অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶ୍ଵାସକ୍ରିୟା ପଦ୍ଧତି

ଶ୍ଵାସକ୍ରିୟା ପଦ୍ଧତିର କାର୍ଯ୍ୟ

ଶ୍ଵାସକ୍ରିୟା ପଦ୍ଧତିର କାର୍ଯ୍ୟ ହେଲା – ଶରୀରର ବିଭିନ୍ନ ଅଙ୍ଗର  ଭରଣପୋଷଣ ଏବଂ ଅଙ୍ଗର  ଅଭିବୃଦ୍ଧିପାଇଁ ଅମ୍ଳଜାନ ଗ୍ୟାସ ଦେଇ ଅଙ୍ଗାରକାମ୍ଳ ଗ୍ୟାସ ନିଷ୍କାସନ କରିବା   ।

ନିଶ୍ଵାସ ପ୍ରଶ୍ଵାସରେ ନେଉଥିବା ବାୟୁକୁ ନାକ ଉଷୁମ ଓ ଆର୍ଦ୍ର କରିଥାଏ   । ଏହା ତାଳୁର ଅଂଶ ଓ କଣ୍ଠନଳୀ ସହିତ ସଂଯୋଗ ହୋଇଥାଏ   । ଆମ୍ଭେ ଏହାକୁ କଣ୍ଠ ବୋଲି କହୁ   । କଣ୍ଠନଳୀ, ଶ୍ଵାସନଳୀ ବା ବାୟୁପ୍ରଦାହନଳୀ  ସହିତ ଏହା ଯୋଗ ହୋଇହାଏ   । ଏହା ବାମ  ଗଳଗଣ୍ଡ ଓ ଡାହାଣ ଗଳଗଣ୍ଡ ନାମକ ୨ଟି ନଳୀରେ ଭାଗ ହୋଇଅଛି   । ଗଳଗଣ୍ଡ ପୁଣି ଛୋଟ ନଳୀରେ ବିଭକ୍ତ ହୋଇଅଛି  ।ଏଗୁଡିକ ବାୟୁଥଳୀ ସହ ସଂଯୋଗ ହୋଇଥାଏ   । ଆମ୍ଭେ ନିଶ୍ଵାସ ପ୍ରଶ୍ଵାସରେ ଯେଉଁ ବାୟୁ ନେଉ ତାହା ଆଲଭିଓଲିକୁ ଯାଏ   । ଯେ କୌଣସି ପ୍ରତିରୋଧ ବାୟୁ ଏହି ବାୟୁନଳୀ ଦେଇ ପଶେ ଏବଂ ବାହାରେ, ତାହା ଶ୍ଵାସକ୍ରିୟାରେ ବାଧାର କାରଣ ହୁଏ   । ଭିତର ସ୍ତରକୁ ଢାଙ୍କି ରହିଥିବା ବାୟୁପଥରୁ ଲୁକ୍କାୟିତ କଫ ବା ସିଙ୍ଘାଣି ଜୀବାଣୁ ଓ ମଇଳାକୁ ଜାବୁଡି ଧରିଥାଏ   ।  ଯେତେବେଳେ ଏହା ସଂକ୍ରମଣ ହୁଏ, ଏହି ଲୁକ୍କାୟିତ ରାସ୍ତାରୁ ଅଧିକ କଫ ଉତ୍ପାଦନ ହୋଇଥାଏ   । କଫ ଜୀବାଣୁ ଖାଦ୍ୟ, ପାଣି ବା ଅନ୍ୟ କୌଣସି ଜିନିଷ ବାୟୁପଥ ମଧ୍ୟରୁ ବାହାର କରିବାପାଇଁ ସାହାଯ୍ୟ କରେ  ।

ଫୁସୁଫୁସ୍ ଦ୍ୱୟ ବାୟୁଥଳୀରେ ନିର୍ମିତ  । ଉଭୟ ଫୁସୁଫୁସ୍ ଛାତି ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରହିଥାଏ  ଏବଂ ଏହା ବାହାରର ପଞ୍ଚରାହାଡ ଦ୍ଵାରା ରକ୍ଷାପାଇଥାଏ  । ଫୁସୁଫୁସ୍ ଦ୍ୱୟ ଏକ ପତଳା ଆବରଣ ଦ୍ଵାରା ଆଚ୍ଛାଦିତ ହୋଇଥାଏ   । ଏହାକୁ ଫୁସୁଫୁସ୍ ଆବରଣକାରୀ ଝିଲ୍ଲୀ କହନ୍ତି  । ଏହି  ଫୁସୁଫୁସ୍  ଆବରଣକାରୀ ଝିଲ୍ଲୀ ଦ୍ୱୟ ମଧ୍ୟରେ ଗୋଟିଏ ସ୍ଥାନ ଅଛି ଯେଉଁଥିରେ କି ଫୁସୁଫୁସ୍ ରେ କୌଣସି ସଂକ୍ରମଣ ବା କ୍ଷତ ହେଲେ ତରଳପଦାର୍ଥ, ପୂଜ ବା ରକ୍ତ ସଂଗୃହିତ ହୋଇପାରେ   ।

ବାୟୁଥଳୀ ବା ଆଲଭିଓଲି ଗୁଡିକ ଛୋଟ ଛୋଟ ରକ୍ତ ଆଧାର ଦ୍ଵାରା ଆଚ୍ଛାଦିତ ହୋଇଅଛି   । ଆମ୍ଭେ ପ୍ରଶ୍ଵାସରେ ଯେଉଁ ଅମ୍ଳଜାନ ଗ୍ରହଣ କରୁ  (ଆମ୍ଭେ ବଞ୍ଚିବାପାଇଁ ଯେତିକି ବାୟୁ ଦରକାର) ତାହା ଆଲଭିଓଲିକୁ ଯାଏ ଏବଂ ତାହା ରକ୍ତ ସହିତ ମିଶି ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ପ୍ରସାରିତ ହୋଇଥାଏ   । ରକ୍ତ ଫେରିବା ସମୟରେ ଅଙ୍ଗାରକାମ୍ଳକୁ ଆଲଭିଓଲି ମଧ୍ୟକୁ ନେଇଆସେ   । ଯେତେବେଳେ ଆମ୍ଭେ ନିଶ୍ଵାସ ଛାଡୁ ସେତେବେଳେ ଅଙ୍ଗାରକାମ୍ଳ (ଯେଉଁ ବାୟୁ ଶରୀର ପାଇଁ ଦରକାର ନୁହେଁ) ଶରୀର ମଧ୍ୟରୁ ବାହାରି ଆସେ  । ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସ ଶ୍ଵାସକ୍ରିୟା ସମୟରେ ଆଲଭିଓଲିଦ୍ଵାରା ଯିବା ଆସିବା କାର୍ଯ୍ୟ ହୋଇଥାଏ   । ଶ୍ଵାସକ୍ରିୟାଦ୍ଵାରା ଛାତିର ମାଂସପେଶୀ ବା ମଧ୍ୟଛଦାର ଚଳପ୍ରଚଳ ସମ୍ଭବ ହୋଇଥାଏ   ।

ଶ୍ଵାସ ପ୍ରଶ୍ଵାସ ସମ୍ବନ୍ଧୀୟ ପ୍ରଣାଳୀର ସାଧାରଣ ଅସୁବିଧା

ଶ୍ଵାସରୋଗ

ଆଜମା ଏପରି ଏକ ଅସୁସ୍ଥତା ଯିଏ କି ବାୟୁନଳୀ ଉପରେ ପ୍ରଭାବ ପକାଇ ଥାଏ   । ଆଜମା ହୋଇଥିବା ସମୟରେ ବାୟୁନଳୀ ସାରୁ ହୋଇଯାଏ ଏବଂ ତାହା ଫୁଲିଯାଇ ମୋଟା ବା ବହଳ ସିଙ୍ଘାଣି ବାହାରେ ଏହି କାରଣରୁ ବ୍ୟକ୍ତି ଜଣକ ଆଜମା ସହିତ ଶ୍ଵାସକ୍ରିୟାରେ ଅସୁବିଧା ଭୋଗ କରନ୍ତି   । ଯେତେବେଳେ ସେ ପ୍ରଶ୍ଵାସ ନିଅନ୍ତି ତାଙ୍କର ଗଳାବନ୍ଧ ହାଡର ଭିତର ପାଖ ଓ ପଞ୍ଜରାହାଡ  ମଧ୍ୟରେ ଥିବା ଚର୍ମ ସୋଷିନେଲାପରି କୁଞ୍ଚୁକୁଞ୍ଚିଆ ହୋଇଯାଏ   । ଯେତେବେଳେ ସେ ନିଶ୍ଵାସ ଛାଡନ୍ତି ସେତେବେଳେ ସଂ ସଂ ଶବ୍ଦ ହୁଏ   ।

ଯଦି ବ୍ୟକ୍ତି ଯଥେଷ୍ଟ ବାୟୁ ନେଇ ନ ପାରନ୍ତି  ତାହାହେଲେ ତାଙ୍କର ନଖ ଓ ଓଷ୍ଠ ନୀଳ ରଙ୍ଗ ହୋଇଯାଏ  ଏବଂ ଗଳାର ଧମନୀ ଗୁଡିକ ଫୁଲିଯାଇପାରେ   । ସାଧାରଣତଃ ଏହାଦ୍ଵାରା ଜ୍ଵର ହୁଏ  ନାହିଁ ଓ ଧଳା କଫ ପଡିବା ସହିତ କାଶ ହୋଇଥାଏ   ।

ଆଜମା ବେଳେବେଳେ ବାଲ୍ୟାବସ୍ଥାରୁ ଆରମ୍ଭ ହୋଇଥାଏ ଓ ସାରାଜୀବନ ପାଇଁ ସମସ୍ୟା ହୋଇ ପାରେ   । ଏହା ସଂକ୍ରାମକ ନୁହେଁ, କିନ୍ତୁ ଯାହାର ସମ୍ପର୍କୀୟ ଶ୍ଵାସରୋଗୀ, ସେହି ପିଲାମାନଙ୍କଠାରେ ଏହା ସାଧାରଣତଃ ଦେଖାଯାଏ  । ବର୍ଷରେ କେତେକ ନିର୍ଦ୍ଧିଷ୍ଟ ମାସରେ ଏବଂ ରାତିରେ  ଏହା ଅଧିକ ଖରାପ ହୁଏ   । ଯେଉଁ ବ୍ୟକ୍ତିମାନଙ୍କର ବର୍ଷ ବର୍ଷ ଧରି ଶ୍ଵାସରୋଗ ଅଛି, ସେମାନଙ୍କୁ ଏମ୍ପିସିମା ହୋଇଥାଇପାରେ   ।

ଯେଉଁ ଜିନିଷଗୁଡିକ ପ୍ରତି ଲୋକଟି ଏଲର୍ଜିକ ସେଗୁଡିକୁ ଖାଇବା ବା ଶୁଙ୍ଘିବାଦ୍ଵାରା ଶ୍ଵାସରୋଗ ହୋଇପାରେ   । ପିଲାମାନଙ୍କ କ୍ଷେତ୍ରରେ ଶ୍ଵାସରୋଗ ପ୍ରଥମେ ଥଣ୍ଡା ଓ ଶର୍ଦ୍ଦିଜ୍ଵରରେ ଆରମ୍ଭ ହୁଏ   । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଘାବରେଇଯିବା କିମ୍ବା ଉଦବେଗ ପ୍ରକାଶ କରିବା ମଧ୍ୟ ଶ୍ଵାସରୋଗ ଆଣିବାର ଏକ ଅଂଶବିଶେଷ ଭାବରେ କାମ କରେ   ।

ଚିକିତ୍ସା

  • ଯଦି ଘରେ ଶ୍ଵାସରୋଗ ବେଶୀ ଖରାପ ହୁଏ, ତେବେ ବ୍ୟକ୍ତିଜଣକ ବାହାର ଜାଗାକୁ ଯିବା ଉଚିତ୍ ଯେଉଁଠାରେ  ବାୟୁ ଖୁବ୍  ପରିଷ୍କାର, ଶାନ୍ତ ରୁହନ୍ତୁ ଓ ତାଙ୍କ ସହିତ ବ୍ୟବହାର କରନ୍ତୁ   । ତାଙ୍କୁ ସାନ୍ତ୍ଵନା ଦିଅନ୍ତୁ   ।
  • ପ୍ରଚୁର ପରିମାଣରେ ତରଳ ପଦାର୍ଥ ଦିଅନ୍ତୁ   । ଏହା କଫକୁ ନରମ କରିବ ଓ ଶ୍ଵାସ ନେବାରେ ସହଜ ହେବ   । ଫୁଟନ୍ତା ପାଣିର  ବାଷ୍ପ ମଧ୍ୟ ସାହାଯ୍ୟ  କରିପାରେ   ।
  • ସାଧାରଣ ଆକ୍ରମଣ ପାଇଁ ଏଫିଡ୍ରାଇନ  ବା ଥିଓଫିଲିନ  ଓ ସାଲବୁଟାମୋଲ ଦିଅନ୍ତୁ  ।
  • ଯଦି ଶ୍ଵାସରୋଗ ଆକ୍ରମଣ ବହୁତ ଖରାପ ହୁଏ, ତେବେ ଆଡ୍ରେନାଲିନ ଇଞ୍ଜେକ୍ସନ ଦିଅନ୍ତୁ   । ବୟସ୍କଙ୍କ ପାଇଁ ଅଧା ଆମ୍ପ୍ୟୁଲ ଓ ପିଲାମାନଙ୍କୁ ଆମ୍ପ୍ୟୁଲର ଏକ ଚତୁଃର୍ଥାଂଶ ଦିଅନ୍ତୁ   । ଆପଣ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ କରି ତିନିଥର ପର୍ଯ୍ୟନ୍ତ ଦେଇ ପାରନ୍ତି   ।
  • ଯଦି ବ୍ୟକ୍ତିଙ୍କୁ ଜ୍ଵର ହୁଏ  ବା ଶ୍ଵାସରୋଗର ଆକ୍ରମଣ ତିନିଦିନରୁ  ଅଧିକ ଦିନ ପର୍ଯ୍ୟନ୍ତ ଲାଗିରହେ  ବା ଯଦି କଫ ମୋଟା ଓ ହଳଦିଆ ହୁଏ, ତେବେ ତରାଇମୋକ୍ସାଜୋଲ ବଟିକା ବା ଏରିଥ୍ରୋମାଇସିନ  ଦିଅନ୍ତୁ   ।
  • ବହୁତ କ୍ଵଚିତ କ୍ଷେତ୍ରରେ କେଞ୍ଚୁଆ ଯୋଗୁଁ ଶ୍ଵାସରୋଗ ହୋଇଥାଏ   । ଯଦି ଆପଣ ଭାବନ୍ତି ଯେ ଶ୍ଵାସରୋଗରେ ଆକ୍ରାନ୍ତ ପିଲାମାନଙ୍କଠାରେ କେଞ୍ଚୁଆ ହୋଇଛି, ତେବେ ପାଇପରାଯାଇନ ଦିଆଯାଇପାରେ   ।
  • ଯଦି ବ୍ୟକ୍ତିଭଲ ନ ହୁଏ, ତେବେ ଡାକ୍ତରୀ ସାହାଯ୍ୟ ନିଅନ୍ତୁ   ।
  • ରୋଗୀକୁ ଶୋଇପଡିବା ଭଳି ପୁଷଧ ଦିଅନ୍ତୁ ନାହିଁ   ।

ନିବାରଣ

ଯେଉଁ ଜିନିଷ ଖାଇଲେ ବା ଶୁଙ୍ଘିଲେ ଶ୍ଵାସରୋଗ ଆକ୍ରମଣ କରେ, ଶ୍ଵାସରୋଗୀ ସେଭଳି ଜିନିଷ ଖାଇବା ଅନୁଚିତ  । ଘର ତଥା କାର୍ଯ୍ୟସ୍ଥଳୀ ପରିଷ୍କାର ରହିବା ଉଚିତ  । କୁକୁଡା ବା ଅନ୍ୟ ପଶୁଙ୍କୁ ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ   । ବିଛଣାକୁ ଖରାରେ ରଖନ୍ତୁ, କେବେକେବେ ବାହାରେ ଖୋଲା ପବନରେ ଶୋଇବାଦ୍ଵାରା ଉପକାର ହୁଏ   । ଶ୍ଵାସରୋଗୀଙ୍କର ଅବସ୍ଥାର ଉନ୍ନତି ହୋଇପାରେ ଯଦି ସେ ପରିଷ୍କାର ବାୟୁ ମିଳୁଥିବା ଜାଗାକୁ ଯାଆନ୍ତି  ।

ଯଦି ଆପଣଙ୍କର ଶ୍ଵାସରୋଗ ଅଛି ତେବେ ଧୂମପାନ କରନ୍ତୁ ନାହିଁ,

ଧୂମପାନଦ୍ଵାରା ଆପଣଙ୍କ ଫୁସୁଫୁସ୍ ର ବେଶୀ କ୍ଷତି ହୋଇଥାଏ

ଆଧାର – ଓଡିଶା ଭଲ୍ୟୁଣ୍ଟାରୀ ହେଲଥ ଆସୋସିଏସନ

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate