କ୍ଷୁଧା ଓ ପୁଷ୍ଟିହୀନତାର ବିଭିନ୍ନ କାରଣ ରହିଛି । ଦାରିଦ୍ର୍ୟ ହେଉଛି ସେ ମଧ୍ୟରୁ ଗୋଟିଏ କାରଣ । ପୃଥିବୀର ଅନେକ ଭାଗରେ ପ୍ରାୟ ସମସ୍ତ ଧନ ଓ ଜମି ମାତ୍ର ଅଳ୍ପ କେତେକ ଲୋକଙ୍କ ହାତରେ ଠୁଳ ହୋଇ ରହିଅଛି । ସେମାନେ ଅଧିକ ଅର୍ଥଲା କରିବା ପାଇଁ ତମାଖୁ ଓ କଫି ପରି ଅର୍ଥକାରୀ ଫସଲ ଚାଷ କରନ୍ତି, ମାତ୍ର ଏ ସବୁର ପୌଷ୍ଟିକତା ଅତ୍ୟନ୍ତ କମ୍ । ଗରିବମାନେ ଯେଉଁ ଅଳ୍ପ ଜମି ଜମିଦାରମାନଙ୍କଠାରୁ ନେଇ ଚାଷ କରିଥାନ୍ତି, ସେଥିରୁ ମିଳୁଥିବା ଫସଲର ଅଧିକ ଭାଗ ଜମିମାଲିକମାନେ ନେଇଯାଆନ୍ତି । ଯେ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜ ମଧ୍ୟରେ ସୁଷମ ବଣ୍ଟନ ବିଷୟରେ ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ କ୍ଷୁଧା ଓ ପୁଷ୍ଟିହୀନତା ଆଦି ସମସ୍ୟାର ସମାଧାନ ହୋଇପାରିବ ନାହିଁ ।
ମାତ୍ର କେତେକ ଉପାୟ ରହିଛି ଯାହା କରିବା ଦ୍ଵାରା ଗରିବ ଲୋକମଧ୍ୟ କମ୍ ଖର୍ଚ୍ଚରେ ଭଲ ଖାଦ୍ୟ ଖାଇପାରିବେ ଓ ଶକ୍ତିଶାଳୀ ହୋଇ ସେ ତା’ର ଅଧିକାର ପାଇଁ ଲଢିବା ନିମନ୍ତେ ସକ୍ଷମ ହେବେ । “ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ଦୁଇପଦ” (ପୁସ୍ତକର ଆରମ୍ଭରେ ଦିଆଯାଇଛି) ଭଲ ପୁଷ୍ଟିକର ଖାଦ୍ୟ ପାଇବାପାଇଁ କେତେକ ସୂଚନା ଦିଆଯାଇଛି । ଏଥିରେ ଜମିର ଉପଯୁକ୍ତ ଓ ଉନ୍ନତ ବ୍ୟବହାର ଯଥା – ଫସଲ ଅଦଳ ବଦଳ, ଛୋଟ ଛୋଟ ଆଡି ବନେଇବା ଓ ଜଳସେଚନ, ମହୁ ଚାଷ, ଭଲ ଗୋଦାମ ଘର ଓ ଘରର ବଗିଚା ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଯଦି ପୁରା ଗାଁ ବା କେତୋଟି ପରିବାର ମିଶି ଉପରୋକ୍ତ ସୂଚନାରୁ କିଛି କାର୍ଯ୍ୟକାରୀ କରନ୍ତି, ତେବେ ମଧ୍ୟ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ସମସ୍ୟାର ବହୁତ କିଛି ସମାଧାନ ହୋଇପାରିବ ।
ଜମି ଓ ଖାଦ୍ୟ ବିଷୟ ବିଚାର କଲାବେଳେ, ଏହା ମନେ ରଖିବାକୁ ହେବ ଯେ, କିଛି ପରିମାଣର ଜମି କେବଳ ନିର୍ଦ୍ଧିଷ୍ଟ ସଂଖ୍ୟକ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇ ପାରିବ । ଯଦି ଆପଣଙ୍କ ପାଖରେ ଜମି ଓ ଅନ୍ୟାନ୍ୟ ସୁବିଧା ସୀମିତ, ତେବେ ଆପଣ ପରିବାର ନିୟୋଜନ କରିନେବା ଉଚିତ । ଅଧିକ ପିଲାର ଅର୍ଥ କାମ କରିବା ପାଇଁ ଅଧିକା ହାତ ହୋଇପାରେ ମାତ୍ର ଏତେ ଜମି ହାତପାଇଁ ସବୁବେଳେ ସୀମିତ ବୋଲି ବୁଝିବା ଦରକାର ।
ଭୋକିଲା ଭଲ କାମ କରିପାରନ୍ତି ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମରିଯାଆନ୍ତି । |
ଉପଯୁକ୍ତ ପୁଷ୍ଟିସାଧନ ପାଇଁ ଛୋଟ ପରିବାର ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ । ଏ ବିଷୟ ଚିନ୍ତାକରି ଭବିଷ୍ୟତର ଯୋଜନା ଗଢନ୍ତୁ । ଜମି ଓ ଲୋକଙ୍କ ମଧ୍ୟରେ ଭାରସାମ୍ୟତା ବିଷୟରେ ପୂର୍ବରୁ ବର୍ଣ୍ଣନା କରାଯାଇଛି ।
ଯେତେବେଳେ ଟଙ୍କା ସୀମିତ, ତାହାକୁ ବୁଦ୍ଧିମତାର ସହ ଖର୍ଚ୍ଚ କରିବା ଉଚିତ୍ । ଏହାର ଅର୍ଥ ସହଯୋଗ ଓ ଭବିଷ୍ୟତ ଯୋଜନା । ଅନେକ ସମୟରେ ଏକ ଗରିବ ପରିବାରର ପିତା ନିଜ ପରିବାର ପାଇଁ ପୌଷ୍ଟିକ ଆହାର ଯଥା – ଅଣ୍ଡା ପାଇଁ କୁକୁଡା କିଣିବା ପରିବର୍ତ୍ତେ ତାଙ୍କର ସ୍ୱଳ୍ପ ସମ୍ବଳକୁ ତମାଖୁ ଓ ମଦ କିଣିବାରେ ଅଯଥାରେ ଖର୍ଚ୍ଚ କରି ଦେଇଥାନ୍ତି । ଯେଉଁମାନେ ଏକାଠି ବସି ମଦ୍ୟପାନ କରନ୍ତି, ସେମାନେ ନ ପିଇଥିବା ସମୟରେ ଯଦି ଏକତ୍ର ବସି ରହି ସମସ୍ୟାର ସମାଧାନ ପାଇଁ ଚିନ୍ତା କରନ୍ତେ ଖୁବ ଭଲ ହୁଅନ୍ତା ।
ବେଳେବେଳେ ମା’ ମାନେ ପିଲାଙ୍କୁ ମିଠାଇ କିଣିଦିଅନ୍ତି । ମାତ୍ର ସେମାନେ ଏହି ପଇସାକୁ ଦୁଧ,ଅଣ୍ଡା ବା ଅନ୍ୟାନ୍ୟ ପୌଷ୍ଟିକ ଆହାର କିଣିବାରେ ଖର୍ଚ୍ଚ କରିପାରନ୍ତେ । ଏହାଦ୍ଵାରା ଏକା ପଇସା ଖର୍ଚ୍ଚ କରି ସେମାନେ ତାଙ୍କର ପିଲାମାନଙ୍କୁ ସ୍ୱାସ୍ଥ୍ୟବାନ୍ କରିପାରନ୍ତେ ।
ଯଦି ଆପଣଙ୍କ ପାଖରେ ଅଳ୍ପ ପଇସା ଥାଏ ଓ ଆପଣ ନିଜ ପିଲାର ଉପଯୁକ୍ତ ବୃଦ୍ଧି ଚାହୁଁଥାନ୍ତି, ତେବେ ତାକୁ ମିଠାଇ କିଣି ଦେବା ପରିବର୍ତ୍ତେ ଅଣ୍ଡା କିଣି ଦିଅନ୍ତୁ । |
ଭିଟାମିନ କେଉଁ ଠାରୁ ପାଇବା – ବଟିକା, ଇଞ୍ଜେକ୍ସନ, ସିରପ ନା ଭୋଜନରୁ :
ଠିକ୍ ଖାଦ୍ୟ ଖାଇଲେ ଆବଶ୍ୟକୀୟ ସମସ୍ତ ଭିଟାମିନ ସେଇଥିରୁ ହିଁ ମିଳିଯାଇଥାଏ । ଭିଟାମିନ ବଟିକା,ଇଞ୍ଜେକ୍ସନ ଓ ସିରପ୍ ଇତ୍ୟାଦି କିଣିବା ଅପେକ୍ଷା ପୁଷ୍ଟିକର ଖାଦ୍ୟଖାଇବା ଯଥେଷ୍ଟ ଭଲ ।
ଯଦି ଆପଣ ଭିଟାମିନ ଦରକାର କରନ୍ତି ତେବେ ବଟିକା, ଇଞ୍ଜେକ୍ସନ କିଣିବା ପରିବର୍ତ୍ତେ ଫଳ, ଅଣ୍ଡା ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ କିଣନ୍ତୁ । |
ବେଳେବେଳେ କ୍ଷେତ୍ରରେ ପାଟିରେ ଖିଆଯାଉଥିବା ଭିଟାମିନ, ଇଞ୍ଜେକ୍ସନ ପରି କାମ କରିଥାଏ, ଏଗୁଡ଼ିକର ଦାମ୍ କମ୍ ଏବଂ ଏଗୁଡିକ ବିପଦଜନକ ନୁହଁନ୍ତି । ଭିଟାମିନର ଇଞ୍ଜେକ୍ସନ ଦିଅନ୍ତୁ ନାହିଁ । ଏହାକୁ ପାଟିରେ ଖାଇବା ଉଚିତ୍ । ଯଦି ପୁଷ୍ଟିକର ଖାଦ୍ୟ ଆକାରରେ ଖିଆ ଯାଏ ତେବେ ଭଲ ।
ଯଦି ଆପଣ କୌଣସି ତିଆରି ହୋଇଥିବା ଭିଟାମିନ କିଣନ୍ତି, ତେବେ ଦେଖିବା ଉଚିତ୍ ଯେ ସେଥିରେ ଏସବୁ ଭିଟାମିନ ଓ ଖଣିଜ ତତ୍ତ୍ଵ ଅଛି ଯାହାକି ଶୁଷ୍କ ମନ୍ଦ ଜାତୀୟ ଖାଦ୍ୟରେ କମ୍ ଥାଏ। ଏଗୁଡିକ ନିଆସିନ (ନିଆସିନାମାଇଡ) ଭିଟାମିନ ଖ (ଥିଆମିନ) ଭିଟାମିନ ଖ (ରିବୋଫ୍ଲାବିନ) ଲୌହ (ଫେରସ୍, ସଲଫେଟ, ଇତ୍ୟାଦି)ଗର୍ଭବତୀ ମହିଳା ତଥା ରକ୍ତହୀନତା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ। |
ଏତଦ୍ ବ୍ୟତୀତ କେତେକ ଲୋକଙ୍କର ଅନ୍ୟ କିଛି ଭିଟାମିନ ଆବଶ୍ୟକ ହୋଇଥାଏ, ଫୋଲିକ ଏସିଡ (ଫୋଲିସିନ) ଗର୍ଭବତୀ ମହିଳାଙ୍କ ପାଇଁ ଭିଟାମିନ ‘କ’, ଭିଟାମିନ ‘ଗ’ (ଆସର୍ବିକ ଏସିଡ), ଭିଟାମିନ ‘ଘ’ ଭିଟାମିନ ଖ (ପାଇରିଡକସିନ) ଛୋଟ ପିଲା ତଥା ଟି.ବି. (ଯକ୍ଷ୍ମା) ରୋଗ ପାଇଁ ଔଷଧ ଖାଉଥିବା ବ୍ୟକ୍ତିଙ୍କ ପାଇଁ କ୍ୟାଲସିୟମ – ପିଲାମାନଙ୍କ ପାଇଁ ଏବଂ ସ୍ତନ୍ୟପାନ କରାଉଥିବା ମାଆମାନଙ୍କ ପାଇଁ, ଯେଉଁମାନେ ଉପଯୁକ୍ତ ପରିମାଣର ଦୁଧ, ଛେନା ଓ କ୍ୟାଲସିୟମ ଜାତୀୟ ଖାଦ୍ୟ ପାଆନ୍ତି ନାହିଁ ।
ଆୟୋଡିନ (ଯେଉଁ ସ୍ଥାନ ମାନଙ୍କରେ ଗଳଗଣ୍ଡ ରୋଗର ପ୍ରାଦୁର୍ଭାବ ଅଧିକ) । ଆମ ଖାଦ୍ୟରୁ ବାଦଦେବା ଜିନିଷ ବହୁତ ଲୋକ ଏହା ଭାବିଥାନ୍ତି ଯେ ଅନେକ ଖାଦ୍ୟ ଅଛି ଯାହାକି ସେମାନଙ୍କର କ୍ଷତି କରିବ, ତେଣୁ ଅସୁସ୍ଥ ଥିବା ସମୟରେ ସେମାନେ କେତେକ ଖାଦ୍ୟ ଖାଆନ୍ତି ନାହିଁ । ସେମାନେ କେତେକ ଖାଦ୍ୟକୁ ‘ଗରମ’ ଓ କେତେକ ଖାଦ୍ୟକୁ ‘ଥଣ୍ଡା’ ବୋଲି ଭାବିଥାନ୍ତି ଓ ଗରମ ହେତୁ ଅସୁସ୍ଥତା ସମୟରେ ତଥାକଥିତ ‘ଗରମ’ ଖାଦ୍ୟ ଓ ଥଣ୍ଡା ଜନିତ ଅସୁସ୍ଥତା ସମୟରେ ‘ଥଣ୍ଡା’ ଖାଦ୍ୟକୁ ଖାଇ ନ ଥାନ୍ତି ।
ଏମାନେ ମଧ୍ୟ ଏପରି କେତେକ ଖାଦ୍ୟକୁ ବାଦ୍ ଦିଅନ୍ତି ଯେଉଁଥିରେ ପିଥମ୍ ଅଛି ବୋଲି ଭାବନ୍ତି । ସେମାନେ ମଧ୍ୟ ବିଶ୍ଵାସ କରନ୍ତି ଯେ ସଦ୍ୟ ଜନ୍ମ ଦେଇଥିବା ମାଆମାନଙ୍କ ପାଇଁ କେତେକ ଖାଦ୍ୟ କ୍ଷତିକାରକ। ଏଭୟ ବିଶ୍ଵାସ ଉପକାର କରିବା ପରିବର୍ତ୍ତେ ଅଧିକ କ୍ଷତି କରିଥାଏ । ଫଳରେ ରୋଗରେ ପଡିଥିବା ସମୟରେ ଏଭଳି ବହୁତ ଖାଦ୍ୟ ସେମାନେ ଖାଆନ୍ତି ନାହିଁ ଯାହା ତାଙ୍କୁ ସୁସ୍ଥ ହେବାପାଇଁ ସାହାଯ୍ୟ କରିପାରନ୍ତା ।
ସ୍ଵାସ୍ଥ୍ୟବାନ ବ୍ୟକ୍ତିଙ୍କ ଅପେକ୍ଷା ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ପୌଷ୍ଟିକ ତଥା ସ୍ୱାସ୍ଥ୍ୟକାରକ ଖାଦ୍ୟ ଅଧିକ ଦରକାର । ଆମର, କେଉଁ ଖାଦ୍ୟ କ୍ଷତି କରିଥାଏ, ସେ ବିଷୟରେ ବେଶୀ ଚିନ୍ତା ନ କରି, କେଉଁ ଖାଦ୍ୟ ଖାଇ ରୋଗୀ ସୁସ୍ଥ ହୋଇପାରିବ, ସେ ବିଷୟରେ ଅଧିକ ଚିନ୍ତା କରିବା ଉଚିତ୍ । ଉଦାହରଣ ସ୍ୱରୂପ – ଫଳ, ପାରିବା, ଦୁଧ, ମାଂସ, ଅଣ୍ଡା ଏବଂ ମାଛ ଇତ୍ୟାଦି । ସାଧାରଣ ନିୟମ ଅନୁସାରେ –
ସୁସ୍ଥଥିବା ସମୟରେ ଯେଉଁ ଖାଦ୍ୟ ଉପକାରୀ, ଅସୁସ୍ଥତା ସମୟରେ ମଧ୍ୟ ସେହି ଖାଦ୍ୟ ସେତିକି ଉପକାରୀ । |
ଯାହା ସୁସ୍ଥ ଲୋକପାଇଁ କ୍ଷତିକାରକ, ତାହା ଅସୁସ୍ଥ ଥିବା ସମୟରେ ଅଧିକ କ୍ଷତି କରିଥାଏ, ତେଣୁ ଏ ସବୁ ଜିନିଷଠାରୁ ଦୂରେଇ ରହନ୍ତୁ ।
ଅଳ୍ପ କେତେକ ରୋଗରେ କେତେକ ବିଶେଷ ପ୍ରକାର ଖାଦ୍ୟ ଖାଇବା ମନା । ଉଦାହରଣସ୍ୱରୂପ, ଉଚ୍ଚରକ୍ତଚାପ, ହୃଦରୋଗ ଓ ପାଦଫୁଲା ହୋଇଥିବା ଲୋକ ଲୁଣ ଖାଇବା ଉଚିତ୍ ନୁହେଁ । ଖାଇଲେ ବି ବହୁତ କମ୍ ପରିମାଣ ଖାଇବା ଉଚିତ୍ । ଅତ୍ୟଧିକ ଲୁଣ କୌଣସି ବ୍ୟକ୍ତି ପାଇଁ ଭଲ ନୁହେଁ । ପେଟର ଘା’ ଓ ବହୁମୁଟ୍ରା ରୋଗ ପାଇଁ ସ୍ଵତନ୍ତ୍ର ଭୋଜନ ଦରକାର ହୋଇଥାଏ ।
ପିଲା ଜନ୍ମର ପ୍ରଥମ ୪ ମାସ ପିଲା କେବଳ ମା’ କ୍ଷୀର ଖାଇବା ଉଚିତ୍ । |
ବୋତଲରେ କ୍ଷୀର ଖୁଆଇବା ବିପଦଜନକ । ଏହା ଆପଣଙ୍କ ପିଲାକୁ ମାରି ଦେଇପାରେ । |
ଯଦି ପିଲା ପାଇଁ କ୍ଷୀର କିଣିବାପାଇଁ ପଇସା ନାହିଁ ; ତେବେ ଚାଉଳ, ଯଅ ଓ ଅନ୍ୟାନ୍ୟ ଶସ୍ୟ ଜାତୀୟ ଖାଦ୍ୟର ହାଲୱା କରି ଦିଅନ୍ତୁ । ଯଦି ସମ୍ଭବ ହୁଏ, ଏଥିରେ ସବୁ ସମୟରେ ଚୋପା ଛଡା ଶିମ୍ବ ଓ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମିଶାନ୍ତୁ । ଏସବୁକୁ ଭଲ ଭାବରେ ଚକଟି ତରଳ ଭାବରେ ଦେବା ଦରକାର । ଯଦି ସମ୍ଭବ ଏଥିରେ ତେଲ ବା ଚିନି ମିଶାନ୍ତୁ ।
ଚେତାବନୀ – କେବଳ ଚାଉଳ ବା ଜଅର ପାଣି ପିଲାପାଇଁ ଯଥେଷ୍ଟ ପୁଷ୍ଟିକାରକ ନୁହେଁ । ଏହାଦ୍ଵାରା ପିଲା ଠିକ୍ ଭାବରେ ବଢିପାରେ ନାହିଁ କି ଠିକ୍ ସମୟରେ ଚାଲିପାରେ ନାହିଁ କି କଥା କହିପାରେ ନାହିଁ ଅତି ସହଜରେ ରୋଗାକ୍ରାନ୍ତ ହୋଇଥାଏ ଓ ମରିଯାଇ ପାରେ। ପିଲାକୁ ବିଭିନ୍ନ ପ୍ରକାର ଖାଦ୍ୟର ମିଶ୍ରଣ ଦେବା ଉଚିତ୍ । ଯଅଧାନ ଖାଦ୍ୟ ସହ ସାହାଯ୍ୟକାରୀ ଖାଦ୍ୟ ମିଶାଇ ଖାଇବା ଉଚିତ୍। |
ଅତି ଶୀଘ୍ର ଛୁଆଟି ଖାଦ୍ୟକୁ ଆରେଇ ଯିବ ଓ ଖାଇବାକୁ ଆରମ୍ଭ କରିବ । ନିମ୍ନଲିଖିତ ଖାଦ୍ୟ ବିଭାଗରୁ ଗୋଟିଏ ଗୋଟିଏ ନେଇ ଅତି କମ୍ ଖର୍ଚ୍ଚରେ ପିଲାପାଇଁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।
ମୁଖ୍ୟ ଖାଦ୍ୟ |
ପ୍ରୋଟିନ ଯୁକ୍ତ ଖାଦ୍ୟ |
ଶକ୍ତିଦାୟକ ଖାଦ୍ୟ |
ଭିଟାମିନ ଓ ଖଣିଜ ସାରଯୁକ୍ତ ଖାଦ୍ୟ |
ଗହମ |
ଡାଲି |
ଚର୍ବି |
ଘନ ସବୁଜପତ୍ର ବିଶିଷ୍ଟ |
ଚାଉଳ |
ମଟର |
ତେଲ |
ପନିପରିବା |
ମାଣ୍ଡିଆ |
ଶିମ୍ବ |
ଛେନା |
ଫଳ |
ଯଅ |
ଚିନାବାଦାମ |
ଘିଅ |
ପ୍ରାଣୀଜ ଖାଦ୍ୟ |
ବାଜରା |
ସୋୟାବିନ |
ଲହୁଣି |
ଯଥା – ଦୁଧ, ଅଣ୍ଡା, ମାଛ |
ଆଳୁ, ଦକ୍ଷିଣି ମୂଳା |
ସବୁଜ ପନିପରିବା |
ଗୁଡ, ଚିନି, ମହୁ |
ମାଂସ |
ଶିଶୁକୁ ୪ ମାସ ପୁରିଗଲେ ମା’କ୍ଷୀର ତା’ ପାଇଁ ଯଥେଷ୍ଟ ହୁଏ ନାହିଁ । ତା’କୁ ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ଦେବା ଉଚିତ୍ । ନିମ୍ନରେ କେତେକ ଖାଦ୍ୟର ଉଦାହରଣ ଦିଆଗଲା ।
ଚେତାବନୀ – ପିଲାମାନେ ସାଧାରଣତଃ ୬ ମାସରୁ ୧ ବର୍ଷ ମଧ୍ୟରେ ପୁଷ୍ଟିହୀନତା ରୋଗରେ ପଡିଥାନ୍ତି । ଏହାର ବିପଦଜନକ ଲକ୍ଷଣ ପିଲାଙ୍କ ଠାରେ ସବୁବେଳେ ପ୍ରକାଶ ପାଏ ନାହିଁ । ଫଳରେ ଶର୍ଦ୍ଦି, ଥଣ୍ଡା ପରି ସାଧାରଣ ରୋଗ ସେମାନଙ୍କୁ ଅତିଶୟ ଭାବରେ ପୁଷ୍ଟିହୀନ କରିପକାଏ ସେମାନଙ୍କୁ ଅଧିକ ଖାଦ୍ୟ ଦିଆଯିବା ଉଚିତ୍ । ଏ ବୟସର ପିଲାମାନଙ୍କୁ ସ୍ୱାସ୍ଥ୍ୟବାନ ରଖିବା ପାଇଁ ସ୍ତନ୍ୟପାନ ଚାଲୁ ରଖନ୍ତୁ । ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ମଧ୍ୟ ଦିଅନ୍ତୁ, ଫୁଟା ପାଣି ପିଇବାକୁ ଦିଅନ୍ତୁ ଏବଂ ପିଲାକୁ ଓ ତା’ର ଚତୁଃପାର୍ଶ୍ଵ ପରିଷ୍କାର ରଖନ୍ତୁ। |
Last Modified : 8/19/2019