ବଥ ଓ ବାଳମୂଳିଆ ଯଦିଓ ଏକ ସାଧାରଣ କଷ୍ଟ, ତଥାପି ଖରାଦିନେ ଏହାର ପ୍ରାବଲ୍ୟ ବେଶି । ଜଣଜଣଙ୍କଠାରେ ମୁଥମୁଥ ହୋଇ ଛୋଟ ଛୋଟ ବାଳମୂଳିଆ ବାହାରି ବହୁତ ଯନ୍ତ୍ରଣା ଦିଏ । ଦିହ ମୁଣ୍ଡ ଦରଜ ଯେ ଛୁଇଁ ହେବନାହିଁ । ସେଥିରୁ କେତେକ ନ ପାଚି କଇଥା ପଡିଯାଏ । ଏଥିରେ ଆର୍ଣ୍ଣିକା ଏକ ପ୍ରକାର ଆମୋଘ ଔଷଧ ।
ଦିନକୁ ୨-୩ ପାନ କରି ୨-୪ ଦିନ ଦିଅନ୍ତୁ ଓ ବାଳମୂଳିଆ ଗୁଡିକ ଶୁଖିଗଲେ ସଲଫର ଏକ ପାନ ଦେଇ ଦେବେ । କେତେକ ସ୍ଥଳରେ ଦେଖିବେ, ବଥଟି ଲାଲ ଟକଟକ କରି ଖାଲି ଧକଧକ କରି ବ୍ୟଥା କରିବ, ହାତ ହାତ ମାରିଲେ ଜାଗାଟି ଖୁବ ଗରମ, ତେବେ ବେଲାଡୋନା ଦିନକୁ ୩-୪ ଥର କରିଦିଅନ୍ତୁ । ଦେଖନ୍ତୁ ଏହିପରି ଲାଲ୍ ଦରଜ ଯେ କହିଲେ ନ ସରେ, ମାତ୍ର ରୋଗୀ ବଠଟିକୁ କେବଳ ସାଉଁଳୁଥିବ, ସତେ ଯେପରି ସେଥିରେ ସେ ଆରାମ ପାଉଛି । କାରଣ, ବଥ ଭିତରଟା ବା ସେ ଜାଗାଟା ଶରଶର କରୁଥିବ ଓ ରାତିହେଲେ ବିନ୍ଧାଛିଟିକା ବଢୁଥିବ, ତାହାଲେ ମର୍କସଲ ହିଁ ବ୍ୟବହାର କରିବେ । ଯେତେବେଳେ ଦେଖିବେ ବଥ ଜାଗାଟି ଖୁବ୍ ସ୍ପର୍ଶ କାତର, ଏତେ ଦରଜ ଯେ ଛୁଇଂବା ମଧ୍ୟ କଷ୍ଟ, ସାମାନ୍ୟ ଉଷୁମ ଶେକ ଦେଲେ ଉପଶମ, ତାହାହେଲେ ହିପାରସଲଫ ହିଁ ଦେବାକୁ ହେବ । ମାତ୍ର ଦେଖିବେ, ଯଦି ପୂଜ ହେଇଗଲାଣି, ଜାଗାଟି ବା ବଥଟି ଏତେ ସ୍ପର୍ଶକାତର ନୁହେଁ, ଗରମ ଶେକ ଦେବାକୁ ଭଲ ଲାଗୁଛି, ତାହା ହେଲେ ସାଇଲିସିଆ ପ୍ରୟୋଗରେ ବଥ ଫାଟି ପୂଜ ବାହାରି ଶୁଖିଯିବ । ବେଳେବେଳେ ଦେଖିବେ ଗୋଟାକ ପରେ ଗୋଟାଏ ବଥ ବାହାରିବାରେ ଲାଗିଛି, ଯେପରି ତାହାର ଶେଷ ନାହିଁ, ତାହାହେଲେ ସଲଫର ଉଚ୍ଚଶକ୍ତିର ଗୋଟିଏ ଦୁଇଟି ପାନ ଦେବେ । ମାତ୍ର, ରୋଗୀ ଯଦି ଖୁବ୍ ଶର୍ଦ୍ଦିପ୍ରବଣ ହୋଇଥାଏ ତାହାହେଲେ ଟ୍ୟୁବରକୁଲିନମ ଦେବାଟା ନିତାନ୍ତ ଜରୁରୀ । କେତେବେଳେ ଅବା ଦେଖିବେ, ବଥ ବା ବାଳମୂଳିଆଟି କଇଥିଆ ପଡିଯାଇଛି । ଯେତେ ଯାହାଦେଲେ ମଧ୍ୟ ପାଚୁନାହିଁକି ବସୁ ନାହିଁ ଆର୍ଣ୍ଣିକା ମଧ୍ୟ ଫେଲ୍, ଯନ୍ତ୍ରଣା ବଢି ବଢି ଚାଲିଛି, ସେତେବେଳେ ମାଇରିଷ୍ଟିକା ଦିନକୁ ୩-୪ ଥର ଦେବାକୁ ହେବ, ଆଉ ଦେଖିବେ ୩-୪ ଦିନ ମଧ୍ୟରେ ସୁଫଳ ମିଳିବହିଁ ମିଳିବ । ବଥ ପାଚି ଆସୁଛି, ବା ପାଚିବା ଡେରି ହେଉଛି, ଅଥବା ଭଲଭାବରେ ପୂଜ ବାହାରୁ ନାହିଁ, ତାହାହେଲେ କାଲେଣ୍ଡୁରା Q ୨୦-୩୦ ଟୋପା ଏକକପ୍ ଉଷୁମ ପାଣିରେ ପକାଇ, ତୁଳା ଭିଜାଇ ବଥ ଉପରେ ପକାଇ ରଖିଲେ ପୂଜସବୁ ଟାଣିହୋଇ ଗୋଟିଏ ଜାଗାରେ ରହି ମୁଁ କରିଦେବ ଓ ବଥଟି ଫାଟିଯିବ ବା ପୂଜସବୁ ଟାଣି ହୋଇ ବାହାରି ଯିବ ।
ସଂଗୃହୀତ – ଡାକ୍ତର କମଳାକାନ୍ତ କର
Last Modified : 6/4/2019