିବ – ବ୍ୟକ୍ତି କମ୍ ଶୁଭୁଛି ବୋଲି କହିବ, କାନ ଝାଇଁ ଝାଇଁ ଶୁଭିବ ଓ କାନ ବଧିରା ଲାଗିବ । କଠିନ କର୍ଣ୍ଣମଳ କାରଣରୁ କାନ କୁଣ୍ଡାଇହେବା, କଷ୍ଟ ହେବା ବେଳେବେଳେ କର୍ଣ୍ଣନଳୀରେ ସଂକ୍ରମଣ ହେବା ଦେଖାଯାଇଥାଏ । ଚିକିତ୍ସା କର୍ଣ୍ଣମଳ କୋମଳ ହେବା ପାଇଁ ୩/୫ ବୁନ୍ଦା ବେଦୀ ଅଏଲ କାନ ଭିତରେ ସଫା ନଡିଆତେଲ ୩ ଦିନ ପକାନ୍ତୁ । କିମ୍ବା ଦିନରେ ଥରେ ଦୁଇଥର ୨/୩ ବୁନ୍ଦାକରି ବୋରୋଗ୍ଲିସେରିନ୍ କାନ ଡ୍ରପ ପକାନ୍ତୁ । ତା’ପରେ କିଛି ବିଶୁଦ୍ଧ ଗରମ ପାଣି ଓ ଗୋଟିଏ ବିଶୁଦ୍ଧ ପିଚକାରୀ ନିଅନ୍ତୁ । ପିଚକାରୀରୁ ଛୁଞ୍ଚିକୁ ଅଲଗା କରି ଏବଂ ପିଚକାରୀ ମଧ୍ୟରେ ଗରମ ପାଣି ପୁରାଇ କର୍ଣ୍ଣନଳୀ ମଧ୍ୟକୁ ପିଚକାରୀର ସରୁ ନଳୀ ଦେଇ ଜଳ ନିର୍ଗତ କରନ୍ତୁ । କିଛି କିଛି ସମୟ ବ୍ୟବଧାନରେ ଏହିପରି ବାରମ୍ବାର କରି କିମ୍ବା ମଳ ବାହାରକୁ ବାହାରିବା ପର୍ଯ୍ୟନ୍ତ ଏହିପରି କରନ୍ତୁ । ଯଦି ବ୍ୟକ୍ତି ଜଣକ କଷ୍ଟ ଅନୁଭବ କରେ ତାହାହେଲେ ତାହା ବନ୍ଦ କରିଦିଅନ୍ତୁ । ଯଦି ମଳ ତଥାପି ବାହାରକୁ ନ ଆସେ, ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ସତର୍କତା ଯଦି ବ୍ୟକ୍ତି ବ ଶିଶୁର କର୍ଣ୍ଣ ମଧ୍ୟରେ ସଂକ୍ରମଣ ହୋଇଥାଏ ଗରମ ପାଣି ଦିଅନ୍ତୁ ନାହିଁ । ଏହା ପରିବର୍ତ୍ତେ ଡିଆସିଲି / ସମକକ୍ଷ କାଠିରେ ପତଳା କପଡା ଗୁଡାଇ ଆସ୍ତେ ଆସ୍ତେ ସଫା କରନ୍ତୁ । କୌଣସି ମୁନିଆଁ ବସ୍ତୁ କାନ ସଫା କରିବାପାଇଁ ବ୍ୟବହାର କରନ୍ତୁ ନାହିଁ । କର୍ଣ୍ଣନଳୀ ସଂକ୍ରମଣ ସାଧାରଣତଃ ଜୀବାଣୁଦ୍ଵାରା କର୍ଣ୍ଣନଳୀ ସଂକ୍ରମିତ ହୋଇଥାଏ । ଲକ୍ଷଣ ଯେତେବେଳେ କାନର ବାହାର ଅଂଶ ଟାଣେ ମୁଖ୍ୟତଃ କଷ୍ଟ ହୋଇଥାଏ । କଣ କୁଣ୍ଡାଇ ହୁଏ । କର୍ଣ୍ଣନଳୀ ଇଷତ ଲାଲ୍ ହୋଇ ଫୁଲିଯାଏ । କାନ ବନ୍ଦ ହୋଇ ଅଳ୍ପ ଶୁଭେ । ଚିକିତ୍ସା ଦିନରେ ୩/୪ ଥର କର କାନରେ, ପାଣି ସହିତ ଭିନେଗାର ମିଶାଇ ଏକ ବୁନ୍ଦା କରି ପକାନ୍ତୁ । (ଏକ ଚାମଚ ଭିନେଗାର ସହିତ ଏକ ଚାମଚ ସିଝାପାଣି ) ଯଦି ବେଶୀ କଷ୍ଟ ହେଉଛି ବା ଜ୍ଵର ହେଉଛି ପରାସିଟାମଲ ଦିଅନ୍ତୁ । ଯଦି ଜ୍ଵର ହେଉଛି, ପୂଜ ବୋହୁଛି ବା କାନ ପଛପାଖର ଗ୍ରନ୍ଥୀରେ କଷ୍ଟ ହେଉଛି ପେନିସିଲିନ ଦିଅନ୍ତୁ ବା ଏକ ସପ୍ତାହ ପାଇଁ ଟେତ୍ରାସାଇକ୍ଲିନ ଦିଅନ୍ତୁ । କର୍ଣ୍ଣ ମଧ୍ୟ ଭାଗରେ ସଂକ୍ରମଣ ଏହା ସାଧାରଣତଃ ଜୀବାଣୁଦ୍ଵାରା ହୋଇଥାଏ । ଏହି ଅବସ୍ଥା ସାଧାରଣତଃ ଛୋଟ ଶିଶୁର ଥଣ୍ଡାର କିଛି ଦିନ ପରେ ବା ନାକରୁଦ୍ଧ ହୋଇଥିବା ଅବସ୍ଥାରେ ହୋଇଥାଏ । ଲକ୍ଷଣ ଜ୍ଵର ଶିଶୁ ସବୁବେଳେ କାନ୍ଦିବ ଏବଂ ମୁଣ୍ଡଗଡାଇବ କାନଭିତରୁ ପୂଜ ବାହାରୁଥିବ ଛୋଟ ଶିଶୁମାନଙ୍କ କ୍ଷେତ୍ରରେ ବେଳେବେଳେ କାନରେ ସଂକ୍ରମଣ ଯୋଗୁଁ ଶିଶୁକୁ ପତଳାଝାଡା ହୁଏ । ଯେତେବେଳେ ଶିଶୁର ପତଳା ଝାଡା ହୋଇଥାଏ, ଟା’ର କାନ ସବୁବେଳେ ଯାଞ୍ଚ କରନ୍ତୁ । ଚିକିତ୍ସା କର୍ଣ୍ଣ ସଂକ୍ରମଣ ହୋଇଥିଲେ ଖୁବ୍ ଶୀଘ୍ର ଚିକିତ୍ସା କରିବା ଉଚିତ୍ । କାରଣ ଏହା ଜଟିଳ ଆକାର ଧାରଣ କରିପାରେ । ପେନିସିଲିନ ପରି ଆଣ୍ଟିବାୟୋଟିକ ଦିଅନ୍ତୁ । ବା ଆମୋକ୍ସିସିଲିନ ପାଟିରେ ଦିଅନ୍ତୁ ଯଦି ପେନିସିଲିନ ଆଲରଜିକ ହୁଏ ତାହାହେଲେ ଏଋଥ୍ରୋମାଇସିନ ଦିଅନ୍ତୁ । କିମ୍ବା ଟ୍ରାଇମେଥୋପ୍ରିମ ସଲଫାମେଥୋକ୍ସୋଜୋଲ ଦଶ ଦିନ ପାଇଁ ଦିଅନ୍ତୁ । ତିନି ବର୍ଷ ମଧ୍ୟର ଶିଶୁମାନଙ୍କୁ ଆମ୍ପିସିଲିନ ଭଲ କାମ କରେ । କଷ୍ଟ ଏବଂ ଜ୍ଵର ପାଇଁ ଏସିଟାମିନୋଫେନ ବା ପାରାସିଟାମଲ୍ ଦିଅନ୍ତୁ । କପଡା ଗୁଡାହୋଇଥିବା ଡିଆସିଲି / ସମକକ୍ଷ କାଠି ସାହାଯ୍ୟରେ ଅତି ଯତ୍ନର ସହିତ କାନ ମଧ୍ୟରେ ଥିବା ପୂଜକୁ ସଫା କରନ୍ତୁ । ଯଦି ସମ୍ଭବ ହୁଏ କାଠିଟିକୁ କାନ ଭିତରେ ପୁରାଇବା ପୂର୍ବରୁ ଏକ ଚାମଚ ହାଇଡ୍ରୋଜେନ ପେରୋକସାଇଡସହିତ ଏକ ଚାମଚ ସଫାପାଣି ମିଶାଇ କାଠିଟିକୁ ବୁଦାନ୍ତୁ । କିନ୍ତୁ କନା ବିଣ୍ଡା ବା କୌଣସି ଜିନିଷ କାନ ଭିତରେ ରଖନ୍ତୁ ନାହିଁ । କାନରୁ ପୂଜ ବାହାରୁଥିବା ଶିଶୁମାନଙ୍କୁ ପ୍ରତିଦିନ ଗାଧୋଇଦେବା ଉଚିତ, ମାତ୍ର ଚିକିତ୍ସା ସମୟରେ ପାଣିରେ ପହଁରିବା ବା ଡିଆଁମାରିବା ଉଚିତ୍ ନୁହେଁ ଓ ଭଲ ନ ହେବା ପର୍ଯ୍ୟନ୍ତ ଏପରି କରିବା ଉଚିତ୍ ନୁହେଁ । ପ୍ରତିଷେଧକ ସୁଷମ ଖାଦ୍ୟ ଖାଇ ଦେହର ପ୍ରତିଷେଧକ ଶକ୍ତି ବଢାନ୍ତୁ । ଥଣ୍ଡାଧରିଥିବା ସମୟରେ ନାକକୁ ପୋଛାପୋଛି କରି ସଫା ରଖିବାକୁ ଶିଶୁମାନଙ୍କୁ ଶିକ୍ଷାଦେବା ଉଚିତ୍ । ଛୁଆମାନଙ୍କୁ ବୋତଲ ଖାଦ୍ୟ ଦିଅନ୍ତୁ ନାହିଁ ବା ଯଦି ଦେଉଥାନ୍ତି ତାହାହେଲେ ଛୁଆର ନାକରେ କ୍ଷୀର ପଶି ନ ଯିବା ପାଇଁ ସତର୍କ ରୁହନ୍ତୁ । କାରଣ ଏହା କର୍ଣ୍ଣ ସଂକ୍ରମଣରେ ସାହାଯ୍ୟ କରିପାରେ । ଯେତେବେଳେ ଶିଶୁର ନାକ ଶିଘାଂଣିଦ୍ୱାରା ଚୁଣ୍ଟି ହୋଇଯାଇଥିବ, ଆପଣ ଲୁଣବୁନ୍ଦା ନାକରେ ପକାଇ ଶିଘାଂଣିକୁ ନାକ ଭିତରୁ ବାହାରକୁ ବାହାର କରିଦିଅନ୍ତୁ । ଜଟିଳତା କାନର ମଧ୍ୟଭାଗ ସଂକ୍ରମଣର ଚିକିତ୍ସା ନ କଲେ ମେନିନଜାଇଟିସ ହୋଇପାରେ କିମ୍ବା କାନର ପଛପାଖ ହାଡ ସଂକ୍ରମିତ ହୁଏ । ଯଦି ଆପଣଙ୍କର ବର୍ତ୍ତମାନ ମେନିନଜାଇଟିସ ବା ହାଡ ସଂକ୍ରମିତ ହୋଇଥାଏ ତାହାହେଲେ ଡାକ୍ତରୀ ପରାମର୍ଶ ନିଆନୁ । କର୍ଣ୍ଣରେ ବାହ୍ୟ ଜିନିଷ ଥିଲେ ଶିଶୁମାନେ ଖେଳିବା ସମୟରେ ସେମାନଙ୍କ କାନରେ କୌଣସି ଶସ୍ୟ ବା ଦାନା ବା ଅନ୍ୟ ଜିନିଷ ଭର୍ତ୍ତି କରିଦିଅନ୍ତି । ବେଳେବେଳେ ମଧ୍ୟ କୀଟପତଙ୍ଗମାନେ କାନ ମଧ୍ୟରେ ପଶିଯାଆନ୍ତି । କାନ ମଧ୍ୟରୁ କାଢିବା ପୂର୍ବରୁ ପତଙ୍ଗକୁ ପ୍ରଥମେ ମାରିଦେବା ଉଚିତ୍ । ଗରମ ନଡିଆତେଲ କିମ୍ବା ବେଦୀ ଅଏଲ କାନରେ ପକାଇଦିଅନ୍ତୁ । ଟା’ପରେ ଗରମ ବିଶୁଦ୍ଧ ପାଣି ପିଚକାରୀ ସାହାଯ୍ୟରେ ମୃତ ପତଙ୍ଗକୁ ବାହାର କରିଦିଅନ୍ତୁ । ଯଦି କୌଣସି ଶସ୍ୟ ବା ଦାନା ବା ଜିନିଷ ପଶିଯାଇଥାଏ । ଛୁଆର ମୁଣ୍ଡକୁ ତଳକୁ ଉପରକୁ କରି ଅତି ସରଳ ଭାବରେ ଜିନିଷଟିକୁ ଟାଣିନିଅନ୍ତୁ । ଯଦି ଏହା ବାହାରକରି ନ ପାରୁଛନ୍ତି । ତାହାହେଲେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ । କୌଣସି ମୁନିଆଁ ବସ୍ତୁରେ ତାହା ବାହାର କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । କାରଣ କାନର ପରଦା ନଷ୍ଟ ହୋଇଯାଇପାରେ ଓ ଅଧିକ କ୍ଷତି ହୋଇପାରେ । କାଲ ବା ଜଡତା କାଲ ଗୋଟିଏ ଲକ୍ଷଣ ଏହା ଅସୁସ୍ଥତା ନୁହେଁ । ଗୋଟିଏ ବ୍ୟକ୍ତି କମ୍ ଶୁଭୁଛି ବୋଲି କହିପାରେ । ଏହା କାନର କାଠିମଳ, କାନ ନଳୀ ଉପରେ ପ୍ରଭାବ ପକାଉଥିବା ଅସୁସ୍ଥତା କିମ୍ବା ମସ୍ତିଷ୍କକୁ ଯାଇଥିବା ସ୍ନାୟୁ ଗ୍ରନ୍ଥୀର ଅସୁବିଧା ଯୋଗୁଁ ହୋଇଥାଇପାରେ । ଆସ୍ପିରିନ ଓ ଷ୍ଟ୍ରେପଟୋମାଇସିନ ପରି ଅତିମାତ୍ରା ଔଷଧ ଜଡତାକୁ ଦୂର କରିପାରିବ । କେତେକ କ୍ଷେତ୍ରରେ ଏଆ ଜନ୍ମରୁ ହୋଇଥାଏ । ସାଧାରଣତଃ ଯେଉଁ ମା’ ଟି.ବି. ପ୍ରତିଷେଧକ ଔଷଧ ଖାଇଥିବେ କିମ୍ବା ଗର୍ଭବତୀ ସମୟରେ ମିଳିମିଳା ରୋଗର ଜୀବାଣୁ ଦେହରେ ରହିଥିବେ, ତାଙ୍କର ଶିଶୁମାନଙ୍କର ଏହିପରି ହୋଇଥାଏ । ଯଦି କୌଣସି କାରଣରୁ ଅସୁବିଧା ଭଲ ନ ହୁଏ, ତାହାହେଲେ ଡାକ୍ତରୀ ପରାମର୍ଶ ନିଅନ୍ତୁ । ଷ୍ଟ୍ରେପଟୋମାଇସିନ ଓ ଆସ୍ପିରିନ ଭଳି ଔଷଧ ବନ୍ଦ କରିଦେବା ଉଚିତ୍ କିମ୍ବା ଯଦି କୌଣସି ଔଷଧ ଖାଇବା ସମୟରେ ଶୁଣିବା ଶକ୍ତି ହ୍ରାସପାଏ ବା କାନ ଝାଇଁ ଝାଇଁ ହୁଏ ତାହାହେଲେ ଔଷଧର ମାତ୍ରା କମାଇଦେବା ଉଚିତ୍ । ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ