অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦନ୍ତଶୂଳ

ଉପକ୍ରମ

ଏହା  ଏକ  ସାଧାରଣ  କଷ୍ଟ   । ଦାନ୍ତ  ଭଲକରି   ପରିଷ୍କାର  ନ କଲେ   ଏହା  ହେବହିଁ  ହେବ  ଦାନ୍ତମୂଳରେ   ମଇଳା  ରହି  । ଦାନ୍ତ  ପୋକଡା   ଥାଉ  ବା  ନ ଥାଉ,  ଜଣେ  ଦାନ୍ତ  ବ୍ୟଥା  ଯେ  ନ  ଭୋଗିବ  ଏ  କଥା  କହିବା  ମୁସ୍କିଲ  । ଭଲଦାନ୍ତ   ବିନ୍ଧୁଛି,  ପ୍ଲାଣ୍ଟାଗୋ  Q  ଟିକେ   ମାରି  ଦିଅନ୍ତୁ  । ପୋକଡା  ଦାନ୍ତ  ବଥା  କରୁଛି,  କ୍ରିୟୋଜୋଟ Q ଟିକିଏ   ମାରି   ଦିଅନ୍ତୁ  । ସଙ୍ଗେ  ସଙ୍ଗେ   କମିଯିବ  ।  କିନ୍ତୁ  ଏହାତ  ଗୋଟାଏ  ସ୍ଥାୟୀ   ବ୍ୟବସ୍ଥା  ନୁହେଁ  । ବାରମ୍ବାର  ଏପରି  ହେଉଛି, କି  ଥଣ୍ଡା  କି  ଗରମ  ଦାନ୍ତରେ  ବାଜିଲେ   ଅସହ୍ୟ   ଯନ୍ତ୍ରଣା,  ପାଟିରୁ  ବହୁତ  ଲାଳ  ବୋହୁଛି ; ରାତିହେଲେ  ବିନ୍ଧା  ବଢୁଛି,  ଦାନ୍ତ   ଉପରେ   ଗାଲକୁ   ଘଷିଲେ  ବେଶ୍ ଆରାମ  ଲାଗୁଛି, ମର୍କସଲ – ୩୦  ବା  ୨୦୦ ଦିନକୁ  ୩ ଥର  କରି   ଦୁଇ   ତିନିଦିନ   ଖାଆନ୍ତୁ  ଓ  ମଝିରେ  ମଝିରେ   ଏହାର  ଉଚ୍ଚ  ଶକ୍ତି   ବ୍ୟବହାର  କରନ୍ତୁ,  ଦେଖିବେ  ଏ  ଯନ୍ତ୍ରଣାର  ଯଥେଷ୍ଟ   ଉପଶମ   ହେବ  । କିନ୍ତୁ  ଦାନ୍ତ  ଖରାପ   ହୋଇ  ଯାଇଥିଲେ   ଏହାକୁ  ବାହାର  କରି  ଦେବା  ଦରକାର,  କାରଣ   ପୋକଡା   ଦାନ୍ତକୁ  ସୁଧାରିବା  ଔଷଧର   କ୍ଷମତା   ବାହାରେ   ।

ଦନ୍ତଶୂଳ ପାଇଁ ଔଷଧ

ଘଟଣା  ହେଉଛି, ଖାଲି   ଶୀତଦିନିଆ  ଥଣ୍ଡା  ପବନ  ମାଡ  ହୋଇଛି  ମୁହଁରେ  । ବନ୍ଧୁ   ମଟର   ସାଇକେଲ  ଚଳେଇ   ଭୋରଭୋର  ଆସି  ପହଞ୍ଚିଛନ୍ତି ; ବା  ଗାଡିର   କାଚ  ଖୋଲି   ବସିଛନ୍ତି,  ଥଣ୍ଡା   ପବନର   ମାଡ  ବେଶ୍  କିଛି  ସମୟ  ଧରି   ହୋଇଛି   ଓ  ଟା’ପରେ  ହଠାତ୍  ଦାନ୍ତ  ବିନ୍ଧା  ସୁରୁ   । ଅସହ୍ୟ   ଯନ୍ତ୍ରଣା, ସତେ  ଯେପରି   ଆଉ  ବଞ୍ଚି  ହେବନି  ଯଦି  ଏହା  ସଙ୍ଗେ  ସଙ୍ଗେ  ବନ୍ଧ  ନହୁଏ  । ଏକୋନାଇଟ   ଏ  କ୍ଷେତ୍ରରେ  ସଙ୍ଗେ  ସଙ୍ଗେ   ସେଥିରୁ  ମୁକ୍ତି  ଦେବ  ।

ବେଳେବେଳେ   ଦେଖିବେ  ଦିନଯାକ   ଦାନ୍ତ  ଧକ୍ ଧକ୍  କରୁଛି  କିନ୍ତୁ  ରାତିରେ  ବିଛଣା   ଧରିଲେ  ହିଁ   ଅସହ୍ୟ  ଯନ୍ତ୍ରଣା – ଏମନକାର୍ବ   ହିଁ  ଆରୋଗ୍ୟ  କରିବ  । ଦାନ୍ତ  ଓପାଡିବା   ପରେ  ଏନୋସଥେସିଆର  ଗୁଣ  ସାରିବା  ସଙ୍ଗେ  ସଙ୍ଗେ  ଅସହ୍ୟ  ଯନ୍ତ୍ରଣା   ଆରମ୍ଭ – ଆର୍ଣ୍ଣିକା  ଠାରୁ  ଅନ୍ୟ  କିଛି  ଭଲ  ଔଷଧ  ମିଳିପାରିବ  ?

ଦାନ୍ତମୂଳ  ଫୁଲି   ଧକ୍ ଧକ୍  କରୁଛି,  ପାଟିଭିତରଟା   ଗରମ,  ଗରମ  ପାଣି  ବା  ଖାଦ୍ଯ  ଲାଗିଲେ  ହିଁ  ପ୍ରାଣ  ଛାଡିଯାଉଛି  ତାହାହେଲେ   ବେଲାଡୋନା  ଖାଇବେ   । ଦାନ୍ତ  ଗୁଡାକ   ହଲିଗଲାଣି,  କୌଣସି  ପ୍ରକାରର  ଖାଦ୍ୟ  ଖାଇଲେ  ବା  ଲୁଣ  ଲାଗିଲେହିଁ   ବ୍ୟଥା   ବଢିଯାଉଛି, ଦାନ୍ତ  ମୂଳରୁ  ଅଳ୍ପକେ  ରକ୍ତ  ପଡୁଛି,  ଭଲ  ହଜମ  ହେଉନାହିଁ,  ବାୟୁ  ବେଶି   ହେଉଛି,  କାର୍ବୋଭେଜ   ବ୍ୟବହାର   କରିବେ   । ନାହିଁତ   ମିଠା  ଖାଇବାପରେ  ବ୍ୟଥା  ବଢିଯାଉଥିବ,  ତେବେ  ନେଟ୍ରାମକାର୍ବ ତ  ସଙ୍ଗେ  ସଙ୍ଗେ  ଉପଶମ  ଦେବ  । ଏତେ  ବେଶି  ଦାନ୍ତର  ଯନ୍ତ୍ରଣା, ଖାଲି  ଥଣ୍ଡାପାଣି  ପାଟିରେ  ପୁରାଇ  ରଖିଲେ   ହିଁ  ସାମାନ୍ୟ  ଆରାମ , ପଲସେଟିଲା  କାମ  କଲା  ନାହିଁ,  ଚିନ୍ତା  ନାହିଁ   କଫିଆ  ହିଁ  ଔଷଧ   ।  ଛୋଟ  ଛୁଆଙ୍କର   ଦାନ୍ତ  କଥା,  ଅନବରତ   ରାହା  ଧରି  କାନ୍ଦ,  ସେକଦେଲେ  କାନ୍ଦ  ବେଶି,  ବାପା, ମାଙ୍କୁ   ପିଟି ତାଙ୍କ  ଚୁଟି  ଭିଡି  ନୟାନ୍ତ  କରି  ଦେଉଛି – କ୍ୟାମୋମିଲା ହିଁ  ତତକ୍ଷଣାତ  କାମ  କରିବ  । ବଡ  ମଣିଷଙ୍କଠି  ମଧ୍ୟ  ଏହା  କାମଦିଏ  ଯଦି  ରୋଗୀର   ମେଜାଜ୍  ମଧ୍ୟ  ଚଢା   ହୋଇ  ଯାଉଥାଏ  ଓ  ଗରମ  ପାଣି  କୁଳି, ଏପରିକି  ଚା, କଫି   ଆଦି  ଗରମ  ପାନୀୟ  ଖୁବ୍  ଅସହ୍ୟ  ହେଉଥାଏ  ପୋକଡା  ଦାନ୍ତ, ମାଢିରୁ  କଳା  କଳା  ପତଳା   ରକ୍ତ  ସ୍ରାବ  ଥିବ,  ମୁହଁ   ଭୀଷଣ   ଦୁର୍ଗନ୍ଧ, ତାହାହେଲେ  କ୍ରିୟୋଜେଟ  ଠାରୁ  ଭଲ  ଔଷଧ  ଆଉ  ନାହିଁ   । ଦାନ୍ତ  ବ୍ୟଥା  ବିଶ୍ରାମ   ନେଲେ  ହିଁ  ଆରମ୍ଭ   । ତେଣୁ   ରୋଗୀ  ଅନବରତ  ପା’ ଚାରି  କରୁଥିବ  ।  ଥଣ୍ଡାପାଣି  ପିଇଲେ   ସଙ୍ଗେ  ସଙ୍ଗେ  ଉପଶମ   । ମୋର  ମନେ  ହୁଏ  ମାଗ୍ନେସିୟାକାର୍ବ  ଛଡା  ଅନ୍ୟକିଛି  ରୋଗୀକୁ   ସମ୍ଭାଳି   ପାରିବ   ନାହିଁ   ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 3/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate