অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏଚ. ଆଇ.ଭି / ଏଡସ୍ ପରାମର୍ଶ (ବିଭାଗ – ୨)

ସମ୍ପୂର୍ଣ୍ଣ ପରାମର୍ଶ

ଏହା କିପରି ଏଚ. ଆଇ.ଭି /ଏଡସ୍/ନ ଯୌନ ରୋଗୀଙ୍କ ପାଇଁ ହିତସାଧନ  କରିଥାଏ ।

ଗତ କିଛି ବର୍ଷ ହେଲା ଏହା ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରାଯାଉଛି ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ଏକ ପ୍ରକାର ଅବସ୍ଥା ଯେଉଁତିରେ ବିଶେଷକରି ନିମ୍ନଲିଖିତ ଦିଗପ୍ରତି ଧ୍ୟାନ ଦିଆଯାଇଥାଏ । ଯଥା: ରୋଗରୁ ମୁକ୍ତି ପାଇବା ପାଇଁ ବିକଳ୍ପ ଉପାୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ  । ଏଣୁ ଏହି ସମ୍ପୂର୍ଣ୍ଣ ପରାମର୍ଶ ଏକ ବହୁମୁଖୀ ଉଦ୍ୟମ ଅଟେ, ଯାହା କେବଳ ପରମର୍ଶର କେତୋଟି ଦିଗରେ ସୀମିତ ନୁହେଁ, ବରଂ ପ୍ରତିଷେଧକର ଅନ୍ୟାନ୍ୟ ଦିଗକୁ ଯଥେଷ୍ଟ ଧ୍ୟାନ ଦେଇଥାଏ। ଏଥିରେ ପରମର୍ଶଦାତା ରୋଗୀର ମାନସିକ ଛପର ପ୍ରତିରୋଧ ଶାରୀରିକ କାର୍ଯ୍ୟକ୍ଷମ ହେବା ପାଇଁ ଉତ୍ସାହ, ପୋଷଣ ଶିକ୍ଷା ଓ ଆରୋଗ୍ୟ ଉପରେ ଅଧିକ ମନୋନିବେଶ କରିଥାଏ । ଆମ ସମସ୍ତେଙ୍କ ଭଳି ଜେନ  ଏଚ. ଆଇ.ଭି / ଏଡସ୍ ରୋଗୀ ସ୍ନେହ ଶ୍ରଦ୍ଧା ଏବଂ ବିଶେଷକରି ସମାଜରେ ହତାଦାର ନ ହୋଇ ଜୀବନ ବିତାଇବା ଆବଶ୍ୟକ । ତେଣୁ ଏହି ସମ୍ପୂର୍ଣ୍ଣ ପରାମର୍ଶରେ ସମସ୍ତଙ୍କ ସହିତ ମିଶିବା ଓ ଜ୍ଞାନ ଆବଣ୍ଟନକୁ ଗୁରୁତ୍ଵ ଦିଆଯାଇଥାଏ ଏଥିରେ ପରାମର୍ଶ ଦାତ୍ତା ରୋଗୀର ଜୀବନଶୈଳୀ ସଂପୂର୍ଣ୍ଣ ପରିବର୍ତ୍ତନ କରି ରୋଗୀ ଯେପରି ସମାଜରେ ଜେନ ଦାୟିତ୍ଵପୂର୍ଣ୍ଣ ବ୍ୟକ୍ତି ଭାବରେ ଜୀବନ ଧାରଣ କରିପାରିବ, ତାହାର ଯତ୍ନ ନେଇଥାଏ ।

ତାତ୍ପର୍ଯୀ

  1. ସମୁଦୃଷ୍ଟି – ଦେହ, ମନ ଅନୁଭବ, ଆତ୍ମା ଓ ଜୀବନଶୈଳୀ ମଧ୍ୟରେ ସମନ୍ଵୟ ।
  2. ପରମର୍ଶର ଲକ୍ଷ୍ୟ ବ୍ୟକ୍ତିର ସର୍ବାଙ୍ଗୀନ ଉନ୍ନତି ।
  3. ପରାମର୍ଶଦାତା ରୋଗୀର ପରିସ୍ଥିତି ସହିତ ସାମିଲ ହୋଇ ପରାମର୍ଶ ପ୍ରଦାନ କରିଥାଏ ।
  4. ମାନସିକ ଚପରୁ ମୁକ୍ତି ଓ ରୋଗୀ ଯେପରି ସ୍ଵଚ୍ଛନ୍ଦରେ ଜୀବନ ଧାରଣ କରିପାରିବ, ସେ ବାବଦରେ ସମାଜରେ ସଚେତନତା ସୃଷ୍ଟି ।

ପରାମର୍ଶଦାତା   ବ୍ୟକ୍ତିର ଶିରୀରିକ, ଆବେଗିକ ଓ ଆଧ୍ୟାତ୍ମିକ ଦିଗକୁ ବିକାଶ କରାଇବାରେ ସାହାଯ୍ୟ କରିଥାଏ । ଏଚ. ଆଇ.ଭି / ଏଡସ୍ ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ ସେମାନଙ୍କର ଆରୋଗ୍ୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ, ଯାହା ଦ୍ଵାରା ସେମାନେ ଖୋଲା ଖୋଲିଭାବରେ ସମସ୍ୟା ଉତଥାପିତ କରିଥାନ୍ତି ଠାରେ ସେମାନଙ୍କ ମନରେ ବିଶ୍ଵାସ ଆସିଗଲେ ଧୀରେ ଧୀରେ ସେମାନଙ୍କର ଦୁଃଖ ଓ ବିଶାଦ ମନରୁ ଲୋପପାଇ ବଞ୍ଚିବାର ଆତ୍ମବିଶ୍ଵାସ ସୃଷ୍ଟି ହୋଇଥାଏ ।

ଯେତେବେଳେ ଜେନ ସଂପୂର୍ଣ୍ଣ ସ୍ୱାସ୍ଥ୍ୟକୁ ବୁଝିଯାଏ, ତାହାର ମାନସିକ ଅବସ୍ଥା ସାକାରାତ୍ମକ ହୋଇଥାଏ ଏବଂ ତାହାର କାର୍ଯ୍ୟକଳାପ ତାକୁ ଭଲ ଭାବରେ ବଢିବାର ଉପାଦାନ ଯୋଗାଇଥାଏ ।

ସକ୍ରିୟ ଶ୍ରବଣ

ଏହା ପରାମର୍ଶ ପଦ୍ଧତିର ଏକ ଅବିଚ୍ଛେଦ୍ୟ ଆଣ୍ଡ । ଏଥିରେ ଧରଜ୍ୟର ସହିତ ରୋଗୀ କଥା ଶୁଣିବା ଓ ରୋଗୀକୁ ପରାମର୍ଶ ଦେବା ସ୍ଥାନ ପାଇଥାଏ । ଯଦିଓ ଏହି ଶୁଣିବା ବହୁତ ଗୁରୁତ୍ଵପୂର୍ଣ୍ଣ ତଥାପି କେତେ ଶୁଣିବା ଓ କେତେ ନ ଶୁଣିବା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ଯଦି ଜେନ ଖାଲି ଶୁଣନ୍ତି ତେବେ ପରମର୍ଶର ଧାରା ବଦଳିଯାଇପାରେ । ସେହିପରି ପରାମର୍ଶଦାତା ଯଦି ରୋଗୀ କଥା ନ ଶୁଣନ୍ତି ତେବେ ପରାମର୍ଶ ଫଳପ୍ରଦ ହୋଇ ନଥାଏ ।

କାହିଁକି ଶୁଣିବା?

  1. ଏହା ଦ୍ଵାରା ରୋଗୀ ଏବଂ ପରାମର୍ଶଦାତାଙ୍କ ମଧ୍ୟରେ ଏକ ଯୋଗସୂତ୍ର ସ୍ଥାପନ ହୋଇଥାଏ । ରୋଗୀ ନିଜ ଲୋକ ଭାବି ଖୋଲା ହୃଦୟରେ ପରାମର୍ଶଦାତାଙ୍କ ପାଖରେ ସବୁ ପ୍ରାକାଶ କରିଥାଏ ।
  2. ଧୌର୍ଯ୍ୟ ସହିତ ଦ୍ଵାରା ରୋଗୀକୁ ଉପୟୁକ୍ତ ପରାମର୍ଶ ଦେଇହୁଏ ।
  3. ଏହା ଦ୍ଵାରା ରୋଗୀ ପ୍ରଭାବିତ ହୋଇ ସେ ନିଜେ ଶୁଣିବା ପାଇଁ ଉତ୍ସାହିତ ହୋଇଥାଏ ।
  4. ଏହା ଦ୍ଵାରା ରୋଗୀ ପ୍ରଭାବିତ ଏଚଓଆଇ ଏଏସଇ ନିଜେ ଶୁଣିବା ପାଇଁ ଉତ୍ସାହିତ ହୋଇଥାଏ ।

ଶୁଣିବାରେ ବାଧା ବା ସମସ୍ୟା

  1. ରୋଗୀ କଥା ଅଳ୍ପ ସୂନୀ ନିଷ୍ପତ୍ତି ଜଣାଇବା ।
  2. ବାହ୍ୟ କାରଣ ପାଇଁ ବାର୍ତ୍ତାଳାପ ସମୟରେ ବାରମ୍ଭାର ବାଧା ଉପାଯିବା ।
  3. ଭଲଭାବରେ ନ ଶୁଣି ରୋଗୀକୁ ଗୋଟିଏ କଥା ବାରମ୍ବାର ପଚାରିବା ।
  4. ରୋଗୀକୁ ଉପଦେଶ ଦେବା ଓ ରୋଗୀ ପାଇଁ ସମସ୍ୟା ସମାଧାନର ବାଟ ରୋଗୀ ଉପରେ ଲଦିଦେବା ।

ଆମେ କିପରି ଶୁଣୁ

ସ୍ପଷ୍ଟତା ପରଫ୍ରେଜିଙ୍ଗ, ଅନୁଭବର ପ୍ରତିଫଳନ ଏବଂ ସାରମର୍ମ ଶ୍ରବଣର ମୁଖ୍ୟ ବିଷୟ ଅଟେ ।

  1. ସ୍ପଷ୍ଟତା
  2. ରୋଗୀ କିଛି ସନ୍ଦେହାତ୍ମ ବା ଭ୍ରମାତ୍ମକ ଉତ୍ତର ଦେଇଥାଏ, ଏହା ମୁଖ୍ୟତଃ “ ଆପଣ ଭାବୁଛନ୍ତି କି” ବା ଆପଣ କୁହୁଛନ୍ତିକି” ବା ଆପଣ ବର୍ଣ୍ଣନା କରିପାରିବେ ସହିତ ରୋଗୀ କହିଥିବା କଥା ଦୋହୋରା ଯାଇଥାଏ।

    ଉଦାହରଣ ସ୍ୱରୂପ:

    • ପରମର୍ଶଦାତାଙ୍କ ସ୍ପଷ୍ଟତା
    • ଆପଣକ କହୁଛନ୍ତିକି ଆପଣ ଏବେ ସେ କଠିନ କାମ କରିପାରିବେ, ଆପଣଙ୍କର ସେ ଆତ୍ମବିଶ୍ଵାସ ଅଛି ଯେ, ଆପଣ ନିଜେ ନିଜେ ନିଷ୍ପତ୍ତି ନେଇପାରିବେ ।

      ରୋଗୀ :  ହଁ

    • ପରାମର୍ଶଦାତାଙ୍କ ସ୍ପଷ୍ଟତା: ଆପଣଙ୍କର କହିବାର ଅର୍ଥଏହା କି ଯେ ଆପଣଙ୍କର ଦୁଇଟି ଯୌନକର୍ମୀଙ୍କ ସହିତ ସମ୍ପର୍କ ଅଛି ।
    • ରୋଗୀ : ଆଜ୍ଞା, ସେଇଟା ମୋର ସମସ୍ୟା

      ଏହି ସବୁଦ୍ଵାରା ପରାମର୍ଶଦାତା ପରାମର୍ଶରେ ଫଳପ୍ରଦତା ବିଶ୍ଳେଷଣ କରିପାରିବେ ।

  3. ପାରାଫ୍ରେଜିଙ୍ଗ
  4. ଏଥିରେ ରୋଗୀର ମୁଖ୍ୟ ବିଷୟବସ୍ତୁ, ପରାମର୍ଶଦାତାଙ୍କ ଦ୍ଵାରା ପୁନର୍ବାର କୁହାଯାଇଥାଏ । ଏଣୁ ପାରାଫ୍ରେଜିଙ୍ଗର ସାରମର୍ମ ହେଲା ରୋଗୀର କଥାକୁ ପୁନର୍ବାର କହିବା,

    ଉଦାହରଣ ସ୍ୱରୂପ:

    • ରୋଗୀ:
    • ଆପଣ  ଜାଣନ୍ତି ମୋ ସ୍ଵାମୀ ଗତବର୍ଷ ମରିଗଲେ । ସେ ବହୁତ ଦୁର୍ବଳ ଥିଲେ । ଏବେ ମୁଁ ସବୁ  କାମ କରୁଛି । କେବଳ ଏମିତି ନୁହେଁ, ମୋତେ ଏବେ ସବୁ ନିଷ୍ପତ୍ତି ନେବାକୁ ପଡିଛି ।

    • ପରାମର୍ଶଦାତା: ଆପଣଙ୍କ ସ୍ଵାମୀଙ୍କର ଦେହାନ୍ତ ପରଠାରୁ ଆପଣ ସମସ୍ତ ଦାୟିତ୍ଵ ବହନ କରିଛନ୍ତି ।
    • ରୋଗୀ: ହିଁ ସଂପୂର୍ଣ୍ଣ ସତ୍ୟ ।

      ପାରାଫ୍ରେଜ ବ୍ୟବହାର କରି

    • କୁହନ୍ତି, ଯେ ଆପଣ ସବୁ ବୁଝିପାରିଛନ୍ତି ।
    • ରୋଗୀ ଯେପରି  କିଛି ନ ଲୁଚାଏ ସେଥିପ୍ରତି ଧ୍ୟାନ ଦିଅନ୍ତି ।
    • ଏକ ନିର୍ଦ୍ଧିଷ୍ଟ ବିଷୟ ଆଲୋଚନା କରିବା ରୋଗୀକୁ ସାହାଜ୍ଯ କରନ୍ତୁ ।
    • ରୋଗୀ ନିଷ୍ପତ୍ତି ନେବାରେ ସାହାଯ୍ୟ କରନ୍ତୁ କିନ୍ତୁ ନିଜ ନିଷ୍ପତ୍ତି ରୋଗୀ ଉପରେ ଲଦି ଦିଅନ୍ତୁ ନାହିଁ।

ଅନୁଭବର ପ୍ରତିଫଳନ

ଏହା ପରାଫ୍ରେଜ ଭଳି ପ୍ରାୟ ସମାନ କିନ୍ତୁ ଅନୁଭବର ପ୍ରତିଫଳନ  ପାରାଫ୍ରେଜରେ ଛାଡି ଯାଇଥିବା  ବିଷୟ ବସ୍ତୁକୁ ପୁନରୁଦ୍ଧାର କରିଥାଏ । ଏହା ବହୁତ କଷ୍ଟସାଧ୍ୟ କାରଣ ଅନୁଭବ ଅନେକ ସମୟରେ ଭୁଲ ବୁଜାମଣାର ଶିକାର ହୋଇଥାଏ ବା ବାସ୍ତବରୂପ ଦେଇପାରେ ନାହିଁ ।

ପରାମର୍ଶଦାତାଙ୍କୁ ପ୍ରତିଫଳନା

ଆପଣ ଆପଣଙ୍କ ପୁଆର ବିଭାଘରରେ ଖୁସି । ଏଠାରେ ଖୁସି, ରୋଗୀ ଆନୁଭବକୁ ଉପସ୍ଥାପନା କରିଥାଏ ।

ଉଦ୍ଦେଶ୍ୟ:

  1. ଠିକ୍ ଭାବରେ କରାଗଲେ ରୋଗୀ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି ହୁଏ ଯେ, ତା କଥା ପରାମର୍ଶଦାତା ଭଲଭାବରେ ବୁଝିପାରିଛନ୍ତି ।
  2. ରୋଗୀ ଉଭୟ ଭଲ ମନ୍ଦ କହିବାରେ ଉତ୍ସାହିତ ହୋଇଥାଏ ।
  3. ରୋଗୀ ମନରୁ ରାଗ, ଦୁଃଖ ଭୟ ଦୂରେଇ ଯାଏ ।

ସାରମର୍ମ ଦ୍ଵାରା ରୋଗୀର କଥାବାର୍ତ୍ତରେ କେତେକ ବିଷୟ ପ୍ରାଞ୍ଜଳ ଭାବରେ ଜଣାପଡିଥାଏ, ଯାହାକୁ କଥୋପକଥନର ବିଷୟବାସ୍ତୁ କୁହାଯାଏ । ପରମର୍ଶଦାତା ରୋଗୀ କେଉଁ ଆଡକୁ ଗୁରୁତ୍ଵଦେଉଛି ବା ବାରମ୍ଭାର କହୁଛି ଜାଣି ପାରାମର୍ଶ ପ୍ରଦାନ କରିଥାନ୍ତି ।

  • ରୋଗୀ (କଲେଜ ଛାତ୍ର) ମୁଁ ଜୀବନସାରା ଶିକ୍ଷକତା କରିବାକୁ ଚାହେଁ । ବର୍ତ୍ତମାନ ମୁଁ ସ୍ଥିର ନିଶ୍ଚିତ ଯେ ମୁଁ ଏହି ବାବଦରେ କିଛି ଉଚିତ୍ କିମ୍ବା ମୁଁ ଏଚ. ଆଇ। ଭି ସଂକ୍ରମିତ ନୁହେଁ ଜାଣିବା ପାଉଇନ ପରିଖୁୟା କରିବା ଉଚିତ୍ ? ପରାମର୍ଶଦାତାଙ୍କ ସାରମର୍ମ: ଆପଣ ପଚାରୁଛନ୍ତି ଶିକ୍ଷାକତା  କରିବା ଦିଗରେ ମନୋନିବେଶ କରିବେ ନା ରକ୍ତ ପରୀକ୍ଷା କରିବେ ।
  • ସାରମର୍ମର ଦ୍ଵିତୀୟ ଉଦ୍ଦେଶ୍ୟ ହେଲା କଥାବାର୍ତ୍ତରୁ ଏକ ମୁଖ୍ୟ ସମସ୍ୟା ଚିହ୍ନଟ କରିବା । ଉଦାହରଣ ସ୍ୱରୂପ: ୩୫  ବର୍ଷର ମହିଳା: ଆମର ବିବାହ ବିଚ୍ଛେଦର କାରଣ ଥିଲା, ସେ ମତେ ସବୁବେଳେ ପଚାରୁଥିଲେ କ’ଣ କରିବା । ମୁଁ ତାଙ୍କୁ ନାହିଁ କରୁନଥିଲି । ମୁଁ ଭାବୁଥିଲି ଜଣକର ଅବେଦନକୁ ନାହିଁ କରିଦେବା ମୋ ପାଇଁ କଷ୍ଟକର ଥିଲା ।

ପରମର୍ଶଦାତା: ଆପଣ ମଧ୍ୟ ଆପଣଙ୍କ ସ୍ଵାମୀକ ନାହିଁ କରିପାରିବେ ନାହିଁ ବୋଲି କହୁଛନ୍ତି ।

  • ଏକ ବା ଏକାଧିକ କଥୋପକଥନ ପରେ କି ପ୍ରକାର ପ୍ରଗତି ହୋଇଛି ଜାଣିବା, ଉଦାହରଣ ସ୍ୱରୂପ –
  • ପରମର୍ଶଦାତା” ପିଲା, ଆମେ ୪୫ ମିନିଟ୍ ଧରି କଥାବାର୍ତ୍ତା ହେଉଛେ, ଆମର ଆଉ ୫ ମିନିଟ୍ ସମୟ ଅଛି । ଏହା ଭିତରେ ତୁମେ ଭଲ ଆଗେଇ ପାରିଛ, ତୁମର ଏକ ସମସ୍ୟା ଗୁଡିକ ସମାଧାନ ହେବାରେ ଲାଗିଛି । ଆମର ପରବର୍ତ୍ତୀ କଥୋପକଥନ ପୂର୍ବରୁ ମୁଁ ତୁମକୁ ଏହି ସବୁ ଘରକାମ କରିବାକୁ ଦେଉଛି ।

    ସାରମର୍ମର ଏଠିପାଇଁ ଦରକାର ଯେ, ପାରାମର୍ଶଗ୍ରହିତାଙ୍କୁ ମୌଖିକ ଓ ଠାର କଥାବାର୍ତ୍ତାକୁ ଭଲଭାବରେ ଧ୍ୟାନ ଦେବା । ଏହା ଦ୍ଵାରା ପରାମର୍ଶ ଗ୍ରହିତା ନିଜର ବ୍ୟବହାରିକ ପରିବର୍ତ୍ତନ ଅଧିକ ସମର୍ଥ ହୋଇଥାଏ ।

ଅକୁହା ବାର୍ତ୍ତାଳାପ:

  • ଆଖି ଆଖିର ମିଳନ
  • ମୁହଁର ଭାବଭଙ୍ଗୀ
  • ହାତର ଭାବଭଙ୍ଗୀ
  • ବସୁବା ସ୍ଥାନର ଦୂରତା
  • ଆହାଃ, ହିଁ ଶବ୍ଦର ଉଚ୍ଚାରଣ ଇତ୍ୟାଦି

ଜଣେ ଅନ୍ୟ ଜଣଙ୍କର କଥା ସୁଖିବା ପାଇଁ ଆବଶ୍ୟକ ସମ୍ମାନ ବାସ୍ତବତା ଏବଂ ଗୃରୁତ୍ଵ ଆରୋପ ଉପରେ ଯୋଗ ଦିଆଯାଇଥାଏ ।

ଗୁରୁତ୍ଵ ଆରୋପ: କଥାବାର୍ତ୍ତାରେ ଗୁରୁତ୍ଵ ଆରୋପ ଉଦାହରଣ ସ୍ୱରୂପ:

ରୋଗୀ ( ୩୧ ବର୍ଷ ବୟସ ଏଡସରୋଗୀ): ମୁଁ ପିତାଙ୍କ ସହିତ ମିଶି କାମ କେଏଆରଆଇବିଏଏକେଇଉ ଚାହିଁଲି କିନ୍ତୁ ସେ ପାଇଁ ବହୁତ ନିର୍ଦ୍ଦୟ ।

ପରାମର୍ଶଦାତା: ଆପଣ ନିରୁତ୍ସାହିତ ଯେ, ଆପଣ ଚେଷ୍ଟା କରି ମଧ୍ୟ ସଫଳ ହୋଇପାରୁ ନାହିଁନ୍ତି ।

ବାସ୍ତବତା

ରୋଗୀ ଓ ପରାମର୍ଶଦାତାଙ୍କ ମଧ୍ୟରେ ଯେପରି ଭୂମିକା ନ ରୁହେ, ଏହାସ ଆବେଗିକ ଦୂରତ୍ଵ ହ୍ରାସ କରି ଉଭୟଙ୍କ ମଧ୍ୟରେ ଏକ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥାଏ ।

ଯେଉଁ ପରମର୍ଶଦାତା ନିଜର ଗାରିମା,ଭୂମିକା, ପ୍ରଭୁତ୍ଵ ନ ଦେଖାନ୍ତି ସେମାନେ ରୋଗୀ ପାଖରେ ସେତେଟା ନିକଟତର ହୋଇଥାନ୍ତି।

ସମ୍ମାନ

ଅର୍ଥ, ରୋଗୀକୁ ଉପୟୁକ୍ତ ସମ୍ମାନ ଦେବା । ଏହା ଦ୍ଵାରା ରୋଗୀ ମନରୁ ପରଭାବ ଦୂରେଇ ଯାଇ ରୋଗୀ ପରମର୍ଶଦାତା ନିକଟତର ହୋଇଥାଏ ।

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate