অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘର୍ମସ୍ନାନ

ଘର୍ମସ୍ନାନରେ ଉପକାର

ଦେହକୁ ଅତ୍ୟଧିକ ଓ ଅସ୍ଵାଭାବିକ ଭାବରେ ଉତ୍ତପ୍ତ ନ କରି ଯଦି ଯଥେଷ୍ଟ ଝାଳ ବୁହାଯାଇପାରେ, ତେବେ ଅସାଧ୍ୟ ବେମାରି ଭଲ ହୋଇଯାଇପାରେ । ଯଥା: ଶୋଥ ବେମାରି, ମୂତ୍ରକୁଚ୍ଛ, ପରାତନ ଆଥୁଗଣ୍ଠିବାତ ଓ ମଧୁମେହ ଆଦି ରୋଗରେ ଯଦି ସହଜ ଉପାୟରେ ଦେହରୁ ଝାଳ ବୁହାଯାଇପାରେ, ତେବେ ରୋଗୀ ଆରୋଗ୍ୟ ପଥରେ ନିଶ୍ଚିତ ଭାବରେ ଯାଇଥାଏ । ଘର୍ମସ୍ନାନ ଫଳରେ ସମସ୍ତ ଦେହର ରକ୍ତ ସଂଚାଲାଣରେ ଉନ୍ନତି ଘଟେ, ଫୁସ୍ ଫୁସ୍ ର କ୍ରିୟାରେ ଉନ୍ନତି ଘଟେ ଏବଂ ରକ୍ତରେ କ୍ଷାରତ୍ଵ ବୃଦ୍ଧି ଘଟିଥାଏ; ଫଳରେ ବ୍ୟକ୍ତିର ରୋଗ- ପ୍ରତିରୋଧ କ୍ଷମତାରେ ବୃଦ୍ଧି ଘଟେ । ଏହି ସବୁ କାରଣରୁ ଆମର ଚରକସଂହିତାରେ ବାଷ୍ପସ୍ନାନର ତଥା ଘର୍ମସ୍ନାନର ମହତ୍ତ୍ଵ ବର୍ଣ୍ଣିତ ହୋଇଛି । ଏହି ସ୍ନାନ ନେବାଫଳରେ ଅସାଧ୍ୟ ବେମାରି ଭଲ ହେବାର ଉଲ୍ଲେଖ ରହିଛି ।

ବାଷ୍ପସ୍ନାନର ଉପକାରିତା

ଅଜୀର୍ଣ୍ଣ, ସମସ୍ତ ବାତରୋଗ ପେଶୀବାତ, ଗ୍ରନ୍ଥିବାତ କଟିବାତ ବାତହେତୁ ବେକ ବଙ୍କା ହେବା, ଗ୍ରନ୍ଥିପ୍ରଦାହ, ମୂତ୍ରଗ୍ରନ୍ଥିପ୍ରଦାହ, ଦେହ କୁଣ୍ଡାଇହେବା, ଶୁଖିଲା କୁଣ୍ଡିଆ, ପୁରାତନ ଚର୍ମରୋଗ କ୍ଷତ ବିଷାକ୍ତ ଜନ୍ତୁର ଦଂଶନ, କଲେରା, ମୁତ୍ରରୋଧ ବିକାର, ମୂତ୍ରଯନ୍ତ୍ରରେ ପାଥରୀ ରୋଗ, ମୂତ୍ରଯନ୍ତ୍ରର ବେଦନା ସିପଲିସ, ଗନୋରିଆ ଅମ୍ଳରୋଗ, ଘନଘନ ବାନ୍ତି ହେବା, ଶ୍ଵାସରୋଗ, ଓ ପିତ୍ତପାଥୁରୀ ରୋଗରେ, ଆଳସ୍ୟପରାୟଣ ଲୋକ ପକ୍ଷରେ ଏବଂ ଦେହର ଓଜନ ଅସ୍ଵାଭାବିକ ଭାବରେ କମ୍ ହୋଇଥିଲେ ବାଷ୍ପସ୍ନାନ ଆଶ୍ଚର୍ଯ୍ୟ ଭାବରେ ଫଳପ୍ରଦ ହୋଇଥାଏ ।

ସ୍ଥାନୀୟ ବାଷ୍ପସ୍ନାନ ବା ଆଂଶିକ ବାଷ୍ପସ୍ନାନ

ପାଟି ଓ କାନ ଭିତରେ ପରି କେତେକ ସ୍ଥାନ ରହିଛି, ଯେଉଁଠାରେ ଗରମସେକ ଦେବା ସେତେସୁବିଧାଜନକ ନୁହେଁ । ମାତ୍ର ବାଷ୍ପସ୍ନାନ ସୁବିଧାରେ ଦିଆଯାଇପାରେ । ଏପରି ବାଷ୍ପସ୍ନାନ ନେବା ଫଳରେ ଆକ୍ରାନ୍ତ ଅଙ୍ଗରୁ ଯଥେଷ୍ଟ ଆବର୍ଜନା ଝାଳ ଆକାରରେ ବାହାରିଯାଏ । ଫଳରେ ଆକ୍ରାନ୍ତ ଅଙ୍ଗର ରୋଗଲକ୍ଷଣରେ ହ୍ରାସହେବା ଦେଖାଯାଏ ।

ଆଂଶିକ ବାଷ୍ପସ୍ନାନର ଉପକାର

କୌଣସି ଅଙ୍ଗରେ ବିଛା, କଙ୍କାଦାବିଛା କିମ୍ବା ବିଷାକ୍ତ ପୋକ ଦଂଶନ କଲେ, କୌଣସି ଅଙ୍ଗରେ ଖିଲ ଧରିଲେ, ଏକଜିମା, ଯାଦୁ କିମ୍ବା କୌଣସି ଚର୍ମରୋଗ ହେତୁ କୌଣସି ସ୍ଥାନ ଅତ୍ୟନ୍ତ କୁଣ୍ଡାଇହେଲେ, ଅର୍ଶ କି ଭଗନ୍ଧର ହେଲେ କିମ୍ବା ମଳକଣ୍ଟକ କି ମଳଦ୍ଵାରରେ ଘ ହେଲେ, ଆକ୍ରାନ୍ତ ଅଙ୍ଗରେ ଆଂଶିକ ବାଷ୍ପସ୍ନାନ ଅତ୍ୟନ୍ତ ଉପକାର କରେ ।

ସମସ୍ତ ପ୍ରକାର ଫୁଲା ଓ ବିନ୍ଧା ଛିଟିକା ପାଇଁ ଏହି ଆଂଶିକ ବାଷ୍ପସ୍ନାନରୁ ସଦ୍ୟଫଳ ମିଳେ । ଦାନ୍ତମୂଳ ବିନ୍ଧାଛିଟିକା ହେଲେ, ଦାନ୍ତମୂଳରୁ ପୂଯ ବାହାରିଲେ ଏବଂ ତଜ୍ଜନିତ ଯେ କୌଣସି ଯନ୍ତ୍ରଣାର ଲାଘବ ଏବଂ ଦାନ୍ତରୋଗ ଦୂର କରିବା ନିମିତ୍ତ ପାଟି ଭିତରେ ବାଷ୍ପସ୍ନାନ ଅବ୍ୟର୍ଥ ଚିକିତ୍ସା । ଏତଦ୍ଦ୍ଵାରା ସାଂଘାତିକ ରୋଗୀ ଅତିଅଳ୍ପ ଆଖିପତା ବନ୍ଦ କରି ଆଖି ଉପରେ ଏହି ବାଷ୍ପସ୍ନାନ ନେଲେ ଗ୍ଳୁ କୋମା ଆରୋଗ୍ୟଲାଭ କରେ ।

ବେଳେବେଳେ ଅତ୍ୟଧିକ ଚାପା ଫଳରେ ଅଥବା ଅନ୍ୟ କୌଣସି କାରଣରୁ ଗୋଡର କି ଜଙ୍ଘର ପେଣ୍ଡାର ମାଂସପେଶୀ କି ଅନ୍ୟ କୌଣସି ସ୍ଥାନର ମାଂସପେଶୀ ପଚି ସଢିବାକୁ ବସେ । ଏହାଫଳରେବେଳେବେଳେ ଅଙ୍ଗଚ୍ଛେଦନ କରିବା ଆବଶ୍ୟକ ହୋଇଥାଏ । ମାତ୍ର ଏପରି ସ୍ଥଳରେ ଉକ୍ତ ଆକ୍ରାନ୍ତ ଅଙ୍ଗ ଉପରେ ଆଂଶିକ ବାଷ୍ପସ୍ନାନ ଦେବାର ଠିକ୍ ପରେ ପରେ ସେହିସ୍ଥାନରେ ହଠାତ୍ ଥଣ୍ଡପାଣିରେ ଭିଜା କନାରେ ଥଣ୍ଡା ଜଳପଟି ପ୍ରୟୋଗ  କରାଯାଏ । ବାଷ୍ପସ୍ନାନ ୧୦ ମିନିଟ୍ ନେବା ପରେ ପରେ ଥଣ୍ଡା ଜଳପଟି ପାଞ୍ଚମିନିଟ୍ ଦିଆଯାଏ । ଆବଶ୍ୟକ ହେଲେ ପୁଣି ଥରେ ଥଣ୍ଡାପ୍ରୟୋଗର ଠିକ୍ ପରେ ପରେ ସେହିସ୍ଥାନରେ ହଠାତ୍ ଥଣ୍ଡାପାଣିରେ ଭିଜା କାନାରେ ଥଣ୍ଡା ଜଳପଟି ପ୍ରୟୋଗ କରାଯାଏ । ବାଷ୍ପସ୍ନାନ ୧୦ ମିନିଟ୍ ନେବା ପରେ ପରେ ଥଣ୍ଡା ଜଳପଟି ପାଞ୍ଚମିନିଟ୍ ଦିଆଯାଏ । ଆବଶ୍ୟକ ହେଲେ ପୁଣି ଠାରେ ଥଣ୍ଡାପ୍ରୟୋଗର ଠିକ୍ ପରେ ପରେ ଆଂଶିକ ବାଷ୍ପସ୍ନାନ ସେ ସ୍ଥାନ ଉପରେ ପ୍ରୟୋଗ ପୂର୍ବପରି କଲାପରେ ପୁଣି ପୂର୍ବୋକ୍ତମତେ ଥଣ୍ଡା ଜଳପଟି ପ୍ରୟୋଗ କରାଯାଏ । ଏପରି ୨/୩ ଥର ଗରମ ଥଣ୍ଡାର ପ୍ରୟୋଗ ପରେ ମାଟିର ଗରମପଟି ପ୍ରୟୋଗ କରାଯାଏ ଏପରି କରିବାଫଳରେ ଆଶ୍ଚର୍ଯ୍ୟଭାବରେ ଅତି ସ୍ୱଳ୍ପସମୟ ମଧ୍ୟାରେ ସେଠାରେ ମୁହଁହୋଇ ଫାଟିଯାଏ । ଦିନ ମଧ୍ୟରେ ପୂର୍ବୋକ୍ତମତେ ୨/୩ ଥର ଏ ପ୍ରକାର ପ୍ରଯୋଗ କରିବାକୁ ହୁଏ । ଏ ପ୍ରକାର ଅବସ୍ଥାରେ ପାଟିବାବେଳେ ପୂଯ ଅସାଧାରଣ ଭାବରେ ଟ୍ୟାପ୍ ରୁ ପାଣି ଗଳ ଗଳହୋଇ ବାହାରିବା ପରିଗୋଟିଏ ଗୋଟିଏ ସଢା ମାଂସପେଶୀରୁ ବେଳେବେଳେ ଏକାବେଳକରେ ଲିଟରେ ପର୍ଯ୍ୟନ୍ତ ପୂଯ ବାହାରିଥାଏ । ପୂଯ ବାହାରିବା ପରେ ମଧ୍ୟ ପୂର୍ବୋକ୍ତମତେ ବାଷ୍ପସ୍ନାନ, ଜଳପଟି ଓ ମାଟିପଟି ଘା ସମ୍ପୁର୍ଣ୍ଣ ଭାବରେ ସୁଖିବା ପର୍ଯ୍ୟନ୍ତ ଚଳାଇବାକୁ ହୁଏ । ନିଶ୍ଚିତଭାବରେ କଟାହେବାକୁ ଥିବା ଅଙ୍ଗ ତଥା ଅଙ୍ଗଚ୍ଛେଦନ ବିପଦରୁ ମୁକ୍ତହୋଇ ମାତ୍ର ଅତି ସ୍ୱଳ୍ପଦିନରେ ନିଶ୍ଚିତଭାବରେ ରୋଗୀ ଆରୋଗ୍ୟପ୍ରାପ୍ତ ହୋଇଥାଏ ।

ଆଂଶିକ ବାଷ୍ପସ୍ନାନ ବାରଣ

ଦାନ୍ତରେ ଆଘାତ ଲାଗିଲେ କିମ୍ବା କୌଣସି ସ୍ଥାନରେ ଆଘାତ ଲାଗି କିଛି କଷ୍ଟ ହେଲେ କୌଣସିମତେ ସେକ କିମ୍ବା ଆଂଶିକ ବାଷ୍ପସ୍ନାନ ଦେବାକୁ ହୁଏନାହିଁ । କେବଳ ଥଣ୍ଡାଜଳପଟି କି ମାଟିପଟି ପ୍ରୟୋଗ କରାଯାଇଥାଏ । ଆଘାତଜନିତ ଦାନ୍ତର ବେଦନାରେ ଆଂଶିକ ବାଷ୍ପସ୍ନାନ ଦେଲେ ଦାନ୍ତ ନଷ୍ଟ ହୋଇଯାଇପାରେ ।

ଉଷ୍ପପାଦ ସ୍ନାନ

ବାଷ୍ପସ୍ନାନ ଓ ଅନ୍ୟାନ୍ୟ ଘର୍ମଜନକ ସ୍ନାନ ମଧ୍ୟରେ ଉଷ୍ପପାଦ ସ୍ନାନ ଏକତମ । ବାଷ୍ପସ୍ନାନରେ ଯେ ପ୍ରକାରବିପଦର ଆଶଙ୍କାମାନ ଥାଏ ସେ ସମସ୍ତ ଏଥିରେ ନ ଥାଏ । ଦୁର୍ବଳ ରୋଗୀ ପକ୍ଷରେ ବାଷ୍ପସ୍ନାନ ନେବାରେ ଭୟ ଥାଏ, ମାତ୍ର ଦୁର୍ବଳ ରୋଗୀ ଉଷ୍ପପାଦସ୍ନାନ ଚେୟାର କି ଟୁଲ୍ ଉପରେ ବସିକରି ନେଇପାରେ । ଏହି ସ୍ନାନ ନେବା ପୂର୍ବରୁ କୋଷ୍ଠ ସଫା କରିବାକୁ ହୋଇଥାଏ । ଏଣୁ ପେଟରେ ଥଣ୍ଡା ଗରମ ନେବା  ପରେ ଉଷୁମ ଲେମ୍ବୁପାଣିରେ ଏନିମାନେଇ ଝାଡା ସଫା କରିବାକୁ  ହୋଇଥାଏ । ତାହାପରେ ମୁଣ୍ଡ ମୁହଁ, ବେକଶଣ୍ଢା ଭାଲାଭରେ ଥଣ୍ଡା ପାଣିରେ ଧୋଇ ମୁଣ୍ଡ ଉପରେ ଥଣ୍ଡାପାଣିରେ ଭିଜା ଚିପୁଡା ତଉଲିଆ କିମ୍ବା ଗାମୁଛା ଗୁଡାଇବାକୁ ହୁଏ; ଯେପରି ମୁଣ୍ଡ କାନମୁଣ୍ଡା ଓ ବେକଶଣ୍ଢା ଅଡାକନାରେ ଭଲଭାବରେ ଘୋଡାଯାଇପାରେ । ତା’ ପରେ ସାଧାରଣତଃ ଗୋଟିଏ ଚଉକି ଉପରେ ବସି ଗୋଡକୁ ଗରମ ପାଣିରେ ଆଣ୍ଠୁତଳ ପେଣ୍ଡା ମଝିପର୍ଯ୍ୟନ୍ତ ରଖି ସମସ୍ତ ଦେହକୁ ବେକଠାରୁ ପାଦ ପର୍ଯ୍ୟନ୍ତ ଏବଂ ଗରମପାଣିର ପାତ୍ରସହ କମ୍ବଳରେ ଭଲଭାବରେ ଘୋଡାଇ ଦେବାକୁ ହୁଏ । ଏପରି ଅବସ୍ଥାରେ ଏକ କପ୍ ଗରମପାଣି ଚା ପିଇବା ପରି ପିଇବା ଉଚିତ୍ । ତା’ ପରେ ରୋଗୀର ଦେହରୁ ସମସ୍ତ ଲୁଗା ବା ଚାଦର କାଢିଦେବାକୁ ହୁଏ ଏବଂ ରୋଗୀ ଗରମପାଣିରେ ଗୋଡ ବୁଡାଇ ଉଷ୍ପପାଦ ସ୍ନାନ ଶେଷହେବା ପର୍ଯ୍ୟନ୍ତସେପରି କମ୍ବଳରେ ଘୋଡିହୋଇ ବସିବାକୁ ହୁଏ । ଏହି ସ୍ନାନରେ ପାଦ ସହିତ ଗୋଡର ଯେତେଅଧିକ ଅଂସ ଗରମପାଣି ଭିତରେ ରହିପାରିବ ସେତେ ଅଧିକ ଝାଳ ବୋହିଥାଏ । ଗରମ ଜଳପାତ୍ର ସହିତ ରୋଗୀର ବେକ ପର୍ଯ୍ୟନ୍ତ ସମସ୍ତ ଶରୀର କମ୍ବଳରେ ଢାଙ୍କିଦେବା ହେତୁ ଗରମ ପାଣିରୁ ବାଷ୍ପ କମ୍ବଳ ଭିତରେ ଖେଳାଇହୋଇ ଦେହର ବିଭିନ୍ନ ଅଂଶରେ ବାଜି ପାରିଥାଏ ଏବଂ ଫଳରେ ଝାଳ ଉତ୍ତମ ରୂପେ ବାହାରିପାରିଥାଏ ।

ଏନିମା (ଡୁସ୍)

କଲେରା, ମୂତ୍ରରୋଧ, ଆମାଶୟ, କୋଷ୍ଠବଦ୍ଧ, ଆଜମା ମିଳିମିଳା ମେଲେରିଆ, ଟାଇଫଏଡ୍ ଆଦି ଯାବତୀୟ ତରୁଣ ରୋଗ ଓ ପୂରାତନ ରୋଗମାନଙ୍କରରେ ଶରୀରକୁ ବିଷମୁକ୍ତ କରାଇବାଲାଗି ଏନିମା/ ଡୁସର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବଜାରରେ ମିଳୁଥିବା ଡୁସକ୍ୟାନ୍ ସାହାଯ୍ୟରେ ଉଷୁମ ଲେମ୍ବୁପାଣିରେ ଡୁସର  ପ୍ରୟୋଗ ବହୁଳ ଭାବେ କରାଯାଏ ।

ଦିନକଠାରୁ ଅଧିକ ସମୟ ଉପବାସ କଲେ, ଡୁସ ନେବା ଅପରିହାର୍ଯ୍ୟ ହୋଇଥାଏ । କାରଣ ଡୁସ ନ ନେଲେ ଅନ୍ତ୍ରର ମଳରୁ ବିଷାକ୍ତ ଅଂଶ ଶରୀର ଗ୍ରହଣ କରିଥାଏ । ଫଳରେ ବାନ୍ତି ମୁଣ୍ଡ ଘୁରା ଓ ଜ୍ଵରାଦି ବିଭିନ୍ନ ପ୍ରକାର ଗୋଳମାଳର ସୃଷ୍ଟି ହୁଏ ।

ଆଧାର

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate