অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳାମାନଙ୍କର ସମସ୍ୟା

ସ୍ତନ କର୍କଟ

ମହିଳାମାନଙ୍କର ସ୍ତନରେ ହେଉଥିବା କର୍କଟ ରୋଗ ଭୀଷଣ ମାରାତ୍ମକ ଅଟେ   । କିନ୍ତୁ ସ୍ତନରେ ସବୁ ପ୍ରକାର ଆବୁ କର୍କଟ ରୋଗ ନୁହେଁ  । କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ଦେଖି ଚିକିତ୍ସା କଲେ ପ୍ରାୟତଃ ରୋଗ ଭଲ ହୋଇଯାଇଥାଏ   । କର୍କଟ ରୋଗର ସାଧାରଣତଃ ଅସ୍ତ୍ରୋପ୍ରଚାର କରିବାକୁ ପଡିଥାଏ   ।

ସ୍ତନ କର୍କଟ ରୋଗର ଲକ୍ଷଣ

  • ମହିଳା ନିଜ ସ୍ତନର ଏକ ପାଖରେ ଫୁଲିଥିବାର ଦେଖିପାରିବେ  । କିନ୍ତୁ ଏହା ମଧ୍ୟ ସ୍ତନର  ଯେ କୌଣସି ଅଂଶରେ ହୋଇଥାଏ   ।
  • ଅଥବା ସ୍ତନ ଉପରେ ଅସ୍ଵାଭାବିକ ଆବୁ ଦେଖାଯିବ ବା ସ୍ତନ ଉପରେ କମଳା ଚୋପା ପରି ଛୋଟ ଛୋଟ ଖାଲ ଦେଖାଦେବ ଯାହା ଦରଜ ଜଣା ପଡିବ ନାହିଁ  ।
  • ବହୁତ ସମୟରେ  କାଖର ଲସିକା ଗ୍ରନ୍ଥି ଫୁଲିଯାଇ କାଖ ଗୁଲି ପଡିଯାଏ   ।
  • ବେଳେବେଳେ ସ୍ତନରେ ଘା ହେବ   ।
  • ସ୍ତନ ଭୁଣ୍ଡିରୁ ରକ୍ତ ବାହାରିବ  ।
  • ସ୍ତନ ଉପର ଫୁଲା ଧିରେ ଧିରେ ବଢିବ  ।
  • ପ୍ରଥମେ ଏହି ଫୁଲା ଯନ୍ତ୍ରଣା ଦାୟକ ବା ଗରମ ଲାଗିବ ନାହିଁ କିନ୍ତୁ ପରେ ଏହା ଘା ହୋଇଯିବ  ।

ସ୍ତନ ନିଜେ ପରୀକ୍ଷା କରିବାର ଉପାୟ

ପ୍ରତ୍ୟକ ମହିଳା ନିଜ ସ୍ତନ ନିଜେ ଯାଞ୍ଚ କରିବାର କୌଶଳ କରିବା ଉଚିତ୍  । ଏହା ପ୍ରତି ମାସରେ ଥରେ ହେବା ଉଚିତ୍  । ବିଶେଷ କରି ଋତୁ ସ୍ରାବର  ୭ରୁ ୧୦ ଦିନ ପରେ  । ସ୍ତନ ପରୀକ୍ଷା ଦର୍ପଣ ଆଗରେ ଛିଡା ହୋଇ କରାଯାଇ ପାରିବ   ।

  • ଆପଣଙ୍କ ସ୍ତନକୁ ଯତ୍ନର ସହିତ ନିରୀକ୍ଷଣ କରନ୍ତୁ   । ଦେଖନ୍ତୁ ୨ଟି ସ୍ତନରେ କିଛି ପାର୍ଥକ୍ୟ ଜଣାପଡୁଛି କି ? ଯଦି ଉପର ଲିଖିତ ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ   ।
  • ହାତ ଉପରକୁ ଟେକି ସ୍ତନ ପରୀକ୍ଷା କରନ୍ତୁ  ଓ ଟିକେ ଆଗକୁ ଢଳି ପୁଣିଥରେ ପରୀକ୍ଷା କରନ୍ତୁ   । ପ୍ରତି ସ୍ତନର ସମତା ଦେଖନ୍ତୁ   ।
  • ପିଠି ତଳେ  ତକିଆ ବା କମ୍ବଳ ଦେଇ ଚିତ୍ ହୋଇ ଶୋଇପଡନ୍ତୁ  ଓ ହାତକୁ ସିଧା କରି ସ୍ତନକୁ ଆଙ୍ଗୁଳି ସାହାଯ୍ୟରେ ଛୁଇଁ ଦେଖନ୍ତୁ ଓ ଚାପନ୍ତୁ  । ସ୍ତନାଗ୍ରରୁ ଆରମ୍ଭ କରି କାଖ ପର୍ଯ୍ୟନ୍ତ ଭଲ ଭାବେ ଦେଖନ୍ତୁ  । ପରେ ସ୍ତନ ଭୁଣ୍ଡିକୁ ଚିପି ଦେଖନ୍ତୁ ରକ୍ତ ବା କୌଣସି ତରଳ ପଦାର୍ଥ ବାହାରୁଛି କି ନାହିଁ   । ଅଙ୍ଗୁଳି ସବୁକୁ ପ୍ରସାରଣ କରି ସ୍ତନ ଉପରେ ଚାଳନ କରନ୍ତୁ  ତା’ପରେ ଅଙ୍ଗୁଳି ଟିପରେ ମଧ୍ୟ ପରୀକ୍ଷା କରନ୍ତୁ   ।
  • ଯଦି ଆପଣ ସ୍ତନରେ ଆବୁ ବା ଅସ୍ଵାଭାବିକ ଲକ୍ଷଣ ଦେଖନ୍ତି ଡାକ୍ତରଙ୍କ ପରାମର୍ଶ କରନ୍ତୁ   । ଅଧିକାଂଶ ଆବୁ ବା ଫୁଲା କର୍କଟ ରୋଗ ହୋଇ ନ ଥାଏ କିନ୍ତୁ ଏହା ପରୀକ୍ଷା କରିବା ଉଚିତ୍  ।

ବିଭିନ୍ନ ପ୍ରକାର ସ୍ତନ ଆବୁ ବା ଫୁଲା

ସ୍ତନ୍ୟ ପାନ କରାଉଥିବା ମା’ର ଯନ୍ତ୍ରଣା ଦାୟକ ଗରମ ଲାଗୁଥିବା ଆବୁ ବା ଫୁଲା ସ୍ତନ ବଥ ହୋଇପାରେ  । ଯନ୍ତ୍ରଣାହୀନ ସ୍ତନ ଆବୁ ବା ଫୁଲା କର୍କଟ ରୋଗ କିମ୍ବା ପୂଜ କୋଷ ହୋଇପାରେ   ।

ଋତୁସ୍ରାବ ସମସ୍ୟା

ଯନ୍ତ୍ରଣା ଦାୟକ ଋତୁସ୍ରାବ

୧୫ରୁ ୨୫ ବର୍ଷ ବୟସ୍କ ଯୁବତୀମାନଙ୍କ ଯନ୍ତ୍ରଣା ଦାୟକ ଋତୁସ୍ରାବ କିମ୍ବା ଋତୁସ୍ରାବ ସମୟରେ ଅସୁସ୍ଥତା ସାଧାରଣ ଅଟେ  । ଏହି ଯନ୍ତ୍ରଣା ସାଧାରଣତଃ ତଳି ପେଟରେ ଜଣା ପଡିଥାଏ   । ଏହା ଋତୁସ୍ରାବର କିଛି ଘଣ୍ଟା ପୂର୍ବରୁ  ଏବଂ ଋତୁଶରବା ସମ୍ପୂର୍ଣ୍ଣ ହେବାଯାଏଁ ହୋଇଥାଏ   ।

ଯଦି ଆପଣଙ୍କର ଋତୁସ୍ରାବ ଯନ୍ତ୍ରଣା ଦାୟକ ହେଉଥାଏ

ଆସ୍ପିରିନ ଖାଇବାଦ୍ଵାରା ବା ଇବୁ ପ୍ରୁଫେନ  ଖାଇଲେ ଏବଂ ପେଟରେ ଗରମ ସେକ ଦେଲେ ଆରାମ ମିଳେ  । ଋତୁସ୍ରାବର ପ୍ରତ୍ୟକ ଦିନ କପଡା ବା ପ୍ୟାଡ ପରିବର୍ତ୍ତନ ହେବା ଉଚିତ୍  । କପଡା ବ୍ୟବହାର କରୁଥିଲେ ଏହାକୁ ପ୍ରତିଦିନ ସଫା କରିବା ଉଚିତ୍  ।

ଅନିୟମିତ ଋତୁସ୍ରାବ

  • କେତେକ ମହିଳାଙ୍କର ଋତୁସ୍ରାବର ଦିନ ସଠିକ୍ ରୁହେ  ନାହିଁ   । କିନ୍ତୁ ଆଉ କେତେକଙ୍କ କ୍ଷେତ୍ରରେ ଏହା ପୁରାତନ ରୋଗ, ରକ୍ତହୀନତା, କୁପୋଷଣ, ସଂକ୍ରମଣ ବା ଗର୍ଭାଶୟରେ ଟ୍ୟୁମର ଯୋଗୁଁ ବିଳମ୍ବିତ ହୋଇଥାଏ   ।
  • ଯଦି ଋତୁସ୍ରାବ ୬ ଦିନରୁ ଅଧିକ ହୁଏ ଓ ରକ୍ତସ୍ରାବ ପୂର୍ବ ଋତୁସ୍ରାବଠାରୁ ଅଧିକ ହୁଏ  ଏବଂ ୨୨ ଦିନରୁ  କମ୍ ବ୍ୟବଧାନରେ ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ   ।
  • ଯଦି ଋତୁସ୍ରାବ ଡେରିରେ ହୁଏ ଏହା ଅଧିକ ବିପଦଜନକ ଓ ଏହା ଗର୍ଭପାତର କାରଣ ହୋଇପାରେ   ।
  • ଆମେନୋରିଆ ଜଣେ ମହିଳାର ଋତୁସ୍ରାବ ନ ହେବା ବା ଯେଉଁ ବାଳିକା ୧୬ ବର୍ଷ ବୟସର ହୋଇ ମଧ୍ୟ ଋତୁସ୍ରାବ ନ ହେବାକୁ ବୁଝାଇଥାଏ   । ଏହା ସାଧାରଣତଃ ୪୦ ବର୍ଷ ବୟସରୁ ଉର୍ଦ୍ଧ୍ଵ ମହିଳା, ଗର୍ଭବତୀ ଓ ସ୍ତନ୍ୟପାନ  କରାଉଥିବା ମହିଳାଙ୍କର ହୋଇଥାଏ  । ସେ ଯାହାହେଉ ଏହା ଗର୍ଭାଶୟ ବା ଡିମ୍ବାଶୟରେ ଯକ୍ଷ୍ମା, ଉଗ୍ର ରକ୍ତହୀନତା, ଆୟୋଡିନର ଅଭାବ, ମନସ୍ତାତ୍ତ୍ଵିକ ବିଶୃଙ୍ଖଳା, ଆବେଗିକ ଅସମତା ବା ନିଶା ସେବନ ଯୋଗୁଁ ହୋଇଥାଏ   । ଡାକ୍ତରୀ ସାହାଯ୍ୟ ନିଅନ୍ତୁ   ।

ଅବର୍ଣ୍ଣନୀୟ ଯୋନିସ୍ରାବ

ଗର୍ଭାଶୟର ମୁଖ କର୍କଟରୋଗଦ୍ଵାରା ଆକ୍ରାନ୍ତ ହେଲେ ଯୋନିସ୍ରାବ ଅଧିକ ହୋଇଥାଏ   । ଏହା ସାଧାରଣତଃ ଯୌନକ୍ରିୟା ପରେ ଋତୁସ୍ରାବର ମଝିରେ ଓ ଋତୁସ୍ରାବ  ସମ୍ପୂର୍ଣ୍ଣ  ବନ୍ଦ ହୋଇଯିବା ବେଳେ ହୋଇଥାଏ   ।

ଗର୍ଭାଶୟ ମୁଖ କର୍କଟ

ଆମ ଦେଶରେ ଏହି କର୍କଟ ରୋଗ ସାଧାରଣ ଅଟେ   । ଏହା ମୁଖ୍ୟତଃ ଯେଉଁ ମହିଳା କମ୍ ବୟସରୁ ଯୌନ କ୍ରିୟାରେ ଲିପ୍ତ ରୁହନ୍ତି ଓ ୨୦ ବର୍ଷ  ବୟସ ପୂର୍ବରୁ ଗର୍ଭଧାରଣ ଓ ଯେଉଁ ମହିଳାଙ୍କର ଅଧିକ ସନ୍ତାନ ବା ଯେଉଁ ମହିଳାଙ୍କର ଅଧିକ ପୁରୁଷ ଯୌନ ସାଥି ଥାଆନ୍ତି ବା ଯେଉଁମାନଙ୍କୁ ସିଫିଲିସ୍ ହୋଇଥାଏ, ସେମାନଙ୍କୁ ହୁଏ   ।

ଲକ୍ଷଣ

  • ଯୋନିସ୍ରାବ ଏହାର ପ୍ରଥମ ଲକ୍ଷଣ ଅଟେ   । ପ୍ରାଥମିକ ପର୍ଯ୍ୟାୟରେ ପାଣି ଭଳି ସ୍ରାବ ହୁଏ, ପରେ ରକ୍ତ ମିଶ୍ରିତ ଓ ଦୁର୍ଗନ୍ଧଯୁକ୍ତ ହୋଇଥାଏ   ।
  • ପିଠି ଯନ୍ତ୍ରଣା ଧିରେ ଧିରେ ଜଙ୍ଘକୁ ବ୍ୟାପିଥାଏ, ତଳି ପେଟରେ ମଧ୍ୟ ଯନ୍ତ୍ରଣା ହୁଏ   ।
  • ପରେ ମହିଳା ଦୁର୍ବଳ ହୋଇଯାଏ   ।

ପ୍ରତିଷେଧକ

ଗର୍ଭାଶୟ ମୁଖ କର୍କଟ ରୋଗକୁ ପ୍ରତିରୋଧ କରାଯାଇପାରିବ

  • ଯୌନକ୍ରିୟାରୁ ନିବୃତ ରହିବା ଓ ୨୦ ବର୍ଷ ବୟସ ପରେ ଗର୍ଭଧାରଣ କରିବା
  • ଅଧିକ ପିଲା ଜନ୍ମ ନ କରିବା
  • ଗୋଟିଏ ପୁରୁଷ ସାଥି ସହିତ ଯୌନ କ୍ରିୟା କରିବା
  • ଗର୍ଭାଶୟମୁଖ କର୍କଟ ରୋଗ ଯଦି ସହଳ ଚିହ୍ନଟ କରାଯାଇପାରିବ ତେବେ ଏହାକୁ ଆରୋଗ୍ୟ କରିହେବ   । ଏହାର ଏକ ମୁଖ୍ୟ ପରୀକ୍ଷା ହେଲା ପାପସ୍ପିଅର   । ଯୋନି ଓ ଗର୍ଭାଶୟ ମୁଖରୁ ସ୍ପିଅର ପରୀକ୍ଷା କରାଯାଏ   । ବିପଦପୂର୍ଣ୍ଣ ମହିଳାମାନେ ବର୍ଷକୁ ଥରେ ପାପସ୍ପିଅର କରିବା ଉଚିତ୍  । ଏହା ସରକାରୀ ଚିକିତ୍ସାଳୟ ମାନଙ୍କରେ କରାଯାଉଛି   ।

ଗର୍ଭାଶୟ କର୍କଟ

ଲକ୍ଷଣ

  • ପ୍ରଥମେ ପାଣିଆ ଯୋନି ସ୍ରାବ ପରେ ରକ୍ତ ସହିତ ଦୁର୍ଗନ୍ଧଯୁକ୍ତ   । ଏଥିସହିତ ମହିଳା ଅଧିକ ଋତୁସ୍ରାବ ହେବାର ଅଭିଯୋଗ କରିଥାଏ   ।
  • ତଳିପେଟରେ ଆବୁ ବା ଯନ୍ତ୍ରଣା ହୁଏ
  • ଦୁର୍ବଳତା ବଢିଯାଏ   ।

କର୍କଟ ରୋଗ ସନ୍ଦେହ କଲେ ତୁରନ୍ତ ଡାକ୍ତରୀ ବ୍ୟବସ୍ଥା କରନ୍ତୁ   । ଘରୋଇ ଚିକିତ୍ସା ଏହି ରୋଗକୁ ଭଲ କରିପାରିବ ନାହିଁ  ।

ଯୋନିସ୍ରାବ

ଲିଉକୋରିଆ (ଲାଳ ବା ପୂଜ ଯାହା ଯୋନିରୁ ବାହାରିଥାଏ )

ପ୍ରତ୍ୟକ ମହିଳାଙ୍କର  ଅଳ୍ପ ବହୁତ ଏହା ହୋଇଥାଏ  । ଯାହା ପରିଷ୍କାର ଦୁଧ ଭଳି ବା ହଳଦିଆ ହୋଇଥାଏ   । ଯଦି ଏହା ନ ଗନ୍ଧାଏ ବା ଏହା ଲାଗିବାଦ୍ଵାରା କୁଣ୍ଡାଇ ନ ହୁଏ  ତେବେ ସେଥିରେ କିଛି ସମସ୍ୟା ନାହିଁ  । କିନ୍ତୁ ଅଧିକାଂଶ ମହିଳା ବିଶେଷ କରି ଗର୍ଭ ସମୟରେ ଯୋନି କୁଣ୍ଡାଇ ହେବାର ଅଭିଯୋଗ କରିଥାନ୍ତି   ।ଏହା ବିବିଧ କାରଣ ଯୋଗୁଁ ହୋଇଥାଏ   । ଗେନେରିଆ ବା କ୍ଲାମାଇଡିଆ ଜନିତ ସଂକ୍ରମଣ ପିଲାର କ୍ଷତି କରିଥାଏ   ।

କୁଣ୍ଡାଇ ହେବା ସହିତ ପତଳା ଫେନୀଳ, ହଳଦିଆ ବା ଧୂସର ଦୁର୍ଗନ୍ଧଯୁକ୍ତ ସ୍ରାବ ଏହା ସମ୍ଭବତଃ  ଟ୍ରିକୋମନାସର ସଂକ୍ରମଣ ଅଟେ   । ପରିସ୍ରା ସମୟରେ ପୋଡେ, ବେଳେବେଳେ ଜନନାଙ୍ଗ ଫୁଲି ଯାଏ ଓ ଖଣ୍ଡିଆ ହୋଇଯାଏ   । ଏହି ସ୍ରାବରେ ରକ୍ତ ପଡିଥାଏ   । ମହିଳାମାନଙ୍କର ଯୋନି ଓ ଗର୍ଭାଶୟ ମୁଖ ସଂକ୍ରମିତ ହୋଇଥାଏ   ।

ଚିକିତ୍ସା

  • ଜନନାଙ୍ଗ ପରିଷ୍କାର ରଖିବା ସର୍ବ ପ୍ରଥମ କର୍ତ୍ତବ୍ୟ
  • ଯୋନିକୁ ଗରମ ପାଣି ଓ ଭିନେଗାର ଦ୍ଵାରା ପରିଷ୍କାର କରିବାଦ୍ଵାରା ଉପକାର ମିଳେ   ।
  • ବିପଦପୂର୍ଣ୍ଣ କେସ୍ ରେ ମେଟ୍ରୋନିଡାଜୋଲ ୨୫୦ ମି.ଗ୍ରା. ବଟିକା ଦିନକୁ ୩ଟି ୭ ଦିନ ଖାଇବା ଉଚିତ୍  । ଯଦି ମେଟ୍ରୋନିଡାଜୋଲ ମୌଖିକ  ଖାଇପାରୁ ନାହାନ୍ତି, ତେବେ ଏହାକୁ ଯୋନିବାଟେ ମଧ୍ୟ ନିଆଯାଇ ପାରିବ   ।

ସତର୍କତା

  • ଗର୍ଭର ଶେଷ ୪ ମାସରେ ବା ପିଲା ଜନ୍ମର ୬ ସପ୍ତାହ ମଧ୍ୟରେ ଯୋନି ଭିତର ସଫା କରିବା ଉଚିତ୍ ନୁହେଁ   ।ଯଦି ସ୍ରାବ ଯନ୍ତ୍ରଣା ଦାୟକ ହେଉଥାଏ  ତେବେ ନିଷ୍ଟାଟିନ୍ ଯୋନି ଭିତରେ ରଖିଲେ ଉପକାର ମିଳେ   ।
  • ଦିନବେଳା  ୨ ଥର ଏବଂ ପ୍ରତି ରାତିରେ ରସୁଣ କୁ ଛଡାଇ ସଫା ଗଜ୍ ରେ ଗୁଡାଇ ଯୋନି ଭିତରେ ରଖିଦିଅନ୍ତୁ  । ପ୍ରତିଥର  ନୂଆ ରସୁଣ ବ୍ୟବହାର  କରନ୍ତୁ   । ଏହିପରି ୧୦ ରୁ ୧୪ ଦିନ କରଣୀୟ  ।

ଗୁରୁତ୍ୱପୂର୍ଣ୍ଣ

ସ୍ତ୍ରୀ ସହିତ ସ୍ଵାମୀ ମଧ୍ୟ ଟ୍ରିକୋମୋନାସର ସଂକ୍ରମଣର ସମ୍ମୁଖୀନ ହୋଇଥାଏ   । ଯଦିଓ ସେ କିଛି ଅନୁଭବ କରିପାରେ ନାହିଁ  । ଏଥିପାଇଁ ୨ ଜଣ ଯାକ ଚିକିତ୍ସିତ ହେବା ଉଚିତ୍  । ଯଦି ସ୍ଵାମୀ ଚିକିତ୍ସିତ ନ ହୁଏ ତେବେ ସେ ପୁନର୍ବାର ସ୍ତ୍ରୀକୁ ରୋଗ ସଂକ୍ରମଣ କରିଥାଏ   । ସ୍ଵାମୀ ସର୍ବଦା ଯୌନକ୍ରିୟା ସମୟରେ ନିରୋଧ ବ୍ୟବହାର କରିବା ଉଚିତ୍  ।

ଧଳା ସ୍ରାବ ଯାହା ଛେନା ଭଳି ଦେଖାଯାଏ ଓ ରୁଟିସେକା ଭଳି ଗନ୍ଧ ହୁଏ   । ଏହା ୟିଷ୍ଟ ସଂକ୍ରମଣ ହୋଇପାରେ  । ଜୋରରେ କୁଣ୍ଡାଇ ହୁଏ ବା ପୋଡେ  । ଯୋନିର ଓଷ୍ଠ ଲାଲ ଦେଖାଯାଇ ଯନ୍ତ୍ରଣା ଦାୟକ ହୋଇଥାଏ   । ପରିସ୍ରା ସମୟରେ ପୋଡେ   । ଗର୍ଭବତୀ ମହିଳାଠାରେ ଏହା ବେଶୀ ଦେଖାଯାଏ  ଓ ଯେଉଁମାନେ ମଧୁମେହ  ରୋଗରେ ଆକ୍ରାନ୍ତ  ସେମାନଙ୍କୁ ଏହା ଅଧିକ ହୋଇଥାଏ   ।

ଚିକିତ୍ସା

ମଧୁମେହ ରୋଗପାଇଁ ରକ୍ତ ଓ ପରିସ୍ରା ପରୀକ୍ଷା କରନ୍ତୁ

ଭିନେଗାର ମିଶ୍ରିତ ପାଣିରେ ଯୋନି ପରିଷ୍କାର କରନ୍ତୁ ବା ଦୁଇ ଭାଗ ଜେନସିଆନ  ଭାଇଓଲେଟ ଓ ୧୦୦ ଭାଗ ପାଣି ମଧ୍ୟ ବ୍ୟବହାର କରାଯାଇପାରିବ  । ଗୋଟିଏ ପତଳା କାଠି ନିଅନ୍ତୁ   । ତା’ ଦେହରେ ଗୋଟିଏ କନା ଗୁଡାଇ ଜେନସିଆନ  ଭାଇଓଲେଟରେ ବୁଡାଇ ଯୋନି ପରିଷ୍କାର କରନ୍ତୁ   । ପିଚା ତଳେ ଏକ କାଗଜ ପକାଇ ଦିଅନ୍ତୁ ଯାହାଦ୍ୱାରା ଚଟାଣ ବା ଲୁଗାରେ ଲାଗିବ ନାହିଁ  । କିମ୍ବା ନିଷ୍ଟାଟିନ  ଯୋନି ବଟିକା ପୁରା ମାତ୍ରାର ବ୍ୟବହାର କରନ୍ତୁ  । ଯେତିକି ମାତ୍ରାରେ ଓ ଯେତିକି ଦିନପାଇଁ ନିଷ୍ଟାଟିନ  ବ୍ୟବହାର କରିବା କଥା ସେତିକି ଦିନ ପାଇଁ ବ୍ୟବହାର କରନ୍ତୁ   ।

ସତର୍କତା

ଏହି ସଂକ୍ରମଣ ପାଇଁ କୌଣସି ଆଣ୍ଟିବାଇଓଟିକ ବ୍ୟବହାର କରନ୍ତୁ ନାହିଁ  ।ଏହା ୟିଷ୍ଟକୁ ବିପଦପୂର୍ଣ୍ଣ କରିଦିଏ   ।   ଗାଧୋଇଲାବେଳେ ବା ସ୍ଥାନକୁ ଧୋଇବାବେଳେ ଡେଟଲ ଆଦି ବ୍ୟବହାର କରନ୍ତୁ ନାହିଁ   । ଯୋନିକୁ ବାରମ୍ବାର ଧୁଅନ୍ତୁ  ନାହିଁ   । ଏପରି କଲେ କଷ୍ଟ ଓ ଯନ୍ତ୍ରଣା ବଢିଯାଏ   ।

ଧୂସର ହଳଦିଆ, ରହଣିଆ ଗନ୍ଧ ସହିତ ଫେଣ ଯୁକ୍ତ ସ୍ରାବ

ଏହା ହିମୋଫିଲସ୍ ଜୀବାଣୁରୁ ହୋଇପାରେ  । ଏକ ଲିଟର ପାଣିରେ ୬ ଚାମଚ ବେଟାଡିନ ମିଶାଇ ଯୋନି ଧୌତ କରନ୍ତୁ  । ଭିନେଗାର ପାଣିରେ ମଧ୍ୟ ଧୋଇପାରନ୍ତି  । କିମ୍ବା ରସୁଣ ପ୍ରୟୋଗ ୨ସପ୍ତାହ ପାଇଁ, କିମ୍ବା ମେଟ୍ରୋନିଡାଜୋଲ ବ୍ୟବହାର କରନ୍ତୁ ।

ରକ୍ତ ମିଶା ପାଣିଆ, ଧୂସର ବା କସାଳିଆ ସ୍ରାବ ସହ ତଳି ପେଟରେ ଯନ୍ତ୍ରଣା ଥିଲେ

ଏହା ଅଧିକ ବିପଦପୂର୍ଣ୍ଣ ସଂକ୍ରମଣର ଲକ୍ଷଣ ଅଟେ  ବା କର୍କଟ ରୋଗ ହୋଇପାରେ  । ଯଦି ଜ୍ଵର ହେଉଛି ଆଣ୍ଟିବାଇଓଟିକ ଆମ୍ପିସିଲିନ ବା ଟେଟ୍ରାସାଇକ୍ଲିନ ବ୍ୟବହାର କରନ୍ତୁ   । ତୁରନ୍ତ ଡାକ୍ତରୀ ସହାୟତା ନିଅନ୍ତୁ   ।

ଗୁରୁତ୍ୱପୂର୍ଣ୍ଣ

ଯଦି ଯେକୌଣସି  ସ୍ରାବ ଅଧିକ ଦିନ ଲାଗିରୁହେ  ଓ ଭଲ ନ ହୁଏ ତେବେ ଡାକ୍ତରୀ ସହାୟତା ନିଅନ୍ତୁ   ।

ଜଣେ ମହିଳା କିପରି ସଂକ୍ରମଣଠାରୁ ଦୂରରେ ରହିପାରିବ ?

  • ଜନନାଙ୍ଗ ପରିଷ୍କାର ରଖନ୍ତୁ   । ଗାଧୋଇବା ସମୟରେ ସାବୁନ ଲଗାଇ ଜନନାଙ୍ଗ ସଫା କରନ୍ତୁ   ।
  • ଯୌନକ୍ରିୟା ପରେ ପରିସ୍ରା କରିଦିଅନ୍ତୁ  । ଏହାଦ୍ଵାରା  ମୂତ୍ରାଶୟ ସଂକ୍ରମଣ ହେବ ନାହିଁ  । (ଗର୍ଭଧାରଣରେ ଏହାଦ୍ବାରା କିଛି ଅସୁବିଧା ହେବ ନାହିଁ )
  • ଝାଡା ଯିବା ପରେ ଭଲ ଭାବରେ ପରିଷ୍କାର ହୁଅନ୍ତୁ   ।
  • ସବୁବେଳେ ଆଗରୁ ପଛ ଆଡକୁ ଧୁଅନ୍ତୁ  । ପଛରୁ ଆଗ ଆଡକୁ ଧୋଇଲେ ଜୀବାଣୁ, ଏମିବା ବା କୃମି ମୂତ ନଳା ବାଟେ ଯାଇ ସଂକ୍ରମଣ କରିଥାନ୍ତି   । ଛୋଟ ପିଲାଙ୍କର ମଳଦ୍ଵାରକୁ ଏହିପରି ଧୁଅନ୍ତୁ   । ଛୋଟ ଝିଅମାନଙ୍କୁ ଏହିପରି ଶିଖାନ୍ତୁ  । ଯାହାଦ୍ୱାରା ସେମାନେ ବଡ ହେଲେ ମଧ୍ୟ ଏହିପରି କରି ପାରିବେ   ।

ତଳି ପେଟରେ ଯନ୍ତ୍ରଣା ବା ଆଶ୍ଵସ୍ତି

ମୂତ୍ରାଶୟ ସମସ୍ୟା ଓ ଅସ୍ତ୍ର ସମସ୍ୟା ଯୋଗୁଁ ହୋଇଥାଏ   । ଏଠାରେ ପ୍ରଜନନ ପ୍ରଣାଳୀର ସମସ୍ୟା  ଉପସ୍ଥାପନ କରାଯାଇଛି  । ଅନ୍ତ୍ରର ସମସ୍ୟା ଯଥା ଯଥା ଆମିବିଆସିସ୍  ବର୍ଣ୍ଣିତ ହୋଇଅଛି   ।

ବସ୍ତି କୋଟରୀୟ ଶୋଥ ରୋଗ

ଏହା ଗର୍ଭାଶୟର ଫାଲୋପିଆନ ଟିଉବ, ଡିମ୍ବାଶୟ ଓ ଉଦରାବରଣ ବଳାକୁ ସଂକ୍ରମଣ କରିଥାଏ   । ଗେନେରିଆ, କ୍ଲାମାଇଡିଆ ଓ ଯକ୍ଷ୍ମା ଏହାର କାରଣ ଅଟେ   । ଏହା ବନ୍ଧ୍ୟା, ଅଥାନ ଗର୍ଭଧାରଣର ମୁଖ୍ୟ କାରଣ ଅଟେ   । ଯକ୍ଷ୍ମା ଯୋଗୁଁ ଏହି ସଂକ୍ରମଣ ପ୍ରାୟ ଅଧିକ ହୋଇଥାଏ   । ମହିଳା ଋତୁସ୍ରାବ ନ ହେବାର ଅଭିଯୋଗ କରେ ଓ ପେଟରେ ଅଶ୍ଵସ୍ତି  ବୋଧ କରିଥାଏ  ଏବଂ ଗର୍ଭଧାରଣ କରିପାରେ  ନାହିଁ  । ଯକ୍ଷ୍ମାଭଳି ମଧ୍ୟ ଜ୍ଵର, ଓଜନହାନୀ ଓ ଭୋକ ହୁଏ ନାହିଁ  । ଫୁସୁଫୁସ୍ ଯକ୍ଷ୍ମାଭଳି ଏହାର ଚିକିତ୍ସା କରାଯାଏ  ।

ଗେନେରିଆ ଓ କ୍ଲାମାଇଡିଆ ଯୋଗୁଁ ବସ୍ତି ପ୍ରଦାହ ରୋଗରେ ହଳଦିଆ ବେଳେବେଳେ ଦୁର୍ଗନ୍ଧଯୁକ୍ତ ଯୋନି ସ୍ରାବ ହୋଇଥାଏ  । ମହିଳା ମଧ୍ୟ ପରିସ୍ରା କଷ୍ଟ ଅନୁଭବ କରନ୍ତି  । ପେରିଟୋନାଇଟିସ ବା ଆପେଣ୍ଡିସାଇଟିସ୍ ଭଳି ଏହାର ଲକ୍ଷଣ ଦେଖାଯାଏ  । ବା ପୁରାତନ ଓ ଯନ୍ତ୍ରଣା ଦାୟକ ହୋଇଥାଏ  । ଏହିସହିତ ଥଣ୍ଡା ଜ୍ଵର ହୁଏ  । ବେଳେବେଳେ ୟିଷ୍ଟ ସଂକ୍ରମଣ ବା  ଟ୍ରିକୋମନାସ୍ ଯୋଗୁଁ ବସ୍ତି ପ୍ରଦାହ ରୋଗ ହୋଇଥାଏ   ।

ଯଦି ଲକ୍ଷଣଗୁଡିକ ସେତେ ବିପଦଜନକ ଜଣା ପଡେ ନାହିଁ  ତେବେ ଗେନେରିଆ ଚିକିତ୍ସା କରାନ୍ତୁ ଓ ଟେଟ୍ରାସାଇକ୍ଲିନ ବା ଏରିଥ୍ରୋମାଇସିନ୍ ୧୪ ଦିନ ବ୍ୟବହାର କରନ୍ତୁ  ।

ବିପଦପୂର୍ଣ୍ଣ  ଲକ୍ଷଣପାଇଁ  ମେଟ୍ରୋନିଡାଜୋଲ ୪୦୦ରୁ ୫୦୦ ମି.ଗ୍ରା. ଦିନକୁ ୩ ଥର ୧୦ ଦିନ ବ୍ୟବହାର କରନ୍ତୁ  ।ଯଦି ମହିଳା ଆଇ.ୟୁ.ଡି ବ୍ୟବହାର କରୁଥାନ୍ତି ତେବେ ଏହାକୁ ବାହାର କରିଦେବା ଉଚିତ୍  ।

ନିମ୍ନ ଲିଖିତ ଲକ୍ଷଣ ଥିବା ମହିଳାମାନେ ତୁରନ୍ତ ଯାଇ ଚିକିତ୍ସିତ ହେବା ଉଚିତ୍  ।

  • ଯେଉଁମାନଙ୍କର ପେଟରେ ଆବୁ ବା ଗୁଟି ଥିବ  ।
  • ଗର୍ଭବତୀ ମହିଳା, ଯେଉଁ ମହିଳା ମୌଖିକ ଔଷଧ ସେବନଦ୍ଵାରା ଭଲ ହୁଅନ୍ତି  ନାହିଁ   ।
  • ଯେଉଁ ମହିଳା ବାନ୍ତି ବା ଅରୁଚି ଯୋଗୁଁ ବଟିକା ବା କ୍ୟାପସୁଲ ଖାଇପାରନ୍ତି ନାହିଁ   ।
  • ପେଟ ଚିପିଲେ ଯଦି ତୀବ୍ର ଯନ୍ତ୍ରଣା ଜଣାପଡେ   ।

ଋତୁସ୍ରାବର ମଧ୍ୟ ଭାଗରେ ତଳି ପେଟରେ ଯନ୍ତ୍ରଣା

କେତେକ ମହିଳା ଋତୁସ୍ରାବର ୨ ସପ୍ତାହ ପରେ ବା ଋତୁସ୍ରାବ ମଝିରେ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି   ।ଏହା ଗର୍ଭାଶୟରୁ ବାହାରୁଥିବା କିଛି ରସ ଯୋଗୁ ହୋଇଥାଏ ଏଥିରେ ମହିଳାମାନେ ବ୍ୟସ୍ତ ହେବାର କିଛି ନାହିଁ   । ଏଥିରେ ଚିକିତ୍ସିତ ହେବାର ଆବଶ୍ୟକତା ନାହିଁ  କାରଣ କେତେ ଘଣ୍ଟା ପରେ ଯନ୍ତ୍ରଣା କମିଯାଏ   ।

ଗର୍ଭପାତ, ଅଥାନ ଗର୍ଭଧାରଣ ଯୋଗୁଁ ତଳି ପେଟରେ ଯନ୍ତ୍ରଣା ହୋଇଥାଏ ଗର୍ଭାଶୟରେ ଟ୍ୟୁମରଯୋଗୁଁ ଏହା ହୋଇପାରେ ଏହା ମଧ୍ୟ ଏଣ୍ଡୋମେଟ୍ରିଓସିସ୍ ରୋଗଯୋଗୁଁ ମଧ୍ୟ ହୋଇପାରେ ଏଥିପାଇଁ ଡାକ୍ତରୀ ସହାୟତା ଆବଶ୍ୟକ ହୁଏ

ଯଦି ଆପଣ ଜାଣିପାରୁ ନାହାନ୍ତି କ’ଣ ପାଇଁ ଯନ୍ତ୍ରଣା ହେଉଛି ଓ ଏହା ଭଲ ହେଉ ନାହିଁ ତେବେ ଡାକ୍ତରୀ ସହାୟତା ନିଅନ୍ତୁ  ।

ତଳି ପେଟରେ ଗୁଟି ବା ଆବୁ

ସାଧାରଣତଃ ଗର୍ଭରେ ଭ୍ରୁଣ ବଢିବା ହେତୁ ଏହା ହୋଇଥାଏ  । କିନ୍ତୁ ଅସାଧାରଣ ଆବୁ ନିମ୍ନଲିଖିତ କାରଣ ଯୋଗୁଁ ହୋଇଥାଏ   ।

  • ଗର୍ଭାଶୟରେ ଟ୍ୟୁମର
  • ଡିମ୍ବାଶୟରେ ପୂଜକୋଷ
  • ଗର୍ଭାଶୟ ବାହାରେ ଗର୍ଭଧାରଣ
  • କର୍କଟ ରୋଗ

ଏହି ସବୁ ଲକ୍ଷଣରେ ପ୍ରାଥମିକ ପର୍ଯ୍ୟାୟରେ ସେତେଟା ନ ଥାଏ   । କିନ୍ତୁ ପରେ ଯନ୍ତ୍ରଣାଦାୟକ ହୋଇଥାଏ   । ଏଥିପାଇଁ ଅସ୍ତ୍ରୋପ୍ରଚାରର ଆବଶ୍ୟକତା ପଡିଥାଏ   । ତେଣୁ ସର୍ବପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ   ।

ଯୋନିସ୍ଫୀତି ବା ଫୁଲା

କେତେକ ମହିଳା ବିଶେଷ କରି ଯେଉଁମାନେ ଅଧିକ ସନ୍ତାନ ଜନ୍ମ କରିଥାନ୍ତି ବା ଯେଉଁମାନଙ୍କର ପ୍ରସାବ ଜଟିଳତା ଥାଏ  ସେମାନେ ସାଧାରଣତଃ ଛିଡା ହେବା ସମୟରେ ଯୋନିରୁ କିଛି ବାହାରିଆସିବା ପରି ଜଣାପଡେ  । କାରଣ ଗର୍ଭାଶୟର ଧାରଣ ଶକ୍ତି ନଷ୍ଟ ହୋଇଯିବା ହେତୁ ଏହା ହୋଇଥାଏ   । ପ୍ରଥମ ଶିଶୁ ଜନ୍ମ ବେଳେ ଅଧିକ ନିମ୍ନଚାପ ଯୋଗୁଁ ଏମିତି ହୁଏ   । ଏହି ସ୍ଫିତି ମୂତ୍ରନଳୀ ଓ ଯୋନିର ଉପର ପାଖ, ଗର୍ଭାଶୟ, ମଳଦ୍ଵାରରେ ହୋଇଥାଏ   । ମହିଳା ପିଠିରେ ଯନ୍ତ୍ରଣା ଅନୁଭବ କରିଥାଏ   । ସଂକ୍ରମଣ ଯୋଗୁ ଯୋନିରୁ ଧଳା ସ୍ରାବ ହୋଇଥାଏ  । ମହିଳା କାଶିଲାବେଳେ ଯୋନିରୁ ପରିସ୍ରା ବାହାରିଯିବା ଭଳି ଲାଗେ   ।

ଏହି ସବୁ ଅବସ୍ଥାରେ ଡାକ୍ତରୀ ସହାୟତା ନେବା ଉଚିତ୍  ।

ପ୍ରତିଷେଧକ

  • ପ୍ରସବପୂର୍ବ ପରୀକ୍ଷା କରି ବିଭିନ୍ନ ସମସ୍ୟାପାଇଁ ଚିକିତ୍ସା କରାଇ ନେବା ଉଚିତ୍  ।
  • ଅଧିକ ସନ୍ତାନ ଜନ୍ମ କରନ୍ତୁ  ନାହିଁ   ।
  • ପ୍ରସବ ସମୟରେ ଅଭିଜ୍ଞ ଧାଈର ସହାୟତା ନିଅନ୍ତୁ   ।ବିଶେଷକରି ପ୍ରଥମ ପ୍ରସବ ସମୟରେ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/1/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate