ପରାମର୍ଶ ଗ୍ରହିତାଙ୍କ ନିଜସ୍ଵ ସହମତି, ତାଙ୍କର ସ୍ଵାସ୍ଥ୍ୟସେବୀ ଜ୍ଞାତସାରରେ ଏହି ପରୀକ୍ଷା କରାଯାଇଥାଏ ।ଯେଉଁ ବ୍ୟକ୍ତିବିଶେଷ ନିଜ ଶରୀରରେ ଏଚ୍ .ଆଇ.ଭି ର ସ୍ଥିତି ଜାଣିବାକୁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ପରୀକ୍ଷା ଯେତେବେଳେ ବା ଉପଲବ୍ଧ ହୁଏ ତାହାର ଯଥେଷ୍ଟ ଉପାଦେୟତା ରହିଛି । ସାଧାରଣ ସନ୍ତାନ ପ୍ରସବ,ସ୍ତନ୍ୟପାନ ନିମିତ୍ତ ପରାମର୍ଶ ନେଉଥିବା ମହିଳାମାନଙ୍କୁ ଏହି କ୍ଷେତ୍ରରେ ପରାମର୍ଶଦାତା ବୁଝାଇବାକୁ ହେବ ଯେ ପରୀକ୍ଷାଟି କେବଳ ଏଚ୍ .ଆଇ.ଭି ପ୍ରତିରୋଧ ଶକ୍ତିର ଉପସ୍ଥିତି ପାଇଁ ଉଦ୍ଦିଷ୍ଟ । ଏହି ପରୀକ୍ଷାରେ ରୋଗୀ ଜଣଙ୍କ ଏଡସ୍ ରେ ବା ତାଙ୍କର ଏହା ହେବାର ସମ୍ଭାବନା ଅଛି ଏହା ଜାଣି ହେବ ନାହିଁ । ସେ ଯାହା ହେଉନା କାହିଁକି , ଯେଉଁମାନେ ଏଚ୍ .ଆଇ.ଭି ସଂକ୍ରମିତ, ଶେଷ ଫଳ ସ୍ୱରୂପ ଏଡସ୍ ରେ ପୀଡିତ ହୋଇଥାନ୍ତି ।
ଯେଉଁମାନଙ୍କ ପରୀକ୍ଷାରେ ନେଗେଟିଭ୍ ଜଣାପଡିଥାଏ , ନିଜକୁ ସଂକ୍ରମଣ ମୁକ୍ତ ଭାବି ପୂର୍ବବତ୍ ଜୀବନ ବିତାଇ ପାରନ୍ତି, ସେ କ୍ଷେତ୍ରରେ ପରାମର୍ଶ ଶୀଘ୍ର ଆରମ୍ଭ ହେବା ଉଚିତ୍ । ଏହି ପରାମର୍ଶରେ ସେମାନେ ରୋଗ ସଂକ୍ରମଣର ସମ୍ଭାବ୍ୟ ଦିନ ସମୀକ୍ଷା ବା ଉଇଣ୍ଡୋ ପିରିଅଡ୍ ଜାଣିବା ବାଞ୍ଛନୀୟ । ଏହି ସମ୍ଭାବ୍ୟ ଦିବସ ବା ଉଇଣ୍ଡୋ ପିରିଅଡ୍ ର ମାନେ ହେଉଛି, ସମ୍ଭାବ୍ୟ ସଂକ୍ରମଣ ପାଇଁ ଅତୀତରେ ରୋଗୀ ସଂକ୍ରମଣ ଦିବସ ପରଠାରୁ ପ୍ରାୟ ୩ ମାସ ବା ତଦୁର୍ଦ୍ଧ ସମୟ ପର୍ଯ୍ୟନ୍ତ ଏଚ୍ .ଆଇ.ଭି ପରୀକ୍ଷାର ଫଳାଫଳ ଅନିଶ୍ଚିତ ବା ସନ୍ଦେହ ଜନକ ହୋଇପାରେ । ପରାମର୍ଶ ଗ୍ରହିତା ସଂକ୍ରମିତ ହେବା ବା ଅନ୍ୟକୁ ସଂକ୍ରମିତ କରାଇବା ବନ୍ଦ କରିବାପାଇଁ କ ’ଣ କରିବା ଆବଶ୍ୟକ ତାଙ୍କୁ ଭଲ ଭାବରେ ବୁଝାଯିବା ଉଚିତ୍ । ସେମାନଙ୍କୁ ପରବର୍ତ୍ତୀ ପରାମର୍ଶଗ୍ରହଣ ପାଇଁ କୁହାଯିବା ଉଚିତ୍ । ଯୋଗ୍ୟ ରକ୍ତ ଦାନକାରୀମାନେ କୌଣସି ସଂକ୍ରମଣ ଯୁକ୍ତ ଥିବାବେଳେ ବା ସେମାନଙ୍କ ମନରେ ଏହି ଆଶଙ୍କା ଥିବାବେଳେ ରକ୍ତଦାନ କରିବେ ନାହିଁ । ରକ୍ତଦାନ ସେବା ତରଫରୁ ଏହି ଶିକ୍ଷା ଦିଆଯିବା ଉଚିତ୍ । କେତେକେ ସମୟରେ ବ୍ୟକ୍ତି ବିଶେଷ ସଂକ୍ରମିତ ଥାଇ ମଧ୍ୟ ତାଙ୍କର ରକ୍ତର ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମୟରେ ରକ୍ତଦାନ କରିଥାନ୍ତି । ଏହି ସମୟ ପ୍ରଧାନତଃ ସଂକ୍ରମଣ ସମ୍ଭାବ୍ୟ ଦିବସ ବା ଉଇଣ୍ଡୋ ପିରିଅଡ୍ ରେ ହୋଇଥାଏ । ବ୍ୟକ୍ତିମାନଙ୍କର ରକ୍ତ ପରୀକ୍ଷା ତାଙ୍କର ବିନା ସହମତିରେ ହେବା ଉଚିତ୍ ନୁହେଁ । ଏଚ୍ .ଆଇ.ଭି ରକ୍ତ ପରୀକ୍ଷା ନିର୍ଦ୍ଦେଶ ଦ୍ଵାରା କରାଯାଇପାରିବ ନାହିଁ । ଏହା ନିୟମ ବିରୁଦ୍ଧ । ସେ ଯାହା ହେଉ , ସମସ୍ତ ଦାନ କରାଯାଇଥିବା ରକ୍ତ ଏଚ୍ .ଆଇ.ଭି ପରୀକ୍ଷା ହେବା ଆବଶ୍ୟକ କିନ୍ତୁ ଫଳାଫଳ ସମସ୍ତଙ୍କୁ ଅଲଗା ଅଲଗା ଭାବରେ କହିବା ଆବଶ୍ୟକ ଏହି ସବୁ କ୍ଷେତ୍ରରେ ନିଆଯାଇଥିବା ରକ୍ତରେ ଏଚ୍ .ଆଇ.ଭି ପ୍ରତିରୋଧୀ ବା ଆଣ୍ଟିବାଡି ଜଣାପଡେ ନାହିଁ ।
ଏହି ବିପଦ ହେତୁ ରକ୍ତ ସଞ୍ଚାରଣ ସେବା ସଂସ୍ଥାମାନେ ରକ୍ତ ଦାନ ପୂର୍ବରୁ ବିପଦପୂର୍ଣ୍ଣ ରକ୍ତ ଦାନକାରୀମାନଙ୍କର ରକ୍ତ ପରୀକ୍ଷାରେ ବିଳମ୍ବ ନ ଘଟିବା ପାଇଁ ଗୋପନଭାବେ ପୂର୍ବରୁ ରକ୍ତ ପରୀକ୍ଷା ସମ୍ପର୍କରେ ବୁଝାଇଥାନ୍ତି ଏହି ରକ୍ତ ଦାନକାରୀମାନଙ୍କୁ ଦରକାର ମୁତାବକ ଉପଯୁକ୍ତ ସମୟରେ ପରାମର୍ଶ ଦେବା ପାଇଁ ସ୍ଵତନ୍ତ୍ର ସୁବିଧା ଦେବା ଉଚିତ୍ ।
ପରୀକ୍ଷା ପୂର୍ବ ପରାମର୍ଶ ବିଶେଷ କରି ପରାମର୍ଶଦାତା ଓ ଗ୍ରହିତାଙ୍କ ମଧ୍ୟରେ ଏକ କଥୋପକଥନ ଯାହାର ପ୍ରଷ୍ଠଭୂମି ଏଚ୍ .ଆଇ.ଭି ପରୀକ୍ଷା ଓ ତତ୍ ସଂକ୍ରାନ୍ତୀୟ ଫଳାଫଳ ଉପରେ ପର୍ଯ୍ୟବେଷିତ । ଏହାଦ୍ୱାରା ଗ୍ରାହୀତା ରକ୍ତ ପରୀକ୍ଷା କରିବ କି ନାହିଁ , ନିଷ୍ପତି ନେଇପାରେ । ଏହି ପରାମର୍ଶ ମୁଖ୍ୟତଃ ଦୁଇଟି ବିଷୟ ଉପରେ ହୋଇଥାଏ । ଯଥା :
ବ୍ୟକ୍ତିର ଜୀବନ ଶୈଳୀକୁ ନେଇ କଳନା -
ବ୍ୟକ୍ତିର ଜ୍ଞାନ ଓ ସଂକ୍ରମଣକୁ ମୁକାବିଲା କରିବା ଦକ୍ଷତାର କଳନା –
ପରୀକ୍ଷା ପୂର୍ବ ପରାମର୍ଶ ସମୟରେ ବ୍ୟକ୍ତି ଜାଣିବା ଉଚିତ୍ ଯେ ଏହି ପରୀକ୍ଷା ଭୁଲ ନୁହେଁ ।ପରୀକ୍ଷାରୁ ଜଣାପଡୁଥିବା ନିଦାନ ବେଳେବେଳେ ଭ୍ରମାତ୍ମକ ହୋଇପାରେ ।ଏଥିପାଇଁ ଅତିରିକ୍ତ ପରୀକ୍ଷାର ଫଳାଫଳ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ଅଟେ । ପରୀକ୍ଷା ପୂର୍ବରୁ ଦିଆଯାଉଥିବା ପରାମର୍ଶବେଳେ ପରାମର୍ଶଗ୍ରହିତାଙ୍କୁ ଏହା କହି ରଖନ୍ତୁ। ରୋଗ ସଂକ୍ରମଣର ସମ୍ଭାବ୍ୟ ଦିବସସୀମା ବିଷୟରେ ମଧ୍ୟ ତାଙ୍କୁ ବୁଝାଯିବା ଦରକାର । ଏଚ୍ .ଆଇ.ଭି ପରୀକ୍ଷା କରିବାର ବନ୍ଦୋବସ୍ତ ହେବା କ୍ଷଣି ପରୀକ୍ଷାପର ପରାମର୍ଶର ବ୍ୟବସ୍ଥା କରାଯିବା ବିଧେୟ ।
ପରୀକ୍ଷାରୁ ଜଣା ପଡିଥିବା ଫଳାଫଳକୁ ଜଣାଇବା ସମୟରେ ପରୀକ୍ଷାପର ପରାମର୍ଶ ହେବା ଆରମ୍ଭ ହୋଇଥାଏ ଏବଂ ଏହି ପରାମର୍ଶ ବ୍ୟବସ୍ଥା ଥର ଥର କରି ଅନେକ ଥର ପାଇଁ କରାଯାଇଥାଏ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏଚ୍ .ଆଇ.ଭି ଯୁକ୍ତ ବିଶେଷଙ୍କୁ ରୋଗ ବିଷୟରେ ସମ୍ପୁର୍ଣ୍ଣ ଜ୍ଞାନ ଦେବା ସହିତ ସେମାନଙ୍କ ଅବଶିଷ୍ଟ ଜୀବନ କିପରି କଟାଇବେ ସେ ବିଷୟରେ ବୁଝାଇବା ।
ରୋଗଯୁକ୍ତ ଓ ରୋଗମୁକ୍ତ ଦୁଇ ପ୍ରକାର ନିଦାନ ମଧ୍ୟରୁ ଯଦି ଫଳାଫଳ ପ୍ରଥମଟି ହୋଇଥାଏ ତେବେ ସେ କ୍ଷେତ୍ରରେ ପରୀକ୍ଷା ପର ପରାମର୍ଶର ଆବଶ୍ୟକତା ବେଶୀ ଅଟେ । ପରୀକ୍ଷାର ଫଳାଫଳ ଜଣାଇଲା ସମୟରେ ପରାମର୍ଶଦାତା ଏଚ୍ .ଆଇ.ଭି ସମ୍ପର୍କରେ ସମସ୍ତ ତଥ୍ୟ ଜଣାଇବାକୁ ଚେଷ୍ଟା କରିବେ । ପରୀକ୍ଷାପର ପରାମର୍ଶ ହେଉଛି ଜଣେ ପରାମର୍ଶ ଗ୍ରହିତା ଓ ପରାମର୍ଶଦାତାଙ୍କ ମଧ୍ୟରେ ଏକ କଥୋପକଥନ ଯେଉଁଥିରେ କି ପରାମର୍ଶ ଗ୍ରହିତାକୁ ବିପଦପୂର୍ଣ୍ଣ ବ୍ୟବହାର ବର୍ଜନ ପାଇଁ ଉତ୍ସାହିତ କରାଯାଇଥାଏ ।
ସମ୍ମତି ପ୍ରଦାନ ସୂଚନା ପାଇଲା ପରେ ହିଁ ପରୀକ୍ଷା କରିବାକୁ ନିଷ୍ପତି ନିଅନ୍ତୁ । ଏଠାରେ ସୂଚନାରେ ଅର୍ଥ ହେଉଛି । ପରାମର୍ଶ ଗ୍ରହିତାଙ୍କୁ ତାଙ୍କ ବୁଝିବା ଭାଷାରେ ଏଚ୍ .ଆଇ.ଭି ପରୀକ୍ଷାର ବିପଦ ଆପଦ , ଲାଭ କ୍ଷତି ପରୀକ୍ଷାର ବିକଳ୍ପ ବ୍ୟବସ୍ଥା ବିଷୟରେ କୁହାଯାଇଛି । ସମ୍ମତିର ଅର୍ଥ ହେଉଛି , ଏଚ୍ .ଆଇ.ଭି ପରୀକ୍ଷା ପାଇଁ ସ୍ପଷ୍ଟଭାବେ ହୋଇଥିବା ଚୁକ୍ତି , ଯେଉଁ ପରିସ୍ଥିତିରେ କି ପରାମର୍ଶ ଗ୍ରହିତା ପରୀକ୍ଷା ପାଇଁ ରାଜି ହେବା ଆବଶ୍ୟକ ।
ପରୀକ୍ଷା ଫଳାଫଳ ଧନାତ୍ମକ ଥିଲେ , : ଧନାତ୍ମକ ଫଳାଫଳ କ ’ଣ ଏହାକୁ ସାବଧାନତାର ସହିତ ଆଲୋଚନା କରିବା ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ । ଆଲୋଚନା ମଧ୍ୟରେ କୁହନ୍ତୁ ଯେ ଫଳାଫଳ ଧନାତ୍ମ ଥିଲେ ବ୍ୟକ୍ତି ଆଶ୍ଵସ୍ତ ଅନୁଭବ କରିଥାଏ । ତଥାପି ନିମ୍ନଲିଖିତ ବିଷୟଗୁଡିକୁ ଧ୍ୟାନ ଦିଆଯିବା ଉଚିତ୍ ।
ନିରାପଦ ଯୌନ ସମ୍ପର୍କର ମହତ୍ଵ ଉପରେ ଗୁରୁତ୍ଵ ଆରୋପ କରାଯିବା ଉଚିତ୍ । ପ୍ରକୃତ ସୁସ୍ଥାବସ୍ଥା ବା ଉତ୍ତମ ସ୍ଵାସ୍ଥ୍ୟର ମହତ୍ଵ ବିଷୟରେ ବୁଝାନ୍ତୁ । ବ୍ୟକ୍ତିର ଯୌନ ବ୍ୟବହାରରେ ପରିବର୍ତ୍ତନ ଉପରେ ଗୁରୁତ୍ଵ ଆରୋପ କରନ୍ତୁ ।
ପରୀକ୍ଷାର ଫଳାଫଳ ଗୁଣାତ୍ମକ ହେଲେ , ପରାମର୍ଶ :
ସମ୍ପୃକ୍ତ ବ୍ୟକ୍ତିଙ୍କୁ କହିଦେବା ଉଚିତ୍ ଯେ , ସେ ରୋଗମୁକ୍ତ ନୁହଁନ୍ତି । ପୂର୍ବ ପରୀକ୍ଷା ଫଳାଫଳର ଦୃଷ୍ଟାନ୍ତ ଦେଇ ବର୍ତ୍ତମାନ ହୋଇଥିବା ପରୀକ୍ଷାର ଫଳ ଗୁଣାତ୍ମକ ଓ ସେ ଏଚ୍ .ଆଇ.ଭି ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ କୁହନ୍ତୁ । ପରାମର୍ଶଗ୍ରହିତା ଧୈର୍ଯ୍ୟପୂର୍ଣ୍ଣ ଭାବରେ ବର୍ତ୍ତମାନ ପରିସ୍ଥିତିରେ କ ’ଣ କରାଯାଇପାରିବ ଆଲୋଚନା କରନ୍ତୁ ।
ବ୍ୟକ୍ତି ନିଜର ସ୍ଥିତି ଜାଣିଲା ପରେ ତାଙ୍କୁ କିଛି ସମୟ ଦିଅନ୍ତୁ , ଯାହା ଦ୍ଵାରା ବ୍ୟକ୍ତି ସାଧାରଣ ବ୍ୟବହାର କରିପାରିବେ । କିଛି ସମୟ ପରେ ବ୍ୟକ୍ତିଙ୍କୁ ପରୀକ୍ଷା ଫଳାଫଳ ବାବଦରେ ଧାରଣା ଦିଅନ୍ତୁ । ରୋଗର ପ୍ରକୋପ , ଭୟାବହତା ଓ ରୋଗୀର ଶେଷ ଜୀବନ ବିଷୟରେ ଆଲୋଚନା କରନ୍ତୁ ନାହିଁ । ଏହି ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କ ’ଣ ସବୁ କରିହେବ ଏବଂ କେଉଁ ଆଶାପୋଷଣ କରି ସମସ୍ୟାର ସମାଧାନ କରିହେବ ତାହା ଦେଖିବା ଉଚିତ୍ । ନୂଆକରି ଆସିଥିବା ଆଣ୍ଟି ଭାଇରାଲ୍ ଔଷଧର କାର୍ଯ୍ୟକରିତା ଓ ସ୍ଥାନୀୟ ଚିକିତ୍ସା ବ୍ୟବସ୍ଥା ଯାହା ଏଚ୍ .ଆଇ.ଭି ଲକ୍ଷଣ ପାଇଁ ଫଳପ୍ରଦ ସେ ବିଷୟରେ ବ୍ୟକ୍ତି ସହିତ ଆଲୋଚନା କରନ୍ତୁ ।
ପରାମର୍ଶର ଆଲୋଚନା ଏଠାରେ ଏକ ନୂଆମୋଡ ନେଇଥାଏ । ସଙ୍କଟାବସ୍ଥାରେ ପରାମର୍ଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ , କାରଣ ଏଚ୍ .ଆଇ.ଭି ସଂକ୍ରମିତ ବ୍ୟକ୍ତି ଜୀବନ ପ୍ରତି ଏହା ଏକ ବିପଦ ହୋଇଥାଏ । ଏହି ଖବର କିପରି ଅନ୍ୟମାନେ ଗ୍ରହଣ କରିବେ ଏବଂ ଏଥିରେ ଅନ୍ୟମାନେ କାତର ହେବେ ନାହିଁ ଏହା ଅନେକ କାରଣ ଉପରେ ନିର୍ଭର କରିଥାଏ ।
ସମସ୍ୟା ସମାଧାନ ପରାମର୍ଶ ଅତ୍ୟନ୍ତ ଜରୁରୀ । ମନସ୍ତାପ ସମୟରେ , ପରାମର୍ଶଗ୍ରହିତା କିପରି ପରାମର୍ଶଦାତାଙ୍କୁ ଯୋଗାଯୋଗ କରିବେ ତାହା କହିବା ଆବଶ୍ୟକ । ଅନ୍ୟବ୍ୟକ୍ତି ଓ କର୍ମଦାତା ଯଦି ଜାଣିପାରନ୍ତି ଯେ ବ୍ୟକ୍ତିବିଶେଷ ଏଚ୍ .ଆଇ.ଭି ରେ ସଂକ୍ରମିତ , ପରିସ୍ଥିତିର ମୁକାବିଲା ପାଇଁ କ ’ଣ କରାଯିବା ଉଚିତ୍ ତାହା ଆଲୋଚନା କରିବା ଆବଶ୍ୟକ । ଏଥିପାଇଁ ସମୟ ମୁତାବକ ବ୍ୟବସ୍ଥା କରାଯିବା ଉଚିତ୍ ।
ଅନେକ ଦିନ ପର୍ଯ୍ୟନ୍ତ ଏଚ୍ .ଆଇ.ଭି ସଂକ୍ରମଣ ପ୍ରଭାବ କିପରି ଭାବେ ରହିଥାଏ ଏବଂ ଏଥିଯୋଗୁଁ ବିଭିନ୍ନ ଅସୁସ୍ଥତା ସବୁ ଦେଖାଦେଇଥାଏ , ଏ ସଂକ୍ରାନ୍ତିୟ ତଥ୍ୟ ବ୍ୟକ୍ତିଙ୍କୁ ଜଣାଇବା ଆବଶ୍ୟକ । ପରାମର୍ଶ ଗ୍ରହିତା ମଧ୍ୟ ଜାଣି ରଖିବା ଉଚିତ୍ ଯେ ସେମାନେ ସାରାଜୀବନ ସଂକ୍ରମିତ ହୋଇରହିବେ ; ଏଥିପାଇଁ ସେମାନଙ୍କ ଯୌନ ସାଥିଙ୍କଠାରୁ ସେ କିପରି ଦୂରେଇ ରହିବେ ତାହାର ବ୍ୟବସ୍ଥା କରିବା ଆବଶ୍ୟକ ।
ନିମ୍ନଲିଖିତ କଥାଗୁଡ଼ିକ ପ୍ରତି ବାରମ୍ବାର ଧ୍ୟାନ ଦିଆଯିବା ଆବଶ୍ୟକ ।
ସଂକ୍ରମିତ ବ୍ୟକ୍ତି କେବେଠାରୁ ଏଚ୍ .ଆଇ.ଭି ରେ ଆକ୍ରାନ୍ତ ହେଲେଣି ଓ କିପରି ତାହା ପରୀକ୍ଷା ଦ୍ଵାରା ଜଣା ପଡି ନଥାଏ, ଏହି ବିଷୟ ଭଲଭାବରେ ପରାମର୍ଶ ଗ୍ରହିତାଙ୍କୁ ବୁଝାଇ ଦିଅନ୍ତୁ ଏବଂ କହି ରଖନ୍ତୁ ଯେ ସାଥିଙ୍କ ସହିତ ସମ୍ପର୍କ ହେବା ପୂର୍ବରୁ ମଧ୍ୟ ସଂକ୍ରମଣ ହୋଇପାରିଥାଏ ; ସେଥିପାଇଁ ବର୍ତ୍ତମାନର ସାଥୀଙ୍କୁ କେବଳ ଅବିଶ୍ଵାସ କରିବା ଉଚିତ୍ ନୁହେଁ । ଏଚ୍.ଆଇ.ଭି ଥିବା ବ୍ୟକ୍ତି ନିଜର ସଂକ୍ରମଣ କଥା ଅନ୍ୟଙ୍କୁ ଜଣାଇବାରେ ଭଲମନ୍ଦ କ’ଣ ତାହା ପରାମର୍ଶଦାତା ଭଲଭାବରେ ସଂକ୍ରମିତ ବ୍ୟକ୍ତିଙ୍କୁ ବୁଝାଇଦେବା ଉଚିତ ।
ପ୍ରକୃତରେ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କୁ ସଂକ୍ରମଣ ବିଷୟ ଜଣାଇବାର କିଛିଟା କାରଣ ରହିଛି । ସଂକ୍ରମିତଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସେମାନଙ୍କୁ କହିବା ସହିତ ଏଥିରେ ସେମାନଙ୍କର ଉପକାର କ ’ଣ ହେବ ତାହା ବୁଝାଇଦେବା ଆବଶ୍ୟକ । କେତେକେ ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ଓ ସାହାଯ୍ୟ କରିବା ପାଇଁ ଲଜ୍ୟାବୋଧ କରନ୍ତି । ଏ କ୍ଷେତ୍ରରେ ପରାମର୍ଶଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ପରାମର୍ଶ ଗ୍ରହିତାଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶଦାତା ପ୍ରଶ୍ନ ମାଧ୍ୟମରେ କେତେକେ ସମାଧାନ କରି ପାରିବେ । ଯଥା ଆପଣ ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଛନ୍ତି , ସେମାନଙ୍କୁ ଯଦି ଆପଣଙ୍କର କ ’ଣ ହେଉଛି କହିବେ , ତେବେ ସେମାନଙ୍କର ଅନୁଭବ କ ’ଣ ହେବ । ପରାମର୍ଶ ଗ୍ରହିତା ବୁଝିବା ଆବଶ୍ୟକ ଯେ ତାଙ୍କର ସ୍ତ୍ରୀ ବା ସ୍ଵାମୀ ଏ ବିଷୟ ଜାଣିବା ପରେ କିପରି ଆଚରଣ ପ୍ରଦର୍ଶନ କରିବେ । ଭୂମିକା ଅଭିନୟ ମାଧ୍ୟମରେ ପରାମର୍ଶଦାତା ପରାମର୍ଶଗ୍ରହିତାଙ୍କୁ ବୁଝାଇ ଦେଇପାରିବେ ଯେ ସେ କିପରି ଏହି ଖବର ଘରେ ଜଣାଇବେ ।
ଲଜ୍ୟା , ସଙ୍କୋଚ ଓ ଭୟରେ ଅଧିକାଂଶ ବ୍ୟକ୍ତି ପରାମର୍ଶ ପାଇଁ ଆସି ନଥାନ୍ତି , ଯେ ପର୍ଯ୍ୟନ୍ତ ସେ ଏଚ୍ .ଆଇ.ଭି ସଂକ୍ରମିତ ହୋଇନଥାନ୍ତି । ପରାମର୍ଶଦାତା ଏ ସମୟରେ ବ୍ୟକ୍ତି ଯେପରି ପୁନର୍ବାର ଏଚ୍ .ଆଇ.ଭି ସଂକ୍ରମଣ ନ କରନ୍ତି ସେ ବିଷୟରେ ଯତ୍ନଶୀଳ ହେବା ଆବଶ୍ୟକ । ଏଚ୍ .ଆଇ.ଭି ସଂକ୍ରମଣର ତିନୋଟି ମାଧ୍ୟମ ବିଷୟରେ ପରାମର୍ଶଦାତା ପରାମର୍ଶଗ୍ରହିତାଙ୍କୁ ବୁଝାଇବା ଉଚିତ୍ ।
ଏଚ୍ .ଆଇ.ଭି ଗୁଣାତ୍ମକ ମାନ କ ’ଣ ବ୍ୟକ୍ତିଙ୍କୁ ବୁଝାଇବା ଉଚିତ୍ ।
ଏଚ୍ .ଆଇ.ଭି ପରୀକ୍ଷା ଫଳ ସମୟେ ସମୟେ ନା ଗୁଣାତ୍ମକ ବା ନା ଧନାତ୍ମକ ହୋଇଥାଏ । ଏ କ୍ଷେତ୍ରରେ ପରାମର୍ଶଦାତା ଦୁଇଟି ବିଷୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ ଯଥା :
ପ୍ରଥମଥର ଫଳାଫଳ ସଠିକ୍ ଜଣା ନ ପଡିଲେ , ପୁଣିଥରେ ପରୀକ୍ଷା କରି ଫଳାଫଳ ଜାଣିବା ପାଇଁ ସମୟ ଲାଗିଥାଏ । ଏହି ସମୟରେ ପରାମର୍ଶଦାତା , ବ୍ୟକ୍ତିଙ୍କୁ ସବୁ ପ୍ରକାର ପ୍ରତିଷେଧାତ୍ମକ ବ୍ୟବସ୍ଥା ଆପଣାଇବା ପାଇଁ କହିବା ଉଚିତ୍ । ଏହା ଦ୍ଵାରା ବ୍ୟକ୍ତି ପୁନର୍ବାର ଏଚ୍ .ଆଇ.ଭି ସଂକ୍ରମଣ କରିବେ ନାହିଁ ଏହି ଫଳାଫଳର ଅଜଣା ସମୟ ବ୍ୟକ୍ତି ପାଇଁ କଷ୍ଟଦାୟକ ହୋଇଥାଏ ଓ ବ୍ୟକ୍ତିର ମନସ୍ତାତ୍ତ୍ଵିକ ସମସ୍ୟା ସୃଷ୍ଟି ହୋଇଥାଏ ।
କଣ୍ଡୋମ୍ ବ୍ୟବହାର :
ପରୀକ୍ଷା ପର ପରାମର୍ଶରେ ପରାମର୍ଶଦାତା କଣ୍ଡୋମ୍ ବ୍ୟବହାରର ମହତ୍ଵ ଆଲୋଚନା କରିବା ଆବଶ୍ୟକ । କେତେକେ ସ୍ଥଳରେ କଣ୍ଡୋମ୍ ବ୍ୟବହାର ନ କରିବା ପାଇଁ ବ୍ୟକ୍ତିମାନେ ଚାହିଁଥାଆନ୍ତି କିନ୍ତୁ ସେ ଯେପରି କଣ୍ଡୋମ୍ ବ୍ୟବହାର କରିବେ , ବ୍ୟକ୍ତିଙ୍କୁ ଉତ୍ତମ ପରାମର୍ଶ ଦେବା ଉଚିତ୍ । କଣ୍ଡୋମ୍ ଯେପରି ନିର୍ଭୁଲ୍ ଭାବରେ କରାଯିବ ବ୍ୟକ୍ତିକୁ ବୁଝାଇବା ଉଚିତ୍ । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ , ପ୍ରତ୍ୟକ ଯୌନ ସମ୍ପର୍କ ସମୟରେ ନୂଆ କଣ୍ଡୋମ୍ ବ୍ୟବହାର ହେବା ଉଚିତ୍ ।
Last Modified : 1/26/2020