অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଦରାମୟ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଉଦରାମୟ ପାଇଁ ହୋମିଓପ୍ୟାଥି ଚିକିତ୍ସା

ଉପକ୍ରମ

ଜଣେ  ଆସି  କହିଲେ, ମହାଶୟ, ବର୍ଷାଦିନ  ଆସିଲେ  ହିଁ  ମୋର  ଜୀର୍ଣ୍ଣଶକ୍ତି   ଯେପରି  କମିଯାଏ। ସକାଳୁ  ବିଛଣା ଛାଡିବା  ସଙ୍ଗେ  ସଙ୍ଗେ  ହିଁ  ଖଳଖଳିଆ   ହୋଇ  ହଳଦିଆ  ଝାଡା  ହୋଇଯାଏ । ଝାଡା  ସହିତ  ଗୁଡାଏ   ବାୟୁ  ପାସ୍  କରେ  । ଯେତେ  ପ୍ରକାର  ଖାଦ୍ୟ  ଓ  ପାନୀୟର  କଟକଣାରେ  ରହିଲେ  ମଧ୍ୟ  ଠିକ୍ ହେଉନି । ବହୁତ । ଔଷଧପାତ୍ର  ବି କିଣିଲିଣି  ।

ହୋମିଓପ୍ୟାଥି ଔଷଧ

ଆଛା  ଗୋଟାଏ  କାମ  କରନ୍ତୁ। ନେଟ୍ରାମସଲଫ – ୨୦୦ ରୁ ୨/୪  ପାନ  ଦିନକୁ  ୨ ଥର  ସକାଳ  ସନ୍ଧ୍ୟାରେ  ଖାଆନ୍ତୁ।

ଆଜ୍ଞା  କୁହନ୍ତୁନା – ଆଉଜଣେ   କହିଲେ,  ମୋ  ଅବସ୍ଥା  ତହୁଁ  ବଳେ  ଆକାଶରେ  ମେଘା  ଦେଖାଗଲେ   ହିଁ  ମୋ  ଅବସ୍ଥା  ଅସମ୍ଭାଳ  ଆଉ  ଯଦି  କିଛି  ଦିନ  ଝଡି  ଲାଗିରହିଲା  ତେବେ  ତ  ନୟାନ୍ତ। ରୋଡୋଡେଣ୍ଡ୍ରାନ - ୩୦– ୨୦୦ ଦିନକୁ  ୨/୩ ପାନ  କରି  ୨/୪  ଦିନ  ଖାଇବେ  ସେ  ଅବସ୍ଥାରେ।

ସାର୍, ଏ  ଯୋଉ  ପାଗ, ଦିନତମାମ  ଗରମ, ରାତିକୁ  ବର୍ଷା  ଛେଚୁଚି, ପାହାନ୍ତା  ପହରକୁ  ଥଣ୍ଡା  ଯେ  ଚାଦର  ଦରକାର  ପଡୁଛି। ଆଉ  ଏମିତି  ୩/୪ ଦିନ  ଯଦି  ହୁଏ  ମୋ  କଥା  ସାରିଲା   । ପୁରୁଣା  ଡିସେଣ୍ଟ୍ରିଟା   ସାଙ୍ଗେ  ସାଙ୍ଗେ  ବାହାରି  ପଡିବ। ପେଟ   କାଟି  କାଟି   ହୋଇ  ୪/୫  ଥର  ଝାଡା, ଝାଡାର  ଠିକ୍  ଠିକଣା  ନାହିଁ – କେତେବେଳେ  କେଉଁ  ରଙ୍ଗ । ଆମ୍ବୁଟିଆ  ଗନ୍ଧ  ।

ବେଶ୍ ତ, ଆପଣ  ଏଭଳି  ଆରମ୍ଭ  ହେବା  ସଙ୍ଗେ  ସଙ୍ଗେ  ଡଲକାମେରା –୩୦ –୨୦୦ ଦିନକୁ  ୩/୪ ଥର  ଖାଆନ୍ତୁ  ।

ଆପଣ  ଠିକ୍  କହିଲେ  ସାର୍ , ମୋ  ସାଙ୍ଗର  ଏପରି  ହୁଏ  ଯେ  ସେ  ଡଲକାମେରାରେ   ନ  କମିବାରୁ  ରସଟକ୍ସ   ଖାଇ  ଭଲ  ହେଲା। ଅବଶ୍ୟ  ତା’  ଝାଡା  ଟିକେ  ଅନ୍ୟ  ପ୍ରକାରର  ଡିସେଣ୍ଟ୍ରି  ସତ  କିନ୍ତୁ  ସେଥିରେ  ରକ୍ତ  ପଡୁଥାଏ। ପେଟ  କାଟିବା   ଅପେକ୍ଷା  ଟା’ର  ଅଣ୍ଟା  ଓ  ଜଙ୍ଘ  ବେଶି  ଘୋଳେଇ  ହୁଏ  ଓ ଶୀତ ଶୀତ  ଲାଗି  ଜ୍ଵର  ଭାବ  ମଧ୍ୟ  ଥାଏ।

ସେ  କଥା  କହୁ  ନାହାନ୍ତି  ? ତାଙ୍କଠି  ଡଲକାମେରା  କିପରି  କାମ  କାରଣଟା  ? ଏ ସବୁ  ତ  ରସଟକ୍ସର  ଲକ୍ଷଣ। ଆପଣ  ଯଦି  ତାଙ୍କ  ଜିଭ  ଦେଖିଥା’ନ୍ତେ  ନା,  ତେବେ  ତାଙ୍କ  ଛତିଆ  ବୋଳା  ଜିଭର  ଧାର  ଓ  ଅଗ  ଗାଢ  ଲାଲ  ବର୍ଣ୍ଣର  ବୋଲି  ଜାଣିପାରିଥା’ନ୍ତେ।

ଏସବୁ  ଛଡା  ଆପଣ  ଦେଖିବେ  ଅନେକ  ସମୟରେ  ଏଭଳି  ପାଗରେ   ରାତିରେ  ଝାଡା  ବେଶ୍  ହେଉଥିବ,  ଡଲକାମେରା  ଭଳି  ବିଭିନ୍ନ  ରଙ୍ଗର  ଝାଡା  ହେଉଥିବ। ଦେହ  ଉଚ୍ଚାଟ   ହେଉଥିବ। ଯଦିଓ  ପେଟ  କାଟିବା  ସହିତ  ଶୀତ  ଶୀତ  ଭାବ  ଥିବ, ରୋଗୀ  କିନ୍ତୁ   ଖୋଲା  ପବନ  ଚାହୁଁଥିବ  ଓ  ଏତେ  ଝାଡା  ପରେ  ପାଟି  ଶୁଖିଯାଉଥିଲେ  ବି  ପାଣି  ପିଇବାପାଇଁ  ଆଗ୍ରହ  ନ ଥିବ। ଏସବୁ  କ୍ଷେତ୍ରରେ  ଆପଣ  ପଲସେଟିଲା– ୬-୩୦ ଦିନକୁ  ୩/୪ ଥର  ଖାଇବାକୁ  ଦେବେ  ।

ସବୁକଥା  ହେଲା  ଯେ  ସାର୍, ଆପଣ  ପ୍ରଥମେ  ଯୋଉ  କହିଲେ  ସକାଳୁଆ  ଝାଡାରେ  ନେଟ୍ରାମସଲଫ   ଦେବାକୁ, ମୁଁ  ଜଣକୁ  ଦେଇଥିଲି,  କିଛି  ଲାଭ  ହେଲା  ନାହିଁ ।

କ’ଣ  ତାଙ୍କର  ପ୍ରାୟ  ବର୍ଷା  ଦିନରେ  ହୁଏ ।

ଅବଶ୍ୟ  ସେଇଟା  ଠିକ୍ ନୁହେଁ  । ଏଇ  ବର୍ଷ  କେତେଦିନ  ହେଲା  ସେ  ଭୋଗୁଛନ୍ତି  । ଭୋରୁ  ଝଟଝଟିଆ  ବେଳକୁ  ପାଇଖାନା  ଧାଉଁଛନ୍ତି  । ସେ  ଗୋଟାଏ  ଦୃଶ୍ୟ – ପାଇଖାନା  ଭିତରେ  ପଶିଲାପରେ  ଦେଖ – ଓଳିଏକାଳେ  ପୁରା  ରଣଭୂମି – କଳକଳ, ଡବଡବ  ଶବ୍ଦରେ  ବାୟୁମଣ୍ଡଳ  ସରଗରମ। ଗନ୍ଧ  କଥା  ଛାଡନ୍ତୁ । ମନେ  ପଡିଲେ  ଅଇ  ଉଠାଉଛି  । ଆଜ୍ଞା  ସେତିକିବେଳକୁ   ଚାଲିବ  ଯେ  ବେଶ୍  ଦି’ପହର  ଯାକେ। ତା’ପରେ  ଖୁବ୍  ଭଲ, ସତେ   ଯେପରି  ଆଇ  କିଛି  ନାହିଁ   ।

ଆରେ  ବାବୁ  ତାଙ୍କୁ  ପୋଡୋଫାଇଲାମ- ୨୦୦ ରୁ  ଦିନକୁ  ୨ ପାନ  କରି  ୨/୩ ଦିନ  ଦିଅନ୍ତୁ।

ବାଃ  ବଢିଆ  କଥା  କହିଲେ। ମୋତେ  ଜଣେ  ବାବୁ  ମଧ୍ୟ  ସେଇକଥା  କହୁଥିଲେ । ଆଚ୍ଛା  ସାର୍ । ଆଉ  ଗୋଟିଏ  ରୋଗୀ  କଥା  ପଚାରୁଛି । ବିଚରା  ବେଶ୍  ଭଲ  ଥିଲା । ତାକୁ  ଥରେ  ବସନ୍ତ ନା  ହାଡଫୁଟି  କ’ଣ  ହେଲା। ସେଇ  ଦିନଠାରୁ  ପ୍ରାୟ  ଝାଡା  ଲାଗି  ରହୁଛି । କିନ୍ତୁ  ବର୍ଷା  ଝଡି  ପାଗରେ  ବହୁତ  ବେଶି  ଭୋଗୁଛି । ଯେତେ  ଯାହା  ଔଷଧ  ଖାଇଲେ  ଟିକେ  କମି  ଯାଉଛି , ହେଲେ  ପୁଣି  ଯୋଉ   କଥାକୁ  ସେଇ  କଥା   । ମଜା  ହେଉଛି   ସକାଳୁ  ଝାଡା  ବେଶି । ପାଇଖାନା  ଗଲେ  ମନେ  ହେବ  ଯେପରି  ଗୋଟାର  ପିମ୍ପାରୁ  ଗବ୍ ଗବ୍  ହୋଇ  ପାଣି  ଗୁଡାଏ  ବୋହି  ଯାଉଛି । ଝାଡାଟା   ଚିକ୍କଣିଆ । ସେ  ବିଚରା  ସକାଳୁ  ଜଳଖିଆ  ଖାଇପାରେନା   । ଜଳଖିଆ  ପରେ  ପରେ  ତାକୁ  ସମ୍ଭାଳେ  କିଏ। ଏପରିକି  ଔଷଧପତ୍ର   ଖାଇ  ଝାଡା  କଣ୍ଟ୍ରୋଲ  କଲେ  ମଧ୍ୟ  ସକାଳୁ  ଜଳଖିଆ  ପରେ  ଝାଡା  ନିଶ୍ଚୟ  ହେବ। ଚା’ତ  ଛାଡି  ସାରିଲାଣି   । ଚା’  ଖାଇଲେ  ବେଶି  ହେବ।

ତାଙ୍କୁ  ଥୁଜା – ୨୦୦ରୁ ୪/୫  ପାନ  ଦିନକୁ  ଥରେ  ସକାଳୁ  ଖାଲି  ପେଟରେ  ଦେଇ  ଦେଖନ୍ତୁ।

ସାର୍  ଭୁଲିଗଲି। ଆପଣ  ଯେଉଁ  ରାତି  ଝାଡା  କଥା  କହିଲେ, ପିଲାଟାକୁ  ଆଜ୍ଞା  ଡିସେଣ୍ଟ୍ରି  ହେଉଛି – ରକ୍ତ ବି  ପଡୁଛି। ଦିନରାତି  ସବୁବେଳେ  ହେଲେ  ବି  ରାତିରେ  ବେଶି  ଥର  ହେଉଛି। ଶୁଳା  ଯେ  କାହିଁରେ  କ’ଣ। ପାଇଖାନା  ଗଲେ  ଉଠିବାକୁ  ଇଚ୍ଛା  କରୁନି। ଶୋଷ  ବହୁତ  ଜିଭଟା  ମୋଟା  । ଜିଭ  କଡରେ  ଦାନ୍ତର  ଦାଗ। କେତେ  କ’ଣ  ଔଷଧ  ଦିଆ  ହେଲାଣି। କିଛି  ହେଲେ  କମୁନି  ।

ହଉ  ହେଲା, ତାକୁ  ମର୍କସଲ ବା  ମର୍କ ଡଲସିସ୍ -୬-୩୦ , ଦିନକୁ ୩/୪ ଥର  ଦିଅନ୍ତୁ  । ୨/୩ ଦିନ  ଦେଲେ  ଝାଡା  ବଦଳିଯିବ  ।

ତେବେ,  ଏସବୁ  ଝାଡା  ରୋଗର  ଚିକିତ୍ସା  କରିବାବେଳେ  କିନ୍ତୁ  ଗୋଟାଏ  କଥା  ମନେ  ରଖିବେ। ରୋଗୀ  ଶରୀରର  ଜଳୀୟ  ଅଂଶ  ଯେପରି  କମି ନ  ଯାଏ  ବା  ଡିହାଇଡ୍ରେସନ  ନ ହୁଏ  ଟା’ ପ୍ରତି  ଧ୍ୟାନ   ରଖିଥିବେ । ଏଥିପାଇଁ  ବଜାରରେ  ଅନେକ  ପ୍ରକାରର  ଦ୍ରବ୍ୟ   ସରବତ   ଆକାରରେ  ପିଆଇବା  ପାଇଁ  ମିଳୁଛି  ଔଷଧ  ଦୋକାନମାନଙ୍କରେ। ମାତ୍ର  ସବୁଠାରୁ  ଶସ୍ତା   ସୁନ୍ଦର  ହେଲା,  କିଛି  ଫୁଟାପାଣିରେ  ସାମାନ୍ୟ  ଗୁଡ  ବା  ମିଶ୍ରି  ଓ  ଟିକେ  ଲୁଣ  ମିଶାଇ  ବାରମ୍ବାର  ପିଇବାକୁ   ଦେବେ। ସାଧାରଣ  ସ୍ୱାସ୍ଥ୍ୟରକ୍ଷାର   ନିୟମ  ମାନି, ପରିଷ୍କାର  ପରିଚ୍ଛନ୍ନ  ରହି,  ଖାଦ୍ୟ,  ପାନୀୟକୁ   କଡା  ନଜର  ଦେଇ,  ଉପଯୁକ୍ତ  ଔଷଧମାନଙ୍କରୁ   ଲକ୍ଷଣ  ଅନୁଯାୟୀ  କେତେ  ପାନ  ଖାଇଲେ  ବେଶ୍  ଆରାମରେ  ସମୟ  କଟିଯିବ।

ସଂଗୃହୀତ – ଡାକ୍ତର  କମଳାକାନ୍ତ  କର

Last Modified : 6/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate