କେତେକ ପ୍ରଶ୍ନ ହୋମିଓପ୍ୟାଥି ଚିକିତ୍ସାର ବିଶେଷତ୍ଵ କଣ
ବିଭିନ୍ନ ପୁରାତନ ତଥା ନୂତନ ରୋଗକୁ ହୋମିଓପ୍ୟାଥି ଚିକିତ୍ସାଦ୍ଵାରା ସହଜ ଉପାୟରେ ଚିକିତ୍ସା କରାଯାଇ ପାରୁଅଛି । ଯେଉଁ ସବୁ କାରଣରୁ ଏହି ଚିକିତ୍ସା ଅଧିକ ଆଦୃତ ହୋଇପାରିଛି ସେଗୁଡିକ ହେଲା
- ସ୍ୱଳ୍ପ ଖର୍ଚ୍ଚରେ ରୋଗୀ ଆରୋଗ୍ୟ ହୁଏ ।
- ଔଷଧ ଜନିତ କୁପ୍ରଭାବର ଆଶଙ୍କା ନଥାଏ ।
- ସରଲ ଉପାୟରେ ଔଷଧ ପ୍ରୟୋଗ ହୋଇଥାଏ ।
- ଔଷଧ ଗୁଡିକ ସ୍ଵାଦ ଯୁକ୍ତ ହୋଇଥିବାରୁ ଆବାଳ ବୃଦ୍ଧବନିତା ସମସ୍ତେ ଆଗ୍ରହରେ ଔଷଧ ସେବନ କରିଥାନ୍ତି ।
- ରୋଗୀପାଇଁ ଔଷଧ ନିରୂପଣ କରିବା ପାଇଁ ସବୁକ୍ଷେତ୍ରରେ ଜଟିଳ ଅବ ବ୍ୟୟସାପେକ୍ଷ ଲାବୋରେଟୋରୀ ପରୀକ୍ଷା ଉପରେ ନିର୍ଭର କରାଯାଇନଥାଏ ।
କେଉଁ କେଉଁ ବ୍ୟାଧି ନିରାକରଣ ପାଇଁ ହୋମିଓପ୍ୟାଥି ଚିକିତ୍ସା ବିଶେଷ ଫଳପ୍ରଦ ?
ଯେଉଁସବୁ ଜଟିଳ ଓ ପୁରାତନ ବ୍ୟାଧି ନିରାକରଣ କରିବାରେ ହୋମିଓପ୍ୟାଥି ଔଷଧ ବିଶେଷ ଫଳପ୍ରଦ ହେଉଛି ସେଗୁଡିକ ହେଲା
- ପୁରାତନ ଅମ୍ଳ ଜନିତ ପେଟରୋଗ ( Acid Peptic Diseases)
- ଗଣ୍ଠିବାଟ (Arthritis), ସ୍ପଣ୍ଡିଲାଇଟିସ୍ (Spondylitis), ସିଆଟିକା (Sciatica)
- ପୁରାତନ ଚର୍ମରୋଗ ଯଥା – ଏକଜିମା ସୋରିଆସିସ୍ ଇତ୍ୟାଦି
- ଶ୍ଵାସନଳୀ ଓ ଚରମରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଆଲର୍ଜି (Allergy)
- ଗଳାପ୍ରଦାହ (Pharyngitis) ବ୍ରୋଙ୍କାଇଟିସ (Bronchitis) ଶ୍ଵାସ (bronchial Asthma) ।
- କେତେକ ମାନସିକ ରୋଗ ଏବଂ ମାନସିକ କାରଣରୁ ସୃଷ୍ଟି ହୋଇଥିବା ଶାରୀରିକ ରୋଗ (Psycho-somantic Disease), ଯଥା ମୁଣ୍ଡବ୍ୟଥା (migraine) ଅଗିଆବାତ, ପାକସ୍ଥଳୀ ପ୍ରାଦାହ (Gastritis) ଅନ୍ତନଳୀରେ କ୍ଷତ ( Irritable Bowel Syndrome), ଆବେଗ (Anxiety Neurosis) ବିଷାଦ ଭାବ (Depression) ।
- କେତେକ ସାଧାରଣ ଟ୍ୟୁମର, ଭାତୁଡି
- ବୃକକ୍ (Kidney) ଓ ମୂତ୍ରାଶୟ (Urinary Bladder0 ରେ ପଥୁରୀ ବା Stone.
- ଗର୍ଭାବସ୍ଥାରେ ଭୁଣର କ୍ଷତି ନକରି ମା’ର ବିଭିନ୍ନ ରୋଗର ଚିକିତ୍ସା ଓ ସୁଖପ୍ରସବ ପାଇଁ ଔଷଧ ବ୍ୟବସ୍ଥା ।
- ଗର୍ଭାଶୟ (Uterus) ଓ ସ୍ତନ ( Breast) ରେ ହେଉଥିବା ସାଧାରଣ ଟ୍ୟୁମର ।
- ବିଭିନ୍ନ ଶିଶୁ ରୋଗର ଚିକିତ୍ସା ।
ହୋମିଓପ୍ୟାଥି ଔଷଧ ରୋଗ ବଢାଇଦିଏ କି ?
ଏହି ଧାରଣା ବହୁଲୋକଙ୍କ ମନରେ ରହିଛି । ଏହା ସମ୍ପୁର୍ଣ୍ଣ ଠିକ୍ ନୁହେଁ । କେତେକ କ୍ଷେତ୍ରରେ ହୋମିଓପ୍ୟାଥି ଔଷଧ ବ୍ୟବହାର ପରେ ରୋଗୀର ଲକ୍ଷଣ ସମୂହ ବୃଦ୍ଧି ପାଇଥାଏ କିମ୍ବା ନୂତନ ଲକ୍ଷଣ ସୃଷ୍ଟି ହୋଇଥାଏ, ଯଦ୍ଵାରା ରୋଗୀ ଭାବେ ଯେ ତାହାର ରୋଗ ଔଷଧ ଦ୍ଵାରା ବଢିଗଲା । ସେହି ଅବସ୍ଥା ଗୁଡିକ ହେଲା –
- ରୋଗୀର କୌଣସି ପୁରାତନ ବ୍ୟାଧି ଅଣ ହୋମିଓପ୍ୟାଥି ଔଷଧସେବନ ଦ୍ଵାରା ଯଦି ଚପିଯାଇଥାଏ ଏବଂ ପରବର୍ତ୍ତୀ ଅବସ୍ଥାରେ ଅନ୍ୟକୌଣସି ବ୍ୟାଧି ପାଇଁ ସେ ହୋମିଓପ୍ୟାଥି ଔଷଧ ସେବନ କରେ ଏବଂ ସେହି ଔଷଧ ଯଦି ରୋଗୀପାଇଁ ଉପୟୁକ୍ତ ହୋଇଥାଏ ତାହେଲେ କେତେକ କ୍ଷେତ୍ରରେ ଏହି ନୂତନ ଔଷଧ ପ୍ରୟୋଗ ଦ୍ଵାରା ଚପି ଯାଇଥିବା ରୋଗର ଲକ୍ଷଣା ବଳୀ ପୁନଃ ପ୍ରକାଶିତ ହୁଏ । ଯଦ୍ଵାରା ରୋଗୀ ଭାବେ ଯେ ହୋମିଓପ୍ୟାଥି ଔଷଧ ସେବନ ଦ୍ଵାରା ତାହାର ରୋଗ ବଢିଗଲା ।
- ଦ୍ଵିତୀୟତଃ ରୋଗୀପାଇଁ ଦିଆଯାଇଥିବା ଔଷଧଠିକ୍ ହେଲେବି ଆବଶ୍ୟକତା ଠାରୁ ଅଧିକ ଶକ୍ତି ବା (Potency) ବ୍ୟବହୃତ ହୋଇଥିଲେ ରୋଗୀର ଉପସ୍ଥିତ ଲକ୍ଷଣ ସମୂହ ସାମୟିକ ଭାବେ ବୃଦ୍ଧି ପାଇପାରେ । ଏହାକୁ “ହୋମିଓପ୍ୟାଥି ମତେ ବର୍ଦ୍ଧିତ ଲକ୍ଷଣ” ବା Homoeopathic Aggravation) କୁହାଯାଏ । ଏହା ସ୍ଵାଗତ ଯୋଗ୍ୟ କାରଣ ରୋଗୀର ଶାରୀରିକ ଲକ୍ଷଣ ବୃଦ୍ଧି ପାଇଲେ ହେଁ ମାନସିକ ସ୍ତରରେ ରୋଗିକ ଆରାମ ଅନୁଭବ କରେ । ଦ୍ଵିତୀୟତଃ ଏହା ସୂଚାଇଦିଏ ଯେ ରୋଗୀପାଇଁ ଠିକ୍ ଔଷଧ ନିର୍ବାଚନ କରାଯାଇଛି । ତୃତୀୟତଃ ଏହି ବର୍ଦ୍ଧିତ ଲକ୍ଷଣ ସବୁ ଧୀରେ ଧୀରେ କମିଯାଇ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୁଏ ।
- ଚତୁର୍ଥତଃ ଯେତେବେଳେ ରୋଗୀକୁ ଏକ ସମ୍ପୁର୍ଣ୍ଣ ଭୁଲ ଔଷଧ ଦିଆଯାଇଥାଏ ସେ କ୍ଷେତ୍ରରେ ରୋଗ ନିଜସ୍ୱ ଗତିରେ ବଢିଚାଲେ । ଏହାକୁ “ ରୋଗ ବର୍ଦ୍ଧିକରଣ” ବା Disease Aggravtionକୁହାଯାଏ । ଏଠାରେ ରୋଗୀଶାରୀରିକ ବା ମାନସିକ ଅବସ୍ଥାରେ ଅଧିକ କଷ୍ଟପାଏ । ଏହା ସୁଚାଇଦିଏ ଯେ ରୋଗୀପାଇଁ ଔଷଧ ନିର୍ବାଚନ ସମ୍ପୁର୍ଣ୍ଣ ଭୁଲ ଓ ଆଉ ଏକ ସଠିକ୍ ଓ ନିର୍ଭୁଲ ଔଷଧ ସ୍ଥିର କରିବା ବାଞ୍ଛନୀୟ ।
ସାରାଂଶରେ କହିବାକୁ ଗଲେ କେତେକ କ୍ଷେତ୍ରରେ ଡାକ୍ତରଏନକେ ଭୁଲ ବା ଆଂଶିକ ଠିକ୍ ଔଷଧ ନିର୍ବାଚନ ଯୋଗୁଁ ବୃଦ୍ଧି ପାଇପାରେ । ଅନ୍ୟଥା ଠିକ୍ ଔଷଧ ସାମାନ୍ୟ ଉଚ୍ଚଶକ୍ତିର ପ୍ରାୟୋଗ ହୋଇଥିଲେ ରୋଗର ଲକ୍ଷଣ ମଧ୍ୟା ବୃଦ୍ଧିପାଇଲା ପରି ମନେହୁଏ । ତେଣୁ ଏଥିପାଇଁ ହୋମିଓପ୍ୟାଥି ବିଜ୍ଞାନକୁ ଦୋଷ ଦେବା ଅନୁଚିତ ।
ହୋମିଓପ୍ୟାଥି ଔଷଧ ବିଳମ୍ବରେ କାର୍ଯ୍ୟ କରେ କି?
- ନାଁ, ଯଦି ରୋଗୀକୁ ଠିକ୍ ଔଷଧ ସେବନ କରିବା ପାଇଁ ଦିଆଯାଇଥାଏ ଓ ରୋଗୀ ତରୁଣ ରୋଗ ବା Acute disease ଭୋଗୁଥାଏ ତାହେଲେ ହୋମିଓପ୍ୟାଥି ଔଷଧ ମଧ୍ୟ ତୁରନ୍ତ କାର୍ଯ୍ୟ କରିଥାଏ । କିନ୍ତୁ ପୁରାତନ ରୋଗୀ ବା Chronic Patient ହୋଇଥିଲେ ଯେକୌଣସି ଚିକିତ୍ସା ପଦ୍ଧତି ପରି ହୋମିଓପ୍ୟାଥି ଚିକିତ୍ସା ମଧ୍ୟ ସମୟ ସାପେକ୍ଷ । ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ ସଂପୂର୍ଣ୍ଣ ଆରୋଗ୍ୟ ( Cure) ଓ ସାମୟିକ ଉପଶମ ବା ପାଲିଏସନ୍ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ସ୍ଥାୟୀ ଓ ସମ୍ପୁର୍ଣ୍ଣ ସୁସ୍ଥତା ହେଉଛି ହୋମିଓପ୍ୟାଥି ଚିକିତ୍ସାର ମୂଳମନ୍ତ୍ର । କିନ୍ତୁ Palliation ବା ‘ସାମୟିକ ଉପଶମ’ ଦ୍ଵାରା ରୋଗୀର କେତେକ ପ୍ରମୁଖ ତଥା ଯନ୍ତ୍ରଣା ଦାଯକ ଲକ୍ଷଣ ଔଷଧ ପ୍ରାଭାବରେ ସାମୟିକ ଚପିଯାଏ । କେତେକ ଔଷଧ ପ୍ରଭାବରେ ରୋଗୀର ଏତାଦୃଶ ଲକ୍ଷଣ ସାମୟିକ ଉପଶମ ହେଲେ ରୋଗୀ ଭାବେ ଯେ, ତାହାର ରୋଗ ଦୂର ହୋଇଗଲା । କିନ୍ତୁ କିଛି ଦିନ ପରେ ଏହା ପୁନଃପ୍ରକାଶ ପାଏ । କିନ୍ତୁ ହୋମିଓପ୍ୟାଥି ଚିକିତ୍ସାରେ ରୋଗୀକୁ ଉପୟୁକ୍ତ ଔଷଧ ପ୍ରୟୋଗ କରାଯାଇଥିଲେ। ତାହା ରୋଗକୁ ନ ଚପାଇ ସମ୍ପୁର୍ଣ୍ଣ ରୂପେ ବିନାଶ କରିଥାଏ । ତେଣୁ ଲୋକମାନଙ୍କ ଧାରଣା ଯେ ହୋମିଓପ୍ୟାଥି ଔଷଧ ବିଳମ୍ବରେ ରୋଗ ଭଲକରେ ।
- ଦ୍ଵିତୀୟତଃ ଯଦି ପ୍ରଥମ ବା ୨ ୟ ପର୍ଯ୍ୟାୟରେ ରୋଗୀକୁ ଠିକ୍ ହୋମିଓପ୍ୟାଥି ଔଷଧ ପ୍ରୟୋଗ କରା ଯାଇନଥାଏ ତେବେ ରୋଗୀ ସୁସ୍ଥାହେବା ସମ୍ଭବ ନୁହେଁ । କିନ୍ତୁ ପରବର୍ତ୍ତୀ ସମୟରେ ଠିକ୍ ଔଷଧ ଦିଆଗଲେ ରୋଗୀ ସୁସ୍ଥହୁଏ । ଏ କ୍ଷେତ୍ରରେ ଡାକ୍ତରଙ୍କ ଭୁଲ ଔଷଧ ପ୍ରୟୋଗ ଯୋଗୁଁ ଚିକିତ୍ସା ପାଇଁ ଅଧିକ ସମୟ ଲାଗେ । କିନ୍ତୁ କୌଣସି ଡାକ୍ତରଙ୍କ ଭୁଲ ବା ଦୋଷକୁ ହୋମିଓପ୍ୟାଥି ଚିକିତ୍ସାର ଦୋଷ ବା ଦୁର୍ବଳତା ଭାବିବା ଠିକ୍ ନୁହେଁ ।
- ତୃତୀୟତଃ ଡାକ୍ତର ରୋଗୀ ପାଇଁ ଔଷଧ ନିର୍ଣ୍ଣୟ କରିଥିଲେ ହିଁ ନିମ୍ନ ଲିଖିତ କାରଣ ଯୋଗୁଁ ମଧ୍ୟ ରୋଗୀ ତୁରନ୍ତ ସୁସ୍ଥ ହୋଇପାରେ ନାହିଁ ।
- ନିମ୍ନମାନର ଔଷଧ ।
- ଔଷଧ ଭୁଲ ଶକ୍ତି ବା ପୋଟେନସି ଓ ମାତ୍ରା ବା ଡୋଜ୍ ପ୍ରୟୋଗ ।
- ଡାକ୍ତର ନିର୍ଦ୍ଦେଶ ଅନୁଯାୟୀ ଔଷଧ ସେବନ ନ କରିବା । ଚିକିତ୍ସା ସମୟରେ ଔଷଧୀୟ ଗୁଣଥିବା ଅନ୍ୟାନ୍ୟ ଖାଦ୍ୟ ବା ପାନୀୟର ବ୍ୟବହାର ।
- ବ୍ୟବହୃତ ଔଷଧ ଗୁଣ ନଷ୍ଟ କଳାଭିଳି ଅନ୍ୟାନ୍ୟ ପଦାର୍ଥର ବ୍ୟବହାର ।
ଏଠାରେ ଆଉ ଗୋଟିଏ ଟାଇଫଏଡ୍ ମନେରଖିବା ହେବ। ରୋଗୀ ତୁରନ୍ତ ଭଲ ହେବା ଅର୍ଥ ନୁହେଁ ଯେ, ଜେନ ହେବା। ଅର୍ଥ ନୁହେଁ ଜ୍ୱେ ଜଣେ ଟାଇଫଏଡ୍ ରୋଗୀ କିମ୍ବା ଗଣ୍ଠିବାଟ ବାସନ ବା Rheumatoid Arthritis ଭୋଗିଥିବା ରୋଗୀ 4-5 ଦିନରେ ଭଲ ହୋଇଯିବ । ଅନ୍ୟପକ୍ଷରେ ଅଳ୍ପବିନର ପତଳାଝାଡା ବା ପେଟଯନ୍ତ୍ରଣ ଭୋଗୁଥିବାସ ରୋଗୀକୁ ସମୂଳେ ବିନାଶ କରିବା ନାଁଆରେ ଦୀର୍ଘଦିନ ଧରି ଚିକିତ୍ସା କରିବାର କିଛି ମାନେ ହୁଏନା ।
ହୋମିଓପ୍ୟାଥି ଚିକିତ୍ସାରେ ବିଭିନ୍ନପ୍ରକାର ଲାବୋରେଟୋରୀ ପରୀକ୍ଷାର ଆବଶ୍ୟକ ରହିଛି କି ?
ବହୁ ଲୋକଙ୍କର ଧାରଣା ଯେ, କେବଳ ରୋଗୀର ଲକ୍ଷଣ ଅନୁସାରେ ଆମେ ଔଷଧ ସ୍ଥିର କରୁ ଓ ତାହାର ମଳ, ମୁତ୍ର, କଫ ଓ ରକ୍ତ ପ୍ରଭୃତି ପରୀକ୍ଷା କରିବାର ଆବଶ୍ୟକତା ନଥାଏ, କିନ୍ତୁ ଏହା ସତ୍ୟନୁହେଁ । ଜଣେ ସୁସ୍ଥଲୋକ ରୋଗରେ ପଡିଲେ ରୋଗର ଲକ୍ଷଣ ଗୁଡିକ ଶରୀର ଭିତରେ ଓ ବାହାରେ ପ୍ରକାଶ ପାଏ । ତାର ମଳ, ମୁତ୍ର ରକ୍ତ ଓ କଫ ଓ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଂଶ ବା Tissue ରେ କେତେକ ପରିବର୍ତ୍ତନ ହୋଇପାରେ । ଏହିସବୁ ପରିବର୍ତ୍ତନ ଗୁଡିକ ଜାଣିବା ପାଇଁ ଆମେ ବିଭିନ୍ନପ୍ରକାର Laboratory ପରୀକ୍ଷା କରିଥାଉ । ଉପରୋକ୍ତ ପରୀକ୍ଷାରୁ ମିଳୁଥିବା ସୂଚନା ଗିଡିକ ମଧ୍ୟା ରୋଗର ଲକ୍ଷଣ ଅଟେ । ଏହି ପରୀକ୍ଷାଦ୍ଵାରା ରୋଗର ସଠିକ୍ Diagnosis( ରୋଗ ନିରୂପଣ) ହୋଇପାରୁଛି । ଏହି ରୋଗ ନିରୂପଣ ରୋଗୀପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଚିକିତ୍ସା ନିର୍ଣ୍ଣୟ କରିବାରେ ସାହାଯ୍ୟ କରୁଛି । ଏବଂ କେତେକ କ୍ଷେତ୍ରରେ ଔଷଧ ସ୍ଥିର କରିବା, ଔଷଧ ମାତ୍ରା ଓ ଔଷଧ ସେବନର ବ୍ୟବଧାନ ନିର୍ଣ୍ଣୟ କରିବା ତଥା ଔଷଧ ସେବନ ପରେ ରୋଗୀର ଉନ୍ନତି ହେଉଛି କି ନାହିଁ ତାହା ଅନୁଧ୍ୟାନ କରିବା (Prognosis) ରେ ସାହାଯ୍ୟ କରିଥାଏ । ଉଦାହରଣ ସ୍ୱରୂପ ଜଣେ ରୋଗୀ କ୍ରମଶଃ ଶୁଖି ଯାଉଛି ଅଳ୍ପ ପରିଶ୍ରମ କାଲେ ହାଲିଆ ହୋଇ ପଡୁଛି, ବାରମ୍ଭାର ପରିସ୍ରା କରୁଛି । ଏହି ଲକ୍ଷଣ ଗୁଡିକ ଭିତ୍ତିକର ଔଷଧ ହେଲେ ମଧ୍ୟ ତାହାର ଉପଶମ ହେଉ ନାହିଁ । ତାହାର ରକ୍ତ ଓ ପରିସ୍ରା ପରୀକ୍ଷା କଲାପରେ ଜଣାଗଲା ଯେ ରୋଗୀକୁ ମଧୁମେହ ରୋଗ ବା Diabetes Mellitus ହୋଇଛି । ଏହା ଜାଣିବା ପରେ ରୋଗୀକୁ ଖାଦ୍ୟ ଓ ପାନୀୟ ନିୟନ୍ତ୍ରଣ କରିବା ପାଇଁ ଉପଦେଶ ଦିଆଯାଉଛି । ଦ୍ଵିତୀୟତଃ Diabetes ଜାଣିବା ଦ୍ଵାରା ଡାକ୍ତରଙ୍କ ପକ୍ଷେ ଔଷଧ ନିର୍ଣ୍ଣୟ କରିବା ସହଜ ହୋଇପାରୁଛି । ଏହାଛଡା ଆଉଜଣେ ରୋଗୀର ପେଟ ଓ ପିଠିର ଡାହାଣପଟେ ପ୍ରବଳ ଯନ୍ତ୍ରଣା ହେଉଛି । ଯେତେ ଔଷଧ ଦେଲେ ମଧ୍ୟ କମୁନାହିଁ ପେଟର Ultra Sounds କରିବା ପରେ ଜଣାଗଲା ଯେ ତାହାର ଡାହାଣ ବୃକକ୍ (Kidney) ରେ ପଥୁରୀ ହୋଇଛି । ଡାହାଣ ପାଟ Kidney Stone ପାଇଁ ଆମର କେତେକ ନିର୍ଦ୍ଧିଷ୍ଟ ଔଷଧ ରହିଛି । ଏହାଦ୍ଵାରା ରୋଗୀପାଇଁ ଔଷଧ ନିର୍ଣ୍ଣୟ କରିବା ସହଜହେଲା । ଦ୍ଵିତୀୟତଃ Stone ହୋଇଥିବାରୁ ଆମେ ରୋଗୀକୁ ପ୍ରଚୁର ପାଣି କୋଳଥ ସିଝା ପାଣି ପିଇବାପାଇଁ କହୁଛୁ ଓ କ୍ୟାଲସିଅମ୍ ଥିବା ଖାଦ୍ୟ ବା ପାନୀୟ ନଖାଇବା ପାଇଁ ଉପଦେଶ ଦେଉଛୁ ।
ହୋମିଓପ୍ୟାଥି ଔଷଧ ବ୍ୟବହାର ସମୟରେ ଚା, କଫି ପିଆଜ ରସୁଣ ଇତ୍ୟାଦି ବ୍ୟବହାର ବାରଣ କରିବା ନିତାନ୍ତ ଆବଶ୍ୟକ କି?
ଯେଉଁସବୁ ଖାଦ୍ୟ ପଦାର୍ଥର ଔଷଧୀୟ ରୁଣ ରହିଛି, ହୋମିଓପ୍ୟାଥି ଔଷଧ ବ୍ୟବହାର କଲାବେଳେ ସେଗୁଡିକ ସେବନ କରିବା ଉଚିତ୍ ନୁହେଁ । କିନ୍ତୁ ବର୍ତ୍ତମାନ ପରବେଶ ଯେପରି ଦୂଷିତ ହେଲାଣି ଓ ବିଭିନ୍ନ ପ୍ରକାର ସାର ଓ ରାସାଯନିକ ପଦାର୍ଥର ବହୁଳ ବ୍ୟବହାର ଯୋଗୁଁ ଖାଦ୍ୟପଦାର୍ଥ ଓ ପନିପରିବା ଯେପରି ବିଷାକ୍ତ ହେଲାଣି ସେତେବେଳେ ଅଳ୍ପକେତେକ ଜିନିଷ ବାରଣ କରିଦେଲେ ସମସ୍ୟା ସମାଧାନ ହୋଇପାରିବ ନାହିଁ, ଏ କ୍ଷେତ୍ରରେ ଆମକୁ ୩ ଗୋଟି ଦିଗରୁ ସତର୍କ ହେବାକୁ ପଡିବ ।
- ପ୍ରଥମତଃ, ଯେଉଁ ଖାଦ୍ୟ ବା ପାନୀୟ ସେବନଦ୍ଵାରା ନିର୍ଦ୍ଧାଷ୍ଟ ରୋଗ ବଢିଯାଏ ତାହା ପରିହାର୍ଯ୍ୟ ଯଥା : ବହୁମୂତ୍ର ରୋଗରେ ଶ୍ଵେତସାର ବା ଶର୍କରା ଜାତୀୟ ଖାଦ୍ୟ, ଉଚ୍ଚରକ୍ତଚାପରେ ଚର୍ବିଜାତୀୟ ଖାଦ୍ୟ, ଗାଉଟ୍ ହୋଇଥିଲେ ମାଂସ ପେପଟିକ୍ ଅଳସର ହୋଇଥିଲେ ଅତ୍ୟଧିକ ରୋଗ ଓ ମସଲା ଇତ୍ୟାଦି ।
- କେତେକ ହୋମିଓପ୍ୟାଥି ଔଷଧ ଗୁଣ ନିର୍ଦ୍ଦିଷ୍ଟ ଖାଦ୍ୟ ବସ ପାନୀୟ ଦ୍ଵାରା ନଷ୍ଟ ହୋଇଯାଏ । ଯଥା କଫି ଦ୍ଵାରା Psorinum ଔଷଧ, କଞ୍ଚା ପିଆଜ ଦ୍ଵାରବ Thuja ଓ କର୍ପୁର ଦ୍ଵାରା ଅଧିକାଂଶ ଔଷଧ ଗୁଣ ନଷ୍ଟ ହୋଇଯାଏ । ତେଣୁ ସେହି ଔଷଧ ବ୍ୟବହାର ସମୟରେ ଏହାର ଗୁଣ ନଷ୍ଟ କରିଥିବା ଖାଦ୍ୟ ବା ପାନୀୟ ବ୍ୟବହାର ନିଷେଧ ।
- ଔଷଧ କାଇବା ପୂର୍ବରୁ ପାଟି ଓ ଜିଭ ଅତ୍ୟନ୍ତ ପରିଷ୍କାର ରହିବା ଆବଶ୍ୟକ ଓ ପାଟିରେ କୌଣସି କଟୁ ବାସନା ଥିବା ଜିନିଷ ରଖିବା ଅନୁଚିତ । କାରଣ ଏହା ଦ୍ଵାରା ଅତି ସୁକ୍ଷ୍ମ ମାତ୍ରାରେ ପ୍ରୟୋଗ କରାଯାଉଥିବା ହୋମିଓପ୍ୟାଥି ଔଷଧ ଗୁଣ ହୋଇଯିବାର ସମଭାନା ଥାଏ ।
ଆଧାର
OVHA