ଜନ୍ମ ହେବାର ଦୁଇଦିନ ମଧ୍ୟରେ ଯଦି ଶିଶୁ ଆଖି ଲାଲ ଦିଶେ, ଫୁଲିଯାଏ ଓ ଏଥିରେ ପୂଜ ହୁଏ । ସମ୍ଭବତଃ ତାହା ମେହ ରୋଗ ବୋଲି ଜାଣିବେ । ଶିଶୁଟି ଜନ୍ମ ହେବା ସମୟରେ ତା ମାଆଠାରୁ ଏହି ରୋଗ ଆଣିଥାଏ । ଶିଶୁଟିକୁ ଅନ୍ଧ ହୋଇଯିବାରୁ ରକ୍ଷା କରିବାକୁ ହେଲେ ଏହି ରୋଗକୁ ଖୁବ୍ ଶୀଘ୍ର ଚିକିତ୍ସା କରିବା ଦରକାର । ଯଦି ଶିଶୁର ଆଖି ସଂକ୍ରମଣ ଜନ୍ମର ୧ ରୁ ୩ ସପ୍ତାହ ମଧ୍ୟରେ ହୁଏ ତେବେ ଏହା କ୍ଲାମାଇଡିଆ ଯୋଗୁ ହୋଇଥାଏ ।
ଗଣେରିଆ ଚିକିତ୍ସା
ପ୍ରତିଷେଧକ
ସମସ୍ତ ଶିଶୁଙ୍କର ଆଖିକୁମେହ ରୋଗ ଆକ୍ରମଣରୁ ସୁରକ୍ଷିତ କରାଯିବା ଉଚିତ୍ ବିଶେଷତଃ ଯେଉଁ ଶିଶୁମାନଙ୍କର ମାଆଙ୍କର ଏହି ରୋଗ ଥିବ ବା ଯାହାଙ୍କର ବାପା ପରିସ୍ରା କଲାବେଳେ ମୂତ୍ର ଦ୍ଵାରରେ କଷ୍ଟ ଅନୁଭବ କରୁଥିବେ, ସେହି ଶିଶୁମାନେ ଜନ୍ମ ହେବା କ୍ଷଣି ତାହାଙ୍କର ଆଖିକୁ ଗନେରିଆ ରୋଗ ଆକ୍ରମଣରୁ ରକ୍ଷା କରିବା ପାଇଁ ବିହିତ ବ୍ୟବସ୍ଥା କରାଯିବା ଉଚିତ୍ (ଅନେକ ସମୟରେ ମାଆମାନଙ୍କୁ ଗନେରିଆ ହୋଇଥିବାର ସେମାନେ ଜାଣିପାରନ୍ତି ନାହିଁ ) ।
ଜନ୍ମ ହେଲା ପରେ ପରେ ଶିଶୁର ଆଖିରେ ବୁନ୍ଦାଏ ୧% ସିଲଭର ନାଇଟ୍ରେଟ ମିଶ୍ରଣ ଥରେ ମାତ୍ର ପକାଇ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ସିଲଭର ନାଇଟ୍ରେଟ ଔଷଧ ବୁନ୍ଦା ନାହିଁ ତେବେ ୧% ଟେଟ୍ରାସାଇକ୍ଲିନ ଆଖି ମଲମ ଦିନକୁ ତିନିଥର ପର୍ଯ୍ୟନ୍ତ ଲଗାଇ ଦିଅନ୍ତୁ । କିମ୍ବା ୫% ଏରିଥ୍ରୋମାଇସିନ ମଲମ ପ୍ରତ୍ୟକ ଆଖିରେ ଲଗାନ୍ତୁ ।
ଶିଶୁର ଆଖିରେ ଯଦି ଗନେରିଆ ଦେଖାଗଲେ ତେବେ ଶିଶୁର ପିତାମାତା ଉଭୟ ଗନେରିଆ ରୋଗର ଚିକିତ୍ସା କରେଇ ନେବା ଉଚିତ୍ ।
ଉପତାରା ପ୍ରଦାହ
ଆଖିରେ ଯନ୍ତ୍ରଣା ହଠାତ୍ ଆରମ୍ଭ ହୋଇ ପରେ ବା ଆସ୍ତେ ଆସ୍ତେ ଏହା ବଢିପାରେ । ଆଖିରୁ ଖୁବ୍ ଜୋରରେ ପାଣି ନିଗିଡେ । ଉଜ୍ଵଳ ଆଲୋକ ବାଜିଲେ ଭୀଷଣ ବ୍ୟଥା ହୁଏ । ଜାଲୁଜାଳୁଆ ଦିଶେ । ନେତ୍ର ଶ୍ଲେଷ୍ମା ଶୋଥବରଣ ପରି ଏଥିରେ ପୂଜ ହୁଏ ନାହିଁ । ଏହି ରୋଗ ପାଇଁ ଡାକ୍ତରଖାନାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ । ଜୀବାଣୁନାଶୀ ଔଷଧ ଏଥିପାଇଁ କାମ ଦିଏ ନାହିଁ । ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ ।
ଚକ୍ଷୁ ହରିତ ବ୍ୟାଧି (ଚକ୍ଷୁଚାପ)
ଚକ୍ଷୁ ଉପରେ ଅତ୍ୟଧିକ ଚାପ ଯୋଗୁଁ ଏହି ଭୟଙ୍କର ରୋଗ ସୃଷ୍ଟି ହୋଇଥାଏ । ଏହି ରୋଗ ପ୍ରାୟତଃ ମନୁଷ୍ୟକୁ ୪୦ ବର୍ଷ ବୟସ ହେଲା ପରେ ଆରମ୍ଭ ହୁଏ ଓ ଏହା ଅନ୍ଧତ୍ଵର ଏକ କାରଣ ଅଟେ । ଅନ୍ଧ ହେବାରୁ ରକ୍ଷା ପାଇବାକୁ ହେଲେ ପୋଥକୀର ଲକ୍ଷଣ ଚିହ୍ନଟ କରି ତୁରନ୍ତ ଡାକ୍ତରଖାନାର ସାହାଯ୍ୟ ନେବା ଆବଶ୍ୟକ ।
ତୀବ୍ର ଚକ୍ଷୁଚାପ
ଏହା ମୁଣ୍ଡବିନ୍ଧା ବା ଭୀଷଣ ଚକ୍ଷୁବ୍ୟଥା ସହ ହଠାତ୍ ଆରମ୍ଭ ହୁଏ । ଆଖି ଲାଲ ଦିଶେ, ଜାଲୁଜାଳୁଆ ଦିଶେ, ଆଖିର ଡୋଳା ଛୁଇଁଲେ ତାହା ଶଙ୍ଖ ମଲମଲ ପଥର ପରି କଠିନ ଲାଗେ । ବାନ୍ତି ହୋଇପାରେ, ଆକ୍ରାନ୍ତ ଆଖିର ପୁଅ ଭଲ ଆଖିର ପୁଅଠାରୁ ବଡ ଦେଖାଯାଏ । ଚକ୍ଷୁଚାପ ହୋଇଥିବା ବ୍ୟକ୍ତି ଯଦି ଆଲୋକକୁ ଚାହାନ୍ତି ତେବେ ତାହାର ଚାରିପାଖରେ ଅନେକ ରଙ୍ଗର ଗୋଲାକାର ପିଣ୍ଡ ବଳୟ ପରି ଦେଖାଯାଏ । ଏହା ଏକ ଅତ୍ୟନ୍ତ ବିପଦଜନକ ଲକ୍ଷଣ ଅଟେ ।
ଏହି ତୀବ୍ର ପୋଥକୀକୁ ତୁରନ୍ତ ଆରୋଗ୍ୟ ନ କଲେ ମାତ୍ର କେତୋଟି ଦିନ ପରେ ଅନ୍ଧ ହୋଇ ଯିବାକୁ ପଡିଥାଏ । ବହୁ ସମୟରେ ଅସ୍ତ୍ରୋପ୍ରଚାର ଆବଶ୍ୟକତା ପଡିଥାଏ । ସଙ୍ଗେ ସଙ୍ଗେ ଡାକ୍ତରଖାନାର ସାହାଯ୍ୟ ନିଅନ୍ତୁ ।
ପୁରାତନ ଚକ୍ଷୁଚାପ
ଚକ୍ଷୁରେ ଚାପ କ୍ରମଶଃ ବୃଦ୍ଧି ପାଏ, ଆଖିରେ ପ୍ରାୟତଃ ପୀଡା ହୁଏ ନାହିଁ । ଦୃଷ୍ଟି ଶକ୍ତି ଧୀରେ ଧୀରେ ନଷ୍ଟ ହେବାରେ ଲାଗେ କିନ୍ତୁ ଏହି ଅସାଧାରଣ କ୍ଷତି ସମ୍ପର୍କରେ ଲୋକେ ଜାଣି ପାରନ୍ତି ନାହିଁ, କାରଣ ଆଖିର ଦୃଷ୍ଟି ଦୋଷ କଡରୁ ଆରମ୍ଭ ହୋଇ ଧୀରେ ଧୀରେ ବଢିବାରେ ଲାଏ । ତେଣୁ ପାର୍ଶ୍ଵ ଦୃଷ୍ଟି କରିଦେଲେ ଏହି ରୋଗ ସମ୍ପର୍କରେ ଜଣା ପଡିଥାଏ ।
ଚକ୍ଷୁଚାପର ପରୀକ୍ଷା
ଲୋକଙ୍କୁ କୁହନ୍ତୁ ସେ ତଳେ ତାଙ୍କର ପାଦକୁ ଦେଖିବେ । ଆପଣଙ୍କର ଦୁଇ ହାତର ବିଶି ଆଙ୍ଗୁଠିକୁ ତାହାଙ୍କର ଆଖି ଉପରେ ଏହିପରି ପାଖାପାଖି ରଖନ୍ତୁ । ଗୋଟିଏ ଆଙ୍ଗୁଠିକୁ ନିଶ୍ଚଳ ରଖି ଆର ଆଙ୍ଗୁଠିଟିରେ ଆଖି ଡୋଳା ଉପରେ ଆସ୍ତେ ଆସ୍ତେ ଚାପ ଦିଅନ୍ତୁ । ଯଦି ଅଧିକ ଚାପ ଥାଏ ତେବେ ଆଖି ହାତକୁ ଶଙ୍ଖ ମଲମଲ ପଥର ପରି ଟାଣ ଲାଗିବ ।
ଯଦି ଏହି ରୋଗକୁ ଶୀଘ୍ର ଚିହ୍ନଟ କରାଯାଇପାରେ, ଓ ଏକ ସ୍ଵତନ୍ତ୍ର ଔଷଧ ବୁନ୍ଦା ପକାଇ ଚିକିତ୍ସା ଆରମ୍ଭ କରାଯାଏ ତେବେ ଅନ୍ଧ ହେବାର ଭୟରୁ ରକ୍ଷା ମିଳିପାରିବ । ମଝିରେ ମଝିରେ ଚକ୍ଷୁ ଚାପ ମାପ କରି ପାରୁଥିବା ଡାକ୍ତର ବା ସ୍ୱାସ୍ଥ୍ୟ ସେବୀଙ୍କ ଦ୍ଵାରା ହିନ ଔଷଧର ପରିମାଣ ନିର୍ଦ୍ଧାରିତ ହେବା ଉଚିତ୍ । ଆଖିରେ ପକା ହେଉଥିବା ଔଷଧ ବୁନ୍ଦା ନିଶ୍ଚିତରୂପେ ଜୀବନ ତମାମ ପକାଇବାକୁ ହେବ । ଯେତେବେଳେ ସମ୍ଭବ ହୁଏ ଆଖିର ଶଲ୍ୟ ଚିକିତ୍ସା ହିନ ନିଶ୍ଚିତ ଚିକିତ୍ସା ।
ପ୍ରତିଷେଧକ
ଦୀର୍ଘ ୪୦ ବର୍ଷ ହୋଇଗଲା ପରେ ବା ଯାହାର ଆତ୍ମୀୟ ସ୍ଵଜନମାନଙ୍କ ମଧ୍ୟରୁ କାହାର ପୋଥକୀ ଥାଏ ସେମାନେ ନିଜ ଚକ୍ଷୁର ଚାପ ବର୍ଷକୁ ଥରେ ପରୀକ୍ଷା କରାଇ ନେବା ଉଚିତ୍ ।ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 8/9/2019