অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରୟୋଗ ବିଧି (ସ୍ନାନ) ଓ ସୂର୍ଯ୍ୟସ୍ନାନ

ବିଭିନ୍ନ ସମୟରେ ବାୟୁସ୍ନାନ

ଶରୀର ଶୀତଳ ପବନର ସମ୍ପର୍କରେ ଆସିବା ଫଳରେ ସ୍ନାୟୁଗୁଡିକ ସତେକ ରହେ ଓ ସୁନିଦ୍ରା ହୋଇଥାଏ । ମୁକ୍ତ ବାୟୁରେ ଭ୍ରମଣର ଅଭ୍ୟାସ ରଖିପାରିଲେ ବାର୍ଦ୍ଧକ୍ୟ ଦୂରକୁ ହଟିଯାଏ ଏବଂ ଆୟୁବୃଦ୍ଧି ଘଟେ । ଖାଲିପେଟରେ ଏପରି ଶୀତକ ମୁକ୍ତବାୟୁରେ ଭ୍ରମଣ ସହିତ ଗଭୀର ଶ୍ଵାସକ୍ରିୟା କାଲେ ପ୍ରଭୂତ ଉପକାର ମିଳେ । ଘରଭିତରେ ଶୋଇବାକୁ ହେଲେ ଦୁଆର ଝରକା ଖୋଲାରଖି ଖୋଲା ଝରକା କି ଖୋଲା ଦୁଆର ଆଡକୁ ମୁଣ୍ଡକରି ଶୋଇବା ଆବଶ୍ୟକ ।

“ କେବଳ ଯେଉଁମାନେ ଅଭ୍ୟାସ କରି ବାୟୁସ୍ନାନ କରନ୍ତି ସେହିମାନେ କେବଳ ସମସ୍ତ ଶାରୀରର ଉପରିଭାଗରେ ଥିବା କୋଟି କୋଟି  ସ୍ନାୟୁର ସେସ ଭାଗରେ ଏହାର କି ପ୍ରକାର ଶାନ୍ତିଦାୟକ ଓ ପୁଷ୍ଟିକାରକ ପ୍ରଭାବ ପଡେ, ତାହାର ମୂଲ୍ୟ ବୁଝିପାରନ୍ତି । ସ୍ନାୟୁବିକ ଦୁର୍ବଳତା, ନିଉରାସ୍ଥେନିଆ ଏବଂ ଉଦ୍ ବେଗ ଓ ମାନସିକ ଗୋଲାମାଳରେ ବାୟୁ ସୂର୍ଯ୍ୟକିରଣ ଓ ଶୀତଳ ଜଳ ଦ୍ଵାରା ଯେ ଅଭୁତ ଫଳ ମିଳେ ତାହା ଏଥିରୁ ହିଁ ବୁଝାପଡେ” ।

ସୂର୍ଯ୍ୟକିରଣ ଓ ‘ଡି’ ଭିଟାମିନ୍

ସୂର୍ଯ୍ୟକିରଣ ଆମ୍ଭମାନଙ୍କ ଦେହରେ ପଡିଲେ ଆମ୍ଭମାନେ ଯଥେଷ୍ଟ ପରିମାଣରେ ଡି. ଭିଟାମିନ୍ ଗ୍ରହଣ କରିପାରୁ, ଯାହାଫଳରେ କାଲ୍ ସିୟମ୍ ଆମ ଶରୀରରେ ଭଲ ଭାବରେ ଜର୍ଣ୍ଣା ହୋଇପାରେ ଏବଂ ହାଡ ଭଲ ଭାବରେ ଶକ୍ତ ହୋଇପାରେ ।

ବାଷ୍ଣସ୍ନାନର ବିକଳ୍ପ:

ସୂର୍ଯ୍ୟସ୍ନାନ ନେବାଦ୍ଵାରା ଲୋମକୂପ ଖୋଲିଯାଏ ଏବଂ ଶରୀରରୁ ବହୁତ ପରିମାଣରେ ଝାଳ  ବୋହିଥାଏ । ଖରାପାଇଁବା ଫଳରେ ଶରୀର ମଧ୍ୟରୁ ଦୂଷିତ ପଦାର୍ଥମାନ ତରଳ ହୋଇ ଝାଳବାଟେ ବାହାରିଯିବା ଫଳରେ ସ୍ୱାସ୍ଥ୍ୟ ମନକୁମନ ସୁଧୁରିଥାଏ ।

ସୂର୍ଯ୍ୟକିରଣର ଆରୋଗ୍ୟକରି ଗୁଣ

ସୂର୍ଯ୍ୟକିରଣର ପ୍ରଭବ ଯେ କେବଳ ଚମଡା ଉପରେ ପଡେ ତା ନୁହେଁ ଏହା ଶରୀର ଭିତରେ ଥିବା ସମସ୍ତ ଜୀବକୋଷ, ତନ୍ତୁ ଓ ହୃଦୟ ଆଦି ସମସ୍ତ ଯନ୍ତ୍ରକୁ ଉଦ୍ଦୀପିତ କରିଥାଏ । ଏହାର ପରିଣାମସ୍ୱରୂପ ଶରୀରର ପ୍ରତ୍ୟେକ ଯନ୍ତ୍ରର କାର୍ଯ୍ୟକରିବା ଶକ୍ତି ଏବଂ ଶରୀର ମଧ୍ୟରେ କ୍ଷୟ ଏବଂ ଗଠନ କରିବାର କାମକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଇଥାଏ । ଏହି କାରଣରୁ ନିୟମିତ ଭାବରେ ପ୍ରତ୍ୟହ ଖରାପୋଇଁଲେ ବହୁତ ରୋଗ ଆରୋଗ୍ୟ କରାଯାଇପାରେ ।

ଖୋଲାଦେହ ଉପରେ ସୂର୍ଯ୍ୟକିରଣ ପଡିଲେ, ଚରମରେ ଭିଟାମିନ୍ 'ଡି' ଉତ୍ପନ ହୋଇଥାଏ । ସୂର୍ଯ୍ୟାସମୟରେ ପ୍ରାତଃଭ୍ରମଣ ଦ୍ଵାରା ଚର୍ମ ପରିଷ୍କୃତି ହୋଇଥାଏ, ଶରୀର ମଧ୍ୟରେ ଯଥେଷ୍ଟ ଲାଲ ରକ୍ତ ଉତ୍ପନ୍ନ ହୋଇଥାଏ, ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ଏବଂ ଶରୀର ମଧ୍ୟରେ ନୂତନ ଜୀବନ ଆବିର୍ଭାବ ହୋଇଥାଏ । ଖରା ଟାଣ ନଥିବାବେଳେ ଯେତେବେଳେ ଖରା ପାଇଁଲେ ସୁଖାଲାଗେ ଅର୍ଥାତ୍ ଶୀତଦିନେ ସକାଳ ୯ଟା କି ୧୦ ଟା ପର୍ଯ୍ୟନ୍ତ ଓ ଉପରଓଳି ୩ଟା ଠାରୁ ସଂଧ୍ୟା ପର୍ଯ୍ୟନ୍ତ ଏବଂ ଗ୍ରୀଷ୍ମଦିନରେ ସକାଳ ୮ଟା କି ୯ଟା ପର୍ଯ୍ୟନ୍ତ ଓ ଉପରଓଳି ୪ଟା ପରଠାରୁ ସୂର୍ଯ୍ୟସ୍ନାନ ଉପକାର କରିଥାଏ । ଏହି ଖରା ଯଦି ଟାଣ ନଥାଏ ତେବେ ଯେତେ ସମୟ ଖରାରେ ବସିବାକୁ ସୁଖକର ମନେ ହେବ, ବସିଲେ ଉପକାର ମିଳିଥାଏ ।

ସୂର୍ଯ୍ୟସ୍ନାନ ପରେ ଯତ୍ନ

ସାଧାରଣ ବ୍ୟକ୍ତି ପକ୍ଷରେ ସୂର୍ଯ୍ୟାସ୍ନାନର ଠିକ୍ ପରେ ପରେ ମୁଣ୍ଡକୁ ଭଲଭାବରେ ଥଣ୍ଡାପାଣିରେ ଧୋଇଦେଇ ପୋଛିଦେବାକୁ ହୁଏ, ତା'ପରେ ଥଣ୍ଡାପାଣିରେ ଜିଭ ଚିପୁଡା ତଉଲିଆରେ ସମସ୍ତ ଦେହ ପୋଛିଦେଇ ଦେହ ଗରମ ଥାଉ ଥାଉ ସାଧାରଣ ଉତ୍ତାପ ଜଳରେ ଗାଧୋଇବା ଉଚିତ୍ । ଯଦି ଭୋରରୁ ସ୍ନାନ କାର୍ଯ୍ୟ ସରିଯାଇଥାଏ , ତେବେ ସୂର୍ଯ୍ୟସ୍ନାନ ପରେ ମୁଣ୍ଡକୁ ଭଲଭାବରେ ଥଣ୍ଡାପାଣିରେ ଧୋଇ ପୋଛିବା ପରେ ଦେହକୁ ଓଦା ଚିପୁଡା ତଉଲିଆରେ ବାରମ୍ବାର ପୋଛି ଥଣ୍ଡା କରିପାରିଲେ ବେଶ୍ ଉପକାର ସହିତ ଆରାମ ମିଳିଥାଏ । ମାତ୍ର ସୂର୍ଯ୍ୟସ୍ନାନ ପରେ ପୂର୍ବୋକ୍ତମତେ ଶରୀରକୁ ଥଣ୍ଡା ନକଲେ ବହୁତ କ୍ଷତି ହେବାର ଆଶଙ୍କା ଥାଏ ।

ଯଦି ବ୍ୟକ୍ତି ବାହାରେ କାର୍ଯ୍ୟ କରିଥାଏ, ତେବେ ସେ ବେଳେବେଳେ ସୂର୍ଯ୍ୟକିରଣ ପାଇଥାଏ । ଯେଉଁମାନେ ଖରରେ କାମ କରନ୍ତି ସେମାନଙ୍କ ପାଇଁ ଆଉ ସ୍ଵତନ୍ତ ଭାବରେ ସୂର୍ଯ୍ୟସ୍ନାନ ଲୋଡା ହୁଏ ନାହିଁ ।

ପତ୍ର ମଧ୍ୟଦେଇ ସୂର୍ଯ୍ୟସ୍ନାନ ( ଶିଶୁର)

ଯଦି  କଦଳୀପତ୍ର କି ବଡ ମହଣପତ୍ର କି ସେପରି ଓସାରିଆ ସାଗୁଆ ବଡ ପତ୍ର ମିଳେ, ତେବେ ସୂର୍ଯ୍ୟକିରଣ ସେହି ପତ୍ର ଭେଦକରି ଶିଶୁର ମୁଣ୍ଡାଠାରୁ ପାଦ ପର୍ଯ୍ୟନ୍ତ ସମସ୍ତ ଶରୀର ଉପରେ ପଡ଼ିପାରିଲେ, ଶିଶୁର ଯଥେଷ୍ଟ ଉପକାର ହୁଏ । ଶିଶୁକୁ ତେଲ ମର୍ଦନ କରିବା ସମୟରେ ତାକୁ ଖରାରେ ଶୁଆଇ ତେଲ ମର୍ଦନ କଲେ ମାଲିସରେ ରକ୍ତ ସଂଚାଳନର ଉନ୍ନତି ହେବା ସହିତ ସୂର୍ଯ୍ୟକିରଣରୁ ‘ଡି’ ଭିଟାମିନ୍ ମିଳିଥାଏ । ଏଣୁ ଶିଶୁର ହାଡ ମଜଭୁତ ହୁଏ ।

ବିଭିନ୍ନ ରୋଗରେ ସୂର୍ଯ୍ୟସ୍ନାନର ବ୍ୟବସ୍ଥା

ମଧୁମେହ, ମୋଟାହେବା, ବାଟରୋଗ ଏବଂ ଆଣ୍ଠୁଗଣ୍ଠି ବାତରେ ଏହା ଅତନ୍ତ ଲାଭଦାୟକ ହୋଇଥାଏ । ବହୁତ ଦିନ ହେବ ଅଜୀର୍ଣ୍ଣ ରୋଗ ଭୋଗିବା ହେତୁ ଯେଉଁମାନଙ୍କର ଚମଡା ଶୁଷ୍ମ ଓ ମୃତବତ୍ ହୋଇଥାଏ, ଯଦି ସେମାନେ ନିୟମାନୁସାରେ ପ୍ରତ୍ୟହ ସୂର୍ଯ୍ୟସ୍ନାନ କରନ୍ତୁ, ତେବେସେମାନଙ୍କର ଶରୀରର ଚର୍ମ ପୁଣି ନରମ, ସ୍ନିଗଧ ଓ ସତେଜ ହୋଇଥାଏ । ଏହି କାରଣରୁ ଏକଜିମା ରୋଗରେ ସୂର୍ଯ୍ୟସ୍ନାନ ଦ୍ଵାରା ବହୁତ ଲାଭ ହୋଇଥାଏ । ସମସ୍ତ ପ୍ରକାର ସ୍ନାୟବିକ ଦୁର୍ବଳତା ଥିବା ରୋଗୀ ସୂର୍ଯ୍ୟସ୍ନାନ କରିବା ଫଳରେ ସ୍ୱଳ୍ପ ସମୟରେ ଆରାମ ଲାଭ କରନ୍ତି । ଏହି ସ୍ନାନ ଦ୍ଵାରା ଶରୀର ମଧ୍ୟରେ ରକ୍ତ- ଉତ୍ପାଦନ କରିବା ବ୍ୟବସ୍ଥାରେ ଉନ୍ନତି ହୁଏ ଏବଂ ଶରୀରର ବିଷ ବହିମୁର୍ଖୀ ହୋଇଶରୀର ମଧ୍ୟରୁ ବାହାରିଯାଏ ।

ଯେଉଁ ରୋଗୀଙ୍କର ଯକୃତ ଦୁର୍ବଳ ହୋଇଯାଏ, ଅଥବା ଶରୀରର କୌଣସି ପ୍ରଧାନ ଅଙ୍ଗ ଦୁର୍ବଳ ହୋଇଯାଏ, ସେମମାନଙ୍କର ସୂର୍ଯ୍ୟସ୍ନାନ ଦ୍ଵାରା ଆଶ୍ଚର୍ଯ୍ୟଜଣକ ଲାଭ ହୋଇଥାଏ । ସେମାନଙ୍କର ସୂର୍ଯ୍ୟସ୍ନାନ ଦ୍ଵାରା ଆଶ୍ଚର୍ଜୀ ଆଶ୍ଚର୍ଯ୍ୟଜଣକ ଲାଭ ହୋଇଥାଏ । ଗଣ୍ଠିପ୍ରଦାହ ଅଥବା ଗ୍ରନ୍ଥିର ଯକ୍ଷମରେ ମଧ୍ୟ ଏହା ଦ୍ଵାରା ବହୁତ ଆରମ୍ଭ ଆରାମିକ ମିଳେ ।

ନିଷେଧ ଓ ସାବଧାନତା

ସମସ୍ତ ପ୍ରକାର ଜ୍ଵର ରୋଗର ସୂର୍ଯ୍ୟସ୍ନାନ ମନା । ଯେଉଁମାନଙ୍କର ଗଣ୍ଠିସବୁ ଦରଜ ହୁଏ, ସେମାନେ ସୂର୍ଯ୍ୟସ୍ନାନ ପରେ କଦାପି ଖୁବ୍ ଶୀତଳ ଜଳରେ ସ୍ନାନ କରିବା ଉଚିତ୍ ନୁହେଁ । ଏହପରି ରୋଗୀ ସୂର୍ଯ୍ୟସ୍ନାନ ପରେ ସମସ୍ତ ଶରୀରର ଶୀତଳ ଘର୍ଷଣ ଅଥବା ତଉଲିଆ ସ୍ନାନର ପ୍ରୟୋଗ କରିବା ଉଚିତ୍ । ଗଣ୍ଠିମାନଙ୍କରେ ଦରଜ ଥିବାବେଳେ ସୂର୍ଯ୍ୟସ୍ନାନ ପରେ ପରେ ଅତିଶୀଘ୍ର ଗଣ୍ଠି ସବୁ ଫ୍ଳାନେଲ୍ ରେ ଭଲଭାବରେ ବାନ୍ଧି ସାରିବାପରେ ଶରୀରର ଅନ୍ୟାନ୍ୟ ଅଙ୍ଗ ଉପରେ ଶୀତଳ ଘର୍ଷଣ ଅଥବା ତଉଲିଆ ସ୍ନାନ ପ୍ରୟୋଗ କରିବା ଉଚିତ୍ ।

ଆଧାର

ଆଧାର : "ଓଡିଶା ଭଲ୍ୟୁଣ୍ଟାରୀ ହେଲ୍ଥ ଆସୋସିଏସନ"

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate