অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିଶୁମାନଙ୍କଠାରେ ବାରମ୍ବାର ଦେଖାଯାଉଥିବା କେତେକ ସମସ୍ୟା

ଶିଶୁମାନଙ୍କଠାରେ ବାରମ୍ବାର ଦେଖାଯାଉଥିବା କେତେକ ସମସ୍ୟା

ଉପକ୍ରମ

ଶିଶୁମାନଙ୍କଠାରେ ବାରମ୍ବାର ଦେଖାଯାଉଥିବା କେତେକ ସମସ୍ୟା ଏଠାରେ ସଂକ୍ଷେପରେ କରାଯାଉଛି   । ପ୍ରତ୍ୟକ ସମସ୍ୟା ପାଇଁ ଅଧିକ ଜାଣିବାକୁ ହେଲେ ତଳଲିଖିତ ପୃଷ୍ଠାମାନ ଦେଖନ୍ତୁ  ।

ମନେ ରଖନ୍ତୁ :

ଶିଶୁମାନଙ୍କଥରେ ହେଉଥିବା ରୋଗ ଖୁବ୍ ଶୀଘ୍ର ଭୟଙ୍କର ଆକାର ଧାରଣ କରେ   । ଯେଉଁ ରୋଗ ଗୋଟିଏ ବୟସ୍କ ଲୋକର ଗୁରୁତର କ୍ଷତି ଘଟାଇବାକୁ ବା ମାରି ଦେବାକୁ କେତେଦିନ ବା କେତେ ସପ୍ତାହ ଆବଶ୍ୟକ କରିଥାଏ, ସେହି ରୋଗ ଗୋଟିଏ ଶିଶୁକୁ ମାରିଦେବା ପାଇଁ ମାତ୍ର କେତୋଟି ଘଣ୍ଟା ସମୟ ନେଇଥାଏ   । ସେଥିପାଇଁ ଏହା ଗୁରୁତ୍ଵପୂର୍ଣ୍ଣ  ଯେ ଶିଶୁଠାରେ ରୋଗର ଲକ୍ଷଣ ଦେଖିଲା ମାତ୍ରେ  ତାହାର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ଉଚିତ୍  ।

ଅଧିକାଂଶ ଶିଶୁ ଖାଇବାକୁ ନ ପାଇବାଦ୍ଵାରା କୁପୋଷଣର ଶିକାର ହୋଇଥାନ୍ତି  । ଅଥବା ଯାହା ବୀ ଖାଆନ୍ତି  ସେଥିରେ ଅଧିକ ପାଣି ଏବଂ ତନ୍ତୁ ପରିପୂର୍ଣ୍ଣ ଥାଏ  । ଏଥିସହିତ ଅଧିକାଂଶ  ପିଲା ଖାଦ୍ୟରେ ଭିଟାମିନ୍ ‘କ’ ପାଇ ନ ଥାନ୍ତି  ।

କୁପୋଷଣ ପିଲାମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଥାଏ  ।

ମୃଦୁ କୁପୋଷଣ

ଉଗ୍ର କୁପୋଷଣ

ଦୁର୍ବଳ ବୃଦ୍ଧି

ଓଜନ ବୃଦ୍ଧି ନ ହେବା

ପେଟ ଫୁଲିଯିବା

ପାଦ ଫୁଲିଯିବା

ପତଳା ଶରୀର

କଳା ଚିହ୍ନ ବା ଘା’

ଭୋକ ନ ହେବା

ବାଳ ଝଡିଯିବା ବା ରୁଗଣ ଦେଖାଯିବା

ଶକ୍ତିର ଅଭାବ

ହସିବା ବା ଖେଳିବାକୁ ଇଚ୍ଛା ନ ହେବା

ରକ୍ତ ହୀନତା

ପାଟି କଳ ଖାଇଯିବା

ମଇଳା ଖାଇବା

ସାଧାରଣ ଭାବରେ ଜ୍ଞାନ ନ ହେବା

ପାଟି କଳରେ  ଘା’

ଶୁଷ୍କ ଆଖି

ବାରମ୍ବାର ଥଣ୍ଡା ଓ ସଂକ୍ରମଣ

ଅନ୍ଧ

ଅନ୍ଧାର କଣା

 

ସାଧାରଣତଃ ତରଳ ଝାଡା ବା ମିଳିମିଳା ପରେ ପିଲାମାନଙ୍କର କୁ ପୋଷଣଜନିତ ଲକ୍ଷଣ ମାନ ଦେଖାଦେଇଥାଏ   । ଯେଉଁପିଲା ଅସୁସ୍ଥ ବା ରୋଗରୁ ଭଲ ହେଉଛି ସେ ସୁସ୍ଥ ପିଲାମାନଙ୍କ ତୁଳନାରେ ଅଧିକ ଖାଦ୍ୟ ଆବଶ୍ୟକ  କରିଥାଏ   ।

ତରଳ ଝାଡା ଓ ନାଳ ଝାଡା

ତରଳ ଝାଡା ଓ ପତଳା ଝାଡା ହେଉଥିବା ଶିଶୁପାଇଁ ଅଧିକ ବିପଦ ଘନେଇ ଆସେ ଯେତେବେଳେ ଏହି ପତଳା ଝାଡା ସହିତ ବାନ୍ତି ହୁଏ  ଓ ଦେହରୁ ଅତ୍ୟଧିକ ଜଳୀୟ ଅଂଶ ବାହାରିଯାଏ   । ଏହି କ୍ଷେତ୍ରରେ ତାକୁ ପୁନର୍ଜଳପେୟ ଦିଅନ୍ତୁ  । ଯଦି ଶିଶୁ ସ୍ତନ୍ୟପାନ କରୁଥାଏ  ତେବେ ତାକୁ ବାରମ୍ବାର ସ୍ତନ୍ୟପାନ କରାଇବାକୁ  ଦିଅନ୍ତୁ  ଓ ତା’ ସାଙ୍ଗରେ ପୁନର୍ଜଳପେୟ ମଧ୍ୟ ଦିଅନ୍ତୁ   । ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଝାଳ ବୋହିବା ଫଳରେ କେତେକ ଛୋଟ ଶିଶୁଙ୍କର ଶରୀରରେ ଜଳୀୟ ଅଂଶର ଅଭାବ ସୃଷ୍ଟି ହୋଇଥାଏ  । ତେଣୁ ଗ୍ରୀଷ୍ମ ଦିନରେ ଶିଶୁକୁ ପ୍ରଚୁର ପରିମାଣରେ ସିଝା ତଥା ଥଣ୍ଡା ହୋଇଥିବା ପାଣି ପିଇବାକୁ ଦିଅନ୍ତୁ   ।

ଅତିସାର ଭୋଗୁ ଥିବା ଶିଶୁପାଇଁ ଦ୍ଵିତୀୟ ବଡ ବିପଦ ହେଉଛି ପୁଷ୍ଟିହୀନତା, ଶିଶୁଟି କିଛି ଖାଇପାରିବା ଭଳି ଅବସ୍ଥାକୁ  ଆସିଲାମାତ୍ରେ ତାହାକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦେବା ଆରମ୍ଭ କରି ଦିଅନ୍ତୁ   ।

ଜ୍ଵର

ଛୋଟ ପିଲାମାନଙ୍କଠାରେ  ଅଧିକ ଜ୍ଵର ହେଲେ ବାଟ ହୋଇପାରେ   । ଏହା ମସ୍ତିସ୍କର କ୍ଷତି ଘଟାଇଥାଏ   । ଜ୍ଵରର ଅଧିକ ଉତ୍ତାପକୁ ଶୀଘ୍ର କମାଇବା ପାଇ ଶିଶୁ ଦେହରୁ ସମସ୍ତ ଲୁଗା କାଢି ଦିଅନ୍ତୁ   । ଥଣ୍ଡା ପାଣିରେ କପଡା ବୁଡାଇ ତାହାକୁ ଚିପୁଡି ଶିଶୁର ଦେହସାରା ବୁଲାନ୍ତୁ ଓ ତାହା ସାଙ୍ଗରେ ପଙ୍ଖା କରନ୍ତୁ   । ତାହାକୁ ପ୍ରଚୁର ପରିମାଣରେ ପିଇବାକୁ ଦିଅନ୍ତୁ  ଏବଂ ପାରାସିଟାମଲ୍ ଓ ଆସ୍ପିରିନ ଆବଶ୍ୟକ ପରିମାଣରେ ଦିଅନ୍ତୁ  ।

ବାତ : ଶିଶୁର ବାତ ବା ଦେହ ହାତ ଥରି, ହାତ ମୁଠାମୁଠା କରିବାର କାରଣହେଉଛି – ଖୁବ୍ ଜୋରରେ ଜ୍ଵର, ନିର୍ଜଳନ, ମୂର୍ଚ୍ଛା ଏବଂ ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଯଦି ଖୁବ୍ ଜୋରରେ ଜ୍ଵର ହୁଏ, ଏବଂ  ନିର୍ଜଳନ ଓ ମସ୍ତିସ୍କଝିଲ୍ଲୀ ସଙ୍କରମାନର ଲକ୍ଷଣ ପରୀକ୍ଷା କରନ୍ତୁ   । ଯଦି ଏହି ସମୟରେ ଦେହର ଜ୍ଵର ନ ଥାଏ ବା ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଉ ନ ଥାଏ ତେବେ ଏହା ମୂର୍ଚ୍ଛା ରୋଗ ଅଟେ   । ବିଶେଷତଃ ଯଦି ଏହାପରେ ଶିଶୁ ପୁରାପୁରି ସୁସ୍ଥସବଳ ଦେଖାଯାଏ ଯେପରିକି ଆଦୌ ବାତ ଭୋଗିନାହିଁ, ତେବେ ନିଶ୍ଚିତ ହୁଅନ୍ତୁ ଯେ ଏହା ମୂର୍ଚ୍ଛା ରୋଗ  । ଯେଉଁ ବାତରେ ପ୍ରଥମେ ଦାନ୍ତ ଯାବ ପଡିଯାଇ ଶରୀରର ଅନ୍ୟାନ୍ୟ ଅଂଶ ଶିଥିଳ  ହୋଇଯାଏ, ତାହା ଧନୁଷ୍ଟଙ୍କାର ହୋଇପାରେ  ।

ମସ୍ତିସ୍କଝିଲ୍ଲୀ ସଂକ୍ରମଣ

ଏହି ଭୟଙ୍କର ରୋଗଟି ମିଳିମିଳା ବା ଅନ୍ୟ କୌଣସି ସେହିପରି ରୋଗ ଅଧିକ ଜଟିଳ ଆକାର ଧାରଣ କଲେ ଦେଖା ଦେଇଥାଏ   । ଯେଉଁ ମା’ ମାନଙ୍କର ଯକ୍ଷ୍ମା ରୋଗ ଥାଏ ସେମାନଙ୍କର ଶିଶୁକୁ ଯକ୍ଷ୍ମା ଜାତୀୟ ମସ୍ତିସ୍କଝିଲ୍ଲୀ ସଂକ୍ରମଣ ହୋଇଥାଏ   । ଶିଶୁ ଖୁବ୍  ରୋଗୀଣା ହୋଇଯାଏ  । ସେ ପଡି ରହିଥିବା ବେଳେ ତା’ର ମୁଣ୍ଡ ପଛ ଆଡକୁ ଝୁଙ୍କି ରହିଥାଏ   । ବେକ ଏତେ ଟାଣ ହୋଇ ଯାଇଥାଏ ଯେ, ତାହା ଆଗକୁ ପଛକୁ ବୁଲିପାରେ ନାହିଁ   । ଶରୀରର ଅଦ୍ଭୁତ ଅଙ୍ଗୀ ପ୍ରକାଶ ପାଏ   । ଏହିପରି ହେଉଥିଲେ ତାହା ମସ୍ତିସ୍କଝିଲ୍ଲୀ ସଂକ୍ରମଣ ଅଟେ   ।

ରକ୍ତହୀନତା

ପିଲାମାନଙ୍କଠାରେ ସାଧାରଣ ଲକ୍ଷଣ  ।

*        ଆଖିପତା ଭିତର, ଦାନ୍ତ ମାଢି ଓ ନଖ ଆଦି ମଳିନ,  ଶେଥା ଦେଖାଯିବା  ।

*        ଭୀଷଣଭାବେ ଦୁର୍ବଳ ବା କ୍ଲାନ୍ତ ହୋଇ ପଡିବା  ।

*        ମାଟି ଖାଇବାକୁ ଇଚ୍ଛା କରିବା   ।

ସାଧାରଣ କାରଣ :

*        ଲୌହସାର କମ୍ ଥିବା ଖାଦ୍ୟ

*        ଦୀର୍ଘକାଳୀନ ଆନ୍ତ୍ରିକ ସଂକ୍ରମଣ

*        ଅଙ୍କୁଶ କୃମି

*        ମ୍ୟାଲେରିଆ

ପ୍ରତିଷେଧକ ଓ ଚିକିତ୍ସା :

*        ଲୌହସାର ଯୁକ୍ତ ଖାଦ୍ୟ ଖାଇବାକୁ ଦିଅନ୍ତୁ  । ଯଥା : ସବୁଜ ରଙ୍ଗର ତଟକା ପାରିବା, ବିନ୍, ମସୁର, ଚିନାବାଦାମ, ମାଂସ ଓ ଅଣ୍ଡା, ଚିନି ପରିବର୍ତ୍ତେ ତାହାକୁ ଗୁଡ ଦିଅନ୍ତୁ  । କାରଣ ଏଥିରେ ଅଧିକ ଲୌହସାର ଥାଏ   ।

*        ରକ୍ତଶୂନ୍ୟତାର  କାରଣମାନ ପରୀକ୍ଷା କରି ଚିକିତ୍ସା କରନ୍ତୁ  । ଯଦି ଅଙ୍କୁଶ କୃମି ଆପଣଙ୍କ ଅଳିନ୍ଦରେ ସାଧାରଣଭାବେ ଦେଖା ଦେଉଛି ତେବେ ପିଲାକୁ ଖାଲି ପାଦରେ ବୁଲିବାକୁ ଛାଡନ୍ତୁ ନାହିଁ  ଏବଂ ମାଟିରେ ହାତ ଧୋଇବାକୁ ମନା କରନ୍ତୁ   । କାରଣ ଏଥିରେ  ଅଙ୍କୁଶ କୃମିର ଅଣ୍ଡାମାନ ରହିଥାଏ   ।

*        ଯଦି ଅଙ୍କୁଶ କୃମି ହୋଇଥିବାର ସନ୍ଦେହ କରନ୍ତି ତେବେ ଜଣେ ସ୍ୱାସ୍ଥ୍ୟସେବୀଙ୍କ ଦ୍ଵାରା  ଶିଶୁର ଝାଡା ପରୀକ୍ଷା କରାଇ ଦିଅନ୍ତୁ   । ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଅଙ୍କୁଶ କୃମିମାନଙ୍କର ଅଣ୍ଡା ଝାଡା ଭିତରେ ଥିବାର ଦେଖାଯାଏ   ।

*        ନିହାତି ଆବଶ୍ୟକ ହେଲେ ଲୌହ ଲବଣ ପାଟିରେ ଖାଇବାକୁ ଦିଅନ୍ତୁ   ।

ଅନ୍ତ୍ରରେ ଦେଖାଯାଉଥିବା କୃମି ଓ ଅନ୍ୟାନ୍ୟ ପରଜୀବୀ :

ଯଦି ପରିବାର ମଧ୍ୟରେ ଗୋଟିଏ ପିଲାର କୃମି ହୋଇଥାଏ  ତେବେ ପରିବାରର ସମସ୍ତ ସଦସ୍ୟ ଚିକିତ୍ସିତ ହେବା ଉଚିତ୍  । କୃମି ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ପିଲାମାନେ ଏହା କରିବା ଉଚିତ୍  ।

*        ପରିଚ୍ଛନ୍ନତା ସମ୍ବନ୍ଧୀୟ ନିୟମାବଳୀ ପାଳନ କରନ୍ତୁ   ।

*        ପାଇଖାନା ବ୍ୟବହାର କରିବା ଉଚିତ୍  ।

*        ଖାଲି ପାଦରେ ବୁଲନ୍ତୁ ନାହିଁ  ।

*        ପରିବା ଭଲଭାବରେ ଧୋଇ ଓ ରାନ୍ଧି ଖାଆନ୍ତୁ   ।

*        ଫଳ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ନିଅନ୍ତୁ   ।

*        ସମ୍ପୂର୍ଣ୍ଣ ପଚି ଯାଇଥିବା ଅଥବା ଆଂଶିକ ପଚି ଯାଇଥିବା ମାଂସ ଖାଆନ୍ତୁ  ନାହିଁ   ।

*        କେବଳ ନିର୍ମଲା ଓ ସିଝା ହୋଇଥିବା ପାଣି  ପିଅନ୍ତୁ   ।

ଚର୍ମ ସମସ୍ୟା

ପିଲାମାନଙ୍କଠାରେ ଯାହା ସାଧାରଣତଃ ଦେଖାଯାଏ   ।

*        କୁଣ୍ଡିଆ

*        ସଂକ୍ରମିତ ଘା’ ଓ ଚର୍ମପୂୟ

*        ଯାଦୁ ଏବଂ ଅନ୍ୟାନ୍ୟ ଶୈବାଳ ସଂକ୍ରମଣ

ଚର୍ମରୋଗ ରୋକିବା ପାଇଁ ପରିଚ୍ଛନ୍ନତା ନିୟମାବଳୀ ପାଳନ କରନ୍ତୁ

*        ପିଲାମାନଙ୍କୁ ପ୍ରତିଦିନ ଗାଧୋଇ ଦିଅନ୍ତୁ  ।

*        ଓଡଶ ଓ ଉକୁଣୀ ଆଦି ଯେପରି ଘରେ ନ ରୁହନ୍ତି ନଜର ଦିଅନ୍ତୁ  । କୁଣ୍ଡିଆ ଯେପରି ଅଧିକ ବଢି ନ ପାରେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ  ।

*        କୁଣ୍ଡିଆ, ଉକୁଣୀ, ଯାଦୁ ଓ ସଂକ୍ରମିତ ଘା’ ହୋଇଥିବା ଶିଶୁକୁ ଅନ୍ୟ ସୁସ୍ଥ ଶିଶୁଙ୍କ ସହ ଏକତ୍ର ଶୋଇବା ବା ମିଳା ମିଶା କରିବାକୁ ଦିଅନ୍ତୁ ନାହିଁ   । ତୁରନ୍ତ ସେମାନଙ୍କର ଚିକିତ୍ସା ବ୍ୟବସ୍ଥା କରନ୍ତୁ   ।

ଆଖିଧରା (ନେତ୍ରଶ୍ଳେଷ୍ମା ଶୋଥ)

ଆଖିପତା ଭିତରେ ଦିନକୁ ଅନେକ ଥର ଜୀବାଣୁନାଶୀ ଆଖି ଔଷଧ କେତେ ବୁନ୍ଦା ପକାନ୍ତୁ   । ମନେ ରଖନ୍ତୁ ଆଖି ଧରିଥିବା ଗୋଟିଏ ପିଲାକୁ ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ ବା ଏକତ୍ର ଶୋଇବାକୁ ଛାଡନ୍ତୁ ନାହିଁ  । ଯଦି ଆଖିଧରା ଅଳ୍ପଦିନ ଭିତରେ ଭଲ ହେଉ ନ ଥାଏ ତେବେ ସ୍ଵାସ୍ଥ୍ୟକର୍ମୀଙ୍କୁ ଦେଖାନ୍ତୁ   ।

ସର୍ଦ୍ଦି ଏବଂ ଫ୍ଲୁ

ସାଧାରଣ ଥଣ୍ଡା, ନାକରୁ ପାଣି ନିଗିଡିବା, ସାମାନ୍ୟ ଜ୍ଵର ହେବା, ଖୁଁ ଖୁଁ କାଶି ହେବା, ତଣ୍ଟିମୂଳ ଦରଜ ହେବା ଓ ବେଳେବେଳେ ପତଳା ଝାଡା ଇତ୍ୟାଦି ହେବା ପ୍ରାୟତଃ ପିଲାମାନଙ୍କଠାରେ  ଦେଖା ଦେଇଥାଏ   । ଏଗୁଡିକ ଭୟଙ୍କର ସମସ୍ୟା ନୁହେଁ   ।

ଏହାର ଚିକିତ୍ସା ହେଉଛି, ଆବଶ୍ୟକ ପରିମାଣରେ ଆସ୍ପିରିନ ଓ ଏସିଟାମିନୋଫେନ ଔଷଧ ସହ ପ୍ରଚୁର ପରିମାଣରେ ପିଇବାକୁ ଦିଅନ୍ତୁ   । ଯେଉଁମାନେ ବିଛଣାରେ ଶୋଇବାକୁ ଚାହୁଁଛନ୍ତି, ସେମାନେ ସୋଇ ରୁହନ୍ତୁ   । ସୁଷମ ଖାଦ୍ୟ ଓ ପ୍ରଚୁର ପରିମାଣରେ ଫଳ ଖାଇବାକୁ ଦେଲେ ଥଣ୍ଡା ଛାଡିଯାଏ   ।

ସାଧାରଣ ଥଣ୍ଡା ପାଇଁ ପେନସିଲିନ, ଟେଟ୍ରାସାଇକ୍ଲିନ  ଆଦି ଜୀବାଣୁନାଶୀ ଔଷଧ ଭଲ କାମ କରେ ନାହିଁ   । ଥଣ୍ଡା ପାଇଁ ଇଞ୍ଜେକ୍ସନ ନେବା ଦରକାର ନାହିଁ   ।

ଥଣ୍ଡା ଧରିଥିବା ଗୋଟିଏ ପିଲା ଦେହ ଯଦି କ୍ରମେ  ଅଧିକ ଅସୁସ୍ଥ ହେଲା, ଜ୍ଵର ଖୁବ୍ ଜୋରରେ ବଢିଲା ଓ ଘନଘନ ଅଳ୍ପ ଅଳ୍ପ ନିଃଶ୍ଵାସ ନେଲା ତେବେ ନିମୁନିଆ ହୋଇଥାଇପାରେ  । ଏ କ୍ଷେତ୍ରରେ ଜୀବାଣୁନାଶୀ ଔଷଧ ଦେବା ଉଚିତ୍  । କର୍ଣ୍ଣମୂଳର  ସଂକ୍ରମଣ ଓ ଗଳା ଫୁଲା ପ୍ରତି ନଜର ଦିଅନ୍ତୁ   ।

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 4/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate