ନବଜାତର ଯତ୍ନ ନାଭି ଯତ୍ନ : ଶିଶୁ ନାହିମୁଣ୍ଡରୁ ପ୍ରାୟ 5 ସେ.ମି ଛାଡି ସୂତା ବାନ୍ଧନ୍ତୁ। ଏଥିରେ କୌଣସି ଔଷଧ ଲଗାନ୍ତୁ ନାହିଁ । ଆଖିର ଯତ୍ନ : ସଫା କନାରେ ଶିଶୁର ଆଖିକୁ ପରିଷ୍କାର କରିବେ । ଆଖିର ମାଝି ଆଡକୁ ପୋଛନ୍ତୁ । ଦୁଇ ଆଖି ପାଇଁ ଅଲଗା ଅଲଗା କନା ବ୍ୟବହାର କରନ୍ତୁ । ଆଖି ପାଇଁ କୌଣସି ପାଣି ଔଷଧ କିମ୍ବା କନା ବ୍ୟବହାର କରନ୍ତୁ ନାହିଁ । ଶିଶୁର ଗାଧୁଆ: ଅନେକ ଲୋକ ଛୁଆ ଜନ୍ମ ପରେ ତାକୁ ଗାଧୋଇ ଦିଅନ୍ତି । ଏହା କରିବା ଉଚିତ ନୁହେଁ । ଶିଶୁ ସଙ୍ଗେ ସଙ୍ଗେ ଗାଧୋଇ ଦେବାଦ୍ଵାରା ଥଣ୍ଡାହୋଇଯିବା ବା କଲୁଆ ହୋଇପାରେ । ଫଳରେ ଶିଶୁ ଶରୀରର ସାଧାରଣ (ଆବଶ୍ଯକୀୟ) ତାପମାତ୍ରା କମି ଯାଇଥାଏ । ତେଣୁ – ଗୋଟିଏ ସପ୍ତାହ ନାପୁରିଲା ଯାଏଁ ଶିଶୁକୁ ଗାଧାନ୍ତୁ ନାହିଁ । ଶୀତଳ,ପବନ ,ସିଧା ଆସୁଥିବା ପବନ ଏବଂ ବାତାନୁକୁଳ ପରିବେଶରେ ମା’ ଓ ଶିଶୁଙ୍କୁ ରଖନ୍ତୁ ନାହିଁ । ଶିଶୁକୁ ଭଲ ଭାବରେ ଘୋଡାଇ ରଖନ୍ତୁ । ଶିଶୁ ମା’ କୋଳରେ ରହିବା (ମା’ ଓ ଶିଶୁର ଦେହ ଲାଗିବା)ଦରକାର। ଶିଶୁ ର ଓଜନ : ଜନ୍ମ ସମୟରେ ଶିଶୁର ଓଜନ ଅତି କମ ରେ ୨,୫୦୦ ଗ୍ରାମ ରହିଥିବା ଦରକାର। ଏହାଠାରୁ କମ ହେଲେ ଶିଶୁ ର ସ୍ଵତନ୍ତ୍ର ଯତ୍ନ ଦରକାର । ଯଦି ଶିଶୁ ର ଓଜନ ୨,୦୦୦ ଗ୍ରାମରୁ କମ ଅଛି ତେବେ ଏଥିପାଇଁ ଅଧିକ ଯତ୍ନ ଏବଂ ଡାକ୍ତରୀ ତତ୍ତ୍ବାବଧାନର ଆବଶ୍ୟକତା ରହିଛି । ଶିଶୁ ଖାଦ୍ୟ :ସ୍ତନ୍ୟପାନ ଜନ୍ମ ହେବାର ଅଧଘଣ୍ଟା ପରେ ସ୍ତନପାନ କରାନ୍ତୁ । ମା’ ମାନଙ୍କର ପ୍ରଥମ କ୍ଷୀର ଈଷତ ହଳଦିଆ ରଙ୍ଗର ହୋଇଥାଏ । ଏହାକୁ ଆମେ କକ୍ଷ କ୍ଷୀର (କୋଲୋଷ୍ଟ୍ରମ )ବୋଲି କହୁ । ଏହି କ୍ଷୀର ଛୁଆ ପାଇଁ ଅତ୍ୟନ୍ତ ଉପକାରି । ପ୍ରଥମ କକ୍ଷକ୍ଷୀର ର ଉପକାରିତା : ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏକ ବିଶୋଧକ ଭାବେ ଅନ୍ତନାଡି ସାଫା କରିବା ଓ କାମାଳ ରୋଗରୁ (ଜଣ୍ଡିସ )ରକ୍ଷା କରିଥାଏ । ଦୃଷ୍ଟିଶକ୍ତି ବଢ।ଏ ।ଏଣୁ ଜନ୍ମ ପରେ ଶିଶୁକୁ ମା’ କ୍ଷୀର ଦିଅନ୍ତୁ। ମା’ କ୍ଷୀରର ଉପକାରିତା : ଶିଶୁ ପାଇଁ ମା’ କ୍ଷୀର ହେଉଛି ଏକ ପ୍ରକୃତିକ ଖାଦ୍ୟ ଏଥିରେ ଶିଶୁର ଆବଶ୍ୟକୀୟ ସମସ୍ତ ପ୍ରକାର ଖାଦ୍ୟସାର ରହିଥାଏ । ଏହା ଶୀଘ୍ର ଓ ସହଜରେ ହଜମ ହୋଇଥାଏ । ଶିଶୁର ଚାହିଦା ଅନୁସାରେ ଏହା ମିଳିଥାଏ ଓ ଏଥିରେ ଆବଶ୍ୟକ ଉଷ୍ଣତା ଥାଏ । ଏହା ଜୀବାଣୁମୁକ୍ତ ଓ ଶିଶୁକୁ ବିଭିନ୍ନ ରୋଗ ସକ୍ରମଣରୁ ରକ୍ଷକରେ । ମା’ ଓ ଶିଶୁ ମଧ୍ୟରେ ନିବିଡ ସମ୍ପର୍କ ବଢାଇଥାଏ । ମା’ର ମାନସିକ ଶାନ୍ତି ସ୍ତନ୍ୟପାନ ଦ୍ଵାରା ବେଶି ମିଳିଥାଏ । ଏହା ସନ୍ତାନ ଜନ୍ମ ବ୍ୟବଧାନରେ ସାହାଯ୍ୟ କରିଥାଏ । ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡିନଥାଏ । ସ୍ତନ୍ୟପାନ ହେତୁ ସ୍ତନ କର୍କଟ ରୋଗରୁ ରକ୍ଷା ମିଳିଥାଏ । ମା’ର ସ୍ୱାସ୍ଥ୍ୟ ଭଲ ରହିବା ସହିତ ସୌନ୍ଦର୍ଜ୍ୟ ବୃଦ୍ଧି ହୁଏ । ମନେ ରଖନ୍ତୁ: ଜନ୍ମରୁ ୬ ମାସ ଯାଏ ଶିଶୁକୁ କେବଳ ମା’ କ୍ଷୀର ଦିଅନ୍ତୁ । ଜନ୍ମର ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ବ୍ୟତୀତ ଶିଶୁକୁ ଅନ୍ୟ କୌଣସି ପାନୀୟ ଦିଅନ୍ତୁ ନାହିଁ,କାରଣ ମା’ କ୍ଷୀରରେ ଶତକଡା ୮୦ ଭାଗ ପାଣି ରହିଥାଏ । ଶିଶୁ ଯେତେଥର ଖାଇବାକୁ ଚାହୁଁଛି ତାକୁ ସେତେଥର ମା’ କ୍ଷୀର ଖାଇବାକୁ ଦିଅନ୍ତୁ ।୨୪ ଘଣ୍ଟା ଅତି କମ ରେ ୮ ଥର ମା’କ୍ଷୀର ଖୁଆନ୍ତୁ । ୬ ମାସ ବୟସ ଭିତରେ ଯଦି ଶିଶୁ ୬ ଥରରୁ ଅଧିକ ପରିସ୍ରା କରୁଛି ତେବେ ତାର ପେଟ ପୁରୁଛି ବୋଲି ଜାଣି ରଖନ୍ତୁ । ଶିଶୁ ଅସୁସ୍ଥ ଥିବା ଅବସ୍ଥାରେ ମା’ କ୍ଷୀର ଦେବା ବନ୍ଦ କରନ୍ତୁ ନାହିଁ । ଶିଶୁ ପାଇଁ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ହାତ ପରିଷ୍କାର କରନ୍ତୁ । ଶିଶୁର ବୃଦ୍ଧି ଠିକ ଭାବରେ ହେବାପାଇଁ ତା ଖାଦ୍ୟରେ ତେଲ,ଘିଅ ,ଲହୁଣୀ ପ୍ରଭୃତି ମିଶାନ୍ତୁ । ଶିଶୁ ଖାଦ୍ୟରେ ଆୟୋଡିନ ଲୁଣ ବ୍ୟବହାର କରନ୍ତୁ । ଶିଶୁକୁ ସର୍ବଦା ତଟକା ଖାଦ୍ୟ ଦିଅନ୍ତୁ । ଶିଶୁ ସ୍ତନ୍ୟପାୟୀ ଥିଲାବେଳେ ମାର ଖାଦ୍ୟର ମାପ ବୃଦ୍ଧି କରନ୍ତୁ । ଶିଶୁକୁ ଆଦୌ ବୋତଲରେ କ୍ଷୀର ବା ବାହାର କ୍ଷୀର ଦିଅନ୍ତୁ ନାହିଁ । ମା’ କ୍ଷୀର ହେଉନାହିଁ ବୋଲି କହି ତାକୁ ହତାଶ କରନ୍ତୁ ନାହିଁ । ବାରମ୍ବାର ଶିଶୁ ମା’ ସ୍ତନ୍ୟ ଶୋଷିଲେ କ୍ଷୀର ସଂଚାର ହୋଇଥାଏ । ଶିଶୁର ଖାଦ୍ୟ ବୟସ ଖାଦ୍ୟ ପରିମାଣ ଜନ୍ମରୁ ୬ ମାସ ଯାଏଁ କେବଳ ମା’ କ୍ଷୀର ଦିଅନ୍ତୁ ।ଏହା ଛଡା ଆଉ କିଛି ଦିଅନ୍ତୁ ନାହିଁ ।ଶିଶୁ ଜନ୍ମ ହେବା। ଶିଶୁ ଜନ୍ମ ହେବ। ସଙ୍ଗେ ସଙ୍ଗେ ତାକୁ ମା’ର ପ୍ରଥମ କ୍ଷୀର (କଷକ୍ଷୀର)ଖାଇବାକୁ ଦିଅନ୍ତୁ । ଶିଶୁ ଯେତେବେଳେ ଚାହିଁବ ସେତେବେଳେ ଖୁଆନ୍ତୁ । ୬ ର ୯ ମାସ ଶିଶୁକୁ ମା’ କ୍ଷୀର ସହ ଭାତ,ଡାଲି ଓ ପରିବା ସିଝା ଚକଟି ନରମ କରି ଖାଇବାକୁ ଦିଅନ୍ତୁ । ଅଧାକପ ଲେଖାଏଁ ଦିନକୁ ୪ ଥର ଦିଅନ୍ତୁ । ୯ ରୁ ୧୨ ମାସ ମା’ କ୍ଷୀର ସହ ଶିଶୁକୁ ସୁଷମ ଖାଦ୍ୟ ଯଥା – ଶାଗ ଓ ପାରିବା ସିଝା ,ଚୁଡାଗୁଣ୍ଡ, ସିଝାଫଳ,ସିଝା ଅଣ୍ଡା ଖାଇବାକୁ ଦିଅନ୍ତୁ । ଅଧାକପ ଲେଖାଏଁ ଦିନକୁ ୫ ଥର ଦିଅନ୍ତୁ । ୧୨ ରୁ ୧୮ ମାସ ଶିଶୁକୁ ମା’ କ୍ଷୀର ସହିତ ପ୍ରତ୍ୟେକ ଥର ଖାଇବା ବେଳେ ବିଭିନ୍ନ ପୁଷ୍ଟିକାରକ ଖାଦ୍ୟ ଯଥା –କ୍ଷୀର,ଦିଅନ୍ତୁ ପରିବା,ଅଣ୍ଡା ,ମାଂସ ,ଓ ମାଛ ଦିଅନ୍ତୁ । ଏହାଛଡା ଶକ୍ତି ଯୋଗାଇବା ଖାଦ୍ୟ ଯଥା – ଚାଉଳ,ଆଳୁ,ମଇଦା,ଗହମ ଓ କନ୍ଦମୂଳରୁ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ । ଅଧାକପ ଲେଖାଏଁ ଖାଦ୍ୟ ଦିନକୁ ୫/୬ ଥର ଦିଅନ୍ତୁ । ଖାଦ୍ୟରେ ନିଶ୍ଚିତ ଭାବରେ ଶାଗ ୧୮ ରୁ ମାସ ଶିଶୁକୁ ପରିବାରର ଅନ୍ୟ ସମସ୍ତେ ଖାଉଥିବା ଖାଦ୍ୟ ଦିଅନ୍ତୁ ।କିନ୍ତୁ ଏହା ଯେପରି ରାଗ ବା ମସଲାଯୁକ୍ତ ହୋଇନଥିବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେ ବଡ ମାନେ ଖାଉଥିବା ଖାଦ୍ୟର ଅଧା ଖାଦ୍ୟ ଖାଇବ । ଶିଶୁର ଅଭିବୃଦ୍ଧି ଶିଶୁର ଓଜନ ସାଧାରଣତଃ ୬ ମାସରେ ଜନ୍ମ ଓଜନର ୨ ଗୁଣ,୧ ବର୍ଷରେ ୩ ଗୁଣଓ ୨ୟ ବର୍ଷରେ ୪ ଗୁଣ ହୋଇଥାଏ । ସ୍ଥଳ ବିଶେଷରେ ଓଜନର ଅଳ୍ପ ଊଣା ଅଧିକ ଦେଖାଦେଇପାରେ । ଜ୍ଵର ଆମ ଶରୀର ତାପମାତ୍ରା ସାଧାରଣତଃ ୩୭ ଡିଗ୍ରୀ ଉ ବା ୯୮.୪ ଡିଗ୍ରୀ ଋ । ଏଥିରୁ ଅଧିକ ହେଲେ ତାକୁ ଜ୍ଵର କୁହାଯାଏ । ଜ୍ଵର ଗୋଟିଏ ରୋଗ ନୁହେଁ । ଏହା ସାଧାରଣତଃ କୌଣସି ଜୀବାଣୁ,ଭୂତାଣୁ ଓ ପରଜୀବୀର ସଂକ୍ରମଣ କିମ୍ବା ଅନ୍ୟାନ୍ୟ ରୋଗ ପ୍ରଭାବରୁ ହୋଇଥାଏ । ଅତ୍ୟଧିକ ମାତ୍ରାରେ ଜ୍ଵର କ୍ଷତିକାରକ ହୋଇପାରେ ,ବିଶେଷ କରି ପିଲାମାନେ କ୍ଷେତ୍ର ରେ ହଠାତ ଜ୍ଵର ଅଧିକା ହେଲେ ବି ଏହା ପିଲାମାନଙ୍କୁ ମୂର୍ଚ୍ଛା ରୋଗରେ ପୀଡିତ କରାଇପାରେ ଉପଚାର ପିଲାର ଶରୀରକୁ କିଛି କପଡା ଦ୍ଵାରା ଘୋଡାଅ ନାହିଁ । ଖୋଲା ପବନ ବହିଲେ କିମ୍ବା ଫ୍ୟାନ ଦ୍ଵାରା ପବନ ଚଳଚଳ ହେଲେ ରୋଗୀକୁ ଉପଶମ ଲାଗିଥାଏ ଥଣ୍ଡା ପାଣି (କଲୁଆ ପାଣି ନୁହେଁ )ପିଲା ବେଳ ତଳକୁ କପଡା ଦ୍ଵାରା ୧୫ ମିନିଟ କୁ ଥରେ ପୋଛି ଦିଅ । ଯେପର୍ଯ୍ୟନ୍ତ ତାପମାତ୍ରା ନ କମିଛି ପିଲାକୁ ଅଧିକ ପରିମାଣରେ ପାନୀୟ ଦିଅନ୍ତୁ ୬ ମାସରୁ କମ ବୟସର ଶିଶୁପାଇଁ-କେବଳ ମା’ କ୍ଷୀର ଦିଅନ୍ତୁ ୬ ମାସରୁ ଅଧିକ ବଯସର ଶିଶୁପାଇଁ –ମା’ କ୍ଷୀର, ଫଳରସ ,ପିଇବା ପାଣି (ଫୁଟ ହୋଇ ଥଣ୍ଡା ହୋଇଥିବା ) ଦିଅନ୍ତୁ ଜ୍ଵର କମାଇବା ପାଇଁ ପାରାସିଟାମଲ ଦିଆଯାଇପାରେ । କିନ୍ତୁ ପାରାସିଟାମଲ ଦେବା ପୂର୍ବରୁ ଆବଶ୍ଯକୀୟ ଡାକ୍ତରୀ ପରାମର୍ଶ ନେବା ଜରୁରୀ ଅବହେଳା ନ କରି ଡାକ୍ତରୀ ସାହାଯ୍ୟ ନିଅ ଯଦ୍ୱାରା ଜ୍ବରର କାରଣ ଜାଣି ଚିକିସ୍ଛା କରିହେବ ମନେରଖନ୍ତୁ - ତାପମାତ୍ରା କମାଇବା ପାଇଁ ରୋଗୀର ଶରୀରକୁ ଓଦା କପଡାରେ ପୋଛିଡିଅ ଏବଂ ତାଳୁରେ ଓଦା କାନପଟି ପକାନ୍ତୁ ଔଷଧ ଦେବା ବିଷୟରେ ଆଗରୁ ଡାକ୍ତରଙ୍କ ଠାରୁ ବୁଝିନିଅନ୍ତୁ ଉପୋରକ୍ତ ଉପଚାରରେ ରୋଗୀର ଜ୍ଵର ନ କମିଲେ ତାକୁ ଦକତାରଖାନା ନେବାର ବ୍ୟବସ୍ଥା କରନ୍ତୁ ପୁଷ୍ଟିହୀନତା ଶିଶୁମୃତ୍ୟୁର ଅନେକ କାରଣ ମଧ୍ୟରେ ପୁଷ୍ଟିହୀନତା ଅନ୍ୟତମ। ପୁଷ୍ଟିହୀନତା ସାଧାରଣ ୩ ବର୍ଷ ମଧ୍ୟରେ ଦେଖାଦିଏ ।ଏଥିରେ ଯେ କେବଳ ଶିଶୁର ମୃତ୍ୟୁ ହୋଇଥାଏ ତାହା ନୁହେଁ,ଯେଉଁମାନେ ବଞ୍ଚିଯାନ୍ତି ସେମାନଙ୍କଠାରେ ମାନସିକ ନ୍ୟୁନତା ଓ ଶାରୀରିକ ଅକ୍ଷମତା ସବୁଦିନ ପାଇଁ ରହିଯାଏ । ଉତ୍ତମ ପୁଷ୍ଟି ମୃତ୍ୟୁକୁ ପ୍ରତିରୋଧ କରିଥାଏ ଏବଂ ଅଧିକ ସମୟ ସୁସ୍ଥ ଭାବରେ ବଞ୍ଚି ରହିବା ତଥା ଦୁର୍ବଳତାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ । ପୁଷ୍ଟିହୀନତା ର କାରଣ : ଅତିଶୀଘ୍ର ମା’ କ୍ଷୀର ଛଡାଇବା ଖାଦ୍ୟର ପରିମାଣ ଓ ଥର କମାଇବା ବାରମ୍ବାର ରୋଗ ଓ କୃମି ସଂକ୍ରମଣ ଭୋଗୁଥିବା ଶିଶୁ କମ ବ୍ୟବଧାନରେ ପିଲାଜନ୍ମ କମ ଓଜନର ଶିଶୁ ଅଶିକ୍ଷିତ ମା’ ବୋତଲରେ ଖାଉଥିବା ଶିଶୁ ଓ ଆର୍ଥିକ ସାମ୍ଭଳ ଅଭାବ ତଥା ବହୁସଦସ୍ୟ ପରିବାର ପୁଷ୍ଟିହୀନତା ର ପ୍ରକାର : ମରାସମସ – ଏହା ଶକ୍ତିଦାୟକ(ଶ୍ଵେତସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର କ୍ଷୀଣ ହେବା, ଚର୍ମ ଶିଥିଳ ଦେଖାଯିବା,ଆଖି ଭିତରକୁ ପଶିଯିବା,ଓଜନହ୍ରାସ ,ଚିଡିଚିଡା ସ୍ଵଭାବ ଓ ଭୋକ ହେଉଥିବା ଦେଖାଯାଏ ।ଏପରି ରୋଗୀକୁ ଖୁଆଇବା ସହଜ ।ମୋଟାମୋଟି ଭାବେ କହିବାକୁ ଗଲେ ଶିଶୁଟି ଗୋଟିଏ ବୁଢାଲୋକ ଭଳି ଦେଖାଯାଏ । କ୍ଵାସିଅରକର – ଏହା ଶରୀର ଗଠନକାରୀ (ପୁଷ୍ଟିସାର)ଜାତୀୟ ଖାଦ୍ୟ ଅଭାବରୁ ହୋଇଥାଏ । ଏଥିରେ ଶରୀର,ମୁହଁ,ଦେହ ଓ ଅନ୍ୟାନ୍ୟ ଅଙ୍ଗୁଳିଯିବା ଏବଂ ବାଳର ରଙ୍ଗ କହରା ଦେଖାଯିବା,ଚର୍ମରୁ କାତି ଭଳି ଚୋପା ଛାଡିବା ବା ଘା’ ହେବା ,ଆଳସ୍ୟ ଭାବ ,ଖାଇବାରେ ଅନାଗ୍ରହ ଆଦି ଏହାର ମୁଖ୍ୟ ଲକ୍ଷଣ । ଏହିପରି ରୋଗୀକୁ ଖୁଆଇବା କଷ୍ଟ । ପୁଷ୍ଟିହୀନତାରେ ଆକ୍ରାନ୍ତ ହେବାର ସାଧାରଣ ବୟସ : ଜନ୍ମ ବେଳେ –ଗରିବ ପରିବାରରେ ସାଧାରଣତଃ କମ ଓଜନର ଶିଶୁ ଜନ୍ମ ହୋଇଥାଏ ।ତେଣୁ ଜନ୍ମର ପ୍ରଥମ ସପ୍ତାହ ଓ ପ୍ରଥମ ମାସ ଏଇଭଳି ଶିଶୁଙ୍କ ପାଇଁ ଅଧିକ ବିପଦପୂର୍ଣ୍ଣ । ୮ ରୁ୧୦ ମାସ ବେଳେ – କେତେକ ଗୋଷ୍ଠୀରେ ଏକ ବର୍ଷଯାଏ ଶିଶୁକୁ କେବଳ ମା’କ୍ଷୀର ଖୁଆନ୍ତି ।କିନ୍ତୁ ୬ ମାସ ପରେ ଶିଶୁକୁ ମା’ କ୍ଷୀର ସହିତ ବାହାର ଖାଦ୍ୟ ନଦେଲେ ତା’ର ଅଭିବୃଦ୍ଧି ଠିକ ଭାବରେ ହୋଇ ନଥାଏ । ‘ଳରେ ସେ ପୁଷ୍ଟିହୀନତାର ଶିକାର ହୋଇଥାଏ । ୧୨ ରୁ ୧୪ ମାସ ମଧ୍ୟରେ –ଅତିରିକ୍ତ ଖାଦ୍ୟ ଦେବାରେ ଅସୁବିଧା ହେଲେ ମା’କ୍ଷୀର ଦେବା ବନ୍ଦ କରିଦିଏ,ଯଦି ଏହି ସମୟ ମଧ୍ୟରେ ମା’ ଆଉଥରେ ଗର୍ଭଧାରଣ କରେ ବା ଅନ୍ୟ ଏକ ଶିଶୁକୁ ଜନ୍ମ ଦିଏ । ନିରାକରଣ : ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ଖୁଆଇବା ୬ ମାସ ବୟସରେ ଶିଶୁକୁ ମା’ କ୍ଷୀର ସହିତ ଅନ୍ୟାନ୍ୟ ବାହାର ଖାଦ୍ୟ ଯଥା –ସିଝା ପାରିବା,ଅଣ୍ଡା ,କ୍ଷୀର ,ପାଚିଲା କଦଳୀ ,ଡାଲି ଇତ୍ୟାଦି ଖୁଆଇବା । ପରିଷ୍କାର ବାସନ ଓ ହାତରେ ଖାଦ୍ୟ ପ୍ରସ୍ତୁତ କରିବା ଓ ଖୁଆଇବା ଏବଂ ସଦ୍ୟପ୍ରସ୍ତୁତ ତଟକା ଖାଦ୍ୟ ଖାଇବାକୁ ଦେବା ଡବା କ୍ଷୀର ଖୁଆଇବାରୁ ନିବୃତ୍ତ ରହିବା ଶିଶୁକୁ ସମସ୍ତ ପ୍ରତିଷେଧକ ଟୀକା ଦେବା ଆଧାର :ୟୁନାଇଟେଡ଼ ନେଶନସ ୱାର୍ଲ୍ଡଡ ଫୁଡ ପ୍ରୋଗ୍ରାମ