ଏହା ଫୁସୁଫୁସ୍ ର ଏକ ମାରାତ୍ମକ ସଂକ୍ରମଣ ଅଟେ । ଶ୍ଵାସକ୍ରିୟା ସମ୍ବନ୍ଧୀୟ ରୋଗ ଯଥା, ମିଳିମିଳା, ଧଇଁକାଶ, ଫ୍ଲୁ, ଶ୍ଵାସନଳୀ ପ୍ରଦାହ, ଶ୍ଵାସରୋଗ କିମ୍ବା ଅନ୍ୟ କୌଣସି ଭୟାନକ ରୋଗ ହେବାପରେ ପ୍ରାୟ ଏହା ଦେଖାଯାଇଥାଏ ଏବଂ ଏହା ପିଲାମାନଙ୍କ ପାଇଁ ବିଶେଷଭାବରେ ମାରାତ୍ମକ ।
ଲକ୍ଷଣ
* ଜୋର ଓ ଅଗଭୀର ବା ହାଲକା ନିଶ୍ଵାସ ନେବା । ପ୍ରତ୍ୟକ ନିଃଶ୍ଵାସ ସହ ନାକର ବାଟ ବନ୍ଦ ହୋଇଯିବା ।
* କାଶ (ପ୍ରାୟତଃ ହଳଦିଆ, ସବୁଜ, କିମ୍ବା ଅଳ୍ପ ରକ୍ତମିଶା )
* କାଶିବା ବା ଗଭୀର ନିଃଶ୍ଵାସ ନେବାଦ୍ଵାରା ଛାତି ଯନ୍ତ୍ରଣା ବଢିବା ଏବଂ ଯନ୍ତ୍ରଣା ହେଉଥିବା କଡମାଡି ଶୋଇଲେ ଆରାମ ମିଳିବା ଅତ୍ୟଧିକ ଜ୍ଵର
* ବ୍ୟକ୍ତି ଅତ୍ୟଧିକ ରୋଗିଣା ଦେଖାଯିବା
* ଗୋଟିଏ ଅତି ଦୁର୍ବଳ ପିଲା ଯିଏକି ପ୍ରତି ମିନିଟ୍ କୁ ପଚାଶଥର ଅଗଭୀର ନିଃଶ୍ଵାସ ନେଉଛି ସମ୍ଭବତଃ ତାକୁ ଫୁସୁଫୁସ୍ ପ୍ରଦାହ ହୋଇଛି । (ଯଦି ଶ୍ଵାସ ଜୋର ତଥା ଅସମ୍ଭାଳ ହୁଏ, ଜଳୀୟ ଅଂଶ ଅଭାବର ପରୀକ୍ଷା କରନ୍ତୁ ) ।
* ଥଣ୍ଡା ଜନିତ ଘା’ ମୁହଁ ବା ଓଠରେ ହୋଇପାରେ ।
ଚିକିତ୍ସା
* ଫୁସୁଫୁସ୍ ପ୍ରଦାହପାଇଁ, ପ୍ରତି ଜୀବାଣୁ ଔଷଧଦ୍ଵାରା ଚିକିତ୍ସା, ନିଶ୍ଚିତ ମୃତ୍ୟୁରୁ ରକ୍ଷାକରି ଦେଇପାରେ । ପେନିସିଲିନ ବଟିକା କିମ୍ବା ଆମୋକ୍ସିସିଲିନ ବା କୋଟ୍ରାମୋକ୍ସାଜୋଲ ସଲଫୋନାମୋଇଡ ବଟିକା ଦିଅନ୍ତୁ ।
* ଜ୍ଵର ଓ ଯନ୍ତ୍ରଣା କମ୍ କରିବାପାଇଁ ଆସ୍ପିରିନ ବା ଏସିଟାମିନୋଫେନ ଦିଅନ୍ତୁ ।
* ପ୍ରଚୁର ପରିମାଣରେ ପାଣି ପିଇବାକୁ ଦେଇ ଗରମ ବାମ୍ଫ ଶୁଙ୍ଘିବାକୁ ଦେଇ କାଶକୁ ସହଜ ତଥା କଫକୁ ନରମ କରାଯାଇ ପାରିବ । ପୋଷ୍ଟୁରାଲ ଡ୍ରେନେଜ ମଧ୍ୟ ସାହାଯ୍ୟ କରିପାରେ ।
* ଯଦି କାଶିଲେ ସଂ ସଂ ଶବ୍ଦ ହୁଏ ତେବେ ଥିଓଫିଲିନ ବା ଏଫିଡ୍ରାଇନକୁ ଶ୍ଵାସରୋଗ ବିରୋଧୀ ଔଷଧ ସାହାଯ୍ୟ କରିପାରେ ।
୫୦ – ୬୦ ବର୍ଷର ଅଧିକାଂଶ ବ୍ୟକ୍ତିଙ୍କୁ ଫୁସୁଫୁସ୍ କର୍କଟ ହୋଇଥାଏ । ଫୁସୁଫୁସ୍ କର୍କଟ ରୋଗର ଅଧିକାଂଶ କାରଣମାନଙ୍କ ମଧ୍ୟରୁ ଧୂମପାନ ଏକ କାରଣ । କାରଖାନାର ଧୂଆଁ ଓ ଦୂଷିତ ପରିବେଶ ସହିତ ଅନ୍ୟ କାରଣ ମଧ୍ୟ ହୋଇପାରେ । ଯେଉଁ ବ୍ୟକ୍ତି ଦିନକୁ ୨ ପ୍ୟାକେଟ କରି ୨୦ ବର୍ଷ ଯାଏଁ ସିଗାରେଟ ପିଅନ୍ତି, ସେମାନଙ୍କୁ ଫୁସୁଫୁସ୍ ରେ କର୍କଟ ହେବାର ସମ୍ଭାବନା ଥାଏ । ମାତ୍ର ଯିଏ ଆଦୌ ସିଗାରେଟ ପିଅନ୍ତି ନାହିଁ ସେମାନେ ୬୦-୭୦ ଥର ସିଗାରେଟ ପିଇଲେ କର୍କଟ ହୋଇପାରେ । ଯେତେବେଳେ ବ୍ୟକ୍ତି ଜଣକ ଧୂମପାନ ବନ୍ଦ କରିଦିଅନ୍ତି ତାଙ୍କର ଫୁସୁଫୁସ୍ କର୍କଟ କମିଯିବାର ସମ୍ଭାବନା ଥାଏ ।
ଲକ୍ଷଣ
* ଫୁସୁଫୁସ୍ ରେ କର୍କଟ ହୋଇଥିବା ବ୍ୟକ୍ତିର କାଶରେ କଷ୍ଟ, କଫରେ ରକ୍ତ ପଡିବା, ବା ଶ୍ଵାସକ୍ରିୟାରେ ଅସୁବିଧାମାନ ଦେଖାଯାଏ । ନିଶ୍ଵାସ ପ୍ରଶ୍ଵାସ ଯିବା ଆସିବାବେଳେ ସଂ ସଂ ମଧ୍ୟ ଶୁଭିପାରେ ।
* ସଂକ୍ରମଣ ହେଲେ ଜ୍ଵର ହୁଏ ।
ଚିକିତ୍ସା
* ଫୁସୁଫୁସ୍ କର୍କଟ ହୋଇଥିବା ବ୍ୟକ୍ତି ଚିକିତ୍ସା ବିନା ଏକ ବର୍ଷ ମଧ୍ୟରେ ମରନ୍ତି ।
* ଫୁସୁଫୁସ୍ କର୍କଟ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କଲେ ଅଳ୍ପଦିନ ବଞ୍ଚିପାରନ୍ତି, କିନ୍ତୁ ତାଙ୍କର ଅସୁସ୍ଥତା ଭଲହୁଏ ନାହିଁ । ଏହା ବଡ ଡାକ୍ତରଖାନାରେ ହୋଇପାରିବ ଏବଂ ବହୁତ ଟଙ୍କା ଖର୍ଚ୍ଚ ହେବ ।
* ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଫୁସୁଫୁସ୍ କର୍କଟ ହୋଇଛି ବୋଲି ସନ୍ଦେହ କରନ୍ତି, ତାହାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପ୍ରତିଷେଧକ
ଧୂମପାନ ନ କରିବା ଫୁସୁଫୁସ୍ କର୍କଟର କେବଳ ମାତ୍ର ପ୍ରତିଷେଧକ ପନ୍ଥା । ଯେଉଁ ବ୍ୟକ୍ତି ଧୂମପାନ ଆରମ୍ଭ କରିସାରିଥିବେ ତାହା ବନ୍ଦ କରିବା କଷ୍ଟ ସାଧ୍ୟ କାରଣ ସେ ଅଭ୍ୟସ୍ତ ହୋଇଯାଇଥିବେ ।
ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ
Last Modified : 4/23/2019