ମନ୍ଦପୁଷ୍ଟିର ସମସ୍ୟା ଯିଏ ଉପଯୁକ୍ତ ମାତ୍ରାର ଶରୀର ଗଠନକାରୀ ଖାଦ୍ୟ ଓ ଶକ୍ତିଦାୟକ ଖାଦ୍ୟ ନ ଖାଆନ୍ତି ବା ଖାଇବାକୁ ନ ପାଆନ୍ତି ସେମାନେ ମନ୍ଦପୁଷ୍ଟିର ଶିକାର ହୁଅନ୍ତି । ମନ୍ଦପୁଷ୍ଟି ନିମ୍ନଲିଖିତ ସ୍ୱାସ୍ଥ୍ୟ ସମସ୍ୟାର ସାଧାରଣ କାରଣ ଅଟେ । ପିଲା ଅନ୍ୟାନ୍ୟ ପିଲାର ଶରୀର ବୃଦ୍ଧି ନ ହେବା ବା ପିଲା ନ ବଢିବା ଦୁର୍ବଳ ଓ କ୍ଳାନ୍ତ ପିଲା ଚାଲିବା, କଥା କହିବା ଓ ଚିନ୍ତା କରିବାରେ ସକ୍ଷମ ନ ହେବା ଭୋକ ନ ହେବା ପେଟ ଫୁଲି ଯିବା, ହାତ ଓ ଗୋଡ ସରୁ ହେବା ରକ୍ତହୀନତା ଅସୁସ୍ଥତା ଓ ସଂକ୍ରମଣ ଯାହା ପିଲାକୁ ମାରିଦେଇଥାଏ ପାଟି କଳରେ ଘା’ ପିଲା ଦୁଃଖୀ ଜଣା ପଡିବା ଯନ୍ତ୍ରଣାଦାୟକ ବା ଜିଭରେ ଘା’ ପାଦ ଫୁଲି ଯିବା, ମୁହଁ, ହାତରେ ଘା’ ହେବା ପାଦ ଜଳିଗଲା ପରି ଲାଗିବା ବାଳ ଉପୁଡିବା ବା ଭଙ୍ଗା ଭଙ୍ଗା ହୋଇଯିବା ରାତିରେ ଦେଖା ନ ଯିବା, ଆଖି ଶୁଖିଲା ଦେଖାଯିବା ଓ ଅନ୍ଧତ୍ଵ ଯଦିଓ ନିମ୍ନଲିଖିତ ସ୍ୱାସ୍ଥ୍ୟ ସମସ୍ୟାର ଅଲଗା କାରଣ ଅଛି ତଥାପି ଉପଯୁକ୍ତ ପରିମାଣରେ ନ ଖାଇବାଦ୍ଵାରା ଏହା ଅଧିକ ମାରାତ୍ମକ ହୋଇଥାଏ । ତରଳ ଝାଡା ବାରମ୍ବାର ସଂକ୍ରମଣ କାନ ଝାଇଁ ଝାଇଁ ଶୁଭିବା ମୂର୍ଚ୍ଛା ହୃତସ୍ପନ୍ଦନ ବଢିଯିବା ମାନସିକ ସମସ୍ୟା, ବ୍ୟଗ୍ରତା ମୁଣ୍ଡବିନ୍ଧା ମାଢିରୁ ରକ୍ତ ବାହାରିବା ଓ ଲାଲ ଦେଖାଯିବା ନାକରୁ ରକ୍ତ ପଡିବା ଚର୍ମ ଶୁଖିଯିବା ଓ ଭାଙ୍ଗ ଭାଙ୍ଗ ହୋଇଯିବା ଯକୃତ ରୋଗ ବାରମ୍ବାର ସଂକ୍ରମଣ ଗର୍ଭ ସମୟରେ ମନ୍ଦପୁଷ୍ଟି ରକ୍ତହୀନତା ଓ ଦୁର୍ବଳତାର କାରଣ ଅଟେ, ଯାହା ମା’କୁ ପିଲା ଜନ୍ମ ସମୟରେ ବା ପିଲା ଜନ୍ମ ପରେ ମୃତ୍ୟୁ ମୁଖରେ ପକାଇଥାଏ । ଏହା ମଧ୍ୟ ଗର୍ଭପାତ, ମଲା ପିଲା ଜନ୍ମ, ଦୁର୍ବଳ ଶିଶୁ ଜନ୍ମ ହେବାର କାରଣ ହୋଇଥାଏ । ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବା ଦ୍ଵାରା ବହୁତ ଅସୁସ୍ଥତା ଦୂରେଇଯାଏ। ଠିକ୍ ଭାବରେ ନ ଖାଇବା ଦ୍ଵାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଉପୁଜେ । ଏହାଦ୍ଵାରା ଶରୀରରୁ ଶକ୍ତି ନଷ୍ଟ ହୋଇଯାଏ ଓ ବ୍ୟକ୍ତି ବାରମ୍ବାର ରୋଗରେ ପଡେ । ତଳେ ଏହିପରି କେତେକ ସମସ୍ୟା ଦିଆଗଲା ଯେଉଁଠି ସଂକ୍ରମଣର ଲକ୍ଷଣ ସବୁ ମଧ୍ୟ ମିଳିଥାଏ । ମନ୍ଦପୁଷ୍ଟିରେ ଆକ୍ରାନ୍ତ ପିଲା ତରଳ ଝାଡାରେ ପଡିଥାନ୍ତି ଓ ମରି ଯାଆନ୍ତି । ମନ୍ଦପୁଷ୍ଟି ପିଲାଙ୍କ କ୍ଷେତ୍ରରେ ମିଳିମିଳା ଅଧିକ ବିପଦଜନକ ଅଟେ । ମିଳିମିଳାର ଜଟିଳତା ଭଳି ମେନିନଜାଇଟିସ, ନିମୋନିଆ, ମନ୍ଦ ପୁଷ୍ଟି ପିଲାଙ୍କୁ ଅଧିକ ଆକ୍ରାନ୍ତ କରିଥାଏ । ମନ୍ଦପୁଷ୍ଟିରେ ଆକ୍ରାନ୍ତ ପିଲା ବ ବ୍ୟକ୍ତିଙ୍କଠାରେ ଯକ୍ଷ୍ମା ଅଧିକ ମାରାତ୍ମକ ହୋଇଥାଏ । ଯକୃତ ସିରୋହସିସ୍, ଯାହା ଅଧିକ ମଦ୍ୟପାନ କରିବା ଦ୍ଵାରା ହୋଇଥାଏ, ମନ୍ଦ ପୁଷ୍ଟିରେ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଅଧିକ ମାରାତ୍ମକ ହୁଏ । ଏପରିକି ସାଧାରଣ ଥଣ୍ଡାରେ ମଧ୍ୟ ଏହା ବିପଦଜନକ ରୂପ ଧାରଣ କରି ନିମୋନିଆ ଆଡିକି ଗତି କରେ । ଠିକ୍ ଖାଦ୍ୟ ରୋଗ ଭଲ ହେବାର ସାହାଯ୍ୟ କରେ । ଉତ୍ତମ ଖାଦ୍ୟ କେବଳ ଯେ ରୋଗ ପ୍ରତିରୋଧ କରେ ତାହା ନୁହେଁ, ଏହା ମଧ୍ୟ ରୋଗୀ, ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତି ଯୋଗାଇଥାଏ । ଦୁର୍ଭାଗ୍ୟବଶତଃ ଆମର ଅଧିକାଂଶ ମା’ ପିଲା ଅସୁସ୍ଥ ଥିଲେ କିଛି ଖାଇବାକୁ ଦିଅନ୍ତି ନାହିଁ । ଯାହାଦ୍ଵାରା ପିଲା ଅଧିକ ଦୁର୍ବଳ ହୋଇଯାଏ ଓ ରୋଗ ବିରୁଦ୍ଧରେ ଲଢିବା ଶକ୍ତି କମିଯାଏ ଓ ପିଲା ମରିଯାଏ । ଏଣୁ ଅସୁସ୍ଥ ପିଲାଙ୍କୁ ପୁଷ୍ଟିକାରକ ଖାଦ୍ୟ ଦିଅନ୍ତୁ । ଯଦି ପିଲା ଖାଇବାକୁ ଇଛା ପ୍ରକାଶ ନ କରେ ତେବେ ତାକୁ ଉତ୍ସାହିତ କରନ୍ତୁ । ପିଲାକୁ ଯେତେ ପାରୁଛନ୍ତି ଖାଇବାକୁ ଦିଅନ୍ତୁ । ଅସୁସ୍ଥ ପିଲା ଖାଇବା ପାଇଁ ଇଚ୍ଛା ପ୍ରକାଶ କରି ନ ଥାଏ ତେଣୁ ପିଲାକୁ ଅଳ୍ପ ଅଳ୍ପ କରି ବହୁତ ଥର ଖାଇବାକୁ ଦିଅନ୍ତୁ । ଏହା ମଧ୍ୟ ଦେଖନ୍ତୁ ଯେ ସେ ଯେପରି ଅଧିକ ତରଳ ଖାଦ୍ୟ ଖାଇବ । ବେଳେବେଳେ ଅସୁସ୍ଥତା ସମୟରେ ମନ୍ଦ ପୁଷ୍ଟିର ଲକ୍ଷଣ ଦେଖାଯାଇଥାଏ, ଯଥା ତରଳ ଝାଡାରେ ଆକ୍ରାନ୍ତ ପିଲାର ହାତ, ପାଦ, ମୁହଁ ଫୁଲିଯାଏ । ଏହା ମନ୍ଦ ପୁଷ୍ଟିର ଲକ୍ଷଣ ଅଟେ। କୁ – ପୋଷଣ କିପରି ଚିହ୍ନିବେ ଗରିବ ଲୋକଙ୍କଠାରେ କୁପୋଷଣ ଅଧିକ ଓ ସାଘାଂତିକ ଭାବରେ ଦେଖାଯାଏ । ଏହି କୁପୋଷଣ ବିଭିନ୍ନ ପ୍ରକାରର : - ଗର୍ଭବତୀମାନଙ୍କର କୁପୋଷଣ ପିଲାମାନଙ୍କର କୁପୋଷଣ : ସାମାନ୍ୟ କୁପୋଷଣ ଓ ଉଗ୍ର କୁପୋଷଣ ଅନ୍ୟାନ୍ୟ କୁପୋଷଣ ଗର୍ଭବତୀମାନଙ୍କର କୁପୋଷଣ ଗର୍ଭବତୀ ମହିଳାମାନଙ୍କର କୁପୋଷଣ ନିମ୍ନଲିଖିତ ଅବସ୍ଥାକୁ ଦେଖି ଜାଣିହେବ। ଗରିବ ଘର ସ୍ଵାମୀ ପରିତ୍ୟକ୍ତା କମ୍ ଦିନରେ ତା’ର ବହୁତ ପିଲା ହୋଇଛି ସେ ଟି.ବି. ବା ରକ୍ତହୀନତାରେ ଆକ୍ରାନ୍ତ ଗର୍ଭ ସମୟରେ ତା’ର ଓଜନ ବଢୁନାହିଁ ଆପଣ ମଧ୍ୟ ଜଣକୁ ଦେଖି ସେ କୁପୋଷଣରେ ଆକ୍ରାନ୍ତ କି ନୁହେଁ ଜାଣିପାରିବେ । ଯଦି ପତଳା ଦେଖାଯାଉଛନ୍ତି ଓ ଦେହର ଚର୍ମ ଧୋଡକ ଦେଖାଯାଉଛି ଓ ଯଦି ତାଙ୍କର ଛାତି, ତଳିପେଟ, ବାହୁ, ଗୋଡ ପତଳା ଦେଖାଯାଉଛି ତେବେ ସେ କୁପୋଷଣରେ ଆକ୍ରାନ୍ତ । ତାଙ୍କୁ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବାପାଇଁ ପରାମର୍ଶ ଦିଅନ୍ତୁ । ଏହି ମହିଳାଙ୍କର ବାହୁରେ ହୋଇଥିବା ଦାଗ କୁପୋଷଣ ଚିହ୍ନ ଅଟେ, ଯାହାକୁ ପେଲେଗ୍ରା କହନ୍ତି । ଗୋଟିଏ ପ୍ରକାର ଖାଦ୍ୟ ଖାଇବାଦ୍ଵାରା ଏହା ହୋଇଥାଏ । ସେ ବିଭିନ୍ନ ଖାଦ୍ୟର ମିଶ୍ରଣ ଖାଇନାହାନ୍ତି । ଯଥା ଶିମ୍ବ ଜାତୀୟ ଓ ସବୁଜ ପନିପରିବା । ଯେହେତୁ ସେ ଭଲ ଖାଉନାହାନ୍ତି ସେଥିପାଇଁ ତାଙ୍କ ପିଲାକୁ କ୍ଷୀର ଦେବାରେ ସେ ଅସମର୍ଥ ହୁଅନ୍ତି । ଯାହା ଫଳରେ ପିଲା ମଧ୍ୟ କୁପୋଷଣରେ ଶିକାର ହୋଇଥାଏ । ଏହି ପିଲାର ଯେତେବେଳେ ଫଟୋ ଉଠାହେଲା ସେ ଦୁଇବର୍ଷର ହୋଇଥିଲା । ସେ ଦୁର୍ବଳ, ଛୋଟ ଓ ପେଟ ଫୁଲିଯାଇଥିଲା । ବାଳ ଖୁବ୍ ପତଳା ଥିଲା । ତା’ ର ଭବିଷ୍ୟତ ଜୀବନରେ ସବୁଦିନ ପାଇଁ ମାନସିକ ଦୁର୍ବଳତା ଲାଗି ରହିବ । ଏହାକୁ ରୋକିବା ପାଇଁ ମା’ ଓ ଶିଶୁ ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବା ଉଚିତ୍ । ପିଲାମାନଙ୍କର କୁପୋଷଣ ସାମାନ୍ୟ କୁପୋଷଣ ଯଦିଓ ଏହା ସାଧାରଣ ତଥାପି ଏହା ସମସ୍ତଙ୍କଠାରେ ଦେଖାଯାଏ ନାହିଁ । ଏହାଦ୍ଵାରା ପିଲା ସୁସ୍ଥପିଲା ତୁଳନାରେ ଠିକ ଭାବେ ବଢେ ନାହିଁ । ଯଦିଓ ସେ ଦୁର୍ବଳ ଓ ପତଳା ଦେଖାଯାଏ କିନ୍ତୁ ଅସୁସ୍ଥ ବୋଧ କରେ ନାହିଁ । ସେ ଯାହାହେଉ ଯେହେତୁ ସେ କମ୍ ଖାଦ୍ୟ ଖାଉଛି ବା ପୁଷ୍ଟିକର ଖାଦ୍ୟ ଖାଉନାହିଁ ତେଣୁ ତା’ର ଶରୀର ବାହ୍ୟ ରୋଗ ସଂକ୍ରମଣକୁ ପ୍ରତିରୋଧ କରିପାରିବ ନାହିଁ ଓ ବାରମ୍ବାର ଅସୁସ୍ଥତାର ଶିକାର ହେବ । ଏହି କୁପୋଷଣରେ ଆକ୍ରାନ୍ତ ପିଲା ଅଧିକରୁ ଅଧିକ ତରଳ ଝାଡା ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥାନ୍ତି । ଏହି ଥଣ୍ଡା ବହୁତ ଦିନ ଧରି ଲାଗିରୁହେ ଓ ଏଥିସହିତ ପିଲାକୁ ନିମୋନିଆ, ମିଳିମିଳା, ଯକ୍ଷ୍ମା ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ହୋଇଥାଏ, ତେଣୁ ଏହା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ, ପିଲାମାନଙ୍କୁ ଉପଯୁକ୍ତ ଖାଦ୍ୟ ଖୁଆଇବା ଓ ତାଙ୍କର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ । ଏଣୁ ନିୟମିତ ଓଜନ ବା ବାହୁର ମାପ ନେବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହାଦ୍ଵାରା ସଅଳ ଓ ସହଜରେ ମୃଦୁ କୁପୋଷଣ ଜଣାପଡିଥାଏ । କୁପୋଷଣର ପ୍ରତିରୋଧ ପାଇଁ ନିର୍ଦ୍ଦେଶାବଳୀ ଦେଖନ୍ତୁ । ଉଗ୍ର କୁପୋଷଣ ଯେଉଁ ଶିଶୁ ସଅଳ ମା’ କ୍ଷୀର ଛାଡିଦିଅନ୍ତି ବା ଯେଉଁମାନେ ଅଧିକ ଶକ୍ତିଦାୟକ ଖାଦ୍ୟ ନ ଖାଆନ୍ତି ସେମାନଙ୍କୁ ଉଗ୍ର କୁପୋଷଣ ହୋଇଥାଏ । ଏଥି ସହିତ ତରଳ ଝାଡା ଓ ସଂକ୍ରମଣ ଯୋଗୁଁ ଏହା ହୋଇଥାଏ । ପିଲାକୁ ଦେଖି ଏହା ସହଜରେ ଜଣାପଡିଥାଏ । ଏହାର ୨ଟି ମୁଖ୍ୟ ଉଦାହରଣ ହେଲା – ଶକ୍ତି ପୁଷ୍ଟିହୀନତା ବା ମାରାସ୍ ମସ୍ - ଏହି ପିଲା ଉପଯୁକ୍ତ ପରିମାଣର ଖାଦ୍ୟ ଖାଇନାହିଁ । ଅନ୍ୟ ଅର୍ଥରେ ସେ ଭୋକିଲା ରହୁଛି ତା’ର ଶରୀର ଛୋଟ, ପତଳା ଅଟେ । ପ୍ରଚୁର ନ ଖାଇବା ଯୋଗୁଁ - ବୁଢା ଲୋକର ମୁହଁ ପରି ସବୁବେଳେ ଭୋକିଲା, ଫୁଲାପେଟ ବହୁତ କମ୍ ଓଜନ, ବହୁତ ପତଳା । ଏହାକୁ ଆର୍ଦ୍ର ପୁଷ୍ଟିହୀନତା କୁହାଯାଏ କାରଣ ପିଲାର ହାତ, ମୁହଁ ଗୋଡ ଫୁଲିଯାଏ । ପିଲା ଉପଯୁକ୍ତ ପରିମାଣର ଶରୀର ନିର୍ମାଣକାରୀ ଖାଦ୍ୟ ବା ପ୍ରୋଟିନ ନ ଖାଇବାଦ୍ଵାରା ଏହା ହୋଇଥାଏ । ଅଥବା ଉପଯୁକ୍ତ ପରିମାଣର ଶକ୍ତିଦାୟକ ଖାଦ୍ୟ ନ ଖାଇବାଦ୍ଵାରା ସେ ଶରୀରରେ ଥିବା ପ୍ରୋଟିନ ନଷ୍ଟ ହୋଇଯାଇ ଏହା ହୋଇଯାଇଥାଏ । ଏହି ପିଲା ଅଧିକ ପରିମାଣର ଶକ୍ତିଦାୟକ ଓ ପ୍ରୋଟିନରେ ଭରପୁର ଖାଦ୍ୟ ଖାଇବା ଆବଶ୍ୟକ । ଏଥି ସହିତ ଯେଉଁ ଖାଦ୍ୟ ଥଣ୍ଡା ଓ ବାସୀ ତାହା ଖାଇବା ଉଚିତ୍ ନୁହେଁ । ଆର୍ଦ୍ର ପୁଷ୍ଟିହୀନତା ଓ କ୍ଵାଶିୱର୍କର ଯଥେଷ୍ଟ ଖାଦ୍ୟସାର ନ ଖାଇବା ଯୋଗୁଁ – ଫୁଲା, ଗୋଲ ମୁହଁ, ଉଦାସ ଚେହେରା, ଶରୀରର ବୃଦ୍ଧି ନାହିଁ । ଘା’ ଓ ମୋଡି ହୋଇଥିବା ଚମଡା, ଫୁଲା ଗୋଡ ଓ ହାତ । ସର୍ବ ପ୍ରଥମେ ପିଲାଟି ଫୁଲିଯାଏ ଓ ପରେ ଅନ୍ୟ ଚିହ୍ନ ସବୁ ଦେଖାଯାଏ । ପିଲାମାନଙ୍କଠାରେ ୨ ପ୍ରକାରର ଉଗ୍ର ପୁଷ୍ଟିହୀନତା ଦେଖାଯାଏ : - କ୍ଵାଶିୱର୍କର ଏହା ଯେ କୌଣସି ସମୟରେ ହୋଇପାରେ, କିନ୍ତୁ ବିଶେଷ କରି ଦେଢ ବର୍ଷରୁ ୪ ବର୍ଷ ବୟସର ପିଲାଙ୍କୁ ଅଧିକ ହୋଇଥାଏ । ଏହା ଏକ ଭୟଙ୍କର ଅସୁସ୍ଥତା ଅଟେ । ଯାହା ତୁରନ୍ତ ଚିକିତ୍ସା ଆବଶ୍ୟକ କରିଥାଏ । ଏହା ବିଶେଷ କରି ଯେଉଁ ପିଲା କେବଳ ମା’କ୍ଷୀର ଖାଆନ୍ତି ଓ ଆଉ କିଛି ବାହାର ଖାଦ୍ୟ ଖାଆନ୍ତି ନାହିଁ ତାଙ୍କୁ ହୋଇଥାଏ। ଏହି ପିଲା ଅଧିକ ପ୍ରୋଟିନ ଜାତୀୟ ଖାଦ୍ୟ ଖାଇନାହିଁ । ଏଣୁ ସେ ସବୁତକ ପ୍ରୋଟିନ ଶକ୍ତିପାଇଁ ନଷ୍ଟ କରିଦେଉଛି । ଯାହାଦ୍ଵାରା ତା’ର ଶରୀର ଶକ୍ତିଶାଳୀ ହୋଇପାରୁ ନାହିଁ । ଏହାକୁ ଆର୍ଦ୍ର ପୁଷ୍ଟିହୀନତା କୁହାଯାଏ । କାରଣ ତା’ର ଶରୀରର ମୁହଁ, ହାତ, ଗୋଡ, ପାଦ ଫୁଲିଯାଏ । ପେଟ ଓ ଜନନାଙ୍ଗ ମଧ୍ୟ ଫୁଲିଯାଏ । ଫୁଲିଯିବାଦ୍ଵାରା ତା’ର ବାହୁର ଉପର ଭାଗ ଆଶ୍ଚର୍ଯ୍ୟଜନକ ଭାବେ ପତଳା ଦେଖାଯାଏ । ଏହି ଫୁଲାକୁ ଜାଣିବା ପାଇଁ ଆପଣଙ୍କ ବୁଢା ଆଙ୍ଗୁଠିରେ ପାଦକୁ ଚିପନ୍ତୁ ଦେଖିବେ ଗୋଟିଏ ଗାଡ ହେଲାପରି ହୋଇଯିବ । କିନ୍ତୁ ସାଧାରଣ ପିଲାଙ୍କର ଯେଉଁମାନେ ପୁଷ୍ଟିହୀନତାରେ ଆକ୍ରାନ୍ତ ନୁହନ୍ତି ସେମାନଙ୍କଠାରେ ହୁଏ ନାହିଁ । ଏହି ପିଲାଟି ସବୁବେଳେ ମନଦୁଃଖରେ ରହୁଛି । ଅଧିକାଂଶ ସମୟ କାନ୍ଦୁଛି ଓ କୌଣସିଥିରେ ଆଗ୍ରହ ପ୍ରକାଶ କରୁନାହିଁ । ଚର୍ମ ମଳିନ ଦେଖାଯାଉଛି ଓ ଚୋପା ଛାଡିଲା ଭଳି ଦେଖାଯାଉଛି । ଚର୍ମରେ ଧୂସରା ଦାଗ ଦେଖାଯାଉଛି । ବାଳ ପତଳା ଓ ଭଙ୍ଗା ଭଙ୍ଗା ଦେଖାଯାଉଛି । ଏହି ପିଲାଠାରେ ମଧ୍ୟ ରକ୍ତହୀନତା ଓ ଭିଟାମିନ ‘କ’ ର ଅଭାବ ପରିଲକ୍ଷିତ ହେଉଛି । ମାରାସ୍ ମସ୍ ମାରାସ୍ ମସ୍ ସାଧାରଣତଃ ୬ ମାସରୁ ୨ ବର୍ଷର ପିଲାଙ୍କୁ ହୋଇଥାଏ । ଏହା ବିଶେଷକରି ଗରିବ ପରିବାରର ପିଲାମାନଙ୍କୁ ହୋଇଥାଏ । ଯେଉଁମାନେ ଦୁଧରେ ପାଣି ମିଶାଇ ପିଇଥାନ୍ତି । ଏହା ହେବାର କାରଣ ପିଲା ଉପଯୁକ୍ତ ପରିମାଣର ଖାଦ୍ୟ ଖାଇବାକୁ ପାଏ ନାହିଁ । ସେ ଉପବାସରେ ରହିଥାଏ । ପିଲା ଦୁର୍ବଳ ଦେଖାଯାଏ । ପିଲାର ଚର୍ମ ଓ ହାଡ ଭିତରେ ଚର୍ବି ନଥାଏ । ତା’ର ଚର୍ମ ଧୋକଡା ହୋଇଯାଏ ଓ ସେ ଏକ ବୃଦ୍ଧ ଲୋକପରି ଦେଖାଯାଏ । ପେଟ ବଢିଯାଏ, ବାଳା ସବୁ ସ୍ଵାଭାବିକ ଥିଲେ ମଧ୍ୟ ପତଳା ହୋଇଯାଏ। ବେଳେବେଳେ ପିଲାର ଉଭୟ କ୍ଵାଶିୱର୍କର ଓ ମାରାସ୍ ମସ୍ ର ଲକ୍ଷଣ ଦେଖାଯାଏ । ପିଲା ଗୋଡ କ୍ଵାଶିୱର୍କରେ ଫୁଲିଲା ଭଳି ହୋଇଯାଏ । କିନ୍ତୁ ବାହୁ ମାରାସ୍ ମସ୍ ରେ ପତଳା ହେଲା ଭଳି ହୋଇଯାଏ । ସବୁଠାରୁ ମୁଖ୍ୟ ଲକ୍ଷଣ ହେଲା ପିଲାର ବୃଦ୍ଧି ନ ହେବା । ତେଣୁ ପିଲା ପ୍ରତିମାସରେ ଓଜନ ହୋଇ ଉପଯୁକ୍ତ ପରିମାଣର ପୁଷ୍ଟିକାରକ ଖାଦ୍ୟ ଖାଇବା ଉଚିତ୍ । କେତେକ କ୍ଷେତ୍ରରେ କଦଳୀ ଓ ମୂଳା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ପିଲାର ପେଟ ପୂରି ଯାଇଥିଲେ ମଧ୍ୟ ପିଲା ଆବଶ୍ୟକୀୟ ଶକ୍ତି ପାଇ ନ ଥାଏ । ପୁଷ୍ଟିହୀନତାରେ ଆକ୍ରାନ୍ତ ପିଲା ଅତିକମ୍ ରେ ଦିନକୁ ୩ଥର ଖାଇବା ଉଚିତ୍ । ଏଥି ସହିତ ଏହି ଖାଦ୍ୟ ଖାଇବାର ମଝିରେ ଜଳଖିଆ ଖାଇବା ଉଚିତ୍ । ସମ୍ଭବ ହେଲେ ଅଧିକ ପରିମାଣର ଖାଦ୍ୟ ନ ଖାଇ ଅଧିକ ପୁଷ୍ଟିକାରକ ଖାଦ୍ୟ ଖାଇବା ଉଚିତ୍ , ଯଥା ପ୍ରୋଟିନ ଓ ଶକ୍ତିସାର ଖାଦ୍ୟ ସବୁ । ପୁଷ୍ଟିହୀନତା ନିରୋଧ ବା ପ୍ରତିରୋଧ ଓ ଚିକିତ୍ସା ଉଚିତ୍ ପରିମାଣର ପୌଷ୍ଟିକ ଆହାର ଖାଇଲେ ଉଭୟ କ୍ଵାଶିୱର୍କର ଓ ମାରାସ୍ ମସ୍ ରୋଗର ଦୂରୀକରଣ ବା ନିରୋଧ ଓ ଚିକିତ୍ସା ହୋଇପାରିବ । ଶିଶୁମାନଙ୍କପାଇଁ ମା’କ୍ଷୀର ସବୁଠାରୁ ଭଲ ସମ୍ପୂର୍ଣ୍ଣ ଖାଦ୍ୟ ଅଟେ । ଯେତେଦିନ ସମ୍ଭବ ସ୍ତନ୍ୟପାନ ଚାଲୁରଖିବା ଦରକାର କେତେକ ମାଆ ତାଙ୍କର ପିଲାଙ୍କୁ ୨ ବର୍ଷ କିମ୍ବା ତହିଁରୁ ଅଧିକ ପର୍ଯ୍ୟନ୍ତ ସ୍ତନ୍ୟପାନ କରାନ୍ତି । ପ୍ରଥମ ଚାରିରୁ ଛଅମାସ ପରେ ପିଲା ସ୍ତନ୍ୟପାନ ସହିତ ଅନ୍ୟାନ୍ୟ ପୌଷ୍ଟିକ ଆହାର ଖାଇବା ଦରକାର । କ୍ଵାଶିୱର୍କର ଓ ମାରାସ୍ ମସ୍ ଦ୍ଵାରା ଆକ୍ରାନ୍ତ ପିଲାମାନେ ଅତିରିକ୍ତ ଖାଦ୍ୟ ଦରକାର କରିଥାନ୍ତି । ଅଣ୍ଡା, ମାଛ, ମାଂସ, କ୍ଷୀର, ଶିମ୍ବ, ଫଳ, ପରିବା ଇତ୍ୟାଦିରେ ଅଧିକ ଖାଦ୍ୟସାର ଥାଏ । ମୁଖ୍ୟ ଖାଦ୍ୟ ଓ ପ୍ରୋଟିନଯୁକ୍ତ ଖାଦ୍ୟକୁ ମିଶାଇ ଦିଆଯିବା ଉଚିତ୍ । ସହଜରେ ହଜମ ହେବାପାଇଁ ଖାଦ୍ୟର ଚୋପା ଛଡାଇ ଭଲଭାବରେ ସିଝାଇବା ଦରକାର। ଖାଦ୍ୟକୁ ଅଧିକ ଶକ୍ତିଯୁକ୍ତ କରିବାପାଇଁ ସେଥିରେ କିଛି ଚର୍ବି ବା ତୈଳଜାତୀୟ ଖାଦ୍ୟ ମିଶାଇ ଖାଇବା ଉଚିତ୍ । ଶିଶୁକୁ ୪ ମାସ ପର୍ଯ୍ୟନ୍ତ ମା’କ୍ଷୀର ଦିଅନ୍ତୁ । ତା’ପରେ ମା’କ୍ଷୀର ସହିତ ଅନ୍ୟ ପୁଷ୍ଟିକର ଖାଦ୍ୟ ଦେବା ଉଚିତ୍ । ପୁଷ୍ଟିହୀନତାର ଚିକିତ୍ସା ମଧ୍ୟ କରିବା ଉଚିତ୍, ନ ହେଲେ ଶିଶୁଟି ଅନ୍ଧ ହୋଇଯାଇପାରେ । ଶିଶୁର ଓଜନ ବୃଦ୍ଧି ନ ହେବା ପୁଷ୍ଟିହୀନତାର ପ୍ରଥମ ଲକ୍ଷଣ । ଆପଣ ଜଣେ ସ୍ୱାସ୍ଥ୍ୟକର୍ମୀ ହିସାବରେ ଆପଣଙ୍କ ଅଞ୍ଚଳର ପୁଷ୍ଟିହୀନତାରେ ଆକ୍ରାନ୍ତ ପିଲାମାନଙ୍କର ଯତ୍ନ ନେଇପାରିବେ । ଏଥି ସହିତ ଆପଣ ପିଲାଙ୍କର ବାପା ମାଙ୍କୁ ବୁଝାଇ ପିଲା ଯେପରି ଉପଯୁକ୍ତ ପରିମାଣର ପୁଷ୍ଟିକାରକ ଖାଦ୍ୟ ଖାଇପାରିବେ ସେଥିପାଇଁ ଚେଷ୍ଟା କରିବା ଆବଶ୍ୟକ । ପୁଷ୍ଟିହୀନତାରେ ଆକ୍ରାନ୍ତ ପିଲା ଅଧିକ ଖାଦ୍ୟ ଆବଶ୍ୟକ କରିଥାନ୍ତି । ପିତାମାତାଙ୍କୁ ଉପଦେଶ ଦିଅନ୍ତୁ : ପିଲା ଯେତିକି ଖାଦ୍ୟ ଖାଉଛି ତା’ଠାରୁ ଅଧିକ ଖାଦ୍ୟ ଦିଅନ୍ତୁ । ପିଲା ଅତି କମ୍ ରେ ଦିନକୁ ୫/୬ ଥର ଖାଇବା ଉଚିତ୍ । ଶକ୍ତି ଓ ପ୍ରୋଟିନ ମିଶ୍ରିତ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଖାଦ୍ୟ ସହଜରେ ହଜମ ହେବା ପାଇଁ ଖାଦ୍ୟକୁ ଭଲଭାବରେ ରାନ୍ଧି ଚକଟିକରି ଦିଅନ୍ତୁ । ଖାଦ୍ୟରେ ଅଳ୍ପ ପରିମାଣରେ ତେଲ ବା ଚର୍ବି, ଶକ୍ତି ଅଧିକ ଯୋଗାଇଥାଏ । ଉଦାହରଣ ସ୍ୱରୂପ – ଭାତ ଓ ଡାଲିରେ ଅଳ୍ପ ପରିମାଣର ତେଲ ମିଶାଇ ଦେଲେ ପିଲା ଅଧିକ ଶକ୍ତିପାଇଥାଏ । ଯଦି ସମ୍ଭବ ପିଲାକୁ ଅଣ୍ଡା ଦିଅନ୍ତୁ । ଏହା ଶରୀର ବୃଦ୍ଧିରେ ବହୁତ ସାହାଯ୍ୟ କରେ । କେତେକ ପିଲା ଉଗ୍ର ପୁଷ୍ଟିହୀନତାର ଶିକାର ହୋଇଥାନ୍ତି, ଯେଉଁମାନେ ବିଶେଷ ଯତ୍ନ ଆବଶ୍ୟକ କରିଥାନ୍ତି । ଏହି ପିଲାଙ୍କୁ ତୁରନ୍ତ ଡାକ୍ତରଖାନା ପଠାଇବା ଉଚିତ୍ । ଯଥା – ଯେଉଁ ପିଲା ଖାଇବାକୁ ମନାକରେ ଖାଦ୍ୟ ଖାଇଲା ପରେ ବି ମଧ୍ୟ ଓଜନ ବୃଦ୍ଧି ହୁଏ ନାହିଁ ବାରମ୍ବାର ସଂକ୍ରମଣରେ ସମ୍ମୁଖୀନ ହେଉଥିବା ପିଲା ଉଗ୍ର ରକ୍ତହୀନତା ଓ ଭିଟାମିନ ‘କ’ ଅଭାବରୁ ଆଖି ନଷ୍ଟ ହେବାର ସମ୍ଭାବନା ଥିଲେ ପୁଷ୍ଟିହୀନତାର ପରୀକ୍ଷା ବାହୁର ଉପରି ଭାଗର ଯାଞ୍ଚ ବା ପିଲାକୁ ଓଜନ କରି କୁପୋଷଣ ଚିହ୍ନଟ କରିହେବ । ବାହୁର ଉପରଭାଗର ଲକ୍ଷଣ :- ୧ବର୍ଷ ବୟସ ପରେ ଯଦି କୌଣସି ପିଲାର ଡେଣାର ଉପର ଅଂଶ ଗୋଲେଇ ୧୩ ସେ.ମି. ରୁ କମ୍ ହୁଏ, ତେବେ ସେ ପିଲାଟି ପୁଷ୍ଟିହୀନ ଅଟେ । ଯଦି ଏହି ମାପ ୧୨ ସେ.ମି. ରୁ କମ୍ ହୁଏ, ତେବେ ଏହା ବିପଦଜନକ ପୁଷ୍ଟିହୀନତା ବୋଲି ବୁଝିବାକୁ ହେବ । ଯେଉଁ ପିଲାକୁ ମା’କ୍ଷୀର ବ୍ୟତୀତ ଅନ୍ୟ କିଛି ଖାଦ୍ୟ ଦିଆଯାଏନାହିଁ ସେମାନେ ଦେଖିବାକୁ ସୁସ୍ଥ ହୋଇପାରନ୍ତି, ମାତ୍ର ପ୍ରକୃତପକ୍ଷେ ସେମାନେ ପୁଷ୍ଟିହୀନତାର ଦ୍ଵାରଦେଶରେ ଥାଆନ୍ତି, ଫଳରେ ଅତି ସାଧାରଣ ଝାଡା କିମ୍ବା ସର୍ଦ୍ଦିଜ୍ଵର ଯୋଗୁଁ ଏମାନେ ପୁଷ୍ଟିହୀନ ହୋଇଯାଆନ୍ତି । ପିଲାର ଶାରୀରିକ ବୃଦ୍ଧି ଓ ୫ବର୍ଷରୁ କମ୍ ବୟସର ପିଲାମାନଙ୍କ କାର୍ଡ ଏକ ସୁସ୍ଥ ପିଲା ଧୀରେ ଧୀରେ ବଢିଥାଏ। ଯଦି ସେ ନିୟମିତ ପୁଷ୍ଟିକାରକ ଖାଦ୍ୟ ଖାଏ ଓ କିଛି ସଂକ୍ରମଣର ସମ୍ମୁଖୀନ ନ ହୁଏ ତେବେ ସେ ପ୍ରତିମାସରେ ବଢିଥାଏ । ତେଣୁ ମାସରେ ଥରେ ଶିଶୁର ଓଜନ ନିଅନ୍ତୁ । ଯେଉଁପିଲା ଭଲ ଭାବରେ ବଢେ ସେ ସୁସ୍ଥ ଅଟେ। ଯେଉଁ ପିଲା ସୁସ୍ଥପିଲାଙ୍କ ତୁଳନାରେ ଧୀରେ ଧୀରେ ବଢେ ବା ଆଦୌ ବଢେ ନାହିଁ ସେ ସୁସ୍ଥ ନୁହେଁ । ଏହାର କାରଣ ସେ ଉପଯୁକ୍ତ ପରିମାଣର ପୁଷ୍ଟିକାରକ ଖାଦ୍ୟ ଖାଇବାକୁ ପାଏ ନାହିଁ ବା ସେ ବାରମ୍ବାର ସଂକ୍ରମଣର ସମ୍ମୁଖୀନ ହୁଏ । ଜଣେ ପିଲା ସୁସ୍ଥ ଅଛି କି ନାହିଁ ଜାଣିବାପାଇଁ ବା ସେ ଠିକ୍ ପରିମାଣର ପୁଷ୍ଟିକାରକ ଖାଦ୍ୟ ଖାଉଛିକି ନାହିଁ ଜାଣିବାପାଇଁ ଦୁଇଟି ବାଟ ଅଛି । ଗୋଟିଏ ହେଲା ବାହୁର ଉପରି ଭାଗର ମାପ ଓ ଅନ୍ୟଟି ନିୟମିତ ଓଜନ । ଯଦି ସେ ନିୟମିତ ବଢିଚାଲେ ତେବେ ସେ ସୁସ୍ଥ ଅଟେ । ଏହାକୁ ଜାଣିବାପାଇଁ ସ୍ୱାସ୍ଥ୍ୟ କାର୍ଡ ବ୍ୟବହାର କରାଯାଏ । ଏହାକୁ ଦେଖିବା ମାତ୍ରେ ପିଲାଟି ଠିକ୍ ଭାବେ ବଢୁଛି କି ନାହିଁ ଜଣାପଡିଥାଏ । ୫ ବର୍ଷରୁ କମ୍ ବୟସର ପିଲା କାର୍ଡ ଦିଆଯାଇଛି ଏହି କାର୍ଡକୁ ମଧ୍ୟ ବୟବହାର କରାଯାଇପାରିବ । ସବୁଠାରୁ ଭଲ, ଏହି କାର୍ଡକୁ ମା’ମାନେ ବ୍ୟବହାର କରିପାରିଲେ ପୁଷ୍ଟିହୀନତାକୁ ଦୂରେଇ ଦେଇ ହେବ । ମା’ମାନେ ଏହି କାର୍ଡକୁ ବ୍ୟବହାର କରି ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ପରାମର୍ଶ କରି ଠିକ୍ ପରିମାଣର ଖାଦ୍ୟ ପିଲାକୁ ଦେଇପାରିଲେ ପିଲା ପୁଷ୍ଟିହୀନତାରୁ ରକ୍ଷା ପାଇପାରିବ । ଏହି କାର୍ଡ ଅନୁସାରେ ପ୍ରତି ମାସରେ ଶିଶୁର ଓଜନ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଉଚିତ୍ । ଏହି କାର୍ଡକୁ ଏକ ପ୍ଲାଷ୍ଟିକ ଖୋଳ ଭିତରେ ରଖିବା ଉଚିତ୍ । ଏହି କାର୍ଡକୁ କିପରି ବ୍ୟବହାର କରିପାରିବେ ? ପ୍ରଥମେ କାର୍ଡର ନିମ୍ନରେ ଥିବା ଛୋଟ ଚାରିକୋଣିଆ ଘରେ ବର୍ଷର ମାସର ନାଁ ଲେଖନ୍ତୁ । ଯେଉଁମାସରେ ପିଲା ଜନ୍ମ ହେଲା ପ୍ରଥମ ବର୍ଷର ପ୍ରଥମ ଚାରିକୋଣିଆ ଘରେ ଲେଖନ୍ତୁ । ଯାହାଦ୍ଵାରା ପିଲା ଜନ୍ମ ହୋଇଥିବା ମାସ ଜାଣିହେବ । ଦ୍ଵିତୀୟ, ପିଲାକୁ ଓଜନ କରନ୍ତୁ । ଉଦାହରଣ ସ୍ୱରୂପ ଗୋଟିଏ ପିଲା ଏପ୍ରିଲ ମାସରେ ଜନ୍ମ ହେଲା । ଏବେ ଅଗଷ୍ଟ ମାସ ଓ ପିଲାର ଓଜନ ୬ କି.ଗ୍ରା. ତୃତୀୟ, କାର୍ଡକୁ ଦେଖନ୍ତୁ । ଏହି କାର୍ଡର ଏକ ପାଖରେ କି.ଗ୍ରା. ଲେଖାଯାଇଛି । କାର୍ଡରେ ପିଲାର ଓଜନ ଦେଖନ୍ତୁ । ପରେ ବର୍ତ୍ତମାନ ମାସର ଘର ଦେଖନ୍ତୁ । ଚତୁର୍ଥ, ପ୍ରଥମ ମାସରୁ ଶେଷ ମାସ ଯାଏଁ ଗାର ଟାଣନ୍ତୁ । ଯଦି ଗାରଟି ଉପରକୁ ଉପରକୁ ଯାଏ ତେବେ ପିଲାର ପୁଷ୍ଟି ଠିକ୍ ଅଛି । ପ୍ରତି ମାସରେ ପିଲାକୁ ଓଜନ କରି ଏହିପରି ଚାରିକୋଣିଆ ଘରେ ଡଟ୍ ଦିଅନ୍ତୁ । ଯଦି ପିଲା ଠିକ୍ ରୂପେ ବଢୁଥାଏ ତାହାହେଲେ ଏହି ଡଟ୍ ଗୁଡିକ ଉପରକୁ ଉପରକୁ ରହିବ । ଏହି ଡଟ୍ କୁ ମିଶାଇ ଦେଲେ ପିଲାର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଜଣାପଡିବ । ଏହି କାର୍ଡ କିପରି ପଢିବ ? ୨ଟି ଲମ୍ବା ବକ୍ର ରେଖା ହେଉଛି ପିଲା ଓଜନର ବାଟ । ଡଟ୍ ଗୁଡିକ ପିଲାର ଓଜନ । ସୁସ୍ଥ ପିଲାର ଡଟ୍ ଗୁଡିକ ଏହି ଦୁଇ ଚକ୍ର ରେଖା ମଧ୍ୟରେ ପଡେ । ତେଣୁ ଏହାକୁ ସ୍ୱାସ୍ଥ୍ୟ – ପଥ କୁହାଯାଏ । ଜଣେ ସୁସ୍ଥ ପିଲା ଯିଏ ଠିକ୍ ପରିମାଣର ପୁଷ୍ଟିକାରକ ଖାଦ୍ୟ ପାଏ ସେ ଠିକ୍ ସମୟରେ ବସେ, ଚାଲିପାରେ ଓ କଥା ମଧ୍ୟ କହିପାରେ । ଜଣେ ପୁଷ୍ଟିହୀନ ପିଲା ବା ଅସୁସ୍ଥ ପିଲା ନିମ୍ନଲିଖିତ ଚାର୍ଟରେ ଦେଖାଗଲା ଭଳି ହୋଇଥାଏ । ଏହି ପିଲାର ଡଟ୍ ଦୁଇ ବକ୍ର ରେଖା ମଧ୍ୟରେ ନ ରହି ବକ୍ର ରେଖା ତଳକୁ ରୁହେ । ପୁଷ୍ଟିହୀନତାର ଅନ୍ୟାନ୍ୟ ଅବସ୍ଥା ଗରିବ ଲୋକମାନଙ୍କ ମଧ୍ୟରେ ସାଧାରଣତଃ କ୍ଵାଶିୱର୍କର ଓ ମାରାସ୍ ମସ୍ ଏହି ଦୁଇପ୍ରକାରର ପୁଷ୍ଟିହୀନତା ଦେଖାଯାଇଥାଏ । ଉପବାସ ଓ କ୍ଷୁଧା ଏହି ରୋଗମାନଙ୍କର ପ୍ରଧାନ କାରଣ ଅଟେ । ଏହା ବ୍ୟତୀତ ଖାଦ୍ୟରେ କେତେକ ସ୍ଵତନ୍ତ୍ର ସ୍ଵତନ୍ତ୍ର ଭିଟାମିନ ବା ଖଣିଜ ଅଂଶର ଅଭାବ ଘଟିଲେ ଅନ୍ୟ ପ୍ରକାରର କେତେକ ପୁଷ୍ଟିହୀନତା ଦେଖାଦେଇଥାଏ । ଉଦାହରଣ ସ୍ୱରୂପ, ଯେଉଁପିଲା ସବୁଜ ପନିପରିବା, ଫଳ କିମ୍ବା ଭିଟାମିନ ‘କ’ ଥିବା ଖାଦ୍ୟ ନ ଖାଏ ତାକୁ ଅନ୍ଧାରକଣା ରୋଗ ହୁଏ । ପ୍ରଥମରେ ଆଖି ଶୁଖିଯାଏ ଓ ଧୀରେ ଧୀରେ ପିଲା ଅନ୍ଧ ହୋଇଯାଏ । ଯେଉଁ ପିଲା କ୍ଷୀର ପିଏ ନାହିଁ ବା ଯାହା ଚମଡାରେ ସୂର୍ଯ୍ୟକିରଣ ପଡେ ନାହିଁ ତା’ର ଗୋଡ ବଙ୍କେଇ ଯାଇପାରେ ବା ହାଡର ଅନ୍ୟ ପ୍ରକାର ବିକୃତି ହୋଇପାରେ । ଏହାକୁ ରିକେଟସ୍ ବା ବାଳାସ୍ଥି ବିକୃତି କହନ୍ତି । କ୍ଷୀର ଓ ଭିଟାମିନ ‘ଘ’ ଦେଲେ ଏ ସମସ୍ୟାର ସମାଧାନ ହୋଇପାରିବ । କିନ୍ତୁ ଏ ରୋଗର ସବୁଠାରୁ ସହଜରେ ନିରୋଧ ଓ ନିରାକରଣ ପାଇଁ ପିଲା ଦେହରେ ବାଳସୂର୍ଯ୍ୟ କିରଣ ପକାଇବାକୁ ଦେବା ଉଚିତ୍ । ରିକେଟ୍ ରୋଗର ପ୍ରତିରୋଧ ଓ ଚିକିତ୍ସାର ସବୁଠାରୁ ବଡ ଉପାୟ – ସୂର୍ଯ୍ୟ କିରଣ ଯେଉଁ ବ୍ୟକ୍ତି ଖଣିଜ ଅଂଶଯୁକ୍ତ ଖାଦ୍ୟ ଖାଏ ନାହିଁ ତା’କୁ ରକ୍ତହୀନତା ରୋଗ ହେବାର ସମ୍ଭାବନା ଥାଏ । ସବୁଜ ପନିପରିବା, ଅଣ୍ଡା, ମାଂସ ଇତ୍ୟାଦି ଯଥେଷ୍ଟ ପରିମାଣରେ ଖାଇବା ଉଚିତ । ଫଳ, ପନିପରିବା ଓ କେତେକ ଭିଟାମିନ ଥିବା ଅନ୍ୟ ଖାଦ୍ୟ ନଖାଇବା ଦ୍ଵାରା ଚମଡାରେ କେତେକ ପ୍ରକାର ରୋଗ ଓଠ ଓ ମୁହଁରେ ଘା’ ବା ଦାନ୍ତରୁ ରକ୍ତ ବାହାରିବା ରୋଗ ହୋଇପାରେ । ଆୟୋଡିନ ଅଭାବ ହେଲେ ଗଳଗଣ୍ଡ ରୋଗ ହୁଏ । କେତୋଟି ନିର୍ଦ୍ଧିଷ୍ଟ ରୋଗ ପାଇଁ ବିଶେଷ ଖାଦ୍ୟ ସ୍ଵତନ୍ତ୍ର ପଥି କେତେକ ରୋଗର ସର୍ବୋତ୍ତମ ଉପଚାରକ ଓ ପ୍ରତିରୋଧକ ଅଟେ । ସେପରି କେତେକ ରୋଗର ଉଦାହରଣ : ରକ୍ତହୀନତା ରକ୍ତହୀନତା ଭୋଗୁଥିବା ଲୋକର ରକ୍ତ ପତଳା, କାରଣ ତା’ର ଶରୀରରେ ଘଟୁଥିବା ରକ୍ତକ୍ଷୟକୁ ତା’ର ଶରୀର ଯଥେଷ୍ଟ ପରିମାଣରେ ରକ୍ତ ଯୋଗାଇ ପୂରଣ କରିପାରେ ନାହିଁ । ମାଂସ, ସବୁଜ ପନିପରିବା କିମ୍ବା ଲୌହ ଅଂଶ ଥିବା ଅନ୍ୟାନ୍ୟ ଖାଦ୍ୟର ଅଭାବ ରକ୍ତହୀନତା ସୃଷ୍ଟିକରେ ବା ରକ୍ତହୀନତାକୁ ଆହୁରି ଗୁରୁତର କରିଥାଏ । ୬ମାସ ପରେ ଯଦି ପିଲାକୁ ମା’କ୍ଷୀର ସହିତ ଅନ୍ୟ ଖାଦ୍ୟ ଦିଆ ନ ଯାଏ ତେବେ ତାକୁ ରକ୍ତହୀନତା ହୋଇପାରେ । ରକ୍ତହୀନତାର ଅନ୍ୟାନ୍ୟ କାରଣ କୃମି ସଂକ୍ରମଣ ତରଳ ଝାଡା ଓ ଆମାଶୟ ଝାଡା ମ୍ୟାଲେରିଆ ବା ପାଳିଜ୍ଵର ରକ୍ତ କ୍ଷୟ ଫୁସ୍ ଫୁସ୍ ରେ ଟି.ବି ହେବାଦ୍ଵାରା ପେଟରେ ପାଚକ ନଳୀରେ ଘା’ ହେବାଦ୍ଵାରା ମଳଦ୍ଵାରରେ ଅର୍ଶ ରୋଗ ହେବାଦ୍ଵାରା ବଡ କ୍ଷତ ହେବାଦ୍ଵାରା ସ୍ତ୍ରୀଲୋକଙ୍କ ଠାରେ ରକ୍ତହୀନତାର କାରଣ ମାସିକ ଋତୁସ୍ରାବରେ ବେଶୀ ରକ୍ତଯିବା ବାରମ୍ବାର ଗର୍ଭପାତ ଉଚିତ୍ ବ୍ୟବଧାନ ବିନା ଅନେକ ଶିଶୁ ଜନ୍ମ ହେବା ରକ୍ତହୀନତାର ଲକ୍ଷଣ ସ୍ଵଚ୍ଛ ବା ବିବର୍ଣ୍ଣ ଚମଡା ଆଖିପତାର ଭିତର ଅଂଶ ଫିକାପଡିଯିବା ଦାନ୍ତ ମାଢି ଫିକା ପଡିଯିବା ଜିଭ ମସୃଣ ଓ ଚକ୍ ଚକ୍ ହେବା ନଖ ଧଳା ପଡିଯିବା ଦୁର୍ବଳତା ଓ ଥକା ଲାଗିବା ରକ୍ତହୀନତା ଯଦି ସାଘାଂତିକ ହୋଇଥାଏ ତେବେ ଗୋଦା ଓ ମୁହଁ ଫୁଲି ଯାଇପାରେ, ହୃତପିଣ୍ଡର ସ୍ପନ୍ଦନ ବଢିଯାଏ ଓ ବ୍ୟକ୍ତି ବହୁତ ଶୀଘ୍ର ଶୀଘ୍ର ନିଶ୍ଵାସ ନିଏ । ବେଳେବେଳେ ନଖ ଚାମଚ ପରି ହୋଇଯାଏ । ନଖ ଉପରେ ଟୋପାଏ ପାଣି ପକାଇଲେ ଯଦି ପାଣି ଗଡି ନଯାଇ ସ୍ଥିର ହୋଇ ରହେ, ତେବେ ସ୍ପୁନିଙ୍ଗ ଅଫ୍ ନେଲସ୍ ହୋଇଛି ବୋଲି ଜଣାପଡିଥାଏ । ସ୍ତ୍ରୀ ଲୋକ ବା ପିଲା ଯେଉଁ ମାନେ ମାଟି, ମଇଳା ଓ ଚକ୍ ଖାଇବାକୁ ଭଲ ପାଆନ୍ତି ପ୍ରାୟତଃ ସେମାନେ ରକ୍ତହୀନ ଅଟନ୍ତି। ସାଘାଂତିକ ରକ୍ତହୀନତା ଥିବା ରୋଗୀକୁ ଡାକ୍ତରଖାନା ପଠାନ୍ତୁ । ରକ୍ତହୀନତାର ଉପଚାର ଓ ତହିଁର ପ୍ରତିରୋଧ ବ୍ୟବସ୍ଥା ଅଧିକ ଲୌହ ଧାତୁସାର ଥିବା ଖାଦ୍ୟ ଖାଆନ୍ତୁ । ବାଜରା ଓ ମାଣ୍ଡିଆରେ ବହୁତ ପରିମାଣରେ ଲୌହଅଂଶ ଅଛି । ପାଳଙ୍ଗ, ଅମରନ୍ଥ,କଞ୍ଚା କଦଳୀ, ଜାମୁ କୋଳି, ଶିମ୍ବ ଓ ମଟର ଆଦି ସବୁଜପତ୍ର ବିଶିଷ୍ଟ ପାରିବାରେ ପ୍ରଚୁର ପରିମାଣରେ ଲୌହ ଅଂଶ ଅଛି । ମାଛ, ମାଂସ, ଅଣ୍ଡା ଓ କୁକୁଡା ମାଂସରେ ମଧ୍ୟ ଲୌହଅଂଶ ଅଧିକ ଥାଏ । ବିଶେଷତଃ କଲିଜାରେ ଏହା ଅଧିକ ଥାଏ । ଚା ଓ କଫି ଅଧିକ ପିଅନ୍ତୁ ନାହିଁ । ଯଦି ଲୌହ ଅଂଶ ଥିବା ଖାଦ୍ୟ ମିଳିବା କଷ୍ଟକର ହୁଏ, କିମ୍ବା ରକ୍ତହୀନତା ସାଘାଂତିକ ହୋଇଯାଇଥାଏ,ତେବେ ବ୍ୟକ୍ତି ଲୌହ ଅଂଶଯୁକ୍ତ ବଟିକା ଖାଇବା ଉଚିତ୍ । ଏହା ବିଶେଷ ଭାବରେ ଗର୍ଭବତୀ ମହିଳାମାନଙ୍କର ରକ୍ତହୀନତା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ । ପ୍ରାୟ ସବୁ କ୍ଷେତ୍ରରେ ମାଛ ତେଲ ଓ ଭିଟାମିନ ଖ ଅପେକ୍ଷା ଫେରସ୍ ସଲଫେଟ୍ ବଟିକା ଅଧିକ ଉପାଦେୟ । ସାଧାରଣ ନିୟମ ଅନୁସାରେ ଲୌହ, ଇଞ୍ଜେକ୍ସନ ମାଧ୍ୟମରେ ନ ଦେଇ, ପାଟିରେ ଦେବା ଉଚିତ୍ କାରଣ ଲୌହ ଇଞ୍ଜେକ୍ସନ ବିପଦଜନକ । ତରଳଝାଡା ବା ନାଳରକ୍ତ ଝାଡା, କୃମି, ମ୍ୟାଲେରିଆ ବା ଅନ୍ୟକୌଣସି ରୋଗରୁ ଯଦି ରକ୍ତହୀନତା ହୋଇଥାଏ, ତେବେ ତା’ର ମଧ୍ୟ ଚିକିତ୍ସା କରାଇନେବା ଉଚିତ୍ । ଯଦି ରକ୍ତହୀନତା ସାଘାଂତିକ ହୋଇଯାଏ ବା ଭଲ ନହୁଏ ତେବେ ଡାକ୍ତରୀ ଚିକିତ୍ସା କରନ୍ତୁ । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ବିଶେଷ ଜରୁରୀ । ଅନେକ ସ୍ତ୍ରୀ ଲୋକଙ୍କର ରକ୍ତ ହୀନତା ଥାଏ । ଏହାର କାରଣ ହେଉଛି, ସେମାନେ ମାସିକ ଋତୁସ୍ରାବ ବା ପିଲାଜନ୍ମ ସମୟରେ ଘଟୁଥିବା ରକ୍ତ କ୍ଷୟର ଭରଣା ପାଇଁ ଯଥେଷ୍ଟ ପରିମାଣର ଲୌହ ଅଂଶଯୁକ୍ତ ଖାଦ୍ୟ ଖାଇ ନ ଥାନ୍ତି, ଏପରି ମହିକାଙ୍କ ପାଇଁ ଗର୍ଭପାତ ଓ ପ୍ରସବ ସମୟରେ ପ୍ରଚୁର ରକ୍ତପାତର ଯଥେଷ୍ଟ ଆଶଙ୍କା ଥାଏ। ଏ ସବୁ କାରଣ ଯୋଗୁଁ ମହିଳାମାନେ ଶିମ୍ବ, ସବୁଜପନିପରିବା, ମାଛ, ମାଂସ,ଅଣ୍ଡା ଓ କୁକୁଡା ମାଂସ ଯେତେଦୂର ସମ୍ଭବ ଖାଇବା ଉଚିତ୍ – ମୁଖ୍ୟତଃ ଗର୍ଭଧାରଣ ସମୟରେ ଏହା ଏକାନ୍ତ ପ୍ରୟୋଜନୀୟ। ଗର୍ଭଧାରଣ ମଧ୍ୟରୁ ୨ ରୁ ୩ ବର୍ଷ ବ୍ୟବଧାନ ରଖିବା ଉଚିତ୍ – ଏହା ସ୍ତ୍ରୀ ଲୋକଟିକୁ ପୁନର୍ବାର ନୂଆ ରକ୍ତ ତିଆରି କରି ଶକ୍ତିକ୍ଷମ ହେବାରେ, ସାହାଯ୍ୟ କରିଥାଏ। ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ